Add parallel Print Page Options

ନିସ୍ତାରପର୍ବର ଭୋଜି

(ମାଥିଉ 26:17-25; ଲୂକ 22:7-14,21-23; ଯୋହନ 13:21-30)

12 ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନରେ ଯିହୂଦୀମାନେ ‘ନିସ୍ତାରପର୍ବର ମେଣ୍ଢାଛୁଆଟି’[a]କୁ ବଳି ଦିଅନ୍ତି। ସେହି ଦିନ ଯୀଶୁଙ୍କ ପାଖକୁ ତାହାଙ୍କ ଶିଷ୍ୟମାନେ ଆସି ପଗ୍ଭରିଲେ, “ନିସ୍ତାରପର୍ବର ଭୋଜିରେ ଆପଣଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବାକୁ ଆମ୍ଭେ କେଉଁଠାକୁ ଯିବୁ ବୋଲି ଆପଣ ଗ୍ଭହୁଁଛନ୍ତି?”

13 ତା'ପରେ ଯୀଶୁ ନିଜର ଦୁଇଜଣ ଶିଷ୍ୟଙ୍କୁ ନଗରକୁ ପଠାଇଲେ। ଯୀଶୁ ସେମାନଙ୍କୁ କହିଲେ, “ନଗରକୁ ଯାଅ, ତୁମ୍ଭେ ଗୋଟିଏ ଲୋକକୁ ପାଣି ମାଠିଆଟିଏ ନେଇ ଯାଉଥିବାର ଦେଖିବ। ସେହି ଲୋକ ତୁମ୍ଭ ପାଖକୁ ଆସିବ। ତୁମ୍ଭେ ତା'ର ପଛେ ପଛେ ଯିବ। 14 ସେହି ଲୋକ ଗୋଟିଏ ଘରେ ପ୍ରବେଶ କରିବ, ତୁମ୍ଭେ ମଧ୍ୟ ଯାଇ ସେହି ଘରମାଲିକକୁ କହିବ ଯେ, ‘ଗୁରୁ କହି ପଠେଇଛନ୍ତି ମୁଁ ମୋ’ ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବର ଭୋଜି ଯେଉଁ ବଖରାଟିରେ ପାଳନ କରିବି, ସେହି ବଖରାଟି ଦେଖାଅ? ତାହାଙ୍କୁ କୁହ ଯେ ଗୁରୁ ଏହା ଜାଣିବାକୁ ଇଚ୍ଛା କରନ୍ତି।’ 15 ଘର ମାଲିକ ତୁମ୍ଭମାନଙ୍କୁ ଉପର ମହଲାରେ ସମସ୍ତ ବ୍ୟବସ୍ଥା ଥିବା ଗୋଟିଏ ବଡ଼ କୋଠରୀ ଦେଖାଇବେ। ତୁମ୍ଭେ ସେହିଠାରେ ଆମ୍ଭମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କର।”

16 ତା'ପରେ ଶିଷ୍ୟମାନେ ସେଠାରୁ ନଗରକୁ ଗ୍ଭଲିଗଲେ। ଯୀଶୁ ସେମାନଙ୍କୁ ଯାହା କହିଥିଲେ, ସବୁକଥା ସେହିପରି ଘଟିଲା। ସେଠାରେ ସେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ।

17 ସନ୍ଧ୍ୟା ବେଳକୁ ଯୀଶୁ ବାରଜଣଯାକ ପ୍ରେରିତଙ୍କୁ ସାଙ୍ଗରେ ଧରି ସେଠାରେ ଯାଇ ପହଞ୍ଚିଲେ। 18 ସେମାନେ ଖାଉଥିବା ବାଳେ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ବର୍ତ୍ତମାନ ମୋ’ ସାଙ୍ଗରେ ଖାଉଥିବା ତୁମ୍ଭ ଭିତରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।”

19 ଏହା ଶୁଣି ଶିଷ୍ୟମାନେ ବହୁତ ମନ ଦୁଃଖ କଲେ। ପ୍ରତ୍ୟେକେ ଯୀଶୁଙ୍କୁ କହିଲେ, “ନିଶ୍ଚୟ ମୁଁ ସେହି ଲୋକ ନୁହେଁ।”

20 ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ସେହି ଲୋକ ତୁମ୍ଭ ବାରଜଣଙ୍କ ମଧ୍ୟରୁ ଜଣେ, ଯେକି ମୋ’ ସହିତ ବିଶ୍ୱାସଘାତକତା କରିବ। ସେ ମୋ’ ସଙ୍ଗେ ଗୋଟିଏ ଗିନାରେ ରୋଟୀ ବୁଡ଼ାଉଛି। 21 ମନୁଷ୍ୟପୁତ୍ରଙ୍କୁ ଯାଇ ମରିବାକୁ ପଡ଼ିବ। ଏହା ଘଟିବ ବୋଲି ଶାସ୍ତ୍ରରେ ଲେଖାଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ବିଶ୍ୱାସଘାତକତା କରିବ, ସେହି ଲୋକ ଯଦି ଜନ୍ମ ହୋଇ ନ ଥା’ନ୍ତା, ତେବେ ବହୁତ ଭଲ ହୋଇଥା’ନ୍ତା।”

Read full chapter

Footnotes

  1. ମାର୍କ ଲିଖିତ ସୁସମାଗ୍ଭର 14:12 ‘ନିସ୍ତାରପର୍ବର ମେଣ୍ଢାଛୁଆ’ ନିସ୍ତାରପର୍ବ ପାଳନ କରିବା ପରମ୍ପରାରେ ଗୋଟିଏ ମେଣ୍ଢା ଛୁଆକୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଉପହାର ସ୍ୱରୂପ ଅର୍ପଣ କରାଯାଏ। ଯାତ୍ରା ପୁସ୍ତକ 12:3-9