Revised Common Lectionary (Semicontinuous)
ଦାଉଦଙ୍କର ଗୀତ
35 ସଦାପ୍ରଭୁ ଯେଉଁମାନେ ମୋ’ ସହିତ ବିବାଦ କରୁଛନ୍ତି
ତୁମ୍ଭେ ସେମାନଙ୍କ ସହିତ ମୋ’ ନିମନ୍ତେ ଯୁଦ୍ଧ କର।
2 ସଦାପ୍ରଭୁ ତୁମ୍ଭେ ଢାଲ ଓ ସାଞ୍ଜୁ [a] ଉଠାଅ।
ଜାଗ୍ରତ ହୁଅ, ମୋର ସହାୟ ହୁଅ।
3 ଏକ ବର୍ଚ୍ଛା ଓ କୁନ୍ତ ଧର
ଓ ଯେଉଁମାନେ ମୋ’ ପଛରେ ଗୋଡ଼ାଇଛନ୍ତି ତାଙ୍କ ସହିତ ଯୁଦ୍ଧ କର।
ସଦାପ୍ରଭୁ ମୋର ପ୍ରାଣକୁ କୁହ, “ଯେ ତୁମ୍ଭେ ମୋତେ ରକ୍ଷା କରିବ।”
4 କିଛି ଲୋକ ମୋତେ ହତ୍ୟା କରିବାକୁ ଗ୍ଭହୁଁଛନ୍ତି।
ସେମାନଙ୍କୁ ନିରାଶ କର ଓ ସେମାନଙ୍କୁ ଲଜ୍ଜିତ କର।
ସେମାନଙ୍କୁ ଘଉଡ଼ାଇ ଦିଅ।
ସେହି ଲୋକମାନେ ମୋତେ ବଧ କରିବାକୁ ଯୋଜନା କରୁଥିଲେ ସେମାନଙ୍କୁ ପରାସ୍ତ କର ଓ ହତୋତ୍ସାହ କର।
5 ସେହି ଲୋକମାନଙ୍କୁ ତୁଷ ତୁଲ୍ୟ ପବନରେ ଉଡ଼ାଇ ନିଅ।
ସେମାନଙ୍କୁ ସଦାପ୍ରଭୁଙ୍କର ଦୂତ ଘଉଡ଼ାଇ ଦିଅନ୍ତୁ।
6 ସେମାନଙ୍କ ରାସ୍ତାକୁ ଅନ୍ଧକାର ଓ ପିଚ୍ଛିଳ କରିଦିଅ,
ଯାହା ଫଳରେ ସଦାପ୍ରଭୁଙ୍କ ଦୂତମାନେ ସେମାନଙ୍କୁ ସହଜରେ ଧରି ପାରିବେ।
7 ମୁଁ କୌଣସି ଭୁଲ୍ କାର୍ଯ୍ୟ କରି ନାହିଁ।
ତଥାପି ସେ ଲୋକମାନେ ବିନା କାରଣରେ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରିଥିଲେ।
ସେମାନେ ମୋତେ ଯନ୍ତାରେ ପକାଇବାକୁ ଉଦ୍ୟମ କରିଥିଲେ।
8 ସଦାପ୍ରଭୁ, ସେମାନଙ୍କୁ ସେମାନଙ୍କ ଯନ୍ତାରେ ପକାଇ ଦିଅ।
ସେମାନେ ତାଙ୍କ ବାନ୍ଧିଥିବା ଜାଲରେ ନିଜେ ଧରା ପଡ଼ନ୍ତୁ।
ସେମାନଙ୍କ ଉପରେ ଅଜଣା ବିପଦ ମାଡ଼ି ଆସୁ।
9 ତା’ପରେ ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବି।
ମୁଁ ଅଧିକ ଖୁସୀ ହେବି ଯେତେବେଳେ ସେ ମୋତେ ରକ୍ଷା କରିବେ।
10 ସେତେବେଳେ ମୋର ସମ୍ପୂର୍ଣ୍ଣ ଶରୀର କହିବ, “ହେ ସଦାପ୍ରଭୁ, ତୁମ୍ଭ ଭଳି ଆଉ କେହି ନାହିଁ।
ତୁମ୍ଭେ ଜଣେ ଦୁଃଖୀ ଲୋକକୁ ତା’ଠାରୁ ଅଧିକ ବଳଶାଳୀ ଶତ୍ରୁ କବଳରୁ ଉଦ୍ଧାର କରିଛ।
ତୁମ୍ଭେ ଦୁଃଖୀ ଲୋକଟିକୁ ମନ୍ଦ ଲୋକଙ୍କ ପାଖରୁ ରକ୍ଷା କରିଛ,
ଯେଉଁମାନେ ତାକୁ ଲୁଣ୍ଠନ କରିବା ପାଇଁ ଗ୍ଭହୁଁଥିଲେ।”
ବିଲିୟମ ଓ ମୋୟାବର ରାଜା
22 ତା’ପରେ ଇସ୍ରାଏଲର ଲୋକମାନେ ମୋୟାବର ଯର୍ଦ୍ଦନର ସମତଳ ଭୂମିକୁ ଯାତ୍ରା କଲେ। ସେମାନେ ଯର୍ଦ୍ଦନ ନିକଟସ୍ଥ ଯିରୀହୋଠାରେ ସେମାନଙ୍କର ଛାଉଣି ସ୍ଥାପନ କଲେ।
2 ଇସ୍ରାଏଲ ଇମୋରୀୟମାନଙ୍କ ପ୍ରତି ଯାହା ଯାହା କରିଥିଲେ, ତାହା ସିପ୍ପୋରର ପୁତ୍ର ବାଲାକ୍ ଦେଖିଲେ। 3 ଏଣୁ ସେ ମୋୟାବ ଇସ୍ରାଏଲ ଲୋକମାନଙ୍କ ସକାଶୁ ଭୀତ ହେଲେ। ସେମାନଙ୍କର ସଂଖ୍ୟା ବହୁତ ଥିଲା, ଆଉ ମୋୟାବ ଇସ୍ରାଏଲ ଲୋକମାନଙ୍କ ସକାଶୁ ଉଦବିଗ୍ନ ଥିଲେ।
4 ମୋୟାବ ମିଦିୟନୀୟ ପ୍ରାଚୀନଗଣକୁ କହିଲେ ଯେ, “ଏହିସବୁ ଲୋକମାନେ ଗାଈପରି ସମଗ୍ର ଇସ୍ରାଏଲ ଭୂମିରେ ଚରିଯିବେ। ଗୋରୁ ଯେପରି ପଦାରୁ ଘାସ ଗ୍ଭଟିଖାଏ, ସେହିପରି ଏହି ଜନତା ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସବୁ ଗ୍ଭଟି ପକାଇବେ।”
ସେ ସମୟରେ ବାଲାକ୍ ମୋୟାବର ରାଜା ଥିଲେ। ସେ ସିପ୍ପୋର ପୁତ୍ର ଥିଲେ। 5 ତହୁଁ ସେ ବିୟୋରର ପୁତ୍ର ବିଲିୟମ ନିକଟକୁ ବାର୍ତ୍ତାବହ ପଠାଇଲେ। ସେହି ସମୟରେ ବିଲିୟମ ନିଜ ସମ୍ପର୍କୀୟମାନଙ୍କର ଦେଶର ଫରାତ୍ ନଦୀ ନିକଟସ୍ଥ ପାଥୋର ନଗରରେ ଥିଲେ। ବାଲାକ୍ର ବାର୍ତ୍ତା ଥିଲା,
“ମିଶରରୁ ବହୁତ ଲୋକ ଆସିଲେ। ସେମାନେ ସମଗ୍ର ଦେଶକୁ ଆଚ୍ଛନ୍ନ କରିଅଛନ୍ତି ଏବଂ ବର୍ତ୍ତମାନ ଆମ୍ଭ ନିକଟବର୍ତ୍ତୀ ହୋଇଛନ୍ତି। 6 ଏଣୁ ଆମ୍ଭେ ତୁମ୍ଭକୁ ଆସିବାକୁ ଓ ଆମ୍ଭ ତରଫରୁ ଏହିସବୁ ଲୋକମାନଙ୍କୁ ଅଭିଶାପ ଦେବା ପାଇଁ ନିବେଦନ କରୁଅଛୁ। କାରଣ ସେମାନେ ଆମ୍ଭମାନଙ୍କଠାରୁ ବଳବାନ୍ ଅଛନ୍ତି। ତୁମ୍ଭ ସାହାଯ୍ୟ ଦ୍ୱାରା ଆମ୍ଭେ ସେମାନଙ୍କୁ ଆମ୍ଭ ରାଜ୍ୟରୁ ବାହାର କରି ପାରିବୁ। ଆମ୍ଭେ ଜାଣୁ ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସେମାନେ ଭାଗ୍ୟବାନ୍ ଏବଂ ତୁମ୍ଭେ ଯାହାକୁ ଶାପ ଦିଅ, ସେ ଶାପଗ୍ରସ୍ତ ହୁଏ।”
7 ତହୁଁ ମୋୟାବର ଓ ମିଦିୟନର ପ୍ରାଚୀନବର୍ଗ ଉପହାର ନେଇ ଆସିଲେ। ସେମାନେ ବିଲିୟମ ନିକଟରେ ଉପସ୍ଥିତ ହୋଇ ବାଲାକ ଯାହା କହିଥିଲେ ତାହା କହିଲେ।
8 ତହୁଁ ବିଲିୟମ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆଜି ରାତ୍ରି ଏଠାରେ ରୁହ, ଆଉ ସଦାପ୍ରଭୁ ମୋତେ ଯାହା କହିବେ ତାହା ମୁଁ ପୁନର୍ବାର ତୁମ୍ଭକୁ ଜଣାଇବି।” ତହୁଁ ମୋୟାବର ଅଧିପତିମାନେ ବିଲିୟମ ସହିତ ରାତ୍ରି ଯାପନ କଲେ।
9 ପରମେଶ୍ୱର ସ୍ୱପ୍ନରେ ବିଲିୟମ ନିକଟରେ ଆବିର୍ଭାବ ହେଲେ ଏବଂ ତାଙ୍କୁ ପଗ୍ଭରିଲେ, “ତୁମ୍ଭ ସହିତ ବସବାସ କରୁଥିବା ଏହି ଲୋକମାନେ କିଏ?”
10 ବିଲିୟମ ପରମେଶ୍ୱରଙ୍କୁ କହିଲା, “ମୋୟାବର ରାଜା ସିପ୍ପୋରର ପୁତ୍ର ବାଲାକ୍ ମୋ’ ନିକଟକୁ ଏକ ବାର୍ତ୍ତା ପଠାଇଅଛନ୍ତି। 11 ଦେଖ, ଏହି ଲୋକମାନେ ମିଶରରୁ ଆସିଛନ୍ତି। ସେମାନଙ୍କର ସଂଖ୍ୟା ଏତେ ଅଧିକ ଯେ ସେମାନେ ସମଗ୍ର ଦେଶକୁ ଆଚ୍ଛାଦିତ କରିଛନ୍ତି। ଆସ ଏବଂ ମୋ’ ତରଫରୁ ସେମାନଙ୍କୁ ଅଭିଶାପ ଦିଅ। ତାହାହେଲେ ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସମର୍ଥ ହେବୁ ଓ ସେମାନଙ୍କୁ ତଡ଼ି ଦେଇ ପାରିବୁ।”
12 କିନ୍ତୁ ପରମେଶ୍ୱର ବିଲିୟମକୁ କହିଲେ, “ତୁମ୍ଭେ ସେମାନଙ୍କ ସହିତ ଯିବା ଉଚିତ୍ ନୁହଁ, ତୁମ୍ଭେ ସେହି ଲୋକମାନଙ୍କୁ ଅଭିଶାପ ଦେବା ଉଚିତ୍ ନୁହଁ। କାରଣ ଇସ୍ରାଏଲ ମୋର ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଅଛି।”
13 ଏଥିରେ ବିଲିୟମ ପ୍ରାତଃକାଳରେ ଉଠି ବାଲାକଙ୍କ ଅଧିପତିମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଦେଶକୁ ଗ୍ଭଲିଯାଅ, କାରଣ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ସହିତ ଯିବାକୁ ଅନୁମତି ଦେଲେ ନାହିଁ।”
14 ତେଣୁ ମୋୟାବର ଅଧିପତିମାନେ ବାଲାକଙ୍କ ନିକଟକୁ ଯାଇ କହିଲେ, “ବିଲିୟମ ଆମ୍ଭମାନଙ୍କ ସହିତ ଆସିବାକୁ ନାସ୍ତି କଲେ।”
15 ଏହା ପରେ ବାଲାକ୍ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ଓ ଅଧିକ ସମ୍ଭ୍ରାନ୍ତ ଅଧିପତିମାନଙ୍କୁ ପୁନର୍ବାର ବିଲିୟମ ନିକଟକୁ ପଠାଇଲେ। 16 ସେମାନେ ବିଲିୟମ ନିକଟକୁ ଯାଇ କହିଲେ, “ସିପ୍ପୋରର ପୁତ୍ର ବାଲାକ୍ ଏହି କଥା କହନ୍ତି, ଆମ୍ଭେ ବିନୟ କରୁଅଛୁ, ଆମ୍ଭ ନିକଟକୁ ଆସିବାକୁ ତୁମ୍ଭେ ବାରଣ କରିବ ନାହିଁ। 17 ତୁମ୍ଭେ ଯଦି ମୋତେ ସାହାଯ୍ୟ କର, ମୁଁ ତୁମ୍ଭକୁ ବହୁତ ଭଲ ଭାବରେ ପୁରସ୍କାର ଦେବି। ତୁମ୍ଭେ ମୋତେ ଯାହା କହିବ ତାହା ମୁଁ କରିବି, ଏଣୁ ପ୍ରାର୍ଥନା କରି ମୁଁ ବିନୟ କରୁଅଛି, ମୋ’ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।”
18 ଏଥିରେ ବିଲିୟମ ବାଲାକ୍ର ଦାସମାନଙ୍କୁ କହିଲେ, “ଯଦି ବାଲାକ୍ ସୁନା, ରୂପାରେ ପରିପୂର୍ଣ୍ଣ ନିଜର ଗୃହକୁ ମୋତେ ଦେଇ ଦିଅନ୍ତି, ତଥାପି ମୁଁ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ଆଜ୍ଞା ବାହାରକୁ ଯାଇ ପାରିବି ନାହିଁ। 19 ମାତ୍ର ମୁଁ ତୁମ୍ଭମାନଙ୍କୁ ବିନୟ କରୁଛି, ତୁମ୍ଭେମାନେ ପୂର୍ବ ଲୋକମାନଙ୍କ ପରି ଆଜି ରାତ୍ରି ଏଠାରେ ରୁହ। ସଦାପ୍ରଭୁ ମୋତେ ଆଉ ଯାହା କହିବେ ତାହା ମୁଁ ଜାଣିବି।”
20 ସେହି ରାତ୍ରିରେ ପରମେଶ୍ୱର ବିଲିୟମ ନିକଟକୁ ଆସିଲେ ଏବଂ କହିଲେ, “ଯଦି ଏହି ଲୋକମାନେ ତୁମ୍ଭକୁ ସେମାନଙ୍କ ସଙ୍ଗରେ ଯିବାକୁ ଅନୁରୋଧ କରୁଛନ୍ତି, ତୁମ୍ଭେ ଯାଇପାର, କିନ୍ତୁ ମୁଁ ତୁମ୍ଭକୁ ଯାହା କହିଅଛି, ତୁମ୍ଭେ ତାହା ହିଁ କରିବା ଉଚିତ୍।”
ବିଲିୟମ ଓ ତାଙ୍କର ଗଧ
21 ତା’ ପରଦିନ, ବିଲିୟମ ନିଜର ଗଧ ଉପରେ ଆରୋହଣ କରି ମୋୟାବର ଅଧିପତିମାନଙ୍କ ସହିତ ଗମନ କଲେ।
ପାଉଲ ଯାକୁବଙ୍କ ସହିତ ମିଳନ
17 ଆମ୍ଭେମାନେ ଯିରୁଶାଲମରେ ପହଞ୍ଚିବା ମାତ୍ରେ ଆମ୍ଭକୁ ଭାଇମାନେ ଖୁସୀରେ ସ୍ୱାଗତ ଜଣାଇଲେ। 18 ତା’ ପରଦିନ ପାଉଲ ଆମ୍ଭମାନଙ୍କ ସାଙ୍ଗରେ ଯାକୁବଙ୍କୁ ଭେଟିବାକୁ ଗଲେ। ସବୁ ପ୍ରାଚୀନ ଲୋକମାନେ ସମସ୍ତେ ସେଠାରେ ଉପସ୍ଥିତ ଥିଲେ। 19 ପାଉଲ ସେମାନଙ୍କୁ ଅଭିନନ୍ଦନ ଜଣାଇଲେ। ପରମେଶ୍ୱର ତାହାଙ୍କ ସେବାକାର୍ଯ୍ୟ ମାଧ୍ୟମରେ ଅଣଯିହୂଦୀମାନଙ୍କ ମଧ୍ୟରେ ଯେଉଁସବୁ କାର୍ଯ୍ୟ କରିଛନ୍ତି, ସେସବୁ ସେ ସେମାନଙ୍କୁ ଗୋଟି ଗୋଟି କରି କହିଲେ।
20 ସେମାନେ ଏହା ଶୁଣି ପରମେଶ୍ୱରଙ୍କର ପ୍ରଶଂସା କଲେ। ସେମାନେ ପାଉଲଙ୍କୁ କହିଲେ, “ଭାଇ, ତୁମ୍ଭେ ଦେଖିଛ ଯେ, ହଜାର ହଜାର ଯିହୂଦୀମାନେ ବିଶ୍ୱାସୀ ହୋଇ ଅଛନ୍ତି। କିନ୍ତୁ ସେମାନେ ମନେ କରନ୍ତି ଯେ, ବ୍ୟବସ୍ଥା ପାଳନ କରିବା ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ। 21 ସେମାନେ ତୁମ୍ଭ ବିଷୟରେ ଶୁଣିଛନ୍ତି ଯେ, ତୁମ୍ଭେ ଅଣଯିହୂଦୀମାନଙ୍କ ଦେଶରେ ରହୁଥିବା ଯିହୂଦୀମାନଙ୍କୁ, ମୋଶାଙ୍କର ବ୍ୟବସ୍ଥା ତ୍ୟାଗ କରିବା ପାଇଁ ଶିକ୍ଷା ଦେଉଛ। ତୁମ୍ଭେ ସେମାନଙ୍କୁ ସେମାନଙ୍କର ପିଲାମାନଙ୍କର ସୁନ୍ନତ ନ କରିବା ପାଇଁ ଓ ଯିହୂଦୀ ରୀତିନୀତି ଗୁଡ଼ିକୁ ନ ମାନିବା ପାଇଁ ଶିକ୍ଷା ଦେଇଛ।
22 “ତେଣୁ ଆମ୍ଭକୁ କ’ଣ କରିବା ଉଚିତ୍? ତୁମ୍ଭେ ଯେ ଏଠାକୁ ଆସିଛ, ଏହା ସେମାନେ ନିଶ୍ଚୟ ଶୁଣିବାକୁ ପାଇବେ। 23 ତେଣୁ ଆମ୍ଭ କହିବା ଅନୁସାରେ କାମ କର। ଆମ୍ଭ ପାଖରେ ପରମେଶ୍ୱରଙ୍କଠାରେ ମାନତ କରିଥିବାର ଗ୍ଭରି ଜଣ ଲୋକ ଅଛନ୍ତି। 24 ତୁମ୍ଭେ ସେମାନଙ୍କୁ ସାଙ୍ଗରେ ନେଇ ସେମାନଙ୍କ ସହିତ ଆପଣାକୁ ଶୁଚି କର ଓ ତୁମ୍ଭେ ସେମାନଙ୍କର ମୁଣ୍ଡ ଲଣ୍ଡା ହେବା ପାଇଁ ଖର୍ଚ୍ଚ ଦିଅ। ଏହା ଦ୍ୱାରା ସମସ୍ତେ ଭାବିବେ ଯେ, ସେମାନେ ତୁମ୍ଭ ବିଷୟରେ ଯାହାସବୁ ଶୁଣିଛନ୍ତି ତାହା ମିଥ୍ୟା। ସେମାନେ ଦେଖିବେ ଯେ, ତୁମ୍ଭେ ନିଜ ଜୀବନରେ ମୋଶାଙ୍କ ବ୍ୟବସ୍ଥା ମାନି ଚଳୁଛ।
25 “ଆମ୍ଭେ ଅଣଯିହୂଦୀ ବିଶ୍ୱାସୀ ଲୋକମାନଙ୍କୁ ପତ୍ର ଲେଖିଛୁ। ଆମ୍ଭେ ସେମାନଙ୍କୁ ଲେଖିସାରିଛୁ:
‘ମୂର୍ତ୍ତିକୁ ସମର୍ପିତ ହୋଇଥିବା ଖାଦ୍ୟ ଖାଅ ନାହିଁ।
ରକ୍ତ ଖାଅ ନାହିଁ।
ତୁମ୍ଭେମାନେ କୌଣସି ପ୍ରକାରର ଯୌନ ସମ୍ବନ୍ଧୀୟ ପାପ କାର୍ଯ୍ୟ କର ନାହିଁ।’”
ପାଉଲଙ୍କୁ ଗିରଫ କରାଗଲା
26 ତେଣୁ ପାଉଲ ତହିଁ ଆରଦିନ ସେହି ଗ୍ଭରି ଜଣ ଲୋକଙ୍କୁ ସାଙ୍ଗରେ ନେଇ ଆପଣାକୁ ଶୁଚି କଲେ। ତା’ପରେ ସେ ମନ୍ଦିରକୁ ଯାଇ କେଉଁ ଦିନ କ୍ରିୟା ସମାରୋହର ଦିନ ପୁରି ଯିବ ଓ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ଦାନ ଦିଆଯିବ, ସେହି ବିଷୟରେ ଘୋଷଣା କଲେ।
2010 by World Bible Translation Center