Old/New Testament
ଶାମ୍ଶୋନଙ୍କର ଜନ୍ମ
13 ପୁନର୍ବାର ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ସେହିପରି କାର୍ଯ୍ୟମାନ ଇସ୍ରାଏଲର ଲୋକମାନେ କଲେ। ତେଣୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ହସ୍ତରେ ସେମାନଙ୍କୁ ଗ୍ଭଳିଶ୍ ବର୍ଷ ଯାଏ ସମର୍ପଣ କଲେ।
2 ଏହା ପରେ ସରିୟନିବାସୀ ଜଣେ ଲୋକ ଯାହାର ନାମ ଥିଲା ମାନୋହ। ତାଙ୍କର ଏକ ସ୍ତ୍ରୀ ଥିଲା କିନ୍ତୁ ସେ ଥିଲା ବନ୍ଧ୍ୟା। କାରଣ ସେ କୌଣସି ପିଲାକୁ ଜନ୍ମ ଦେବାକୁ ଅକ୍ଷମ ଥିଲା। 3 ସଦାପ୍ରଭୁ ମାନୋହର ସ୍ତ୍ରୀକୁ ପ୍ରସନ୍ନ ହେଲେ, ଏବଂ ତାଙ୍କୁ କହିଲେ, “ତୁମ୍ଭେ ଆଜି ଯାଏ ପିଲା ଜନ୍ମ କରି ନାହଁ। ତୁମ୍ଭେ ଗର୍ଭବତୀ ହେବ ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦେବ। 4 ତୁମ୍ଭେ କଦାପି ଦ୍ରାକ୍ଷାରସ କି ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସ୍ପର୍ଶ କରିବ ନାହିଁ। କୌଣସି ଅଶୁଚି [a] ସାମଗ୍ରୀ ଖାଇବ ନାହିଁ। ସାବଧାନ ହୁଅ। 5 କାରଣ ତୁମ୍ଭେ ଗର୍ଭବତୀ, ଏବଂ ତୁମ୍ଭେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପାଇଁ ଯାଉଛ। ତା’ର ମସ୍ତକରେ କ୍ଷୁର ଲାଗିବ ନାହିଁ। ସେ ଗର୍ଭରେ ଥିବା ସମୟରୁ ନାସରୀୟ [b]ରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗିତ ହୋଇଅଛି। ସେ ପଲେଷ୍ଟୀୟମାନଙ୍କ କବଳରୁ ଇସ୍ରାଏଲକୁ ଉଦ୍ଧାର କରିବ।”
6 ଏହା ପରେ ସେହି ସ୍ତ୍ରୀଲୋକଜଣକ ତା’ର ସ୍ୱାମୀକୁ କହିଲା ଯାହାସବୁ ଘଟିଗଲା। ସେ କହିଲା, “ପରମେଶ୍ୱରଙ୍କର ଜଣେ ଲୋକ ମୋ’ ନିକଟକୁ ଆସିଲେ ଯିଏ କି ପରମେଶ୍ୱରଙ୍କ ଦୂତପରି ଦେଖାଯାଉଥିଲେ। ସେ ଅତି ଭୟଙ୍କର ଦେଖାଯାଉଥିଲେ। ସେ କେଉଁଠୁ ଆସିଥିଲେ, ମୁଁ ତାଙ୍କୁ ପଗ୍ଭରି ପାରିଲି ନାହିଁ। କିମ୍ବା ସେ ତାଙ୍କର ନାମ ମୋତେ କହିଲେ ନାହିଁ। 7 କିନ୍ତୁ ସେ ମୋତେ କହିଲେ, ‘ତୁମ୍ଭେ ଗର୍ଭବତୀ ହେବ ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦେବ। ତେଣୁ ତୁମ୍ଭେ ଦ୍ରାକ୍ଷାରସ କିମ୍ବା ମାଦକ ଦ୍ରବ୍ୟ ସେବନ କରିବା ଉଚିତ୍ ନୁହଁ କିମ୍ବା ଅଶୁଚି ଖାଦ୍ୟ ଖାଇବା ଉଚିତ୍ ନୁହଁ। କାରଣ ଶିଶୁଟିକୁ ପରମେଶ୍ୱରଙ୍କୁ ସମର୍ପଣ କରାଯିବ। ସେ ଜନ୍ମରୁ ମରଣ ପର୍ଯ୍ୟନ୍ତ ପରମେଶ୍ୱରଙ୍କର ନାସରୀୟ ହେବ।’”
8 ଏହା ପରେ ମାନୋହ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲା, “ହେ ସଦାପ୍ରଭୁ, ତୁମ୍ଭକୁ ବିନୟ କରୁଅଛି, ପରମେଶ୍ୱରଙ୍କର ଲୋକଙ୍କୁ ଆମ୍ଭ ନିକଟକୁ ପୁନର୍ବାର ପଠାଅ। ଯେଉଁ ପିଲା ଜନ୍ମ ନେବ ଆମ୍ଭେ ତା’ ପାଇଁ କି କର୍ତ୍ତବ୍ୟ କରିବୁ। ସେ ଆମ୍ଭମାନଙ୍କୁ କୁହନ୍ତୁ।”
9 ପରମେଶ୍ୱର ମାନୋହର ପ୍ରାର୍ଥନା ଶୁଣିଲେ। ସେହି ସଦାପ୍ରଭୁଙ୍କର ଦୂତ ପୁନ୍ନରାୟ ସେହି ସ୍ତ୍ରୀଲୋକ ପାଖକୁ ଆସିଲେ, ସେହି ସ୍ତ୍ରୀ ଜଣକ ଯେତେବେଳେ କ୍ଷେତରେ ତାଙ୍କ ସ୍ୱାମୀଙ୍କ ବିନା ଏକା ଥିଲେ, ସେହି ସମୟରେ ଦୂତ ତାଙ୍କ ନିକଟକୁ ଆସିଲେ। 10 ତେଣୁ ସ୍ତ୍ରୀଲୋକଟି ତାଙ୍କ ସ୍ୱାମୀ ନିକଟକୁ ଶୀଘ୍ର ଦୌଡ଼ି ଗଲା ଓ କହିଲା, “ସେଦିନ ଯେଉଁ ଲୋକ ମୋ’ ନିକଟକୁ ଆସିଥିଲେ ସେ ଲୋକ ପୁନର୍ବାର ଦେଖା ଦେଲେ।”
11 ମାନୋହ ଉଠି ତାଙ୍କ ସ୍ତ୍ରୀଙ୍କ ପଛେ ପଛେ ଗଲା। ଏବଂ ମାନୋହ ତାଙ୍କୁ ପଗ୍ଭରିଲେ, “ଆପଣ କ’ଣ ସେହି ଲୋକ ଯିଏ କି ମୋ’ ସ୍ତ୍ରୀଙ୍କୁ ଆଗରୁ ଦେଖା ଦେଇଥିଲେ?”
ଦୂତ ଜଣକ କହିଲେ “ହଁ, ମୁଁ?”
12 ତେଣୁ ମାନୋହ କହିଲା, “ଯେବେ ତୁମ୍ଭର ବାକ୍ୟ ପୂରଣ ହେଉଛି, ବାଳକର ଜୀବନ ପ୍ରତି କି ପ୍ରକାର କାର୍ଯ୍ୟ ପ୍ରଦର୍ଶନ ହେବ? ସେ କ’ଣ କରିବ?”
13 ସଦାପ୍ରଭୁଙ୍କର ଦୂତ ମାନୋହକୁ କହିଲେ, “ମୁଁ ଯାହା କହିଲି, ତୁମ୍ଭର ସ୍ତ୍ରୀ ସମସ୍ତ ପାଳନ କରିବା ଉଚିତ୍। 14 ସେ ଦ୍ରାକ୍ଷାରସ କିମ୍ବା କୌଣସି ମାଦକ ଦ୍ରବ୍ୟ ପାନ କରିବା ଉଚିତ୍ ନୁହଁ। ସେ କୌଣସି ଅଶୁଚି ଖାଦ୍ୟ ଭୋଜନ କରିବା ଉଚିତ୍ ନୁହଁ। ମୁଁ ତାଙ୍କୁ ଯେଉଁ ଆଜ୍ଞା ଦେଇଅଛି ସେଗୁଡ଼ିକୁ ସେ ପାଳନ କରନ୍ତୁ।”
15 ଏହା ପରେ ମାନୋହ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, “ବିନୟ କରୁଅଛୁ, ଆପଣ ଆମ୍ଭ ସହିତ କିଛି ସମୟ ରୁହନ୍ତୁ। ଆମ୍ଭେ ଆପଣଙ୍କ ପାଇଁ ଏକ ଯୁବାଛେଳି ପ୍ରସ୍ତୁତ କରିବୁ।”
16 ସଦାପ୍ରଭୁଙ୍କର ଦୂତ ମାନୋହଙ୍କୁ କହିଲେ, “ତୁମ୍ଭେ ମୋତେ ଅଟକାଇ ରଖିଲେ ବି ମୁଁ ତୁମ୍ଭର ଖାଦ୍ୟ ଖାଇବି ନାହିଁ। ଯଦି ତୁମ୍ଭେ ଇଚ୍ଛାକର ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିପାର।” ସେ ମନୁଷ୍ୟ ଯେ ସଦାପ୍ରଭୁଙ୍କର ଦୂତ ଏ କଥା ମାନୋହ ଜାଣି ନ ଥିଲା।
17 ଏହା ପରେ ମାନୋହ ପଗ୍ଭରିଲା, ସଦାପ୍ରଭୁ, “ଆପଣଙ୍କର ନାମ କ’ଣ? ଆପଣଙ୍କ ବାକ୍ୟ ସଫଳ ହେଲେ ଆମ୍ଭେମାନେ ଆପଣଙ୍କର ପ୍ରଶଂସା କରିବୁ।”
18 ସଦାପ୍ରଭୁଙ୍କର ଦୂତ କହିଲେ, “ତୁମ୍ଭେ ମୋ’ ନାମ କାହିଁକି ପଗ୍ଭରୁଛ? ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଅଟେ।”
19 ଏହା ପରେ ମାନୋହ ଏକ ଛେଳି ଓ ତହିଁର ଶସ୍ୟ ନୈବେଦ୍ୟ ସଦାପ୍ରଭୁଙ୍କୁ ଉତ୍ସର୍ଗ କଲା, ଏବଂ ସେ ଏକ ଅଦ୍ଭୂତ କାର୍ଯ୍ୟ କଲେ, ଯେତେବେଳେ ମାନୋହ ଓ ତା’ର ସ୍ତ୍ରୀ ଦେଖୁଥିଲେ। 20 ମାନୋହ ଏବଂ ତାଙ୍କର ସ୍ତ୍ରୀ କ’ଣ ସବୁ ଘଟୁଛି ତାହା ଦେଖୁଥା’ନ୍ତି। ଯେତେବେଳେ ଅଗ୍ନିଶିଖା ଯଜ୍ଞବେଦିରୁ ଆକାଶକୁ ଉଠିଲା, ସେତେବେଳେ ସଦାପ୍ରଭୁଙ୍କ ଦୂତ ଅଗ୍ନି ସହିତ ସ୍ୱର୍ଗକୁ ଗ୍ଭଲିଗଲେ।
ଏହା ପରେ ସେହି ଦମ୍ପତ୍ତି ଭୂମିରେ ପଡ଼ିଗଲେ। 21 ବାସ୍ତବରେ ମାନୋହ ବୁଝିପାରିଲେ ଯେ ସେ ହେଉଛନ୍ତି ସଦାପ୍ରଭୁଙ୍କର ଦୂତ। ଏହା ପରେ ସଦାପ୍ରଭୁଙ୍କର ଦୂତ ଆଉ ମାନୋହ ଓ ତାଙ୍କର ସ୍ତ୍ରୀକୁ କେବେ ପୁଣି ଦେଖା ଦେଲେ ନାହିଁ। 22 ମାନୋହ ତାଙ୍କ ସ୍ତ୍ରୀଙ୍କୁ କହିଲା, “ଆମ୍ଭେ ପରମେଶ୍ୱରଙ୍କର ଦର୍ଶନ ପାଇଲୁ। ଆମ୍ଭେ ନିଶ୍ଚିତ ମରିବା!”
23 କିନ୍ତୁ ତା’ର ସ୍ତ୍ରୀ ଉତ୍ତର ଦେଲା, “ସଦାପ୍ରଭୁ ଆମ୍ଭକୁ ମାରିବାକୁ ଗ୍ଭହାନ୍ତି ନାହିଁ। ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମାରିବାକୁ ଗ୍ଭହିଁଥା’ନ୍ତେ, ତେବେ ସେ ଆମ୍ଭର ହୋମବଳି ଓ ଶସ୍ୟ ନୈବେଦ୍ୟ ଗ୍ରହଣ କରି ନ ଥା’ନ୍ତେ। ସେ ଆମ୍ଭକୁ ଏପରି ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖାଇ ନ ଥା’ନ୍ତେ ଓ ଏହିସବୁ କଥା କହି ନ ଥା’ନ୍ତେ।”
24 ଏହା ପରେ ସେହି ସ୍ତ୍ରୀ ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। ସେ ତାଙ୍କର ନାମ ଶାମ୍ଶୋନ୍ ରଖିଲେ। ଶାମ୍ଶୋନ୍ ସଦାପ୍ରଭୁଙ୍କର ଆଶୀର୍ବାଦରେ ବଢ଼ିବାକୁ ଲାଗିଲେ। 25 ସଦାପ୍ରଭୁଙ୍କର ଆତ୍ମା ତା’ର ଅନ୍ତରରେ କାମ କରିବାକୁ ଆରମ୍ଭ କଲା, ଯେତେବେଳେ ସେ ମହନୀ-ଦାନରେ ଥିଲା, ଯାହାକି ସରିୟ ଓ ଇଷ୍ଟାୟୋଲ ନଗର ଦ୍ୱୟ ମଧ୍ୟରେ ଥିଲା।
ଶାମ୍ଶୋନଙ୍କର ବିବାହ
14 ଶାମ୍ଶୋନ୍ ତିମ୍ନାକୁ ଯାଇ ସେ ସ୍ଥାନରେ ପଲେଷ୍ଟୀୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ସ୍ତ୍ରୀକୁ ଦେଖିଲେ। 2 ସେ ଗୃହକୁ ଫେରି ତାଙ୍କର ପିତାମାତାଙ୍କୁ ଏ କଥା କହିଲେ, “ମୁଁ ତିମ୍ନାରେ ପଲେଷ୍ଟୀୟ କନ୍ୟା ଦେଖିଅଛି। ମୁଁ ତାଙ୍କୁ ବିବାହ କରିବାକୁ ଗ୍ଭହେଁ।”
3 ତାଙ୍କର ପିତାମାତା ତାଙ୍କୁ କହିଲେ, “ଆମ୍ଭର ସମ୍ପର୍କୀୟ ମଧ୍ୟରେ ଇସ୍ରାଏଲରେ ତୁମ୍ଭର ସ୍ତ୍ରୀ ହେବାକୁ କନ୍ୟା ନାହାନ୍ତି ଯେ, ତୁମ୍ଭେ ଅସୁନ୍ନତ ପଲେଷ୍ଟୀୟମାନଙ୍କ ମଧ୍ୟରୁ ଜଣକୁ ସ୍ତ୍ରୀ କରିବ?”
କିନ୍ତୁ ଶାମ୍ଶୋନ୍ ଉତ୍ତର ଦେଲେ, “ମୋତେ ସେହି ଯୁବତୀ ଆଣି ଦିଅ! ମୁଁ କେବଳ ସେହି ଯୁବତୀକୁ ବିବାହ କରିବାକୁ ଗ୍ଭହେଁ।” 4 ଶାମ୍ଶୋନଙ୍କର ପିତାମାତା ଜାଣି ପାରିଲେ ନାହିଁ ଯେ, ସଦାପ୍ରଭୁ ଏହିପରି ଯୋଜନା କରିଥିଲେ। ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ସୁଯୋଗ ଖୋଜୁଥିଲେ ଏବଂ ସେମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ ଏକ କାରଣ ଖୋଜୁଥିଲେ। ସେହି ସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ଉପରେ ରାଜତ୍ୱ କରୁଥିଲେ।
5 ଶାମ୍ଶୋନ୍ ତାଙ୍କର ପିତାମାତାଙ୍କ ସହିତ ତିମ୍ନାକୁ ଗଲେ। ସେମାନେ ଦ୍ରାକ୍ଷାକ୍ଷେତ୍ର ନିକଟରେ ପହଞ୍ଚିଲା ମାତ୍ରେ ଏକ ଯୁବା ସିଂହ ଗର୍ଜନ କରି ଶାମ୍ଶୋନ୍ ଉପରକୁ କୁଦା ମାରିଲା। 6 ଶାମ୍ଶୋନ୍ ନିକଟକୁ ସଦାପ୍ରଭୁଙ୍କର ଆତ୍ମା ଆସିବା କ୍ଷଣି ସେ ଶକ୍ତିଶାଳୀ ହେବାକୁ ଲାଗିଲେ। ଏହା ପରେ ସେ ଖାଲି ହାତରେ ଛେଳି ଛୁଆକୁ ଚିରିଲା ପରି ସେହି ସିଂହକୁ ଚିରି ବିଦୀର୍ଣ୍ଣ କରି ପକାଇଲେ। ସେ କ’ଣ କରିଛନ୍ତି, ସେ ତାଙ୍କ ପିତାମାତାଙ୍କୁ ସେ ବିଷୟରେ କିଛି କହିଲେ ନାହିଁ।
7 ଏହିପରି ଭାବରେ ଶାମ୍ଶୋନ୍ ନଗରକୁ ଯାଇ ପଲେଷ୍ଟୀୟ ସ୍ତ୍ରୀଲୋକଟି ସହିତ କଥା ହେଲେ। ସେହି ସ୍ତ୍ରୀଲୋକଟି ଶାମ୍ଶୋନଙ୍କୁ ପସନ୍ଦ କଲା। 8 କିଛି ଦିନ ପରେ, ସେ ସେହି ସ୍ତ୍ରୀଲୋକଟିକୁ ବିବାହ କରିବାକୁ ଆସିଲେ। ସେହି ରାସ୍ତାରେ ସେ ସେହି ମୃତ ସିଂହର ଶରୀରକୁ ଦେଖିଲେ। ସେ ଦେଖିଲେ ଯେ, କିଛି ମହୁମାଛି ସେଥିରେ ମହୁ ଫେଣା ତିଆରି କରିଛନ୍ତି। 9 ଶାମ୍ଶୋନ୍ ହାତରେ କିଛି ମହୁ ସେଥିରୁ ଆଣିଲେ। ମହୁ ଖାଇଖାଇ ଯିବା ବାଟରେ ସେ ତାଙ୍କ ପିତାମାତାଙ୍କ ନିକଟରେ ପହଞ୍ଚିବା ପରେ, ତାଙ୍କୁ କିଛି ମହୁ ଖାଇବାକୁ ଦେଲେ। ସେ ଏଥିରୁ ବହୁତ ଖାଇଲେ। କିନ୍ତୁ ଶାମ୍ଶୋନ୍ ଏହି ମହୁ ଏକ ମୃତ ସିଂହର ଶରୀରରୁ ଅଣା ଯାଇଛି ବୋଲି କିଛି କହିଲେ ନାହିଁ।
10 ଶାମ୍ଶୋନଙ୍କର ପିତା ସେହି ପଲେଷ୍ଟୀୟ ସ୍ତ୍ରୀଲୋକଟିକୁ ଦେଖିବାକୁ ଗଲେ। ଏପରି ପ୍ରଥା ଥିଲା ଯେ ଯେଉଁଥିପାଇଁ ସେମାନେ ସେଠାରେ ଏକ ଭୋଜି ଦେଲେ। 11 ସେମାନେ ଶାମ୍ଶୋନ୍କୁ ଦେଖିବା ପରେ ତାହାଙ୍କ ସଙ୍ଗେ ସଙ୍ଗେ ରହିବା ପାଇଁ ତିରିଶ୍ ଜଣ ମିତ୍ର ଆଣିଲେ।
12 ଏହା ପରେ ଶାମ୍ଶୋନ୍ ସେହି ତିରିଶ୍ ଜଣ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଏକ ରହସ୍ୟାବୃତ ପ୍ରଶ୍ନ କହିବାକୁ ଗ୍ଭହେଁ। ତୁମ୍ଭେମାନେ ଯେବେ ଏହି ଭୋଜିର ସାତ ଦିନ ମଧ୍ୟରେ ତହିଁର ଅର୍ଥ ବାହାର କରି ମୋତେ ଜଣାଇବ। ତେବେ ତୁମ୍ଭମାନଙ୍କୁ ମୁଁ ତିରିଶ୍ ରେଶମବସ୍ତ୍ର ଓ ତିରିଶ୍ ଯୋଡ଼ା ପୋଷାକ ଦେବି। 13 ଯଦି ତୁମ୍ଭେ କେହି ଉତ୍ତର ବାହାର କରି ନ ପାର, ତେବେ ତୁମ୍ଭେମାନେ ମୋତେ ତିରିଶ୍ଟି ମସିନା ବସ୍ତ୍ର ଓ ତିରିଶ୍ଟି ସାଜ ପୋଷାକ ଦେବ।” ତେଣୁ ସେହି ତିରିଶ୍ ଜଣ ଲୋକ ପଗ୍ଭରିଲେ, “ତୁମ୍ଭେ ତୁମ୍ଭର ପ୍ରହେଳିକା କୁହ, ଆମ୍ଭେ ତାକୁ ଶୁଣିବାକୁ ଗ୍ଭହୁଁଅଛୁ।”
14 ଶାମ୍ଶୋନ୍ ସେମାନଙ୍କୁ ସେହି ପ୍ରହେଳିକା ଶୁଣାଇଲେ।
“ଖାଦକଠାରୁ ଖାଦ୍ୟ
ଓ ବଳବାନଠାରୁ ମିଷ୍ଟତା ନିର୍ଗତ ହେଲା।”
ମାତ୍ର ସେମାନେ ତିନି ଦିନ ଯାଏ ପ୍ରହେଳିକାର ଅର୍ଥ ଜଣାଇ ପାରିଲେ ନାହିଁ।
15 କିନ୍ତୁ ସେମାନେ ସେହି ଗ୍ଭତୁର୍ଯ୍ୟ ପ୍ରଶ୍ନ ତିନି ଦିନରେ ବାହାର କରି ପାରିଲେ ନାହିଁ। ଚତୁର୍ଥ ଦିନରେ [c] ସେମାନେ ଶାମ୍ଶୋନଙ୍କର ସ୍ତ୍ରୀଙ୍କୁ କହିଲେ, ଗ୍ଭତୁର୍ଯ୍ୟ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ତୁମ୍ଭେ ସ୍ୱାମୀଙ୍କୁ କୁହ, ନ ହେଲେ ଆମ୍ଭେମାନେ ତୁମ୍ଭକୁ ଓ ତୁମ୍ଭର ପିତୃଗୃହକୁ ଅଗ୍ନିରେ ଦଗ୍ଧ କରିବୁ। “ତୁମ୍ଭେ ଆମ୍ଭମାନଙ୍କୁ ଗରିବ କରିବା ପାଇଁ ନିମନ୍ତ୍ରଣ କଲ କି?”
16 ଶାମ୍ଶୋନ୍ର ସ୍ତ୍ରୀ ତା’ର ସ୍ୱାମୀଙ୍କ ନିକଟକୁ ଗଲା ଏବଂ ସେଠାରେ ଅତିଶୟ କ୍ରନ୍ଦନ କରିବାକୁ ଲାଗିଲା, ସେ କହିଲା, “ତୁମ୍ଭେ ମୋତେ ଘୃଣା କର! ତୁମ୍ଭେ ମୋତେ ଭଲ ପାଅ ନାହିଁ! ତୁମ୍ଭେ ମୋର ଲୋକମାନଙ୍କୁ ଏକ ପ୍ରହେଳିକା ଶୁଣାଇଲ, ଯାହାକି ମୋତେ ତୁମ୍ଭେ ବୁଝାଇ ନାହଁ।”
ଶାମ୍ଶୋନ୍ ତାଙ୍କୁ ଉତ୍ତର ଦେଲେ, “ମୁଁ ମୋର ପିତାମାତାଙ୍କୁ କହି ନାହିଁ, ତୁମ୍ଭଙ୍କୁ କାହିଁକି ମୁଁ କହିବି?”
17 ଶାମ୍ଶୋନ୍ର ସ୍ତ୍ରୀ ଅବଶିଷ୍ଟ ସାତ ଦିନ ଯାକ କାନ୍ଦିଲା। ତେଣୁ ଶେଷରେ ଭୋଜିର ସପ୍ତମ ଦିନରେ ଶାମ୍ଶୋନ୍ ପ୍ରହେଳିକାର ଉତ୍ତର ତାଙ୍କୁ କହିଲେ। ସେ ଉତ୍ତରଟି ତାଙ୍କୁ କହିଲେ, କାରଣ ସେ ତାଙ୍କୁ ହଇରାଣ କରିବାକୁ ଲାଗିଲା। ତା’ପରେ ସେ ଯାଇ ତା’ର ଲୋକମାନଙ୍କୁ ସେହି ଉତ୍ତର କହି ଦେଲା।
18 ତେଣୁ ସପ୍ତମ ଦିନର ସୂର୍ଯ୍ୟାସ୍ତ ଠିକ୍ ପୂର୍ବରୁ ଭୋଜିର ଶେଷ ଦିନ ପଲେଷ୍ଟୀୟ ଲୋକମାନେ ସେହି ଉତ୍ତର କହି ଦେଲେ,
“ମଧୁଠାରୁ ମଧୁର ଆଉ କ’ଣ?
ସିଂହଠାରୁ ଅଧିକ ଶକ୍ତିଶାଳୀ କିଏ?”
ଶାମ୍ଶୋନ୍ ସେମାନଙ୍କୁ କହିଲେ,
“ଯଦି ତୁମେ ମୋର ଗାଈରେ ହଳ କରି ନ ଥା’ନ୍ତ
ମୋର ପ୍ରହେଳିକାର ଉତ୍ତର ଦେଇପାରି ନ ଥା’ନ୍ତ।”
19 ଶାମ୍ଶୋନ୍ ଏଥିରେ ବହୁତ ରାଗିଗଲେ। ତାଙ୍କ ଉପରକୁ ସଦାପ୍ରଭୁଙ୍କ ଆତ୍ମା ବହୁତ ଶକ୍ତିଶାଳୀ ଭାବରେ ଆସିଲେ। ସେ ଅସ୍କିଲୋନକୁ ଯାଇ ସେଠାରେ ତିରିଶ୍ ଜଣଙ୍କୁ ହତ୍ୟା କଲେ। ସେ ସେମାନଙ୍କର ବସ୍ତ୍ର ନେଇ ପ୍ରହେଳିକାର ଅର୍ଥକାରୀମାନଙ୍କୁ ଗୋଟିଏ ଗୋଟିଏ ଯୋଡ଼ା ବସ୍ତ୍ର ଦେଲେ। କିନ୍ତୁ ତା’ର କ୍ରୋଧ ପ୍ରଜ୍ୱଳିତ ହେବାରୁ, ସେ ଆପଣାର ପିତୃଗୃହକୁ ଗ୍ଭଲିଗଲେ। 20 ଶାମ୍ଶୋନ୍ ତାଙ୍କ ସହିତ ତାଙ୍କର ସ୍ତ୍ରୀକୁ ନେଲେ ନାହିଁ। ବିବାହରେ ତାଙ୍କର ସାଙ୍ଗମାନଙ୍କ ମଧ୍ୟରୁ ଜଣେ ଉତ୍ତମ ବନ୍ଧୁର ସେ ସ୍ତ୍ରୀ ହେଲେ।
ଶାମ୍ଶୋନ୍ ପଲେଷ୍ଟୀୟମାନଙ୍କ ପାଇଁ ଅସୁବିଧା କଲେ
15 ଅମଳ ସମୟରେ ଶାମ୍ଶୋନ୍ ଗୋଟିଏ ଯୁବା ଛେଳି ଉପହାର ଧରି ନିଜର ସ୍ତ୍ରୀକୁ ଦେଖିବାକୁ ଗଲେ ଏବଂ ସେ କହିଲେ, “ମୁଁ ମୋର ସ୍ତ୍ରୀକୁ ଦେଖିବାକୁ ଯାଇପାରେ କି?”
କିନ୍ତୁ ସେଥିରେ ତା’ର ପିତା ଶାମ୍ଶୋନ୍କୁ ଯିବାକୁ ଅନୁମତି ଦେଲେ ନାହିଁ। 2 ତାଙ୍କର ପିତା ଶାମ୍ଶୋନଙ୍କୁ କହିଲେ, “ମୁଁ ଭାବିଲି ଯେ ତୁମ୍ଭେ ତାଙ୍କୁ ଅତ୍ୟନ୍ତ ଘୃଣା କର। ଏଣୁ ମୁଁ ତାହାକୁ ତୁମ୍ଭ ମିତ୍ରଙ୍କୁ ଦେଲି। ତା’ର ସାନ ଭଉଣୀ ତା’ଠାରୁ ବହୁତ ସୁନ୍ଦର ତାହାକୁ ଗ୍ରହଣ କର।”
3 କିନ୍ତୁ ଶାମ୍ଶୋନ୍ ତାଙ୍କୁ କହିଲେ, “ପଲେଷ୍ଟୀୟମାନଙ୍କୁ ଦୁଃଖ ଦେବା ପାଇଁ ଗୋଟିଏ ଭଲ କାରଣ ମିଳିଗଲା। ମୋତେ ଆଉ କୌଣସି ଲୋକ ଦୋଷାରୋପ କରି ପାରିବେ ନାହିଁ।”
4 ଏହା ପରେ ଶାମ୍ଶୋନ୍ 300 ବିଲୁଆ ଧରି ଯୋଡ଼ା ଯୋଡ଼ା କରି ଗୋଟିଏର ଲାଙ୍ଗୁଡ଼କୁ ଅନ୍ୟ ଗୋଟିଏ ଲାଙ୍ଗୁଡ଼ରେ ବାନ୍ଧି ଦେଲେ। ତା’ପରେ ସେ ପ୍ରତ୍ୟେକର ଯୋଡ଼ାଏ ଲାଙ୍ଗୁଡ଼ରେ ଏକ ମଶାଲ ବାନ୍ଧି ଦେଲେ। 5 ତହୁଁ ସେ ମଶାଲ ଜଳାଇ ପଲେଷ୍ଟୀୟମାନଙ୍କ ବଢ଼ନ୍ତା କ୍ଷେତ ମଧ୍ୟକୁ ସେମାନଙ୍କୁ ଛାଡ଼ି ଦେଲେ। ଯେତେବେଳେ ସେମାନେ ଶସ୍ୟବିଡ଼ାର କ୍ଷେତ ଦେଇ, ଦ୍ରାକ୍ଷାକ୍ଷେତ୍ର ଦେଇ ଏବଂ ଅଲିଭ୍ କ୍ଷେତ ଦେଇ ଗଲେ, ସବୁକିଛି ପୋଡ଼ି ପାଉଁଶ ହୋଇଗଲା।
6 ପଲେଷ୍ଟୀୟ ଲୋକମାନେ ପଗ୍ଭରିଲେ, “ଏପରି କିଏ କଲା?”
କେହି ଜଣେ ତାଙ୍କୁ କହିଲା, “ଶାମ୍ଶୋନ୍ ଯେ କି ତିମ୍ନୀୟର ଜ୍ଜାଇଁ ଏପରି କରିଅଛି। ସେ ଏପରି କରିଛନ୍ତି କାରଣ ତାଙ୍କର ଶ୍ୱଶୁର ଶାମ୍ଶୋନଙ୍କର ଭାର୍ଯ୍ୟାଙ୍କୁ ତାଙ୍କର ବନ୍ଧୁଙ୍କୁ ବିବାହ ଦେଇ ଦେଲେ।” ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କର ସ୍ତ୍ରୀ ଓ ତାଙ୍କ ସ୍ତ୍ରୀର ପିତାଙ୍କୁ ଅଗ୍ନିରେ ଦଗ୍ଧ କଲେ।
7 ଶାମ୍ଶୋନ୍ ପଲେଷ୍ଟୀୟ ଲୋକମାନଙ୍କୁ କହିଲେ, “ତୁମ୍ଭେ ମୋ’ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିଅଛ। ମୁଁ ମଧ୍ୟ ତୁମ୍ଭ ପ୍ରତି ଖରାପ ବ୍ୟବହାର ଦେଖାଇବି, ମୁଁ ତୁମ୍ଭ ଉପରେ ପ୍ରତିଶୋଧ ନ ନେବା ପର୍ଯ୍ୟନ୍ତ ଚୁପ୍ ହେବି ନାହିଁ।”
8 ଏହା ପରେ ଶାମ୍ଶୋନ୍ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। ସେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ହତ୍ୟା କଲେ। ଏବଂ ଏହା ପରେ ସେ ଏକ ଗୁମ୍ଫାରେ ଯାଇ ବାସ କଲେ ଯେଉଁ ଗୁମ୍ଫାର ନାମ ଥିଲା ଏଟମ୍ ଶୈଳ।
9 ତେଣୁ ପଲେଷ୍ଟୀୟମାନେ ଯାଇ ଯିହୁଦା ଦେଶରେ ଛାଉଣି ସ୍ଥାପନ କରି ଲିହୀରେ ବ୍ୟାପି ରହିଲେ। ସେମାନଙ୍କର ସୈନ୍ୟ ଯୁଦ୍ଧ ପାଇଁ ସେଠାରେ ନିଜକୁ ପ୍ରସ୍ତୁତ କଲେ। 10 ସେମାନଙ୍କର ସୈନ୍ୟମାନେ ସେଠାରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଲେ, ଯିହୁଦା ପରିବାରବର୍ଗର ଲୋକମାନେ ସେମାନଙ୍କୁ ପଗ୍ଭରିଲେ, “ହେ ପଲେଷ୍ଟୀୟଗଣ, ତୁମ୍ଭେମାନେ କାହିଁକି ଆମ୍ଭ ସହିତ ଯୁଦ୍ଧ କରିବା ପାଇଁ ଆସିଛ?”
ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଶାମ୍ଶୋନଙ୍କୁ ନେବା ପାଇଁ ଆସିଅଛୁ। ଆମ୍ଭେ ତାଙ୍କୁ ଆମ୍ଭର ବନ୍ଦୀ କରିବାକୁ ଗ୍ଭହୁଁ। ସେ ଆମ୍ଭର ଲୋକଙ୍କ ସହିତ ଯାହା କଲେ, ଆମ୍ଭେ ତାଙ୍କୁ ଦଣ୍ତ ଦେବା ପାଇଁ ଗ୍ଭହୁଁ।”
11 ଏହା ପରେ ଯିହୁଦାର 3000 ପରିବାରବର୍ଗ ଶାମ୍ଶୋନଙ୍କ ଏଟମ୍ ଶୈଳର ଗୁମ୍ଫା ନିକଟକୁ ଗଲେ ଏବଂ ତାଙ୍କୁ କହିଲେ, “ତୁମ୍ଭେ କ’ଣ ଜାଣ ନାହିଁ ପଲେଷ୍ଟୀୟମାନେ ହେଉଛନ୍ତି ଆମ୍ଭର ପ୍ରଭୁ? ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ?”
ଶାମ୍ଶୋନ୍ ସେମାନଙ୍କୁ ଉତ୍ତର ଦେଲେ, ଯେ “ସେମାନେ ମୋ’ ପାଇଁ ଯେପରି କଲେ, ମୁଁ ତାଙ୍କ ପାଇଁ ସେହିପରି କଲି।”
12 ଏହା ପରେ ସେମାନେ ଶାମ୍ଶୋନଙ୍କୁ କହିଲେ, “ଆମ୍ଭେମାନେ ଆସିଛୁ ତୁମ୍ଭକୁ ବାନ୍ଧି ପଲେଷ୍ଟୀୟମାନଙ୍କୁ ଦେବୁ।”
ଶାମ୍ଶୋନ୍ ଯିହୁଦା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରତିଜ୍ଞା କର ତୁମ୍ଭେମାନେ ମୋତେ ହତ କରିବ ନାହିଁ।”
13 ଯିହୁଦାର ଲୋକମାନେ କହିଲେ, “ଆମ୍ଭେ ଏହି ପ୍ରସ୍ଥାବରେ ରାଜିଅଛୁ। ଆମ୍ଭେ କେବଳ ତୁମ୍ଭକୁ ଧରିବୁ ଏବଂ ପଲେଷ୍ଟୀୟମାନଙ୍କୁ ହସ୍ତାନ୍ତର କରିଦେବୁ। ଆମ୍ଭେ ପ୍ରତିଜ୍ଞା କରୁଛୁ ତୁମ୍ଭକୁ କେବେ ହତ୍ୟା କରିବୁ ନାହିଁ।” ତେଣୁ ସେମାନେ ଦୁଇଟି ନୂତନ ରସିରେ ଶାମ୍ଶୋନ୍କୁ ବାନ୍ଧି ଶୈଳ ବାହାରକୁ ଆଣିଲେ।
14 ସେ ଯେତେବେଳେ ଲିହୀ ରାଜ ପ୍ରାସାଦରେ ପହଞ୍ଚିଲେ, ପଲେଷ୍ଟୀୟ ଲୋକମାନେ ତାଙ୍କୁ ଦେଖିବାକୁ ଆସିଲେ। ସେମାନେ ଖୁସୀରେ ଜୟ ଜୟ ଧ୍ୱନି କରୁଥିଲେ। ଏହା ପରେ ତାଙ୍କ ଉପରକୁ ସଦାପ୍ରଭୁଙ୍କର ଆତ୍ମା ଯେତେବେଳେ ଆସିଲା, ସେ ଶକ୍ତିଶାଳୀ ହୋଇ ଉଠିଲେ। ଶାମ୍ଶୋନ୍ ଦୌଡ଼ିଟିକୁ ଛିଣ୍ତାଇ ଦେଲେ, ତାଙ୍କ ହାତରୁ ଦଉଡ଼ିଗୁଡ଼ିକ ମିଳାଇ ଗଲାପରି ଏବଂ ପୋଡ଼ାସୂତା ପରି ଝରି ପଡ଼ିଲା। 15 ଶାମ୍ଶୋନ୍ ଗୋଟିଏ ଗଧର କଞ୍ଚା ଥୋମଣି ପାଇଲେ ସେ ସେଥିରେ ସେଠାରେ ଥିବା 1000 ପଲେଷ୍ଟୀୟମାନଙ୍କୁ ହତ୍ୟା କଲେ।
16 ଏହା ପରେ ଶାମ୍ଶୋନ୍ କହିଲେ,
“ଗଧର ହନୁହାଡ଼ ଫୁଙ୍ଗି
ମୁଁ 1000 ପୁରୁଷ ପଦାକଲି!”
17 ଯେତେବେଳେ ଶାମ୍ଶୋନ୍ ଏ କଥା କହିଲେ, ତା’ପରେ ସେ ଗଧର ହନୁହାଡ଼କୁ ଫିଙ୍ଗି ଦେଲେ, ଏହା ପରେ ସେହି ସ୍ଥାନର ନାମ ରାମତ୍ଲିହୀ [d] (ଥୋମଣି ଗିରି) ରହିଲା।
18 ଶାମ୍ଶୋନ୍ ବହୁତ ତୃଷାର୍ତ୍ତ ଥିଲେ। ତେଣୁ ସେ ସଦାପ୍ରଭୁଙ୍କୁ ନିବେଦନ କଲେ, “ମୁଁ ତୁମ୍ଭର ଦାସ, ତୁମ୍ଭେ ମୋତେ ମହତ ବିଜୟ ଦେଇଅଛ। ଏବେ ମୁଁ ଶୋଷରେ ମରୁଛି। ମୁଁ ଅସୁନ୍ନତ ଲୋକମାନଙ୍କ ହସ୍ତରେ ପଡ଼ିବାକୁ ଯାଉଛି, ତେଣୁ ମୋତେ ରକ୍ଷା କର।”
19 ପରମେଶ୍ୱର ଲିହୀସ୍ଥିତ ଏକ ଖୋଲ ବିଦୀର୍ଣ୍ଣ କରିବାରୁ ତହିଁରୁ ଜଳ ନିର୍ଗତ ହେଲା। ଶାମ୍ଶୋନ୍ ସେହି ଜଳ ପାନ କଲେ ଏବଂ ତାଙ୍କର ଶକ୍ତି ଫେରି ଆସିଲା। ସେ ଏହି ସ୍ଥାନର ନାମ ଐନ୍ହକ୍କରୀ [e] ଦେଲେ। ଯାହାକି ଏବେ ପର୍ଯ୍ୟନ୍ତ ଲିହୀରେ ଅଛି।
20 ତେଣୁ ଶାମ୍ଶୋନ୍ ଇସ୍ରାଏଲର ଲୋକମାନଙ୍କ ଉପରେ ବିଗ୍ଭରକର୍ତ୍ତା ହୋଇ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ରହିଲେ। ଯାହାକି ପଲେଷ୍ଟୀୟମାନଙ୍କର ସମୟ କାଳ ଥିଲା।
ତୁମ୍ଭର ଶତ୍ରୁକୁ ପ୍ରେମ କର(A)
27 “ତୁମ୍ଭେମାନେ ଯେଉଁମାନେ ମୋ’ କଥା ଶୁଣୁଛ, ମୁଁ ସେହିମାନଙ୍କୁ କହୁଛି, ନିଜ ଶତ୍ରୁକୁ ପ୍ରେମ କର। ତୁମ୍ଭମାନଙ୍କୁ ଯେଉଁମାନେ ଘୃଣା କରୁଛନ୍ତି, ସେମାନଙ୍କର ମଙ୍ଗଳ କର। 28 ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦେଉଛନ୍ତି, ପରମେଶ୍ୱରଙ୍କୁ ପ୍ରାର୍ଥନା କର ଯେ ସେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଯେଉଁମାନେ ତୁମ୍ଭମାନଙ୍କୁ ଆପମାନ ଦେଉଛନ୍ତି, ତୁମ୍ଭେମାନେ ସେମାନଙ୍କ ପାଇଁ ପ୍ରାର୍ଥନା କର। 29 ଯେଉଁ ଲୋକ ତୁମ୍ଭର ଗୋଟିଏ ଗାଲରେ ଗ୍ଭପୁଡ଼ାଟିଏ ମାରିବ, ତାହାକୁ ଅନ୍ୟ ଗାଲଟି ବି ଦେଖାଇ ଦିଅ। ଯେଉଁ ଲୋକ ତୁମ୍ଭର ଜାମାଟି ନେଇଯାଉଛି ତାହାକୁ ତୁମ୍ଭର ଧୋତିବି ନେଇଯିବାକୁ ଦିଅ। 30 ଯଦି କେହି ତୁମ୍ଭକୁ କିଛି ମାଗୁଛି, ତାହା ତାକୁ ଦେଇଦିଅ। ଯଦି କୌଣସି ଲୋକ ତୁମ୍ଭର କିଛି ନେଇ ଯାଏ, ତେବେ ତାହା ତାକୁ ଫେରେଇ ଦେବାକୁ କୁହ ନାହିଁ। 31 ଅନ୍ୟ ଲୋକମାନେ ତୁମ୍ଭମାନଙ୍କୁ ଯେଭଳି ବ୍ୟବହାର ଦେଖାନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ଅନ୍ୟମାନଙ୍କୁ ମଧ୍ୟ ସେହିଭଳି ବ୍ୟବହାର ଦେଖାଅ।
32 “ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ତୁମ୍ଭେମାନେ ଯଦି କେବଳ ସେହି ଲୋକମାନଙ୍କୁ ପ୍ରେମ କରୁଛ, ତେବେ ତୁମ୍ଭେମାନେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ୟ? କାରଣ ପାପୀମାନେ ମଧ୍ୟ ସେହିମାନଙ୍କୁ ପ୍ରେମ କରନ୍ତି, ଯେଉଁମାନେ ସେମାନଙ୍କୁ ପ୍ରେମ କରନ୍ତି। 33 ଯେଉଁମାନେ ତୁମ୍ଭମାନଙ୍କର ଉପକାର କରନ୍ତି, ତୁମ୍ଭେମାନେ ଯଦି କେବଳ ସେହିମାନଙ୍କର ଉପକାର କରିବ, ତେବେ ତୁମ୍ଭମାନଙ୍କର ମହତ ପଣିଆ କେଉଁଠି ରହିଲା? କାରଣ ପାପୀମାନେ ମଧ୍ୟ ଏହିପରି କରନ୍ତି। 34 ଯେଉଁମାନଙ୍କଠାରୁ ଫେରି ପାଇବାର ଆଶା ଥିବ, ତୁମ୍ଭେମାନେ ଯଦି କେବଳ ସେହିମାନଙ୍କୁ ଟଙ୍କା ଧାର ଦିଅ, ତେବେ ତୁମ୍ଭେମାନେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ୟ? କାରଣ ପାପୀମାନେ ମଧ୍ୟ ଟଙ୍କା ଫେରି ପାଇବା ଆଶାରେ ଅନ୍ୟ ପାପୀମାନଙ୍କୁ ଟଙ୍କା ଧାର ଦିଅନ୍ତି।
35 “ତେଣୁ ନିଜ ଶତ୍ରୁକୁ ଭଲ ପାଅ। ଲୋକଙ୍କର ଉପକାର କର ଓ ଫେରି ପାଇବାର କୌଣସି ଆଶା ନ ରଖି ଟଙ୍କା ଧାର ଦିଅ। ଏହା କଲେ ତୁମ୍ଭମାନଙ୍କୁ ପ୍ରଚୁର ପୁରସ୍କାର ମିଳିବ। ତୁମ୍ଭେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ ହେବ। କାରଣ ସେ କପଟୀ ଏବଂ ଦୁଷ୍ଟ ଲୋକମାନଙ୍କ ପ୍ରତି ମଧ୍ୟ ଦୟାଶୀଳ ଅଟନ୍ତି। 36 ତୁମ୍ଭମାନଙ୍କର ପରମପିତା ଯେଉଁଭଳି ତୁମ୍ଭମାନଙ୍କୁ ପ୍ରେମ ଦେଖାନ୍ତି ଓ ଦୟା କରନ୍ତି, ତୁମ୍ଭେମାନେ ମଧ୍ୟ, ସେହିଭଳି ଅନ୍ୟମାନଙ୍କୁ ଦୟା ଦେଖାଅ ଓ ପ୍ରେମ କର।
ନିଜକୁ ଦେଖ(B)
37 “ତୁମ୍ଭେମାନେ କାହାରି ବିଗ୍ଭର କର ନାହିଁ। ତାହାହେଲେ ତୁମ୍ଭମାନଙ୍କର ମଧ୍ୟ ବିଗ୍ଭର କରାଯିବ ନାହିଁ। କୌଣସି ବ୍ୟକ୍ତିକୁ ଦୋଷୀ କର ନାହିଁ, ତେବେ ତୁମ୍ଭେ ମଧ୍ୟ ଦୋଷୀ ବିବେଚିତ ହେବ ନାହିଁ। ଅନ୍ୟକୁ କ୍ଷମା କରିଦିଅ, ତେବେ ତୁମ୍ଭେମାନଙ୍କୁ ମଧ୍ୟ କ୍ଷମା କରି ଦିଆଯିବ। 38 ଅନ୍ୟକୁ ଦିଅ, ତେବେ ତୁମ୍ଭେମାନେ ପାଇବ। ତୁମ୍ଭମାନଙ୍କୁ ବହୁତ ଦିଆଯିବ। ତୁମ୍ଭେମାନେ ଯେତିକି ଧରି ପାରିବ, ତା’ଠାରୁ ଅଧିକ ତୁମ୍ଭମାନଙ୍କ ହାତରେ ଢାଳି ଦିଆଯିବ। ତୁମ୍ଭମାନଙ୍କୁ ଏତେ ଅଧିକ ଦିଆଯିବ ଯେ ସେଥିରୁ ବହୁତ ତୁମ୍ଭମାନଙ୍କ ଅଣ୍ଟିରୁ ଉଛୁଳି ପଡ଼ିବ। ତୁମ୍ଭେମାନେ ଯେଉଁଭଳି ଭାବରେ ଅନ୍ୟକୁ ଦେବ, ପରମେଶ୍ୱର ବି ତୁମ୍ଭମାନଙ୍କୁ ସେହିଭଳି ଭାବରେ ଦେବେ।”
39 ଯୀଶୁ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କଥା କହିଲେ, “ଜଣେ ଅନ୍ଧ ଆଉ ଜଣେ ଅନ୍ଧକୁ ବାଟ ଦେଖାଇ ପାରିବ କି? ନା! ତାହାକଲେ ଉଭୟ ଗୋଟିଏ ଖାଲରେ ଖସି ପଡ଼ିବେ। 40 ଜଣେ ଛାତ୍ର ତା’ ଶିକ୍ଷକଠାରୁ ବଡ଼ ହେଇ ପାରିବ ନାହିଁ। କିନ୍ତୁ ଛାତ୍ର ଜଣକ ପ୍ରତ୍ୟେକ ବିଷୟ ସମ୍ପୂର୍ଣ୍ଣ ଶିଖି ସାରିବା ପରେ ନିଜ ଶିକ୍ଷକଙ୍କ ସମାନ ହୋଇଯାଏ।
41 “ତୁମ୍ଭେମାନେ ନିଜ ଭାଇ ଆଖିରେ ପଡ଼ିଥିବା ଗୋଟିଏ ଛୋଟ ଗୁଣ୍ଡଟି ଆଡ଼କୁ କାହିଁକି ଗ୍ଭହୁଁଛ? ତୁମ୍ଭମାନଙ୍କୁ କ’ଣ ନିଜ ଆଖିରେ ପଡ଼ିଥିବା ବଡ଼ କାଠ ଖଣ୍ଡିକ ଦେଖାଯାଉ ନାହିଁ? 42 ତୁମ୍ଭେ ଯେତେବେଳେ ନିଜ ଆଖିରେ ପଡ଼ିଥିବା ବଡ଼ କାଠ ଖଣ୍ଡିକ ଦେଖି ପାରୁ ନାହିଁ, ସେତେବେଳେ ନିଜ ଭାଇକୁ କିପରି କହି ପାରିବ: ‘ଭାଇ, ଆସ ତୁମ୍ଭ ଆଖିରେ ପଡ଼ିଥିବା ଛୋଟ ଗୁଣ୍ଡଟି ବାହାର କରିଦେବି’। ଆରେ କପଟୀ! ଆଗ ନିଜ ଆଖିରେ ପଡ଼ିଥିବା କାଠ ଗୁଣ୍ଡଟି ବାହାର କରିଦିଅ, ତାହାହେଲେ ତୁମ୍ଭେ ସ୍ପଷ୍ଟ ଦେଖି ପାରିବ ଓ ଭାଇର ଆଖିରେ ପଡ଼ିଥିବା ଛୋଟ ଗୁଣ୍ଡଟି ବାହାର କରି ପାରିବ।
ଦୁଇ ପ୍ରକାରର ଫଳ(C)
43 “ଗୋଟିଏ ଭଲ ଗଛରେ ଖରାପ ଫଳ ଫଳେ ନାହିଁ। ଠିକ୍ ସେହିଭଳି ଗୋଟିଏ ଖରାପ ଗଛରେ ଭଲ ଫଳ ଫଳେ ନାହିଁ। 44 ପ୍ରତ୍ୟେକ ଗଛ ତା’ର ଫଳ ଦ୍ୱାରା ଚିହ୍ନି ହୁଏ। ଲୋକମାନେ ଅନାବନା କଣ୍ଟା ଗଛରୁ ଡିମ୍ବିରିଫଳ ସଂଗ୍ରହ କରନ୍ତି ନାହିଁ କି କଣ୍ଟା ବୁଦାରୁ ଦ୍ରାକ୍ଷାକୋଳି ପାଆନ୍ତି ନାହିଁ। 45 ଜଣେ ଭଲ ଲୋକର ମନ ଭିତରେ ଭଲ ବିଷୟ ସଞ୍ଚିତ ହୋଇ ରହିଥାଏ। ତେଣୁ ତା ମନ ଭିତରୁ ଭଲ ବିଷୟ ବାହାରିଥାଏ। କିନ୍ତୁ ଗୋଟିଏ ଖରାପ ଲୋକର ମନ ଭିତରେ ଖରାପ ବିଷୟ ସଞ୍ଚିତ ହୋଇ ରିହଥାଏ। ତେଣୁ ତା’ ମନ ଭିତରୁ ଖରାପ ବିଷୟ ବାହାରିଥାଏ। ଜଣେ ଲୋକର ମନ ଭିତରେ ଯାହା ଥାଏ, ସେ ତାହା କହିଥାଏ।
ଦୁଇ ପ୍ରକାରର ମଣିଷ(D)
46 “ତୁମ୍ଭେମାନେ ମୋତେ କାହିଁକି ‘ପ୍ରଭୁ’, ପ୍ରଭୁ ବୋଲି ଡାକୁଛ? କିନ୍ତୁ ମୁଁ ଯାହା କହୁଛି, ତୁମ୍ଭେମାନେ ତ ତାହା କରୁ ନାହଁ? 47 ଯେଉଁ ଲୋକ ମୋ’ ପାଖକୁ ଆସେ, ମୋ’ ଉପଦେଶ ଶୁଣେ ଓ ତାହାକୁ ମାନେ, 48 ସେ ଲୋକ ଘର ତିଆରି କରୁଥିବା ଗୋଟିଏ ଲୋକ ଭଳି। ସେ ଗଭୀର କରି ଗାତ ଖୋଳେ ଓ ଦୃଢ଼ ପଥର ଉପରେ ମୂଳଦୁଆ ପକାଏ! ଯେତେବେଳେ ବଢ଼ି ଆସେ, ପାଣି ସେ ଘରକୁ ଭସେଇ ନେବାକୁ ଧକ୍କା ମାରେ, କିନ୍ତୁ ଆଦୌ ହଲେଇ ପାରେ ନାହିଁ। କାରଣ ଘରଟି ମଜ୍ଭୂତ ଭାବରେ ତିଆରି ହୋଇଥାଏ।
49 “କିନ୍ତୁ ଯେଉଁ ଲୋକ ମୋର ଉପଦେଶ ଶୁଣେ, କିନ୍ତୁ ତାହା ମାନେ ନାହିଁ, ସେ ଲୋକ ମୂଳଦୁଆ ନ ପକାଇ କେବଳ ବାଲି ଉପରେ ଘର ତୋଳୁଥିବା ଲୋକଟିଏ ପରି। ଯେତେବେଳେ ବଢ଼ି ଆସେ, ଘରଟି ଅତି ସହଜରେ ପଡ଼ିଯାଏ ଏବଂ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଏ।”
2010 by World Bible Translation Center