Revised Common Lectionary (Semicontinuous)
ଦାଉଦଙ୍କର ଏକ ଗୀତ।
23 ସଦାପ୍ରଭୁ ମୋର ପ୍ରତିପାଳକ ଅଟନ୍ତି,
ମୋର କିଛି ଅଭାବ ହେବ ନାହିଁ।
2 ସେ ମୋତେ କୋମଳ ସବୁଜ ସ୍ଥାନରେ ଶୋଇବାକୁ ଦିଅନ୍ତି।
ସେ ମୋତେ ସ୍ଥିର ଜଳପୂର୍ଣ୍ଣ ପୁଷ୍କରିଣୀ ପାଖେ ପାଖେ କଢ଼ାଇ ନିଅନ୍ତି।
3 ସେ ମୋର ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି, ସେ ମୋତେ ଧର୍ମପଥରେ କଢ଼ାଇ ନିଅନ୍ତି।
ଏହା ଦ୍ୱାରା ପ୍ରମାଣିତ ହୁଏ ଯେ, ସେ ପ୍ରକୃତରେ ପରମେଶ୍ୱର ଅଟନ୍ତି।
4 ଯଦିଓ ମୁଁ ମୃତ୍ୟୁଛାୟା ରୂପ ଉପତ୍ୟକାରେ ଏକା ବାଟ ଗ୍ଭଲେ, ଯାହାକି ଅନ୍ଧକାରରେ ଆଚ୍ଛାଦିତ ତଥାପି ମୁଁ କୌଣସି ବିପଦ ଯୋଗୁଁ ଭୟଭୀତ ହେବି ନାହିଁ।
କାରଣ ସଦାପ୍ରଭୁ, ତୁମ୍ଭେ ମୋ’ ସହିତ ଅଛ।
ତୁମ୍ଭର ଆଶାବାଡ଼ି ଓ ପାଞ୍ଚଣ ବାଡ଼ି ମୋତେ ସୁରକ୍ଷା କରେ।
5 ହେ ସଦାପ୍ରଭୁ, ତୁମ୍ଭେ ମୋର ଶତ୍ରୁମାନଙ୍କ ସମ୍ମୁଖରେ ମୋର ମେଜ ସଜାଇଅଛ।
ତୁମ୍ଭେ ମୋର ମୁଣ୍ଡରେ ତେଲ ଢାଳିଛ।
ମୋ’ ପାନପାତ୍ର ପୂର୍ଣ୍ଣ ହୋଇ ଉଚ୍ଛୁଳି ପଡ଼ିଛି।
6 ନିଶ୍ଚୟ ଧାର୍ମିକତା, ମଙ୍ଗଳ ଓ ଦୟା ମୋର ଅବଶିଷ୍ଟ ଜୀବନର ପଶ୍ଚାଦ୍ଗାମୀ ହେବ।
ମୁଁ ଶେଷରେ ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ସବୁଦିନ ପାଇଁ ବାସ କରିବି।
ଇସ୍ରାଏଲ ମିଶରକୁ ପ୍ରବେଶ କଲେ
28 ଯାକୁବ ଯୋଷେଫଙ୍କ ପାଖକୁ ଏହି ଖବର ଦେବା ପାଇଁ ଯିହୁଦାଙ୍କୁ ଆଗରେ ପଠାଇଲେ। ଯିହୁଦା ଯୋଷେଫଙ୍କ ପାଖକୁ ଗଲେ। କାରଣ ସେ ତାଙ୍କୁ ଗୋଶନ ପ୍ରଦେଶକୁ ଯିବାକୁ ବାଟ ଦେଖାଇବେ। 29 ଯୋଷେଫ ଜାଣିଲେ ଯେ ତାଙ୍କର ପିତା ଇସ୍ରାଏଲ ଆସୁଛନ୍ତି। ତେଣୁ ଗୋଶନକୁ ଯାଇ ତାଙ୍କର ପିତାଙ୍କୁ ଦେଖା କରିବା ପାଇଁ ଯୋଷେଫ ତାଙ୍କର ରଥ ସଜାଡ଼ିଲେ। ଯେତେବେଳେ ଯୋଷେଫ ତାଙ୍କର ପିତାଙ୍କୁ ଦେଖିଲେ ସେ ତାହାଙ୍କ ଗଳାଧରି ବହୁ ସମୟ ରୋଦନ କଲେ।
30 ଏହା ପରେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଏବେ ମୁଁ ଶାନ୍ତିରେ ମରି ପାରିବି। ମୁଁ ତୁମ୍ଭର ଦର୍ଶନ ପାଇଲି ଏବଂ ଜାଣିଲି ଯେ ତୁମ୍ଭେ ଜୀବିତ।”
31 ଯୋଷେଫ ତାଙ୍କର ଭାଇମାନଙ୍କୁ ଏବଂ ତାଙ୍କ ପିତାଙ୍କର ପରିବାରବର୍ଗଙ୍କୁ କହିଲେ, “ମୁଁ ଯାଇ ଫାରୋଙ୍କୁ କହିବି ଯେ ତୁମ୍ଭେମାନେ ଏଠାରେ ଅଛ। ମୁଁ ଫାରୋଙ୍କୁ କହିବି, ‘ମୋର ଭାଇମାନେ ଓ ମୋର ପିତାଙ୍କର ଅନ୍ୟ ପରିବାରବର୍ଗ କିଣାନ ଦେଶ ଛାଡ଼ି ଏବେ ମୋ’ ପାଖରେ ଏହିଠାରେ ଅଛନ୍ତି। 32 ସେମାନେ ମେଷପାଳକ ମନୁଷ୍ୟମାନେ, ଯେଉଁମାନେ ଜୀବନ୍ତ ପ୍ରାଣୀର ଯତ୍ନ ନିଅନ୍ତି। ଏଣୁ ସେମାନେ ଆପଣାମାନଙ୍କ ଗୋମେଷାଦି ପଲ ପ୍ରଭୃତି ସର୍ବଶ୍ୱ ଆଣିଛନ୍ତି।’ 33 ତହିଁରେ ଫାରୋ ତୁମ୍ଭମାନଙ୍କୁ ଡକାଇ ‘ତୁମ୍ଭର ବ୍ୟବସାୟ ବିଷୟରେ ପଗ୍ଭରିବେ।’ 34 ତୁମ୍ଭେ ତାଙ୍କୁ କହିବ. ‘ଆମ୍ଭେ ମେଷପାଳକ ଅଟୁ, ଆମ୍ଭ ପରିବାର ସମସ୍ତେ ମେଷପାଳକ ଓ ଆମ୍ଭ ପୂର୍ବରୁ ଯେତେବେଳେ ଆମ୍ଭେ ଯୁବା ଥିଲୁ, ଜୀବନ୍ତ ପ୍ରାଣୀମାନଙ୍କର ଯତ୍ନ ନେଉଥିଲୁ।’ ଏହା ପରେ ଫାରୋ ତୁମ୍ଭମାନଙ୍କୁ ଗୋଶନରେ ରହିବାକୁ ଅନୁମତି ଦେବେ। କାରଣ ମିଶରର ଲୋକମାନେ ମେଷପାଳକଙ୍କୁ ସେମାନଙ୍କର ଅଞ୍ଚଳ ପାଖରେ ରଖିବାକୁ ପସନ୍ଦ କରନ୍ତି ନାହିଁ।”
ଇସ୍ରାଏଲ ଗୋଶନରେ ବସତି ସ୍ଥାପନ କଲେ
47 ଯୋଷେଫ ଫାରୋଙ୍କ ନିକଟକୁ ଯାଇ କହିଲେ, “ମୋର ପିତା ଓ ଭାଇମାନେ ସେମାନଙ୍କର ସମସ୍ତ ପରିବାର ଏବେ କିଣାନ ଦେଶରୁ ଆସିଛନ୍ତି। ସେମାନଙ୍କର ସର୍ବଶ୍ୱ ଓ ପଶୁପଲ ସହ ସେମାନେ ଏହିଠାରେ ଅଛନ୍ତି। ସେମାନେ ବର୍ତ୍ତମାନ ଗୋଶନ ପ୍ରଦେଶରେ ଅଛନ୍ତି।” 2 ଯୋଷେଫ ତାଙ୍କର ଭାଇମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ନେଇ ଫାରୋଙ୍କ ସହିତ ସାକ୍ଷାତ କରାଇଲେ।
3 ଫାରୋ ତାଙ୍କର ଭାଇମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କି କାର୍ଯ୍ୟ କରୁଅଛ?”
ଭାଇମାନେ ଫାରୋଙ୍କୁ ଉତ୍ତର ଦେଲେ, “ହେ ଆମ୍ଭର ମହାଶୟ, ଆମ୍ଭେମାନେ ମେଷପାଳକ ଅଟୁ, ଆମ୍ଭର ପୂର୍ବପୁରୁଷମାନେ ପୂର୍ବରୁ ମେଷପାଳକ ଥିଲେ।” 4 ସେମାନେ ଫାରୋଙ୍କୁ କହିଲେ, “କିଣାନର ଦୁର୍ଭିକ୍ଷ ବହୁତ ଖରାପ ଅଛି। ଆମ୍ଭମାନଙ୍କର ପଶୁମାନଙ୍କ ପାଇଁ ସେଠାରେ କୌଣସି ଭୂମିରେ ଘାସ କଅଁଳୁ ନାହିଁ। ତେଣୁ ଆମ୍ଭେମାନେ ଏହିଠାକୁ ବାସ କରିବାକୁ ଆସିଅଛୁ। ଆମ୍ଭେ ଦୟାକରି ଗୋଶନ ଦେଶରେ ରହି ପାରିବୁ କି?”
5 ଏହା ପରେ ଫାରୋ ଯୋଷେଫଙ୍କୁ କହିଲେ, “ତୁମ୍ଭର ପିତା ଓ ତୁମ୍ଭର ଭାଇମାନେ ତୁମ୍ଭ ନିକଟକୁ ଆସି ଅଛନ୍ତି। 6 ତୁମ୍ଭେ ସେମାନଙ୍କୁ ମିଶରର ଯେକୌଣସି ସ୍ଥାନରେ ଆମ୍ଭମାନଙ୍କର ଭୂମିର ଅଂଶରୁ ନିଜର ରୁଚି ଅନୁସାରେ ଦେଇ ପାର। ମିଶରର ସବୁଠାରୁ ଭଲ ଭୂମି ତୁମ୍ଭର ପିତା ଓ ତୁମ୍ଭର ଭାଇମାନଙ୍କୁ ଦିଅ। ସେମାନେ ଗୋଶନ ଦେଶରେ ରୁହନ୍ତୁ। ରହିବା ପାଇଁ ସେମାନଙ୍କୁ ଗୋଶନ ପ୍ରଦେଶ ଦିଅ। ଏବଂ ସେମାନେ ଯଦି ପାରଙ୍ଗମ ତେବେ ସେମାନଙ୍କୁ ମୋର ପଶୁପଲଗୁଡ଼ିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କର।”
ଯିହୂଦୀଙ୍କ ସଭା ସମ୍ମୁଖରେ ପିତର ଏବଂ ଯୋହନ
4 ପିତର ଓ ଯୋହନ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କେତେକ ଲୋକ ସେମାନଙ୍କ ପାଖକୁ ଆସିଲେ। ସେମାନେ ଯାଜକ, ମନ୍ଦିରର ଜଗୁଆଳୀମାନଙ୍କ ସେନାପତି ଓ କେତେକ ସାଦ୍ଦୂକୀ ଥିଲେ। 2 ସେମାନେ ରାଗି ଯାଇଥିଲେ କାରଣ ପିତର ଓ ଯୋହନ ଲୋକମାନଙ୍କୁ ଉପଦେଶ ଦେଉଥିଲେ, ଓ ଯୀଶୁଙ୍କ ପୁନରୁତ୍ଥାନ ପରି ସବୁ ମୃତ ବ୍ୟକ୍ତିମାନଙ୍କର ଯେ ଉତ୍ଥାନ ହେବ, ଏହି କଥା ଘୋଷଣା କରୁଥିଲେ। 3 ତେଣୁ ସେମାନେ କାରାଗାରରେ ବନ୍ଦୀ କରିଦେଲେ। ସନ୍ଧ୍ୟା ହୋଇଯାଇ ଥିବାରୁ ସେମାନଙ୍କୁ ପରଦିନ ପର୍ଯ୍ୟନ୍ତ ବନ୍ଦୀ କରି ରଖିଲେ। 4 କିନ୍ତୁ ଉପଦେଶ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକ ଲୋକ ସେମାନଙ୍କ ବାର୍ତ୍ତା ବିଶ୍ୱାସ କଲେ। ତେଣୁ ବର୍ତ୍ତମାନ ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବିଶ୍ୱାସୀ ଥିଲେ।
2010 by World Bible Translation Center