Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 22:19-28

19 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରିତ୍ୟାଗ କର ନାହିଁ।
    ତୁମ୍ଭେ ହିଁ ମୋର ଶକ୍ତି, ଶୀଘ୍ର ମୋତେ ସାହାଯ୍ୟ କର।
20 ହେ ସଦାପ୍ରଭୁ, ମୋର ପ୍ରାଣକୁ ସେହି ଖ‌ଡ଼୍‌ଗରୁ ରକ୍ଷା କର।
    ସେହି କୁକୁରମାନଙ୍କ କବଳରୁ ମୋର ମୂଲ୍ୟବାନ ଆତ୍ମାକୁ ରକ୍ଷା କର।
21 ମୋତେ ସିଂହ ମୁଖରୁ ଉଦ୍ଧାର କର।
    ମୋତେ ଷଣ୍ଢର ମୁନିଆ ଶିଙ୍ଗରୁ ବଞ୍ଚାଅ।

22 ହେ ସଦାପ୍ରଭୁ, ମୁଁ ମୋର ଭାଇମାନଙ୍କ ଆଗରେ ତୁମ୍ଭ ଗୁଣ ବର୍ଣ୍ଣନା କରିବି।
    ମୁଁ ବୃହତ୍ ସଭାକକ୍ଷରେ ତୁମ୍ଭର ପ୍ରଶଂସା କରିବି।
23 ଯେଉଁମାନେ ତାଙ୍କୁ ଉପାସନା କରୁଛ ସଦାପ୍ରଭୁଙ୍କର ଜୟଗାନ କର।
    ହେ ଯାକୁବର ବଂଶଧରଗଣ, ସଦାପ୍ରଭୁଙ୍କୁ ପ୍ରଶଂସା ପ୍ରଦର୍ଶନ କର।
    ଇସ୍ରାଏଲର ବଂଶଧରଗଣ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ ଦେଖାଅ।
24 କାରଣ ସଦାପ୍ରଭୁ ବିପଦରେ ପଡ଼ିଥିବା ଗରିବ ବ୍ୟକ୍ତିମାନଙ୍କୁ ହିଁ ସାହାଯ୍ୟ କରନ୍ତି।
    ସେ ତାଙ୍କ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ।
ସେ ସେମାନଙ୍କୁ ଘୃଣା କରନ୍ତି ନାହିଁ।
    ଯଦି ଲୋକମାନେ ତାଙ୍କୁ ବିପଦରେ ପଡ଼ି ସାହାଯ୍ୟ ପ୍ରାର୍ଥନା କରନ୍ତି, ସେ ସେମାନଙ୍କଠାରୁ ନିଜକୁ ଦୂରେଇ ରଖି ପାରିବେ ନାହିଁ।

25 ହେ ସଦାପ୍ରଭୁ, ମୁଁ ମହାସଭାରେ ତୁମ୍ଭର ଯେଉଁ ଜୟଗାନ କଲି ତାହା ତୁମ୍ଭ ପ୍ରେରଣାର ଫଳ।
    ସମସ୍ତ ଉପାସକମାନଙ୍କ ସମ୍ମୁଖରେ ମୁଁ ମୋର ନୈବେଦ୍ୟ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବି ଯାହା ମୁଁ ପ୍ରତିଜ୍ଞା କରିଛି।
26 ଗରିବ ଲୋକମାନେ ଆସ, ଖାଅ ଓ ତୃପ୍ତ ହୁଅ।
    ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ଦର୍ଶନ ପାଇଁ ଆସିଅଛ ତାଙ୍କର ଜୟଗାନ କର।
    ତୁମ୍ଭର ହୃଦୟ ଚିରଦିନ ପାଇଁ ଜୀବନ୍ତ ରହୁ।
27 ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ।
    ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।
28 କାରଣ ସେ ହେଉଛନ୍ତି ରାଜା।
    ସେ ସବୁ ରାଜ୍ୟକୁ ଶାସନ କରନ୍ତି।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 56:9-12

ହେ କ୍ଷେତ୍ରସ୍ଥ ସମସ୍ତ ପଶୁ ଓ ବନସ୍ତ ପଶୁଗଣ
    ତୁମ୍ଭେମାନେ ଆସ ଓ ଭକ୍ଷ୍ୟଣ କର।
10 ତାହାର ପ୍ରହରୀଗଣ ଅନ୍ଧ,
    ସେ ସମସ୍ତ ଜ୍ଞାନହୀନ, ସେମାନେ ନିର୍ବାକ ଶ୍ୱାନ,
ସେମାନେ ଭୁକିପାରନ୍ତି ନାହିଁ।
    ସେମାନେ ସ୍ୱପ୍ନଦର୍ଶୀ, ନିଦ୍ରାଳୁ
    ଓ ଶୋଇ ରହିବାକୁ ଭଲ ପାଆନ୍ତି।
11 ସେମାନେ ପେଟୁ କୁକୁର ସଦୃଶ କେବେ ତୃପ୍ତ ହୁଅନ୍ତି ନାହିଁ।
    ଆଉ ମଧ୍ୟ ସେମାନେ ବିଗ୍ଭରଶୂନ୍ୟ ମେଷପାଳକ।
ସେମାନେ ଗ୍ଭରିଆଡ଼ୁ ଆପଣା ଆପଣା ଲାଭ ଚେଷ୍ଟାରେ
    ଆପଣା ଆପଣା ବାଟ ଆଡ଼େ ଫେରିଅଛନ୍ତି।
12 ପ୍ରତ୍ୟେକ କୁହନ୍ତି, “ଆସ,
    ଆମ୍ଭେ ଦ୍ରାକ୍ଷାରସ ଆଣିବା
    ଓ ସୁରାପାନରେ ମତ୍ତ ହେବା;
ପୁନଶ୍ଚ ଆଜି ଯେପରି ହେବ କାଲି ମଧ୍ୟ ସେହିପରି ହେବ
    ଏବଂ ତାହା ଅପରିମିତ ମହାଦିନ ହେବ।”

ରୋମୀୟଙ୍କ ପ୍ରତି ପତ୍ର 2:17-29

ଯିହୂଦୀ ଓ ବ୍ୟବସ୍ଥା

17 ତୁମ୍ଭ ବିଷୟରେ କ’ଣ? ତୁମ୍ଭେ କହୁଛ ତୁମ୍ଭେ ଜଣେ ଯିହୂଦୀ। ତୁମ୍ଭର ବ୍ୟବସ୍ଥା ଉପରେ ଭରସା ଅଛି ଓ ଗର୍ବ କର ଯେ, ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ଅଛ। 18 ତୁମ୍ଭେ ଜାଣ ଯେ, ତୁମ୍ଭେ କ’ଣ କରିବ ବୋଲି ପରମେଶ୍ୱର ଗ୍ଭହାନ୍ତି। ଏବଂ ତୁମ୍ଭେ ଜାଣିଛ ଯେ କେଉଁ ବିଷୟ ଗୁଡ଼ିକ ମହତ୍ତ୍ୱପୂର୍ଣ୍ଣ, କାରଣ ତୁମ୍ଭେ ବ୍ୟବସ୍ଥା ଶିଖିଛ। 19 ତୁମ୍ଭେ ଭାବୁଛ ଯେ, ଯେଉଁ ଲୋକମାନେ ସତ୍ୟ ମାର୍ଗ ବିଷୟରେ ଜାଣନ୍ତି ନାହିଁ, ତୁମ୍ଭେ ସେମାନଙ୍କର ମାର୍ଗ ଦର୍ଶକ। ତୁମ୍ଭେ ଭାବୁଛ ଯେ, ଯେଉଁମାନେ ଅନ୍ଧକାରରେ ଅଛନ୍ତି ସେମାନଙ୍କ ପାଇଁ ତୁମ୍ଭେ ଆଲୁଅ ସଦୃଶ। 20 ତୁମ୍ଭେ ଭାବୁଛ ଯେ, ଯେଉଁମାନେ ମୁର୍ଖ, ସେମାନଙ୍କୁ ସତ୍ୟ ଦେଖାଇ ପାରିବ। ଏବଂ ତୁମ୍ଭେ ଭାବୁଛ ଯେ, ଯେଉଁମାନଙ୍କର ଏବେ ମଧ୍ୟ ଶିଖିବା ଆବଶ୍ୟକ, ସେମାନଙ୍କର ତୁମ୍ଭେ ଶିକ୍ଷକ। ତୁମ୍ଭ ପାଖରେ ବ୍ୟବସ୍ଥା ଅଛି, ସେଥିପାଇଁ ତୁମ୍ଭେ ଭାବୁଛ ଯେ ତୁମ୍ଭେ ସବୁକିଛି ଜାଣିଛ ଓ ତୁମ୍ଭ ପାଖରେ ସତ୍ୟ ଅଛି। 21 ତୁମ୍ଭେ ଅନ୍ୟ ଲୋକଙ୍କୁ ଶିକ୍ଷା ଦେଉଛ। ସେ ଦୃଷ୍ଟିରୁ ତୁମ୍ଭେ ନିଜକୁ ଶିକ୍ଷା କାହିଁକି ଦେଉ ନାହଁ? ତୁମ୍ଭେ ଲୋକଙ୍କୁ କହୁଛ ଗ୍ଭେରି କର ନାହିଁ। କିନ୍ତୁ ତୁମ୍ଭେ ନିଜେ ଗ୍ଭେରି କରୁଛ। 22 ତୁମ୍ଭେ କହୁଛ ଲୋକେ ବ୍ୟଭିଗ୍ଭର ପାପ କରିବା କଥା ନୁହେଁ। କିନ୍ତୁ ତୁମ୍ଭେ ନିଜେ ସେହି ପାପରେ ଦୋଷୀ। ତୁମ୍ଭେ ମୂର୍ତ୍ତିକୁ ଘୃଣା କରିଥାଅ। 23 କିନ୍ତୁ ତୁମ୍ଭେ ମନ୍ଦିରରୁ ଗ୍ଭେରି କରୁଛ। ତୁମ୍ଭେ ପରମେଶ୍ୱରଙ୍କ ବ୍ୟବସ୍ଥା ପାଇଁ ଗର୍ବ କରୁଛ। କିନ୍ତୁ ତୁମ୍ଭେ ସେହି ବ୍ୟବସ୍ଥା ଭଙ୍ଗ କରି ପରମେଶ୍ୱରଙ୍କୁ ଲଜ୍ଜା ଦେଉଛ। 24 ପବିତ୍ର-ଶାସ୍ତ୍ରରେ[a] ଲେଖା ଅଛି, “ଅଣଯିହୂଦୀମାନେ ପରମେଶ୍ୱରଙ୍କ ବିଷୟରେ ମନ୍ଦ କଥା, ଯିହୂଦୀମାନଙ୍କ ପାଇଁ ହିଁ କୁହନ୍ତି।”(A)

25 ଯଦି ତୁମ୍ଭେ ବ୍ୟବସ୍ଥା[b] ପାଳନ କରୁଛ, ତା'ହେଲେ ତୁମ୍ଭର ସୁନ୍ନତ[c] ହେବାର ମୂଲ୍ୟ ଅଛି। କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥା ଭଙ୍ଗ କରୁଛ ତା'ହେଲେ ତୁମ୍ଭେ ସୁନ୍ନତ ନ ହେବା ସହିତ ସମାନ। 26 ଅଣଯିହୂଦୀମାନେ ସୁନ୍ନତ ହୁଅନ୍ତି ନାହିଁ। କିନ୍ତୁ ସେମାନେ ଯଦି ବ୍ୟବସ୍ଥା କହିବା ଭଳି ଆଚରଣ କରନ୍ତି, ତା'ହେଲେ ସେମାନେ ସୁନ୍ନତ ହେବା ଭଳି ହେଲେ। 27 ତୁମ୍ଭ ଯିହୂଦୀମାନଙ୍କର ଲିଖିତ ବ୍ୟବସ୍ଥା ଅଛି ଓ ସୁନ୍ନତ ମଧ୍ୟ, କିନ୍ତୁ ତୁମ୍ଭେମାନେ ବ୍ୟବସ୍ଥା ଭଙ୍ଗ କରୁଛ। ଅତଏବ ଶାରୀରିକ ଭାବେ ସୁନ୍ନତ ନ ହୋଇ ବ୍ୟବସ୍ଥା ପାଳନ କରୁଥିବା ଲୋକେ ଦେଖାଇ ଦେବେ ଯେ ତୁମ୍ଭେ ଦୋଷୀ ଅଟ।

28 ଜଣେ କେବଳ ଶରୀରରେ ଯିହୂଦୀ, କିନ୍ତୁ ପ୍ରକୃତରେ ଯିହୂଦୀ ନୁହେଁ। ପ୍ରକୃତ ସୁନ୍ନତ କେବଳ ବାହାର ଶରୀରରେ ନୁହେଁ। 29 ଜଣେ ଲୋକ ଯଦି ପ୍ରକୃତରେ ଯିହୂଦୀ ସେ ଅନ୍ତରରୁ ଯିହୂଦୀ ଅଟେ। ପ୍ରକୃତ ସୁନ୍ନତ ହୃଦୟରେ ହିଁ କରା ଯାଇଥାଏ। ଏହା ଆତ୍ମା[d] ଦ୍ୱାରା କରାଯାଇ ଥାଏ। ଆକ୍ଷରିକ ଭାବରେ ନୁହେଁ। ଯେଉଁ ଲୋକ ହୃଦୟରେ ଆତ୍ମା ଦ୍ୱାରା ସୁନ୍ନତ ହୋଇଥାଏ ସେ ପରମେଶ୍ୱରଙ୍କଠାରୁ ପ୍ରଶଂସା ପାଏ, ମଣିଷମାନଙ୍କଠାରୁ ନୁହେଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center