Add parallel Print Page Options

ପ୍ରଭୁଭୋଜ

(ମାର୍କ 14:22-26; ଲୂକ 22:15-20; 1 କରିନ୍ଥୀୟ 11:23-25)

26 ସେମାନେ ଖାଉଥିବା ବେଳେ, ଯୀଶୁ ରୋଟୀ ନେଲେ। ସେହି ରୋଟୀ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ତା'ପରେ ରୋଟୀ ଛିଣ୍ଡେଇଲେ, ତାହାକୁ ଶିଷ୍ୟମାନଙ୍କୁ ଦେଲେ। ଯୀଶୁ କହିଲେ, “ଏହି ରୋଟୀ ନିଅ ଓ ଖାଅ। ଏ ରୋଟୀ ମୋର ଶରୀର।”

27 ତା'ପରେ ସେ ଗୋଟିଏ ଗିନାରେ ଦ୍ରାକ୍ଷାରସ ନେଲେ, ଓ ଏଥିପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେ ସମସ୍ତେ ଏଥିରୁ ପିଅ। 28 ଏ ଦ୍ରାକ୍ଷାରସ ମୋର ରକ୍ତ। ମୋର ରକ୍ତରେ ପରମେଶ୍ୱରଙ୍କଠାରୁ ସେ ତାହାଙ୍କ ଲୋକମାନଙ୍କ ପାଇଁ କରିଥିବା ନୂଆ ଚୁକ୍ତି ଆରମ୍ଭ ହୁଏ। ଅନେକ ଲୋକଙ୍କର ପାପକୁ କ୍ଷମା କରିଦିଆଯିବା ପାଇଁ ଏ ରକ୍ତ ଦିଆ ଯାଉଛି। 29 ମୁଁ ତୁମ୍ଭମାନଙ୍କୁ ଏ କଥା କହି ରଖୁଛି: ମୋର ପରମପିତାଙ୍କ ରାଜ୍ୟରେ ଆମ୍ଭେ ସମସ୍ତେ ଏକାଠି ନ ହେବା ପର୍ଯ୍ୟନ୍ତ ଓ ନୂଆ ଦ୍ରାକ୍ଷାରସର ଅଂଶୀ ହେବା ପର୍ଯ୍ୟନ୍ତ ମୁଁ ଦ୍ରାକ୍ଷାରସ ପୁଣି ପାନ କରିବି ନାହିଁ। ତା'ପରେ ମୁଁ ତୁମ୍ଭମାନଙ୍କ ସହିତ ଏହାକୁ ପାନ କରିବି।”

30 ଏହା ପରେ ସେମାନେ ନିସ୍ତାରପର୍ବର ପ୍ରାର୍ଥନା ଗୀତ ବୋଲିଲେ ଓ ଜୀତପର୍ବତକୁ ଗ୍ଭଲିଗଲେ।

Read full chapter