Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 135

135 ସଦାପ୍ରଭୁଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
    ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର।
ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହୋଇଅଛ।
    ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହୋଇଅଛ, ତାଙ୍କର ଧନ୍ୟବାଦ କର।
ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି।
    ତାଙ୍କ ନାମର ପ୍ରଶଂସା ଗାନ କର, କାରଣ ଏହା ଆନନ୍ଦ ଆଣେ।

ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ମନୋନୀତ କଲେ।
    ସେ ନିଜର ଅତି ଆପଣା ଲୋକ ହେବା ପାଇଁ ସେ ଇସ୍ରାଏଲକୁ ମନୋନୀତ କଲେ।
ମୁଁ ଜାଣେ ସଦାପ୍ରଭୁ ମହାନ ଅଟନ୍ତି।
    ଆମ୍ଭମାନଙ୍କର ପ୍ରଭୁ ସମସ୍ତ ଦେବତାମାନଙ୍କ ଅପେକ୍ଷା ଶ୍ରେଷ୍ଠ।
ସ୍ୱର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ
    ସଦାପ୍ରଭୁ ଯାହା ଇଚ୍ଛା କରନ୍ତି, ତାହା କରନ୍ତି।
ପରମେଶ୍ୱର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଅଛନ୍ତି।
    ସେ ବର୍ଷା ସହିତ ବିଜୁଳି କରାନ୍ତି।
    ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହୀତ କରାନ୍ତି।
ପରମେଶ୍ୱର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ୟ ଓ ପଶୁଗଣଙ୍କୁ ହତ୍ୟା କଲେ।
ପରମେଶ୍ୱର ମିଶରରେ ବହୁତ ଆଶ୍ଚର୍ଯ୍ୟ ଓ ଅ‌ଦ୍‌ଭୂତ କାର୍ଯ୍ୟମାନ କଲେ।
    ସେ ସେଗୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ୟବହାର କଲେ।
10 ପରମେଶ୍ୱର ଅନେକ ଗୋଷ୍ଠୀକୁ ପରାସ୍ତ କଲେ।
    ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ୟା କଲେ।
11 ପରମେଶ୍ୱର ଇମୋରୀୟମାନଙ୍କ ରାଜା ସୀହୋନକୁ
    ଓ ବାଶନର ରାଜା ଓ‌ଗ୍‌କୁ
    ଏବଂ କିଣାନର ସକଳ ରାଜ୍ୟକୁ ପରାସ୍ତ କଲେ।
12 ଆଉ ସଦାପ୍ରଭୁ ସେମାନଙ୍କର ଦେଶ ଇସ୍ରାଏଲକୁ ଦେଲେ।
    ସଦାପ୍ରଭୁ ସେହି ଭୂମି ତାଙ୍କର ନିଜର ଲୋକମାନଙ୍କୁ ଦେଲେ।

13 ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହେବ।
    ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ।
14 ସଦାପ୍ରଭୁ ତାଙ୍କ ଲୋକମାନଙ୍କ ପ୍ରତି ରକ୍ଷା କରନ୍ତି।
    ସେ ତାଙ୍କର ସେବକମାନଙ୍କ ପ୍ରତି ଦୟା ଦେଖାନ୍ତି।
15 ଅନ୍ୟ ଦେଶୀୟମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା।
    ସେଗୁଡ଼ିକ ମନୁଷ୍ୟର ହସ୍ତ ଦ୍ୱାରା ନିର୍ମିତ ହେଉଥିଲା।
16 ସେହି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସେମାନେ କଥା କହିପାରିବେ ନାହିଁ।
    ସେମାନଙ୍କର ଆଖି ଅଛି, କିନ୍ତୁ ସେମାନେ ଦେଖି ପାରିବେ ନାହିଁ।
17 ସେମାନଙ୍କର କାନ ଅଛି ମାତ୍ର ସେମାନେ ଶୁଣି ପାରିବେ ନାହିଁ।
    ସେମାନଙ୍କର ନାକ ଅଛି, କିନ୍ତୁ ନିଶ୍ୱାସପ୍ରଶ୍ୱାସ ନାହିଁ।
18 ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଏବଂ ସେମାନଙ୍କଠାରେ ବିଶ୍ୱାସ ରଖନ୍ତି,
    ସେମାନେ ସେମାନଙ୍କ ତୁଲ୍ୟ ହେବେ।

19 ହେ ଇସ୍ରାଏଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
20 ହେ ଲେବୀର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
    ତୁମ୍ଭେ ଯିଏକି ସଦାପ୍ରଭୁଙ୍କୁ ଭୟ କର, ସଦାପ୍ରଭୁଙ୍କର ପ୍ରଶଂସା କର।
21 ଯିରୁଶାଲମବାସୀ,
    ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହୁଅନ୍ତୁ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 14:12-23

12 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 13 “ହେ ମନୁଷ୍ୟ ପୁତ୍ର, ଯଦି କୌଣସି ଦେଶ ମୋ'ଠାରେ ଅବିଶ୍ୱସ୍ତ ହୋଇ ମୋ’ ନିକଟରେ ପାପ କରେ, ତେବେ ଏହା ବିରୁଦ୍ଧରେ ମୁଁ ମୋର ହସ୍ତ ବିସ୍ତାର କରିବି ଏବଂ ଏହାର ଖାଦ୍ୟ ଯୋଗାଣ ବନ୍ଦ କରି ଦେବି, ଏହା ବିରୁଦ୍ଧରେ ଦୁର୍ଭିକ୍ଷ ପଠାଇବି, ଏବଂ ଉଭୟ ମନୁଷ୍ୟ ଓ ପଶୁକୁ ଏହିଠାରୁ ଦୂର କରିବି। 14 ଏବଂ ଏପରି ନୋହ, ଦାନିୟେଲ ଓ ଆୟୁବ ଯଦି ଏହି ତିନି ପୁରୁଷ ଆମ୍ଭେ, ତେବେ ସେମାନେ ସେମାନଙ୍କର ଧାର୍ମିକତା ଦ୍ୱାରା ନିଜର ପ୍ରାଣ ରକ୍ଷା କରିଥା’ନ୍ତେ, କିନ୍ତୁ ସେମାନେ ଦେଶକୁ ରକ୍ଷା କରିପାରି ନ ଥା’ନ୍ତେ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହିଛନ୍ତି।

15 ପରମେଶ୍ୱର କହିଲେ, “ଯଦି ମୁଁ ହିଂସ୍ରଜନ୍ତୁ ସବୁ ସେ ଦେଶ ମଧ୍ୟକୁ ପଠାଏ ଓ ସେମାନେ ଏହାର ନିବାସୀମାନଙ୍କୁ ହତ୍ୟା କରନ୍ତି ଓ ଏହା ଜନଶୂନ୍ୟ ସ୍ଥାନ ହୁଏ, ତେବେ ହିଂସ୍ରଜନ୍ତୁଙ୍କ ଭୟରେ କୌଣସି ମନୁଷ୍ୟ ସେହି ଦେଶରେ ଯାତାୟାତ କରନ୍ତି ନାହିଁ, 16 ଆଉ ଯଦି ନୋହ, ଦାନିୟେଲ ଓ ଆୟୁବ ଏହି ତିନି ଜଣ ଲୋକ ସେଠାରେ ଥା’ନ୍ତେ ସେମାନେ କେବଳ ରକ୍ଷା ପାଇଥା’ନ୍ତେ। ସେମାନେ ଏପରିକି ଅନ୍ୟମାନଙ୍କ ନିଜ ସନ୍ତାନମାନଙ୍କୁ ଉଦ୍ଧାର କରିପାରି ନ ଥା’ନ୍ତେ। ଏବଂ ଦେଶ ଏକ ମରୁଭୂମି ହୋଇଯାଇଥା’ନ୍ତା।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି।

17 ପରମେଶ୍ୱର କହିଲେ, “ଯଦି ମୁଁ ସେହି ଦେଶ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଉଠାଏ ଓ ଏହାକୁ ଆଜ୍ଞା କରେ, ଦେଶ ମଧ୍ୟରେ ଯିବା ପାଇଁ ଓ ମନୁଷ୍ୟ ଏବଂ ପଶୁକୁ ହତ୍ୟା କରିବା ପାଇଁ, 18 ଏପରିକି ଯଦି ନୋହ, ଦାନିୟେଲ ଓ ଆୟୁବ ଏହି ତିନି ଜଣ ଥା’ନ୍ତେ, ତାହାହେଲେ ସେମାନେ ଆପଣା ଧାର୍ମିକତା ଯୋଗୁଁ କେବଳ ନିଜକୁ ରକ୍ଷା କରି ପାରିଥା’ନ୍ତେ। କିନ୍ତୁ ସଦାପ୍ରଭୁ କହନ୍ତି, ମୁଁ ପ୍ରତିଜ୍ଞା କରୁଛି, ଏପରିକି ସେମାନେ ନିଜର ସନ୍ତାନମାନଙ୍କୁ ମଧ୍ୟ ରକ୍ଷା କରିପାରି ନ ଥା’ନ୍ତେ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହିଛନ୍ତି।

19 ପୁଣି ପରମେଶ୍ୱର କହିଲେ, “ଆମ୍ଭେ ଯେବେ ସେହି ଦେଶକୁ ମହାମାରୀ ପଠାଉ ଓ ଆମ୍ଭର କୋପ ତା’ ଉପରେ ଢାଳି ଦେଉ, ତେବେ ମନୁଷ୍ୟ ଓ ପଶୁକୁ ତା’ ମଧ୍ୟରୁ ଉଚ୍ଛିନ୍ନ କରୁ। 20 ଯଦି ନୋହ, ଦାନିୟେଲ, ଓ ଆୟୁବ ଥା’ନ୍ତେ ତେବେ ସେମାନେ କେବଳ ସେମାନଙ୍କର ଧାର୍ମିକତା ଦ୍ୱାରା ରକ୍ଷା ପାଇଥା’ନ୍ତେ, ଏପରିକି ସେମାନେ ନିଜ ସନ୍ତାନମାନଙ୍କୁ ରକ୍ଷା କରିପାରି ନ ଥା’ନ୍ତେ।” ଏହା ସଦାପ୍ରଭୁ, ମୋର ପ୍ରଭୁ ଶପଥ କରନ୍ତି।

21 ତା'ପରେ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ତେଣୁ ଚିନ୍ତାକର ଯିରୁଶାଲମ ପ୍ରତି କି ମହା ଅନିଷ୍ଟ ଘଟିବ? ଯେତେବେଳେ ମୁଁ ଗ୍ଭରି ମହାଦଣ୍ଡ ଯଥା: ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ, ହିଂସ୍ରଜନ୍ତୁ ଓ ମହାମାରୀ ପଠାଇବି, ସେତେବେଳେ ମନୁଷ୍ୟ ଓ ପଶୁ ସମସ୍ତେ ଉଚ୍ଛିନ୍ନ ହେବେ। 22 ତଥାପି ଯେଉଁ କେତେଜଣ ଅବଶିଷ୍ଟାଂଶ ରହିବେ, ସେମାନେ ସେମାନଙ୍କର ପୁତ୍ରକନ୍ୟାଙ୍କୁ ଆଣି ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭେମାନେ ସେମାନଙ୍କର ଆଗ୍ଭର ବ୍ୟବହାର ଓ କ୍ରିୟାସକଳ ଦେଖିବ। ପୁଣି ଆମ୍ଭେ ଯିରୁଶାଲମ ଉପରେ ଯେଉଁ ଅମଙ୍ଗଳ ଘଟାଇଅଛୁ ଓ ତାହା ପ୍ରତି ଯେ ସକଳ ଅନିଷ୍ଟ କରିଅଛୁ, ସେଥିପାଇଁ ତୁମ୍ଭେମାନେ ସାନ୍ତ୍ୱନା ପାଇବ। 23 ସେମାନଙ୍କର ଆଗ୍ଭର, ବ୍ୟବହାର ଓ କ୍ରିୟାକଳାପ ତୁମ୍ଭେମାନେ ଦେଖିବ ଓ ହୃ‌ଦ୍‌ବୋଧ କରିବ ଯେ ମୁଁ ସେମାନଙ୍କ ବିରୁଦ୍ଧରେ ଓ ଯିରୁଶାଲମ ବିରୁଦ୍ଧରେ ଯାହାସବୁ କରିଅଛି, ଯଥାର୍ଥ ଥିଲା।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

ମାର୍କ ଲିଖିତ ସୁସମାଗ୍ଭର 7:24-30

ଯୀଶୁ ଜଣେ ଅଣଯିହୂଦୀ ସ୍ତ୍ରୀଲୋକକୁ ସାହାଯ୍ୟ କଲେ

(ମାଥିଉ 15:21-28)

24 ଯୀଶୁ ସେ ସ୍ଥାନ ଛାଡ଼ି ସୋରର ଆଖ ପାଖ ଅଞ୍ଚଳକୁ ଗଲେ। ସେଠାରେ ଯୀଶୁ ଗୋଟିଏ ଘର ଭିତରକୁ ଗଲେ। ସେ ଗ୍ଭହୁଁ ନ ଥିଲେ ଯେ, କୌଣସି ଲୋକ ତାହାଙ୍କର ଆସିଥିବା ଖବର ଜାଣନ୍ତୁ। କିନ୍ତୁ ସେ ସେଠାରେ ଲୁଚି ରହି ପାରିଲେ ନାହିଁ। 25 ଜଣେ ସ୍ତ୍ରୀଲୋକ ଯୀଶୁ ଆସିଥିବା ଖବର ଶୁଣି ପାରିଲା। ତା'ର ଝିଅ ଦେହରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ତେଣୁ ସେ ସଙ୍ଗେ ସଙ୍ଗେ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ପାଦ ତଳେ ପଡ଼ିଗଲା। 26 ସେ ସ୍ତ୍ରୀ ଲୋକଟି ଗ୍ରୀକ୍ ଥିଲା। ସେ ସୁର ଫୈନୀକୀୟାଠାରେ ଜନ୍ମ ହୋଇଥିଲା। ସେ ତା’ ଝିଅଠାରୁ ଭୂତକୁ ବାହାର କରି ଦେବା ପାଇଁ ଯୀଶୁଙ୍କୁ ପ୍ରାର୍ଥନା କଲା।

27 ଯୀଶୁ ତାହାକୁ କହିଲେ, “ପ୍ରଥମେ ପିଲାମାନଙ୍କୁ ତୃପ୍ତ ହେବାକୁ ଦିଅ, କାରଣ ପିଲାମାନଙ୍କର ରୋଟୀ ନେଇ ଯାଇ କୁକୁରମାନଙ୍କ ଆଗରେ ଫିଙ୍ଗି ଦେବା ଠିକ୍ ନୁହେଁ।”

28 ସେ ସ୍ତ୍ରୀ ଲୋକଟି ଉତ୍ତର ଦେଲୋ, “ହେ ପ୍ରଭୁ, ତାହା ସତ୍ୟ, କିନ୍ତୁ ପିଲାମାନେ ଖାଉଥିବା ସମୟରେ ତଳକୁ ଖସି ପଡ଼ୁଥିବା ଖାଦ୍ୟର ଟିକି ଟିକି ଅଂଶତକ ଟେବୁଲ ତଳେ ଥିବା କୁକୁରମାନେ ମଧ୍ୟ ଖାଇ ଥା’ନ୍ତି।”

29 ତା'ପରେ ଯୀଶୁ ସେହି ସ୍ତ୍ରୀଲୋକଟିକୁ କହିଲେ, “ଏହା ହିଁ ଉପଯୁକ୍ତ ଉତ୍ତର। ଏବେ ତୁମ୍ଭେ ଘରକୁ ଯାଇ ପାର। ଭୂତ ତୁମ୍ଭର ଝିଅକୁ ଛାଡ଼ି ଗ୍ଭଲି ଗଲାଣି।”

30 ସେହି ସ୍ତ୍ରୀ ଲୋକଟି ଘରକୁ ଯାଇ ଦେଖିଲା ଯେ ତାହାର ଝିଅ ଖଟରେ ଶୋଇଛି। ଦୁଷ୍ଟାତ୍ମା ତା’ ଦେହରୁ ବାହାରି ଗ୍ଭଲି ଯାଇଛିା

Odia Holy Bible: Easy-to-Read Version (ERV-OR)

2010 by World Bible Translation Center