Revised Common Lectionary (Semicontinuous)
ଅବ୍ରାମଙ୍କୁ ପରମେଶ୍ୱରଙ୍କର ଡାକରା
12 ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କୁ ପରିତ୍ୟାଗ କର। ତୁମ୍ଭର ପିତାଙ୍କ ପରିବାର ଛାଡ଼। ମୁଁ ତୁମ୍ଭକୁ ଯେଉଁ ଦେଶ ଦେଖାଇବି ସେହି ଦେଶକୁ ଯାଅ।
2 ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି।
ମୁଁ ତୁମ୍ଭକୁ ଆଶୀର୍ବାଦ କରିବି
ଓ ତୁମ୍ଭକୁ ମହାନ କରିବି
ଏବଂ ତୁମ୍ଭେ ଆଶୀର୍ବାଦର
ସଙ୍କେତ ହେବ।
3 ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି ମୁଁ ସେମାନଙ୍କୁ ଆଶୀର୍ବାଦ କରିବି।
ଏବଂ ଯିଏ ତୁମ୍ଭକୁ ଅଭିଶାପ ଦେବ ମୁଁ ସେମାନଙ୍କୁ ଅଭିଶାପ ଦେବି।
ତୁମ୍ଭଠାରୁ ପୃଥିବୀର ସବୁବଂଶ
ଆଶୀର୍ବାଦ ପାଇବେ।”
ଅବ୍ରାମଙ୍କର କିଣାନ ଯାତ୍ରା
4 ସଦାପ୍ରଭୁଙ୍କର ବାକ୍ୟାନୁସାରେ ଅବ୍ରାମ ହାରୋଣକୁ ପରିତ୍ୟାଗ କଲେ ଏବଂ ଲୋଟ ମଧ୍ୟ ତାଙ୍କ ସଙ୍ଗରେ ଗଲେ। ହାରୋଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା। 5 ଅବ୍ରାମ ତାଙ୍କର ସ୍ତ୍ରୀ ସାରୀକୁ, ଭାତୃପୁତ୍ର ଲୋଟଙ୍କୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଏବଂ ଲବ୍ଧ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶକୁ ଯାତ୍ରା କଲେ। 6 ଅବ୍ରାମ ସେହି ଦେଶ ମଧ୍ୟଦେଇ ଗଲେ, ଶିଖିମରେ ପହଞ୍ଚିବା ପର୍ଯ୍ୟନ୍ତ, ମୋରିର ଅଲୋନବୃକ୍ଷମୂଳରେ ରହିଲେ। ସେହି ସମୟରେ କିଣାନୀୟମାନେ ସେହି ସ୍ଥାନରେ ବାସ କଲେ।
7 ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦେବି।”
ସଦାପ୍ରଭୁ ଅବ୍ରାମଙ୍କୁ ଯେଉଁ ସ୍ଥାନରେ ଦର୍ଶନ ଦେଇଥିଲେ। ଅବ୍ରାମ ସେହିଠାରେ ସଦାପ୍ରଭୁଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ। 8 ଏହା ପରେ ଅବ୍ରାମ ସେହି ସ୍ଥାନ ଛାଡ଼ି ବୈଥେଲ୍ର ପୂର୍ବଆଡ଼େ ପର୍ବତକୁ ଯାଇ ନିଜର ତମ୍ବୁ ସ୍ଥାପନ କଲେ। ସେଠାରେ ପଶ୍ଚିମରେ ବୈଥେଲ୍ ଓ ପୂର୍ବ ଦିଗରେ ଅୟ ନଗର ଥିଲା। ଏବଂ ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। 9 ଏହା ପରେ ଅବ୍ରାମ ଭ୍ରମଣ କରୁ କରୁ ଦକ୍ଷିଣ ଦିଗକୁ ଗଲେ।
33 ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
ପରମେଶ୍ୱରଙ୍କୁ ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ।
2 ବୀଣା ବାଦ୍ୟ କରି ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
ଦଶ-ତାର ବାଦ୍ୟରେ ତାଙ୍କର ପ୍ରଶଂସା ଗାନ କର।
3 ତାଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଶୁଣାଅ।
ସୁନ୍ଦର ସ୍ୱରରେ ମନୋହର ବାଦ୍ୟରେ ଏକ ଗୀତ ରଚନା କର।
4 ପରମେଶ୍ୱରଙ୍କ ବାକ୍ୟ ସତ୍ୟ ଅଟେ।
ତାଙ୍କର ସମସ୍ତ କାର୍ଯ୍ୟକୁ ତୁମ୍ଭେ ବିଶ୍ୱାସ କରିପାର।
5 ପରମେଶ୍ୱର ସବୁ ପ୍ରକାର ନ୍ୟାୟ ବିଗ୍ଭର ଓ ଉତ୍ତମ କାର୍ଯ୍ୟକୁ ଭଲ ପାଆନ୍ତି।
ପୃଥିବୀ ସଦାପ୍ରଭୁଙ୍କ ପ୍ରକୃତ କରୁଣାରେ ପରିପୂର୍ଣ୍ଣ।
6 ସଦାପ୍ରଭୁ ଆଦେଶ ଦେଲେ ଓ ପୃଥିବୀ ସୃଷ୍ଟି ହେଲା।
ପରମେଶ୍ୱରଙ୍କ ନିଶ୍ୱାସରୁ ପୃଥିବୀରେ ସବୁକିଛି ସୃଷ୍ଟି ହେଲା।
7 ପରମେଶ୍ୱର ସମୁଦ୍ରରୁ ଜଳ ଆଣି ଗୋଟିଏ ସ୍ଥାନରେ ଏକତ୍ରିତ କଲେ।
ସେ ସମୁଦ୍ରକୁ ତା ସ୍ଥାନରେ ରଖି ଦେଲେ।
8 ଏ ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍।
ଏ ପୃଥିବୀର ସମସ୍ତ ଲୋକ ତାଙ୍କୁ ଭୟ କରିବା ଉଚିତ୍।
9 କାରଣ ପରମେଶ୍ୱରଙ୍କ ଆଦେଶ ମାତ୍ରକେ ପୃଥିବୀ ସୃଷ୍ଟି ହେଲା
ଯଦି ସେ କାହାରିକୁ ଗ୍ଭଲୁରଖିବା ପାଇଁ ଗ୍ଭହାନ୍ତି ତେବେ ଗ୍ଭଲୁରଖି ପାରିବେ।
10 ସଦାପ୍ରଭୁ ସମସ୍ତଙ୍କ ଉପଦେଶକୁ ବ୍ୟର୍ଥ କରି ପାରନ୍ତି।
ସେ ସେମାନଙ୍କ ସମସ୍ତ ଯୋଜନାକୁ ବ୍ୟର୍ଥ କରି ପାରନ୍ତି।
11 କିନ୍ତୁ ସଦାପ୍ରଭୁଙ୍କ ଉପଦେଶ ଚିରଦିନ ମଙ୍ଗଳମୟ
ତାଙ୍କର ସଂକଳ୍ପ ସବୁ ଚିରକାଳ ଲାଗି ବଂଶାନୁକ୍ରମେ ଥାଏ।
12 ଯେଉଁ ଲୋକମାନେ ସଦାପ୍ରଭୁଙ୍କୁ ମାନନ୍ତି ସେମାନେ ସମସ୍ତେ ଭାଗ୍ୟଶାଳୀ ଅଟନ୍ତି।
କାରଣ ପରମେଶ୍ୱର ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ବିବେଚନା କରନ୍ତି।
ବିଶ୍ୱାସ ମାଧ୍ୟମରେ ପରମେଶ୍ୱରଙ୍କ ପ୍ରତିଜ୍ଞା ପ୍ରାପ୍ତ
13 ଅବ୍ରହାମ ଓ ତାହାଙ୍କର ବଂଶଜମାନଙ୍କୁ ପ୍ରତିଜ୍ଞା ମିଳିଥିଲା ଯେ ସେମାନେ ସଂସାରର ଉତ୍ତରାଧିକାରୀ ହେବେ। କିନ୍ତୁ ଅବ୍ରହାମ ଏହି ପ୍ରତିଶ୍ରୁତି ବ୍ୟବସ୍ଥା ପାଳନ କରିଥିବାରୁ ମିଳି ନ ଥିଲା। ବିଶ୍ୱାସ ଦ୍ୱାରା ସେ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇଥିବାରୁ ତାହାଙ୍କୁ ଏହି ପ୍ରତିଶ୍ରୁତି ମିଳିଥିଲା। 14 ବ୍ୟବସ୍ଥା ପାଳନ କରିବା ଦ୍ୱାରା ଯଦି ଜଣେ ଲୋକ ପରମେଶ୍ୱର ଯାହା ପ୍ରତିଜ୍ଞା ଦେଇଥିଲେ ତାହା ପାଏ, ତା'ହେଲେ ବିଶ୍ୱାସର କିଛି ଅର୍ଥ ନାହିଁ ଓ ପ୍ରତିଜ୍ଞାର କିଛି ମୂଲ୍ୟ ନାହିଁ। 15 କାରଣ ବ୍ୟବସ୍ଥା ପାଳନ ନ କରିବା ଦ୍ୱାରା ବ୍ୟବସ୍ଥା ପରମେଶ୍ୱରଙ୍କର କ୍ରୋଧ ଆଣିଥାଏ। କିନ୍ତୁ ଯଦି ବ୍ୟବସ୍ଥା ନ ଥା’ନ୍ତା, ତା'ହେଲେ ଅବାଧ୍ୟ ହେବାର ପ୍ରଶ୍ନ ଉଠିବ ନାହିଁ।
16 ସେଥିପାଇଁ ବିଶ୍ୱାସ ଦ୍ୱାରା ଲୋକେ ପରମେଶ୍ୱରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ୟର ଦାନ ହୋଇପାରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ୟରେ ପ୍ରତିଜ୍ଞା ଦାନ ମିଳେ ତା'ହେଲେ ଅବ୍ରହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କେବଳ ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରହାମ ଭଳି ବିଶ୍ୱାସ ପୂର୍ବକ ଜୀବନଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରହାମ ଆମ୍ଭ ସମସ୍ତଙ୍କର ପିତା। 17 ଶାସ୍ତ୍ରରେ ଲେଖା ଅଛି, “ମୁଁ ତୁମ୍ଭକୁ (ଅବ୍ରହାମ) ଅନେକ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି।”(A) ପରମେଶ୍ୱରଙ୍କ ଆଗରେ ଏହା ସତ୍ୟ ଅଟେ। ଅବ୍ରହାମ ଯେଉଁ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲେ, ସେହି ପରମେଶ୍ୱର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ୟାପି ଘଟି ନାହିଁ ସେଗୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।
18 ଅବ୍ରହାମଙ୍କର ସନ୍ତାନ ହେବାର ଆଶା ନ ଥିଲା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଓ ଭରସାକୁ ବଜାୟ ରଖିଲେ। ସେଥିପାଇଁ ସେ ଅନେକ ଜାତିର ପିତା ହେଲେ। ପରମେଶ୍ୱର ତାହାଙ୍କୁ କହିଥିଲେ: “ତୁମ୍ଭର ଅଗଣିତ ବଂଶଧର ହେବେ।”(B) 19 ଅବ୍ରହାମଙ୍କୁ 100 ବର୍ଷ ବୟସ ହୋଇଥିଲା, ଅତଏବ ପିଲାପିଲି ହେବା ସମୟ ଗ୍ଭଲି ଯାଇଥିଲା। ତାହାଙ୍କ ସ୍ତ୍ରୀ ସାରା ମଧ୍ୟ ସନ୍ତାନ ଜନ୍ମ କରି ପାରିବେ ନାହିଁ, ଅବ୍ରହାମ ଏ କଥା ଭାବିଥିଲେ। 20 କିନ୍ତୁ ପରମେଶ୍ୱରଙ୍କ ପ୍ରତି ତାହାଙ୍କର ବିଶ୍ୱାସ ଦୁର୍ବଳ ହେଲା ନାହିଁ। ପରମେଶ୍ୱର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ସେ କରିବାରେ ସମର୍ଥ ଏଥିରେ ଅବ୍ରହାମ ଟିକେ ହେଲେ ସନ୍ଦେହ କଲେ ନାହିଁ। ବରଂ ତାହାଙ୍କର ବିଶ୍ୱାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ୱରଙ୍କୁ ଗୌରବ ଦେଲେ। 21 ଅବ୍ରହାମ ଦୃଢ଼ ଭାବରେ ଅନୁଭବ କଲେ ଯେ ପରମେଶ୍ୱର ଯାହା ପ୍ରତିଶ୍ରୁତି ଦେଇଛନ୍ତି, ତାହା କରିବାରେ ସେ ସକ୍ଷମ ଥିଲେ। 22 ସେଥିପାଇଁ ପରମେଶ୍ୱର, “ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ। ସେ ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରି ରଖିଥିଲା।”(C) 23 ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସ ଗ୍ରହଣ କଲେ, ଏହି ବାକ୍ୟଗୁଡ଼ିକ କେବଳ ଅବ୍ରହାମଙ୍କ ପାଇଁ ଲେଖା ଯାଇ ନ ଥିଲା। 24 ଏହି ବାକ୍ୟଗୁଡ଼ିକ ଆମ୍ଭ ପାଇଁ ମଧ୍ୟ ଲେଖା ଯାଇଥିଲା। ଆମ୍ଭେ ବିଶ୍ୱାସ କରୁଥିବା ଯୋଗୁଁ ପରମେଶ୍ୱର ଆମ୍ଭକୁ ମଧ୍ୟ ଗ୍ରହଣ କରିବେ। ଆମ୍ଭେ ତାହାଙ୍କୁ ବିଶ୍ୱାସ କରୁ ଯିଏ ଆମ୍ଭର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କଲେ। 25 ଆମ୍ଭର ପାପ ଲାଗି ଯୀଶୁଙ୍କୁ ମୃତ୍ୟୁ ନିମନ୍ତେ ସମର୍ପିତ କରାହେଲା। ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରିବା ଲାଗି ଯୀଶୁ ମୃତ୍ୟୁରୁ ପୁନର୍ଜୀବିତ ହେଲେ।
ଯୀଶୁ ମାଥିଉଙ୍କୁ ବାଛିଲେ
(ମାର୍କ 2:13-17; ଲୂକ 5:27-32)
9 ଯୀଶୁ ସେଠାରୁ ଯାଉ ଯାଉ ଦେଖିଲେ ଯେ, କରଆଦାୟ କେନ୍ଦ୍ରରେ ଜଣେ ଲୋକ ବସିଛନ୍ତି। ତାହାଙ୍କ ନାମ ଥିଲା ମାଥିଉ। ଯୀଶୁ ତାହାଙ୍କୁ କହିଲେ, “ମୋର ଅନୁସରଣ କର।” ମାଥିଉ ଉଠି ଯୀଶୁଙ୍କର ଅନୁଗମନ କଲେ।
10 ଯୀଶୁ ମାଥିଉଙ୍କ ଘରେ ଖାଉଥିଲେ। ସେ ଖାଇବା ବେଳେ ଅନେକ କରଆଦାୟକାରୀ ଓ ଅନେକ ପାପୀମାନେ ସେଠାରେ ପହଞ୍ଚିଲେ। ସେମାନେ ଯୀଶୁ ଓ ତାହାଙ୍କ ଅନୁଗାମୀମାନଙ୍କ ସହ ଖାଇଲେ। 11 ଫାରୂଶୀମାନେ ଏହା ଦେଖି ଯୀଶୁଙ୍କ ଅନୁଗାମୀମାନଙ୍କୁ ପଗ୍ଭରିଲେ, “ତୁମ୍ଭର ଗୁରୁ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?”
12 ଫାରୂଶୀମାନଙ୍କ କଥା ଶୁଣି ଯୀଶୁ କହିଲେ, “ଜଣେ ସୁସ୍ଥଲୋକ ପାଇଁ ଡାକ୍ତର ଆବଶ୍ୟକ ନାହିଁ, କିନ୍ତୁ ଜଣେ ରୋଗୀ ପାଇଁ ଡାକ୍ତର ଦରକାର। 13 ମୁଁ ତୁମ୍ଭକୁ ଗୋଟିଏ କଥା କହିବି। ତୁମ୍ଭେ ଯାଇ ବୁଝ ଯେ ଏହି ଶାସ୍ତ୍ର ବାକ୍ୟର ଅର୍ଥ କ’ଣ: ‘ମୁଁ ପଶୁବଧ ଗ୍ଭହେଁ ନାହିଁ, ମୁଁ ଲୋକମାନଙ୍କ ଭିତରେ ଦୟାଭାବ ଗ୍ଭହେଁ।’(A) ମୁଁ ଧାର୍ମିକ ଲୋକଙ୍କୁ ଡାକିବାକୁ ଆସି ନାହିଁ। ମୁଁ ପାପୀ ଲୋକଙ୍କୁ ଡାକିବାକୁ ଆସିଛି।”
ଯୀଶୁ ଗୋଟିଏ ମୃତ ଝିଅଟିକୁ ଜୀବନ ଦେଲେ ଓ ଅସୁସ୍ଥ ସ୍ତ୍ରୀଲୋକଟିକୁ ସୁସ୍ଥ କରିଦେଲେ
(ମାର୍କ 5:21-43; ଲୂକ 8:40-56)
18 ଯୀଶୁ ଏ ବିଷୟ କହୁଥିବା ସମୟରେ ଯିହୂଦୀ ପ୍ରାର୍ଥନାଗୃହର ଜଣେ ଅଧ୍ୟକ୍ଷ ଆସିଲେ। ସେ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ବସି ପଡ଼ିଲେ ଓ କହିଲେ, “ମୋର ଝିଅ ଏବେ ମରିଗଲା। ତୁମ୍ଭେ ଆସି ତା'ଉପରେ ହାତ ରଖିଦିଅ, ତା'ହେଲେ ସେ ପୁଣି ବଞ୍ଚି ଉଠିବ।”
19 ଯୀଶୁ ଉଠିଲେ। ସେ ଅଧ୍ୟକ୍ଷଙ୍କ ସହିତ ସେଠାକୁ ବାହାରିଲେ। ତାହାଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ସେଠାକୁ ଗଲେ।
20 ସେଠାରେ ଜଣେ ସ୍ତ୍ରୀଲୋକ ଥିଲା, ତା'ର ବାରବର୍ଷ ଧରି ରକ୍ତସ୍ରାବ ହେଉଥିଲା। ସେ ସ୍ତ୍ରୀଲୋକଟି ଯୀଶୁଙ୍କ ପଛ ପଟକୁ ଆସି ତାହାଙ୍କ ପିନ୍ଧା ବସ୍ତ୍ରର ଧାରକୁ ଛୁଇଁଦେଲା। 21 ଏହା କଲାବେଳେ ସେ ମନେ ମନେ ଭାବୁଥିଲା, “ମୁଁ ତାହାଙ୍କ ବସ୍ତ୍ର ଟିକିଏ ଛୁଇଁଦେଲେ ସୁସ୍ଥ ହୋଇଯିବି।”
22 ଯୀଶୁ ବୁଲିପଡ଼ି ତାହାକୁ ଗ୍ଭହିଁଲେ। ଯୀଶୁ କହିଲେ, “ଝିଅ, ସାହସ ଧର। ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରି ଦେଇଛି।” ସଙ୍ଗେ ସଙ୍ଗେ ସେ ସ୍ତ୍ରୀଲୋକଟି ସୁସ୍ଥ ହୋଇଗଲା।
23 ତା'ପରେ ଯୀଶୁ ଯିହୂଦୀ ପ୍ରାର୍ଥନାଗୃହର[a] ଅଧ୍ୟକ୍ଷଙ୍କ ଘରେ ପହଞ୍ଚିଲେ। ସେଠାରେ ବଂଶୀବାଦକମାନେ ସମାଧି ଜନିତ ବଂଶୀ ବଜାଉଥିଲେ। ଝିଅଟି ମରିଯାଇଥିବାରୁ ଲୋକେ କାନ୍ଦୁଥିଲେ। 24 ଯୀଶୁ ସମସ୍ତଙ୍କୁ କହିଲେ, “ବାହାରିଯାଅ। ଝିଅଟି ମରି ନାହିଁ। ସେ କେବଳ ଶୋଇ ପଡ଼ିଛି।” ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ। 25 ଲୋକଙ୍କୁ ଘର ଭିତରୁ ବାହାର କରି ଦିଆଯିବା ପରେ ଯୀଶୁ ଭିତରକୁ ଗଲେ। ଝିଅଟିର ହାତ ଧରିଲେ, ଝିଅଟି ଉଠି ଠିଆ ହେଲା। 26 ଏ ଖବର ସେହି ଅଞ୍ଚଳସାରା ବ୍ୟାପିଗଲା।
2010 by World Bible Translation Center