Revised Common Lectionary (Semicontinuous)
146 ସଦାପ୍ରଭୁଙ୍କର ପ୍ରଶଂସା କର!
ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
2 ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
3 ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
ଲୋକମାନଙ୍କ ପ୍ରତି ଭରସା କର ନାହିଁ।
କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
4 ଲୋକମାନେ ମରନ୍ତି ଓ କବର ନିଅନ୍ତି।
ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
5 କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
6 ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
7 ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
8 ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
9 ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।
ସଦାପ୍ରଭୁଙ୍କର ପ୍ରଶଂସା କର।
17 “ଆମ୍ଭେ ପିତ୍ତଳ ପରିବର୍ତ୍ତେ ସୁବର୍ଣ୍ଣ,
ଲୁହା ପରିବର୍ତ୍ତେ ରୌପ୍ୟ,
କାଠ ପରିବର୍ତ୍ତେ ପିତ୍ତଳ
ଓ ପ୍ରସ୍ତର ପରିବର୍ତ୍ତେ ଲୌହ ଆଣିବା।
ମୁଁ ଶାସ୍ତି ବଦଳରେ ଶାନ୍ତି ଆଣିବି।
ଲୋକମାନେ ତୁମ୍ଭମାନଙ୍କୁ କ୍ଷତି କରିବେ କିଛି ଲୋକେ ତୁମ୍ଭ ପାଇଁ ଉତ୍ତମ କାମ କରିବେ।
18 ତୁମ୍ଭ ଦେଶରେ ଦୌରାତ୍ମ୍ୟର କଥା ଓ ତୁମ୍ଭର ସୀମା ମଧ୍ୟରେ ଧ୍ୱଂସ
ଓ ବିନାଶର କଥା ଆଉ ଶୁଣାଯିବ ନାହିଁ।
ତୁମ୍ଭେ ତୁମ୍ଭ ପ୍ରାଚୀର ସମୂହର ନାମ ‘ପରିତ୍ରାଣ’
ଓ ତୁମ୍ଭ ନଗରର ଦ୍ୱାର ସମୂହର ନାମ ‘ପ୍ରଶଂସା’ ରଖିବ।
19 “ଦିବସର ସୂର୍ଯ୍ୟ ତୁମ୍ଭର ଜ୍ୟୋତିଃ ହେବ ନାହିଁ
କିମ୍ବା ଆଲୋକ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ୟୋସ୍ନା ପ୍ରଦାନ କରିବ ନାହିଁ।
କିନ୍ତୁ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ୟୋତିଃ
ଓ ତୁମ୍ଭର ପରମେଶ୍ୱର ତୁମ୍ଭର ମହିମାସ୍ୱରୂପ ହେବେ।
20 ତୁମ୍ଭର ସୂର୍ଯ୍ୟ ଅସ୍ତମିତ ହେବ ନାହିଁ
କିଅବା ତୁମ୍ଭର ଚନ୍ଦ୍ର ଅପସାରିତ ହେବ ନାହିଁ।
କାରଣ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ୟୋତିଃ ସ୍ୱରୂପ ହେବେ
ଓ ତୁମ୍ଭର ଶୋକର ଦିନ ଶେଷ ହେବ।
21 “ଆଉ ମଧ୍ୟ ତୁମ୍ଭର ସମସ୍ତ ଲୋକେ ଧାର୍ମିକ ହେବେ।
ସେମାନେ ଅନନ୍ତକାଳ ଯାଏ ଦେଶ ଶାସନ କରିବେ।
ମୋ’ ଗୌରବକୁ ଦେଖାଇବା ପାଇଁ
ସେମାନେ ମୋ’ ଦ୍ୱାରା ଲଗା ହୋଇଥିବା ଗଛର ଫଳ ସଦୃଶ।
22 କ୍ଷୁଦ୍ରତମ ପରିବାର ସହସ୍ର ବିଶିଷ୍ଟ ବୃହତ୍ତମ ପରିବାରରେ ପରିଣତ ହେବ
ଓ କ୍ଷୁଦ୍ରତମ ଦୁର୍ବଳ ବ୍ୟକ୍ତି ବଳବାନ୍ ଗୋଷ୍ଠୀରେ ପରିଣତ ହେବ।
ଆମ୍ଭେ ସଦାପ୍ରଭୁ ଯଥା କାଳରେ
ଏହା ଶୀଘ୍ର ଘଟାଇବା।”
ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କରନ୍ତି
27 ଯୀଶୁ ସେହି ସ୍ଥାନ ଛାଡ଼ି ଯାଉଥିବା ସମୟରେ ଦୁଇଜଣ ଅନ୍ଧ ଲୋକ ତାହାଙ୍କୁ ଅନୁସରଣ କଲେ। ସେମାନେ ପାଟି କରି କହୁଥିଲେ, “ହେ ଦାଉଦଙ୍କ ପୁତ୍ର,[a] ଆମ୍ଭମାନଙ୍କୁ ଦୟା କର।”
28 ଯୀଶୁ ପୁଣି ଭିତରକୁ ଗଲେ, ଅନ୍ଧ ଦୁଇଟି ମଧ୍ୟ ତାହାଙ୍କ ସଙ୍ଗରେ ଗଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ବିଶ୍ୱାସ କରୁଛ ଯେ, ମୁଁ ତୁମ୍ଭକୁ ଆଖି ଦାନ କରି ପାରିବି?” ସେମାନେ ଉତ୍ତର ଦେଲେ, “ହଁ, ପ୍ରଭୁ”।
29 ତା'ପରେ ଯୀଶୁ ସେମାନଙ୍କ ଆଖିକୁ ଛୁଇଁଲେ। ସେ କହିଲେ, “ତୁମ୍ଭେ ଯେପରି ବିଶ୍ୱାସ କରିଅଛ, ତୁମ୍ଭ ପ୍ରତି ସେହିପରି ହେଉ।” 30 ତା'ପରେ ଅନ୍ଧ ଦୁଇଜଣ ଦେଖିବାକୁ ପାଇଲେ। ଯୀଶୁ ସେମାନଙ୍କୁ ଦୃଢ଼ ଭାବରେ ଚେତାବନୀ ଦେଇ କହିଲେ, “ଏ ବିଷୟ ଅନ୍ୟକୁ କହିବ ନାହିଁ।” 31 କିନ୍ତୁ ଅନ୍ଧ ଦୁହେଁ ଏ ଖବର ସେ ଅଞ୍ଚଳସାରା ପ୍ରଗ୍ଭର କରିଦେଲେ।
32 ସେ ଅନ୍ଧ ଦୁଇଜଣ ଗଲାପରେ କେତେକ ଲୋକ ଯୀଶୁଙ୍କ ପାଖକୁ ଆଉ ଜଣେ ଲୋକକୁ ଆଣିଲେ। ସେ କଥା କହି ପାରୁ ନ ଥିଲା। କାରଣ ତା’ ଦେହରେ ଭୂତ ପ୍ରବେଶ କରି ରହିଥିଲା। 33 ଯୀଶୁ ତା’ ଦେହରୁ ଭୂତକୁ ତଡ଼ିଦେଲେ, କିଛି କହି ପାରୁ ନ ଥିବା ଲୋକଟି ପୁଣି ତା'ର କହିବା ଶକ୍ତି ଫେରି ପାଇଲା। ଜମା ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କହିଲେ, “ଇସ୍ରାଏଲରେ ଏଭଳି ଘଟଣା ଘଟିବା ଆମ୍ଭେ କେବେ ହେଲେ ଦେଖି ନ ଥିଲୁ।”
34 କିନ୍ତୁ ଫାରୂଶୀମାନେ କହିଲେ, “ଯୀଶୁ ଭୂତମାନଙ୍କ ମୁଖିଆଙ୍କ ସାହାଯ୍ୟରେ ଅନ୍ୟ ଭୂତଙ୍କୁ ତଡ଼ି ଦେଉଛନ୍ତି।”
2010 by World Bible Translation Center