Revised Common Lectionary (Semicontinuous)
ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ।
110 ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ,
“ମୋ’ ସହିତ ମୋର ଦକ୍ଷିଣ ପାଖରେ ବସ।
ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ଯ୍ୟନ୍ତ।”
2 ସଦାପ୍ରଭୁ ତୁମ୍ଭର ରାଜ୍ୟ ସିୟୋନରୁ ବଢ଼ାଇବେ,
ଯେପରିକି ତୁମ୍ଭେ ଶତ୍ରୁଗଣର ରାଜ୍ୟକୁ ଶାସନ କର।
3 ତୁମ୍ଭ ପରାକ୍ରମର ଦିନରେ,
ଯେତେବେଳେ ତୁମ୍ଭର ସୈନ୍ୟବାହିନୀ ଏକତ୍ର ହେବେ,
ତୁମ୍ଭ ଲୋକମାନେ ସ୍ୱଇଚ୍ଛାରେ ମିଶିବେ।
ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସେମାନେ ମିଳିତ ହେବେ।
ସେହି ସମସ୍ତ ଯୁବକ ତୁମ୍ଭ ଗ୍ଭରିପଟେ ପଡ଼ିଆରେ
କାକର ଟୋପା ପରି ବେଢ଼ି ରହିବେ।
4 ସଦାପ୍ରଭୁ ପ୍ରତିଜ୍ଞା କଲେ,
ସେ ତାଙ୍କର ମନ ପରିବର୍ତ୍ତନ କରିବେ ନାହିଁ।
“ଯାଜକ ମଲ୍କୀଷେଦକଙ୍କ ପରି
ତୁମ୍ଭେ ଅନନ୍ତକାଳୀନ ଯାଜକ ହେବ।”
5 ମୋର ପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି।
ଯେତେବେଳେ ସେ କୋପ କରିବେ, ଅନ୍ୟ ରାଜାମାନଙ୍କୁ ପରାସ୍ତ କରିବେ।
6 ପରମେଶ୍ୱର ଦେଶଗୁଡ଼ିକର ବିଗ୍ଭର କରିବେ।
ଏହି ଭୂମିସବୁ ମୃତ ଦେହରେ ଆଚ୍ଛାଦିତ ହେବ।
ସେ ପୃଥିବୀର ଶକ୍ତିଶାଳୀ ନେତାମାନଙ୍କୁ ଧ୍ୱଂସ କରିବେ।
7 ରାଜାମାନେ ପଥ ମଧ୍ୟରେ ଥିବା ଝରଣାରୁ ଜଳପାନ କରିବେ
ଏବଂ ଏହି ହେତୁ ସେ ଆପଣା ମସ୍ତକ ଉଠାଇବେ ଏବଂ ଶକ୍ତିଶାଳୀ ହେବେ।
ଜଣେ ଉତ୍ତମ ସ୍ତ୍ରୀର ଜ୍ଞାନ
20 ଶୁଣ! ଜ୍ଞାନ ରାସ୍ତାଗୁଡ଼ିକ ଉପରେ ଉଚ୍ଚ ସ୍ୱରରେ ଡାକେ। ସର୍ବସାଧାରଣ ଛକଗୁଡ଼ିକରେ ତା'ର ସ୍ୱର ଶୁଣାଏ। 21 ସେ ଲୋକମାନଙ୍କର ପ୍ରଧାନ ସ୍ଥାନରେ ଡାକଇ। ନଗର ଦ୍ୱାରର ପ୍ରବେଶ ସ୍ଥାନରେ, ନଗର ମଧ୍ୟରେ ଆପଣାର ବାକ୍ୟ ଉଚ୍ଚାରଣ କରି କହେ।
22 “ହେ ନିର୍ବୋଧଗଣ। କେତେକାଳ ପର୍ଯ୍ୟନ୍ତ ତୁମ୍ଭେ ନିରର୍ଥକ କାର୍ଯ୍ୟ କରିବାକୁ ଭଲ ପାଇବ? କେତେକାଳ ପର୍ଯ୍ୟନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ? ହେ ମୂର୍ଖମାନେ ଆଉ କେତେକାଳ ବିଦ୍ୟାକୁ ଘୃଣା କରିବ? 23 ମୋର ବାକ୍ୟକୁ ସାବଧାନର ସହିତ ଶୁଣ। ମୁଁ ତୁମ୍ଭମାନଙ୍କୁ ଜାଣିଥିବା କଥାସବୁ କହିବି। ମୁଁ ଆପଣା ବାକ୍ୟସବୁ ତୁମ୍ଭମାନଙ୍କୁ ଜଣାଇବି।
24 “କିନ୍ତୁ ତୁମ୍ଭେମାନେ ମୋର ଶିକ୍ଷା ଶୁଣିବାକୁ ନାସ୍ତି କଲ। ମୁଁ ତୁମ୍ଭକୁ ସାହାଯ୍ୟ କରିବାକୁ ଚେଷ୍ଟା କଲି। ମୁଁ ହାତ ବଢ଼ାଇଲି କିନ୍ତୁ ତୁମ୍ଭେମାନେ ମୋର ସାହାଯ୍ୟ ଗ୍ରହଣ କରିବାକୁ ମନାକଲ। 25 ତୁମ୍ଭେମାନେ ମୋର ସମସ୍ତ ବାକ୍ୟକୁ ହେୟ ଜ୍ଞାନ କଲ। ମୋର କୌଣସି ଅନୁଯୋଗକୁ ଗ୍ଭହିଁଲ ନାହିଁ। 26 ତେଣୁ ମୁଁ ତୁମ୍ଭମାନଙ୍କର ବିପଦ ବେଳେ ହସିବି। ତୁମ୍ଭମାନଙ୍କର ଅସୁବିଧା ସମୟରେ ମୁଁ ପରିହାସ କରିବି। 27 ପ୍ରଚଣ୍ଡ ଝଡ଼ପରି ତୁମ୍ଭମାନଙ୍କର ଧ୍ୱଂସ ଆସିବ। ଏହା ତୁମ୍ଭକୁ ଆଘାତ କରିବ ଏବଂ ଘୂର୍ଣ୍ଣିବାୟୁ ପରି ତୁମ୍ଭକୁ ପୋଡ଼ି ପକାଇବ। ତୁମ୍ଭମାନଙ୍କର ଅସୁବିଧା ଓ ଦୁଃଖ ତୁମ୍ଭମାନଙ୍କର ବୋଝ ହେବ।
28 “ଯେତେବେଳେ ଏହିସବୁ ଘଟିବ, ତୁମ୍ଭେମାନେ ମୋର ସାହାଯ୍ୟ ଲୋଡ଼ିବ। କିନ୍ତୁ ମୁଁ ତୁମ୍ଭକୁ ସାହାଯ୍ୟ କରିବି ନାହିଁ। ତୁମ୍ଭେମାନେ ମୋତେ ଖୋଜିବ। କିନ୍ତୁ ତୁମ୍ଭେମାନେ ମୋତେ ପାଇବ ନାହିଁ। 29 ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିବି ନାହିଁ, କାରଣ ତୁମ୍ଭେମାନେ ମୋର ଜ୍ଞାନ ଗ୍ରହଣ କଲ ନାହିଁ, ତୁମ୍ଭେମାନେ ଏହା ଘୃଣାକର। ସଦାପ୍ରଭୁଙ୍କୁ ସମ୍ମାନ ଦେବା ପାଇଁ ତୁମ୍ଭେମାନେ ନାସ୍ତି କଲ। 30 ତୁମ୍ଭେମାନେ ତୁମ୍ଭର ନିଜ ଇଚ୍ଛାରେ ବାସ କଲ, ତୁମ୍ଭେ ତୁମ୍ଭର ନିଜର ମନ୍ଦବ୍ୟବସ୍ଥାଗୁଡ଼ିକ ଅନୁସରଣ କଲ। ତେଣୁ ବର୍ତ୍ତମାନ ତୁମ୍ଭେ ନିଜ କର୍ମର ଫଳ ନିଶ୍ଚୟ ଗ୍ରହଣ କରିବ। 31 ନିର୍ବୋଧଲୋକମାନେ ନିର୍ବୋଧ ଜୀବନଶୈଳିରେ ପରିଗ୍ଭଳିତ ହୁଅନ୍ତି, ଯାହା ସେମାନଙ୍କୁ ବିନାଶ କରିବ। ନିର୍ବୋଧମାନେ କୁକର୍ମର ପ୍ରତିଫଳ ନିମନ୍ତେ ସେମାନେ ଧ୍ୱଂସ ପାଇବେ।
32 “କିନ୍ତୁ ଯେକେହି ମୋର କଥା ଶୁଣିବ, ସେ ସୁରକ୍ଷାରେ ପ୍ରବେଶ କରିବ। ତାହାର କେବେହେଲେ କୌଣସି ଦୁର୍ଭାଗ୍ୟ ନ ଥିବ। 33 ମାତ୍ର ଯେଉଁ ଲୋକ ମୋର ବାକ୍ୟ ମାନି ଚଳେ। ସେ ନିରାପଦରେ ବାସ କରିବ, ତା'ର ଅମଙ୍ଗଳ ହେବ ନାହିଁ।”
ପରମେଶ୍ୱରଙ୍କଠାରେ ସମର୍ପିତ ହୁଅ
4 ତୁମ୍ଭେ କ’ଣ ଜାଣିଛ କି ତୁମ୍ଭମାନଙ୍କ ଭିତରେ ଝଗଡ଼ା ଓ ଯୁକ୍ତିତର୍କ କାହିଁକି ହୁଏ? ତୁମ୍ଭର ଝଗଡ଼ା ଓ ଯୁକ୍ତିତର୍କ ସ୍ୱାର୍ଥପର ଇଚ୍ଛାରୁ ଆସେ ଓ ତୁମ୍ଭ ମଧ୍ୟରେ ବିବାଦ ସୃଷ୍ଟି କରିଥାଏ? 2 ତୁମ୍ଭେମାନେ ଅନେକ ବିଷୟ ଇଚ୍ଛା କର, କିନ୍ତୁ ପାଅ ନାହିଁ। ତେଣୁ ତୁମ୍ଭେ ଅନ୍ୟ ଲୋକମାନଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ସେମାନଙ୍କୁ ହତ୍ୟା କରିଥାଅ। ତଥାପି ତୁମ୍ଭେ ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ପାଇ ପାର ନାହିଁ। ସେଥିପାଇଁ ତୁମ୍ଭେ ତର୍କବିତର୍କ କରିଥାଅ ଓ ବିବାଦ କରିଥାଅ। ଯେହେତୁ ତୁମ୍ଭେ ପରମେଶ୍ୱରଙ୍କୁ ତୁମ୍ଭର ଦରକାରୀ ବିଷୟ ଗୁଡ଼ିକ ମାଗି ନ ଥାଅ, ତେଣୁ ତୁମ୍ଭେମାନେ ସେଗୁଡ଼ିକ ପାଇ ନ ଥାଅ। 3 ବା ଯେତେବେଳେ ତୁମ୍ଭେ ମାଗ, ତାହା ପାଅ ନାହିଁ। କାହିଁକି? କାରଣ ଯେଉଁ କାରଣରୁ ତୁମ୍ଭେ ମାଗ, ତାହା ଭୁଲ୍ ଥାଏ। ତୁମ୍ଭେ ନିଜର ଅଭିଳାଷ ପାଇଁ ଯେପରି ସେଗୁଡ଼ିକୁ ବ୍ୟବହାର କରିପାର, ସେଥିପାଇଁ ସେହିସବୁ ମାଗିଥାଅ।
4 ଏହା ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ନିକଟରେ ବିଶ୍ୱସ୍ତ ନୁହଁ। ତୁମ୍ଭେ ଜାଣି ରଖିବା ଉଚିତ୍ ଯେ, ଜଗତକୁ ଭଲ ପାଇବା ଓ ପରମେଶ୍ୱରଙ୍କୁ ଘୃଣା କରିବା ବିଷୟ ସମାନ। ଅତଏବ ଯଦି କେହି ଏହି ସଂସାରର ଅଂଶୀ ହେବା ପାଇଁ ଇଚ୍ଛା କରେ, ତେବେ ସେ ନିଜକୁ ପରମେଶ୍ୱରଙ୍କୁ ଶତ୍ରୁ କରି ପକାଏ। 5 ତୁମ୍ଭେ କ’ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ? ଶାସ୍ତ୍ର କୁହେ: “ପରମେଶ୍ୱର ଆମ୍ଭ ମଧ୍ୟରେ ବାସ କରିବା ପାଇଁ ଯେଉଁ ଆତ୍ମାଙ୍କୁ ଦେଇଛନ୍ତି, ସେ ଆମ୍ଭକୁ ସମ୍ପୂର୍ଣ୍ଣ ରୂପେ ଅଧିକାର କରିବା ନିମନ୍ତେ ଗ୍ଭହାନ୍ତି।”(A) 6 କିନ୍ତୁ ପରମେଶ୍ୱର ଆମ୍ଭକୁ ଦେଇଥିବା ଅନୁଗ୍ରହ ଅତି ମହାନ ଅଟେ। ଯେପରି ଶାସ୍ତ୍ର କୁହେ: “ପରମେଶ୍ୱର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।”(B)
7 ଅତଏବ ନିଜକୁ ପରମେଶ୍ୱରଙ୍କଠାରେ ସମର୍ପିତ କର। ଶୟତାନକୁ ବାଧା ଦିଅ, ତା'ହେଲେ ସେ ତୁମ୍ଭଠାରୁ ଦୂରେଇ ଯିବ। 8 ପରମେଶ୍ୱରଙ୍କ ନିକଟକୁ ଆସ, ତେବେ ସେ ମଧ୍ୟ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭେମାନେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ୱର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର। 9 ଦୁଃଖୀ ହୁଅ, ଦୁଃଖ ପ୍ରକାଶ କର ଓ କ୍ରନ୍ଦନ କର! ତୁମ୍ଭର ହାସ୍ୟକୁ କ୍ରନ୍ଦନରେ ବଦଳାଇ ଦିଅ। ତୁମ୍ଭର ପ୍ରଫୁଲ୍ଲତାକୁ ଦୁଃଖରେ ବଦଳାଅ। 10 ପ୍ରଭୁଙ୍କ ଆଗରେ ନମ୍ର ହୁଅ ଓ ସେ ତୁମ୍ଭକୁ ମହାନ୍ କରିବେ।
2010 by World Bible Translation Center