Revised Common Lectionary (Semicontinuous)
ଏକ ଆରୋହଣ ଗୀତ।
130 ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି।
ତେଣୁ ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକୁଅଛି।
2 ହେ ମୋର ପ୍ରଭୁ, ମୋର ଗୁହାରୀ ଶୁଣ।
ସାହାଯ୍ୟ ପାଇଁ ମୋର ଡାକ ଶୁଣ।
3 ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର,
ତେବେ କେହି ବଞ୍ଚିବେ ନାହିଁ।
4 ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର,
ସେଥିପାଇଁ ସେମାନେ ତୁମ୍ଭଙ୍କୁ ଡରନ୍ତି ଏବଂ ଉପାସନା କରନ୍ତି।
5 ମୁଁ ସଦାପ୍ରଭୁଙ୍କର ସାହାଯ୍ୟକୁ ଅପେକ୍ଷା କରିଛି।
ମୋର ପ୍ରାଣ ତାଙ୍କୁ ଗ୍ଭହିଁ ରହିଛି।
ମୁଁ ସଦାପ୍ରଭୁଙ୍କର ବାକ୍ୟରେ ଭରସା ରଖିଛି।
6 ମୁଁ ମୋର ପ୍ରଭୁଙ୍କ ପାଇଁ ଅପେକ୍ଷା କରେ,
ଯେପରି ଜଣେ ପ୍ରହରୀ ସକାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରେ।
7 ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ।
ସଦାପ୍ରଭୁ ହେଉଛନ୍ତି ଜଣେ, ଯିଏକି ବିଶ୍ୱାସୀ ଏବଂ ସତ୍ୟ ଅଟନ୍ତି।
ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
8 ଏବଂ ସେ ହେଉଛନ୍ତି ଜଣେ, ଯିଏ ଇସ୍ରାଏଲକୁ ତା'ର ସମସ୍ତ ପାପରୁ ମୁକ୍ତ କରିବେ।
8 “କିନ୍ତୁ ହେ ଇସ୍ରାଏଲର ପର୍ବତଗଣ, ତୁମ୍ଭେମାନେ ନିଶ୍ଚୟ ନିଜର ବୃକ୍ଷ ଉତ୍ପନ୍ନ କରିବ ଓ ମୋର ଇସ୍ରାଏଲର ଲୋକମାନଙ୍କ ପାଇଁ ଫଳ ଉତ୍ପନ୍ନ କରିବ। କାରଣ ସେମାନଙ୍କର ଆଗମନ ସମୟ ସନ୍ନିକଟ। 9 ଯେହେତୁ ମୁଁ ତୁମ୍ଭ ସହିତ ଅଛି, ମୁଁ ସାହାଯ୍ୟ କରିବି, ତହିଁରେ ତୁମ୍ଭେମାନେ ଗ୍ଭଷ କରିବ ଓ ବୀଜ ବୁଣିବ। 10 ତୁମ୍ଭଠାରେ ବାସ କରୁଥିବା ଇସ୍ରାଏଲର ପରିବାର ଲୋକମାନଙ୍କୁ ମୁଁ ଦ୍ୱିଗୁଣିତ କରିବି। ପୁଣି ତହିଁରେ ନଗର ସମୂହ ବସତିସ୍ଥାନ ହେବ ଓ ଧ୍ୱଂସସ୍ଥାନସବୁ ପୁନଃନିର୍ମିତ ହେବ। 11 ପୁଣି ମୁଁ ତୁମ୍ଭମାନଙ୍କ ମଧ୍ୟରେ ମନୁଷ୍ୟ ଓ ପଶୁକୁ ଦ୍ୱିଗୁଣିତ କରିବି। ସେମାନଙ୍କର ହୁଏତ ଉତ୍ସର୍ଗିତ ଥିବ। ମୁଁ ଅତୀତ ପରି ତୁମ୍ଭମାନଙ୍କ ମଧ୍ୟରେ ରହିବାକୁ ଲୋକମାନଙ୍କୁ ଆଣିବି। ତୁମ୍ଭମାନଙ୍କ ପ୍ରତି ଆଦ୍ୟକାଳ ଅପେକ୍ଷା ଅଧିକ ମଙ୍ଗଳ କରିବି। ତାହାହେଲେ ତୁମ୍ଭେ କଳ୍ପନା କରିବ ଯେ, ମୁଁ ସଦାପ୍ରଭୁ ଅଟେ। 12 ଆମ୍ଭେ ତୁମ୍ଭମାନଙ୍କ ଉପରେ ମନୁଷ୍ୟମାନଙ୍କୁ ଅର୍ଥାତ୍ ତୁମ୍ଭେ ମୋର ଇସ୍ରାଏଲ ଲୋକଙ୍କୁ ପ୍ରଦର୍ଶନ କରାଇବା। ସେମାନେ ତୁମ୍ଭମାନଙ୍କୁ ଭୋଗ କରିବେ ଓ ତୁମ୍ଭେ ସେମାନଙ୍କର ଅଧିକାର ସ୍ୱରୂପ ହେବ। ତୁମ୍ଭେ ଏହି ସମୟଠାରୁ ସେମାନଙ୍କର ସନ୍ତାନମାନଙ୍କଠାରୁ ବଞ୍ଚିତ କରିବ ନାହିଁ।”
13 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ହେ ଇସ୍ରାଏଲ ଦେଶ! ଲୋକମାନେ ତୁମ୍ଭ ବିରୁଦ୍ଧରେ କହନ୍ତି, ସେମାନେ କହନ୍ତି ତୁମ୍ଭେ ମନୁଷ୍ୟମାନଙ୍କର ହତ୍ୟାକାରୀ ଓ ନିଜ ସନ୍ତାନମାନଙ୍କୁ ହତ୍ୟା କରିଅଛ। 14 ମାତ୍ର ତୁମ୍ଭେ ଆଉ ମନୁଷ୍ୟମାନଙ୍କୁ ଗ୍ରାସ କରିବ ନାହିଁ କିମ୍ବା ସେମାନଙ୍କର ସନ୍ତାନଗଣଙ୍କୁ ବିନାଶ କରିବ ନାହିଁ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି। 15 “ଆଉ ମୁଁ ତୁମ୍ଭକୁ ଅନ୍ୟ ଦେଶୀୟମାନଙ୍କଠାରୁ ଅପମାନିତ କରିବି ନାହିଁ, ତୁମ୍ଭେମାନେ ଅନ୍ୟ ଦେଶମାନଙ୍କ ଦ୍ୱାରା ଘୃଣିତ ହେବ ନାହିଁ, ତୁମ୍ଭେ ପୁଣି ଥରେ ତୁମ୍ଭର ଦେଶର ପତନର କାରଣ ହେବ ନାହିଁ।” ଏହା ସଦାପ୍ରଭୁ ମୋର ପ୍ରଭୁ କହିଛନ୍ତି।
44 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ମୁଁ ଥିବା ବେଳର କଥା ମନେ ପକାଅ। ମୁଁ କହିଥିଲି ଯେ ମୋଶାଙ୍କ ନିୟମରେ, ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତାରେ ମୋ’ ବିଷୟରେ ଯାହାସବୁ ଲେଖା ଯାଇଛି, ସେଗୁଡ଼ିକ ନିଶ୍ଚୟ ଘଟିବ।”
45 ତା'ପରେ ଯୀଶୁ ଶିଷ୍ୟମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇଲେ। ତାହାଙ୍କ ବିଷୟରେ ଯାହାସବୁ ଲେଖା ଯାଇଥିଲା, ଯୀଶୁ ସେମାନଙ୍କୁ ସବୁ ବୁଝାଇଲେ। 46 ଯୀଶୁ ସେମାନଙ୍କୁ କହିଲେ, “ଖ୍ରୀଷ୍ଟଙ୍କୁ ମାରି ଦିଆଯିବା ଓ ମୃତ୍ୟୁରୁ ତିନି ଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲେଖା ଅଛି। 47-48 ତୁମ୍ଭେମାନେ ଏସବୁ ଘଟଣା ଘଟିବାର ଦେଖିଲ। ତୁମ୍ଭେମାନେ ତା'ର ସାକ୍ଷୀ। ତୁମ୍ଭେମାନେ ଲୋକମାନଙ୍କ ପାଖକୁ ଯାଇ କୁହ ଯେ ସେମାନଙ୍କର ପାପ ଗୁଡ଼ିକୁ କ୍ଷମା କରାଯାଇ ପାରିବ। ସେମାନଙ୍କୁ କୁହ ଯେ, ସେମାନେ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ। ଯଦି ସେମାନେ ଏହା କରିବେ, ତେବେ ପରମେଶ୍ୱର ସେମାନଙ୍କୁ କ୍ଷମା କରିଦେବେ। ତୁମ୍ଭେମାନେ ଯିରୁଶାଲମରୁ ଆରମ୍ଭ କରିବ ଓ ମୋ’ ନାମରେ ଏଗୁଡ଼ିକ ପ୍ରଗ୍ଭର କରିବ। ଏହି ସୁସମାଗ୍ଭର ଏ ପୃଥିବୀରେ ନିଶ୍ଚୟ ସମସ୍ତଙ୍କୁ ଶୁଣେଇ ଦିଆଯିବ। 49 ଶୁଣ, ମୋର ପରମପିତା ତୁମ୍ଭମାନଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି, ମୁଁ ତାହା ତୁମ୍ଭମାନଙ୍କ ପାଖକୁ ପଠାଇବି। କିନ୍ତୁ ସ୍ୱର୍ଗରୁ ସେହି ଶକ୍ତି ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ନିଶ୍ଚୟ ଯିରୁଶାଲମରେ ରହିବ।”
ଯୀଶୁ ସ୍ୱର୍ଗକୁ ଫେରିଗଲେ
(ମାର୍କ 16:19-20; ପ୍ରେରିତ 1:9-11)
50 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଯିରୁଶାଲମରୁ ବେଥନୀୟାକୁ କଢ଼ାଇ ନେଇଗଲେ। ଯୀଶୁ ତାହାଙ୍କର ହାତ ଟେକି ଶିଷ୍ୟମାନଙ୍କୁ ଆଶୀର୍ବାଦ କଲେ। 51 ଯୀଶୁ ସେମାନଙ୍କୁ ଆଶୀର୍ବାଦ କରୁଥିବା ସମୟରେ ସେ ଶିଷ୍ୟମାନଙ୍କ ପାଖରୁ ଅଲଗା ହୋଇଗଲେ ଓ ତାହାଙ୍କୁ ସ୍ୱର୍ଗକୁ ନିଆଗଲା। 52 ଶିଷ୍ୟମାନେ ସେଠାରେ ତାହାଙ୍କୁ ଆରାଧନା କଲେ। ତା'ପରେ ସେମାନେ ଯିରୁଶାଲମକୁ ଫେରିଗଲେ। ସେମାନେ ବହୁତ ଖୁସୀ ଥିଲେ। 53 ସେମାନେ ସବୁ ସମୟରେ ମନ୍ଦିରରେ ରହି ପରମେଶ୍ୱରଙ୍କ ସ୍ତୁତି କରୁଥିଲେ।
2010 by World Bible Translation Center