Revised Common Lectionary (Semicontinuous)
ସେ (ସ୍ତ୍ରୀ) ପୁନର୍ବାର କହିଲେ
8 ମୁଁ ମୋର ପ୍ରିୟତମାର ରବ ଶୁଣୁ ଅଛି।
ଦେଖ ସେ ପର୍ବତଗଣ ଉପରେ ଲୁଚି ଉପପର୍ବତଗଣ ଉପରେ
ଡେଇଁ ଡେଇଁ ଆସୁ ଅଛନ୍ତି।
9 ମୋହର ପ୍ରିୟତମ ଏକ ହରିଣ
ଓ ଏକ ତରୁଣ ମୃଗତୁଲ୍ୟ।
ଦେଖ, ସେ ଝରକା ଦେଇ ଅନାଇ ଅଛନ୍ତି,
ପ୍ରାଚୀର ପଛେ ଠିଆ ହୋଇଅଛନ୍ତି।
ସେ ଜାଲି ପରଦା ବାଟେ ଆପଣାକୁ ଦେଖାଉ ଅଛନ୍ତି।
10 ମୋହର ପ୍ରିୟତମ କଥା କହିଲେ
ଓ ସେ ମୋତେ କହିଲେ, “ହେ ମୋର ପ୍ରିୟେ, ମୋହର ସୁନ୍ଦରୀ, ଉଠ,
ବାହାରି ଆସ।
11 କାରଣ ଦେଖ ଶୀତ ଗ୍ଭଲିଯାଇଛି
ଓ ବୃଷ୍ଟି ବନ୍ଦ ହୋଇଯାଇଛି।
12 ଭୂମିରେ ପୁଷ୍ପଗୁଡ଼ିକ ପ୍ରସ୍ଫୁଟିତ ହୋଇଅଛି।
ପକ୍ଷୀଗଣର ଗାୟନକାଳ ଉପସ୍ଥିତ ହୋଇଅଛି।
ଆମ୍ଭମାନଙ୍କ ଦେଶରେ କପୋତର ଶବ୍ଦ ଶୁଣା ଯାଉଅଛି।
13 ପାଚିଲା ଡିମ୍ବିରି ଫଳସବୁ ଡିମ୍ବିରି ବୃକ୍ଷରେ ଅଙ୍କୁରିତ ହେଉଛି।
ଦ୍ରାକ୍ଷାଲତା ପୁଷ୍ପିତ ହୋଇ ଏହାର ସୁବାସ ବିଚ୍ଛୁରିତ ହୋଇଯାଉଛି।
ହେ ମୋର ପ୍ରିୟେ, ମୋର ସୁନ୍ଦରୀ, ଉଠ
ଏବଂ ବାହାରକୁ ଆସ।”
ଯାକୁବର ପରିବାର ବଢ଼ିଲେ
31 ସଦାପ୍ରଭୁ ଦେଖିଲେ ଲେୟା ଘୃଣିତ ହେଉଛି, ସେଥିପାଇଁ ସଦାପ୍ରଭୁ ଲେୟାକୁ ଗର୍ଭବତୀ କରାଇଲେ। ରାହେଲର କୌଣସି ସନ୍ତାନ ଜନ୍ମ ହେଲା ନାହିଁ।
32 ଲେୟା ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ରୁବେନ୍ ଦେଲେ। ଲେୟା ତାଙ୍କର ଏପରି ନାମ ଦେଲେ କାରଣ ସେ କହିଲେ, “ସଦାପ୍ରଭୁ ମୋର ଦୁଃଖ ଦେଖି ଅଛନ୍ତି। ମୋର ସ୍ୱାମୀ ମୋତେ ଭଲ ପାଇବେ।”
33 ଲେୟା ପୁନରାୟ ଗର୍ଭବତୀ ହୋଇ ଅନ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାଙ୍କର ନାମ ଦେଲେ ଶିମିୟୋନ, ସେ ଶୁଣି ପାରିଲା। ଲେୟା କହିଲେ, “ସଦାପ୍ରଭୁ ଶୁଣିଲେ ଯେ ମୋ’ ସ୍ୱାମୀ ମୋତେ ଘୃଣା କରନ୍ତି। ତେଣୁ ସେ ମୋ’ କୋଳରେ ଏହି ସନ୍ତାନ ଦେଇଛନ୍ତି।”
34 ଲେୟା ପୁଣି ଗର୍ଭବତୀ ହେଲେ, ଏବଂ ଅନ୍ୟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ସେ ସେହି ପିଲାର ନାମ ଦେଲା ଲେବୀ। ଲେୟା କହିଲେ, “ଏବେ ମୋ’ ସ୍ୱାମୀ ମୋ'ଠାରେ ଆସକ୍ତ ହେବେ। ଯେହେତୁ ମୁଁ ତାଙ୍କୁ ତିନୋଟି ପୁତ୍ର ଦେଇଅଛି।”
35 ଏହା ପରେ ଲେୟା ଅନ୍ୟ ଏକ ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ଦେଲେ ଯିହୁଦା, ସେ କହିଲେ, “ବର୍ତ୍ତମାନ ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି।” ଏହା ପରେ ଲେୟା ପିଲା ଜନ୍ମ କରିବା ବନ୍ଦ କରିଦେଲେ।
ଯୀଶୁ ତାହାଙ୍କ ଶିଷ୍ୟମାନଙ୍କର ପାଦ ଧୋଇଲେ
13 ସେତେବେଳେ ଯିହୂଦୀମାନଙ୍କର ନିସ୍ତାରପର୍ବ ସମୟ ପ୍ରାୟ ହୋଇଯାଇଥିଲା। ଯୀଶୁ ଜାଣିଥିଲେ, ତାହାଙ୍କୁ ଜଗତକୁ ଛାଡ଼ିଯିବାର ସମୟ ଉପସ୍ଥିତ ହୋଇଗଲାଣି। ବର୍ତ୍ତମାନ ସେ ତାହାଙ୍କ ପରମପିତାଙ୍କ ନିକଟକୁ ଫେରିଯିବେ। ସେ ସବୁବେଳେ ଏହି ଜଗତରେ ଥିବା ତାହାଙ୍କ ନିଜର ହୋଇଯାଇଥିବା ଲୋକମାନଙ୍କୁ ଭଲ ପାଉଥିଲେ। ସେ ସେମାନଙ୍କ ପ୍ରତି ତାହାଙ୍କର ଗଭୀର ଓ ଚୁଡ଼ାନ୍ତ ପ୍ରେମ ଦେଖାଇଥିଲେ।
2 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସନ୍ଧ୍ୟା ଭୋଜନରେ ବସିଥିଲେ। ଶିମୋନର ପୁତ୍ର ଇଷ୍କାରିୟୋତ ଯିହୂଦାଙ୍କୁ ଯୀଶୁଙ୍କ ବିରୁଦ୍ଧରେ ଶୟତାନ ପ୍ରବର୍ତ୍ତାଇ ସାରିଥିଲା। 3 ପରମପିତା ଯୀଶୁଙ୍କୁ ସବୁ ବିଷୟରେ କ୍ଷମତା ଦେଇଥିଲେ। ଯୀଶୁ ଏହା ଜାଣିଥିଲେ। ସେ ପରମେଶ୍ୱରଙ୍କଠାରୁ ଆସିଛନ୍ତି, ବୋଲି ମଧ୍ୟ ଜାଣିଥିଲେ। ସେ ତାହାଙ୍କ ପାଖକୁ ଫେରିଯାଉଛନ୍ତି ବୋଲି ମଧ୍ୟ ଜାଣିଥିଲେ। 4 ସେମାନେ ଖାଇବା ସମୟରେ ଯୀଶୁ ଠିଆ ହୋଇ ପିନ୍ଧିଥିବା ଲମ୍ବା ପୋଷାକଟି ଖୋଲିଦେଲେ। ସେ ଅଣ୍ଟାରେ ଗୋଟିଏ ତଉଲିଆ ଗୁଡ଼େଇ ହୋଇ ପଡ଼ିଲେ। 5 ତା'ପରେ ସେ ପାତ୍ରରେ ଜଳ ଭର୍ତ୍ତି କଲେ ଓ ଶିଷ୍ୟମାନଙ୍କର ପାଦ ଧୋଇବା ଆରମ୍ଭ କଲେ। ସେ ଅଣ୍ଟାରେ ବାନ୍ଧିଥିବା ତଉଲିଆରେ ସେମାନଙ୍କର ପାଦ ପୋଛିଲେ।
6 ଯୀଶୁ ଶିମୋନ ପିତରଙ୍କ ପାଖକୁ ଆସିଲେ। କିନ୍ତୁ ପିତର ତାହାଙ୍କୁ କହିଲେ, “ପ୍ରଭୁ, ତୁମେ ମୋର ପାଦ ଧୋଇବା ଉଚିତ୍ ନୁହେଁ।”
7 ଯୀଶୁ କହିଲେ, “ତୁମେ ଏବେ ଜାଣିପାରୁ ନାହଁ ଯେ, ମୁଁ କ'ଣ କରୁଛି। କିନ୍ତୁ ପରେ ତୁମେ ବୁଝିବ।”
8 ପିତର କହିଲେ, “ନା, ଆପଣ ମୋ’ ପାଦ କେବେ ଧୋଇବେ ନାହିଁ।”
ଯୀଶୁ ଉତ୍ତର ଦେଲେ, “ଯଦି ମୁଁ ତୁମ ପାଦ ଧୋଇବି ନାହିଁ, ତେବେ ତୁମେ କଦାପି ମୋର ଲୋକମାନଙ୍କ ମଧ୍ୟରୁ ଜଣେ ହେବ ନାହିଁ।”
9 ଶିମୋନ ପିତର ଉତ୍ତର ଦେଲେ, “ହେ ପ୍ରଭୁ, ତୁମେ ମୋର ପାଦ ଧୋଇବା ପରେ ମୋର ହାତ ଓ ମୁଣ୍ଡ ମଧ୍ୟ ଧୋଇ ଦିଅ।”
10 ଯୀଶୁ କହିଲେ, “ଜଣେ ଲୋକ ସ୍ନାନ କରିବାପରେ ତା'ର ସମ୍ପୂର୍ଣ୍ଣ ଶରୀରଟା ନିର୍ମଳ ହୋଇଯାଏ। କେବଳ ତା'ର ପାଦ ସେ ଧୋଇବା ଦରକାର। ମୁଁ ଜାଣେ ତୁମ୍ଭେମାନେ ପରିଷ୍କାର ହୋଇଛ, କିନ୍ତୁ ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।” 11 ଯୀଶୁ ଜାଣିଥିଲେ ଯେ କିଏ ତାହାଙ୍କ ବିରୁଦ୍ଧରେ ଉଠିବ, ତେଣୁ ସେ କହିଲେ, “ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।”
12 ଯୀଶୁ ଶିଷ୍ୟମାନଙ୍କ ପାଦ ଧୋଇ ସାରିଲେ। ତା'ପରେ ସେ ଲୁଗାପଟା ପିନ୍ଧି ମେଜ ପାଖରେ ପୁଣି ବସିଲେ, ଯୀଶୁ ପଗ୍ଭରିଲେ, “ମୁଁ ତୁମ ପାଇଁ କ'ଣ କଲି, ତୁମ୍ଭେ ତାହା ବୁଝିପାରିଲ କି? 13 ତୁମେ ମୋତେ ‘ଗୁରୁ’ ଓ ‘ପ୍ରଭୁ’ କହୁଛ। ଅବଶ୍ୟ, ଏହା ଠିକ୍, କାରଣ ମୁଁ ତାହା ଅଟେ।” 14 ମୁଁ ତୁମ୍ଭର ଗୁରୁ ଓ ପ୍ରଭୁ। କିନ୍ତୁ ମୁଁ ତୁମ୍ଭର ପାଦକୁ ଗୋଟିଏ ସେବକ ରୂପେ ଧୋଇଲି। ତେଣୁ ତୁମେ ମଧ୍ୟ ପରସ୍ପରର ପାଦ ଧୋଇବା ଉଚିତ୍। 15 ମୁଁ ଏହା ତୁମ୍ଭ ପାଇଁ ଗୋଟିଏ ଆଦର୍ଶ ସ୍ୱରୂପ କଲି। ତେଣୁ ତୁମ୍ଭେ ପରସ୍ପର ମଧ୍ୟରେ ଏହିପରି କରିବ। 16 ମୁଁ ଏହା ସତ୍ୟ କହୁଛି, ଜଣେ ସେବକ ତା'ର ପ୍ରଭୁଠାରୁ ବଡ଼ ନୁହେଁ। ଯେଉଁ ଲୋକକୁ କିଛି କାର୍ଯ୍ୟ କରିବା ପାଇଁ ପଠାଯାଇଛି, ସେ ପ୍ରେରଣକର୍ତ୍ତାଙ୍କଠାରୁ ବଡ଼ ନୁହେଁ। 17 ଯଦି ତୁମ୍ଭେ ଏହା ସବୁ ଜାଣ ତେବେ ତୁମ୍ଭେ ଏହି କାର୍ଯ୍ୟ କରି ଖୁସୀ ହେବ।
2010 by World Bible Translation Center