Revised Common Lectionary (Semicontinuous)
96 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଗାଅ।
ହେ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତ ଗାନ କର।
2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରି ତାହାଙ୍କ ନାମର ଧନ୍ୟବାଦ କର।
ତାଙ୍କର ଶକ୍ତି ପରିତ୍ରାଣ ବିଷୟରେ, ପ୍ରତିଦିନ ସୁସମାଗ୍ଭର ଶୁଣାଅ।
3 ଜାତିମାନଙ୍କୁ କୁହ ଯେ, ପରମେଶ୍ୱର ଆଶ୍ଚର୍ଯ୍ୟଜନକ ଅଟନ୍ତି।
ପରମେଶ୍ୱରଙ୍କ ପ୍ରକୃତ ଆଶ୍ଚର୍ଯ୍ୟ କର୍ମମାନ ବିଷୟରେ ସନ୍ତାନଗଣଙ୍କୁ କୁହ।
4 ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ।
ସେ ସମସ୍ତ “ଦେବଗଣ”ଙ୍କ ଅପେକ୍ଷା ଭୟର ଯୋଗ୍ୟ।
5 ଅନ୍ୟ ସମସ୍ତ ଗୋଷ୍ଠୀୟମାନଙ୍କର “ଦେବଗଣ” କେବଳ ପ୍ରତିମା,
କିନ୍ତୁ ସଦାପ୍ରଭୁ ଏହି ଆକାଶର ସୃଷ୍ଟିକର୍ତ୍ତା।
6 ମହିମା ଏବଂ ସମ୍ମାନ ତାଙ୍କର ସମ୍ମୁଖରେ ଦୀପ୍ତି ପ୍ରକାଶ କରୁଛି।
ଶକ୍ତି ଓ ଶୋଭା ତାହାଙ୍କ ମନ୍ଦିରରେ ବିଦ୍ୟମାନ।
7 ହେ ନାନାଦେଶୀୟ ଗୋଷ୍ଠୀବର୍ଗ, ସଦାପ୍ରଭୁଙ୍କ ଗୌରବ
ଓ ପରାକ୍ରମର ଗୁଣ ଗାନ କର।
8 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଥୋଚିତ ଗୌରବ ଗାନ କର, ଯାହା ସେ ପାଇବା ଯୋଗ୍ୟ
ଏବଂ ତାଙ୍କର ପବିତ୍ର ମନ୍ଦିରକୁ ନୈବେଦ୍ୟ ନେଇ ଆସ।
9 ସଦାପ୍ରଭୁଙ୍କର ପବିତ୍ର ମନ୍ଦିରରେ ତାଙ୍କର ଉପାସନା କର।
ପୃଥିବୀବାସୀ ତାଙ୍କ ଆଗରେ ଥରନ୍ତି।
10 ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା!
ପୃଥିବୀ ସୁସ୍ଥିର ରହିବ।
ପରମେଶ୍ୱର ନ୍ୟାୟ ବିଗ୍ଭର କରିବେ।
11 ଆକାଶ ଆନନ୍ଦିତ ହେଉ, ପୃଥିବୀ ଉଲ୍ଲାସ କରୁ।
ସମୁଦ୍ର ଓ ତହିଁର ସବୁ ବସ୍ତୁ ଆନନ୍ଦରେ ଗର୍ଜନ କରୁ।
12 ବନସ୍ଥ ବୃକ୍ଷ ସକଳ
ଆନନ୍ଦରେ ଗାନ କରନ୍ତୁ।
13 ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ,
କାରଣ ସେ ଆସୁଛନ୍ତି।
ସେ ପୃଥିବୀରେ ବିଗ୍ଭର କରିବାକୁ ଆସୁଛନ୍ତି।
ସେ ଧର୍ମ ଓ ସତ୍ୟତାରେ ପୃଥିବୀକୁ ଶାସନ କରିବେ।
ଏଲିୟ ଓ ବାଲଙ୍କ ଭବିଷ୍ୟଦ୍ବକ୍ତାଗଣ
18 ଅନାବୃଷ୍ଟିର ତୃତୀୟ ବର୍ଷରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ତୁମ୍ଭେ ଯାଇ ରାଜା ଆହାବଙ୍କୁ ସାକ୍ଷାତ କର। ଆମ୍ଭେ ଭୂମିକୁ ଶୀଘ୍ର ବୃଷ୍ଟି ପଠାଇବୁ।” 2 ତେଣୁ ଏଲିୟ ରାଜା ଆହାବଙ୍କୁ ଭେଟିବାକୁ ଗଲେ।
ସେ ସମୟରେ ଶମରିୟାରେ ପ୍ରବଳ ଦୁର୍ଭିକ୍ଷ ହୋଇଥିଲା। 3 ତେଣୁ ରାଜା ଆହାବ ରାଜଗୃହର ଅଧ୍ୟକ୍ଷ ଓବଦିୟକୁ ଡକାଇଲେ। ଓବଦିୟ ସଦାପ୍ରଭୁଙ୍କର ପ୍ରକୃତ ଅନୁଗାମୀ ଥିଲେ। 4 ପୁଣି ଯେଉଁ ସମୟରେ ଈଷେବଲ ସଦାପ୍ରଭୁଙ୍କ ଭବିଷ୍ୟଦ୍ବକ୍ତାମାନଙ୍କୁ ସଂହାର କରୁଥିଲେ ସେ ସମୟରେ ଓବଦିୟ ଏକଶତ ଭବିଷ୍ୟଦ୍ବକ୍ତାଙ୍କୁ ନେଇ ପଗ୍ଭଶ୍ ଜଣ କରି ଗୋଟିଏ ଗହ୍ୱର ମଧ୍ୟରେ ଲୁଗ୍ଭଇ ରଖି ସେମାନଙ୍କୁ ଅନ୍ନ ଜଳ ଦେଇ ପ୍ରତିପାଳନ କରିଥିଲେ। 5 ଆହାବ ଓବଦିୟକୁ କହିଲେ, “ମୋ’ ସହିତ ଆସ, ଆସ ଯିବା ଏବଂ ଦେଶର ସବୁ ଝରଣା ଓ ନଦୀ କୂଳ ଦେଖିବା। ଆମ୍ଭେ ଯଦି ଆମ୍ଭର ଅଶ୍ୱଗୁଡ଼ିକ ଓ ଗଧମାନଙ୍କ ପାଇଁ ପ୍ରଚୁର ଘାସ ପାଇ ପାରିବା ତେବେ ଆମ୍ଭେ ଆମ୍ଭର ପଶୁମାନଙ୍କୁ ବଧ କରିବାକୁ ପଡ଼ିବ ନାହିଁ।” 6 ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଲୋକ ଦେଶ ମଧ୍ୟରେ ଗୋଟିଏ ଗୋଟିଏ ପ୍ରାନ୍ତକୁ ଜଳର ଅନ୍ୱେଷଣ କରିବାକୁ ଗଲେ। ଆହାବ ଗୋଟିଏ ଦିଗରେ ଓ ଓବଦିୟ ଅନ୍ୟ ଦିଗରେ ଗଲେ। 7 ଓବଦିୟ ପଥ ମଧ୍ୟରେ ଯାଉ ଯାଉ ଏଲିୟଙ୍କୁ ଭେଟିଲେ। ସେ ସଙ୍ଗେ ସଙ୍ଗେ ଏଲିୟଙ୍କୁ ଚିହ୍ନିଲେ ଓ ମୁଣ୍ତ ନୁଆଁଇ ପ୍ରଣାମ କରି କହିଲେ, “ତୁମ୍ଭେ କ’ଣ ମୋର ମହାଶୟ ଏଲିୟ?”
8 ଏଲିୟ ତହୁଁ ଉତ୍ତର କଲେ, “ହଁ, ମୁଁ ଏଲିୟ, ଯାଅ ତୁମ୍ଭ ମୁନିବଙ୍କୁ ଜଣାଅ ମୁଁ ଏଠାରେ ଅଛି।”
9 ତା'ପରେ ଓବଦିୟ କହିଲେ, “ଯଦି ମୁଁ ଆହାବଙ୍କୁ ତୁମ୍ଭର ଉପସ୍ଥିତି କହେ, ତେବେ ସେ ମୋତେ ବଧ କରିବେ। ମୁଁ ତ ତୁମ୍ଭ ନିକଟରେ କିଛି ଅପରାଧ କରି ନାହିଁ, ତେବେ ତୁମ୍ଭେ ମୋତେ କାହିଁକି ମରାଇବାକୁ ଇଚ୍ଛା କରୁଛ?” 10 ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଛନ୍ତି। ମୁଁ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କହୁଛି, ଦେଶ ମଧ୍ୟରେ ଏପରି କୌଣସି ଗୋଷ୍ଠୀ ବା ରାଜ୍ୟ ନାହିଁ ଯେଉଁସ୍ଥାନକୁ ମୋର ପ୍ରଭୁ ତୁମ୍ଭକୁ ଅନ୍ୱେଷଣ କରିବାକୁ ପଠାଇ ନାହାନ୍ତି। ତୁମ୍ଭକୁ ଖୋଜିବାକୁ ରାଜା ପ୍ରତ୍ୟେକ ଦେଶକୁ ଲୋକ ପଠାଇ ଅଛନ୍ତି। ସେହି ଦେଶର ଶାସକମାନଙ୍କୁ ଶପଥ କରିବା ପାଇଁ ବାଧ୍ୟ କରିଛନ୍ତି ଯେ, ସେମାନେ ତୁମ୍ଭକୁ ସେମାନଙ୍କ ଦେଶରେ ପାଇ ନାହାନ୍ତି। 11 ଏବେ ତୁମ୍ଭେ କହୁଛ, ଯାଅ ଓ ତୁମ୍ଭ ପ୍ରଭୁଙ୍କୁ କୁହ ଏଲିୟ ଏଠାରେ ଅଛନ୍ତି। 12 ଯଦି ମୁଁ ଯାଇ ତୁମ୍ଭ ବିଷୟରେ ରାଜା ଆହାବଙ୍କୁ ଜଣାଏ ସଦାପ୍ରଭୁଙ୍କ ଆତ୍ମା ତୁମ୍ଭକୁ ମୋର ଅଜଣା ସ୍ଥାନକୁ ନେଇଯିବେ। ଯେତେବେଳେ ଆହାବ ତୁମ୍ଭକୁ ନ ପାଇବେ ସେ ମୋତେ ହତ୍ୟା କରିବେ। ମାତ୍ର ମୁଁ ବାଲ୍ୟ କାଳରୁ ସଦାପ୍ରଭୁଙ୍କ ଅନୁଗାମୀ ହୋଇ ଆସୁଛି। 13 ମୁଁ ଯାହା କରିଛି ତୁମ୍ଭେ ସେ ସବୁ ଜାଣିଛ। ଈଷେବଲ ଯେତେବେଳେ ସଦାପ୍ରଭୁଙ୍କ ଭବିଷ୍ୟଦ୍ବକ୍ତାମାନଙ୍କୁ ମାରିପକାଉ ଥିଲା। ମୁଁ ସେମାନଙ୍କ ମଧ୍ୟରୁ ଏକଶତ ଭବିଷ୍ୟଦ୍ବକ୍ତାଙ୍କୁ ନେଇ ପଗ୍ଭଶ୍ ଜଣ କରି ଦୁଇଟି ଗହ୍ୱରରେ ଲୁଗ୍ଭଇ ରଖିଥିଲି ଓ ସେମାନଙ୍କୁ ଅନ୍ନ ଜଳ ଦେଇ ଭରଣ ପୋଷଣ କରିଥିଲି। 14 ଏବେ ତୁମ୍ଭେ କହୁଛ, ଯାଅ ତୁମ୍ଭ ମୁନିବଙ୍କୁ କୁହ ଏଲିୟ ଏଠାରେ ଅଛି। ତହିଁରେ ସେ ମୋତେ ବଧ କରିବେ।”
15 ଏଲିୟ ଉତ୍ତର କଲେ, “ସର୍ବଶକ୍ତିମାନ ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ପ୍ରତିଜ୍ଞା କରୁଛି, ମୁଁ ନିଶ୍ଚୟ ରାଜାଙ୍କୁ ଆଜି ଦେଖା କରିବି।”
16 ତେଣୁ ଓବଦିୟ ରାଜା ଆହାବଙ୍କୁ ଏଲିୟଙ୍କ ଉପସ୍ଥିତି ଜଣାଇଲେ। ରାଜା ଏଲିୟଙ୍କୁ ସାକ୍ଷାତ କରିବାକୁ ଗଲେ।
17 ଆହାବ ଏଲିୟଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ସେହି, ଯେ ଇସ୍ରାଏଲର ଦୁଃଖର କାରଣ?”
18 ଏଲିୟ କହିଲେ, “ନା, ମୁଁ ଇସ୍ରାଏଲର ଅସୁବିଧା କରି ନାହିଁ। ତୁମ୍ଭେ ଓ ତୁମ୍ଭର ପିତୃବଂଶ ଏହି ଅସୁବିଧାର କାରଣ। ଏବଂ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞା ମାନିବା ବନ୍ଦ କରି ଭଣ୍ତ ଦେବତା ବାଲ୍ର ପୂଜା କରିବା ଆରମ୍ଭ କଲ। 19 ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇସ୍ରାଏଲକୁ କର୍ମିଲ ପର୍ବତରେ ଦେଖା କରିବାକୁ କୁହ। ବାଲ୍ଦେବତାର 450 ଭବିଷ୍ୟଦ୍ବକ୍ତା ଓ ଆଶେରା ବେଦିର 400 ଭବିଷ୍ୟଦ୍ବକ୍ତାଙ୍କୁ ସେହି ପର୍ବତରେ ଦେଖା କରିବାକୁ ଏକତ୍ର କର। ଯେଉଁମାନେ ସାଧାରଣତଃ ଇଷେବଲର ମେଜରେ ଭୋଜନ କରନ୍ତି ଏବଂ ସେମାନଙ୍କୁ ପର୍ବତକୁ ଆଣ।”
ଯୀଶୁ ଦୁଷ୍ଟାତ୍ମା କବଳରୁ ଜଣକୁ ସୁସ୍ଥ କଲେ
(ମାର୍କ 1:21-28)
31 ଯୀଶୁ ଗାଲିଲୀର କଫର୍ନାହୂମ ନାମକ ନଗରକୁ ଆସିଲେ। ସେ ବିଶ୍ରାମବାରରେ ଲୋକମାନଙ୍କୁ ଉପଦେଶ ଦେବାକୁ ଲାଗିଲେ। 32 ଲୋକେ ତାହାଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଉଥିଲେ। କାରଣ ସେ ଅଧିକାର ସହିତ କଥା କହୁଥିଲେ।
33 ସେହି ସମାଜଗୃହରେ ଥିବା ଜଣେ ଲୋକ ଦେହରେ ଦୁଷ୍ଟାତ୍ମା ଆସି ରହିଥିଲା। ସେ ବଡ଼ପାଟିରେ ଚିତ୍କାର କରି କହିଲା, 34 “ହେ ନାଜରିତର ଯୀଶୁ! ତୁମ୍ଭେ ଆମ୍ଭମାନଙ୍କଠାରୁ କ’ଣ ଗ୍ଭହୁଁଛ? ତୁମ୍ଭେ କ’ଣ ଆମ୍ଭମାନଙ୍କୁ ଧ୍ୱଂସ କରିଦେବାକୁ ଆସିଛ? ମୁଁ ଜାଣିଛି ତୁମ୍ଭେ କିଏ ତୁମ୍ଭେ ପରମେଶ୍ୱରଙ୍କ ସେହି ପବିତ୍ର ବ୍ୟକ୍ତି।” 35 ଯୀଶୁ ତାହାକୁ ଧମକ ଦେଇ କହିଲେ, “ଚୁପ୍ କର ଏହି ଲୋକର ଦେହରୁ ବାହାରିଯା”। ଏହା ପରେ ଦୁଷ୍ଟାତ୍ମା ସେହି ଲୋକଟିକୁ ସମସ୍ତଙ୍କ ସାମନାରେ ତଳେ ପକାଇ ଦେଲା ଓ ତାହାର କୌଣସି କ୍ଷତି ନ କରି ତା’ ଦେହରୁ ବାହାରିଗଲା।
36 ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କୁହାକୁହି ହେଲେ, “ଏ କିପରି କଥା? ଅଧିକାର ଓ ଶକ୍ତି ସହିତ ସେ ଦୁଷ୍ଟାତ୍ମାମାନଙ୍କୁ ଆଜ୍ଞା ଦେଉଛନ୍ତି। ଏବଂ ଦୁଷ୍ଟାତ୍ମାମାନେ ତାହାଙ୍କ କଥା ମାନି ବାହାରି ଆସୁଛନ୍ତି।” 37 ସେହି ଅଞ୍ଚଳର ସବୁ ସ୍ଥାନରେ ଯୀଶୁଙ୍କ ବିଷୟରେ ଏହି ଖବର ବ୍ୟାପିଗଲା।
2010 by World Bible Translation Center