Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 15

ଦାଉଦଙ୍କର ଗୀତ

15 ହେ ସଦାପ୍ରଭୁ, କିଏ ତୁମ୍ଭର ପବିତ୍ର ତମ୍ବୁରେ ବାସ କରି ପାରିବ?
    କିଏ ତୁମ୍ଭର ପବିତ୍ର ପର୍ବତରେ ବାସ କରିବ?
କେବଳ ଯେଉଁ ବ୍ୟକ୍ତି ଶୁଦ୍ଧ ଚିତ୍ତରେ ଜୀବନ-ଯାପନ କରେ, ଭଲ କାର୍ଯ୍ୟ କରେ,
    ଓ ଅନ୍ତରରୁ ସତ୍ୟକଥା ପ୍ରକାଶ କରେ ସେ କେବଳ ତୁମ୍ଭର ପବିତ୍ର ପର୍ବତରେ ବାସ କରି ପାରିବ।
ସେହିଭଳି ମନୁଷ୍ୟ ଯିଏ କେବେ ଅନ୍ୟମାନଙ୍କ ବିଷୟରେ ମିଥ୍ୟା କଥା କହେ ନାହିଁ।
    ସେହି ବ୍ୟକ୍ତି ଯିଏ କେବେ ପଡ଼ୋଶୀ ପ୍ରତି ଅନିଷ୍ଟ ଚିନ୍ତା କରେ ନାହିଁ।
    ସେହି ବ୍ୟକ୍ତି ଲଜ୍ଜାଜନକ କଥା ନିଜ ପରିବାର ବିଷୟରେ ମଧ୍ୟ କହେ ନାହିଁ।
ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ଘୃଣା କରେ ଓ ସମ୍ମାନ କରେ ନାହିଁ,
    କିନ୍ତୁ ସେହି ବ୍ୟକ୍ତି ଯେଉଁମାନେ ସଦାପ୍ରଭୁଙ୍କ ସେବା କରୁଥିବା ଲୋକମାନଙ୍କୁ ସମ୍ମାନ ଦେଖାଏ।
ଯଦି ସେ କୌଣସି ପ୍ରତିଶ୍ରୁତି ନିଜ ପଡ଼ୋଶୀକୁ ଦେଇଥାଏ
    ତେବେ ସେହି ପ୍ରତିଶ୍ରୁତିକୁ ପାଳନ କରେ।
ଯଦି ଜଣେ ବ୍ୟକ୍ତି କିଛି ଧନ କରଜ ଦିଏ
    ଓ ସେ ସେହି ଜନଠାରୁ କୌଣସି ସୁଧ ଆଦାୟ କରେ ନାହିଁ
କିଅବା ସେହି ବ୍ୟକ୍ତି ନିରୀହ ଲୋକମାନଙ୍କୁ
    ଆଘାତ କରି ମୁଦ୍ରା ନିଏ ନାହିଁ।

ଏହିପରି ଯେଉଁ ବ୍ୟକ୍ତି କରେ, ତେବେ ସେହି ଧାର୍ମିକ ସର୍ବଦା ପରମେଶ୍ୱରଙ୍କ ନିକଟରେ ଅବସ୍ଥାନ କରିବ।

ଯାତ୍ରାପୁସ୍ତକ 34:8-28

ଏହା ପରେ ମୋଶା ତ‌ତ୍‌କ୍ଷଣାତ୍ ଭୂମିଷ୍ଠ ହୋଇ ସଦାପ୍ରଭୁଙ୍କର ଉପାସନା କରି କହିଲେ, “ହେ ସଦାପ୍ରଭୁ, ଯଦି ତୁମ୍ଭେ ମୋ’ ପ୍ରତି ସଦୟ, ତେବେ ଆମ୍ଭମାନଙ୍କ ସହିତ ଦୟାକରି ଆସ। ମୁଁ ଜାଣେ ଏହି ଲୋକମାନେ ଶକ୍ତଗ୍ରୀବ ଲୋକ। କିନ୍ତୁ ଦୟାକରି ଆମ୍ଭମାନଙ୍କ ପାପ କ୍ଷମା କର! ତୁମ୍ଭର ଲୋକମାନଙ୍କ ପରି ଆମ୍ଭକୁ ଗ୍ରହଣ କର।”

10 ଏହା ପରେ ସଦାପ୍ରଭୁ କହିଲେ, “ମୁଁ ଏହି ନିୟମ ତୁମ୍ଭମାନଙ୍କର ସହିତ କରିଅଛି, ମୁଁ ତୁମ୍ଭମାନଙ୍କ ପ୍ରତି ଏପରି କାର୍ଯ୍ୟ କରିବି ଯେ, ପୃଥିବୀରେ କୌଣସି ଲୋକମାନଙ୍କ ପାଇଁ ଏପରି କରାଯାଇ ନାହିଁ। ତୁମ୍ଭମାନଙ୍କ ସହିତ ଥିବା ଲୋକମାନେ ମୋର ମହାନତା ଜାଣି ପାରିବେ ଯେ, ମୁଁ ସଦାପ୍ରଭୁ ମହାନ। ଲୋକମାନେ ମୋର ଆଶ୍ଚର୍ଯ୍ୟ କର୍ମମାନ ଦେଖିବେ ଯାହା ତୁମ୍ଭମାନଙ୍କ ପାଇଁ ମୁଁ କରିବି। 11 ଏହି ଆଜ୍ଞା ପାଳନ କର। ଯାହା ଆଜି ମୁଁ ତୁମ୍ଭକୁ ଆଜ୍ଞା ଦେଲି ତାହା ଅନୁସରଣ କର ମୁଁ ତୁମ୍ଭର ଶତ୍ରୁମାନଙ୍କୁ ଏହି ଦେଶରୁ ବିତାଡ଼ିତ କରିବି। ମୁଁ କିଣାନୀୟ, ହିତ୍ତୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କୁ ବିତାଡ଼ିତ କରିବି। 12 ସାବଧାନ! ତୁମ୍ଭେମାନେ ଯେଉଁ ଦେଶକୁ ଯାଉଛ ସେମାନଙ୍କ ସହିତ କୌଣସି ଚୁକ୍ତି କର ନାହିଁ। ଯଦି ତୁମ୍ଭେମାନେ ସେହି ଲୋକମାନଙ୍କ ସହିତ କୌଣସି ଚୁକ୍ତି କର, ତେବେ ଏହା ତୁମ୍ଭମାନଙ୍କ ପାଇଁ ଅସୁବିଧା ହେବ। 13 ତେଣୁ ସେମାନଙ୍କର ଯଜ୍ଞବେଦି ସବୁ ଧ୍ୱଂସ କର। ସେମାନଙ୍କର ସ୍ତମ୍ଭସବୁ ଭାଙ୍ଗିଦିଅ। ସେମାନଙ୍କର ପବିତ୍ର କାଷ୍ଠ ସ୍ତମ୍ଭସବୁ କାଟି ପକାଇବ। 14 ଅନ୍ୟ କୌଣସି ଦେବତାର ଉପାସନା କର ନାହିଁ, କାରଣ ମୋର ନାମ ଯିହୋବାଃ, ସ୍ୱଗୌରବ ରକ୍ଷଣରେ ଉ‌ଦ୍‌ଯୋଗୀ, ମୁଁ ସ୍ୱଗୌରବ ରକ୍ଷଣରେ ଉ‌ଦ୍‌ଯୋଗୀ ପରମେଶ୍ୱର।

15 “ସାବଧାନ, ତୁମ୍ଭେ ଯେଉଁ ଦେଶରେ ବାସ କରିବ ସେମାନଙ୍କ ସହିତ କୌଣସି ଚୁକ୍ତି କରିବ ନାହିଁ। ଯଦି ତୁମ୍ଭେ ଏପରି କର, ତେବେ ତୁମ୍ଭେମାନେ ସେମାନଙ୍କ ଦେବଗଣମାନଙ୍କର ଅନୁଚର ହେବ। କିମ୍ବା ସେମାନେ ତୁମ୍ଭମାନଙ୍କୁ ନିମନ୍ତ୍ରଣ କଲେ ତୁମ୍ଭେ ସେମାନଙ୍କ ସହିତ ଯୋଗ ଦେବ। ତୁମ୍ଭେ ସେମାନଙ୍କର ବଳିଦାନ ଭକ୍ଷ୍ୟଣ କରିବ। 16 ତୁମ୍ଭେମାନେ ସେମାନଙ୍କର କନ୍ୟାମାନଙ୍କୁ ଗ୍ରହଣ କରିପାର। ତୁମ୍ଭମାନଙ୍କର ପୁତ୍ରମାନଙ୍କ ପାଇଁ, ତାଙ୍କର କନ୍ୟାଗଣ ସେମାନଙ୍କର ଦେବଗଣମାନଙ୍କର ଅନୁଗାମୀ ହୋଇଥିବେ। ସେମାନେ ତୁମ୍ଭମାନଙ୍କୁ ବା ତୁମ୍ଭର ପୁତ୍ରମାନଙ୍କୁ ତାଙ୍କ ଦେବତାମାନଙ୍କର ଅନୁଗାମୀ କରାଇ ପାରନ୍ତି।

17 “ତୁମ୍ଭେମାନେ କୌଣସି ଛାଞ୍ଚରେ ଢଳା ଦେବତା ତୁମ୍ଭମାନଙ୍କ ପାଇଁ କର ନାହିଁ।

18 “ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀର ପର୍ବ ପାଳନ କର। ପୁଣି ଆବୀବ୍ ମାସର ଯେଉଁ ସମୟରେ ଯେଉଁପରି କରିବାକୁ ତୁମ୍ଭମାନଙ୍କୁ ଆଜ୍ଞା ଦେଇଅଛୁ। ସେହିରୂପେ ତୁମ୍ଭେମାନେ ସାତ ଦିନ ତାଡ଼ିଶୂନ୍ୟ ରୋଟୀ ଖାଇବ। କାରଣ ସେହି ଆବୀବ୍ ମାସରେ ତୁମ୍ଭେ ମିଶର ଦେଶରୁ ବାହାର ହୋଇ ଆସିଥିଲ।

19 “କୌଣସି ସ୍ତ୍ରୀର ପ୍ରଥମ ସନ୍ତାନ ମୋର। ଏପରିକି ଗୋମେଷାଦି ପଲର ପ୍ରଥମଜାତ ସନ୍ତାନ ମୋର। 20 ଯଦି ତୁମ୍ଭେ ଏକ ପ୍ରଥମଜାତ ଗଧକୁ ରଖିବାକୁ ଗ୍ଭହୁଁଛ, ତେବେ ତୁମ୍ଭେମାନେ ଏକ ମେଷ ବଦଳରେ ତାହା କ୍ରୟ କରି ପାରିବ। କିନ୍ତୁ ଯଦି ତୁମ୍ଭେ ମେଷ ବଦଳରେ ତାହା କ୍ରୟ ନ କର, ତେବେ ତୁମ୍ଭେ ସେହି ଗଧର ବେକ ଭାଙ୍ଗିବ। ତୁମ୍ଭେମାନେ ତୁମ୍ଭର ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ମୁକ୍ତ କରି ପାରିବ। କୌଣସି ବ୍ୟକ୍ତି ବିନା ଉପହାରରେ ମୋ’ ପାଖକୁ ଆସିବ ନାହିଁ।

21 “ତୁମ୍ଭେମାନେ ଛଅ ଦିନ କାମ କରିବ। କିନ୍ତୁ ସପ୍ତମ ଦିନ ତୁମ୍ଭେମାନେ ବିଶ୍ରାମ ନେବ। ତୁମ୍ଭେମାନେ ଏପରିକି ଶସ୍ୟ ବୁଣା ଏବଂ ଶସ୍ୟଅମଳ ସମୟରେ ଏହି ନିୟମ ପାଳନ କରିବ।

22 “ତୁମ୍ଭେମାନେ ସପ୍ତାହର ପର୍ବ ପ୍ରଥମ ଗହମ କଟା ପର୍ବ ଓ ବର୍ଷର ଶେଷ ଭାଗରେ ଶସ୍ୟଅମଳର ପର୍ବ ପାଳନ କରିବା ଉଚିତ୍।

23 “ତିନିଥର ପ୍ରତ୍ୟେକ ବର୍ଷ ତୁମ୍ଭମାନଙ୍କର ସମସ୍ତ ପୁରୁଷ ପ୍ରଭୁ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବ।

24 “ଯେତେବେଳେ ତୁମ୍ଭେ ତୁମ୍ଭର ଦେଶକୁ ଯାଅ ମୁଁ ତୁମ୍ଭର ଶତ୍ରୁମାନଙ୍କୁ ସେଠାରୁ ତଡ଼ି ଦେବି। ମୁଁ ତୁମ୍ଭମାନଙ୍କର ସୀମା ବୃଦ୍ଧି କରିବି। ତୁମ୍ଭେମାନେ ଅଧିକରୁ ଅଧିକ ଭୂମି ପାଇବ। କୌଣସି ଲୋକ ତୁମ୍ଭମାନଙ୍କଠାରୁ ଏହି ଭୂମି ନେଇ ପାରିବ ନାହିଁ। ଯେତେବେଳେ ତୁମ୍ଭେ ବର୍ଷରେ ତିନିଥର ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଯିବ।

25 ଯେତେବେଳେ ତୁମ୍ଭେମାନେ ଆମ୍ଭକୁ ବଳିଦାନର ରକ୍ତ ଉତ୍ସର୍ଗ କରିବ ସେ ସମୟରେ ତାଡ଼ିଯୁକ୍ତ ଦ୍ରବ୍ୟ ଆମ୍ଭକୁ ଉତ୍ସର୍ଗ କରିବ ନାହିଁ।

“ଏହି ସମୟରେ ନିସ୍ତାରପର୍ବ ଉତ୍ସବର ବଳି ଦ୍ରବ୍ୟ ପ୍ରାତଃକାଳ ପର୍ଯ୍ୟନ୍ତ ରଖିବ ନାହିଁ।

26 “ତୁମ୍ଭମାନଙ୍କର ପ୍ରଥମ ଶସ୍ୟ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ସେହିସବୁକୁ ପ୍ରଥମେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ଗୃହକୁ ଆଣିବ।

“କଦାପି ଗୋଟିଏ ମେଷକୁ ତା'ର ମା ଦୁ‌ଗ୍‌ଧରେ ପାକ କରିବ ନାହିଁ।

27 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏ ସମସ୍ତ ଲେଖ ଯାହା ଆମ୍ଭେ ସବୁ କହିଲୁ। ଏହି ଚୁକ୍ତି ଆମ୍ଭେ ତୁମ୍ଭ ସହିତ ଏବଂ ତୁମ୍ଭର ଇସ୍ରାଏଲୀୟ ଲୋକମାନଙ୍କ ସହିତ କଲୁ।

28 ମୋଶା ସେଠାରେ ସଦାପ୍ରଭୁଙ୍କ ସହିତ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ରହିଲେ। ମୋଶା କୌଣସି ଖାଦ୍ୟ କିମ୍ବା ପାନୀୟ ସେଠାରେ ଗ୍ରହଣ କଲେ ନାହିଁ। ଏବଂ ସେ ଚୁକ୍ତିର ବାକ୍ୟସବୁ ସେହି ଦଶଆଜ୍ଞା ପ୍ରସ୍ତର ଫଳକରେ ଖୋଦିତ କଲେ।

ଯୋହନ ଲିଖିତ ସୁସମାଗ୍ଭର 18:28-32

ଯୀଶୁଙ୍କୁ ପୀଲାତଙ୍କ ସମ୍ମୁଖକୁ ଅଣାଗଲା

(ମାଥିଉ 27:1-2,11-31; ମାର୍କ 15:1-20; ଲୂକ 23:1-25)

28 ତା'ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ଘରୁ ରୋମୀୟ ରାଜ୍ୟପାଳଙ୍କ ପ୍ରାସାଦକୁ ନେଇଗଲେ। ସେତେବେଳେ ପାହାନ୍ତିଆ ସମୟ। ଯିହୂଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ। ସେମାନେ ନିଜକୁ ଅପବିତ୍ର କରିବା ପାଇଁ ଗ୍ଭହୁଁ ନ ଥିଲେ, କାରଣ ସେମାନେ ନିସ୍ତାରପର୍ବର ଭୋଜନ ଖାଇବା ପାଇଁ ଗ୍ଭହୁଁଥିଲେ। 29 ତେଣୁ ପୀଲାତ ପ୍ରାସାଦ ବାହାରେ ଯିହୂଦୀମାନଙ୍କ ପାଖକୁ ଗଲେ। ସେ ପଗ୍ଭରିଲେ, “ଏହି ଲୋକ ବିରୁଦ୍ଧରେ ତୁମ୍ଭମାନଙ୍କର ଅଭିଯୋଗ କ'ଣ?”

30 ସେମାନେ ଉତ୍ତର ଦେଲେ, “ସେ ଜଣେ ମନ୍ଦ ଲୋକ। ସେଥିପାଇଁ ଆମ୍ଭେ ତାହାକୁ ତୁମ୍ଭ ନିକଟକୁ ଆଣିଛୁ।”

31 ପୀଲାତ ଯିହୂଦୀମାନଙ୍କୁ କହିଲେ, “ତୁମ୍ଭେ ତାହାକୁ ନେଇଯାଅ ଓ ତୁମ୍ଭ ବ୍ୟବସ୍ଥା ଅନୁସାରେ ତାହାର ବିଗ୍ଭର କର।”

ଯିହୂଦୀମାନେ କହିଲେ, “କିନ୍ତୁ ଆପଣଙ୍କର ଆଇନ ଅନୁସାରେ ଆମ୍ଭେ କାହାକୁ ମୃତ୍ୟୁଦଣ୍ଡ ଦେଇ ପାରିବୁ ନାହିଁ।” 32 ଏହା ଦ୍ୱାରା ସେ କିପରି ମରିବେ, ସେ ବିଷୟରେ ଯୀଶୁଙ୍କର ବାଣୀ ସତ୍ୟ ହେଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center