Revised Common Lectionary (Complementary)
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
64 ହେ ପରମେଶ୍ୱର, ମୋହର ଅଭିଯୋଗ ଶୁଣ।
ମୋ’ ଶତ୍ରୁମାନେ ମୋତେ ଭୟଭୀତ କରିଛନ୍ତି।
ସେମାନଙ୍କଠାରୁ ମୋର ଜୀବନ ରକ୍ଷା କର।
2 ମୋ’ ଶତ୍ରୁମାନଙ୍କର ଗୁପ୍ତମନ୍ତ୍ରଣାରୁ ମୋତେ ରକ୍ଷା କର।
ଦୁଷ୍ଟ ଲୋକମାନଙ୍କ ଦଳଠାରୁ ତୁମ୍ଭେ ମୋତେ ଲୁଗ୍ଭଇ ରଖ।
3 ସେମାନେ ସେମାନଙ୍କର ଜିହ୍ୱାକୁ କ୍ଷୁରପରି ଶାଣିତ କରନ୍ତି,
ସେମାନେ ସେମାନଙ୍କର ବିଷାକ୍ତ ଶବ୍ଦଗୁଡ଼ିକ ତୀର ତୁଲ୍ୟ ନିକ୍ଷେପ କରନ୍ତି।
4 ହଠାତ୍ ସେମାନଙ୍କର ଲୁଚିବା ସ୍ଥାନରୁ ସେମାନେ ସେମାନଙ୍କର ତୀରଗୁଡ଼ିକ
ଉତ୍ତମ ନିଷ୍ଠାପର ଲୋକମାନଙ୍କ ଉପରକୁ ବିନା ଭୟରେ ନିକ୍ଷେପ କରନ୍ତି।
5 ସେମାନେ ଭୁଲ୍ କରିବା ପାଇଁ ପରସ୍ପରକୁ ଉତ୍ସାହିତ କରନ୍ତି।
ସେମାନେ ଏହା କହି ଫାନ୍ଦ ବସାଇବା ବିଷୟରେ କଥାବାର୍ତ୍ତା ହୁଅନ୍ତି, “କେହି ଏଠାରେ ସେମାନଙ୍କୁ ଦେଖି ପାରିବେ ନାହିଁ।”
6 କେହି ଆମ୍ଭର ଦୋଷକୁ ଆବିଷ୍କାର କରିବେ ନାହିଁ।
ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଯୋଜନା ଅଛି।”
ଲୋକମାନେ ବହୁତ କୁଟିଳ ଏବଂ ବୁଝିବା ବହୁତ କଷ୍ଟ।
7 କିନ୍ତୁ ହଠାତ୍ ପରମେଶ୍ୱର ତାଙ୍କର ‘ତୀର’ ନିକ୍ଷେପ କରିବେ
ଏବଂ ଦୁଷ୍ଟମାନେ ଆଘାତ ହେବେ।
8 ସେମାନଙ୍କ ନିଜ ଜିହ୍ୱା ସେମାନଙ୍କୁ ଧ୍ୱଂସର ବିଷୟ ଆଣିବ।
ସେମାନଙ୍କୁ ଯିଏ ଦେଖିବେ ସେମାନେ ଦୁଃଖରେ ମୁଣ୍ଡ ହଲାଇବେ।
9 ତା'ହେଲେ ପ୍ରତ୍ୟେକ ବ୍ୟକ୍ତି ଭୟଭୀତ ହେବେ।
ସେମାନେ ପରମେଶ୍ୱରଙ୍କର କାର୍ଯ୍ୟ ବିଷୟରେ କହିବେ
ଏବଂ ସେ ଯାହା କରିଛନ୍ତି
ସେମାନେ ତାହା ଶିକ୍ଷା କରିବେ।
10 ଧାର୍ମିକ ଲୋକମାନେ ସଦାପ୍ରଭୁଙ୍କ ସେବାରେ ଆନନ୍ଦ କରିବେ।
ସେମାନେ ତାହାଙ୍କର ଶରଣାଗତ ହେବେ।
ପୁଣି ସମସ୍ତ ସଜ୍ଜନମାନେ, ସଦାପ୍ରଭୁଙ୍କର ପ୍ରଶଂସା କରିବେ।
ଫାରୋ ଜଣେ ଯୁବା ସିଂହ କି ରାକ୍ଷସ?
32 ଅନନ୍ତର ଦ୍ୱାଦଶ ବର୍ଷର ଦ୍ୱାଦଶ ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ,
“‘ତୁମ୍ଭେ ଗୋଟିଏ ଯୁବା ସିଂହ ତୁଲ୍ୟ,
ତୁମ୍ଭେ ଗୋଟିଏ ସମୁଦ୍ର ରାକ୍ଷସ ପରି।
ତୁମ୍ଭେ ନଦୀ ସମୂହର ଜଳକୁ ଅତିକ୍ରମ କରି
ଓ ଆପଣା ପାଦରେ ଜଳ ଚହଲାଇ
ତାକୁ ଗୋଳିଆ କର।’”
3 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି,
“ମୁଁ ନାନା ଦେଶର ଲୋକମାନଙ୍କୁ ଏକତ୍ରିତ କରି
ତୁମ୍ଭ ଉପରେ ମୋର ଜାଲ ପ୍ରସାରଣ କରିବି।
ଆଉ ସେମାନେ ଆମ୍ଭ ଜାଲରେ ତୁମ୍ଭକୁ ଉପରକୁ ଆଣିବେ।
4 ମୁଁ ତୁମ୍ଭକୁ ସ୍ଥଳରେ ଛାଡ଼ି ଦେବି ଓ ତୁମ୍ଭେ ପଦାରେ ପଡ଼ି ରହିବ।
ମୁଁ ଆକାଶର ପକ୍ଷୀସବୁକୁ ଆଣିବି
ଓ ସେମାନେ ତୁମ୍ଭକୁ ଭକ୍ଷ୍ୟଣ କରିବେ।
ପୁଣି ପୃଥିବୀର ସମୁଦାୟ ପଶୁଗଣଙ୍କୁ ଆଣିବି ଓ ସେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ତୁମ୍ଭକୁ ଭକ୍ଷ୍ୟଣ କରିବେ।
5 ମୁଁ ତୁମ୍ଭର ମାଂସକୁ ପର୍ବତଗୁଡ଼ିକ ଉପରେ ପକାଇବି
ଓ ତୁମ୍ଭର ମୃତ ଶବରେ ଉପତ୍ୟକାସବୁ ପୂର୍ଣ୍ଣ କରିବି।
6 ଏବଂ ତୁମ୍ଭର ରକ୍ତକୁ ପର୍ବତଗୁଡ଼ିକ ଉପରେ ଢାଳ।
ତାହା ପୃଥିବୀର ଭୂମି ଶୋଷଣ କରବ ଓ ସିକ୍ତ ହେବ।
ଆଉ ସମଗ୍ର ଜଳାଧାର ତୁମ୍ଭ ରକ୍ତରେ ପରିପୂର୍ଣ୍ଣ ହେବ।
7 ଯେତେବେଳେ ମୁଁ ତୁମ୍ଭକୁ ନିର୍ବାପିତ କରେ
ମୁଁ ଆକାଶକୁ ଆଚ୍ଛନ୍ନ କରିବି ଓ ତଦ୍ଦ୍ୱାରା ନକ୍ଷତ୍ରଗୁଡ଼ିକୁ ଅନ୍ଧକାରମୟ କରିବି।
ଆଉ ସୂର୍ଯ୍ୟକୁ ମେଘାଚ୍ଛନ୍ନ କରିବି ଓ ଚନ୍ଦ୍ରକିରଣ ଦେବି ନାହିଁ।
8 ଆକାଶର ସମସ୍ତ ଉଜ୍ଜ୍ୱଳ ଜ୍ୟୋତିଃକୁ ମୁଁ କ୍ଷୀଣ କରିବି ଓ ତୁମ୍ଭ ଉପରେ
ଓ ତୁମ୍ଭ ଦେଶ ଉପରେ ଅନ୍ଧକାର ଆଣିବି।”
ସଦାପ୍ରଭୁ, ମୋର ପ୍ରଭୁ ଏହା କହିଛନ୍ତି।
9 “ତୁମ୍ଭର ବିନାଶ ଘଟାଇବା ବେଳେ ଅନେକ ଗୋଷ୍ଠୀର ହୃଦୟକୁ ବ୍ୟସ୍ତ କରିବି। ଏପରିକି ତୁମ୍ଭର ଅଜ୍ଞାତ ଦେଶସମୂହ ମଧ୍ୟ ତୁମ୍ଭ ପାଇଁ ବିବ୍ରତ ହେବେ। 10 ଏବଂ ମୁଁ ଅନେକ ଗୋଷ୍ଠୀକୁ ତୁମ୍ଭ ବିଷୟରେ ଚମତ୍କୃତ କରାଇବି ଏବଂ ସେମାନଙ୍କ ରାଜାମାନଙ୍କ ସମ୍ମୁଖରେ ମୋର ଖଡ଼୍ଗ ଗ୍ଭଳନା କଲାବେଳେ ସେମାନେ ଅତିଶୟ ଭୀତ ହେବେ। ଯେତେବେଳେ ମୁଁ ତୁମ୍ଭର ପତନ ଆଣିବି, ସେମାନେ ପ୍ରତ୍ୟେକ ନିଜ ନିଜ ଜୀବନ ବିଷୟରେ ଭୟଭୀତ ହେବେ।”
ଯୀଶୁ ଗୋଟିଏ ବାଳକକୁ ଭୂତ କବଳରୁ ମୁକ୍ତକଲେ
(ମାଥିଉ 17:14-18; ମାର୍କ 9:14-27)
37 ତା’ ପରଦିନ ଯୀଶୁ, ପିତର, ଯୋହନ ଓ ଯାକୁବ ପର୍ବତ ଉପରୁ ତଳକୁ ଓହ୍ଲାଇ ଆସିଲେ। ବହୁ ସଂଖ୍ୟାରେ ଲୋକେ ଆସି ଯୀଶୁଙ୍କୁ ଭେଟିଲେ। 38 ଭିଡ଼ ଭିତରୁ ଜଣେ ଲୋକ ପାଟି କରି ଉଠିଲା, “ଗୁରୁ, ଦୟାକରି ଆସି ମୋ’ ପୁଅକୁ ଦେଖନ୍ତୁ। 39 ସେ ମୋର ଏକମାତ୍ର ସନ୍ତାନ। ଶୟତାନଠାରୁ ଗୋଟିଏ ଭୂତ ଆସି ତାକୁ କବଳିତ କରି ନେଉଛି ଏବଂ ତା'ପରେ ପୁଅ ଚିତ୍କାର କରି ଉଠୁଛି। ସେ ତା’ ନିଜର ନିୟନ୍ତ୍ରଣ ହରେଇ ବସୁଛି। ତା ମୁହଁରୁ ଫେଣ ବାହାରି ପଡ଼ୁଛି। ସେ ଭୂତ ତାକୁ ବାରମ୍ବାର ଯନ୍ତ୍ରଣା ଦେଉଛି ଓ ପ୍ରାୟ ତାକୁ ଛାଡ଼ି ଯାଉ ନାହିଁ।” 40 ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ମୋ’ ପୁଅ ଦେହରୁ ଭୂତକୁ ଛଡ଼େଇ ଦେବାକୁ ଅନୁରୋଧ କଲି, କିନ୍ତୁ ସେମାନେ ପାରିଲେ ନାହିଁ।”
41 ତା'ପରେ ଯୀଶୁ କହିଲେ, “ତୁମ୍ଭେମାନେ ବିଶ୍ୱାସ ବିହିନ ଜୀବନଯାପନ କରୁଛ ଓ କୁପଥଗାମୀ ହେଉଛ। ଆଉ କେତେ ଦିନ ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ସହିତ ରହିଥିବି?” ତା'ପରେ ଯୀଶୁ ଲୋକଟିକୁ କହିଲେ, “ତୁମ୍ଭ ପୁଅକୁ ଏଠାକୁ ଆଣ।”
42 ପିଲାଟି ଆସୁଥିବା ବେଳେ ଭୂତ ତାକୁ ଭୂମି ଉପରକୁ କଗ୍ଭଡ଼ି ଦେଲା। ପିଲାଟି ନିୟନ୍ତ୍ରଣ ହରାଇ ବସିଲା। କିନ୍ତୁ ଯୀଶୁ ଭୂତକୁ ଗୋଟିଏ କଠୋର ଧମକ ଦେଲେ। ଏହା ପରେ ପିଲାଟି ସୁସ୍ଥ ହୋଇଗଲା। ଯୀଶୁ ତାହାକୁ ତା’ ବାପା ପାଖରେ ସମର୍ପି ଦେଲେ। 43 ସମସ୍ତ ଲୋକ ପରମେଶ୍ୱରଙ୍କ ମହାନ୍ ଶକ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।
ଯୀଶୁ ତାହାଙ୍କ ମୃତ୍ୟୁ ବିଷୟରେ କହିଲେ
(ମାଥିଉ 17:22-23; ମାର୍କ 9:30-32)
ଯୀଶୁ ଯାହାସବୁ କରୁଥିଲେ ତାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ।
2010 by World Bible Translation Center