Add parallel Print Page Options

ମୋଶା ଓ ଏଲିୟଙ୍କ ସହିତ ଯୀଶୁ

(ମାର୍କ 9:2-13; ଲୂକ 9:28-36)

17 ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କର ଭାଇ ଯୋହନଙ୍କୁ ସାଙ୍ଗରେ ନେଲେ ଓ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସେଠାରେ ସେମାନେ ସମସ୍ତେ ଥିଲେ। ସେମାନଙ୍କ ଆଗରେ ଯୀଶୁଙ୍କ ସ୍ୱରୂପ ବଦଳିଗଲା। ତାହାଙ୍କର ମୁଖ ସୂର୍ଯ୍ୟ ଭଳି ଝଲସି ଉଠିଲା। ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦେଖାଗଲା। ହଠାତ୍ ସେ ସ୍ଥାନରେ ଦୁଇଜଣ ବ୍ୟକ୍ତି ଆସି ଯୀଶୁଙ୍କ ସହିତ କଥାବାର୍ତ୍ତା ହେଲେ। ସେମାନେ ଏଲିୟ ଓ ମୋଶା[a] ଥିଲେ।

ଏହା ଦେଖି ପିତର ଯୀଶୁଙ୍କୁ କହିଲେ, “ହେ ପ୍ରଭୁ, ଭଲ ହେଲା ଯେ, ଆମ୍ଭେ ଏଠାରେ ଅଛୁ। ଆପଣ ଗ୍ଭହିଁଲେ ମୁଁ ଏଠାରେ ତିନୋଟି ତମ୍ବୁ ଟାଣି ଦେବି। ସେଥିରୁ ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।”

ପିତର ଏ କଥା କହୁଥିବା ବେଳେ ଗୋଟିଏ ଉଜ୍ଜ୍ୱଳ ମେଘଖଣ୍ଡ ଆସି ସେମାନଙ୍କୁ ଢାଙ୍କି ଦେଲା। ମେଘମଧ୍ୟରୁ ଆକାଶବାଣୀ ହେଲା, “ଏ ହେଉଛନ୍ତି ମୋର ପୁତ୍ର ଯାହାଙ୍କୁ ମୁଁ ପ୍ରେମ କରେ। ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ। ତୁମ୍ଭେ ତାହାଙ୍କ କଥା ମାନ।”

ଯୀଶୁଙ୍କ ଶିଷ୍ୟମାନେ ଏ କଥା ଶୁଣି ଅଧିକ ଭୟଭୀତ ହୋଇ ପଡ଼ିଲେ। ସେମାନେ ଭୂଇଁ ଉପରେ ପଡ଼ିଗଲେ। ଯୀଶୁ ଶିଷ୍ୟମାନଙ୍କ ପାଖକୁ ଆସି ସେମାନଙ୍କୁ ଛୁଇଁଦେଲେ। ଯୀଶୁ କହିଲେ, “ଠିଆ ହୁଅ। ଭୟ କର ନାହିଁ।” ଶିଷ୍ୟମାନେ ଉପରକୁ ଗ୍ଭହିଁଲେ, ସେମାନେ ଯୀଶୁଙ୍କ ଛଡ଼ା ଆଉ କାହାରିକୁ ଦେଖିଲେ ନାହିଁ।

ଯୀଶୁ ଓ ଶିଷ୍ୟମାନେ ପର୍ବତ ଉପରୁ ତଳକୁ ଓହ୍ଲାଉଥିଲେ। ଯୀଶୁ ଶିଷ୍ୟମାନଙ୍କୁ ଆଦେଶ ଦେଲେ, “ପର୍ବତ ଉପରେ ତୁମ୍ଭେମାନେ ଯାହାସବୁ ଦେଖିଲ, ତାହା କାହାକୁ କହିବ ନାହିଁ। ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନର୍ଜୀବିତ ହେବା ପର୍ଯ୍ୟନ୍ତ ଅପେକ୍ଷା କର। ତା'ପରେ ତୁମ୍ଭେ ଯାହାସବୁ ଦେଖିଛ, ତାହା ଲୋକଙ୍କ ଆଗରେ କହିପାର।”

10 ଯୀଶୁଙ୍କୁ ଶିଷ୍ୟମାନେ ପଗ୍ଭରିଲେ, “ତେବେ ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ, ଖ୍ରୀଷ୍ଟଙ୍କ ପୂର୍ବରୁ ପ୍ରଥମେ ଏଲିୟ ନିଶ୍ଚୟ ଆସିବେ?”

11 ଯୀଶୁ ଉତ୍ତର ଦେଲେ, “ସେମାନେ ଠି‌କ୍‌ କହିଛନ୍ତି ଯେ ଏଲିୟ ଆସୁଛନ୍ତି, ସେ ପ୍ରତ୍ୟେକ ବସ୍ତୁକୁ ଠି‌କ୍‌ କ୍ରମରେ ରଖିବେ। 12 କିନ୍ତୁ ମୁଁ ତୁମ୍ଭକୁ କହି ଦେଉଛି ଯେ, ଏଲିୟ ଆସି ସାରିଛନ୍ତି। ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ଲୋକମାନେ ଯାହା ଇଚ୍ଛା କଲେ, ତାହାଙ୍କୁ ସେହି ପ୍ରକାର ବ୍ୟବହାର କଲେ। ସେହିଭଳି ମନୁଷ୍ୟପୁତ୍ର ମଧ୍ୟ ସେମାନଙ୍କଠାରୁ ସେହି ପ୍ରକାର ଯାତନା ଭୋଗ କରିବେ।” 13 ତା'ପରେ ତାହାଙ୍କର ଶିଷ୍ୟମାନେ ବୁଝି ପାରିଲେ ଯେ ଯୀଶୁ ଯେଉଁ ବାପ୍ତିଜକ ଯୋହନଙ୍କ ବିଷୟରେ ସେମାନଙ୍କୁ କହିଥିଲେ, ସେ ପ୍ରକୃତରେ ଏଲିୟ।

Read full chapter

Footnotes

  1. ମାଥିଉ ଲିଖିତ ସୁସମାଗ୍ଭର 17:3 ଏଲିୟ ଓ ମୋଶା ଅତୀତର ଦୁଇଜଣ ବିଶିଷ୍ଟ ଯିହୂଦୀ ନେତା