Revised Common Lectionary (Complementary)
ହାନ୍ନା ଧନ୍ୟବାଦ ଦେଲା
2 ହାନ୍ନା ପ୍ରାର୍ଥନା କରି କହିଲା,
“ମୋର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହାଉଲ୍ଲାସ କରୁଅଛି।
ପରମେଶ୍ୱରଙ୍କଠାରେ ମୁଁ ମୋର ବହୁତ ଶକ୍ତି ଅନୁଭବ କରୁଛି।
ମୁଁ ମୋର ଶତ୍ରୁମାନଙ୍କୁ ଉପହାସ କରୁଛି।
ଯେହେତୁ ତୁମ୍ଭେ ମୋତେ ରକ୍ଷା କରିଥିବାରୁ ମୁଁ ବହୁତ ଖୁସୀ।
2 ପରମେଶ୍ୱରଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ,
କାରଣ ତୁମ୍ଭ ବ୍ୟତୀତ ଆଉ କେହି ପରମେଶ୍ୱର ନାହାନ୍ତି।
ଆମ୍ଭର ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ।
3 ନିଜ ବୃଥାଗର୍ବ ବନ୍ଦ କର।
ଅହଂକାର ଭାବରେ କହିବା ବନ୍ଦ କର।
ସଦାପ୍ରଭୁ ପରମେଶ୍ୱର ସର୍ବଜ୍ଞ ଅଟନ୍ତି ଏବଂ
ସେ ଲୋକମାନଙ୍କୁ ସେମାନଙ୍କର କର୍ମ ଅନୁଯାୟୀ ବିଗ୍ଭର କରନ୍ତି।
4 ବୀରମାନଙ୍କର ସମସ୍ତ ଧନୁ ଭଙ୍ଗା ଯାଇଅଛି
ଓ ଝୁଣ୍ଟି ପଡ଼ୁଥିବା ଦୁର୍ବଳ ଲୋକମାନେ ବଳଶାଳୀ ହୋଇଛନ୍ତି।
5 ଯେଉଁମାନେ, ବେଶି ଖାଦ୍ୟ ଖାଉଥିଲେ,
ବର୍ତ୍ତମାନ ନିଶ୍ଚୟ କଠିନ ପରିଶ୍ରମ କରିବେ।
ଖାଦ୍ୟ ଅଭାବରୁ ଯେଉଁମାନେ କ୍ଷୁଧାର୍ତ୍ତ ଥିଲେ,
ସେମାନେ ଖାଦ୍ୟ ପାଇ ଅଛନ୍ତି।
ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି
ଓ ସ୍ତ୍ରୀଲୋକଟି ଯାହାର ବହୁତ ସନ୍ତାନ ଥିଲା
ସେ ଦୁଃଖିତା ହୋଇଅଛି।
6 ସଦାପ୍ରଭୁ ଲୋକମାନଙ୍କର ମୃତ୍ୟୁର କାରଣ ହୁଅ
ଓ ସେ ପୁନର୍ବାର ଲୋକମାନଙ୍କ ଜୀବନ ଫେରାଇ ଆଣି ପାରନ୍ତି।
ସଦାପ୍ରଭୁ ଲୋକମାନଙ୍କୁ କବରକୁ ପଠାନ୍ତି
ଓ କବରରୁ ସେମାନଙ୍କୁ ଉଠାଇ ଆଣିପାରନ୍ତି।
7 ସଦାପ୍ରଭୁ ଲୋକମାନଙ୍କୁ ନିର୍ଦ୍ଧନ କରନ୍ତି
ବା ଧନବାନ୍ କରାନ୍ତି।
ସେ ଲୋକମାନଙ୍କୁ ନମ୍ର କରନ୍ତି
କିମ୍ବା ସେମାନଙ୍କୁ ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ କରାନ୍ତି।
8 ସଦାପ୍ରଭୁ ଗରିବ ଲୋକମାନଙ୍କୁ ଧୂଳିରୁ ଉଠାନ୍ତି।
ସେ ଦରିଦ୍ର ଲୋକମାନଙ୍କୁ ଅଳିଆ ଗଦାରୁ ଉଠାଇବେ।
ସେ ଗରିବ ଲୋକମାନଙ୍କୁ ରାଜକୁମାରମାନଙ୍କ ସହିତ
ଓ କୁଳୀନ ଅତୀଥିମାନଙ୍କ ସହିତ ବସିବା ପାଇଁ ଉଠେଇ ଦିଅନ୍ତି
କାରଣ ସଦାପ୍ରଭୁ ସମଗ୍ର ବ୍ରହ୍ମାଣ୍ଡକୁ ନିର୍ମାଣ କରିଛନ୍ତି ଏବଂ ସମୁଦାୟ ବ୍ରହ୍ମାଣ୍ତ ତାଙ୍କର ଅଟେ।
9 ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସୁରକ୍ଷା କରନ୍ତି।
ସେ ସେମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରନ୍ତି।
କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାରରେ ଝୁଣ୍ଟିପଡ଼ନ୍ତି ଓ ଧ୍ୱଂସ ହୁଅନ୍ତି।
ସେମାନଙ୍କର ଶକ୍ତି ସେମାନଙ୍କୁ ରକ୍ଷା କରିବା ପାଇଁ ସାହାଯ୍ୟ କରେ ନାହିଁ।
10 ଯେଉଁମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ସହିତ ପ୍ରତିବାଦ କରନ୍ତି, ସେମାନେ ଭଗ୍ନ ହେବେ।
ସଦାପ୍ରଭୁ ସ୍ୱର୍ଗରେ ଥାଇ ସେହି ଲୋକମାନଙ୍କ ବିରୁଦ୍ଧରେ ଗର୍ଜନ କରିବେ।
ଏବଂ ସଦାପ୍ରଭୁ ପୃଥିବୀର ସମସ୍ତ ଲୋକମାନଙ୍କର ବିଗ୍ଭର କରିବେ
ଓ ସେ ଆପଣା ରାଜାକୁ ବଳ ଦେବେ।
ସେ ତାଙ୍କର ଅଭିଷିକ୍ତ ରାଜାଙ୍କୁ ଉନ୍ନତ କରିବେ।”
ଶେଷରେ ସାରା ଏକ ଶିଶୁକୁ ଜନ୍ମ ଦେଲେ
21 ସଦାପ୍ରଭୁ ସାରାଙ୍କଠାରେ କରିଥିବା ତାଙ୍କର ପ୍ରତିଜ୍ଞା ରକ୍ଷା କଲେ। ସେ ସାରାକୁ ଯାହା ପ୍ରତିଜ୍ଞା କରିଥିଲେ ତାଙ୍କ ପାଇଁ ସେପରି କଲେ। 2 ସାରା ଗର୍ଭବତୀ ହୋଇ ଅବ୍ରହାମଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ଏକ ଶିଶୁକୁ ଜନ୍ମ ଦେଲେ। ଏସବୁ ପରମେଶ୍ୱରଙ୍କ ନିରୂପିତ ସମୟରେ ଘଟିଲା। 3 ସାରା ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ, ଏବଂ ଅବ୍ରହାମ ତାଙ୍କର ନାମକରଣ କରି ତା'ର ନାମ ଦେଲେ ଇସ୍ହାକ, 4 ଅବ୍ରହାମ ପରମେଶ୍ୱରଙ୍କ ନିର୍ଦ୍ଦେଶ ଅନୁସାରେ ଇସ୍ହାକକୁ ଠିକ୍ ଆଠଦିନ ପରେ ସୁନ୍ନତ କଲେ।
5 ଇସ୍ହାକଙ୍କ ଜନ୍ମ ବେଳକୁ ଅବ୍ରହାମଙ୍କର ଏକଶହ ବର୍ଷ ବୟସ ହୋଇଥିଲା। 6 ଏବଂ ସାରା କହିଲେ, “ପରମେଶ୍ୱର ମୋ’ ନିମନ୍ତେ ହସ ଦେଲେ ଏବଂ ଯିଏ ଏହା ଶୁଣିବ ସେ ମଧ୍ୟ ହସିବ। 7 କୌଣସି ଲୋକ ଚିନ୍ତା କଲେ ନାହିଁ ଯେ, ମୁଁ ଅବ୍ରହାମଠାରୁ ପିଲାକୁ ଜନ୍ମ ଦେବି। କିନ୍ତୁ ମୁଁ ତାଙ୍କୁ ବୃଦ୍ଧାବସ୍ଥାରେ ଏକ ପୁତ୍ର ଦେଲି।”
ଗୃହରେ ବିବାଦ ଦେଖା ଦେଲା
8 ଯେତେବେଳେ ଇସ୍ହାକ ଯଥେଷ୍ଟ ବଡ଼ ହେଲେ ଖାଦ୍ୟ ଖାଇବା ଆରମ୍ଭ କଲେ। ତେଣୁ ଅବ୍ରହାମ ଏକ ବିରାଟ ଭୋଜିର ଆୟୋଜନ କଲେ। 9 ହାଗାରର ପୁଅ ଖେଳୁଥିବାର[a] ସାରା ଦେଖିଲେ। ଯାହା ହାଗାର ମିଶରୀୟ ଏହି ପୁତ୍ର ଅବ୍ରହାମଙ୍କ ଦ୍ୱାରା ହୋଇଥିଲା। 10 ସାରା ଅବ୍ରହାମଙ୍କୁ କହିଲେ, “ସେହି ଦାସୀ ଓ ତା'ର ପୁତ୍ରକୁ ଦୂରସ୍ଥାନକୁ ତଡ଼ିଦିଅ। ଯେତେବେଳେ ଆମ୍ଭେ ମରିଯିବା ମୋର ପୁତ୍ର ଇସ୍ହାକ ଆମ୍ଭର ଉତ୍ତରାଧିକାରୀ ହେବ। ମୁଁ ସେହି ଦାସୀର ପୁତ୍ର, ଇସ୍ହାକ ସହିତ ଅଂଶ ଅଧିକାର ପାଉ ବୋଲି ଗ୍ଭହେଁ ନାହିଁ।”
11 ଏହି ଦୁଃଖ ଅବ୍ରହାମଙ୍କୁ ଘାରିଲା, ସେ ତାଙ୍କର ପୁତ୍ର ଇଶ୍ମାଏଲ ବିଷୟରେ ବହୁତ ଭାବିଲେ। 12 କିନ୍ତୁ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ତୁମ୍ଭର ସେହି ଦାସୀ ଏବଂ ତାଙ୍କର ପୁତ୍ର ପାଇଁ ବ୍ୟସ୍ତ ହେବାର ନାହିଁ। ସାରା ଯେପରି ଗ୍ଭହୁଁଛି ସେପରି କର। ଇସ୍ହାକ ତୁମ୍ଭର ପରିବାରର ନାମ ରଖିବ। 13 କିନ୍ତୁ ମୁଁ ତୁମ୍ଭର ଦାସୀର ପୁତ୍ରଠାରୁ ମଧ୍ୟ ଏକ ମହାନ ଜାତି ନିର୍ମାଣ କରିବି। କାରଣ ସେ ତୁମ୍ଭର ପୁତ୍ର।”
14 ତା’ ପରଦିନ ପ୍ରତ୍ୟୁଷରୁ ଅବ୍ରହାମ କିଛି ଖାଦ୍ୟ ଓ ପାଣିଥଳି ଆଣିଲେ। ଅବ୍ରହାମ ତାହା ହାଗାରକୁ ଦେଲେ। ଅବ୍ରହାମ ହାଗାର ଓ ତା'ର ପୁତ୍ରକୁ ସେହି ଜିନିଷ ସହିତ ପଠାଇ ଦେଲେ। ହାଗାର ସେ ସ୍ଥାନ ଛାଡ଼ି ବେର୍ଶେବା ମରୁଭୂମିରେ ଭ୍ରମଣ କଲେ।
15 ଯେତେବେଳେ ସମସ୍ତ ପାଣି ଶେଷ ହୋଇଗଲା ସେତେବେଳେ ହାଗାର ତା'ର ପୁତ୍ରକୁ ଏକ ବୁଦା ତଳେ ରଖିଲା। 16 ହାଗାର ସେଠାରୁ କିଛି ଦୂରକୁ ଗଲା, ସେତେ ଦୂର ଯେତେ ଦୂର ଗୋଟିଏ ଧନୁରୁ ଶର ମାରିଲେ ଯାଏ। ସେଠାରେ ସେ ଯାଇ ବସି ପଡ଼ିଲା। ହାଗାର ତା'ର ପିଲାଟି ମୃତ୍ୟୁବରଣ କରୁଥିବାର ଦେଖିବାକୁ ଗ୍ଭହିଁଲା ନାହିଁ। ତେଣୁ ସେ ସେଠାରେ କ୍ରନ୍ଦନ କଲା।
17 ପରମେଶ୍ୱର ସେହି ବାଳକର କ୍ରନ୍ଦନ ଶୁଣିପାରିଲେ ଏବଂ ପରମେଶ୍ୱରଙ୍କର ଦୂତ ସ୍ୱର୍ଗରୁ ହାଗାରକୁ କହିଲେ, “କ’ଣ ହେଲା ହାଗାର? ଭୟ କର ନାହିଁ! ସଦାପ୍ରଭୁ ସେହି ସ୍ଥାନରୁ ସେ ପିଲାର କ୍ରନ୍ଦନ ଶୁଣି ପାରୁଛନ୍ତି। 18 ଯାଅ ଏବଂ ବାଳକକୁ ସାହାଯ୍ୟ କର। ତା'ର ହାତ ଧରି ତାକୁ ଆଗେଇ ନିଅ। ମୁଁ ତାଙ୍କୁ ବହୁ ସନ୍ତାନର ପିତା କରିବି।”
19 ଏହା ପରେ ପରମେଶ୍ୱର ହାଗାରକୁ ଏକ କୂପ ଦେଖାଇଲେ। ତେଣୁ ହାଗାର ସେହି କୂପ ପାଖକୁ ଯାଇ ତାଙ୍କର ଥଳିରେ ପାଣି ଭର୍ତ୍ତିକଲା। ଏହା ପରେ ତା'ର ପୁତ୍ରକୁ ସେଥିରୁ ପାଣି ପିଇବାକୁ ଦେଲା।
20 ପରମେଶ୍ୱରଙ୍କର ଦୟାରୁ ସେହି ବାଳକ ବଡ଼ ହେଲା। ଇଶ୍ମାଏଲ ମରୁଭୂମିରେ ବାସକଲା ଏବଂ ଏକ ଶିକାରୀ ହେଲା। ସେ ଧନୁ ମାରିବା ନିପୁଣଭାବରେ ଶିକ୍ଷା କଲା। 21 ତା'ର ମା ତା’ ପାଇଁ ଏକ ସ୍ତ୍ରୀ ମିଶରରେ ଠିକ୍ କଲା। ସେମାନେ ପାରଣ ନାମକ ମରୁଭୂମିରେ ବାସ କଲେ।
ସାରା ଓ ହାଗାରର ଉଦାହରଣ
21 ଏବେ ମଧ୍ୟ ତୁମ୍ଭମାନଙ୍କ ଭିତରୁ କେତେକ ବ୍ୟବସ୍ଥା ଅଧୀନରେ ରହିବାକୁ ଇଚ୍ଛା କରୁଛ। ତୁମ୍ଭେମାନେ ଜାଣ କି ବ୍ୟବସ୍ଥା କ’ଣ କୁହେ? 22 ଶାସ୍ତ୍ର କୁହେ, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ। ଗୋଟିଏ ପୁଅର ମା ଜଣେ ଦାସୀ। ଅନ୍ୟଟିର ମା ଜଣେ ସ୍ୱାଧୀନା ସ୍ତ୍ରୀ। 23 ଅବ୍ରହାମଙ୍କ ଦାସୀପୁତ୍ର ଶାରୀରିକ ସ୍ୱଭାବର ପଦ୍ଧତିରେ ଜନ୍ମ ହେଲା। କିନ୍ତୁ ସ୍ୱାଧୀନ ସ୍ତ୍ରୀଠାରୁ ଯେଉଁ ପୁତ୍ରଟି ଜନ୍ମ ହେଲା, ପରମେଶ୍ୱର ଅବ୍ରହାମଙ୍କୁ ଦେଇଥିବା ପ୍ରତିଜ୍ଞା ଅନୁସାରେ ସେ ଜାତ ହେଲା।
24 ଏହି ସତ୍ୟ କାହାଣୀ ଗୋଟିଏ ଅର୍ଥ ପ୍ରକାଶ କରେ। ଦୁଇଜଣ ସ୍ତ୍ରୀ ଦୁଇ ପ୍ରକାରର ଚୁକ୍ତିକୁ ଦର୍ଶାନ୍ତି। ଗୋଟିଏ ଚୁକ୍ତି ସୀନୟ ପର୍ବତଠାରେ ହୋଇଥିଲା। ଏହି ଚୁକ୍ତି ଉଦ୍ଦେଶ୍ୟରେ ଯେଉଁ ଲୋକମାନେ ଜନ୍ମ ହୁଅନ୍ତି, ସେମାନେ କ୍ରୀତଦାସ ଭଳି। ଏହି ଚୁକ୍ତି ହାଗାର ନାମ୍ନୀ ଏକ ସ୍ତ୍ରୀ ସହିତ ସଂଯୁକ୍ତ। 25 ହାଗାର ଆରବ ଦେଶସ୍ଥିତ ସୀନୟ ପର୍ବତର ପ୍ରତୀକ। ଏବେ ତାହା ଆଜିର ଯିରୁଶାଲମକୁ ସଂକେତ କରେ। ଏହା ନିଜ ସନ୍ତାନମାନଙ୍କ ସହିତ ଦାସତ୍ୱରେ ପଡ଼ିଅଛି। 26 କିନ୍ତୁ ସ୍ୱର୍ଗସ୍ଥ ଯିରୁଶାଲମ ସ୍ୱାଧୀନ ଅଟେ। ସେ ଆମ୍ଭର ମାତା। 27 ଶାସ୍ତ୍ର କୁହେ:
“ହେ ବନ୍ଧ୍ୟା! ଆନନ୍ଦିତ ହୁଅ, ତୁମ୍ଭେ କାହାରିକୁ ଜନ୍ମ ଦେଇ ନାହଁ;
ଖୁବ୍ ଜୋର୍ରେ ହର୍ଷନାଦ କର,
ତୁମ୍ଭେ ପ୍ରସବବେଦନା
କେବେ ହେଲେ ଅନୁଭବ କରି ନାହଁ।
ଯେଉଁ ସ୍ତ୍ରୀ ପରିତ୍ୟକ୍ତା,
ତା'ର ଅଗଣିତ ସନ୍ତାନ ସଧବା (ପତିଥିବା) ସ୍ତ୍ରୀଠାରୁ ବେଶୀ ହେବେ।”(A)
28-29 ଏବଂ ଅବ୍ରହାମଙ୍କର ଗୋଟିଏ ପୁତ୍ର ସାଧାରଣ ଭାବରେ ଜନ୍ମ ହେଲା। ଅନ୍ୟ ପୁତ୍ର ଇସ୍ହାକ୍ ଆତ୍ମାଙ୍କ ଶକ୍ତି ଦ୍ୱାରା ଜାତ ହେଲା। ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ମଧ୍ୟ ଇସ୍ହାକ ଭଳି ପ୍ରତିଶୃତିର ସନ୍ତାନ ଅଟ। ସାଧାରଣ ଭାବରେ ଜନ୍ମ ଗ୍ରହଣ କରିଥିବା ପୁତ୍ରଟି ଇସ୍ହାକ ସହିତ ମନ୍ଦ ବ୍ୟବହାର କଲା। ଆଜି ମଧ୍ୟ ସେହିଭଳି ଅବସ୍ଥା। 30 କିନ୍ତୁ ଶାସ୍ତ୍ର କ’ଣ କୁହେ? “ଦାସୀ ନାରୀ ଓ ତାହାର ପୁତ୍ରକୁ ବାହାର କରିଦିଅ। ସ୍ୱାଧୀନ ସ୍ତ୍ରୀର ପୁତ୍ର ପିତାର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହେବ। କିନ୍ତୁ ଦାସୀପୁତ୍ର କିଛି ପାଇବ ନାହିଁ।”(B) 31 ଅତଏବ ଭାଇ ଓ ଭଉଣୀମାନେ, ଆମ୍ଭେ ଦାସୀପୁତ୍ର ନୋହୁଁ, ମାତ୍ର ସ୍ୱାଧୀନ ସ୍ତ୍ରୀର ସନ୍ତାନ ଅଟୁ।
ସ୍ୱାଧୀନ ରହିଥାଅ
5 ଆମ୍ଭେ ସମସ୍ତେ ଏବେ ସ୍ୱାଧୀନ। ଖ୍ରୀଷ୍ଟ ଆମ୍ଭକୁ ସ୍ୱାଧୀନ କରିଛନ୍ତି। ଦୃଢ଼ ଭାବରେ ରହିଥାଅ। ପୁଣି ଥରେ ଦାସତ୍ୱର ବନ୍ଧନ ନିକଟରେ ନିଜ ନିଜକୁ ସମର୍ପଣ କର ନାହିଁ।
2010 by World Bible Translation Center