Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 146

146 ସଦାପ୍ରଭୁଙ୍କର ପ୍ରଶଂସା କର!
    ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
    ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
    ଲୋକମାନଙ୍କ ପ୍ରତି ଭରସା କର ନାହିଁ।
    କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
ଲୋକମାନେ ମରନ୍ତି ଓ କବର ନିଅନ୍ତି।
    ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
    ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
    ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
    ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
    ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
    ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
    ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
    ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
    ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।

ସଦାପ୍ରଭୁଙ୍କର ପ୍ରଶଂସା କର।

ଗଣନା ପୁସ୍ତକ 15:17-26

17 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 18 “ମୁଁ ତୁମ୍ଭମାନଙ୍କୁ ଯେଉଁ ଦେଶକୁ ନେଇଯାଉଅଛି, ସେହି ଦେଶରେ ଉପସ୍ଥିତ ହେଲେ ତୁମ୍ଭେମାନେ ଏହିରୂପେ କରିବ। 19 ତୁମ୍ଭେମାନେ ସେହି ଦେଶର ଅନ୍ନ ଭୋଜନ କରିବା ବେଳେ ସଦାପ୍ରଭୁଙ୍କୁ ଏହାର କିଛି ଅଂଶ ଅର୍ପଣ କରିବା ଉଚିତ୍। 20 ତୁମ୍ଭେମାନେ ନିଜ ନିଜ ପ୍ରଥମ ଶସ୍ୟରୁ ଉତ୍ତୋଳନୀୟ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ। ଯେପରି ଶସ୍ୟ ମର୍ଦ୍ଦନ ସ୍ଥାନରେ ଉତ୍ତୋଳନୀୟ ଉପହାର, ସେହିପରି ତାହା ଉତ୍ତୋଳନ କରିବା ଉଚିତ୍। 21 ତୁମ୍ଭେମାନେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ଦଳା ଅଟାର ଏକ ଅଂଶ ଉତ୍ସର୍ଗ କରିବ।

22 “ଯେତେବେଳେ ତୁମ୍ଭେମାନେ ଭୁଲରେ ଏବଂ ଏହିସବୁ ଆଜ୍ଞାଗୁଡ଼ିକ ପାଳନ କର ନାହିଁ, ଯାହା ସଦାପ୍ରଭୁ ମୋଶାଙ୍କୁ କହିଲେ। 23 ସଦାପ୍ରଭୁ ମୋଶାଙ୍କ ଦ୍ୱାରା ସେ ସମସ୍ତ ଆଜ୍ଞା ଦେଇଛନ୍ତି। ସେହିସବୁ ଆଜ୍ଞା ସଦାପ୍ରଭୁ ଦେବା ଦିନଠାରୁ ପୁରୁଷାନୁକ୍ରମେ ଚିରକାଳ ପାଳନ କରିବା ଉଚିତ୍। 24 ଯଦି ତାହା ମଣ୍ତଳୀର ଅଗୋଚରରେ ଭ୍ରାନ୍ତିରେ ହୋଇଥାଏ ତେବେ ସମସ୍ତ ମଣ୍ତଳୀ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଏକ ଗୋବତ୍ସ ଓ ବିଧିମତେ ତାହା ସହିତ ତହିଁର ଭକ୍ଷ୍ୟ ନୈବେଦ୍ୟ ଓ ତହିଁର ପେୟନୈବେଦ୍ୟ ଏବଂ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଅର୍ପଣ କରିବା ଉଚିତ୍।

25 “ଆଉ ଯାଜକ ଇସ୍ରାଏଲର ଲୋକମାନଙ୍କ ସମସ୍ତ ମଣ୍ତଳୀ ନିମନ୍ତେ ପ୍ରାୟଶ୍ଚିତ କରିବା ଉଚିତ୍; ତହିଁରେ ସେମାନେ କ୍ଷମା ପାଇବେ, କାରଣ ତାହା ଭ୍ରାନ୍ତି ଓ ସେମାନେ ସେହି ଭ୍ରାନ୍ତି ସକାଶେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜ ନିଜ ଉପହାର ଅର୍ଥାତ୍ ଅଗ୍ନିକୃତ ଉପହାର ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଛାମୁକୁ ଆଣି ଅଛନ୍ତି। 26 ଇସ୍ରାଏଲର ସମସ୍ତ ଲୋକ ଓ ବିଦେଶୀ ମୂଳ ବାସୀନ୍ଦା କ୍ଷମା ପାଇବେ। କାରଣ ସେହି ସମସ୍ତ ଲୋକମାନେ ଭୁଲ୍ କରିଥିଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 26:1-11

ରାଜା ଆଗ୍ରି‌‌ପ୍‌‌ପାଙ୍କ ସମ୍ମୁଖରେ ପାଉଲ

26 ଆଗ୍ରି‌‌ପ୍‌‌ପା ପାଉଲଙ୍କୁ କହିଲେ, “ତୁମ୍ଭକୁ ନିଜ ସପକ୍ଷରେ କହିବା ପାଇଁ ଅନୁମତି ଦିଆଗଲା।” ତା'ପରେ ପାଉଲ ନିଜ ହାତ ପ୍ରସାରିତ କରି ନିଜ ପକ୍ଷରେ କହିବାକୁ ଲାଗିଲେ। ହେ ରାଜା ଆଗ୍ରି‌‌ପ୍‌‌ପା, “ମୁଁ ନିଜକୁ ଭାଗ୍ୟବାନ୍ ମନେ କରୁଛି, କାରଣ ମୁଁ ଆଜି ଆପଣଙ୍କ ସମ୍ମୁଖରେ ଯିହୂଦୀମାନଙ୍କ ଦ୍ୱାରା ଅଭିଯୋଗ ବିରୁଦ୍ଧରେ ମୋ’ ପକ୍ଷରେ ଉତ୍ତର ଦେବା ପାଇଁ ସମର୍ଥ ହୋଇପାରିଛି। ଏ କଥା ସତ୍ୟ ଯେ, ଆପଣ ଯିହୂଦୀୟ ପରମ୍ପରା ଓ ସେମାନେ ଯୁକ୍ତି କରୁଥିବା ବିଷୟରେ ଉତ୍ତମ ଜ୍ଞାନ ରଖିଛନ୍ତି। ତେଣୁ ମୋର କଥା ଧୈର୍ଯ୍ୟ ସହକାରେ ଶୁଣିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି।

“ସମସ୍ତ ଯିହୂଦୀୟମାନେ ମୋର ସମ୍ପୂର୍ଣ୍ଣ ଜୀବନ ବିଷୟରେ ଜାଣନ୍ତି। ମୁଁ ପିଲାଦିନରୁ ନିଜ ଦେଶରେ ଓ ପରେ ଯିରୁଶାଲମରେ କିପରି ବାସ କରିଥିଲି, ତାହା ସେମାନେ ଜାଣନ୍ତି। ସେମାନେ ମୋତେ ବହୁତ ଦିନରୁ ଜାଣନ୍ତି। ସେମାନେ ଯଦି ଗ୍ଭହାନ୍ତି ତେବେ ସାକ୍ଷ୍ୟ ଦେଇ ପାରନ୍ତି ଯେ, ମୁଁ ଜଣେ ଉତ୍ତମ ଫାରୂଶୀ ଥିଲି। ଯିହୂଦୀୟ ଧର୍ମ ବ୍ୟବସ୍ଥାକୁ ଫାରୂଶୀମାନେ ଅନ୍ୟ କୌଣସି ଯିହୂଦୀୟ ଦଳର ଲୋକଙ୍କ ଅପେକ୍ଷା ଅଧିକ ଦୃଢ଼ ଭାବରେ ମାନନ୍ତି। ଆମ୍ଭମାନଙ୍କ ପୂର୍ବପୁରୁଷଙ୍କ ନିକଟରେ ପରମେଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞା ଉପରେ ନିର୍ଭର କରିଥିବାରୁ ମୋର ଆଜି ବିଗ୍ଭର ହେଉଛି। ଯେଉଁ ପ୍ରତିଜ୍ଞାକୁ ଇସ୍ରାଏଲର ବାରଟି ଗୋଷ୍ଠୀ ମଧ୍ୟ ଗ୍ରହଣ କରିବାକୁ ଆଶା କରନ୍ତି, ଓ ଏହାରି ଉପରେ ନିର୍ଭର କରି ଦିନରାତି ପରମେଶ୍ୱରଙ୍କୁ ପୂଜା କରନ୍ତି, ମୁଁ ମଧ୍ୟ ସେହି ପ୍ରତିଜ୍ଞା ଗ୍ରହଣ କରିବା ପାଇଁ ଆଶା କରିଛି। ହେ ରାଜା! ସେହି ପ୍ରତିଜ୍ଞା ଉପରେ ମୋର ଆଶା ଓ ବିଶ୍ୱାସ ଥିବାରୁ ଯିହୂଦୀମାନେ ମୋ’ ବିରୁଦ୍ଧରେ ଅଭିଯୋଗ କରୁଛନ୍ତି। ପରମେଶ୍ୱର ଯେ ଲୋକମାନଙ୍କୁ ମୃତ୍ୟୁରୁ ପୁନରୁ‌‌ତ୍‌‌ଥିତ କରି ପାରିବେ, ଏ କଥା ଆପଣମାନେ କାହିଁକି ଅସମ୍ଭବ ବୋଲି ଭାବୁଛନ୍ତି?

“ମୁଁ ଯେତେବେଳେ ଫାରୂଶୀ ଥିଲି, ସେତେବେଳେ ମୁଁ ମଧ୍ୟ ନାଜରିତୀୟ ଯୀଶୁଙ୍କ ବିରୁଦ୍ଧରେ ଅନେକ କାର୍ଯ୍ୟ କରିବି ବୋଲି ଭାବୁଥିଲି। 10 ଏ ଭଳି କରୁଥିବା ବେଳେ ମୁଁ ଯିରୁଶାଲମରେ ପରମେଶ୍ୱରଙ୍କର ଅନେକ ଲୋକଙ୍କୁ ବନ୍ଦୀ କରି କାରାଗାରରେ ରଖିଥିଲି। ଯୀଶୁଙ୍କ ଅନୁସରଣକାରୀଙ୍କୁ ଯେତେବେଳେ ମୃତ୍ୟୁଦଣ୍ଡ ଦିଆଯାଉଥିଲା, ସେତେବେଳେ ମୁଁ ମଧ୍ୟ ଏହା ଠିକ୍ ବୋଲି ଭାବି ସେଥିରେ ପୂର୍ଣ୍ଣ ସମ୍ମତ ହୋଇଥିଲି। ମୁଁ ପରମେଶ୍ୱରଙ୍କର ଅନେକ ଲୋକମାନଙ୍କୁ ଧରି ଆଣି କାରାଗାରରେ ବନ୍ଦୀ କରି ରଖୁଥିଲି, କାରଣ ଏପରି କରିବା ନିମନ୍ତେ ମୁଁ ମହାଯାଜକମାନଙ୍କଠାରୁ କ୍ଷମତା ପାଇଥିଲି। ମୁଁ ସେମାନଙ୍କୁ ସମାଜଗୃହ ସବୁରେ ଦଣ୍ତ ଦେଇଥିଲି। 11 ମୁଁ ସେମାନଙ୍କୁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କହିବା ପାଇଁ ବାଧ୍ୟ କରିଥିଲି। ମୁଁ ସେମାନଙ୍କ ବିରୁଦ୍ଧରେ ଏତେ ଭୀଷଣ ଭାବରେ ରାଗି ଯାଇଥିଲି ଯେ ସେମାନଙ୍କୁ ଅତ୍ୟାଗ୍ଭର କରିବା ପାଇଁ ବିଦେଶୀ ନଗର ଗୁଡ଼ିକୁ ମଧ୍ୟ ଯାଇଥିଲି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center