Revised Common Lectionary (Semicontinuous)
25 ହେ ସଦାପ୍ରଭୁ, ମୁଁ ମହାସଭାରେ ତୁମ୍ଭର ଯେଉଁ ଜୟଗାନ କଲି ତାହା ତୁମ୍ଭ ପ୍ରେରଣାର ଫଳ।
ସମସ୍ତ ଉପାସକମାନଙ୍କ ସମ୍ମୁଖରେ ମୁଁ ମୋର ନୈବେଦ୍ୟ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବି ଯାହା ମୁଁ ପ୍ରତିଜ୍ଞା କରିଛି।
26 ଗରିବ ଲୋକମାନେ ଆସ, ଖାଅ ଓ ତୃପ୍ତ ହୁଅ।
ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ଦର୍ଶନ ପାଇଁ ଆସିଅଛ ତାଙ୍କର ଜୟଗାନ କର।
ତୁମ୍ଭର ହୃଦୟ ଚିରଦିନ ପାଇଁ ଜୀବନ୍ତ ରହୁ।
27 ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ।
ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।
28 କାରଣ ସେ ହେଉଛନ୍ତି ରାଜା।
ସେ ସବୁ ରାଜ୍ୟକୁ ଶାସନ କରନ୍ତି।
29 ବଳଶାଳୀ, ସ୍ୱାସ୍ଥ୍ୟବାନ୍ ଲୋକମାନେ ଭୋଜନ କରି
ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବେ।
ପ୍ରକୃତରେ ସବୁ ମଣିଷ ଯେଉଁମାନେ ମୃତ୍ୟୁବରଣ କରିବେ
ଓ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ପରମେଶ୍ୱରଙ୍କ ସମ୍ମୁଖରେ ନତ ମସ୍ତକ ହେବେ।
30 ଏବଂ ଭବିଷ୍ୟତରେ ଆମ୍ଭର ବଂଶଧରମାନେ ସଦାପ୍ରଭୁଙ୍କ ସେବା କରିବେ।
ଲୋକମାନେ ଚିରଦିନ ତାଙ୍କର ଗୁଣଗାନ କରିବେ।
31 ପ୍ରତ୍ୟେକ ପିଢ଼ି ତା’ର ପିଲାମାନଙ୍କୁ ଧାର୍ମିକତା ବିଷୟ କହିବେ,
ଯାହାସବୁ ପରମେଶ୍ୱର କରିଛନ୍ତି।
ସଦାପ୍ରଭୁ ଇସ୍ରାଏଲର ଧ୍ୱଂସ ପାଇଁ ପ୍ରତିଜ୍ଞା କରନ୍ତି
7 ସଦାପ୍ରଭୁ ଏହା କୁହନ୍ତି,
“ହେ ଇସ୍ରାଏଲ ସନ୍ତାନମାନେ, ତୁମ୍ଭେମାନେ ଆମ୍ଭ ନିକଟରେ କୂଶୀୟ ସନ୍ତାନମାନଙ୍କ ତୁଲ୍ୟ।
ଆମ୍ଭେ ମିଶରରୁ ଇସ୍ରାଏଲକୁ,
କପ୍ତୋରରୁ ପଲେଷ୍ଟୀୟକୁ
ଓ ବୀରଦେଶରୁ ଅରାମୀୟମାନଙ୍କୁ ଆଣିଅଛୁ।”
8 ସଦାପ୍ରଭୁ, ମୋର ପ୍ରଭୁ ପାପପୂର୍ଣ୍ଣ ରାଜ୍ୟ ଇସ୍ରାଏଲ ଉପରେ ଦୃଷ୍ଟି ରଖିଛନ୍ତି।
ସଦାପ୍ରଭୁ କହିଲେ,
“ଆମ୍ଭେ ପୃଥିବୀରୁ ଇସ୍ରାଏଲକୁ ମୂଳପୋଛ କରିଦେବା।
କିନ୍ତୁ କେବେ ଯାକୁବ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିବା ନାହିଁ।
9 ଆମ୍ଭେ ଇସ୍ରାଏଲର ଧ୍ୱଂସ ପାଇଁ ଆଦେଶ ଦେବା।
ଆମ୍ଭେ ଇସ୍ରାଏଲବାସୀଙ୍କୁ ସମଗ୍ର ଦେଶଗୁଡ଼ିକରେ ବିକ୍ଷିପ୍ତ ଭାବରେ ବିଚ୍ଛୁରିତ କରିବା।
ଏହା ଗ୍ଭଲୁଣିରେ ଅଟା ଚଲାଇଲା ପରି ହେବ।
ଫସଲର ଏକ କଣିକା ଧରିତ୍ରୀ ଉପରେ ପଡ଼ିବ ନାହିଁ।
ଯାକୁବଙ୍କର ପରିବାର ସେହିପରି ଭାବରେ ସେବା କରିବେ।
10 “ଆମ୍ଭ ଲୋକମାନଙ୍କ ମଧ୍ୟରେ ପାପୀଗଣ କହିବେ,
‘ଆମ୍ଭ ପ୍ରତି କିଛି ମନ୍ଦ ଘଟିବ ନାହିଁ।’
କିନ୍ତୁ ସେ ସମସ୍ତ ଲୋକ ଖଡ଼୍ଗରେ ନିହତ ହେବେ।”
ପରମେଶ୍ୱର ରାଜ୍ୟ ପୁନଃନିର୍ମାଣ ପାଇଁ ପ୍ରତିଜ୍ଞା କରନ୍ତି
11 “ଦାଉଦଙ୍କର ପତିତ ତମ୍ବୁକୁ ଆମ୍ଭେ ପୁନର୍ବାର ଉଠାଇବା।
ଆମ୍ଭେ କାନ୍ଥରେ ଥିବା କଣାସବୁ ବନ୍ଦ କରିବା।
ଆମ୍ଭେ ବିଧ୍ୱସ୍ତ ହୋଇଥିବା ଅଟ୍ଟାଳିକାଗୁଡ଼ିକୁ ପୁନର୍ବାର ନିର୍ମାଣ କରିବା
ଓ ସେ ଗୁଡ଼ିକ ପୂର୍ବପରି ତମ୍ବୁ ନିର୍ମିତ ହେବ।
12 ତା’ପରେ ଇଦୋମର ଯାହାସବୁ ଛଡ଼ା ହୋଇଥିବ,
ଆମ୍ଭ ଲୋକମାନେ ଅଧିକାର କରିବେ
ଏବଂ ସମସ୍ତ ଜାତିଗୁଡ଼ିକ ଆମ୍ଭ ନାମ ନେବେ।”
ସଦାପ୍ରଭୁ ଏହା କହିବେ ଓ ସେହି ସମସ୍ତ ଘଟାଇବେ।
13 ସଦାପ୍ରଭୁ ପୁଣି କୁହନ୍ତି, “ସମୟ ଆସୁଛି ଯେତେବେଳେ ପ୍ରଚୁର ଅମଳ ହେବ
ଏବଂ ତାହା ଶସ୍ୟ ଲଗାଇବା ସମୟ ପର୍ଯ୍ୟନ୍ତ ମଧ୍ୟ କ୍ଷେତ୍ରରେ ଥିବ।
ଏତେ ଦ୍ରାକ୍ଷାଫଳ ହେବ ଯେ, ନୂତନ ଦ୍ରାକ୍ଷାଲତା ଲଗାଇବା ସମୟ ପୂର୍ବରୁ
ତଥାପି ଦ୍ରାକ୍ଷାରସ ପ୍ରସ୍ତୁତ ହୋଇ ପାରିବ ନାହିଁ।
ଏବଂ ମଧୁର ଦ୍ରାକ୍ଷାରସ ପର୍ବତରୁ ବହିବ।
14 ଆମ୍ଭେ ଇସ୍ରାଏଲକୁ ବନ୍ଦୀରୁ ମୁକ୍ତ କରିବା
ଏବଂ ସେମାନଙ୍କୁ ସେମାନଙ୍କର ଭୂମିକୁ ଫେରାଇ ଆଣିବା।
ସେମାନେ ଧ୍ୱଂସ ବିଧ୍ୱଂସ ନଗରଗୁଡ଼ିକୁ ପୁନଃନିର୍ମାଣ କରିବେ
ଏବଂ ସେହି ନଗରୀରେ ବାସ କରିବେ।
ସେମାନେ ଦ୍ରାକ୍ଷାବୃକ୍ଷ କ୍ଷେତରେ ରୋପଣ କରିବେ
ଏବଂ ଦ୍ରାକ୍ଷାରସ ପିଇବେ, ଯାହା ସେଠାକାର ଦ୍ରାକ୍ଷାଫଳରୁ ପ୍ରସ୍ତୁତ ହୁଏ।
ସେମାନେ ମଧ୍ୟ ଗ୍ଭଷ କରିବେ
ଓ ଉତ୍ପାଦିତ ଶସ୍ୟକୁ ଭକ୍ଷ୍ୟଣ କରିବେ।
15 ଆମ୍ଭେ ଆପଣା ଲୋକମାନଙ୍କୁ ତାଙ୍କ ନିଜ ଭୂମିରେ ସ୍ଥାପନ କରିବା।
ଆମ୍ଭେ ଯେଉଁ ଭୂମି ସେମାନଙ୍କୁ ଦେଇଛୁ, ସେମାନେ ଯେପରି ତାଙ୍କ ଭୂମିରୁ କେବେ ବିତାଡ଼ିତ ହେବେ ନାହିଁ।”
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଏହା କୁହନ୍ତି।
ପରମେଶ୍ୱରଙ୍କ ରାଜ୍ୟ ଏକ ସୋରିଷଦାନା ଭଳି(A)
30 ସେ ପୁଣି କହିଲେ, “ପରମେଶ୍ୱରଙ୍କ ରାଜ୍ୟ ସମ୍ପର୍କରେ କ’ଣ କହି ମୁଁ ତୁମ୍ଭକୁ ବୁଝାଇବି? ମୁଁ କେଉଁ ଦୃଷ୍ଟାନ୍ତ ମାଧ୍ୟମରେ ଏହା ବୁଝେଇବି? 31 ପରମେଶ୍ୱରଙ୍କ ରାଜ୍ୟ ଗୋଟିଏ ସୋରିଷଦାନା ଭଳି। ଏହି ସୋରିଷଦାନା, ତୁମ୍ଭେ ବୁଣୁଥିବା ବୀଜଗୁଡ଼ିକ ଭିତରେ ସବୁଠାରୁ ଛୋଟ। 32 କିନ୍ତୁ ତୁମ୍ଭେ ବୁଣିବା ପରେ ଏହି ବୀଜ ବଢ଼ି ତୁମ୍ଭ ବଗିଗ୍ଭର ଅନ୍ୟ ଗଛମାନଙ୍କ ଭିତରେ ସବୁଠାରୁ ବଡ଼ ହୋଇଯାଏ। ତା’ର ଶାଖା ଗୁଡ଼ିକ ବଡ଼ ହୋଇଯାଏ। ପକ୍ଷୀମାନେ ଆସି ତା’ ଛାଇରେ ବସା ବାନ୍ଧି ରହନ୍ତି।”
2010 by World Bible Translation Center