Old/New Testament
ଗୃହଯୁଦ୍ଧ
12 ଏଥିମଧ୍ୟରେ ନବାଟର ପୁତ୍ର ଯାରବିୟାମ ଯେ କି ଶଲୋମନଙ୍କ ଛାମୁରୁ ପଳାଇ ଯାଇଥିଲେ ଓ ମିଶରରେ ଏଯାଏ ଥିଲେ, ସେ ଶଲୋମନଙ୍କ ମୃତ୍ୟୁ ସମ୍ବାଦ ପାଇଲେ ଓ ନିଜ ନଗର ଇଫ୍ରୟିମ ପର୍ବତସ୍ଥ ସିରେଦାକୁ ପ୍ରତ୍ୟାବର୍ତ୍ତନ କଲେ। ଶଲୋମନଙ୍କ ମୃତ୍ୟୁ ହେଲା ଓ ନିଜ ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ରିହବିୟାମ ନୂଆ ରାଜା ହେଲେ। ଇସ୍ରାଏଲର ସମସ୍ତ ଲୋକ ଶିଖିମକୁ ଗଲେ ଓ ରିହବିୟାମକୁ ସେମାନଙ୍କର ରାଜା କଲେ।
ରିହବିୟାମ ମଧ୍ୟ ରାଜା ହେବାକୁ ଶିଖିମକୁ ଗଲେ। ଲୋକମାନେ ତାଙ୍କୁ କହିଲେ, 4 “ତୁମ୍ଭର ପିତା ଆମ୍ଭମାନଙ୍କୁ କଠିନ କାର୍ଯ୍ୟ କରାଇଲେ। କାର୍ଯ୍ୟରୁ ଗୁରୁଭାର ଓ ଭାରୀ ଯୁଆଳି ଆମ୍ଭ ଉପରେ ଦେଇଥିଲେ, ତାହା ତୁମ୍ଭେ ହାଲୁକା କର। ତାହାହେଲେ ଆମ୍ଭେ ତୁମ୍ଭର ସେବା କରିବୁ।”
5 ରିହବିୟାମ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ଯାଅ, ତିନି ଦିନ ପରେ ମୋ’ ନିକଟକୁ ଆସ, ମୁଁ କହିବି।” ତେଣୁ ଲୋକମାନେ ଗ୍ଭଲିଗଲେ।
6 ଶଲୋମନଙ୍କ ଜୀବନ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କୁ ମନ୍ତ୍ରଣା ଦେଉଥିଲେ, ରିହବିୟାମ ସେହି ପ୍ରାଚୀନମାନଙ୍କୁ ପରାମର୍ଶ ଦେବାକୁ କହିଲେ, “ସେହି ଲୋକମାନଙ୍କୁ କି ଉତ୍ତର ଦେବି ମୋତେ ମନ୍ତ୍ରଣା ଦିଅ।”
7 ପ୍ରାଚୀନମାନେ ତାଙ୍କୁ କହିଲେ, “ତୁମ୍ଭେ ଯଦି ଆଜି ଲୋକମାନଙ୍କର ଇଚ୍ଛା ପୂରଣ କର ଏବଂ ସେମାନଙ୍କୁ ଗୋଟିଏ ସଂକ୍ଷେପପୂର୍ଣ ଉତ୍ତର ଦିଅ। ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ।”
8 କିନ୍ତୁ ରିହବିୟାମ ସେହି ପ୍ରାଚୀନମାନଙ୍କ ମନ୍ତ୍ରଣା ଗ୍ରହଣ କଲେ ନାହିଁ। ଅପରନ୍ତୁ ଯୁବକମାନଙ୍କ ସହିତ ମନ୍ତ୍ରଣା କଲେ ଯେଉଁମାନେ ତାଙ୍କ ସହିତ ବଢ଼ିଥିଲେ ଓ ତାଙ୍କର ସାଙ୍ଗ ଓ ଉପଦେଷ୍ଟା ଥିଲେ। 9 ରିହବିୟାମ ସେମାନଙ୍କୁ କହିଲେ, “ସେହି ଲୋକମାନେ ମୋତେ କହିଲେ, ‘ତୁମ୍ଭର ପିତା ଆମ୍ଭମାନଙ୍କ ଉପରେ ଯେଉଁ ଯୁଆଳି ରଖିଛନ୍ତି, ଦୟାକରି ତାହା ହାଲୁକା କର।’ ସେମାନଙ୍କୁ ଉତ୍ତର ଦେବାକୁ ତୁମ୍ଭେମାନେ ଆମ୍ଭକୁ କି ମନ୍ତ୍ରଣା ଦେଉଛ?”
10 ରାଜାଙ୍କୁ ସେହି ଯୁବ ବନ୍ଧୁମାନେ କହିଲେ, “ସେହି ଲୋକମାନେ ତୁମ୍ଭକୁ ଆସି କହିଲେ, ‘ତୁମ୍ଭର ପିତା ଆମ୍ଭମାନଙ୍କ ଯୁଆଳି ଭାରୀ କରିଅଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର।’ ତୁମ୍ଭେ ସେମାନଙ୍କୁ କୁହ, ‘ମୋର କନିଷ୍ଠ ଅଙ୍ଗୁଳି ମୋର ପିତାଙ୍କ କଟିଠାରୁ ମୋଟା। 11 ମୋର ପିତା ତୁମ୍ଭମାନଙ୍କ ଉପରେ ଯେଉଁ ଭାରୀ ଯୁଆଳି ରଖିଥିଲେ, ମୁଁ ତାହାକୁ ଆହୁରି ଭାରୀ କରିବି। ମୋର ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଉଥିଲେ ମାତ୍ର ମୁଁ ବିଛା କାମୁଡ଼ିଲା ଯନ୍ତ୍ରଣା ପରି ତୁମ୍ଭକୁ ତୀକ୍ଷ୍ଣ କୋରଡ଼ା ବ୍ୟବହାର କରିବି, ଯାହାଦ୍ୱାରା ତୁମ୍ଭମାନଙ୍କ ଶରୀର କ୍ଷତବିକ୍ଷତ ହେବ।’”
12 ରିହବିୟାମଙ୍କ କହିବାନୁସାରେ, “ତିନି ଦିନ ପରେ ଯାରବିୟାମ ଓ ଇସ୍ରାଏଲର ସମସ୍ତ ଲୋକ ତାଙ୍କ ନିକଟରେ ପହଞ୍ଚିଲେ।” 13 ସେତେବେଳେ ପ୍ରାଚୀନମାନଙ୍କ ଉପଦେଶକୁ ଉପେକ୍ଷା କରି ରାଜା ସେମାନଙ୍କୁ କଟୁ ଭାଷା ପ୍ରୟୋଗ କଲେ। 14 ପୁଣି ଯୁବ ବନ୍ଧୁମାନଙ୍କ ମନ୍ତ୍ରଣାନୁସାରେ ସେ ଲୋକମାନଙ୍କୁ କହିଲେ, “ମୋର ପିତା ଯେତିକି କାର୍ଯ୍ୟ ଦେଉଥିଲେ ମୁଁ ତା’ ଅପେକ୍ଷା ଆହୁରି ଅଧିକ କାର୍ଯ୍ୟ ଦେବି। ସେ ତୁମ୍ଭମାନଙ୍କୁ କୋରଡ଼ାରେ ଶାସ୍ତି ଦେଉଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କୁ ତୀକ୍ଷ୍ଣ କୋରଡ଼ାରେ ଶାସ୍ତି ଦେବି, ଯାହାର ଆଘାତ ବିଛା କାମୁଡ଼ିଲା ପରି ଯନ୍ତ୍ରଣା ଦାୟକ ଏବଂ ତୁମ୍ଭେମାନେ ଆଘାତରେ କ୍ଷତାକ୍ତ ହେବ।” 15 ରାଜା ଲୋକମାନଙ୍କ ଅନୁରୋଧ ପୂରଣ କରିବାକୁ ମନା କରିଦେଲେ। ସଦାପ୍ରଭୁ ଏହିସବୁ ଘଟାଇବାର କାରଣ ହେଲେ, ସେ ଗ୍ଭହିଁଲେ ତାଙ୍କର ପ୍ରତିଜ୍ଞା ପୂରଣ କରିବା ପାଇଁ। ନବାଟର ପୁତ୍ର ଯାରବିୟାମ୍କୁ ଯାହା ଅହିୟ ଶୀଲୋନୀୟଙ୍କ ଦ୍ୱାରା କୁହା ହୋଇଥିଲା।
16 ସେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ ନୂଆରାଜା ସେମାନଙ୍କ କଥା ଶୁଣିଲେ ନାହିଁ। ତେଣୁ ସେମାନେ ରାଜାଙ୍କୁ ଉତ୍ତର କରି କହିଲେ,
“ଆମ୍ଭେମାନେ କ’ଣ ଦାଉଦ ସାମ୍ରାଜ୍ୟର ଏକ ଅଂଶ?
ଆମ୍ଭେ ଯିଶୀର କିଛି ଭୂମି ପାଉ କି?
ନା, ତେଣୁ ଇସ୍ରାଏଲର ଲୋକମାନେ ନିଜ ନିଜ ଘରକୁ ଫେରି ଯାଅ।
ଦାଉଦଙ୍କ ପୁତ୍ରଙ୍କୁ ତାଙ୍କ ଲୋକମାନଙ୍କୁ ଶାସନ କରିବାକୁ ଦିଅ।”
ତେଣୁ ଇସ୍ରାଏଲର ଲୋକମାନେ ସେମାନଙ୍କର ଘରକୁ ଫେରି ଗଲେ। 17 ତଥାପି ଇସ୍ରାଏଲର ଯେଉଁ ଲୋକମାନେ ଯିହୁଦାର ନଗରମାନଙ୍କରେ ବାସ କରୁଥିଲେ ରିହବିୟାମ ସେମାନଙ୍କ ଉପରେ ଶାସନ କଲେ।
18 ଏହା ପରେ ରିହବିୟାମ ରାଜା ବେଠି କର୍ମାଧ୍ୟକ୍ଷ ଅଦୋରାମକୁ ଲୋକମାନଙ୍କ ନିକଟକୁ ପଠାଇଲେ। ମାତ୍ର ସମସ୍ତ ଇସ୍ରାଏଲ ତାଙ୍କୁ ପ୍ରସ୍ତରାଘାତ କରି ମାରି ଦେଲେ। ତା’ପରେ ରିହବିୟାମ ଶୀଘ୍ର ନିଜ ରଥରେ ଆରୋହଣ କରି ଯିରୁଶାଲମକୁ ପଳାୟନ କଲେ। 19 ତେଣୁ ଇସ୍ରାଏଲର ଲୋକମାନେ ଦାଉଦ ବଂଶ ବିପକ୍ଷରେ ବିଦ୍ରୋହ କଲେ ଓ ଏବେ ମଧ୍ୟ ସେମାନେ ଦାଉଦ ବଂଶର ବିଦ୍ରୋହୀ ହୋଇ ରହିଛନ୍ତି।
20 ଇସ୍ରାଏଲର ସମସ୍ତ ଲୋକ ଜାଣିବାକୁ ପାଇଲେ ଯେ ଯାରବିୟାମ ଫେରି ଆସିଛନ୍ତି। ସେମାନେ ଲୋକ ପଠାଇ ତାଙ୍କୁ ଡକାଇଲେ ଓ ସମୁଦାୟ ଇସ୍ରାଏଲ ଉପରେ ତାହାଙ୍କୁ ରାଜା କଲେ। କେବଳ ଯିହୁଦା ପରିବାରବର୍ଗ ଦାଉଦଙ୍କ ପରିବାରର ଅନୁଗାମୀ ହେଲେ।
21 ରିହବିୟାମ ଯିରୁଶାଲମରେ ପହଞ୍ଚିଲେ ଓ ଯିହୁଦୀୟ ବିନ୍ୟାମୀନ ବଂଶକୁ ଏକତ୍ରିତ କଲେ। ସେ 180,000 ବଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ। ଶଲୋମନଙ୍କ ପୁତ୍ର ରିହବିୟାମଙ୍କ ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଇସ୍ରାଏଲ ବଂଶ ସହିତ ଯୁଦ୍ଧ ହେଲା। 22 ସଦାପ୍ରଭୁ ପରମେଶ୍ୱରଙ୍କ ଲୋକ ଶମୟିୟକୁ ଏହା କହିଲେ। 23 “ଯିହୁଦାର ରାଜା ଶଲୋମନର ପୁତ୍ର ରିହବିୟାମକୁ ପୁଣି ଯିହୁଦାର ଓ ବିନ୍ୟାମୀନର ସମସ୍ତ ଲୋକମାନଙ୍କୁ ଓ ଅବଶିଷ୍ଟ ସମସ୍ତ ଲୋକଙ୍କୁ ଏହା କୁହ। 24 ସଦାପ୍ରଭୁ ଏହିକଥା କହନ୍ତି, ‘ତୁମ୍ଭେ ନିଶ୍ଚୟ ତୁମ୍ଭମାନଙ୍କ ଭ୍ରାତା ଇସ୍ରାଏଲ ଲୋକମାନଙ୍କ ବିପକ୍ଷରେ ଯୁଦ୍ଧ କରିବ ନାହିଁ। ତୁମ୍ଭେମାନେ ସମସ୍ତେ ନିଜ ନିଜ ଗୃହକୁ ଫେରିଯାଅ। କାରଣ ଏହିକାର୍ଯ୍ୟ ମୋ’ ଦ୍ୱାରା ହୋଇଅଛି।’” ତେଣୁ ରିହବିୟାମଙ୍କ ସୈନ୍ୟମାନେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ନିଜ ନିଜ ଗୃହକୁ ଫେରିଗଲେ।
25 ଏହି ସମୟରେ ଯାରବିୟାମ ଇଫ୍ରୟିମର ପର୍ବତମୟ ଦେଶ ଶିଖିମକୁ ଦୃଢ଼ କରି ସେଠାରେ ବାସ କଲେ। ପରେ ସେ ପିନୂୟେଲ ନଗରକୁ ଯାଇ ଏହାକୁ ସୁଦୃଢ଼ କଲେ।
26-27 ଯାରବିୟାମ ନିଜକୁ ନିଜେ ଚିନ୍ତା କଲେ, “ଯଦି ଲୋକମାନେ ଯିରୁଶାଲମକୁ ସଦାପ୍ରଭୁଙ୍କ ମନ୍ଦିରରେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ବଳିଦାନ କରିବାକୁ ଯାଆନ୍ତି, ତେବେ ସେମାନେ ପୁନର୍ବାର ଦାଉଦଙ୍କ ପରିବାର ଦ୍ୱାରା ଶାସିତ ହେବାକୁ ଗ୍ଭହିଁବେ। ସେମାନେ ଯିହୁଦାର ରାଜା ରିହବିୟାମଙ୍କ ଅନୁଗାମୀ ହେବେ ଓ ମୋତେ ବଧ କରିବେ।” 28 ତହୁଁ ରାଜା ତାଙ୍କର ଉପଦେଷ୍ଟାମାନଙ୍କ ସହିତ ବିଗ୍ଭର ବିମର୍ଷ କଲେ ଓ ସେମାନେ ତାଙ୍କୁ ଦୁଇଟି ସୁବର୍ଣ୍ଣର ଗୋବତ୍ସ ନିର୍ମାଣ କରିବାକୁ କହିଲେ। ପୁଣି ସେ ଲୋକମାନଙ୍କୁ କହିଲେ, “ତୁମ୍ଭର ଯିରୁଶାଲମକୁ ଉପାସନା କରିବା ପାଇଁ ଯିବା ଦରକାର ନାହିଁ। ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭ ଦେବତାମାନଙ୍କୁ ଦେଖ, ସେମାନେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ।” 29 ରାଜା ଯାରବିୟାମ ଗୋଟିକୁ ବୈଥେଲ୍ରେ ଓ ଅନ୍ୟଟିକୁ ଦାନ୍ରେ ସ୍ଥାପନ କଲେ। 30 ଏହା ଏକ ଭୟଙ୍କର ପାପ, କାରଣ ଇସ୍ରାଏଲର ଲୋକମାନେ ବୈଥେଲ୍ ଓ ଦାନ ନଗରକୁ ଉପାସନା କରିବାକୁ ଗଲେ।
31 ଏହା ପରେ ଯାରବିୟାମ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଗୃହମାନ ନିର୍ମାଣ କଲେ। ସେ ଲେବୀକୁ ଛାଡ଼ି ଇସ୍ରାଏଲର ସମସ୍ତ ଗୋଷ୍ଠୀରୁ ଯାଜକ ମନୋନୀତ କଲେ। 32 ରାଜା ଯାରବିୟାମ, ଯିହୁଦାର ପର୍ବ ପରି ଅଷ୍ଟମ ମାସର ପନ୍ଦର ତାରିଖରେ ଏକ ନୂତନ ପର୍ବ ଆରମ୍ଭ କଲେ। ସେ ବୈଥେଲ୍ସ୍ଥିତ ହୋମବେଦି ନିକଟକୁ ଗଲେ ଏବଂ ଏହିପରି ଭାବରେ ସେ ବୈଥେଲ୍ଠାରେ ଗୋବତ୍ସର ସମ୍ମାନାର୍ଥେ ନୈବେଦ୍ୟ ଉତ୍ସର୍ଗ କଲେ ଏବଂ ସେ ମଧ୍ୟ ଉଚ୍ଚସ୍ଥଳୀରେ ସେବା କରିବା ପାଇଁ ଯାଜକମାନଙ୍କୁ ବାଛିଲେ। 33 ତେଣୁ ରାଜା ଯାରବିୟାମ ନିଜ ମନୋନୀତ ଅଷ୍ଟମ ମାସର ପଞ୍ଚଦଶ ଦିନରେ ବୈଥେଲସ୍ଥିତ ସ୍ୱନିର୍ମିତ ଯଜ୍ଞବେଦିକି ଗଲେ। ଆଉ ମଧ୍ୟ ସେ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପର୍ବ ନିରୂପଣ କରି ଧୂପ ଜଳାଇବା ପାଇଁ ବୈଥେଲ୍ର ଯଜ୍ଞବେଦିକି ଗଲେ।
ପରମେଶ୍ୱର ବୈଥେଲ୍ ବିପକ୍ଷରେ କହନ୍ତି
13 ସଦାପ୍ରଭୁ ଯିହୁଦାରେ ଥିବା ଏକ ପରମେଶ୍ୱରଙ୍କ ଲୋକକୁ ବୈଥେଲ୍ ଯିବାକୁ ଆଦେଶ ଦେଲେ। ଯେତେବେଳେ ଯାରବିୟାମ ଯଜ୍ଞବେଦି ନିକଟରେ ଧୂପ ଜଳାଇବା ପାଇଁ ଛିଡ଼ା ହୋଇଥିଲେ ସେତେବେଳେ ପରମେଶ୍ୱରଙ୍କ ଲୋକ ସେଠାରେ ଉପସ୍ଥିତ ହେଲେ। 2 ସଦାପ୍ରଭୁଙ୍କ ନିର୍ଦ୍ଦେଶରେ ପରମେଶ୍ୱରଙ୍କ ସେହି ଲୋକ ଜଣକ ଯଜ୍ଞବେଦି ବିପକ୍ଷରେ ଉଚ୍ଚସ୍ୱରରେ କହିଲେ,
“ହେ ଯଜ୍ଞବେଦି, ସଦାପ୍ରଭୁ ତୁମ୍ଭକୁ କୁହନ୍ତି, ‘ଏଇ ଦେଖ, ଦାଉଦ ବଂଶରେ ଯୋଶିୟ ନାମରେ ଏକ ସନ୍ତାନ ଜନ୍ମ ହେବ। ଉଚ୍ଚସ୍ଥଳୀର ଯାଜକମାନେ ତୁମ୍ଭ ଉପରେ ଧୂପ ଜଳାଉଛନ୍ତି। ଯୋଶିୟ ସେମାନଙ୍କୁ ତୁମ୍ଭ ଉପରେ ବଳିଦାନ କରିବ। ବର୍ତ୍ତମାନ ଏହି ଯାଜକଗଣ ତୁମ୍ଭ ଉପରେ ଧୂପ ଜାଳନ୍ତି କିନ୍ତୁ ଯୋଶିୟ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ। ତେବେ ତୁମ୍ଭକୁ ପୁଣି କେହି ବ୍ୟବହାର କରିବେ ନାହିଁ।’”
3 ଆଉ ସେହି ପରମେଶ୍ୱରଙ୍କ ଲୋକ ସେହି ଦିନ ଏକ ଚିହ୍ନ ଦେଇ କହିଲେ, “ଭବିଷ୍ୟତରେ ଏହା ହେବ। ‘ଏଇ ଦେଖ, ଏହି ବେଦି ଖଣ୍ତ ଖଣ୍ତ ହୋଇ ଭାଙ୍ଗି ପଡ଼ିବ ଓ ତହିଁ ଉପରିସ୍ଥ ଭସ୍ମ ଅଜାଡ଼ି ହୋଇ ପଡ଼ିବ।’”
4 ବୈଥେଲ୍ରେ ଯଜ୍ଞବେଦି ବିଷୟରେ ପରମେଶ୍ୱରଙ୍କ ଲୋକଙ୍କ ମୁହଁରୁ ରାଜା ଯାରବିୟାମ ଏହି ବାର୍ତ୍ତା ଶୁଣିଲେ। ସେ ସେହି ଲୋକକୁ ଧରିବା ପାଇଁ ହସ୍ତ ବିସ୍ତାର କଲେ। ସେ ଆଦେଶ ଦେଲେ, “ତାକୁ ବନ୍ଦୀ କର!” ମାତ୍ର ରାଜା ତାହା ବିରୁଦ୍ଧରେ ଯେଉଁ ବାହୁ ବିସ୍ତାର କରିଥିଲେ ତାହା ଆଉ ସଙ୍କୁଚିତ କରି ପାରିଲା ନାହିଁ। ତେଣୁ ତାଙ୍କର ବାହୁ ତତ୍କ୍ଷଣାତ୍ ପକ୍ଷାଘାତ ହୋଇଗଲା। 5 ଆଉ ମଧ୍ୟ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯେଉଁ ସଙ୍କେତ ଦେଇଥିଲେ, ବଳିଦାନର ଯଜ୍ଞବେଦି ଭାଙ୍ଗି ଖଣ୍ତ ଖଣ୍ତ ହୋଇଗଲା ଓ ଭସ୍ମ ଅଜାଡ଼ି ହୋଇ ପଡ଼ିଲା। 6 ତା’ପରେ ରାଜା ଯାରବିୟାମ ପରମେଶ୍ୱରଙ୍କ ଲୋକକୁ ନିବେଦନ କରି କହିଲେ, “ତୁମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ମୋରବାହୁର ଆରୋଗ୍ୟ ପାଇଁ ପ୍ରାର୍ଥନା କର।”
ତେଣୁ ପରମେଶ୍ୱରଙ୍କ ଲୋକ ପ୍ରାର୍ଥନା କଲେ, ରାଜାଙ୍କର ପକ୍ଷାଘାତ ବାହୁ ଭଲ ହୋଇଗଲା। 7 ତା’ପରେ ରାଜା ପରମେଶ୍ୱରଙ୍କ ଲୋକଙ୍କୁ କହିଲେ, “ତୁମ୍ଭେ ମୋ’ ସହିତ ଗୃହକୁ ଆସ। ମୋ’ ସହିତ ଭୋଜନ କର। ମୁଁ ତୁମ୍ଭକୁ ଏକ ଉପହାର ଦେବା ପାଇଁ ଯାଉଅଛି।”
8 ମାତ୍ର ପରମେଶ୍ୱରଙ୍କ ଲୋକ ରାଜାଙ୍କୁ କହିଲେ, “ତୁମ୍ଭେ ଆପଣା ରାଜ୍ୟର ଅର୍ଦ୍ଧେକ ଅଂଶ ଦେଲେ ମଧ୍ୟ ମୁଁ ତୁମ୍ଭ ସହିତ ଯିବି ନାହିଁ। ଆଉ ମଧ୍ୟ ମୁଁ ଏ ସ୍ଥାନରେ ଅନ୍ନ ସ୍ପର୍ଶ କରିବି ନାହିଁ କିମ୍ବା ଜଳ ପାନ କରିବି ନାହିଁ। 9 କାରଣ ଅନ୍ନ ଜଳ ସ୍ପର୍ଶ ନ କରିବାକୁ ସଦାପ୍ରଭୁ ମୋତେ ନିର୍ଦ୍ଦେଶ ଦେଇଛନ୍ତି। ଆଉ ମଧ୍ୟ ସଦାପ୍ରଭୁଙ୍କର ଆଦେଶ ଅଛି, ତୁମ୍ଭେ ଯେଉଁ ପଥରେ ଆସିଛ, ସେହି ପଥରେ ଫେରିବ ନାହିଁ।” 10 ତେଣୁ ସେ ବୈଥେଲ୍କୁ ଯେଉଁ ପଥରେ ଆସିଥିଲା, ସେ ପଥରେ ନ ଫେରି ଅନ୍ୟ ପଥରେ ଫେରିଲା।
11 ସେ ସମୟରେ ବୈଥେଲ୍ରେ ଜଣେ ପ୍ରାଚୀନ ଭବିଷ୍ୟଦ୍ବକ୍ତା ବାସ କରୁଥିଲେ। ତାଙ୍କର ପୁତ୍ରମାନେ ଆସି ବୈଥେଲ୍ରେ ପରମେଶ୍ୱରଙ୍କ ଲୋକ ଯାହା ଯାହା କରିଥିଲେ ତାହା ସବୁ ତାଙ୍କୁ ଜଣାଇଲେ। ସେମାନେ ପରମେଶ୍ୱରଙ୍କ ଲୋକ ଯାରବିୟାମ ରାଜାଙ୍କୁ ଯାହା କହିଥିଲେ ତାହା ମଧ୍ୟ ଆପଣା ପିତାଙ୍କୁ ଜଣାଇଲେ। 12 ସେମାନଙ୍କ ପିତା ସେମାନଙ୍କୁ ପଗ୍ଭରିଲେ, “ସେ କେଉଁ ପଥରେ ଫେରିଲେ?” ପରମେଶ୍ୱରଙ୍କ ଲୋକ ଯିହୁଦାରୁ ଯେଉଁ ପଥରେ ଯାଇଥିଲେ, ତାହା ସେମାନେ ତାଙ୍କର ପିତାଙ୍କୁ ଦେଖାଇଲେ। 13 ବୃଦ୍ଧ ଯାଜକ ତା’ର ପୁତ୍ରମାନଙ୍କୁ ତା’ର ଗଧକୁ ସଜାଇବାକୁ କହିଲେ ଏବଂ ସେ ଶୀଘ୍ର ଯାତ୍ରା କଲେ।
14 ଏହା ପରେ ସେ ପରମେଶ୍ୱରଙ୍କ ଲୋକର ପଛେ ପଛେ ଯାଇ ତାଙ୍କୁ ଗୋଟିଏ ଅଲୋନ ବୃକ୍ଷମୂଳରେ ବସିଥିବାର ଦେଖିଲେ, ସେ ତାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକ?”
ସେ ଉତ୍ତର କଲେ, “ହଁ, ମୁଁ।”
15 ତେଣୁ ସେ ତାଙ୍କୁ ଅନୁରୋଧ କଲେ, “ମୋ’ ଗୃହକୁ ଆସ ଓ ମୋ’ ସହିତ ଭୋଜନ କର।”
16 ମାତ୍ର ପରମେଶ୍ୱରଙ୍କ ଲୋକ ଉତ୍ତର ଦେଲେ, “ମୁଁ ତୁମ୍ଭ ସହିତ ତୁମ୍ଭ ଗୃହକୁ ଯାଇ ପାରିବି ନାହିଁ କି ତୁମ୍ଭ ସହିତ ଏ ସ୍ଥାନରେ ପାନ ବା ଭୋଜନ କରିବି ନାହିଁ। 17 କାରଣ ସଦାପ୍ରଭୁ ମୋତେ ନିର୍ଦ୍ଦେଶ ଦେଇଛନ୍ତି, ‘ତୁମ୍ଭେ ଏଠାରେ ଭୋଜନ କରିବ ନାହିଁ କି ଜଳପାନ କରିବ ନାହିଁ। ଏବଂ ଯେଉଁ ପଥ ଦେଇ ଆସିଥିଲ, ସେହି ପଥ ଦେଇ ଫେରି ଯାଅ ନାହିଁ।’”
18 ଏଥିରେ ବୃଦ୍ଧ ଭବିଷ୍ୟଦ୍ବକ୍ତା କହିଲେ, “ମୁଁ ମଧ୍ୟ ତୁମ୍ଭ ପରି ଜଣେ ଭବିଷ୍ୟଦ୍ବକ୍ତା।” ତା’ପରେ ସେ ମିଥ୍ୟା କହି ତାଙ୍କୁ ଜଣାଇଲେ, “ଜଣେ ଦୂତ ସଦାପ୍ରଭୁଙ୍କ ଦ୍ୱାରା ପ୍ରେରିତ ହୋଇ ମୋତେ କହିଲେ ତୁମ୍ଭେ ପରମେଶ୍ୱରଙ୍କ ଲୋକଙ୍କୁ ତୁମ୍ଭ ଗୃହକୁ ନେଇ ତୁମ୍ଭ ସହିତ ଅନ୍ନ ଭୋଜନ ଓ ଜଳପାନ କରାଅ।”
19 ତେଣୁ ପରମେଶ୍ୱରଙ୍କ ଲୋକ ତାଙ୍କ ସହିତ ତାଙ୍କ ଗୃହକୁ ଯାଇ ଅନ୍ନ ଭୋଜନ ଓ ଜଳପାନ କଲେ। 20 ଯେତେବେଳେ ସେମାନେ ମେଜ ନିକଟରେ ବସିଥିଲେ, ସଦାପ୍ରଭୁଙ୍କ ବାକ୍ୟ ସେହି ବୃଦ୍ଧ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା, ଯିଏ କି ତାଙ୍କୁ ତା’ର ଘରକୁ ଆଣିଥିଲା। 21 ଯିହୁଦାର ସେହି ପରମେଶ୍ୱରଙ୍କ ଲୋକଙ୍କୁ ଭବିଷ୍ୟଦ୍ବକ୍ତା କହିଲେ, “ସଦାପ୍ରଭୁ କହନ୍ତି, ତୁମ୍ଭେ ତାହାଙ୍କ ବାକ୍ୟର ବିରୁଦ୍ଧାଚରଣ କରିଅଛ। ତୁମ୍ଭେ ଆଜ୍ଞା ପାଳନ କରି ନାହଁ। ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଆଜ୍ଞା ଦେଲେ। 22 ସଦାପ୍ରଭୁ ତୁମ୍ଭକୁ ଆଦେଶ କରିଥିଲେ ତୁମ୍ଭେ ଏ ସ୍ଥାନରେ ଅନ୍ନ ଭୋଜନ କରିବ ନାହିଁ କି ଜଳପାନ କରିବ ନାହିଁ। ମାତ୍ର ତୁମ୍ଭେ ଫେରି ଆସିଲ ଓ ଅନ୍ନ ଭୋଜନ ଓ ଜଳ ପାନ କଲ। ତେଣୁ ତୁମ୍ଭର ଶବକୁ ତୁମ୍ଭ ପିତୃଲୋକମାନଙ୍କ ସହିତ କବର ଦିଆ ଯିବ ନାହିଁ।”
23 ପରମେଶ୍ୱରଙ୍କ ଲୋକ ଅନ୍ନ ଭୋଜନ ଓ ଜଳପାନ କଲାପରେ ସେ ଭବିଷ୍ୟଦ୍ବକ୍ତା ତାଙ୍କର ଗଧଟିକୁ ସଜାଇ ଦେଲେ ଓ ସେ ଲୋକଟି ସେ ସ୍ଥାନ ପରିତ୍ୟାଗ କଲା। 24 ଗୃହ ଅଭିମୁଖେ ଯାତ୍ରା କରୁଥିବା ସମୟରେ ପଥ ମଧ୍ୟରେ ଏକ ସିଂହ ତାଙ୍କୁ ଆକ୍ରମଣ କରି ବଧ କଲା। ତାଙ୍କର ଶବ ସେହି ପଥ ମଧ୍ୟରେ ପଡ଼ି ରହିଲା! ଗଧ ଓ ସିଂହ ସେହି ଶବ ନିକଟରେ ଛିଡ଼ା ହୋଇ ରହିଲେ। 25 ଏହା ପରେ ସେହି ପଥରେ ଯାଉଥିବା କେତେକ ଲୋକ ଶବଟି ପଡ଼ିଥିବାର ଓ ଶବ ନିକଟରେ ସିଂହ ଠିଆ ହୋଇଥିବାର ଦେଖିଲେ। ତା’ପରେ ସେମାନେ ବୃଦ୍ଧ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ଆସିଲେ ଓ ଯାହା ରାସ୍ତା ଉପରେ ଦେଖିଥିଲେ ତାହା ଜଣାଇଲେ।
26 ଏହା ଶୁଣିକି ବୃଦ୍ଧ ଭବିଷ୍ୟଦ୍ବକ୍ତା ଯିଏ ପରମେଶ୍ୱରଙ୍କ ଲୋକକୁ ଫେରାଇ ଆଣି ଥିଲେ, ଏବଂ ତାକୁ ଖାଦ୍ୟ ଓ ଜଳ ଦେଇଥିଲେ, ସେ କହିଲେ, “ସଦାପ୍ରଭୁଙ୍କ ଆଜ୍ଞାକୁ ଅବମାନନା କଲା, ତେଣୁ ସଦାପ୍ରଭୁ ତାକୁ ସିଂହ ଦ୍ୱାରା ବଧ କରାଇଲେ। ଏହା ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ହେଲା, ଯାହା ସେ ତାକୁ କହିଥିଲେ।” 27 ତା’ପରେ ସେହି ଭବିଷ୍ୟଦ୍ବକ୍ତା ନିଜ ପୁତ୍ରମାନଙ୍କୁ କହିଲେ, “ମୋର ଗଧଟିକୁ ସଜାଇ ଦିଅ।” ତେଣୁ ତାଙ୍କର ପୁତ୍ରମାନେ ଗଧଟିକୁ ସଜାଇ ଦେଲେ। 28 ସେହି ବୃଦ୍ଧ ଭବିଷ୍ୟଦ୍ବକ୍ତା ବାହାରି ଗଲେ ଓ ପଥ ମଧ୍ୟରେ ସେହି ଶବ ପଡ଼ିଥିବାର ଦେଖିଲେ। ଶବ ନିକଟରେ ସେହି ଗଧ ଓ ସିଂହ ଛିଡ଼ା ହୋଇଥିଲେ। ସିଂହ ଶବଟିକୁ ଖାଇ ନ ଥିଲା କିମ୍ବା ଗଧକୁ ବିଦୀର୍ଣ୍ଣ କରି ନ ଥିଲା।
29 ସେହି ପ୍ରାଚୀନ ଭବିଷ୍ୟଦ୍ବକ୍ତା ସେହି ଶବଟିକୁ ନିଜ ଗଧ ପିଠିରେ ରଖିଲେ। ଶୋକ କରିବା ପାଇଁ ଓ କବର ଦେବା ପାଇଁ ସେହି ଶବକୁ ଆପଣା ନଗରକୁ ଆଣିଲେ। 30 ସେ ପ୍ରାଚୀନ ଭବିଷ୍ୟଦ୍ବକ୍ତା ସେହି ଶବକୁ ନିଜ ପିତୃଲୋକଙ୍କ କବରରେ କବର ଦେଲେ ଓ ତାଙ୍କପାଇଁ ବିଳାପ କରି କହିଲେ, “ହେ ମୋର ଭାଇ, ମୁଁ ତୁମ୍ଭ ପାଇଁ ବିଶେଷ ଦୁଃଖିତ।” 31 ସେ ଶବଟିକୁ କବର ଦେଲାପରେ ସେହି ବୃଦ୍ଧ ଭବିଷ୍ୟଦ୍ବକ୍ତା ନିଜର ପୁତ୍ରମାନଙ୍କୁ କହିଲେ, “ମୁଁ ମଲେ, ଯେଉଁ କବରରେ ପରମେଶ୍ୱରଙ୍କ ଲୋକ କବର ପାଇଅଛି ମୋତେ ସେହି ସ୍ଥାନରେ କବର ଦେବ ଓ ତାହାର ଅସ୍ଥି ନିକଟରେ ମୋର ଅସ୍ଥି ରଖିବ। 32 କାରଣ ସେ ବୈଥେଲସ୍ଥ ଯଜ୍ଞବେଦି ବିରୁଦ୍ଧରେ ଓ ଶମରିୟାର ନାନା ନଗରିସ୍ଥ ଉଚ୍ଚ ସ୍ଥଳୀର ସମସ୍ତ ଗୃହ ବିରୁଦ୍ଧରେ ସଦାପ୍ରଭୁ ସେହି ଲୋକ ମାଧ୍ୟମରେ ଯାହା କହିଥିଲେ ତାହା ନିଶ୍ଚିତ ସତ ହେବ।”
33 ଏହି ଘଟଣା ପରେ ମଧ୍ୟ ରାଜା ଯାରବିୟାମ କୌଣସି ପରିବର୍ତ୍ତନ ହେଲେ ନାହିଁ। ସେ ନାନା ମନ୍ଦକର୍ମ କରି ଗ୍ଭଲିଲେ। ସେ ପୁନର୍ବାର ସମସ୍ତ ପରିବାରବର୍ଗରୁ ଉଚ୍ଚସ୍ଥଳୀରେ ଯାଜକ ନିଯୁକ୍ତ କଲେ। ଯେଉଁ ଲୋକ ଉଚ୍ଚସ୍ଥଳୀର ଯାଜକ ହେବାକୁ ଇଚ୍ଛା କଲା, ସେ ତାକୁ ନିଯୁକ୍ତ କଲେ। 34 ସେହି ପାପ ଯାରବିୟାମ ବଂଶକୁ ଓ ତା’ର ରାଜ୍ୟକୁ ଧ୍ୱଂସ ଓ ବିଲୋପ କରିବାର କାରଣ ହେଲା।
ଯିହୂଦୀ ନେତାମାନେ ଯୀଶୁଙ୍କୁ ମାରିଦେବାକୁ ଗ୍ଭହିଁଲେ(A)
22 ଖମୀରଶୂନ୍ୟ ରୋଟୀ ପର୍ବ, ଯାହାକୁ ନିସ୍ତାରପର୍ବ ମଧ୍ୟ କୁହାଯାଏ, ତାହାର ସମୟ ନିକଟ ହୋଇ ଆସୁଥିଲା। 2 ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ଜୀବନରେ ମାରିଦେବା ପାଇଁ ଉପାୟ ଖୋଜୁଥିଲେ। କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।
ଯୀଶୁଙ୍କ ବିରୁଦ୍ଧରେ ଯିହୂଦାଙ୍କ ଯୋଜନା
3 ଯୀଶୁଙ୍କର ବାରଜଣ ପ୍ରେରିତଙ୍କ ମଧ୍ୟରେ ଜଣକର ନାମ ଥିଲା ଇଷ୍କାରିୟୋତ ଯିହୂଦା। ଶୟତାନ ଯିହୂଦାଙ୍କ ଶରୀର ମଧ୍ୟରେ ପ୍ରବେଶ କରି ତାହାଙ୍କୁ ଗୋଟିଏ ଖରାପ କାମ କରିବା ପାଇଁ ପ୍ରବର୍ତ୍ତାଇଲା। 4 ଯିହୂଦା ଯାଇ ପ୍ରଧାନଯାଜକ ଓ ମନ୍ଦିରର ସେନାପତିମାନଙ୍କ ସହିତ କଥାବାର୍ତ୍ତା କଲା। ଯୀଶୁଙ୍କୁ ସେମାନଙ୍କ ହାତରେ ସମର୍ପଣ କରିବା ପାଇଁ ଯିହୂଦା ସେମାନଙ୍କ ସହିତ ଏକ ମନ୍ତ୍ରଣା କଲା। 5 ଏଥିରେ ଯାଜକମାନେ ଖୁସୀ ହୋଇଗଲେ। ଯୀଶୁଙ୍କୁ ସେମାନଙ୍କ ହାତରେ ଦେଇଦେଲେ ସେମାନେ ଯିହୂଦାକୁ ଅର୍ଥ ଦେବା ପାଇଁ ପ୍ରତିଶ୍ରୁତି ଦେଲେ। 6 ଯିହୂଦା ରାଜି ହେଲା। ସେ ଯୀଶୁଙ୍କୁ ଯାଜକମାନଙ୍କ ହାତରେ ଧରେଇ ଦେବା ପାଇଁ ଗୋଟିଏ ସୁଯୋଗର ଅପେକ୍ଷାରେ ରହିଲା। ଯିହୂଦା ଗ୍ଭହୁଁଥିଲା ଯେ, ଯେତେବେଳେ କୌଣସି ଲୋକ ଉପସ୍ଥିତ ନ ଥିବେ, ସେ ସେତିକିବେଳେ ଏ କାମ କରିବ।
ନିସ୍ତାରପର୍ବର ଖାଦ୍ୟ ତିଆରି(B)
7 ଖମୀରହୀନ ରୋଟୀ ପର୍ବର [a] ଦିନଟି ଆସିଗଲା। ଏହି ଦିନ ଯିହୂଦୀମାନେ ନିସ୍ତାରପର୍ବର ମେଷଶାବକମାନଙ୍କୁ ବଳି ଦିଅନ୍ତି। 8 ଯୀଶୁ ପିତର ଓ ଯୋହନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଆମ୍ଭମାନଙ୍କର ଖାଇବା ପାଇଁ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତି କର।”
9 ପିତର ଓ ଯୋହନ ଯୀଶୁଙ୍କୁ ପଗ୍ଭରିଲେ, “ଏ ଖାଦ୍ୟ କେଉଁ ସ୍ଥାନରେ ଆମ୍ଭେ ପ୍ରସ୍ତୁତି କରିବୁ ବୋଲି ଆପଣ ଗ୍ଭହୁଁଛନ୍ତି?”
ଯୀଶୁ ସେମାନଙ୍କୁ କହିଲେ, 10 “ଶୁଣ! ତୁମ୍ଭେମାନେ ନଗର ଭିତରକୁ ଯିବା ପରେ ଜଣେ ଲୋକକୁ ପାଣି ମାଠିଆଟିଏ ନେଇ ଯାଉଥିବାର ଦେଖିବ। ତୁମ୍ଭେମାନେ ତା’ ପଛେ ପଛେ ଯିବ। ସେ ଗୋଟିଏ ଘର ଭିତରକୁ ଯିବ। ତୁମ୍ଭେମାନେ ତା’ ସହିତ ଯିବ। 11 ତୁମ୍ଭେମାନେ ଘରମାଲିକଙ୍କୁ ପଗ୍ଭରିବ, ‘ଗୁରୁ ପଗ୍ଭରୁଛନ୍ତି ଯେ ସେ ଓ ତାହାଙ୍କର ଶିଷ୍ୟମାନେ ନିସ୍ତାରପର୍ବର [b] ଖାଦ୍ୟ ଯେଉଁଠାରେ ଖାଇବେ, ତୁମ୍ଭେ ତାହା ଆମ୍ଭକୁ ଦେଖାଇ ଦିଅ।’ 12 ତା’ପରେ ଘରମାଲିକ ତୁମ୍ଭମାନଙ୍କୁ ଉପର ମହଲାର ଗୋଟିଏ ବଡ଼ ବଖରା ଦେଖାଇ ଦେବେ। ଏ ବଖରାଟିରେ ତୁମ୍ଭେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କରିବ।”
13 ପିତର ଓ ଯୋହନ ବାହାରି ଗଲେ। ଯୀଶୁ ଯେଭଳି କହିଥିଲେ, ସବୁ ଘଟଣା ସେହିଭଳି ଘଟିଲା। ସେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ।
ଯୀଶୁଙ୍କ ରାତ୍ର ଭୋଜନ(C)
14 ସେମାନେ ନିସ୍ତାରପର୍ବର ଖାଦ୍ୟ ଖାଇବାର ସମୟ ହେଲା। ଯୀଶୁ ଓ ପ୍ରେରିତମାନେ ଖାଇ ବସିଲେ। 15 ଯୀଶୁ ସେମାନଙ୍କୁ କହିଲେ, “ମୁଁ ମୋ’ ମୃତ୍ୟୁ ପୂର୍ବରୁ ତୁମ୍ଭମାନଙ୍କ ସହିତ ଏକାଠି ଏହି ନିସ୍ତାରପର୍ବର ଖାଦ୍ୟ ଖାଇବା ପାଇଁ ଏକାନ୍ତ ଇଚ୍ଛା କରିଥିଲିା 16 ମୁଁ ତୁମ୍ଭମାନଙ୍କୁ କହୁଛି, ପରମେଶ୍ୱରଙ୍କ ରାଜ୍ୟରେ ଏହାର ବାସ୍ତବ ଅର୍ଥ ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ମୁଁ କେବେ ହେଲେ ନିସ୍ତାରପର୍ବର ଖାଦ୍ୟ ଆଉ ଖାଇବି ନାହିଁ।”
17 ତା’ପରେ ଯୀଶୁ ଗୋଟିଏ ପାତ୍ରରେ ଅଙ୍ଗୁରରସ ନେଲେ। ଏଥିପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ କହିଲେ “ଏହି ପାତ୍ର ନିଅ, ଏଥିରେ ଥିବା ଅଙ୍ଗୁରରସ ସମସ୍ତଙ୍କୁ ଦିଅ।” 18 ମୁଁ ତୁମ୍ଭମାନଙ୍କୁ କହୁଛି ପରମେଶ୍ୱରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ପୁନର୍ବାର ଦ୍ରାକ୍ଷାରସ ପାନ କରିବି ନାହିଁ।”
19 ତା’ପରେ ଯୀଶୁ କିଛି ରୋଟୀ ନେଲେ। ରୋଟୀ ପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ ରୋଟୀକୁ ଖଣ୍ଡ ଖଣ୍ଡ କରି ତାହା ପ୍ରେରିତମାନଙ୍କୁ ଦେଲେ। ତା’ପରେ ଯୀଶୁ କହିଲେ, “ଏହି ରୋଟୀ ମୋର ଶରୀର। ଏହା ମୁଁ ତୁମ୍ଭମାନଙ୍କ ପାଇଁ ଦେଉଛି। ମୋତେ ମନେ ରଖିବା ପାଇଁ ଏହା କର।” 20 ସେହିଭଳି ରାତ୍ର ଭୋଜନ ପରେ ଯୀଶୁ ଦ୍ରାକ୍ଷାରସର ପାତ୍ରଟି ଧରି କହିଲେ। “ଏହି ଦ୍ରାକ୍ଷାରସ ଦର୍ଶାଏ ଯେ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ ଗୋଟିଏ ନୂଆ ଚୁକ୍ତି କରି ଅଛନ୍ତି। ମୁଁ ତୁମ୍ଭମାନଙ୍କୁ ଦେଉଥିବା ମୋର ରକ୍ତରେ ଏହି ଚୁକ୍ତି ଆରମ୍ଭ ହୁଏ।” [c]
କିଏ ଯୀଶୁଙ୍କ ବିରୁଦ୍ଧରେ ଉଠିବ?
21 ଯୀଶୁ କହିଲେ, “ତୁମ୍ଭମାନଙ୍କ ଭିତରୁ ଜଣେ ଶୀଘ୍ର ମୋ’ ପ୍ରତି ବିଶ୍ୱାସଘାତକତା କରିବ। ତା’ର ହାତ ମୋ’ ହାତ ପାଖରେ ଏହି ଟେବୁଲ ଉପରେ ଅଛି। 22 ପରମେଶ୍ୱର ଯେପରି ନିରୂପଣ କରିଛନ୍ତି, ମନୁଷ୍ୟପୁତ୍ର ସେହି ଅନୁସାରେ ମୃତ୍ୟୁ ଭୋଗ କରିବେ। କିନ୍ତୁ ମନୁଷ୍ୟପୁତ୍ରଙ୍କୁ ଯେଉଁ ଲୋକ ହତ ହେବା ପାଇଁ ଶତ୍ରୁ ହାତରେ ଦେଇଦେବ, ତା’ ପକ୍ଷରେ ଏହା ବହୁତ ଖରାପ ହେବ।”
23 ତା’ପରେ ପ୍ରେରିତମାନେ ପରସ୍ପର ପଚରା ଉଚରା ହେଲେ, “ଆମ୍ଭ ଭିତରୁ କିଏ ଯୀଶୁଙ୍କ ପ୍ରତି ଏପରି ଆଚରଣ କରିବ?”
ଜଣେ ସେବକ ଭଳି ହୁଅ
24 ସେମାନଙ୍କ ମଧ୍ୟରେ ସବୁଠାରୁ କିଏ ଶ୍ରେଷ୍ଠ ପ୍ରେରିତମାନେ ସେହି ବିଷୟରେ ପରସ୍ପର ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ। 25 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଏହି ସଂସାରର ଦେଶଗୁଡ଼ିକର ରାଜାମାନେ ସେମାନଙ୍କ ଲୋକଙ୍କ ଉପରେ ଶାସନ କରନ୍ତି। ଯେଉଁ ଲୋକମାନଙ୍କର ଅନ୍ୟ ଲୋକଙ୍କ ଉପରେ ଶାସନ କ୍ଷମତା ଥାଏ, ସେମାନେ ଅନ୍ୟ ଲୋକଙ୍କ ପାଇଁ ଉପକାରୀ ବୋଲି ଖ୍ୟାତ ହୁଅନ୍ତି। 26 କିନ୍ତୁ ତୁମ୍ଭେମାନେ ସେମାନଙ୍କ ପରି ନୁହଁ, ବରଂ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ସବୁଠାରୁ ବଡ଼, ସେ ସବୁଠାରୁ ଛୋଟ ହେବା ଉଚିତ୍। ନେତା ସେବକ ଭଳି ହେବା ଉଚିତ୍। 27 ସବୁଠାରୁ ଶ୍ରେଷ୍ଠ ଲୋକ କିଏ? ଟେବୁଲ ପାଖରେ ଖାଇବାକୁ ବସିଥିବା ଲୋକ ନା ତାହାଙ୍କୁ ପରଶୁଥିବା ଲୋକ? ତୁମ୍ଭେମାନେ ଭାବିବ ଯେ ଖାଇବାକୁ ବସିଥିବା ଲୋକଟି ଅଧିକ ମହତ। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ମୁଁ ଜଣେ ସେବକ ଭଳି ରହିଛି।
28 “ଅନେକ ବାଧାବିଘ୍ନ ଭିତର ଦେଇ ତୁମ୍ଭେମାନେ ମୋ’ ସହିତ ରହିଛ। 29 ମୋର ପରମପିତା ମୋତେ ଗୋଟିଏ ରାଜ୍ୟ ଦେଇଛନ୍ତି। ମୋ’ ସହିତ ତୁମ୍ଭେମାନେ ମଧ୍ୟ ତାହା ଉପରେ ଶାସନ କରିବାକୁ ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଉଛି। 30 ମୋ’ ରାଜ୍ୟରେ ମୋ’ ସହିତ ଟେବୁଲ ଉପରେ ତୁମ୍ଭେମାନେ ଖିଆପିଆ କରିବ। ତୁମ୍ଭେମାନେ ସିଂହାସନଗୁଡ଼ିକ ଉପରେ ବସି ଇସ୍ରାଏଲର [d] ବାରଟି ଯାକ ଗୋଷ୍ଠୀର ବିଗ୍ଭର କରିବ।
2010 by World Bible Translation Center