Revised Common Lectionary (Semicontinuous)
ମରିୟମ ପରମେଶ୍ୱରଙ୍କ ସ୍ତୁତି କଲେ
46 ତା'ପରେ ମରିୟମ କହିଲେ,
“ମୋର ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି।
47 ମୋର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ। କାରଣ ପରମେଶ୍ୱର ମୋର ଉଦ୍ଧାର କର୍ତ୍ତା।
48 ମୋର କିଛି ମହତ୍ତ୍ୱ ନାହିଁ,
କିନ୍ତୁ ପରମେଶ୍ୱର ମୋ’ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ।
ଆଜିଠାରୁ ସମସ୍ତେ ମୋତେ ଧନ୍ୟ କହିବେ।
49 କାରଣ ସର୍ବଶକ୍ତିମାନ ପରମେଶ୍ୱର ମୋ’ ପାଇଁ ମହାନ୍ କାର୍ଯ୍ୟ ସବୁ କରିଛନ୍ତି।
ତାହାଙ୍କର ନାମ ପବିତ୍ର ହେଉ।
50 ଯେଉଁମାନେ ତାହାଙ୍କର ଉପାସନା କରନ୍ତି,
ସେ ସେମାନଙ୍କୁ ସଦାସର୍ବଦା ଦୟା କରନ୍ତି।
51 ସେ ତାହାଙ୍କର ବାହୁର ଶକ୍ତି ଦେଖାଇଛନ୍ତି।
ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସେମାନଙ୍କର ସମସ୍ତ ଯୋଜନା ଧ୍ୱଂସ କରିଦେଲେ।
52 ପରମେଶ୍ୱର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ
ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
53 ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦେଇ ତୃପ୍ତ କଲେ,
କିନ୍ତୁ ଧନୀ ଓ ସ୍ୱାର୍ଥପର ଲୋକଙ୍କୁ ଖାଲି ହାତରେ ଫେରାଇଦେଲେ।
54 ତାହାଙ୍କର ସେବା କରିବା ପାଇଁ ସେ ନିଜେ ବାଛିଥିବା ଇସ୍ରାଏଲର ଲୋକମାନଙ୍କୁ ସାହାଯ୍ୟ କଲେ।
ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।
55 ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦେଖାଇବା ପାଇଁ ଦେଇଥିବା,
ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।”
ହାନ୍ନା ଧନ୍ୟବାଦ ଦେଲା
2 ହାନ୍ନା ପ୍ରାର୍ଥନା କରି କହିଲା,
“ମୋର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହାଉଲ୍ଲାସ କରୁଅଛି।
ପରମେଶ୍ୱରଙ୍କଠାରେ ମୁଁ ମୋର ବହୁତ ଶକ୍ତି ଅନୁଭବ କରୁଛି।
ମୁଁ ମୋର ଶତ୍ରୁମାନଙ୍କୁ ଉପହାସ କରୁଛି।
ଯେହେତୁ ତୁମ୍ଭେ ମୋତେ ରକ୍ଷା କରିଥିବାରୁ ମୁଁ ବହୁତ ଖୁସୀ।
2 ପରମେଶ୍ୱରଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ,
କାରଣ ତୁମ୍ଭ ବ୍ୟତୀତ ଆଉ କେହି ପରମେଶ୍ୱର ନାହାନ୍ତି।
ଆମ୍ଭର ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ।
3 ନିଜ ବୃଥାଗର୍ବ ବନ୍ଦ କର।
ଅହଂକାର ଭାବରେ କହିବା ବନ୍ଦ କର।
ସଦାପ୍ରଭୁ ପରମେଶ୍ୱର ସର୍ବଜ୍ଞ ଅଟନ୍ତି ଏବଂ
ସେ ଲୋକମାନଙ୍କୁ ସେମାନଙ୍କର କର୍ମ ଅନୁଯାୟୀ ବିଗ୍ଭର କରନ୍ତି।
4 ବୀରମାନଙ୍କର ସମସ୍ତ ଧନୁ ଭଙ୍ଗା ଯାଇଅଛି
ଓ ଝୁଣ୍ଟି ପଡ଼ୁଥିବା ଦୁର୍ବଳ ଲୋକମାନେ ବଳଶାଳୀ ହୋଇଛନ୍ତି।
5 ଯେଉଁମାନେ, ବେଶି ଖାଦ୍ୟ ଖାଉଥିଲେ,
ବର୍ତ୍ତମାନ ନିଶ୍ଚୟ କଠିନ ପରିଶ୍ରମ କରିବେ।
ଖାଦ୍ୟ ଅଭାବରୁ ଯେଉଁମାନେ କ୍ଷୁଧାର୍ତ୍ତ ଥିଲେ,
ସେମାନେ ଖାଦ୍ୟ ପାଇ ଅଛନ୍ତି।
ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି
ଓ ସ୍ତ୍ରୀଲୋକଟି ଯାହାର ବହୁତ ସନ୍ତାନ ଥିଲା
ସେ ଦୁଃଖିତା ହୋଇଅଛି।
6 ସଦାପ୍ରଭୁ ଲୋକମାନଙ୍କର ମୃତ୍ୟୁର କାରଣ ହୁଅ
ଓ ସେ ପୁନର୍ବାର ଲୋକମାନଙ୍କ ଜୀବନ ଫେରାଇ ଆଣି ପାରନ୍ତି।
ସଦାପ୍ରଭୁ ଲୋକମାନଙ୍କୁ କବରକୁ ପଠାନ୍ତି
ଓ କବରରୁ ସେମାନଙ୍କୁ ଉଠାଇ ଆଣିପାରନ୍ତି।
7 ସଦାପ୍ରଭୁ ଲୋକମାନଙ୍କୁ ନିର୍ଦ୍ଧନ କରନ୍ତି
ବା ଧନବାନ୍ କରାନ୍ତି।
ସେ ଲୋକମାନଙ୍କୁ ନମ୍ର କରନ୍ତି
କିମ୍ବା ସେମାନଙ୍କୁ ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ କରାନ୍ତି।
8 ସଦାପ୍ରଭୁ ଗରିବ ଲୋକମାନଙ୍କୁ ଧୂଳିରୁ ଉଠାନ୍ତି।
ସେ ଦରିଦ୍ର ଲୋକମାନଙ୍କୁ ଅଳିଆ ଗଦାରୁ ଉଠାଇବେ।
ସେ ଗରିବ ଲୋକମାନଙ୍କୁ ରାଜକୁମାରମାନଙ୍କ ସହିତ
ଓ କୁଳୀନ ଅତୀଥିମାନଙ୍କ ସହିତ ବସିବା ପାଇଁ ଉଠେଇ ଦିଅନ୍ତି
କାରଣ ସଦାପ୍ରଭୁ ସମଗ୍ର ବ୍ରହ୍ମାଣ୍ଡକୁ ନିର୍ମାଣ କରିଛନ୍ତି ଏବଂ ସମୁଦାୟ ବ୍ରହ୍ମାଣ୍ତ ତାଙ୍କର ଅଟେ।
9 ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସୁରକ୍ଷା କରନ୍ତି।
ସେ ସେମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରନ୍ତି।
କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାରରେ ଝୁଣ୍ଟିପଡ଼ନ୍ତି ଓ ଧ୍ୱଂସ ହୁଅନ୍ତି।
ସେମାନଙ୍କର ଶକ୍ତି ସେମାନଙ୍କୁ ରକ୍ଷା କରିବା ପାଇଁ ସାହାଯ୍ୟ କରେ ନାହିଁ।
10 ଯେଉଁମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ସହିତ ପ୍ରତିବାଦ କରନ୍ତି, ସେମାନେ ଭଗ୍ନ ହେବେ।
ସଦାପ୍ରଭୁ ସ୍ୱର୍ଗରେ ଥାଇ ସେହି ଲୋକମାନଙ୍କ ବିରୁଦ୍ଧରେ ଗର୍ଜନ କରିବେ।
ଏବଂ ସଦାପ୍ରଭୁ ପୃଥିବୀର ସମସ୍ତ ଲୋକମାନଙ୍କର ବିଗ୍ଭର କରିବେ
ଓ ସେ ଆପଣା ରାଜାକୁ ବଳ ଦେବେ।
ସେ ତାଙ୍କର ଅଭିଷିକ୍ତ ରାଜାଙ୍କୁ ଉନ୍ନତ କରିବେ।”
ଯୀଶୁ ଜଣେ ରାଜା ଭଳି ଯିରୁଶାଲମରେ ପ୍ରବେଶ କଲେ
(ମାଥିଉ 21:1-11; ଲୂକ 19:28-40; ଯୋହନ 12:12-19)
11 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମର ନିକଟବର୍ତ୍ତୀ ହେଲେ। ସେମାନେ ଜୀତପର୍ବତ ପାଖ ବେଥ୍ଫାଗୀ ଓ ବେଥନୀୟା ସହରରେ ପହଞ୍ଚିଲେ। ଯୀଶୁ ନିଜ ଶିଷ୍ୟମାନଙ୍କ ଭିତରୁ ଦୁଇଜଣକୁ ଏହା କହି ପଠାଇଲେ, 2 “ଆଗରେ ଦେଖାଯାଉଥିବା ଗାଆଁକୁ ଯାଅ। ଗାଁଆ ଭିତରେ ପ୍ରବେଶ କରିବା ମାତ୍ରେ ତୁମ୍ଭେମାନେ ଗୋଟିଏ ଗଧଛୁଆ ବନ୍ଧା ହୋଇଥିବାର ଦେଖିବ। ସେହି ଗଧ ଛୁଆ ଉପରେ କେହି ଏ ପର୍ଯ୍ୟନ୍ତ ଚଢ଼ି ନାହାନ୍ତି। ତାକୁ ଖୋଲି ମୋ’ ପାଖକୁ ନେଇ ଆସ। 3 ଯଦି କୌଣସି ଲୋକ ତୁମ୍ଭମାନଙ୍କୁ ଗଧଛୁଆକୁ କାହିଁକି ନେଇ ଯାଉଛ ବୋଲି ପଗ୍ଭରେ, ତେବେ ତୁମ୍ଭେମାନେ ତାହାକୁ କହିବ, ‘ପ୍ରଭୁଙ୍କର ଏହା ଦରକାର ଅଛି। ତା'ପରେ ତାହାକୁ ଶୀଘ୍ର ଫେରାଇ ଦେବେ।’”
4 ସେମାନେ ଗ୍ଭଲିଗଲେ। ସେମାନେ ଗୋଟିଏ ଦ୍ୱାର ପାଖ ଦାଣ୍ଡରେ ଏକ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିଲେ। ସେମାନେ ତାହାକୁ ଖୋଲିଦେଲେ। 5 କେତେକ ଲୋକ ସେଠାରେ ଠିଆ ହୋଇଥିଲେ। ସେମାନେ ଏହା ଦେଖି ପଗ୍ଭରିଲେ, “ତୁମ୍ଭେମାନେ ଏ ଗଧଛୁଆକୁ କାହିଁକି ଖୋଲୁଛ?” 6 ଶିଷ୍ୟମାନଙ୍କୁ ଯୀଶୁ ଯାହା କହିବା ପାଇଁ କହିଥିଲେ, ଶିଷ୍ୟମାନେ ଲୋକମାନଙ୍କୁ ତାହା କହିଲେ। ତା'ପରେ ଲୋକମାନେ ଗଧଛୁଆ ସହ ସେମାନଙ୍କୁ ଛାଡ଼ିଦେଲେ।
7 ଶିଷ୍ୟମାନେ ଗଧକୁ ଯୀଶୁଙ୍କ ପାଖକୁ ଆଣିଲେ ଓ ଗଧ ପିଠି ଉପରେ ନିଜ ଲୁଗା ପକାଇ ଦେଲେ। ଯୀଶୁ ତା’ ଉପରେ ବସିଲେ। 8 ଅନେକ ଲୋକ ଯୀଶୁଙ୍କ ପାଇଁ ସେମାନଙ୍କ ଲୁଗା ରାସ୍ତାରେ ବିଛେଇ ଦେଲେ। ଅନ୍ୟମାନେ ଡାଳ କାଟି ଆଣି ରାସ୍ତାରେ ବିଛେଇ ଦେଲେ। 9 କେତେକ ଲୋକ ଯୀଶୁଙ୍କ ଆଗେ ଆଗେ ଯାଉଥିଲେ ଓ ଅନ୍ୟ କେତେକ ତାହାଙ୍କ ପଛେ ପଛେ ଯାଉଥାଲେ। ସମସ୍ତେ ପାଟି କରି କହୁଥିଲେ,
10 “ଆମ୍ଭର ପିତା ଦାଉଦଙ୍କର ଆଗାମୀ ରାଜ୍ୟ ଧନ୍ୟ,
ସ୍ୱର୍ଗରେ ରହୁଥିବା ପରମ ପିତା ହେଉଛନ୍ତି ଧନ୍ୟ।”
11 ଯୀଶୁ ଯିରୁଶାଲମ ଆସି ମନ୍ଦିର[b] ଭିତରେ ପ୍ରବେଶ କଲେ। ଯୀଶୁ ମନ୍ଦିରରେ ପ୍ରତ୍ୟେକ ବିଷୟ ପ୍ରତି ଦୃଷ୍ଟି ପକାଇଲେ। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ତେଣୁ ଯୀଶୁ ବାରଜଣ ପ୍ରେରିତଙ୍କ ସହିତ ବେଥନୀୟାକୁ ଗ୍ଭଲିଗଲେ।
2010 by World Bible Translation Center