Revised Common Lectionary (Semicontinuous)
ଦାଉଦଙ୍କର ଏକ ଗୀତ।
20 ତୁମ୍ଭେ ଯେତେବେଳେ ବିପଦରେ ପଡ଼ିଥାଅ, ସେହି ସଦାପ୍ରଭୁ ତୁମ୍ଭର ଡାକ ଶୁଣି ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ।
ଯାକୁବଙ୍କର ପରମେଶ୍ୱର ତୁମ୍ଭକୁ ରକ୍ଷା କରନ୍ତୁ।
2 ପରମେଶ୍ୱର ତାଙ୍କର ପବିତ୍ର ସ୍ଥାନରୁ ତୁମ୍ଭକୁ ସାହାଯ୍ୟ ପଠାନ୍ତୁ।
ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାଯ୍ୟ କରନ୍ତୁ।
3 ତୁମ୍ଭର ଉପହାର ସବୁ ଯାହା ତାଙ୍କ ଉଦ୍ଦେଶ୍ୟରେ ଅର୍ପିତ, ପରମେଶ୍ୱର ତାକୁ ଗ୍ରହଣ କରନ୍ତୁ।
ତୁମ୍ଭର ହୋମବଳିକୁ ସେ ଗ୍ରହଣ କରନ୍ତୁ। ସେଲା
4 ତୁମ୍ଭେ ଯାହା ଗ୍ଭହୁଁଛ, ପରମେଶ୍ୱର ତୁମ୍ଭକୁ ତାହା ପ୍ରଦାନ କରନ୍ତୁ।
ସେ ତୁମ୍ଭର ସକଳ ମନସ୍କାମନା ପୂରଣ କରନ୍ତୁ ଓ ତୁମ୍ଭର ସକଳ ଯୋଜନାକୁ ସଫଳ କରନ୍ତୁ।
5 ଆମ୍ଭେ ସମସ୍ତେ ଖୁସୀ ହେବୁ ଯେତେବେଳେ ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରିବେ।
ଆସ ସମସ୍ତେ ପରମେଶ୍ୱରଙ୍କ ନାମର ଜୟଗାନ କରିବା।
ଯାହା ତୁମ୍ଭେ ଗ୍ଭହୁଁଛ, ସଦାପ୍ରଭୁ ତୁମ୍ଭର ସେହି ସକଳ କାମନା ପୂରଣ କରନ୍ତୁ।
6 ବର୍ତ୍ତମାନ ମୁଁ ଜାଣେ ସଦାପ୍ରଭୁ ତାଙ୍କ ଅଭିଷିକ୍ତ ରାଜାକୁ ସାହାଯ୍ୟ କରନ୍ତି।
ପରମେଶ୍ୱର ତାଙ୍କର ପବିତ୍ର ସ୍ୱର୍ଗ ରାଜ୍ୟରେ ଥା’ନ୍ତି ଓ ତାଙ୍କ ଅଭିଷିକ୍ତ ରାଜାକୁ ଉତ୍ତର ଦିଅନ୍ତି।
ସେ ତାଙ୍କର ମହାନ ଶକ୍ତିରେ ରାଜାଙ୍କୁ ତ୍ରାଣ କରନ୍ତି।
7 କେତେକ ଲୋକ ସେମାନଙ୍କ ରଥ ଉପରେ ବିଶ୍ୱାସ ରଖନ୍ତି।
ଅନ୍ୟ ଲୋକମାନେ ସେମାନଙ୍କ ସୈନିକଙ୍କ ଉପରେ ରଖନ୍ତି
କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ନାମକୁ ଉଚ୍ଚସ୍ୱରରେ ଡାକୁ।
8 ସେହି ଅନ୍ୟ ଲୋକମାନେ ପରାସ୍ତ ହୋଇ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ।
ଆମ୍ଭେ ବିଜୟୀ ଦଳ।
9 ସଦାପ୍ରଭୁ ତାଙ୍କର ମନୋନୀତ ରାଜାଙ୍କୁ ଉଦ୍ଧାର କଲେ
କାରଣ ପରମେଶ୍ୱରଙ୍କ ମନୋନୀତ ରାଜା ତାଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ ଓ ପରମେଶ୍ୱର ତାକୁ ଉଦ୍ଧାର ଦେଲେ।
ଶାଉଲ ପ୍ରଥମେ ଭୁଲ୍ କଲେ
13 ସେହି ସମୟରେ ଶାଉଲ ଏକ ବର୍ଷ ପାଇଁ ରାଜା ଥିଲେ। ସେ ଇସ୍ରାଏଲରେ ଦୁଇ ବର୍ଷ ଶାସନ କଲେ। 2 ଶାଉଲ ଇସ୍ରାଏଲରୁ 3,000 ପୁରୁଷମାନଙ୍କୁ ନିର୍ବାଚିତ କଲେ। ଏମାନଙ୍କ ମଧ୍ୟରୁ 2,000 ମିକ୍ମସ୍ରେ ବୈଥେଲ୍ର ପାର୍ବତ୍ୟ ଅଞ୍ଚଳରେ ଶାଉଲଙ୍କ ସହ ରହିଲେ। ଏବଂ 1,000 ଗିବିୟାର ଯୋନାଥନ ସହିତ ବିନ୍ୟାମୀନର ଭୂମିରେ ଅବଶିଷ୍ଟ ରହିଲେ। ସେ ଅବଶିଷ୍ଟ ସୈନ୍ୟମାନଙ୍କୁ ଆପଣା ଗୃହକୁ ପ୍ରତ୍ୟାବର୍ତ୍ତନ କରିବାକୁ ଆଦେଶ ଦେଲେ।
3 ଯୋନାଥନ ଗେବାସ୍ଥିତ ପଲେଷ୍ଟୀୟ ପ୍ରହରୀ ସୈନ୍ୟଦଳକୁ ସଂହାର କରନ୍ତେ, ପଲେଷ୍ଟୀୟମାନେ ତାହା ଶୁଣି କହିଲେ, “ଏବ୍ରୀୟ ଲୋକମାନେ ବିଦ୍ରୋହ କରିଛନ୍ତି।”
ଶାଉଲ କହିଲେ, “ଏବ୍ରୀୟ ଲୋକମାନେ ଶୁଣନ୍ତୁ” ଏହା ତୂରୀ ବଜାଇ ସର୍ବତ୍ର କହି ପଠାଇଲେ। 4 ସମସ୍ତ ଇସ୍ରାଏଲୀୟ ଏ ସମ୍ବାଦ ଶୁଣିଲେ। ସେମାନେ କହିଲେ, “ଶାଉଲ ପଲେଷ୍ଟୀୟ ନେତାଙ୍କୁ ହତ୍ୟା କରିଛନ୍ତି। ବର୍ତ୍ତମାନ ପଲେଷ୍ଟୀୟମାନେ ପ୍ରକୃତରେ ଇସ୍ରାଏଲୀୟମାନଙ୍କୁ ଘୃଣା କରନ୍ତି।”
ଇସ୍ରାଏଲୀୟମାନେ ଶାଉଲଙ୍କ ସହ ଗିଲ୍ଗଲ୍ରେ ଏକତ୍ରିତ ହେବାକୁ ଡକା ହେଲେ। 5 ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକତ୍ରିତ ହେଲେ। ପଲେଷ୍ଟୀୟମାନଙ୍କର ତିରିଶ୍ ସହସ୍ର ରଥ ଓ ଛଅ ସହସ୍ର ଅଶ୍ୱାରୋହୀ ଥିଲେ ଓ ସମୁଦ୍ର ତୀରର ବାଲିଭଳି ସୈନିକ ଥିଲେ। ସେମାନେ ଆସି ମିକ୍ମସ୍ରେ ବୈଥାବନର ପୂର୍ବଦିଗରେ ଛାଉଣି ସ୍ଥାପନ କଲେ।
6 ଇସ୍ରାଏଲୀୟମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ। ଏଣୁ ଏମାନେ ଗୁମ୍ଫା, ପଥରଖୋଲ, ଶୈଳ, କୂପ ଓ ଅନ୍ୟାନ୍ୟ ଗାତ୍ରରେ ଆତ୍ମଗୋପନ କଲେ। 7 ଏପରିକି ଏବ୍ରୀୟମାନେ ଯର୍ଦ୍ଦନ ନଦୀ ପାର ହୋଇ ଗାଦ୍ ଓ ଗିଲିୟଦ ରାଜ୍ୟକୁ ଖସି ପଳାଇଲେ। ଶାଉଲ କିନ୍ତୁ ଗିଲ୍ଗଲ୍ରେ ରହିଲେ। ତାଙ୍କ ସୈନ୍ୟବାହିନୀର ସମସ୍ତ ସୈନିକମାନେ ଭୟରେ ଥରିବାକୁ ଲାଗିଲେ।
8 ଶାମୁୟେଲ କହିଲେ ସେ ଗିଲ୍ଗଲ୍ରେ ଶାଉଲଙ୍କୁ ଦେଖା କରିବାକୁ ଆସି ପାରନ୍ତି। ଶାଉଲ ସେଠାରେ ସାତ ଦିନ ଅପେକ୍ଷା କଲେ କିନ୍ତୁ ଶାମୁୟେଲ ଗିଲ୍ଗଲ୍ ଆସିଲେ ନାହିଁ। ଏବଂ ସୈନିକମାନେ ଶାଉଲଙ୍କଠାରୁ ଧୀରେ ଧୀରେ ବିଦାୟନେବା ଆରମ୍ଭ କଲେ। 9 ଶାଉଲ କହିଲେ, “ଏଥର ମୋ’ ପାଇଁ ହୋମବଳି ଓ ମଙ୍ଗଳାର୍ଥକ ବଳି ଆଣ।” ଏବଂ ସେ ନିଜେ ହୋମବଳି ଉତ୍ସର୍ଗ କଲେ। 10 ଶାଉଲ ବଳି କାର୍ଯ୍ୟ ସମାପ୍ତ କରିବା ମାତ୍ରକେ ଶାମୁୟେଲ ସେଠାରେ ପହଞ୍ଚିଲେ। ଶାଉଲ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଲେ।
11 ଶାମୁୟେଲ କହିଲେ, “ତୁମ୍ଭେ ଏ କ’ଣ କଲ?”
ଶାଉଲ କହିଲେ, “ମୁଁ ଦେଖୁଛି ସୈନିକମାନେ ମୋତେ ତ୍ୟାଗ କରୁଛନ୍ତି ପୁଣି ନିରୂପିତ ସମୟ ମଧ୍ୟରେ ତୁମ୍ଭେ ଆସିଲ ନାହିଁ ଏବଂ ପଲେଷ୍ଟୀୟମାନେ ମିକ୍ମସ୍ରେ ଏକଜୁଟ ହୋଇଛନ୍ତି। 12 ଏଥିପାଇଁ ମୁଁ ଭାବିଲି, ‘ପଲେଷ୍ଟୀୟମାନେ ଗିଲ୍ଗଲ୍ ଆସି ଆକ୍ରମଣ କରିବେ ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ। ତେଣୁ ମୁଁ ବାଧ୍ୟ ହୋଇ ହୋମବଳି ଉତ୍ସର୍ଗ କରିଛି।’”
13 ଶାମୁୟେଲ କହିଲେ, “ତୁମ୍ଭେ ନିର୍ବୋଧ କାର୍ଯ୍ୟ କରିଛ। ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ମାନିଲ ନାହିଁ। ଯଦି ତୁମ୍ଭେ ପରମେଶ୍ୱରଙ୍କ ଆଦେଶ ମାନି କାର୍ଯ୍ୟ କରିଥା’ନ୍ତ ତେବେ ପରମେଶ୍ୱର ତୁମ୍ଭ ବଂଶକୁ ଅନନ୍ତକାଳ ପାଇଁ ଇସ୍ରାଏଲର ଶାସନଭାର ସମ୍ପାଦନ କରିବାକୁ ଦେଇଥା’ନ୍ତେ। 14 ମାତ୍ର ଏବେ ତୁମ୍ଭ ରାଜ୍ୟ ଆଗକୁ ଯିବ ନାହିଁ, ପରମେଶ୍ୱର ଏଭଳି ଲୋକ ଗ୍ଭହାନ୍ତି ଯିଏ ତାଙ୍କ ଆଜ୍ଞା ପାଳନ କରୁଥିବ। ପରମେଶ୍ୱର ସେହି ବ୍ୟକ୍ତିକୁ ବାଛିଛନ୍ତି ଯିଏ କି ତାଙ୍କର ଲୋକମାନଙ୍କର ନୂଆ ନେତା ନିର୍ବାଚିତ ହେବେ। ତୁମ୍ଭେ ସଦାପ୍ରଭୁଙ୍କ ଆଦେଶ ଅବମାନନା କରିଥିବାରୁ ସଦାପ୍ରଭୁ ନୂଆ ରାଜା ବାଛିଛନ୍ତି।” 15 ଶାଉଲ ଏବଂ ତାଙ୍କ ଅବଶିଷ୍ଟ ସୈନ୍ୟ ଗିଲ୍ଗଲ୍ ପରିତ୍ୟାଗ କଲେ।
ମିକ୍ମସ୍ରେ ଯୁଦ୍ଧ
ସେମାନେ ବିନ୍ୟାମୀନ ଦେଇ ଗିବିୟାକୁ ଯାତ୍ରା କଲେ। ଶାଉଲ ଗଣନା କଲେ ଓ ପାଇଲେ ଯେ, ସେ ପର୍ଯ୍ୟନ୍ତ ତାଙ୍କ ସହ 600 ଲୋକ ଅଛନ୍ତି।
କୃଷକ ବୀଜ ବୁଣିବା ବିଷୟରେ ଦୃଷ୍ଟାନ୍ତ କଥା
(ମାଥିଉ 13:1-9; ଲୂକ 8:4-8)
4 ଯୀଶୁ ପୁଣି ହ୍ରଦ କୂଳରେ ଉପଦେଶ ଦେବା ଆରମ୍ଭ କଲେ। ସେଠାରେ ତାହାଙ୍କ ଗ୍ଭରିପଟେ ବହୁତ ଲୋକ ଜମା ହୋଇଗଲେ। ତେଣୁ ସେ ହ୍ରଦରେ ଥିବା ଗୋଟିଏ ଡଙ୍ଗାରେ ଯାଇ ବସିଲେ। ଅନ୍ୟ ସବୁ ଲୋକ ହ୍ରଦର କୂଳରେ ଠିଆ ହୋଇ ରହିଲେ। 2 ଯୀଶୁ ଡଙ୍ଗାରେ ଥାଇ ଲୋକମାନଙ୍କୁ ଶିକ୍ଷା ଦେଲେ। ସେ ସେମାନଙ୍କୁ ଉପଦେଶ ଦେବା ପାଇଁ ଅନେକଗୁଡ଼ିଏ ଦୃଷ୍ଟାନ୍ତ କଥାର ପ୍ରୟୋଗ କଲେ। ତାହାଙ୍କ ଶିକ୍ଷାରେ ସେ କହିଲେ,
3 “ଶୁଣ, ଜଣେ ଗ୍ଭଷୀ ବୀଜ ବୁଣିବାକୁ ବାହାରିଲା।” 4 ଯେତେବେଳେ ଗ୍ଭଷୀଟି ବୀଜ ବୁଣୁଥିଲା, ସେଥିରୁ କିଛି ବୀଜ ରାସ୍ତାରେ ପଡ଼ିଗଲା। ପକ୍ଷୀମାନେ ଆସି ସେତକ ଖାଇ ଦେଲେ। 5 ଆଉ କିଛି ବୀଜ ପଥୁରିଆ ଜମିରେ ପଡ଼ିଗଲା। ସେ ଜମିରେ ଯଥେଷ୍ଟ ମାଟି ନ ଥିଲା। ଯଥେଷ୍ଟ ମାଟି ନ ଥିବାରୁ ସେ ବୀଜଗୁଡ଼ିକ ଅତି ଶୀଘ୍ର ଗଜା ହୋଇଗଲା। 6 କିନ୍ତୁ ସୂର୍ଯ୍ୟ ଆକାଶରେ ଉଠିବା ପରେ ପରେ ଉତ୍ତାପ ହେତୁ ଗଜାଗୁଡ଼ିକ ଜଳି ଗଲା। ମାଟି ଭିତରକୁ ଚେର ଗଭୀର ଭାବରେ ଯାଇ ପାରି ନ ଥିବାରୁ ଗଛ ଗ୍ଭରାଗୁଡ଼ିକ ଶୁଖିଗଲା। 7 କିଛି ବୀଜ କଣ୍ଟାବୁଦାଗୁଡ଼ିକ ଭିତରେ ପଡ଼ିଗଲା। କଣ୍ଟାବୁଦାଗୁଡ଼ିକ ବଢ଼ୁ ଥିଲା, ତେଣୁ କଣ୍ଟାବୁଦା ଗୁଡ଼ିକ ଗଛଗ୍ଭରାଗୁଡ଼ିକୁ ଗ୍ଭପି ଦେଲା, ତା’ ଫଳରେ ସେଗୁଡ଼ିକ ଭଲ ଭାବରେ ବଢ଼ି ପାରିଲା ନାହିଁ। ତେଣୁ ସେଥିରେ ଫଳ ଫଳିଲା ନାହିଁ। 8 କେତେକ ବୀଜ ଭଲ ମାଟିରେ ପଡ଼ିଲା। ସେଥିରୁ ଗଛ ହେଲା। ଗଛ ଭଲ ବଢ଼ିଲା ଓ ଫଳ ଫଳିଲା କେତେକ ଗଛରେ ତିରିଶ୍ ଗୁଣ ବା ଷାଠିଏ ଗୁଣ ଏପରିକି କେତେକ ଗଛରେ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା।”
9 ତା'ପରେ ଯୀଶୁ କହିଲେ, “ତୁମ୍ଭମାନଙ୍କ ଭିତରୁ ଯିଏ ଶୁଣୁଛି, ଶୁଣୁ।”
ଯୀଶୁ କାହିଁକି ଦୃଷ୍ଟାନ୍ତ ପ୍ରୟୋଗ କରନ୍ତି
(ମାଥିଉ 13:10-17; ଲୂକ 8:9-10)
10 ପରେ ଯେତେବେଳେ ଯୀଶୁ ଏକୁଟିଆ ଥିଲେ, ସେତେବେଳେ ତାହାଙ୍କର ବାରଜଣ ଯାକ ପ୍ରେରିତ ଓ ଅନ୍ୟ ଶିଷ୍ୟମାନେ ତାହାଙ୍କୁ ଦୃଷ୍ଟାନ୍ତ ସମ୍ବନ୍ଧରେ ପଗ୍ଭରିଲେ।
11 ଯୀଶୁ କହିଲେ, “କେବଳ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ନିଗୂଢ଼ତତ୍ତ୍ୱ ବୁଝି ପାରିବା ପାଇଁ ଶକ୍ତି ଦିଆଯାଇଛି। କିନ୍ତୁ ଅନ୍ୟମାନଙ୍କ ପାଇଁ ମୁଁ ଦୃଷ୍ଟାନ୍ତ ମାଧ୍ୟମରେ ସବୁକଥା କହୁଛି। 12 ମୁଁ ଏପରି କରେ କାରଣ:
‘ସେମାନେ ଖାଲି ଗ୍ଭହୁଁଥିବେ ସିନା କିନ୍ତୁ କିଛି ଦେଖି ପାରୁ ନ ଥିବେ।
ସେମାନେ ଖାଲି ଶୁଣୁଥିବେ ସିନା କିଛି ବୁଝି ପାରୁ ନ ଥିବେ।
ଯଦି ସେମାନେ ଦେଖି ପାରିବେ ଓ ବୁଝି ପାରିବେ,
ତେବେ ସେମାନେ ବଦଳି ଯିବେ ଓ କ୍ଷମା ପାଇ ଯିବେ।’”(A)
ଯୀଶୁ ବୀଜବୁଣା ଦୃଷ୍ଟାନ୍ତ କଥା ବୁଝାଇଲେ
(ମାଥିଉ 13:18-23; ଲୂକ 8:11-15)
13 ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ଦୃଷ୍ଟାନ୍ତ ବୁଝି ପାରୁଛ କି? ତେବେ ଅନ୍ୟ ଦୃଷ୍ଟାନ୍ତଗୁଡ଼ିକ କିପରି ବୁଝିବ?” 14 ଗ୍ଭଷୀଟି ଲୋକମାନଙ୍କ ମନ ମଧ୍ୟରେ ପରମେଶ୍ୱରଙ୍କ ଉପଦେଶ ବୁଣୁଥିବା ଲୋକ ଭଳି। 15 ବେଳେବେଳେ ବାକ୍ୟ ରାସ୍ତାରେ ପଡ଼ିଯାଏ। କେତେକ ଲୋକ ଏହି ରାସ୍ତା ଭଳି, ସେହି ଲୋକମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି କିନ୍ତୁ ଶୟତାନ ତତ୍କ୍ଷଣାତ୍ ଆସି ସେମାନଙ୍କ ମଧ୍ୟରେ ବୁଣା ଯାଇଥିବା ବାକ୍ୟକୁ ନେଇ ଯାଏ।
16 “ଆଉ କେତେକ ଲୋକ ପଥୁରିଆ ବୁଣା ଯାଇଥିବା ବୀଜ ଭଳି, ସେମାନେ ବାକ୍ୟ ଶୁଣନ୍ତି ଏବଂ ଶୀଘ୍ର ଆନନ୍ଦରେ ତାହା ଗ୍ରହଣ କରି ନିଅନ୍ତି। 17 କିନ୍ତୁ ତାହାର ଚେର ତାହାଙ୍କ ହୃଦୟର ଗଭୀରତାରେ ପ୍ରବେଶ କରି ପାରେ ନାହିଁ। କେବଳ କିଛି କ୍ଷଣ ପାଇଁ ସେମାନେ ବାକ୍ୟକୁ ଧରି ରଖନ୍ତି। ପରେ ଯେତେବେଳେ ବାକ୍ୟ ଯୋଗୁଁ ବିପଦ ଆସେ ବା ସେମାନେ ନିର୍ଯ୍ୟାତିତ ହୁଅନ୍ତି, ସେତେବେଳେ ସେମାନେ ତୁରନ୍ତ ବିଶ୍ୱାସ ପରିତ୍ୟାଗ କରନ୍ତି।
18 “ଆଉ କେତେକ ଲୋକ କଣ୍ଟାବୁଦାଗୁଡ଼ିକରେ ପଡ଼ି ଯାଇଥିବା ବୀଜ ଭଳି। ଏମାନେ ବାକ୍ୟ ଶୁଣନ୍ତି। 19 କିନ୍ତୁ ତାହାଙ୍କ ମନରେ ଜୀବନର ଚିନ୍ତା, ଧନ-ସମ୍ପତ୍ତିର ମୋହ ଓ ଅନ୍ୟ ବସ୍ତୁ ଲାଭ କରିବାର ଲାଳସା ଆସେ ଓ ସେଗୁଡ଼ିକ ବାକ୍ୟକୁ ଗ୍ଭପି ପକାଏ। ଫଳରେ ତାହା ସେମାନଙ୍କ ଜୀବନରେ ଫଳହୀନ ହୁଏ।
20 “କେତେକ ଲୋକ ଭଲମାଟିରେ ବୁଣା ଯାଇଥିବା ବୀଜ ଭଳି, ସେମାନେ ବାକ୍ୟକୁ ଶୁଣନ୍ତି ଓ ତାହା ଗ୍ରହଣ କରନ୍ତି। ତା'ପରେ ସେମାନେ ବୃଦ୍ଧି ପାଇ ଫଳପ୍ରଦ ହୁଅନ୍ତି। ତାହା ବେଳେବେଳେ ତିରିଶ୍ ଗୁଣ, ଷାଠିଏ ଗୁଣ ବା ଶହେ ଗୁଣ ପର୍ଯ୍ୟନ୍ତ ଫଳ ଦେଇଥାଏ।”
2010 by World Bible Translation Center