Revised Common Lectionary (Complementary)
15 ତହୁଁ ସଦାପ୍ରଭୁ କହିଲେ, “ତୁମ୍ଭେ ଦମ୍ମେଶକ ପ୍ରାନ୍ତରକୁ ଯାଇଥିବା ପଥରେ ଫେରିଯାଅ। ଦମ୍ମେଶକକୁ ଯାଅ ଓ ସେଠାରେ ହସାୟେଲକୁ ଅରାମର ସିଂହାସନରେ ଅଭିଷିକ୍ତ କର। 16 ଆଉ ନିମ୍ଶିର ପୁତ୍ର ଯେହୂକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କର। ଆଉ ଆବେଲ୍ମହୋଲା ନିବାସୀ ଶାଫଟର ପୁତ୍ର ଇଲୀଶାୟକୁ ତୁମ୍ଭ ସ୍ଥାନରେ ଭବିଷ୍ୟଦ୍ବକ୍ତା ରୂପେ ଅଭିଷେକ କର।
ଇଲୀଶାୟ ଜଣେ ଭବିଷ୍ୟଦ୍ବକ୍ତା ହେଲେ
19 ସେଠାରୁ ଏଲିୟ ପ୍ରସ୍ଥାନ କରି ଶାଫଟଙ୍କ ପୁତ୍ର ଇଲୀଶାୟଙ୍କୁ ଖୋଜିବାକୁ ଗଲେ। ଇଲୀଶାୟ ବାରହଳ ବଳଦ ଆଗରେ ରଖି ହଳ ବୁଲାଉଥିଲେ ଓ ସେ ଦ୍ୱାଦଶ ହଳରେ ଥିଲେ। ଏଲିୟ ତାଙ୍କ ନିକଟକୁ ଗଲେ ଓ ଆପଣା ବସ୍ତ୍ରକୁ ତା’ ଉପରେ ପକାଇଲେ। 20 ତହିଁରେ ଇଲୀଶାୟ ବଳଦ ଛାଡ଼ି ଏଲିୟଙ୍କ ପଛେ ପଛେ ଦୌଡ଼ି କହିଲେ, “ମୁଁ ତୁମ୍ଭଙ୍କୁ ବିନୟ କରୁଛି, ମୋ’ ପିତାମାତାଙ୍କୁ ଚୁମ୍ବନ କରିବାକୁ ମୋତେ ଅନୁମତି ଦିଅନ୍ତୁ। ତା'ପରେ ମୁଁ ବିଦାୟ ନେଇ ତୁମ୍ଭ ପଛେ ପଛେ ଯିବି।”
ଏଲିୟ ଉତ୍ତର କଲେ, “ତାହା ଉତ୍ତମ କଥା, ଯାଅ, ମୁଁ ତୁମ୍ଭକୁ ଅଟକାଉ ନାହିଁ।”
21 ତା'ପରେ ଇଲୀଶାୟ ତାଙ୍କ ପରିବାର ସହିତ ଉତ୍ତମ ଭୋଜନ କଲେ। ସେ ବଳଦ ହଳକ ନେଇ ବଧ କଲେ ଓ ଯୁଆଳି କାଠରେ ମାଂସ ରାନ୍ଧି ଲୋକମାନଙ୍କୁ ଭୋଜନ ଦେଲେ। ତା'ପରେ ସେ ଏଲିୟଙ୍କ ପଶ୍ଚାଦ୍ଗମନ କରି ତାଙ୍କର ସାହାଯ୍ୟ କାରୀ ହେଲେ।
ଦାଉଦଙ୍କର ମିକ୍ତାମ୍ ଗୀତ
16 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କର କାରଣ ମୁଁ ତୁମ୍ଭ ଉପରେ ନିର୍ଭର କରେ।
2 ମୁଁ ସଦାପ୍ରଭୁଙ୍କୁ କହିଅଛି,
“ସଦାପ୍ରଭୁ ତୁମ୍ଭେ ମୋର ପ୍ରଭୁ।
ମୋର ଯାହାକିଛି ମଙ୍ଗଳମୟ ସେ ସବୁ ତୁମ୍ଭ କୃପାରୁ।”
3 ସଦାପ୍ରଭୁ ଯାହାକିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି,
ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ।
ସଦାପ୍ରଭୁ ପ୍ରକୃତରେ ଦେଖାଇ ଦିଅନ୍ତି ଯେ ସେ ସେମାନଙ୍କୁ ଭଲ ପାଆନ୍ତି।
4 କିନ୍ତୁ ଯେଉଁ ଲୋକମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ଅଧିକ ଦୁଃଖ ପାଆନ୍ତି।
ମୁଁ ସେମାନଙ୍କ ସହିତ ଏକମତ ହୋଇ ପାରିବି ନାହିଁ।
ଯେଉଁମାନେ ସେହି ମୂର୍ତ୍ତିଗୁଡ଼ିକ ଆଗରେ ରକ୍ତ ଅର୍ପଣ କରନ୍ତି, ସେମାନଙ୍କର ନାମ ମୁଁ କେବେ ଉଚ୍ଚାରଣ କରିବି ନାହିଁ।
5 ମୁଁ କେବଳ ମୋର ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି।
ହେ ସଦାପ୍ରଭୁ, ତୁମ୍ଭେ ମୋର ସହାୟ ହୁଅ
ଏବଂ ମୋତେ ମୋର ପ୍ରାପ୍ୟ ପ୍ରଦାନ କର।
6 ମୋର ପ୍ରାପ୍ୟ ଅତି ଆଶ୍ଚର୍ଯ୍ୟଜନକ,
ମୋର ଅଧିକାର ମଧ୍ୟ ଅତି ସୁନ୍ଦର।
7 ମୁଁ ସଦାପ୍ରଭୁଙ୍କୁ ପ୍ରଶଂସା କରେ କାରଣ ସେ ମୋତେ ଉଚିତ୍ ଶିକ୍ଷା ପ୍ରଦାନ କରନ୍ତି।
ଏପରିକି ରାତ୍ରିରେ ମଧ୍ୟ ସେ ତାଙ୍କର ଉପଦେଶକୁ ମୋର ମନରେ ପ୍ରବେଶ କରାନ୍ତି।
8 ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମୋର ସମ୍ମୁଖରେ ରଖିଅଛି।
ମୁଁ କେବେହେଲେ ତାଙ୍କର ଉପଯୁକ୍ତ ମାର୍ଗରୁ ବଞ୍ଚିତ ହେବି ନାହିଁ।
9 ତେଣୁ ମୋର ହୃଦୟ ଓ ଆତ୍ମା ଅତି ଆନନ୍ଦିତ ହେବ।
ଏପରିକି ମୋର ଶରୀର ନିରାପଦରେ ରହିବ।
10 କାରଣ ତୁମ୍ଭେ ସଦାପ୍ରଭୁ, ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ପରିତ୍ୟାଗ କରିବ ନାହିଁ।
ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷୟ ହେବାକୁ ଦେବ ନାହିଁ।
11 ତୁମ୍ଭେ ମୋତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦେବ।
ଯେହେତୁ ମୁଁ ତୁମ୍ଭ ସହିତ ଅଛି।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ସୁଖ ଶାନ୍ତିରେ ରହିବାକୁ ଦେବ।
ଯେହେତୁ ମୁଁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ, ତାହା ମୋ’ ପାଇଁ ନିତ୍ୟ ସୁଖଭୋଗ ଆଣିଦେବ।
ସ୍ୱାଧୀନ ରହିଥାଅ
5 ଆମ୍ଭେ ସମସ୍ତେ ଏବେ ସ୍ୱାଧୀନ। ଖ୍ରୀଷ୍ଟ ଆମ୍ଭକୁ ସ୍ୱାଧୀନ କରିଛନ୍ତି। ଦୃଢ଼ ଭାବରେ ରହିଥାଅ। ପୁଣି ଥରେ ଦାସତ୍ୱର ବନ୍ଧନ ନିକଟରେ ନିଜ ନିଜକୁ ସମର୍ପଣ କର ନାହିଁ।
13 ମୋ’ ଭାଇ ଓ ଭଉଣୀମାନେ! ପରମେଶ୍ୱର ତୁମ୍ଭମାନଙ୍କୁ ସ୍ୱାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ୱାଧୀନତାକୁ ତୁମ୍ଭେମାନେ ନିଜ ନିଜର ପାପମୟ ସ୍ୱଭାବର ଇଚ୍ଛା ପୂରଣ ନିମନ୍ତେ ବ୍ୟବହାର କର ନାହିଁ। ବରଂ ଏକଆରେକର ପ୍ରେମ ପୂର୍ବକ ସେବା କର। 14 ସମସ୍ତ ନିୟମ ଗୋଟିଏ ଆଦେଶର ସାର ଭାବରେ ସମାହିତ ହୋଇଛି: “ନିଜକୁ ପ୍ରେମ କଲା ପରି ଅନ୍ୟ ସମସ୍ତ ଲୋକଙ୍କୁ ପ୍ରେମ କର।”(A) 15 ଯଦି ତୁମ୍ଭେ ଏକଆରେକକୁ ଆଘାତ ପ୍ରଦାନ କରୁଥାଅ, ଓ ତଦ୍ଦ୍ୱାରା ପରସ୍ପରକୁ ଗ୍ରାସ କରି ଗ୍ଭଲ, ତା'ହେଲେ ତୁମ୍ଭେମାନେ ନିଜେ ନିଜେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯିବ। ତେଣୁ ସାବଧାନ ରୁହ।
ପବିତ୍ରଆତ୍ମା ଓ ମାନବ ପ୍ରକୃତି
16 ସେଥିପାଇଁ ମୁଁ କହୁଛି: ଆତ୍ମାଙ୍କର ଅନୁସରଣ କରି ଜୀବନଯାପନ କର। ତା'ହେଲେ ତୁମ୍ଭେମାନେ ପାପମୟ ସ୍ୱଭାବର ଇଚ୍ଛାକୁ ସନ୍ତୁଷ୍ଟ କରିବା ନିମନ୍ତେ କୌଣସି ମନ୍ଦ କାର୍ଯ୍ୟ କରିବ ନାହିଁ। 17 ଆମ୍ଭର ପାପମୟ ସ୍ୱଭାବର ଇଚ୍ଛା ପବିତ୍ରଆତ୍ମାଙ୍କର ବିରୋଧୀ ଓ ପବିତ୍ରଆତ୍ମା ପାପମୟ ସ୍ୱଭାବର ବିରୋଧୀ ଅଟନ୍ତି। ଏହି ଦୁଇ ବିଷୟ ପରସ୍ପରର ବିରୋଧୀ ଅଟନ୍ତି। ସେଥିପାଇଁ ତୁମ୍ଭେମାନେ ପ୍ରକୃତରେ ଯାହା କରିବାକୁ ଇଚ୍ଛା କର, ତାହା କରି ପାର ନାହିଁ। 18 କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କର ପରିଗ୍ଭଳିତ ପଥରେ ଚଳୁଛ, ତା'ହେଲେ ତୁମ୍ଭେମାନେ ବ୍ୟବସ୍ଥାର ଅଧୀନ ନୁହଁ।
19 ଆମ୍ଭର ପାପମୟ ସ୍ୱଭାବ ଦ୍ୱାରା ହେଉଥିବା ପାପପୂର୍ଣ୍ଣ କ୍ରିୟାଗୁଡ଼ିକ ବିଷୟରେ ସମସ୍ତେ ଜାଣନ୍ତି। ସେଗୁଡ଼ିକ ହେଲା: ଯୌନ ପାପାଗ୍ଭର, ଅପବିତ୍ରତା, ଭୋଗବିଳାସ, 20 ମୂର୍ତ୍ତିପୂଜା, ଯାଦୁବିଦ୍ୟା, ଘୃଣା, ଝଗଡ଼ା, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ବିଭାଜନ କରିବା, ଦଳୀୟ ମନୋଭାବ, 21 ପରଶ୍ରୀକାତରତା, ନିଶାସକ୍ତ ହେବା, ମଉଜ ଓ ଏହିପରି ଅନ୍ୟ ସବୁ କାମ। ମୁଁ ପୂର୍ବ ଭଳି ଏବେ ମଧ୍ୟ ତୁମ୍ଭମାନଙ୍କୁ ସତର୍କ କରାଉଛି ଯେ, ଯେଉଁ ଲୋକମାନେ ଏଭଳି କର୍ମରେ ଲିପ୍ତ ରୁହନ୍ତି, ସେମାନେ କୌଣସି ପ୍ରକାରେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାର ପାଇବେ ନାହିଁ। 22 ମାତ୍ର ପବିତ୍ରଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି: ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟାଭାବ, ଉଦାରତା, ବିଶ୍ୱସ୍ତତା, 23 ଭଦ୍ରତା ଓ ଆତ୍ମ-ସଂଯମ। ଏହି ବିଷୟ ଗୁଡ଼ିକ ଠିକ୍ ନୁହେଁ ବୋଲି କୌଣସି ନିୟମ କହିପାରିବ ନାହିଁ। 24 ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ନିଜର ମନର ଆବେଗ ଓ ପାପମୟ ସ୍ୱଭାବକୁ କ୍ରୁଶରେ ବିଦ୍ଧ କରିଛନ୍ତି। ସେମାନେ ନିଜର ସ୍ୱାର୍ଥପର ମନୋଭାବ ଓ ମନ୍ଦକାର୍ଯ୍ୟ ସବୁକୁ ତ୍ୟାଗ କରିଛନ୍ତି। 25 ସେହି ଆତ୍ମାଙ୍କଠାରୁ ଆମ୍ଭେ ନୂତନ ଜୀବନ ପାଇଅଛୁ। ଅତଏବ ଆମ୍ଭେ ଆତ୍ମାଙ୍କର ଅନୁସରଣ କରିବା ଉଚିତ୍।
ଗୋଟିଏ ଶମିରୋଣୀୟ ନଗର
51 ଯୀଶୁ ଜଗତ ଛାଡ଼ି ସ୍ୱର୍ଗକୁ ଫେରିଯିବାର ସମୟ ପାଖେଇ ଆସୁଥିଲା। ଯୀଶୁ ଯିରୁଶାଲମ ଯିବାକୁ ସ୍ଥିର କଲେ। 52 ସେ ତାହାଙ୍କ ଆଗରୁ କେତେକ ଲୋକଙ୍କୁ ପଠାଇଲେ। ସେମାନେ ଯୀଶୁଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବା ପାଇଁ ଶମିରୋଣର ଏକ ନଗରରେ ପହଞ୍ଚିଲେ। 53 କିନ୍ତୁ ଯୀଶୁ ଯିରୁଶାଲମକୁ ଯାଉଥିବାର ଦେଖି ସେଠାକାର ଲୋକ ତାହାଙ୍କୁ ସ୍ୱାଗତ କଲେ ନାହିଁ। 54 ଯୀଶୁଙ୍କ ଶିଷ୍ୟ ଯାକୁବ ଓ ଯୋହନ ଏହା ଦେଖିଲେ। ସେମାନେ କହିଲେ, “ପ୍ରଭୁ ସ୍ୱର୍ଗରୁ ଅଗ୍ନି ବର୍ଷା କରି ସେମାନଙ୍କୁ ଧ୍ୱଂସ କରିଦେବା ପାଇଁ ଆମ୍ଭେ ଆଦେଶ ଦେବୁ ବୋଲି କ’ଣ ଆପଣ ଗ୍ଭହୁଁଛନ୍ତି?”[a]
55 କିନ୍ତୁ ଯୀଶୁ ସେମାନଙ୍କ ଆଡ଼କୁ ବୁଲି ପଡ଼ି ସେମାନଙ୍କୁ ଭର୍ତ୍ସନା କଲେ।[b] 56 ତା'ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଅନ୍ୟ ଗାଁକୁ ଗ୍ଭଲିଗଲେ।
ଯୀଶୁଙ୍କୁ ଅନୁସରଣ
(ମାଥିଉ 8:19-22)
57 ସେମାନେ ରାସ୍ତାରେ ଆଗେଇ ଯାଉଥିଲେ। ଜଣେ ଲୋକ ଯୀଶୁଙ୍କୁ କହିଲା, “ଆପଣ ଯେଉଁଆଡ଼େ ଯିବେ, ମୁଁ ଆପଣଙ୍କ ପଛେ ପଛେ ଯିବି।”
58 ଯୀଶୁ ତାହାକୁ କହିଲେ, “କୋକିଶିଆଳିର ରହିବା ପାଇଁ ଗାତ ଅଛି। ଆକାଶର ପକ୍ଷୀମାନଙ୍କର ବସା ଅଛି, କିନ୍ତୁ ମନୁଷ୍ୟପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବାକୁ ଟିକିଏ ହେଲେ ସ୍ଥାନ ନାହିଁ।”
59 ତା'ପରେ ଯୀଶୁ ଆଉ ଜଣକୁ କହିଲେ, “ମୋର ଅନୁସରଣ କର।”
କିନ୍ତୁ ସେହି ଲୋକଟି କହିଲା, “ପ୍ରଭୁ, ମୋତେ ପ୍ରଥମେ ଯାଇ ମୋ’ ବାପାଙ୍କୁ କବର ଦେବାକୁ ଅନୁମତି ଦିଅନ୍ତୁ।”
60 କିନ୍ତୁ ଯୀଶୁ ତାହାକୁ କହିଲେ, “ମୃତ ଲୋକଙ୍କୁ ମୃତ ଲୋକମାନେ କବର ଦେବେ। କିନ୍ତୁ ତୁମ୍ଭେ ଯାଇ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଗ୍ଭର କର।”
61 ଆଉ ଜଣେ ଲୋକ କହିଲା, “ପ୍ରଭୁ ମୁଁ ଆପଣଙ୍କ ଅନୁସରଣ କରିବି। କିନ୍ତୁ ପ୍ରଥମେ ମୋତେ ମୋ’ ପରିବାର ଲୋକଙ୍କଠାରୁ ବିଦାୟ ନେବାକୁ ଅନୁମତି ଦିଅନ୍ତୁ।”
62 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ଯେଉଁ ଲୋକ ଲଙ୍ଗଳ ଉପରେ ହାତ ଦେଇ ପଛକୁ ଗ୍ଭହେଁ, ସେ ପରମେଶ୍ୱରଙ୍କ ରାଜ୍ୟ ପାଇଁ ଯୋଗ୍ୟ ନୁହେଁ।”
2010 by World Bible Translation Center