Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗାନାର୍ଥକ ଗୀତ।
68 ପରମେଶ୍ୱର ଉଠ ଏବଂ ତାଙ୍କର ଶତ୍ରୁଗଣଙ୍କୁ ଛିନ୍ନଭିନ୍ନ କର।
ସମସ୍ତ ଶତ୍ରୁ ତାଙ୍କଠାରୁ ପଳାଇ ଯାଆନ୍ତୁ।
2 ଯେମିତି ପବନ ଦ୍ୱାରା ଧୂଆଁ ବିଚ୍ଛୁରିତ ହୁଏ,
ସେହିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ।
ଯେପରି ନିଆଁରେ ମହମ ତରଳି ଯାଏ,
ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।
3 ପରମେଶ୍ୱରଙ୍କ ସହିତ ଧାର୍ମିକ ଲୋକମାନେ ଖୁସୀ ହୁଅନ୍ତି
ଓ ଧାର୍ମିକ ଲୋକମାନେ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦିତ ହୁଅନ୍ତି, ସେମାନେ ଆନନ୍ଦର ସହିତ ପାଳନ କରନ୍ତି।
4 ପରମେଶ୍ୱରଙ୍କ ନିମନ୍ତେ ସଙ୍ଗୀତ ଗାନ କର, ତାଙ୍କର ନାମର ଗୁଣଗାନ କର।
ପରମେଶ୍ୱରଙ୍କର ପ୍ରଶଂସା ହେଉ।
ଯିଏ ମେଘ ଉପରେ ଆରୋହଣ କରନ୍ତି,
ତାଙ୍କ ଆଗରେ ଆନନ୍ଦିତ ହୁଅ।
5 ତାଙ୍କର ପବିତ୍ର ମନ୍ଦିରରେ ପରମେଶ୍ୱର ଅନାଥମାନଙ୍କର ନାଥ
ଏବଂ ସେ ବିଧବାମାନଙ୍କୁ ସୁରକ୍ଷା କରନ୍ତି।
6 ଯିଏ ପରିବାରରେ ଏକାକୀ ଥାଏ, ପରମେଶ୍ୱର ଲୋକ ପଠାନ୍ତି,
ଏପରିକି ଏକାକୀ ଲୋକଙ୍କୁ ପରମେଶ୍ୱର ଆନନ୍ଦ ଦିଅନ୍ତି ଓ ବନ୍ଦୀମାନଙ୍କୁ ବନ୍ଧନରୁ ମୁକ୍ତ କରନ୍ତି।
କିନ୍ତୁ ଯିଏ ପରମେଶ୍ୱରଙ୍କର ବିରୋଧ ହୁଏ, ସେମାନଙ୍କୁ ଶୁଷ୍କ ଭୂମିରେ ରହିବାକୁ ପଡ଼େ।
7 ହେ ପରମେଶ୍ୱର, ତୁମ୍ଭେ ଆପଣା ଭକ୍ତମାନଙ୍କୁ ମିଶରରୁ ବାହାର କରି ଆଣିଲ
ଏବଂ ପାଦରେ ଚଲାଇ ମରୁଭୂମିକୁ ପାର କରାଇଲ। ସେଲା
8 ସୀନୟ ପରମେଶ୍ୱରଙ୍କର! ଇସ୍ରାଏଲର ପରମେଶ୍ୱର!
ତୁମ୍ଭ କାରଣରୁ ପୃଥିବୀ କମ୍ପିତ ହେଲା ଓ ଆକାଶ ମେଘ ବୃଷ୍ଟି କଲା।
9 ହେ ପରମେଶ୍ୱର! ତୁମ୍ଭେ ବର୍ଷାକୁ ପଠାଇଲ
ଏବଂ ପୁରୁଣା ଓ ଦୁର୍ବଳ ଧରିତ୍ରୀକୁ ତୁମ୍ଭେ ପୁଣି ସତେଜ କଲ।
10 ତୁମ୍ଭର ଲୋକମାନେ ସେଠାରେ ବାସ କଲେ।
ହେ ପରମେଶ୍ୱର, ସେଠାରେ ଗରିବ ଲୋକମାନଙ୍କୁ ତୁମ୍ଭେ ଉତ୍ତମ ବସ୍ତୁ ଦେଇଅଛ।
19 ସଦାପ୍ରଭୁଙ୍କର ପ୍ରଶଂସା କର।
ପରମେଶ୍ୱର ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି,
ପ୍ରତିଦିନ ଆଶୀର୍ବାଦ ସଂଗ୍ରହ କରି ଦିଅନ୍ତି। ସେଲା
20 ଆମ୍ଭର ପରମେଶ୍ୱର ହେଉଛନ୍ତି ପରମେଶ୍ୱର ଯିଏକି ରକ୍ଷା କରନ୍ତି।
ଆମ୍ଭମାନଙ୍କର ସଦାପ୍ରଭୁ ମୃତ୍ୟୁଠାରୁ ରକ୍ଷା କରନ୍ତି।
9 ଦୁଷ୍ଟ ଲୋକେ ମା’ କୋଳରୁ ସ୍ତନ୍ୟପାନ କରୁଥିବା ସନ୍ତାନକୁ ଛଡ଼ାଇ ନିଅନ୍ତି।
ସେମାନେ ଗରିବ ଲୋକର ପିଲାକୁ କରଜର ବନ୍ଧକ ସ୍ୱରୂପ ରଖନ୍ତି।
10 ଗରିବ ଲୋକର ବସ୍ତ୍ର ନ ଥିବାରୁ ସେମାନେ ଉଲଗ୍ନ ହୋଇ କାମ କରନ୍ତି।
ସେମାନେ ଧାନ ବିଡ଼ା ବୁହନ୍ତି, ତଥାପି ସେମାନେ କ୍ଷୁଧାର୍ତ୍ତ ହୋଇ ଯାଆନ୍ତି।
11 ଗରିବ ଲୋକେ ତେଲ ଉତ୍ପନ୍ନ କରନ୍ତି।
ସେମାନେ ଅଙ୍ଗୁର କ୍ଷେତ୍ରରେ ଅଙ୍ଗୁର ରସ ନେଇ ମଦ୍ୟ ପ୍ରସ୍ତୁତରେ ସାହାଯ୍ୟ କରନ୍ତି, ଅଥଚ ନିଜେ ପାନ କରିବାକୁ କିଛି ପାଆନ୍ତି ନାହିଁ।
12 ସହରରେ ମରୁଥିବା ମନୁଷ୍ୟମାନଙ୍କ କାନ୍ଦଣା ତୁମ୍ଭେ ନିଶ୍ଚୟ ଶୁଣିପାରୁଥିବ।
ସେହି ଦୁଃଖୀ ମନୁଷ୍ୟମାନଙ୍କର ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର, ପରମେଶ୍ୱର କାନରେ ଶୁଣି ପାରନ୍ତି ନାହିଁ।
13 “କେତେକ ଲୋକ ଆଲୁଅ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରନ୍ତି।
ସେମାନେ ଜାଣିପାରନ୍ତି ନାହିଁ ପରମେଶ୍ୱର କ’ଣ ଗ୍ଭହାନ୍ତି?
ପରମେଶ୍ୱର ଗ୍ଭହୁଁଥିବା ରାସ୍ତାରେ ସେମାନେ ଗ୍ଭଲନ୍ତି ନାହିଁ।
14 ହତ୍ୟାକାରୀ ସକାଳୁ ଉଠି ଗରିବ ଅସହାୟ ଲୋକକୁ ହତ୍ୟା କରେ
ଏବଂ ରାତିରେ ସେ ଗ୍ଭେର ପାଲଟିଯାଏ।
15 ଯେଉଁ ମନୁଷ୍ୟ ବ୍ୟଭିଗ୍ଭର କରେ ରାତି ହେବାକୁ ଅପେକ୍ଷା କରେ।
ସେ ଭାବେ, ‘କେହି ତାକୁ ଦେଖି ପାରିବେ ନାହିଁ।’
ତଥାପି ସେ ତା'ର ମୁଖକୁ ଘୋଡ଼ାଇଥାଏ।
16 ରାତି ହେଲେ ଦୁଷ୍ଟ ଲୋକ ଅନ୍ଧକାରରେ ଅନ୍ୟ ଲୋକର ଘର ଭାଙ୍ଗି ପଶେ
କିନ୍ତୁ ଦିନ ବେଳେ ନିଜ ଘରେ କବାଟ କିଳି ଦେଇ ରହିଥାଏ, ଏବଂ ଆଲୁଅଠାରୁ ଦୂରରେ ରୁହେ।
17 ଦୁଷ୍ଟଲୋକ ପାଇଁ ଘନ ଅନ୍ଧକାର ରାତି ହିଁ ସକାଳ ସଦୃଶ।
ସେମାନେ ଅନ୍ଧକାରରେ ଭୟାନକତାରେ ଅଭ୍ୟସ୍ତ।
18 “ବନ୍ୟା ଜଳରେ ବସ୍ତ୍ର ଭାସିଗଲା ପରି ଦୁଷ୍ଟଲୋକ ଭାସିଯାଏ।
ଯେଉଁ ଜମିର ସେ ମାଲିକ ଥାଏ ତାହା ଶେଷରେ ତା’ ପାଇଁ ଅଭିଶାପରେ ପରିଣତ ହୁଏ।
ତେଣୁ ସେମାନେ ନିଜ କ୍ଷେତରୁ ମଧ୍ୟ ଅଙ୍ଗୁରସଂଗ୍ରହ କରି ପାରନ୍ତି ନାହିଁ।
19 ଯେପରି ଗରମ, ଶୁଖିଲା ପାଗ ଶୀତ ଦିନର ବରଫରୁ ଆସୁଥିବା ପାଣି ନେଇଯାଏ।
ଠିକ୍ ସେହିଭଳି ସେ ପାପୀମାନେ କବରକୁ ବୁହା ହେବେ।
20 ଏପରିକି ଦୁଷ୍ଟ ବ୍ୟକ୍ତି ମଲାପରେ ତା'ର ଗର୍ଭଧାରିଣୀ ମା’ ତାକୁ ପାଶୋରିବ।
ତା'ର ସୁଗଠିତ ହୃଦୟ ସହିତ ଶରୀର କୀଟମାନଙ୍କ ସୁସ୍ୱାଦୁ ଖାଦ୍ୟ ହେବ।
ଲୋକେ ତାକୁ ମନେ ରଖିବେ ନାହିଁ।
ସେହି ଦୁଷ୍ଟ ଲୋକଟି ପଗ୍ଭ ବାଡ଼ିପରି ଭାଙ୍ଗି ପଡ଼ିବ।
21 ଦୁଷ୍ଟଲୋକ ବନ୍ଧ୍ୟା ନାରୀକୁ ଆଘାତ କରେ।
ଏବଂ ସେ ବିଧବା ନାରୀମାନଙ୍କୁ ସାହାଯ୍ୟ କରିବାକୁ ମନା କରେ।
22 ଦୁଷ୍ଟ ଲୋକମାନେ ତାଙ୍କ ଶକ୍ତି ବ୍ୟବହାର କରନ୍ତି, ଶକ୍ତିଶାଳୀ ଲୋକମାନଙ୍କୁ ଧ୍ୱଂସ କରିବାକୁ।
ଯଦିଓ ଦୁଷ୍ଟ ଲୋକ ହୁଏତ ଶକ୍ତିଶାଳୀ ସେମାନେ ତାଙ୍କ ନିଜ ଜୀବନ ବିଷୟରେ ନିଶ୍ଚୟତା ନାହିଁ।
23 ଦୁଷ୍ଟଲୋକ ଅଳ୍ପ ସମୟ ପାଇଁ ନିଜକୁ ନିର୍ଭର ଓ ନିରାପଦ ମଣେ।
ସେମାନେ ଶକ୍ତିଶାଳୀ ହେବାକୁ ଚେଷ୍ଟା କରନ୍ତି।
24 ଦୁଷ୍ଟ ଲୋକ କମ୍ ସମୟରେ ସଫଳତା ହାସଲ କଲେବି ଶେଷରେ ସେମାନେ ଚିରଦିନ ଲାଗି ବିଦାୟ ନେବେ।
ସେମାନେ ଶେଷରେ ଶସ୍ୟ କଣାଭଳି କଟା ହେବେ ଠିକ୍ ଅନ୍ୟମାନଙ୍କ ପରି।’
25 “ମୁଁ ଶପଥ କରି କହିପାରେ ଏସବୁ ସତ୍ୟ ଅଟେ।
କିଏ ପ୍ରମାଣ କରିବ ଯେ ମୁଁ ମିଥ୍ୟା କହୁଛି?
କିଏ ଦେଖାଇ ଦେଇ ପାରିବ ମୁଁ ଭୁଲ୍ କରୁଛି ବୋଲି?”
ପାଉଲ ପିତରଙ୍କ ଭୂଲ୍ ଦେଖାଇ ଦେଲେ
11 ପିତର ଆନ୍ତିୟଖିଆ ନଗରକୁ ଆସିଲେ। ସେ ସେଠାରେ କିଛି ଭୂଲ୍ କାମ କଲେ। ମୁଁ ତାଙ୍କ ବିରୁଦ୍ଧରେ ସିଧାସଳଖ କହିଲି, କାରଣ ସେ ଦୋଷୀ ଥିଲେ। ଘଟଣାଟି ଏହା: 12 ଯେତେବେଳେ ପିତର ପ୍ରଥମ ଆନ୍ତିୟଖିଆକୁ ଆସିଥିଲେ, ସେ ଅଣଯିହୂଦୀଙ୍କ ସହିତ ଖିଆପିଆ କରୁଥିଲେ ଓ ସଂମ୍ପର୍କ ରଖିଥିଲେ। ମାତ୍ର ଯେତେବେଳେ ଯାକୁବଙ୍କ ନିକଟରୁ କେତେକ ଯିହୂଦୀଲୋକ ଆସିଲେ, ସେମାନେ ଆସିଲା ପରେ ପିତର ଅଣଯିହୂଦୀଲୋକଙ୍କ ସହିତ ଖିଆପିଆ ବନ୍ଦ କରିଦେଲେ, ଓ ସେମାନଙ୍କଠାରୁ ଦୂରରେ ରହିଲେ। ସୁନ୍ନତ[a] ହେବା କଥାରେ ବିଶ୍ୱାସ କରୁଥିବା ଲୋକମାନଙ୍କ ଭୟରେ ପିତର ଏପରି ଆଚରଣ କଲେ। 13 ଅତଏବ ପିତର ଜଣେ କପଟାଗ୍ଭରୀ ଭାବରେ ଛଳନା ପୂର୍ବକ ଆଚରଣ କଲେ। ପିତରଙ୍କ ସହିତ ଅନ୍ୟ ଯିହୂଦୀ ବିଶ୍ୱାସୀମାନେ ମଧ୍ୟ ଯୋଗଦେଲେ। ସେଠାରେ ସେମାନେ ମଧ୍ୟ କପଟାଗ୍ଭରୀ ଭାବରେ ଛଳନା ପୂର୍ବକ ଆଚରଣ କଲେ। ସେଠାରେ ସେମାନେ ଯାହା କଲେ, ତଦ୍ଦ୍ୱାରା ବର୍ଣ୍ଣବ୍ବା ମଧ୍ୟ ପ୍ରଭାବିତ ହୋଇଗଲେ। 14 ଏହି ଯିହୂଦୀମାନେ ଯାହା ଯାହା କଲେ, ମୁଁ ଦେଖିଲି। ସେମାନେ ସୁସମାଗ୍ଭର ସତ୍ୟର ପାଳନ କରୁ ନ ଥିଲେ। ତେଣୁ ସମସ୍ତ ଅନ୍ୟ ଯିହୂଦୀମାନେ ଶୁଣି ପାରିବା ଭଳି ମୁଁ ପିତରଙ୍କୁ କହିଲି: “ପିତର! ତୁମ୍ଭେ ଜଣେ ଯିହୂଦୀ! କିନ୍ତୁ ତୁମ୍ଭେ ଜଣେ ଯିହୂଦୀଙ୍କ ଭଳି ଜୀବନଯାପନ କରୁ ନାହଁ। ତୁମ୍ଭେ ଅଣଯିହୂଦୀଙ୍କ ଭଳି ଜୀବନଯାପନ କରୁଛ। ଅତଏବ, ତୁମ୍ଭେ ଅଣଯିହୂଦୀମାନଙ୍କୁ, ଯିହୂଦୀଲୋକଙ୍କ ଭଳି ଜୀବନଯାପନ କରିବା ପାଇଁ କିପରି ବାଧ୍ୟ କରୁଛ?”
2010 by World Bible Translation Center