Revised Common Lectionary (Complementary)
23 ସଦାପ୍ରଭୁ କହନ୍ତି, “ଯେଉଁ ପାଳକମାନେ ଆମ୍ଭ ଚରାସ୍ଥାନରେ ମେଷମାନଙ୍କୁ ନଷ୍ଟ ଓ ଛିନ୍ନଭିନ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର।”
2 ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧରେ ଏହି କଥା କହନ୍ତି, “ତୁମ୍ଭେମାନେ ଆମ୍ଭର ମେଷପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦେଇଅଛ ଓ ସେମାନଙ୍କର ଯତ୍ନ ନେଇ ନାହଁ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ଦୁଷ୍କର୍ମର ଫଳ ତୁମ୍ଭମାନଙ୍କୁ ଅବଶ୍ୟ ଦେବା।” ଏହା ସଦାପ୍ରଭୁ କହନ୍ତି। 3 “ଆମ୍ଭେ ଯେଉଁ ଯେଉଁ ଦେଶକୁ ଆମ୍ଭର ପଲକୁ ତଡ଼ି ଦେଇଅଛୁ, ସେହିସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା। ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କର ବାସ ସ୍ଥାନକୁ ଫେରାଇ ଆଣିବା। ସେତେବେଳେ ସେମାନେ ପ୍ରଜାବନ୍ତ ଓ ବହୁସଂଖ୍ୟକ ହେବେ। 4 ଆଉ ଆମ୍ଭେ ସେମାନଙ୍କ ଉଦ୍ଦେଶ୍ୟରେ ନୂତନ ପାଳକ ନିଯୁକ୍ତ କରିବା। ସେମାନେ ସେମାନଙ୍କୁ ଚରାଇବେ ଓ ଯତ୍ନ ନେବେ। ଆଉ ଆମ୍ଭର ପଲ ଭୟଭୀତ କି ନିରାଶ ହେବେ ନାହିଁ। ପୁଣି ସେମାନଙ୍କ ମଧ୍ୟରୁ କେହି ହଜିବେ ନାହିଁ।” ଏହା ସଦାପ୍ରଭୁ କହନ୍ତି।
5 ସଦାପ୍ରଭୁ କହନ୍ତି,
“ଏପରି ଏକ ସମୟ ଆସୁଅଛି,
ଯେଉଁ ସମୟରେ ଦାଉଦ ବଂଶରେ ଆମ୍ଭେ ଏକ ଧାର୍ମିକ ‘ଶାଖା’ ଉତ୍ପନ୍ନ କରିବା।
ତହିଁରେ ସେ ରାଜା ହୋଇ ରାଜତ୍ୱ କରିବେ।
ସେ ନିଜର ଉତ୍ତମ ଜ୍ଞାନ ବଳରେ ଦେଶରେ ସୁବିଗ୍ଭର ଓ ନ୍ୟାୟ ପ୍ରତିଷ୍ଠା କରିବେ।
6 ସେହି ଉତ୍ତମ ରାଜତ୍ୱ କାଳରେ ‘ଶାଖା’ ଉତ୍ପନ୍ନ ହୋଇ ଯିହୁଦା ପରିତ୍ରାଣ ପାଇବ
ଓ ଇସ୍ରାଏଲ ନିରାପଦରେ ବାସ କରିବ।
ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ,
ଏହି ନାମରେ ସେ ବିଖ୍ୟାତ ହେବେ।
ଦାଉଦଙ୍କର ଏକ ଗୀତ।
23 ସଦାପ୍ରଭୁ ମୋର ପ୍ରତିପାଳକ ଅଟନ୍ତି,
ମୋର କିଛି ଅଭାବ ହେବ ନାହିଁ।
2 ସେ ମୋତେ କୋମଳ ସବୁଜ ସ୍ଥାନରେ ଶୋଇବାକୁ ଦିଅନ୍ତି।
ସେ ମୋତେ ସ୍ଥିର ଜଳପୂର୍ଣ୍ଣ ପୁଷ୍କରିଣୀ ପାଖେ ପାଖେ କଢ଼ାଇ ନିଅନ୍ତି।
3 ସେ ମୋର ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି, ସେ ମୋତେ ଧର୍ମପଥରେ କଢ଼ାଇ ନିଅନ୍ତି।
ଏହା ଦ୍ୱାରା ପ୍ରମାଣିତ ହୁଏ ଯେ, ସେ ପ୍ରକୃତରେ ପରମେଶ୍ୱର ଅଟନ୍ତି।
4 ଯଦିଓ ମୁଁ ମୃତ୍ୟୁଛାୟା ରୂପ ଉପତ୍ୟକାରେ ଏକା ବାଟ ଗ୍ଭଲେ, ଯାହାକି ଅନ୍ଧକାରରେ ଆଚ୍ଛାଦିତ ତଥାପି ମୁଁ କୌଣସି ବିପଦ ଯୋଗୁଁ ଭୟଭୀତ ହେବି ନାହିଁ।
କାରଣ ସଦାପ୍ରଭୁ, ତୁମ୍ଭେ ମୋ’ ସହିତ ଅଛ।
ତୁମ୍ଭର ଆଶାବାଡ଼ି ଓ ପାଞ୍ଚଣ ବାଡ଼ି ମୋତେ ସୁରକ୍ଷା କରେ।
5 ହେ ସଦାପ୍ରଭୁ, ତୁମ୍ଭେ ମୋର ଶତ୍ରୁମାନଙ୍କ ସମ୍ମୁଖରେ ମୋର ମେଜ ସଜାଇଅଛ।
ତୁମ୍ଭେ ମୋର ମୁଣ୍ଡରେ ତେଲ ଢାଳିଛ।
ମୋ’ ପାନପାତ୍ର ପୂର୍ଣ୍ଣ ହୋଇ ଉଚ୍ଛୁଳି ପଡ଼ିଛି।
6 ନିଶ୍ଚୟ ଧାର୍ମିକତା, ମଙ୍ଗଳ ଓ ଦୟା ମୋର ଅବଶିଷ୍ଟ ଜୀବନର ପଶ୍ଚାଦ୍ଗାମୀ ହେବ।
ମୁଁ ଶେଷରେ ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ସବୁଦିନ ପାଇଁ ବାସ କରିବି।
ଯୀଶୁ ଖ୍ରୀଷ୍ଟଙ୍କଠାରେ ଏକ ହେବା
11 ତୁମ୍ଭେମାନେ ଅଣଯିହୂଦୀରୂପେ ଜନ୍ମ ଗ୍ରହଣ କରିଥିଲ। ତୁମ୍ଭମାନଙ୍କୁ ଯିହୂଦୀମାନେ “ଅସୁନ୍ନତ” ବୋଲି କହନ୍ତି। ସେମାନେ ନିଜକୁ “ସୁନ୍ନତ”[a] ବୋଲି କହନ୍ତି। ଏହା ଏକ କାର୍ଯ୍ୟ, ଯାହାକୁ କି ସେମାନେ ନିଜ ଶରୀର ଉପରେ କରିଥା’ନ୍ତି। 12 ମନେରଖ, ତୁମ୍ଭେମାନେ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍ଭେମାନେ ଇସ୍ରାଏଲର ନାଗରିକ ନ ଥିଲ। ତେଣୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ଯୁକ୍ତ ନିୟମ ତୁମ୍ଭେ ପ୍ରାପ୍ତ ହୋଇ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ। 13 ସେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଦୂରରେ ଥିଲ। କିନ୍ତୁ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଥିବା ହେତୁ ତୁମ୍ଭେ ତାଙ୍କର ନିକଟବର୍ତ୍ତୀ ହୋଇଛ। ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ତୁମ୍ଭେ ପରମେଶ୍ୱରଙ୍କର ନିକଟତର ହୋଇଛ।
14 ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ଏବେ ଶାନ୍ତିରେ ଅଛୁ। ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଏକାଠି କଲେ। ଦୁହିଁଙ୍କ ମଝିରେ କାନ୍ଥଟିଏ ଥିଲା ଭଳି ସେମାନେ ଅଲଗା ଥିଲେ। ସେମାନେ ପରସ୍ପରକୁ ଘୃଣା କରୁଥିଲେ। କିନ୍ତୁ ନିଜ ଶରୀରକୁ ଉତ୍ସର୍ଗ କରି ଖ୍ରୀଷ୍ଟ ସେହି ଘୃଣାର କାନ୍ଥଟିକୁ ଭାଙ୍ଗି ଦେଲେ। 15 ଯିହୂଦୀମାନଙ୍କ ବ୍ୟବସ୍ଥାରେ ଅନେକ ଗୁଡ଼ିଏ ଆଦେଶ ଓ ନିୟମାବଳୀ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ବ୍ୟବସ୍ଥାଟିକୁ ସମାପ୍ତ କଲେ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟ ଥିଲା, ଏହି ଦୁଇଦଳର ଲୋକଙ୍କୁ ଏକାଠି କରି ତାହାଙ୍କଠାରେ ନୂତନ ଲୋକ କରାଇବା। ଏହା ଦ୍ୱାରା ଯୀଶୁ ଯେପରି ଶାନ୍ତି ସ୍ଥାପନ କରି ପାରନ୍ତି। 16 କ୍ରୁଶ ଉପରେ ମୃତ୍ୟୁବରଣ କରି ସେ ଦୁଇ ଦଳ ଭିତରେ ଥିବା ଏହି ଘୃଣାକୁ ସମାପ୍ତ କଲେ। ସେହି ଦୁଇଟି ଦଳକୁ ଗୋଟିଏ ଶରୀରରେ ପରିଣତ କରିବା ପରେ ଖ୍ରୀଷ୍ଟ ସେମାନଙ୍କୁ ପରମେଶ୍ୱରଙ୍କ ସହିତ ମିଳିତ କରାଇବା ପାଇଁ ଗ୍ଭହିଁଲେ। 17 ଖ୍ରୀଷ୍ଟ କ୍ରୁଶରେ ଆପଣା ମୃତ୍ୟୁ ଦ୍ୱାରା ଏହା ସାଧନ କଲେ। ତୁମ୍ଭେମାନେ ଦୂରରେ ଥିଲ ଯେ, ଖ୍ରୀଷ୍ଟ ଆସି ତୁମ୍ଭମାନଙ୍କ ନିକଟରେ ଶାନ୍ତି ପ୍ରଗ୍ଭର କଲେ। 18 କାରଣ ଖ୍ରୀଷ୍ଟଙ୍କ ମାଧ୍ୟମରେ ହିଁ, ଏକ ଆତ୍ମା ହୋଇ ପରମପିତା ପାଖକୁ ଯିବାର ଅଧିକାର ଆମ୍ଭକୁ ମିଳିଲା।
19 ଅତଏବ ତୁମ୍ଭେମାନେ ଏବେ ବିଦେଶୀ ଅବା ଅପରିଚିତ ବ୍ୟକ୍ତି ନୁହଁ ମାତ୍ର ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ଲୋକଙ୍କ ସହିତ ସହନାଗରିକ ଓ ପରମେଶ୍ୱରଙ୍କ ନିଜ ପରିବାରର ଲୋକ ଅଟ। 20 ପ୍ରେରିତ ଓ ଭବିଷ୍ୟଦ୍ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହୋଇ ଠିଆ ହୋଇଛ। ପରମେଶ୍ୱର ତା'ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସେହି ଭବନର କୋଣର ପ୍ରଧାନ ପଥର ଅଟନ୍ତି। 21 ସମ୍ପୂର୍ଣ୍ଣ ଭବନଟି ଖ୍ରୀଷ୍ଟଙ୍କଠାରେ ପରସ୍ପର ସହିତ ସଂଯୁକ୍ତ ହୋଇ ନିର୍ମାଣ ହୋଇଛି। ଖ୍ରୀଷ୍ଟ ସେ ଭବନକୁ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ହେବା ପାଇଁ ବୃଦ୍ଧି କରାଉଛନ୍ତି। 22 ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଅନ୍ୟମାନଙ୍କ ସହିତ ଏକତ୍ର ନିର୍ମିତ ହେଉଅଛ। ତୁମ୍ଭେମାନେ ଏପରି ଗୋଟିଏ ମନ୍ଦିର ରୂପେ ନିର୍ମିତ ହେଉଛ, ଯେଉଁଠାରେ ଆତ୍ମାଙ୍କ ମାଧ୍ୟମରେ ପରମେଶ୍ୱର ବାସ କରନ୍ତି।
ଯୀଶୁ ପାଞ୍ଚ ହଜାରରୁ ଅଧିକ ଲୋକଙ୍କୁ ଖୁଆଇଲେ
(ମାଥିଉ 14:13-21; ଲୂକ 9:10-17; ଯୋହନ 6:1-14)
30 ଯେଉଁ ପ୍ରେରିତମାନଙ୍କୁ ଯୀଶୁ ପଠାଇଥିଲେ, ସେମାନେ ଫେରି ଆସିଲେ। ସେମାନେ ଯୀଶୁଙ୍କ ଗ୍ଭରିପଟେ ଏକାଠି ହୋଇ ସେମାନେ ଯାହାସବୁ କରିଥିଲେ ଓ ଲୋକଙ୍କୁ ଯାହାସବୁ ଶିକ୍ଷା ଦେଇଥିଲେ, ସେ ସବୁ ତାହାଙ୍କୁ କହିଲେ। 31 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ବହୁତ ଗହଳି ସ୍ଥାନରେ ଥିଲେ। ସେଠାରେ ବହୁତ ଲୋକ ଥିଲେ। ତେଣୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେଠାରେ ଖାଇବାକୁ ମଧ୍ୟ ଟିକିଏ ସମୟ ପାଉ ନ ଥିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ସହିତ ଗୋଟିଏ ନିର୍ଜନ ସ୍ଥାନକୁ ଗ୍ଭଲ ଓ ସେଠାରେ ଆମ୍ଭେ ଟିକେ ବିଶ୍ରାମ ନେବା।”
32 ତେଣୁ ସେମାନେ ଗୋଟିଏ ଡଙ୍ଗାରେ ବସି ଗୋଟିଏ ନିର୍ଜନ ସ୍ଥାନକୁ ଗ୍ଭଲିଗଲେ। 33 କିନ୍ତୁ ବହୁତ ଲୋକ ସେମାନଙ୍କୁ ଗ୍ଭଲି ଯାଉଥିବାର ଦେଖିଲେ ଓ ଚିହ୍ନି ମଧ୍ୟ ପାରିଲେ। ତେଣୁ ସମସ୍ତ ନଗରରୁ ଲୋକେ ସ୍ଥଳପଥ ଦେଇ ଯୀଶୁଙ୍କ ଯାଉଥିବା ସ୍ଥାନରେ ଯାଇ ପହଞ୍ଚି ଗଲେ। ଯୀଶୁ ପହଞ୍ଚିବା ପୂର୍ବରୁ, ସେମାନେ ସେଠାରେ ପହଞ୍ଚିଗଲେ। 34 ଯୀଶୁ ଯେତେବେଳେ ସେଠାରେ ପହଞ୍ଚିଲେ, ସେ ଦେଖିଲେ ଯେ ବହୁତ ଲୋକ ଅପେକ୍ଷା କରିଛନ୍ତି। ଯୀଶୁ ସେମାନଙ୍କ ପାଇଁ ଦୁଃଖ ଅନୁଭବ କଲେ। କାରଣ ସେମାନେ ମେଷପାଳକ ବିହୀନ ଅରକ୍ଷିତ ମେଣ୍ଢାପଲ ଭଳି ଥିଲେ। ଯୀଶୁ ସେମାନଙ୍କୁ ଅନେକ ଉପଦେଶ ଦେଲେ।
ଯୀଶୁ ବହୁତ ଲୋକଙ୍କୁ ସୁସ୍ଥ କଲେ
(ମାଥିଉ 14:34-36)
53 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦପାରି ହୋଇ ଗିନ୍ନେସରତ୍ରେ ପହଞ୍ଚିଲେ। ସେମାନେ ଡଙ୍ଗାଟି ସେଠାରେ ବାନ୍ଧି ଦେଲେ। 54 ଡଙ୍ଗାରୁ ଓହ୍ଲେଇ ବାହାରକୁ ଆସିବା ପରେ ଲୋକମାନେ ଯୀଶୁଙ୍କୁ ଦେଖି ଚିହ୍ନି ପାରିଲେ। 55 ତା'ପରେ ସେମାନେ ଯୀଶୁ ଆସିଥିବା ଖବର ଲୋକଙ୍କୁ ଦେବା ପାଇଁ ସେ ଅଞ୍ଚଳର ପ୍ରତ୍ୟେକ ସ୍ଥାନକୁ ଦୌଡ଼ିଗଲେ। ଯୀଶୁ ଯେଉଁ ସ୍ଥାନକୁ ଗଲେ, ସେଠାରେ ଖବର ବ୍ୟାପିଗଲା ଓ ସେଠାକୁ ଲୋକମାନେ ରୋଗୀମାନଙ୍କୁ ଖଟିଆରେ ନେଇ ଆସିଲେ। 56 ଯୀଶୁ ସେ ଅଞ୍ଚଳର ନଗର, ଗାଁ ଓ ପୁରପଲ୍ଲୀ ଯେଉଁଆଡ଼େ ଗଲେ, ଲୋକେ ରୋଗୀମାନଙ୍କୁ ସେଠାକାର ହାଟ ବଜାରରେ ଥୋଇ ଦେଇ ତାହାଙ୍କୁ ଅନୁରୋଧ କରୁଥିଲେ, ଯେ ସେ ତାହାଙ୍କ ପିନ୍ଧା ଲୁଗାରୁ ଟିକିଏ ସେମାନଙ୍କୁ ଛୁଇଁ ଦେବାକୁ ସୁଯୋଗ ଦିଅନ୍ତୁ। ଯେଉଁମାନେ ତାହାଙ୍କୁ ଛୁଇଁ ପାରିଲେ, ସେମାନେ ସମସ୍ତେ ସୁସ୍ଥ ହୋଇଗଲେ।
2010 by World Bible Translation Center