Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 2:1-10

ହାନ୍ନା ଧନ୍ୟବାଦ ଦେଲା

ହାନ୍ନା ପ୍ରାର୍ଥନା କରି କହିଲା,

“ମୋର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହାଉଲ୍ଲାସ କରୁଅଛି।
    ପରମେଶ୍ୱରଙ୍କଠାରେ ମୁଁ ମୋର ବହୁତ ଶକ୍ତି ଅନୁଭବ କରୁଛି।
ମୁଁ ମୋର ଶତ୍ରୁମାନଙ୍କୁ ଉପହାସ କରୁଛି।
    ଯେହେତୁ ତୁମ୍ଭେ ମୋତେ ରକ୍ଷା କରିଥିବାରୁ ମୁଁ ବହୁତ ଖୁସୀ।

ପରମେଶ୍ୱରଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ,
    କାରଣ ତୁମ୍ଭ ବ୍ୟତୀତ ଆଉ କେହି ପରମେଶ୍ୱର ନାହାନ୍ତି।
    ଆମ୍ଭର ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ।

ନିଜ ବୃଥାଗର୍ବ ବନ୍ଦ କର।
    ଅହଂକାର ଭାବରେ କହିବା ବନ୍ଦ କର।
ସଦାପ୍ରଭୁ ପରମେଶ୍ୱର ସର୍ବଜ୍ଞ ଅଟନ୍ତି ଏବଂ
    ସେ ଲୋକମାନଙ୍କୁ ସେମାନଙ୍କର କର୍ମ ଅନୁଯାୟୀ ବିଗ୍ଭର କରନ୍ତି।
ବୀରମାନଙ୍କର ସମସ୍ତ ଧନୁ ଭଙ୍ଗା ଯାଇଅଛି
    ଓ ଝୁଣ୍ଟି ପଡ଼ୁଥିବା ଦୁର୍ବଳ ଲୋକମାନେ ବଳଶାଳୀ ହୋଇଛନ୍ତି।
ଯେଉଁମାନେ, ବେଶି ଖାଦ୍ୟ ଖାଉଥିଲେ,
    ବର୍ତ୍ତମାନ ନିଶ୍ଚୟ କଠିନ ପରିଶ୍ରମ କରିବେ।
ଖାଦ୍ୟ ଅଭାବରୁ ଯେଉଁମାନେ କ୍ଷୁଧାର୍ତ୍ତ ଥିଲେ,
    ସେମାନେ ଖାଦ୍ୟ ପାଇ ଅଛନ୍ତି।
ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି
    ଓ ସ୍ତ୍ରୀଲୋକଟି ଯାହାର ବହୁତ ସନ୍ତାନ ଥିଲା
    ସେ ଦୁଃଖିତା ହୋଇଅଛି।

ସଦାପ୍ରଭୁ ଲୋକମାନଙ୍କର ମୃତ୍ୟୁର କାରଣ ହୁଅ
    ଓ ସେ ପୁନର୍ବାର ଲୋକମାନଙ୍କ ଜୀବନ ଫେରାଇ ଆଣି ପାରନ୍ତି।
ସଦାପ୍ରଭୁ ଲୋକମାନଙ୍କୁ କବରକୁ ପଠାନ୍ତି
    ଓ କବରରୁ ସେମାନଙ୍କୁ ଉଠାଇ ଆଣିପାରନ୍ତି।
ସଦାପ୍ରଭୁ ଲୋକମାନଙ୍କୁ ନିର୍ଦ୍ଧନ କରନ୍ତି
    ବା ଧନବାନ୍ କରାନ୍ତି।
ସେ ଲୋକମାନଙ୍କୁ ନମ୍ର କରନ୍ତି
    କିମ୍ବା ସେମାନଙ୍କୁ ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ କରାନ୍ତି।
ସଦାପ୍ରଭୁ ଗରିବ ଲୋକମାନଙ୍କୁ ଧୂଳିରୁ ଉଠାନ୍ତି।
    ସେ ଦରିଦ୍ର ଲୋକମାନଙ୍କୁ ଅଳିଆ ଗଦାରୁ ଉଠାଇବେ।
ସେ ଗରିବ ଲୋକମାନଙ୍କୁ ରାଜକୁମାରମାନଙ୍କ ସହିତ
    ଓ କୁଳୀନ ଅତୀଥିମାନଙ୍କ ସହିତ ବସିବା ପାଇଁ ଉଠେଇ ଦିଅନ୍ତି
    କାରଣ ସଦାପ୍ରଭୁ ସମଗ୍ର ବ୍ରହ୍ମାଣ୍ଡକୁ ନିର୍ମାଣ କରିଛନ୍ତି ଏବଂ ସମୁଦାୟ ବ୍ରହ୍ମାଣ୍ତ ତାଙ୍କର ଅଟେ।

ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସୁରକ୍ଷା କରନ୍ତି।
    ସେ ସେମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରନ୍ତି।
କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାରରେ ଝୁଣ୍ଟିପଡ଼ନ୍ତି ଓ ଧ୍ୱଂସ ହୁଅନ୍ତି।
    ସେମାନଙ୍କର ଶକ୍ତି ସେମାନଙ୍କୁ ରକ୍ଷା କରିବା ପାଇଁ ସାହାଯ୍ୟ କରେ ନାହିଁ।
10 ଯେଉଁମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ସହିତ ପ୍ରତିବାଦ କରନ୍ତି, ସେମାନେ ଭଗ୍ନ ହେବେ।
    ସଦାପ୍ରଭୁ ସ୍ୱର୍ଗରେ ଥାଇ ସେହି ଲୋକମାନଙ୍କ ବିରୁଦ୍ଧରେ ଗର୍ଜନ କରିବେ।
ଏବଂ ସଦାପ୍ରଭୁ ପୃଥିବୀର ସମସ୍ତ ଲୋକମାନଙ୍କର ବିଗ୍ଭର କରିବେ
    ଓ ସେ ଆପଣା ରାଜାକୁ ବଳ ଦେବେ।
    ସେ ତାଙ୍କର ଅଭିଷିକ୍ତ ରାଜାଙ୍କୁ ଉନ୍ନତ କରିବେ।”

ଆଦିପୁସ୍ତକ 17:15-22

ଇ‌ସ୍‌ହାକ-ପ୍ରତିଜ୍ଞାର ପୁତ୍ର

15 ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ମୁଁ ତୁମ୍ଭ ସ୍ତ୍ରୀ ସାରୀର ଏକ ନୂତନ ନାମକରଣ କରିବି। ତାଙ୍କର ନୂତନ ନାମ ସାରା ହେବ। 16 ମୁଁ ତାଙ୍କୁ ଆଶୀର୍ବାଦ କରିବି। ମୁଁ ତାଙ୍କ କୋଳରେ ଏକ ପୁତ୍ର ଦେବି। ଏବଂ ତୁମ୍ଭେ ତା'ର ପିତା ହେବ। ସେ ବହୁ ଜାତିର ଆଦିମାତା ହେବ। ଜାତିଗଣର ରାଜାମାନେ ତାଙ୍କଠାରୁ ଜନ୍ମ ନେବେ।”

17 ଅବ୍ରହାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, “କ’ଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କ’ଣ ସାରା ନବେ ବର୍ଷରେ ପିଲା ଧାରଣ କରି ପାରିବ?”

18 ଏହା ପରେ ଅବ୍ରହାମ ପରମେଶ୍ୱରଙ୍କୁ କହିଲେ, “ମୁଁ ଇଚ୍ଛା କରୁଛି ଯେ, ତୁମ୍ଭେ ଇଶ୍ମାଏଲକୁ ଅନୁଗ୍ରହ କରିବ।”

19 ପରମେଶ୍ୱର କହିଲେ, “ନାଁ, ମୁଁ କହିଲି, ତୁମ୍ଭର ସ୍ତ୍ରୀ ସାରା, ପୁତ୍ର ଜନ୍ମ କରିବ। ତୁମ୍ଭେ ତା'ର ନାମ ଇ‌ସ୍‌ହାକ ରଖିବ। ମୁଁ ତାଙ୍କ ସହିତ ଚୁକ୍ତି କରିବି। ସେହି ଚୁକ୍ତି ତୁମ୍ଭର ବଂଶଧରମାନଙ୍କ ପାଇଁ ଚିରକାଳସ୍ଥାୟୀ ହେବ।

20 “ମୁଁ ଇଶ୍ମାଏଲ ବିଷୟରେ ତୁମ୍ଭର ଅନୁରୋଧ ଶୁଣିଛି। ମୁଁ ତାଙ୍କୁ ଆଶୀର୍ବାଦ କରିବି। ତା'ର ବହୁ ସନ୍ତାନ ଜନ୍ମ ହେବେ। ତାହାଠାରୁ ବାର ଜଣ ଅଧିପତି ଜନ୍ମ ନେବେ ତାଙ୍କର ପରିବାର ଏକ ବିରାଟ ଜାତି ହେବ। 21 କିନ୍ତୁ ମୋର ଚୁକ୍ତି ଇ‌ସ୍‌ହାକ ସହିତ ହେବ। ସାରା ଇ‌ସ୍‌ହାକକୁ ଜନ୍ମ ଦେବ। ଆସନ୍ତା ବର୍ଷ ଏହି ସମୟରେ ଇ‌ସ୍‌ହାକ ଜନ୍ମ ନେବ।”

22 ପରମେଶ୍ୱର ଅବ୍ରହାମଙ୍କ ସହିତ କଥା ହୋଇ ସାରିବା ପରେ ସ୍ୱର୍ଗକୁ ଗ୍ଭଲିଗଲେ।

ଗାଲାତୀୟଙ୍କ ପ୍ରତି ପତ୍ର 4:8-20

ଗାଲାତୀୟ ଖ୍ରୀଷ୍ଟିୟାନମାନଙ୍କ ପ୍ରତି ପାଉଲଙ୍କ ପ୍ରେମ

ପୂର୍ବରୁ ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ। ତୁମ୍ଭେମାନେ ମିଥ୍ୟା ଦେବତାମାନଙ୍କର ଦାସ ଥିଲ। କିନ୍ତୁ ଏବେ ତୁମ୍ଭେମାନେ ପ୍ରକୃତ ପରମେଶ୍ୱରଙ୍କ ପରିଚୟ ପାଇଅଛ। ପ୍ରକୃତରେ ପରମେଶ୍ୱରଙ୍କ ଦ୍ୱାରା ପରିଚୟ ପାଇଅଛ। ତେବେ ତୁମ୍ଭେମାନେ ପୂର୍ବରୁ ପାଳନ କରୁଥିବା ଦୁର୍ବଳ ଓ ଅଦରକାରୀ ନିୟମଗୁଡ଼ିକ ପ୍ରତି କାହିଁକି ପୁଣି ଆକୃଷ୍ଟ ହେଉଛ? ତୁମ୍ଭେମାନେ କ’ଣ ପୁଣି ଦାସ ହେବାକୁ ଇଚ୍ଛା କର? 10 ତୁମ୍ଭେମାନେ ଏବେ ମଧ୍ୟ ବିଶେଷ ଦିନ, ମାସ, ଋତୁ ଓ ବର୍ଷଗୁଡ଼ିକ ବିଷୟକ ନୀତି ନିୟମର ଶିକ୍ଷାଗୁଡ଼ିକୁ ପାଳନ କରୁଛ। 11 ତୁମ୍ଭମାନଙ୍କ ପାଇଁ ଯେଉଁସବୁ ଚେଷ୍ଟା ଓ କାମ କରିଛି, ତାହା କାଳେ ବିଫଳ ହୁଏ, ଏଥିପାଇଁ ମୁଁ ଡରୁଛି।

12 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କ ପରି ଥିଲି, ଅତଏବ ତୁମ୍ଭେମାନେ ବର୍ତ୍ତମାନ ମୋ’ ପରି ହୁଅ। 13 ତୁମ୍ଭେମାନେ ମୋ’ ପାଇଁ ଖୁ‌ବ୍‌‌‌‌ଭଲ ଥିଲ। ତୁମ୍ଭେମାନେ ମନେ ପକାଅ, ମୁଁ ପ୍ରଥମ ଥର ତୁମ୍ଭମାନଙ୍କ ପାଖକୁ ଆସି ଥିଲି। ଯେହେତୁ ମୁଁ ଅସୁସ୍ଥ ଥିଲି। ସେ ସମୟରେ ମୁଁ ତୁମ୍ଭମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିଥିଲି। 14 ମୋର ଅସୁସ୍ଥତା ତୁମ୍ଭମାନଙ୍କ ପାଇଁ ଭାରସ୍ୱରୂପ ଥିଲା। କିନ୍ତୁ ତୁମ୍ଭେମାନେ ମୋତେ ଘୃଣା କରି ନ ଥିଲ। ତୁମ୍ଭେମାନେ ମୋତେ ଛାଡ଼ିଯିବାକୁ କହି ନ ଥିଲ। ପରମେଶ୍ୱରଙ୍କଠାରୁ ସ୍ୱର୍ଗଦୂତ ଆସିବା ଭଳି ମୋତେ ତୁମ୍ଭେମାନେ ସ୍ୱାଗତ ଜଣାଇ ଥିଲ। ତୁମ୍ଭେମାନେ ସ୍ୱୟଂ ଖ୍ରୀଷ୍ଟ ଯୀଶୁ ଭଳି ମୋତେ ଗ୍ରହଣ କରିଥିଲ। 15 ତୁମ୍ଭେମାନେ ସେତେବେଳେ ଅତ୍ୟଧିକ ଆନନ୍ଦିତ ଥିଲ। ଏବେ ସେ ଆନନ୍ଦ କୁଆଡ଼େ ଗଲା? ମୋର ମନେ ପଡ଼େ, ତୁମ୍ଭେମାନେ ତୁମ୍ଭମାନଙ୍କର ସାଧ୍ୟମତେ ମୋତେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲ। ସମ୍ଭବ ହୋଇଥିଲେ, ତୁମ୍ଭେମାନେ ନିଜର ଆଖି ମଧ୍ୟ ତାଡ଼ି ମୋତେ ପ୍ରଦାନ କରି ଦେଇଥାଆନ୍ତ। 16 କିନ୍ତୁ ଏବେ କ’ଣ ତୁମ୍ଭମାନଙ୍କୁ ସତ୍ୟ କହୁଥିବାରୁ ମୁଁ ତୁମ୍ଭମାନଙ୍କ ଶତ୍ରୁ ହୋଇଗଲି?

17 ଭଣ୍ଡ ଶିକ୍ଷକମାନେ ତୁମ୍ଭମାନଙ୍କୁ ବହୁତ ଶ୍ରଦ୍ଧା ଦେଖାଉଛନ୍ତି, ମାତ୍ର ତାହା ଠିକ୍ ଉଦ୍ଦେଶ୍ୟରେ ନୁହେଁ। କାରଣ, ତାହାଦ୍ୱାରା ସେମାନେ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ଆମ୍ଭଠାରୁ ଦୂରେଇ ନେବାକୁ ଇଚ୍ଛା କରନ୍ତି ଓ ସେମାନଙ୍କ ଛଡ଼ା ଆଉ କାହାକୁ ଅନୁସରଣ ନ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି। 18 କିନ୍ତୁ ଉଦ୍ଦେଶ୍ୟ ଯଦି ଭଲ ହୋଇଥାଏ, ତେବେ କେବଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ବେଳେ ନୁହେଁ, ମାତ୍ର ସବୁବେଳେ ସେଥିରେ ଉଦ୍‌‌ଯୋଗୀ ହେବା ଉଚିତ୍। 19 ମୋ’ ପ୍ରିୟ ସନ୍ତାନଗଣ! ମୁଁ ତୁମ୍ଭମାନଙ୍କ ପାଇଁ ପୁଣି ଥରେ ଜଣେ ମା’ ପରି ପ୍ରସବବେଦନା ଅନୁଭବ କରୁଛି ଓ ତୁମ୍ଭେମାନେ ଯେପର୍ଯ୍ୟନ୍ତ ପ୍ରକୃତରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ନ ହୋଇଛ, ସେପର୍ଯ୍ୟନ୍ତ ମୁଁ ଏପ୍ରକାର କଷ୍ଟ ଅନୁଭବ କରୁଥିବି। 20 ମୋର ଇଚ୍ଛା ହେଉଛି ମୁଁ ବର୍ତ୍ତମାନ ସେଠାରେ ତୁମ୍ଭମାନଙ୍କ ପାଖରେ ଥା’ନ୍ତି କି, ଯଦ୍ଦ୍ୱାରା ମୁଁ ତୁମ୍ଭମାନଙ୍କ ସହିତ ଭିନ୍ନ ପ୍ରକାରେ କଥା ହୋଇପାରନ୍ତି। କାରଣ ତୁମ୍ଭମାନଙ୍କ ବିଷୟରେ କ’ଣ କରାଯିବ, ମୁଁ କିଛି ଜାଣିପାରୁ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center