Old/New Testament
ତୂରୀଧ୍ୱନିର ପର୍ବ
29 “ଆଉ ସପ୍ତମ ମାସର ପ୍ରଥମ ଦିନରେ, ତୁମ୍ଭମାନଙ୍କର ଗୋଟିଏ ପବିତ୍ରସଭା ହେବା ଉଚିତ୍। ସେହି ଦିନରେ ତୁମ୍ଭେମାନେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ। ସେହି ଦିନଟି ତୁମ୍ଭମାନଙ୍କ ପାଇଁ ତୂରୀଧ୍ୱନି କରିବାର ଦିନ। 2 ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ଉପହାରରୂପେ ଏକ ଅଣ୍ତିରା ମେଷ ଓ ସାତୋଟି ଏକବର୍ଷୀୟ ମେଷଶାବକ ହୋମବଳିରୂପେ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 3 ଗୋଟିଏ ଷଣ୍ଢ ନିମନ୍ତେ ଦେଢ଼ ହିନ ଓ ଅଣ୍ତିରା ମେଷ ନିମନ୍ତେ ଏକ ହିନ ତୈଳମିଶ୍ରିତ ସରୁ ମଇଦା ଆଉ ଶସ୍ୟ ନୈବେଦ୍ୟରୂପେ ଉତ୍ସର୍ଗ ହେବ। 4 ଓ ସାତୋଟି ମେଷଶାବକ ମଧ୍ୟରୁ ପ୍ରତି ମେଷଶାବକ ନିମନ୍ତେ ଅର୍ଦ୍ଧହିନ ତୈଳମିଶ୍ରିତ ସରୁମଇଦା ଉତ୍ସର୍ଗ କରିବ। 5 ପୁଣି ତୁମ୍ଭର ପାପର ପ୍ରାୟଶ୍ଚିତ ପାଇଁ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍। 6 ଅମାବାସ୍ୟାରେ ନିତ୍ୟ ହୋମବଳି ସହିତ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଏ ସମସ୍ତ ଉତ୍ସର୍ଗ କରିବ। ଏହା ସଦାପ୍ରଭୁଙ୍କୁ ସୁବାସିତ ଉପହାର ହେବ।
ପ୍ରାୟଶ୍ଚିତ୍ତର ଦିନ
7 “ପୁଣି ସପ୍ତମ ମାସର ଦଶମ ଦିନରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବା ଉଚିତ୍। ସେ ଦିନରେ ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ ନମ୍ର କରିବା ଉଚିତ୍ ଏବଂ ସେହି ଦିନ କୌଣସି ପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହଁ। 8 ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ଉପହାର ରୂପେ ଏକ ଷଣ୍ଢ, ଏକ ଅଣ୍ତିରା ମେଷ ଓ ଏକବର୍ଷୀୟ ସାତୋଟି ମେଷଶାବକ ଉତ୍ସର୍ଗ କରିବ। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବ। 9 ପୁଣି ତହିଁରେ ଶସ୍ୟ ନୈବେଦ୍ୟରୂପେ ଏକ ଷଣ୍ଢ ନିମନ୍ତେ ଦେଢ଼ ହିନ ଓ ଏକ ଅଣ୍ତିରା ମେଷ ନିମନ୍ତେ ଏକ ହିନ ତୈଳମିଶ୍ରିତ ସରୁ ମଇଦା ନେବ। 10 ଓ ସାତ ମେଷଶାବକ ମଧ୍ୟରୁ ପ୍ରତି ମେଷଶାବକ ନିମନ୍ତେ ଅର୍ଦ୍ଧହିନ ତୈଳମିଶ୍ରିତ ସରୁ ମଇଦା; 11 ପୁଣି ପାପାର୍ଥକ ବଳିରୂପେ ଏକ ଛାଗ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍। ପ୍ରାୟଶ୍ଚିତାର୍ଥକ ନୈବେଦ୍ୟ, ନିତ୍ୟ ହୋମବଳି ଓ ସେମାନଙ୍କର ନୈବେଦ୍ୟ ଓ ପେୟନୈବେଦ୍ୟ ଛଡ଼ା ଏହିସବୁ ତୁମ୍ଭେମାନେ ଉତ୍ସର୍ଗ କରିବା ଉଚିତ୍।
ପତ୍ରକୁଟୀର ପର୍ବ
12 “ଆଉ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହେବା ଉଚିତ୍। ସେହି ଦିନ ତୁମ୍ଭେମାନେ କୌଣସି ପ୍ରକାର କାର୍ଯ୍ୟ କରିବା ଉଚିତ୍ ନୁହଁ। ପୁଣି ସାତ ଦିନ ଯାଏ ଉତ୍ସବ ପାଳନ କରିବା ଉଚିତ୍। 13 ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କୁ ସୁବାସିତ ନୈବେଦ୍ୟ ରୂପେ ତେରଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 14 ଶସ୍ୟ ନୈବେଦ୍ୟ ରୂପେ ପ୍ରତି ଷଣ୍ଢ ପାଇଁ ଦେଢ଼ ହିନ, ପ୍ରତି ଅଣ୍ତିରା ମେଷ ପାଇଁ ଏକ ହିନ, 15 ଓ ପ୍ରତି ମେଷବତ୍ସ ପାଇଁ ଅର୍ଦ୍ଧହିନ ତୈଳମିଶ୍ରିତ ସରୁ ମଇଦା; 16 ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ସେମାନଙ୍କର ଶସ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍।
17 “ଆଉ ଦ୍ୱିତୀୟ ଦିନରେ, ବାରଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 18 ପୁଣି ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କ ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 19 ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍। ନିତ୍ୟ ହୋମବଳି ଓ ସେମାନଙ୍କ ଅନୁରୂପ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତିତ ତୁମ୍ଭେମାନେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
20 “ଆଉ ଉତ୍ସବର ତୃତୀୟ ଦିନରେ ଏଗାରଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 21 ପୁଣି ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 22 ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ନିତ୍ୟ ହୋମବଳି ଓ ସେମାନଙ୍କ ଅନୁରୂପ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ସେହିସବୁ ତୁମ୍ଭେମାନେ ଉତ୍ସର୍ଗ କରିବ।
23 “ଆଉ ଚତୁର୍ଥ ଦିନରେ, ଦଶ ଗୋଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 24 ଓ ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 25 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରାଯିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଓ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
26 “ଆଉ ପଞ୍ଚମ ଦିନରେ ନଅ ଗୋଟି ଷଣ୍ଢ ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହିସବୁ ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 27 ପୁଣି ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 28 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରାଯିବା ଉଚିତ୍। ଏ ସମସ୍ତ ନିତ୍ୟ ହୋମବଳି, ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ଏହିଗୁଡ଼ିକ ତୁମ୍ଭେମାନେ ଉତ୍ସର୍ଗ କରିବା ଉଚିତ୍।
29 “ଆଉ ପର୍ବର ଷଷ୍ଠ ଦିନରେ ଆଠଟି ଷଣ୍ଢ, ଦୁଇଟି ଅଣ୍ତିରା ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 30 ଆଉ ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 31 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
32 “ଆଉ ସପ୍ତମ ଦିନରେ ସାତୋଟି ଷଣ୍ଢ, ଦୁଇଟି ମେଷ ଓ ଏକବର୍ଷୀୟ ଚଉଦଟି ମେଷଶାବକ ଉତ୍ସର୍ଗ କରାଯିବା ଉଚିତ୍। ଏହି ପଶୁଗୁଡ଼ିକର କୌଣସି ଖୁଣ ନ ଥିବା ଉଚିତ୍। 33 ଆଉ ଗୋବତ୍ସର, ମେଷର ଓ ମେଷ ବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 34 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମବଳି ଓ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ବ୍ୟତୀତ ତୁମ୍ଭେମାନେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
35 “ଆଉ ଅଷ୍ଟମ ଦିନରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବ। ସେହି ଦିନ ତୁମ୍ଭେମାନେ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହଁ। 36 ମାତ୍ର ସଦାପ୍ରଭୁଙ୍କୁ ହୋମବଳିରୂପେ ଏକ ଷଣ୍ଢ, ଏକ ଅଣ୍ତିରା ମେଷ ଓ ଏକବର୍ଷୀୟ ସାତୋଟି ମେଷଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡ଼ିକର କୈଣସି ଖୁଣ ନ ଥିବ। 37 ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟନୈବେଦ୍ୟ, 38 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛେଳି, ଏ ସମସ୍ତ ନିତ୍ୟ ହୋମବଳି ଓ ସେମାନଙ୍କ ଅନୁରୂପ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଉତ୍ସର୍ଗ କରିବ।
39 “ତୁମ୍ଭେମାନେ ତୁମ୍ଭମାନଙ୍କର ପର୍ବଦିନରେ ସଦାପ୍ରଭୁଙ୍କୁ ଏହିସବୁ ବଳିଦାନ ଦିଅ। ତୁମ୍ଭମାନଙ୍କ ହୋମବଳି ତୁମ୍ଭମାନଙ୍କ ଶସ୍ୟ ନୈବେଦ୍ୟ, ତୁମ୍ଭମାନଙ୍କ ପେୟନୈବେଦ୍ୟ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି। ତୁମ୍ଭମାନଙ୍କ ସଂଯୋଗ ବିଶେଷ ପ୍ରତିଜ୍ଞା ନୈବେଦ୍ୟ ଓ ସ୍ୱେଚ୍ଛାମୂଳକ ନୈବେଦ୍ୟ ଉତ୍ସର୍ଗ କର।”
40 ସଦାପ୍ରଭୁ ମୋଶାଙ୍କୁ ଯେଉଁସବୁ ଆଜ୍ଞା ଦେଇଥିଲେ, ମୋଶା ସେ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ କହିଲେ।
ବିଶେଷ ପ୍ରତିଜ୍ଞା
30 ଅନନ୍ତର ମୋଶା ଇସ୍ରାଏଲ ପରିବାର ବର୍ଗଗୁଡ଼ିକରେ ପ୍ରଧାନବର୍ଗଙ୍କୁ କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି।
2 “କୌଣସି ପୁରୁଷ ଯେବେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରତିଜ୍ଞା କରେ କିମ୍ବା ବ୍ରତଦ୍ୱାରା ଆପଣା ପ୍ରାଣକୁ ଆବଦ୍ଧ କରିବା ପାଇଁ ଶପଥ କଲେ, ତେବେ ସେ ଆପଣା ବାକ୍ୟ ଲଘଂନ କରିବ ନାହିଁ, ସେ ମୁଖନିଃସୃତ ବାକ୍ୟ ଅନୁସାରେ ସମସ୍ତ ସାଧନ କରିବ।
3 “ଆଉ ମଧ୍ୟ କୌଣସି ଯୁବତୀ ନିଜ ପିତୃଗୃହରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଦି ପ୍ରତିଜ୍ଞା କରେ ଓ ବ୍ରତଦ୍ୱାରା ନିଜକୁ ଆବଦ୍ଧ କରେ, 4 ଯଦି ତା’ର ପିତା, ସେ ପ୍ରତିଜ୍ଞା କରିଥିବା ବିରୋଧ ନ କରେ ତେବେ, ତା’ର ସବୁ ଶପଥ ଓ ପ୍ରତିଜ୍ଞା କରିଥିବା ଏହା ପାଳନ କରାଯିବ। 5 ଯଦି ତା’ର ପିତା, ସେ କରିଥିବା ପ୍ରତିଜ୍ଞା ଓ ଶପଥ ପାଇଁ ଆପତ୍ତି କରେ, ସେଗୁଡ଼ିକ ପାଳନ କରାଯିବ ନାହିଁ। ସଦାପ୍ରଭୁ ତାକୁ କ୍ଷମା କରି ଦେବେ, ଯେହେତୁ ତା’ର ପିତା ତାକୁ ଏହା କରିବା ପାଇଁ ମନା କଲେ।
6 “ସେ ଶପଥ କିମ୍ବା ଅସାଧାରଣ ପ୍ରତିଜ୍ଞା କଲାପରେ ସେ ହୁଏତ କାହାକୁ ବିବାହ କରିପାରେ। 7 ପୁଣି ତା’ର ସ୍ୱାମୀ ତାହା ଶୁଣି କୌଣସି ଅଭିଯୋଗ ନ କରେ, ତେବେ ତା’ର ପ୍ରତିଜ୍ଞା ପାଳନ ହେବ ଓ ସେ କରିଥିବା ଶପଥ ପାଳନ କରାଯିବ। 8 ମାତ୍ର ଯଦି ତା’ର ସ୍ୱାମୀ ଏ ବିଷୟରେ ଶୁଣେ ଓ ତାହାକୁ ତା’ର ପ୍ରତିଜ୍ଞା ତାକୁ ପାଳନ କରିବାକୁ ବାରଣ କରେ, ତେବେ କରାଯାଇଥିବା ପ୍ରତିଜ୍ଞା ବାତିଲ ହୁଏ ଓ ସଦାପ୍ରଭୁ ଏଥିପାଇଁ ତାକୁ କ୍ଷମା କରନ୍ତି।
9 “ମାତ୍ର ବିଧବା କି ସ୍ୱାମୀ ପରିତ୍ୟକ୍ତା ସ୍ତ୍ରୀ ମାନତ କଲେ, ସେ ଯେକୌଣସି ବିଷୟରେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି ସେ ତାହା କରିବା ଅନୁସାରେ ପୂରଣ କରିବ।
10 “କିନ୍ତୁ ଜଣେ ବିବାହିତ ସ୍ତ୍ରୀ ହୁଏତ ପ୍ରତିଜ୍ଞା କରିପାରେ କିମ୍ବା କିଛି ଶପଥରେ ନିଜକୁ ବାନ୍ଧି ପାରେ। 11 ପୁଣି ତାହାର ସ୍ୱାମୀ ତାହା ଶୁଣି ତାହା ପ୍ରତି ତୁନି ହୋଇ ରହେ ଓ ତାହାକୁ ନିଷେଧ ନ କରେ, ତେବେ ତା’ର ସମସ୍ତ ପ୍ରତିଜ୍ଞା ପାଳନ ହେବ, ପୁଣି ସେ ଯେଉଁ ବ୍ରତଦ୍ୱାରା ଆପଣା ପ୍ରାଣକୁ ଆବଦ୍ଧ କଲା, ତାହା ସବୁ ପାଳନ ହେବ। 12 ମାତ୍ର ତା’ର ସ୍ୱାମୀ ଯଦି ଶୁଣିବା ପରେ ତାକୁ ଅସ୍ୱୀକାର କରେ, ତେବେ ସେ କରିଥିବା ସମସ୍ତ ପ୍ରତିଜ୍ଞା ଓ ନେଇଥିବା ଶପଥସବୁ ବାତିଲ ହୋଇଯିବ। ତା’ର ସ୍ୱାମୀ ପ୍ରତିଜ୍ଞା ଭଙ୍ଗ କରାଇଲା। ତେଣୁ ସଦାପ୍ରଭୁ ତାକୁ କ୍ଷମା କରିବେ। 13 ତାହାର ସ୍ୱାମୀ ତାହାର ପ୍ରତ୍ୟେକ ମାନତ ଓ ପ୍ରାଣକୁ କ୍ଳେଶ ଦେବାର ପ୍ରତିଜ୍ଞାଯୁକ୍ତ ପ୍ରତ୍ୟେକ ଶପଥ ସ୍ଥିର କରିପାରେ, କିମ୍ବା ତାହା ସ୍ୱାମୀ ଭଙ୍ଗ କରିପାରେ। 14 ଯଦି ତା’ର ସ୍ୱାମୀ ଶୁଣିବା ପରଠାରୁ ନୀରବ ହୋଇ ରହେ, ତେବେ ତା’ର ପ୍ରତିଜ୍ଞାଗୁଡ଼ିକ ପାଳନ କରାଯିବ କାରଣ ତା’ର ସ୍ୱାମୀ ନୀରବ ହୋଇ ରହିଲା, ଯେତେବେଳେ ସେ ଏବିଷୟରେ ଶୁଣିଲା। 15 କିନ୍ତୁ ଯଦି ସେ ପରେ ତା’ର (ସ୍ତ୍ରୀ) ଶପଥକୁ ପ୍ରତ୍ୟାଖ୍ୟାନ କରେ (ପ୍ରଥମ ଦିନପରେ) ତାହାହାଲେ ସେ (ସ୍ୱାମୀ) ତା’ର (ସ୍ତ୍ରୀର) ଦୋଷ ବହନ କରିବ।”
16 ପୁରୁଷ ଓ ତାହାର ସ୍ତ୍ରୀ ବିଷୟରେ, ପିତା ଓ ପିତ୍ରାଳୟର ଯୁବତୀ କନ୍ୟା ବିଷୟରେ ସଦାପ୍ରଭୁ ମୋଶାଙ୍କୁ ଏହିସବୁ ଆଜ୍ଞା ଦେଲେ।
ଇସ୍ରାଏଲ ସନ୍ତାନଗଣଙ୍କର ମିଦିୟନୀୟମାନଙ୍କ ବିପକ୍ଷରେ ସଂଗ୍ରାମ
31 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଇସ୍ରାଏଲ ଲୋକମାନଙ୍କ ସକାଶେ ମିଦିୟନୀୟମାନଙ୍କ ଉପରେ ପ୍ରତିଶୋଧ ନିଅ। ତା’ପରେ ତୁମ୍ଭେ ମୃତ୍ୟୁବରଣ କରିବ।”
3 ତହିଁରେ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କର କେତେକ ଲୋକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ କର, ସେମାନେ ମିଦିୟନୀୟମାନଙ୍କ ବିଷୟରେ ସଦାପ୍ରଭୁଙ୍କ ଦଣ୍ତାଜ୍ଞା ସଫଳ କରିବା ନିମନ୍ତେ ଯୁଦ୍ଧ କରିବେ। 4 ତୁମ୍ଭେମାନେ ଇସ୍ରାଏଲର ପ୍ରତ୍ୟେକ ବଂଶରୁ ଏକ ସହସ୍ର ଲୋକ ଯୁଦ୍ଧ ପାଇଁ ସଂଗ୍ରହ କର। 5 ତେଣୁ ଇସ୍ରାଏଲ ବଂଶରୁ ସମୁଦାୟ ବାର ସହସ୍ର ଲୋକ ଏହି ଯୁଦ୍ଧ ପାଇଁ ସଜ୍ଜିତ ହେଲେ।”
6 ମୋଶା ସେହି 12,000 ଲୋକଙ୍କୁ, ଯୁଦ୍ଧ ଭୂମିକୁ ପଠାଇଲେ। ପୁଣି ଯାଜକ ଇଲିୟାସରର ପୁତ୍ର ପୀନ୍ହସର ହସ୍ତରେ ପବିତ୍ର ପାତ୍ର ଓ ରଣତୂରୀ ଦେଇ ତାହାକୁ ସେମାନଙ୍କ ସଙ୍ଗେ ଯୁଦ୍ଧ କ୍ଷେତ୍ରକୁ ପଠାଇଲେ। 7 ତହୁଁ ସେମାନେ ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମିଦିୟନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, ପୁଣି ସେମାନେ ପ୍ରତ୍ୟେକ ପୁରୁଷଙ୍କୁ ବଧ କଲେ। 8 ସେମାନେ ଇବି, ରେକମ୍, ସୂର, ହୂର ଓ ରେବା ଏହି ପାଞ୍ଚ ଜଣ ମିଦିୟନୀୟ ରାଜାଙ୍କୁ ହତ୍ୟା କଲେ। ଆଉ ମଧ୍ୟ ବିୟୋରର ପୁତ୍ର ବିଲିୟମକୁ ମଧ୍ୟ ସେମାନେ ଖଡ଼୍ଗରେ ହତ୍ୟା କଲେ।
9 ଇସ୍ରାଏଲର ଲୋକମାନେ ମିଦିୟନର ସ୍ତ୍ରୀ ଲୋକମାନଙ୍କୁ ଓ ପିଲାମାନଙ୍କୁ ଅକ୍ତିଆର କଲେ। ଆଉ ସେମାନେ ସେମାନଙ୍କର ସମସ୍ତ ପଶୁ ଓ ସମସ୍ତ ମେଷପଲ ସହିତ ସମସ୍ତ ସମ୍ପତ୍ତି ଲୁଟିକରି ନେଲେ। 10 ତା’ପରେ ସେମାନଙ୍କର ସକଳ ନଗର ଓ ସକଳ ଗ୍ରାମଗୁଡ଼ିକ ଦଗ୍ଧ କଲେ। 11 ଆଉ ସେମାନେ ଲୁଟିତ ଦ୍ରବ୍ୟ ସହ ସମସ୍ତ ଧୃତ ମନୁଷ୍ୟ ଓ ପଶୁ ନେଇଗଲେ। 12 ପୁଣି ସେମାନେ ଯିରୀହୋ ନିକଟବର୍ତ୍ତୀ ଯର୍ଦ୍ଦନତୀରସ୍ଥ ମୋୟାବ ପଦାରେ ସ୍ଥାପିତ ଛାଉଣିକୁ ଆଣିଲେ। ସେମାନେ ସେମାନଙ୍କୁ ମୋଶାଙ୍କ ନିକଟକୁ, ଯାଜକ ଇଲିୟାସର ନିକଟକୁ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କ ନିକଟକୁ ଆଣିଲେ। 13 ତା’ପରେ ମୋଶା, ଯାଜକ ଇଲିୟାସର ଓ ଲୋକମାନଙ୍କର ନେତୃଗଣ ସେମାନଙ୍କୁ ଦେଖିବାକୁ ଛାଉଣି ବାହାରକୁ ଗଲେ।
14 ସେତେବେଳେ ମୋଶା ସେନାପତିମାନଙ୍କ ପ୍ରତି (ଅର୍ଥାତ୍ ସହସ୍ରପତି ଓ ଶତପତିମାନଙ୍କ ପ୍ରତି) କ୍ରୋଧ କଲେ, ଯେଉଁମାନେ ଯୁଦ୍ଧ କ୍ଷେତ୍ରରୁ ଫେରି ଆସିଥିଲେ। 15 ଆଉ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତ ସ୍ତ୍ରୀ ଲୋକମାନଙ୍କୁ ଜୀବିତ ରଖିଲ କାହିଁକି? 16 ଏହାକୁ ଦେଖ, ଏହି ସ୍ତ୍ରୀ ଲୋକମାନେ ବିଲିୟମର ପରାମର୍ଶରେ ପିୟୋରଠାରେ ଇସ୍ରାଏଲ ସନ୍ତାନଗଣକୁ ସଦାପ୍ରଭୁଙ୍କ ବିରୁଦ୍ଧରେ ଆଗେଇ ନେଇଥିଲେ। ସେଥି ସକାଶେ ସଦାପ୍ରଭୁଙ୍କ ଲୋକମାନଙ୍କ ମଧ୍ୟରେ ମହାମାରୀ ହେଲା। 17 ଏଣୁ ତୁମ୍ଭେମାନେ ବନ୍ଦୀମାନଙ୍କ ମଧ୍ୟରୁ ସମସ୍ତ ପୁରୁଷ ପିଲାମାନଙ୍କୁ ହତ୍ୟା କର। ପୁଣି ଯେଉଁ ସ୍ତ୍ରୀ ଲୋକମାନେ ପୁରୁଷଙ୍କ ସହିତ ଯୌନ ସମ୍ପର୍କ ରଖିଛନ୍ତି, ସେମାନଙ୍କୁ ହତ୍ୟା କର। 18 ମାତ୍ର ଯେଉଁ ଯୁବତୀ କନ୍ୟାମାନେ ପୁରୁଷମାନଙ୍କ ସହିତ ଯୌନ ସମ୍ପର୍କ ରଖିବାର ଜ୍ଞାତ ହୋଇ ନାହାନ୍ତି, ସେମାନଙ୍କୁ ତୁମ୍ଭମାନଙ୍କ ସହିତ ଜୀବିତ ରଖ। 19 ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ମନୁଷ୍ୟ ହତ୍ୟା କରିଅଛନ୍ତି କିମ୍ବା ମୃତ ଶରୀରକୁ ସ୍ପର୍ଶ କରିଅଛନ୍ତି, ସେମାନେ ସାତ ଦିନ ଛାଉଣି ବାହାରେ ରହିବେ। ସେମାନେ ଓ ତୁମ୍ଭର ବନ୍ଦୀମାନେ ତୃତୀୟ ଦିନରେ ଓ ସପ୍ତମ ଦିନରେ ନିଜକୁ ଶୁଚି କରିବା ଉଚିତ୍। 20 ତୁମ୍ଭେମାନେ ଯାବତୀୟ ବସ୍ତ୍ର, ଚର୍ମନିର୍ମିତ ବସ୍ତୁ, ଛେଳି ଲୋମ ନିର୍ମିତ ବସ୍ତ୍ର ଓ କାଠ ନିର୍ମିତ ବସ୍ତୁ ବିଶୁଦ୍ଧ କରିବ।”
21 ତହୁଁ ଇଲିୟାସର ଯାଜକ ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କୁ କହିଲା, “ସଦାପ୍ରଭୁ ମୋଶାଙ୍କୁ ଯେଉଁ ବ୍ୟବସ୍ଥାର ଆଜ୍ଞା ଦେଇଥିଲେ, ତହିଁର ବିଧି ଏହି। 22 ତୁମ୍ଭେମାନେ ସୁନା, ରୂପା, ପିତ୍ତଳ, ଲୁହା, ଦସ୍ତା ଓ ସୀସା ଆଦି ଦ୍ରବ୍ୟ ଅଗ୍ନିରେ ଦଗ୍ଧ କରି ଶୁଚି କରିବା ଉଚିତ୍ ଓ ଶୁଚି କରିବା ନିମନ୍ତେ ଧୋଇବା ଉଚିତ୍। 23 ଯେଉଁ ଦ୍ରବ୍ୟ ଅଗ୍ନିରେ ପକାଯାଇ ପାରିବ ନାହିଁ ତାକୁ ଜଳରେ ଧୋଇ ଶୁଚି କରିବ। 24 ତୁମ୍ଭେମାନେ ସପ୍ତମ ଦିନରେ ନିଜ ନିଜ ବସ୍ତ୍ର ଧୋଇବା ଉଚିତ୍, ତହିଁରେ ତୁମ୍ଭେମାନେ ଶୁଚି ହେବ; ତା’ପରେ ତୁମ୍ଭେମାନେ ଛାଉଣିରେ ପ୍ରବେଶ କରି ପାରିବ।”
25 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 26 “ତୁମ୍ଭେ ଓ ଇଲିୟାସର ଯାଜକ ଓ ମଣ୍ତଳୀସ୍ଥ ପିତୃଗୃହର ପ୍ରଧାନମାନେ ଯୁଦ୍ଧରେ ସୈନ୍ୟମାନଙ୍କ ଦ୍ୱାରା ଧୃତ ଜୀବଗଣର ଅର୍ଥାତ୍ ବନ୍ଦୀ ମନୁଷ୍ୟର, ପଶୁର ଗଣନା କର ଓ ସମସ୍ତ ଦ୍ରବ୍ୟର ସଂଖ୍ୟା କର। 27 ସେହିସବୁ ଜିନିଷକୁ ସମାନ ଭାବରେ ସୈନ୍ୟମାନଙ୍କ ମଧ୍ୟରେ ଓ ସମସ୍ତ ମଣ୍ତଳୀ ମଧ୍ୟରେ ବାଣ୍ଟି ଦିଅ। 28 ପୁଣି ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କଠାରୁ ସଦାପ୍ରଭୁଙ୍କ ନିମନ୍ତେ, ସେମାନଙ୍କର ଲଭ୍ୟ ଅର୍ଦ୍ଧାଂଶରୁ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ, ଓ ମେଷମାନଙ୍କ ମଧ୍ୟରୁ ପ୍ରତି ପାଞ୍ଚଶହରେ ଗୋଟିଏ ଲେଖାଏଁ ଜୀବ ସଂଗ୍ରହ କର। 29 ଏହି ଜିନିଷସବୁ ସଦାପ୍ରଭୁଙ୍କୁ ଉପହାରରୂପେ ଯାଜକ ଇଲିୟାସରକୁ ଦିଅ। 30 ପୁଣି ଇସ୍ରାଏଲୀୟ ଲୋକମାନଙ୍କ ପ୍ରାପ୍ତ ଅର୍ଦ୍ଧାଂଶରୁ ତୁମ୍ଭେ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ ଓ ମେଷାଦି ସମସ୍ତ ପଶୁ ମଧ୍ୟରୁ ପ୍ରତି ପଗ୍ଭଶ୍ରୁ ଗୋଟିଏ ଲେଖାଏଁ ନେଇ ଲେବୀୟମାନଙ୍କୁ ଦିଅ। କାରଣ ସେମାନେ ସଦାପ୍ରଭୁଙ୍କର ପବିତ୍ର ତମ୍ବୁର ରକ୍ଷକ ଅଟନ୍ତି।”
31 ତହୁଁ ମୋଶାଙ୍କୁ ସଦାପ୍ରଭୁ ଯେଉଁ ଆଜ୍ଞା ଦେଇଥିଲେ ସେହି ଅନୁସାରେ ମୋଶା ଓ ଇଲିୟାସର ଯାଜକ କଲେ। 32 ଯୁଦ୍ଧରେ ଲୁଣ୍ଠିତ ଦ୍ରବ୍ୟ ମଧ୍ୟରେ 675,000 ମେଷ ଥିଲେ। 33 72,000 ଗୋରୁ। 34 61,000 ଗଧ 35 ଓ 32,000 ସ୍ତ୍ରୀ ଲୋକ ଯେଉଁମାନେ କି ପୁରୁଷ ସହବାସ ଅଜ୍ଞାତା ଥିଲେ। 36 ତହିଁରେ ଯୁଦ୍ଧକୁ ଯାଇଥିବା ଲୋକମାନଙ୍କର ଲଭ୍ୟ ଅର୍ଦ୍ଧାଂଶର ସଂଖ୍ୟା 337,500 ମେଷ। 37 ସେହି ମେଷ ମଧ୍ୟରୁ ସେମାନେ 675 ସଦାପ୍ରଭୁଙ୍କୁ ମେଷ କର ସ୍ୱରୂପ ଦେଲେ। 38 ଆଉ ସେମାନଙ୍କର 36,000 ଗୋରୁ ମଧ୍ୟରୁ ବାସ୍ତରି ଗୋରୁ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା। 39 ସେମାନଙ୍କର 30,500 ଗଧ ମଧ୍ୟରୁ ସଦାପ୍ରଭୁଙ୍କର ସେଥିରେ ଏକଷଠି ଗଧ କର ସ୍ୱରୂପ ଥିଲା। 40 ପୁଣି ସେମାନଙ୍କର 16,000 ସ୍ତ୍ରୀ ଲୋକ ମଧ୍ୟରୁ ବତିଶ୍ ପ୍ରାଣୀ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା। 41 ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମୋଶା ଏହିସବୁ ଯାଜକ ଇଲିୟାସରକୁ ଉପହାର ସ୍ୱରୂପ ଦେଲେ।
42 ପୁଣି ଯୋଦ୍ଧାମାନଙ୍କ ଅଂଶ ଛଡ଼ା ଯେଉଁ ଅର୍ଦ୍ଧାଂଶ ମୋଶା ଇସ୍ରାଏଲ ସନ୍ତାନଗଣକୁ ଦେଇଥିଲେ। 43 ମଣ୍ତଳୀ ସେହି ଅର୍ଦ୍ଧାଂଶ ଅନୁସାରେ 337,500 ମେଷ ପାଇଲେ। 44 36,000 ଗୋରୁ। 45 30,500 ଗଧ, 46 ଆଉ 16,000 ସ୍ତ୍ରୀ ଲୋକ ଥିଲେ। 47 ତହୁଁ ଇସ୍ରାଏଲ ସନ୍ତାନଗଣର ଲଭ୍ୟ ସେହି ପଗ୍ଭଶ୍ ପ୍ରତିଶତ ଅଂଶରୁ ମୋଶା ମନୁଷ୍ୟ ଓ ପଶୁର ପ୍ରତ୍ୟେକ ପଗ୍ଭଶ୍ ମଧ୍ୟରୁ ଗୋଟିଏ ଲେଖାଏଁ ନେଲେ ଓ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଆଜ୍ଞାନୁସାରେ ସଦାପ୍ରଭୁଙ୍କର ଆବାସ ରକ୍ଷକ ଲେବୀୟମାନଙ୍କୁ ଦେଲେ।
48 ଏହା ପରେ ସୈନ୍ୟବାହିନୀର ନେତୃବର୍ଗ ସହସ୍ର ସୈନ୍ୟାଧିପତି ଓ ଶତ ସୈନ୍ୟାଧିପତିମାନେ ମୋଶାଙ୍କ ନିକଟକୁ ଆସିଲେ। 49 ସେମାନେ ମୋଶାଙ୍କୁ କହିଲେ, “ଆମ୍ଭେ ତୁମ୍ଭର ସେବକଗଣ ନିଜ ଅଧୀନସ୍ଥ ସମସ୍ତ ଯୋଦ୍ଧାମାନଙ୍କୁ ଗଣନା କରିଅଛୁ। କେହିଜଣେ ହଜିଯାଇ ନାହାନ୍ତି। 50 ଆମ୍ଭେମାନେ ପ୍ରତ୍ୟେକ ସୈନ୍ୟଙ୍କଠାରୁ ସଦାପ୍ରଭୁଙ୍କ ପାଇଁ ଉପହାର ସ୍ୱରୂପ ସୁବର୍ଣ୍ଣ କଙ୍କଣ, ବଳା, ଅଙ୍ଗୁରୀୟ, କୁଣ୍ତଳ ଓ ହାରସବୁ ଆଣିଅଛୁ। ଏହିସବୁ ସଦାପ୍ରଭୁଙ୍କୁ ଆମ୍ଭମାନଙ୍କର ପ୍ରାୟଶ୍ଚିତ ପାଇଁ ଉତ୍ସର୍ଗ କରୁଅଛୁ।”
51 ତହୁଁ ମୋଶା ଓ ଯାଜକ ଇଲିୟାସର ସେମାନଙ୍କଠାରୁ ଏହି ସମସ୍ତ ସ୍ୱର୍ଣ୍ଣ ଅଳଙ୍କାର ନେଇଗଲେ। 52 ସହସ୍ର ସୈନ୍ୟାଧିପତି ଓ ଶତ ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ସ୍ୱର୍ଣ୍ଣ ଅଳଙ୍କାର ସବୁ ଉପହାର ସ୍ୱରୂପ ଉତ୍ସର୍ଗ କଲେ, ସେ ସମସ୍ତ ସ୍ୱର୍ଣ୍ଣ ଉପହାର 420 ପାଉଣ୍ତ ଓଜନ ଥିଲା। 53 ପୁଣି ଯୋଦ୍ଧାମାନେ ନିଜ ନିଜ ପାଇଁ ଲୁଟିତ ଦ୍ରବ୍ୟର ଅବଶିଷ୍ଟ ଭାଗ ରଖି ନେଇଥିଲେ। 54 ଏହା ପରେ ମୋଶା ଓ ଇଲିୟାସର ଯାଜକ ସହସ୍ର ସୈନ୍ୟାଧିପତି ଓ ଶତ ସୈନ୍ୟାଧିପତିଙ୍କଠାରୁ ସେହି ସ୍ୱର୍ଣ୍ଣ ଗ୍ରହଣ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ଇସ୍ରାଏଲ ସନ୍ତାନଗଣଙ୍କ ସ୍ମୃତି ଚିହ୍ନ ରୂପେ ସେହି ସମାଗମ-ତମ୍ବୁରେ ରଖିଲେ।
9 ତା’ପରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଏଠାରେ ଯେଉଁମାନେ ଠିଆ ହୋଇଛ, ତୁମ୍ଭମାନଙ୍କ ମଧ୍ୟରୁ କେତେ ଜଣ ନିଜ ମୃତ୍ୟୁ ପୂର୍ବରୁ ପରମେଶ୍ୱରଙ୍କ ରାଜ୍ୟ ଏଠାକୁ ଆସିବାର ଦେଖିବ। ପରମେଶ୍ୱରଙ୍କ ରାଜ୍ୟ ତା’ର କ୍ଷମତା ନେଇ ଆସିବ।”
ଯୀଶୁଙ୍କ ସହିତ ମୋଶା ଓ ଏଲିୟ(A)
2 ଛଅ ଦିନ ପରେ, ଯୀଶୁ ପିତର, ଯାକୁବ ଓ ଯୋହନଙ୍କୁ ନିଜ ସାଙ୍ଗରେ ନେଇ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସେଠାରେ କେବଳ ସେହିମାନେ ଥିଲେ। ସେଠାରେ ଶିଷ୍ୟମାନେ ଯୀଶୁଙ୍କୁ ଦେଖୁଥିବା ସମୟରେ ଯୀଶୁଙ୍କ ସ୍ୱରୂପ ପରିବର୍ତ୍ତନ ହୋଇ ଗଲା। 3 ଯୀଶୁଙ୍କ ବସ୍ତ୍ର ଧଳା ଚକ୍ ଚକ୍ ହୋଇଗଲା। ତାହା ଏତେ ଉଜ୍ଜ୍ୱଳ ଓ ଧଳା ଥିଲା ଯେ, ପୃଥିବୀର କୌଣସି ଲୋକ ଏତେ ଧଳା କରି ପାରିବ ନାହିଁ। 4 ଏଲିୟ ଓ ମୋଶା [a] ଯୀଶୁଙ୍କ ସହିତ ପ୍ରକାଶିତ ହେଲେ। ସେମାନେ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ।
5 ପିତର ଯୀଶୁଙ୍କୁ କହିଲେ, “ଗୁରୁ, ବହୁତ ଭଲ ହେଲା ଯେ ଆମ୍ଭେ ଏଠାରେ ଅଛୁ। ଆମ୍ଭେ ଏଠାରେ ତିନୋଟି ତମ୍ବୁ ଟାଣି ଦେବୁ, ଗୋଟିଏ ତୁମ୍ଭ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।” 6 ପିତର ଜାଣି ପାରୁ ନ ଥିଲେ ଯେ କ’ଣ କହିବାକୁ ହେବ। କାରଣ ସେ ଓ ଅନ୍ୟ ଦୁଇଜଣ ଶିଷ୍ୟ ବହୁତ ଡରି ଯାଇଥିଲେ।
7 ତା’ପରେ ଖଣ୍ଡେ ମେଘ ଭାସି ଆସିଲା ଓ ସମସ୍ତଙ୍କୁ ଘୋଡ଼ାଇ ପକାଇଲା। ମେଘ ଭିତରୁ ଏହିଭଳି ବାଣୀ ଶୁଣା ଗଲା, “ଏ ମୋର ପୁତ୍ର, ମୁଁ ତାହାଙ୍କୁ ପ୍ରେମ କରେ। ତୁମ୍ଭେମାନେ ତାହାଙ୍କ କଥା ମାନ!”
8 ଏବଂ ସେହି ସମୟରେ ପିତର, ଯାକୁବ ଓ ଯୋହନ ଗ୍ଭରିଆଡ଼କୁ ଗ୍ଭହିଁଲେ କିନ୍ତୁ ସେଠାରେ ସେମାନେ ତାହାଙ୍କ ସହିତ କେବଳ ଯୀଶୁଙ୍କ ଛଡ଼ା ଆଉ କାହାରିକୁ ଦେଖିଲେ ନାହିଁ।
9 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ପର୍ବତ ଉପରୁ ତଳକୁ ଓହ୍ଲେଇ ଆସୁଥିଲେ। ଯୀଶୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଲେ। ଯେ ସେମାନେ ପର୍ବତ ଉପରେ ଯାହାସବୁ ଦେଖିଲେ ତାହା କାହାରି ଆଗରେ ପ୍ରକାଶ କରିବେ ନାହିଁ ଓ ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନରୁତ୍ଥିତ ନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ତା’ପରେ ସେମାନେ ଲୋକଙ୍କ ଆଗରେ ତାହା ପ୍ରକାଶ କରି ପାରିବେ।
10 ତେଣୁ ଶିଷ୍ୟମାନେ ଯୀଶୁଙ୍କ କଥା ମାନିଲେ ଓ ସେମାନେ ଯାହା ଦେଖିଲେ ତାହା କାହାରି ଆଗରେ ପ୍ରକାଶ କଲେ ନାହିଁ। କିନ୍ତୁ ସେମାନେ କଥାବାର୍ତ୍ତା କରୁଥିଲେ ଯେ, ମୃତ୍ୟୁରୁ ପୁନରୁତ୍ଥିତ ହେବାର ଅର୍ଥ କ’ଣ? 11 ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ, ଏଲିୟ ନିଶ୍ଚିତ ଭାବରେ ପ୍ରଥମେ ଆସିବେ?”
12 ଯୀଶୁ ସେମାନଙ୍କୁ କହିଲେ, “ହଁ, ସେମାନେ ଠିକ୍ କହୁଛନ୍ତି। ସବୁ ବିଷୟ ସୁବ୍ୟବସ୍ଥିତ କରିବାକୁ ନିଶ୍ଚୟ ଏଲିୟ ହିଁ ପ୍ରଥମେ ଆସିବେ। କିନ୍ତୁ ମନୁଷ୍ୟପୁତ୍ରଙ୍କ ସମ୍ବନ୍ଧରେ ଶାସ୍ତ୍ରରେ କାହିଁକି ଲେଖା ଅଛି ଯେ, ସେ ବହୁତ ଯାତନା ଭୋଗ କରିବେ ଓ ଲୋକେ ତାହାଙ୍କ ସହିତ ତାଚ୍ଛଲ୍ୟପୂର୍ଣ୍ଣ ବ୍ୟବହାର କରିବେ। 13 ମୁଁ ତୁମ୍ଭକୁ କହୁଛି ଯେ ଏଲିୟ ଏବେ ଆସି ସାରିଛନ୍ତି, ଏବଂ ଲୋକମାନେ ଯାହା ଗ୍ଭହିଁଛନ୍ତି ତାହାଙ୍କ ପ୍ରତି ସେଭଳି ଖରାପ ବ୍ୟବହାର କରିଛନ୍ତି। ତାହାଙ୍କ ପ୍ରତି ଏଭଳି ବ୍ୟବହାର କରାଯିବ ବୋଲି ଶାସ୍ତ୍ରରେ ଲେଖା ଅଛି।”
ଯୀଶୁ ଗୋଟିଏ ଅସୁସ୍ଥ ବାଳକକୁ ସୁସ୍ଥ କଲେ(B)
14 ତା’ପରେ ଯୀଶୁ ପିତର, ଯାକୁବ ଓ ଯୋହନ ଅନ୍ୟ ଶିଷ୍ୟମାନଙ୍କ ପାଖକୁ ଗଲେ। ସେମାନେ ଦେଖିଲେ ଯେ, ଅନେକ ଲୋକ ସେମାନଙ୍କୁ ଘେରି ରହିଛନ୍ତି। ସେମାନଙ୍କ ସହିତ ଧର୍ମଶାସ୍ତ୍ରୀମାନେ ଯୁକ୍ତିତର୍କ କରୁଛନ୍ତି। 15 ଯେତେବେଳେ ଲୋକମାନେ ଯୀଶୁଙ୍କୁ ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ତାହାଙ୍କୁ ସ୍ୱାଗତ କରିବାକୁ ତାହାଙ୍କ ପାଖକୁ ଦୌଡ଼ିଗଲେ।
16 ଯୀଶୁ ପଗ୍ଭରିଲେ, “ତୁମ୍ଭେମାନେ ଧର୍ମଶାସ୍ତ୍ରୀମାନଙ୍କ ସହିତ କେଉଁ ବିଷୟରେ ଯୁକ୍ତିତର୍କ କରୁଥିଲ?”
17 ଭିଡ଼ ଭିତରୁ ଜଣେ ଲୋକ ଉତ୍ତର ଦେଲୋ, “ହେ ଗୁରୁ, ମୁଁ ମୋ’ ପୁଅକୁ ଆପଣଙ୍କ ପାଖକୁ ଆଣିଥିଲି। ତା ଦେହରେ ଦୁଷ୍ଟାତ୍ମାଟିଏ ପ୍ରବେଶ କରି ତାକୁ କଥା କହିବାକୁ ଦେଉ ନାହିଁ। 18 ଦୁଷ୍ଟାତ୍ମା ପୁଅକୁ ଆକ୍ରମଣ କରୁଛି। ସେ ଆକ୍ରମଣ କଲାବେଳେ ପୁଅକୁ ତଳେ କଗ୍ଭଡ଼ି ଦେଉଛି। ପୁଅ ମୁହଁରୁ ଫେଣ ବାହାରୁଛି ଓ ସେ ଦାନ୍ତ କଡ଼ମଡ଼ କରୁଛି ଓ ଶୁଖିଯାଉଛି, ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ସେହି ଦୁଷ୍ଟାତ୍ମାକୁ ବାହାର କରି ଦେବାକୁ ଅନୁରୋଧ କଲି, କିନ୍ତୁ ସେମାନେ ତାକୁ ବାହାର କରି ପାରିଲେ ନାହିଁ।”
19 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କାହିଁକି ବିଶ୍ୱାସ କରୁ ନାହଁ? କେତେ କାଳ ମୁଁ ତୁମ୍ଭମାନଙ୍କ ସହିତ ଥିବି? କେତେ କାଳ ମୁଁ ତୁମ୍ଭମାନଙ୍କର ସବୁ ସହୁଥିବି? ସେହି ପିଲାକୁ ମୋ’ ପାଖକୁ ନେଇ ଆସ।”
20 ତେଣୁ ଶିଷ୍ୟମାନେ ପିଲାକୁ ଯୀଶୁଙ୍କ ପାଖକୁ ନେଇ ଆସିଲେ। ଦୁଷ୍ଟାତ୍ମା ଯୀଶୁଙ୍କୁ ଦେଖିବା ମାତ୍ରେ ପିଲାକୁ ଆକ୍ରମଣ କଲା। ସେହି ପିଲା ତଳେ ପଡ଼ିଯାଇ ଗଡ଼ିଗଲା। ତା’ ପାଟିରୁ ଫେଣ ବାହାରିଲା।
21 ଯୀଶୁ ପିଲାର ବାପାକୁ ପଗ୍ଭରିଲେ, “କେତେ ଦିନ ହେଲା ପିଲାର ଏମିତି ହେଉଛି?”
ତା’ର ବାପା କହିଲେ, “ପିଲାଟିଦିନରୁ ଏମିତି ହେଉଛି।” 22 ଦୁଷ୍ଟାତ୍ମା ତାକୁ ମାରିବାକୁ ଅନେକ ଥର ପାଣିକୁ ଓ ଅନେକ ଥର ନିଆଁ ଭିତରକୁ ଫିଙ୍ଗି ଦେଉଛି। ଆପଣ ଯଦି ତା’ ପାଇଁ କିଛି କରି ପାରନ୍ତି, ତେବେ ଆମ୍ଭ ପ୍ରତି ଦୟା ହେବ ଓ ଆମ୍ଭକୁ ସାହାଯ୍ୟ ହେବ।”
23 ଯୀଶୁ କହିଲେ, “ତୁମ୍ଭେ କହିଲ, ‘ତୁମ୍ଭେ ଯଦି ପାରିବ ତେବେ ସାହାଯ୍ୟ ହେବ।’ ବିଶ୍ୱାସୀ ଲୋକପାଇଁ ସବୁକିଛି ସମ୍ଭବ।”
24 ପିଲାଟିର ବାପା ଉଚ୍ଚସ୍ୱର କରି କହିଲା, “ମୁଁ ବିଶ୍ୱାସ କରୁଛି। ମୋତେ ଅଧିକ ବିଶ୍ୱାସ କରିବା ପାଇଁ ସାହାଯ୍ୟ କରନ୍ତୁ।”
25 ଯୀଶୁ ଦେଖିଲେ ଯେ ଏହି ଘଟଣା ଦେଖିବା ପାଇଁ ଲୋକେ ତାହାଙ୍କ ପାଖକୁ ମାଡ଼ି ଆସୁଛନ୍ତି। ତେଣୁ ସେ ଦୁଷ୍ଟାତ୍ମାକୁ ଧମକ ଦେଇ କହିଲେ, “ହେ ଦୁଷ୍ଟାତ୍ମା, ତୁ ପିଲାଟିକୁ ମୂକ ଓ ବଧିର କରି ଦେଇଛୁ। ମୁଁ ତୋତେ ଆଜ୍ଞା ଦେଉଛି, ପିଲାର ଦେହ ଭିତରୁ ବାହାରିଯା। ଏହାର ଦେହରେ ପୁଣି ଆଉ କେବେ ହେଲେ ପ୍ରବେଶ କରିବୁ ନାହିଁ।”
26 ଦୁଷ୍ଟାତ୍ମା ଯନ୍ତ୍ରଣାରେ ଚିତ୍କାର କଲା, ପିଲାକୁ ଥରାଇ ତଳେ ପକାଇ ଦେଲା। ପୁଣି ଥରେ ପିଲାକୁ ତଳେ କଗ୍ଭଡ଼ି ଦେଇ ଦୁଷ୍ଟାତ୍ମା ତା’ ଦେହରୁ ବାହାରି ଆସିଲା। ଏହି ପିଲା ମରିଗଲା ଭଳି ଦେଖାଗଲା। ଅନେକ ଲୋକ କହିଲେ, “ସେ ମରି ଯାଇଛି।” 27 କିନ୍ତୁ ଯୀଶୁ ପିଲାର ହାତ ଧରି ତାହାକୁ ଉଠାଇ ଠିଆ କରାଇଲେ। ସେହି ପିଲା ଠିଆ ହେଲା।
28 ତା’ପରେ ଯୀଶୁ ଘର ଭିତରକୁ ଗଲେ। କେବଳ ତାହାଙ୍କ ଶିଷ୍ୟମାନେ ତାହାଙ୍କ ସହିତ ସେଠାରେ ଥିଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ଆମ୍ଭେମାନେ ଦୁଷ୍ଟାତ୍ମାକୁ କାହିଁକି ବାହାର କରି ପାରିଲୁନି?”
29 ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ଏହି ପ୍ରକାରର ଦୁଷ୍ଟାତ୍ମାକୁ କେବଳ ପ୍ରାର୍ଥନା ମାଧ୍ୟମରେ ବାହାର କରାଯାଇପାରିବ।”
2010 by World Bible Translation Center