Revised Common Lectionary (Complementary)
ଦାଉଦଙ୍କର ଏକ ଜ୍ଞାନଗର୍ଭକ ଗୀତ
32 ଯାହାର ସବୁ ପାପ କ୍ଷମା କରାଯାଇଅଛି, ସେ ବ୍ୟକ୍ତି ଧନ୍ୟ।
ସେହି ବ୍ୟକ୍ତି ଅଧିକ ଭାଗ୍ୟଶାଳୀ, ଯେତେବେଳେ ତା'ର ସମସ୍ତ ପାପ ଧୋଇ ଦିଆଯାଇଥାଏ।
2 ଜଣେ ବ୍ୟକ୍ତି ଅଧିକ ଖୁସୀ ହୁଏ,
ଯେତେବେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ।
ସେହି ବ୍ୟକ୍ତିଟି ଅଧିକ ଭାଗ୍ୟଶାଳୀ ଯିଏ ନିଜର ପାପକୁ ଗୋପନ ରଖେ ନାହିଁ।
3 ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମୋର ଗୋପନ ପାପ ବିଷୟରେ ତୁମ୍ଭକୁ କିଛି କହିଲି ନାହିଁ।
ମୁଁ କେବଳ ଦୁର୍ବଳ ହୋଇ ପଡ଼ିଲି, ପ୍ରତ୍ୟେକ ଥର ଯେତେବେଳେ ମୁଁ ପ୍ରାର୍ଥନା କଲି।
4 ପ୍ରଭୁ ତୁମ୍ଭେ ମୋର ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦେଲ।
ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ଯେମିତି ଭୂମି ଶୁଖି ଯାଏ। ସେଲା
5 କିନ୍ତୁ ତା'ପରେ ମୁଁ ନିଷ୍ପତ୍ତି ନେଲି ମୋର ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି।
ସଦାପ୍ରଭୁ ତୁମ୍ଭଙ୍କୁ ମୋର ସମସ୍ତ ପାପ ବିଷୟରେ କହିଲି।
ମୋର କୌଣସି ପାପ ଲୁଗ୍ଭଇ ରଖିଲି ନାହିଁ ଓ ତୁମ୍ଭେ ମୋତେ ମୋର ସମସ୍ତ ପାପରୁ କ୍ଷମା କରିଦେଲ। ସେଲା
6 ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି।
ଯଦିଓ ସେମାନଙ୍କର ବନ୍ୟାପରି ବହୁତ ବିପଦ ଅଛି, ତଥାପି ସେମାନେ ନିରାପଦରେ ରହିବେ।
7 ପରମେଶ୍ୱର ତୁମ୍ଭେ ହିଁ ମୋର ଲୁଚିବାର ସ୍ଥାନ ଅଟ।
ତୁମ୍ଭେ ମୋତେ ସମସ୍ତ ବିପଦରୁ ଉଦ୍ଧାର କର।
ତୁମ୍ଭେ ମୋର ଚତୁର୍ଦ୍ଦିଗରେ ରହି ମୋତେ ରକ୍ଷା କର।
ତେଣୁ ଯେଉଁ ଉପାୟରେ ମୋତେ ବଞ୍ଚାଇଲ ମୁଁ ସେହି ବିଷୟରେ ଗୀତ ବୋଲିବି। ସେଲା
8 ସଦାପ୍ରଭୁ କୁହନ୍ତି, “ମୁଁ ତୁମ୍ଭକୁ ଶିକ୍ଷା ଦେବି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ୟ ବତାଇ ଦେବି।
ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ୱାବଧାରକ ହେବି।
9 ତୁମ୍ଭେମାନେ ନିଶ୍ଚିତ ଗଧମାନଙ୍କୁ ଦଉଡ଼ି ଏବଂ ଅଶ୍ୱମାନଙ୍କୁ ଲଗାମର ବ୍ୟବହାର କର।
କାରଣ ସେମାନଙ୍କୁ ତୁମ୍ଭ ପାଖକୁ ଆଣିବା ପାଇଁ, କିନ୍ତୁ ପରମେଶ୍ୱରଙ୍କ ସହିତ ସେପରି ହୁଅ ନାହିଁ।”
10 ଦୁଷ୍ଟ ଲୋକମାନଙ୍କ ଉପରେ ଅନେକ ଅଘଟଣ ଘଟିଛି,
କିନ୍ତୁ ପରମେଶ୍ୱର ତାଙ୍କର ଆଶ୍ରିତମାନଙ୍କୁ ନିଜର କରୁଣା ଦୃଷ୍ଟି ବଳରେ ରକ୍ଷା କରିବେ।
11 ହେ ଧାର୍ମିକଗଣ, ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
ହେ ସରଳାନ୍ତଃକରଣର ବ୍ୟକ୍ତିମାନେ ଆନନ୍ଦିତ ହୁଅ।
30 “ହେ ଯିରିମିୟ, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଏହି ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କର। ସେମାନଙ୍କୁ କୁହ,
‘ସଦାପ୍ରଭୁ ଊର୍ଦ୍ଧ୍ୱସ୍ଥ ହୁଙ୍କାର କରିବେ।
ସେ ଆପଣା ପବିତ୍ର ବାସସ୍ଥାନରୁ ଆପଣା ଚିତ୍କାର ଶୁଣାଇବେ।
ପୁଣି ସେ ଆପଣା ଲୋକମାନଙ୍କ ଖୁଆଡ଼ ଉପରେ ମହାରବ କରିବେ
ଓ ସେ ଦ୍ରାକ୍ଷାରସମର୍ଦ୍ଦନକାରୀମାନଙ୍କ ପରି ପୃଥିବୀବାସୀ ସମସ୍ତଙ୍କ ବିରୁଦ୍ଧରେ ସିଂହାସନ କରିବେ।
31 ସମଗ୍ର ପୃଥିବୀରେ ଏକ ଧ୍ୱନି ବ୍ୟାପିଯିବ।
କାରଣ ପୃଥିବୀର ସମସ୍ତ ଗୋଷ୍ଠୀ ଉପରେ
ସଦାପ୍ରଭୁଙ୍କର କ୍ରୋଧ ଅଛି।
ସେ ସେମାନଙ୍କର ବିଗ୍ଭର କରି ଶାସ୍ତି ଦେବେ।
ପୁଣି ସେ ଦୁଷ୍ଟାଗ୍ଭରୀମାନଙ୍କୁ
ଖଡ଼୍ଗରେ ସମର୍ପଣ କରିବେ।’”
ଏହା ସଦାପ୍ରଭୁ କହନ୍ତି।
32 ପୁରି ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଦେଖ, ଦେଶକୁ ଦେଶ
ଅମଙ୍ଗଳ ଘଟିବ।
ସମଗ୍ର ପୃଥିବୀରେ
ମହା ତୋଫାନ ଉଠିବ।”
33 ପୁଣି ସେ ସମୟରେ ସଦାପ୍ରଭୁଙ୍କ ଦ୍ୱାରା ନିହତ ଲୋକମାନଙ୍କର ଶବ ପୃଥିବୀର ଆରମ୍ଭରୁ ଶେଷ ସୀମା ପର୍ଯ୍ୟନ୍ତ ଦେଖାଯିବ। ସେମାନଙ୍କ ପାଇଁ ବିଳାପ କରିବାକୁ କେହି ନ ଥିବେ ଓ କବର ଦେବା ପାଇଁ ମଧ୍ୟ କେହି ନ ଥିବେ। ସେମାନେ ଭୂଇଁର ଗୋବର ଖତ ହେବେ।
34 ହେ ମେଷପାଳକଗଣ, ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର।
ହେ ମେଷଗଣର ଅଧିପତିମାନେ, ତୁମ୍ଭେମାନେ ଭୂମିରେ ଗଡ଼।
କାରଣ ତୁମ୍ଭମାନଙ୍କର ହତ୍ୟା ସମୟ ବର୍ତ୍ତମାନ ଆଗତ ହେଲା।
ତୁମ୍ଭମାନଙ୍କୁ ଆମ୍ଭେ ଖଣ୍ଡ ଖଣ୍ଡ କରିବା।
ତୁମ୍ଭେମାନେ ଭଗ୍ନପାତ୍ର ତୁଲ୍ୟ ବିକ୍ଷିପ୍ତ ହୋଇପଡ଼ିବ।
35 ପୁଣି ମେଷପାଳକଗଣ ପଳାୟନ କରି ଲୁଚି ପାରିବେ ନାହିଁ।
ସେମାନଙ୍କର ଅଧିପତିଗଣ ରକ୍ଷା ପାଇବେ ନାହିଁ।
36 ମୁଁ ମେଷପାଳକମାନଙ୍କର ଚିତ୍କାର
ଓ ମେଷପଲର ଅଧିପତିମାନଙ୍କର ସ୍ୱର ଶୁଣିଅଛି।
କାରଣ ସଦାପ୍ରଭୁ ସେମାନଙ୍କର ବାସସ୍ଥାନ ଉଜାଡ଼ କରିଅଛନ୍ତି।
37 ପୁଣି ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଯୋଗୁଁ
ଶାନ୍ତିପୂର୍ଣ୍ଣ ଖୁଆଡ଼ସବୁ ଶୂନ୍ୟ ମରୁ ହୋଇଅଛି।
38 ଆହୁରି ସଦାପ୍ରଭୁ ଭୟଙ୍କର ସିଂହ ତୁଲ୍ୟ ଆପଣା ଗହ୍ୱର ତ୍ୟାଗ କରିଅଛନ୍ତି।
ତାଙ୍କର କ୍ରୋଧ ରୂପକ ଖଡ଼୍ଗ ଭୟଙ୍କର ହେବ
ଓ ସେହି ପ୍ରଚଣ୍ଡ କ୍ରୋଧ ହେତୁରୁ
ଦେଶ ଶୂନ୍ୟ ମରୁମୟ ସ୍ଥାନ ହେବ।
ଯୀଶୁ ମନ୍ଦିରକୁ ଯାଆନ୍ତି
(ମାଥିଉ 21:12-17; ମାର୍କ 11:15-19; ଯୋହନ 2:13-22)
45 ଯୀଶୁ ମନ୍ଦିର ଭିତରକୁ ଗଲେ। ସେ ମନ୍ଦିର ପରିସର ଭିତରେ କିଣା ବିକା କରୁଥିବା ଲୋକମାନଙ୍କୁ ବାହାର କରିବାକୁ ଲାଗିଲେ। 46 ଯୀଶୁ କହିଲେ, “ଶାସ୍ତ୍ରରେ ଲେଖାଅଛି: ‘ମୋ’ ଗୃହ ପ୍ରାର୍ଥନାଗୃହ ହେବ।’(A) କିନ୍ତୁ ତୁମ୍ଭେମାନେ ଏହାକୁ ଗ୍ଭେରମାନଙ୍କ ଆଡ୍ଡ଼ାସ୍ଥଳି କରି ଦେଇଛ।’”
47 ଯୀଶୁ ପ୍ରତିଦିନ ମନ୍ଦିରରେ ଉପଦେଶ ଦେଉଥିଲେ। ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ଜୀବନରେ ମାରି ଦେବାକୁ ଗ୍ଭହୁଁଥିଲେ। 48 କିନ୍ତୁ ସବୁ ଲୋକ ଯୀଶୁଙ୍କ ଉପଦେଶ ମନଧ୍ୟାନ ଦେଇ ଶୁଣୁଥିଲେ। ସେମାନେ ଯୀଶୁଙ୍କ କଥାପ୍ରତି ପ୍ରବଳ ଆଗ୍ରହ ପ୍ରକାଶ କରୁଥିଲେ। ତେଣୁ ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ କ’ଣ କରିବେ ବୋଲି କିଛି ସ୍ଥିର କରି ପାରୁ ନ ଥିଲେ।
2010 by World Bible Translation Center