Add parallel Print Page Options

ମାଂସ ଭୋଜନ କରିବାର ବିଧି

11 ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ, “ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, “ତୁମ୍ଭେମାନେ ପୃଥିବୀସ୍ଥିତ ପଶୁମାନଙ୍କ ମଧ୍ୟରୁ ଏହି ସମସ୍ତ ଜୀବ ଭୋଜନ କରିବ। ପଶୁମାନଙ୍କ ମଧ୍ୟରେ ଯାହାର ଖୁରା ଦୁଇ ଭାଗରେ ବିଭକ୍ତ ଓ ପାଦ ଚିରା ଏବଂ ଯେ ପାକୁଳି କରେ, ତାହାକୁ ତୁମ୍ଭେମାନେ ଭୋଜନ କରିବ।

4-6 “କେତେକ ପଶୁ ଅଛନ୍ତି ଯେଉଁମାନେ କି ପାକୁଳି କରନ୍ତି। ମାତ୍ର ସେମାନଙ୍କର ଖୁରା ଦୁଇଫାଳରେ ବିଭକ୍ତ ନୁହେଁ, ସେଭଳି ପ୍ରାଣୀଙ୍କୁ ତୁମ୍ଭେମାନେ ଭୋଜନ କରିବ ନାହିଁ। ସେମାନଙ୍କ ମଧ୍ୟରେ ଓଟ, ଶାଫନ୍ ଓ ଠେକୁଆ ପ୍ରଭୃତି ତୁମ୍ଭମାନଙ୍କ ପାଇଁ ଅଶୁଚି ଅଟେ। ଆଉ କେତେକ ପ୍ରାଣୀ ଅଛନ୍ତି ଯେଉଁମାନଙ୍କର ଦୁଇଫାଳ ବିଶିଷ୍ଟ ଖୁରା ଅଛି। ମାତ୍ର ସେମାନେ ପାକୁଳି କରନ୍ତି ନାହିଁ। ସେଗୁଡ଼ିକୁ ମଧ୍ୟ ତୁମ୍ଭେମାନେ ଭୋଜନ କରିବ ନାହିଁ। ସେପ୍ରକାର ପ୍ରାଣୀ ହେଉଛି ଶୂକର, ସେ ମଧ୍ୟ ତୁମ୍ଭମାନଙ୍କ ପାଇଁ ଅଶୁଚି। ତୁମ୍ଭେମାନେ ସେମାନଙ୍କର ମାଂସ ଭକ୍ଷ୍ୟଣ କରିବ ନାହିଁ କି ସେମାନଙ୍କର ଶବ ସ୍ପର୍ଶ କରିବ ନାହିଁ। ସେମାନେ ତୁମ୍ଭମାନଙ୍କ ପାଇଁ ଅଶୁଚି।

ସାମୁଦ୍ରିକ ଖାଦ୍ୟ ସମ୍ବନ୍ଧୀୟ ବିଧି

“ସମୁଦ୍ର ଓ ନଦୀରେ ବାସ କରୁଥିବା ଜଳଜନ୍ତୁ ମଧ୍ୟରୁ ଯାହାର ଡେଣା ବା କାତି ଅଛି, ସେଗୁଡ଼ିକ ତୁମ୍ଭେମାନେ ଭୋଜନ କରି ପାରିବ। 10-11 ମାତ୍ର ସମୁଦ୍ର କିମ୍ବା ନଦୀରେ ବାସ କରୁଥିବା ଜଳଚର ପ୍ରାଣୀମାନଙ୍କ ମଧ୍ୟରେ, ଯେଉଁମାନଙ୍କର ଡେଣା ବା କାତି ନାହିଁ, ସେମାନଙ୍କୁ ତୁମ୍ଭେ ଭୋଜନ କରିବ ନାହିଁ। ସଦାପ୍ରଭୁ କୁହନ୍ତି ସେଗୁଡ଼ିକ ଘୃଣ୍ୟଜୀବ, ତୁମ୍ଭେମାନେ ସେମାନଙ୍କର ମାଂସ ଭକ୍ଷ୍ୟଣ କରିବା ଉଚିତ୍ ନୁହେଁ କି ସେମାନଙ୍କର ଶବ ସ୍ପର୍ଶ କରିବା ଉଚିତ୍ ନୁହେଁ। 12 ଜଳଚରମାନଙ୍କ ମଧ୍ୟରେ ଯେଉଁମାନଙ୍କର ଡେଣା ଓ କାତି ନାହିଁ, ସେହି ସମସ୍ତ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ।

ପକ୍ଷୀମାନେ ଯେଉଁମାନେ କି ଅଭକ୍ଷ୍ୟ

13 “ପକ୍ଷୀମାନଙ୍କ ମଧ୍ୟରୁ ଯେଉଁମାନେ ଘୃଣାଯୋଗ୍ୟ ଓ ଭୋଜନଯୋଗ୍ୟ ନୁହନ୍ତି, ସେମାନେ ହେଲେ ଛଞ୍ଚାଣ, ଶାଗୁଣା ଓ ବାଜପକ୍ଷୀ। 14 ପୁଣି ଚିଲ ଓ ସବୁ ଜାତିର ବାଜପକ୍ଷୀ। 15 ପୁଣି ସମସ୍ତ ପ୍ରକାର ଡାମରା କାଉ। 16 ଓଟପକ୍ଷୀ, ତାମସପକ୍ଷୀ, ସମୁଦ୍ର ଚିଲ ଓ ବିଭିନ୍ନ ଜାତିର ଛଞ୍ଚାଣ, 17 ପୁଣି କୋଷପକ୍ଷୀ, ପାଣିକୁଆ ଓ ବଗ। 18 ଦୀର୍ଘଗଳ ହଂସ, ପାଣିଭେଳା ଓ ଶାଗୁଣା। 19 ପୁଣି ଚରଳ, ବିଭିନ୍ନ ଜାତିର କଙ୍କ, ଟିଟ୍ଟିବ ଓ ଗ୍ଭମଗିକା।

କୀଟପତଙ୍ଗ ଭକ୍ଷ୍ୟ ବିଷୟକ ବିଧି

20 “ପୁଣି ଗ୍ଭରି ପାଦ ଗମନକାରୀ ପକ୍ଷ ବିଶିଷ୍ଟ ଜୀବ ସକଳ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ। 21 ତଥାପି ଚତୁଷ୍ପଦ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁ ମଧ୍ୟରେ ଭୁମିରେ ଡେଇଁବା ପାଇଁ ଯେଉଁମାନଙ୍କର ଗୋଡ଼ନଳୀ ଦୀର୍ଘ ସେମାନେ ତୁମ୍ଭମାନଙ୍କର ଖାଦ୍ୟ ହେବ। 22 ତୁମ୍ଭେମାନେ ସବୁ ଜାତିର ପଙ୍ଗପାଳ, ସବୁ ଜାତିର ବାଘୁଆ ପତଙ୍ଗ, ସବୁ ପ୍ରକାରର ଝିଙ୍କାରୀ ଓ ସବୁ ଜାତିର ଝିଣ୍ଟିକା ଖାଦ୍ୟ ରୂପେ ଭୋଜନ କରି ପାରିବ।

23 “ମାତ୍ର ଏମାନଙ୍କ ବ୍ୟତୀତ ଗ୍ଭରିଗୋଡ଼ିଆ ଉଡ଼ନ୍ତା ସମସ୍ତ ପତଙ୍ଗ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବ। 24 ଆଉ ଏମାନଙ୍କ ଦ୍ୱାରା ତୁମ୍ଭେମାନେ ଅଶୁଚି ହେବ, ଯେକେହି ସେମାନଙ୍କର ଶବ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 25 ପୁଣି ଯେକେହି ସେମାନଙ୍କର ଶବର କୌଣସି ଅଂଶ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

ପଶୁମାନଙ୍କ ସମ୍ବନ୍ଧୀୟ ଅଧିକ ବ୍ୟବସ୍ଥା

26-27 “ଯେଉଁସବୁ ଜନ୍ତୁର ଖୁରା ବିଭକ୍ତ ମାତ୍ର ପାଦ ଚିରା ନୁହେଁ, କିମ୍ବା ଯେଉଁମାନେ ପାକୁଳି କରନ୍ତି ନାହିଁ ସେମାନେ ତୁମ୍ଭମାନଙ୍କ ପାଇଁ ଅଶୁଚି। ଯେକେହି ସେମାନଙ୍କୁ ସ୍ପର୍ଶ କରିବ ସେ ଅଶୁଚି ହେବ। ପୁଣି ଗ୍ଭରିଗୋଡ଼ିଆ ବନ୍ୟଜନ୍ତୁମାନଙ୍କ ମଧ୍ୟରେ ଯେଉଁମାନେ ତଳିପାଦରେ ଗ୍ଭଳନ୍ତି, ସେମାନେ ତୁମ୍ଭମାନଙ୍କ ପାଇଁ ଅଶୁଚି। ଯେକେହି ସେମାନଙ୍କ ଶବ ସ୍ପର୍ଶ କରିବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 28 ଯିଏ ସେମାନଙ୍କର ଶବ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ସେଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି।

ଉରୋଗାମୀ ଜନ୍ତୁମାନଙ୍କ ବିଷୟରେ ବିଧି

29 “ଆଉ ଭୂଚର ଉରୋଗାମୀ ଜନ୍ତୁମାନଙ୍କ ମଧ୍ୟରେ ଏଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହେବ। ସେମାନେ ହେଲେ ଚୁଚୁନ୍ଦ୍ରା, ମୂଷା ଓ ସବୁ ଜାତିର ବଡ଼ ଏଣ୍ଡୁଅ। 30 ଆଉ ଝିଟିପିଟି, ସ୍ଥଳ କୁମ୍ଭୀର, ଏଣ୍ଡୁଅ, ବାଲି ଏଣ୍ଡୁଅ ଓ ବହୁରୂପୀ ଏଣ୍ଡୁଅ। 31 ଏହି ଉରୋଗାମୀ ଜନ୍ତୁଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହେବେ। ଯେକେହି ସେମାନଙ୍କର ଶବକୁ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

ଅଶୁଚି ପ୍ରାଣୀମାନଙ୍କ ବିଷୟରେ ବିଧି

32 “ଅଶୁଚି ପ୍ରାଣୀମାନଙ୍କ ଶବ କୌଣସି ଦ୍ରବ୍ୟ ଉପରେ ପଡ଼ିଲେ ତାହା ଅଶୁଚି ହେବ। ଯଦି ସେହି ଶବ କାଠପାତ୍ର କି ବସ୍ତ୍ର, କି ଚର୍ମ କି ଅଖା କିମ୍ବା କୌଣସି କର୍ମ ହତିଆର ଉପରେ ପଡ଼ିଲେ ତାହା ଜଳରେ ଧୂଆଯିବା ଉଚିତ୍। ଆଉ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ତା'ପରେ ଶୁଚି ହେବ। 33 ପୁଣି କୌଣସି ମାଟିପାତ୍ର ଉପରେ ସେମାନଙ୍କର ଶବ ପଡ଼ିଲେ, ତା’ ମଧ୍ୟରେ ଥିବା ସମସ୍ତ ଦ୍ରବ୍ୟ ଅଶୁଚି ହେବ। ତେଣୁ ତାକୁ ତୁମ୍ଭେମାନେ ଭାଙ୍ଗି ପକାଇବ। 34 ପୁଣି ସେହି ଅଶୁଚି ପାତ୍ରରୁ ଯଦି ପାଣି କୌଣସି ଖାଦ୍ୟ ଦ୍ରବ୍ୟ ଉପରେ ପଡ଼େ ତାହା ମଧ୍ୟ ଅଶୁଚି ହେବ। ଯେକୌଣସି ପାନୀୟ, ପାତ୍ର ମଧ୍ୟରେ ଥିଲେ ତାହା ଅଶୁଚି ହେବ। 35 ପୁଣି ଯେକୌଣସି ଦ୍ରବ୍ୟ ଉପରେ ସେମାନଙ୍କର ଶବର କିଛି ପଡ଼େ, ତାହା ଅଶୁଚି ହେବ, ତୁନ୍ଦୁର ହେଉ କିମ୍ବା ହାଣ୍ଡି ହେଉ ତାହା ଭଙ୍ଗା ଯିବ, ତାହା ଅଶୁଚି ଅଟେ ଓ ତାହା ତୁମ୍ଭମାନଙ୍କ ପାଇଁ ଅଶୁଚି ହେବ।

36 “କୌଣସି ଝରଣା କିମ୍ବା କୂପରେ ଥିବା ଜଳ ଶୁଚି ହେବ। ମାତ୍ର ଯେକେହି ସେମାନଙ୍କର ଶବ ଛୁଏଁ ସେ ଅଶୁଚି ହେବ। 37 ପୁଣି ବୁଣା ଯିବାକୁ ଥିବା ବିହନ ଉପରେ ଯଦି ସେମାନଙ୍କର ଶବର କିଛି ପଡ଼େ ତେବେ ତାହା ଶୁଚି ରହିବ। 38 ମାତ୍ର ଯଦି ବିହନ ପାଣିରେ ଥିବ, ଯେବେ ସେମାନଙ୍କର ଶବର କିଛି ଅଂଶ ପଡ଼େ, ସେସବୁ ବିହନ ତୁମ୍ଭମାନଙ୍କ ପାଇଁ ଅଶୁଚି ହେବ।

39 “ଆଉ ମଧ୍ୟ ତୁମ୍ଭମାନଙ୍କର ଖାଦ୍ୟ ଯୋଗ୍ୟ କୌଣସି ପଶୁ ମଲେ, ଯେକେହି ସେହି ଶବକୁ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 40 ପୁଣି ଯେକେହି ସେହି ଶବ ଖାଏ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଆଉ ଯେକେହି ତାକୁ ବହନ କରେ, ସେ ମଧ୍ୟ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

41 “ଆଉ ଭୂଚର ପ୍ରତ୍ୟେକ ଉରୋଗାମୀ ପ୍ରାଣୀ ଘୃଣାଯୋଗ୍ୟ ଅଟେ, ତାହା ଖାଦ୍ୟ ହେବ ନାହିଁ। 42 ସରୀସୃପ ଯେଉଁମାନେ ପେଟରେ ଭରାଦେଇ ଗମନ କରନ୍ତି, ଯେଉଁମାନେ ଗ୍ଭରି ପାଦରେ ଗମନ କରନ୍ତି କିମ୍ବା ଯେଉଁମାନଙ୍କର ଅନେକ ପାଦ ଅଛି, ଏପ୍ରକାର ସମସ୍ତ ଭୂଚର ଉରୋଗାମୀ ଜନ୍ତୁକୁ ତୁମ୍ଭେମାନେ ଖାଇବା ଉଚିତ୍ ନୁହଁ। କାରଣ ସେଗୁଡ଼ିକ ଘୃଣ୍ୟ। 43 ତୁମ୍ଭେମାନେ ଏହିସବୁ ଭୁଚର ଉରୋଗାମୀ ପ୍ରାଣୀମାନଙ୍କ ଦ୍ୱାରା ନିଜକୁ ଘୃଣାଯୋଗ୍ୟ କରିବ ନାହିଁ କିମ୍ବା ସେମାନଙ୍କ ଦ୍ୱାରା ଅଶୁଚି ହେବା ପାଇଁ ନିଜକୁ ଅଶୁଚି କରିବ ନାହିଁ। 44 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ଏଣୁ ତୁମ୍ଭେମାନେ ନିଜକୁ ପବିତ୍ର କର ଓ ତୁମ୍ଭେମାନେ ପବିତ୍ର ହୁଅ। ଯେହେତୁ ଆମ୍ଭେ ପବିତ୍ର, ତୁମ୍ଭେମାନେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ୱାରା ନିଜକୁ ଅଶୁଚି କରିବ ନାହିଁ। 45 ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର, ତୁମ୍ଭମାନଙ୍କୁ ମିଶରରୁ ଆଣିଅଛୁ। ଏଣୁ ତୁମ୍ଭେମାନେ ପବିତ୍ର ହେବ କାରଣ ଆମ୍ଭେ ପବିତ୍ର ଅଟୁ।”

46 ସମସ୍ତ ଯୋଗା ପ୍ରାଣୀ, ପକ୍ଷୀ ଓ ଅନ୍ୟ ପୃଥିବୀସ୍ଥିତ ପ୍ରାଣୀମାନଙ୍କ ବିଷୟରେ ଏହି ବ୍ୟବସ୍ଥା ସବୁ ଅଟେ। ସମସ୍ତ ଜଳଚର ଓ ଉରୋଗାମୀ ପ୍ରାଣୀମାନଙ୍କ ବିଷୟରେ ମଧ୍ୟ ଏହି ବ୍ୟବସ୍ଥା ଅଟେ। 47 ଅଶୁଚି ଓ ଶୁଚି ପ୍ରାଣୀମାନଙ୍କ ବିଷୟରେ ଲୋକମାନଙ୍କ ପାଇଁ ଏହିସବୁ ଶିକ୍ଷା ବ୍ୟବସ୍ଥା ଅଟେ। ତେଣୁ ସେମାନେ କେଉଁ ପ୍ରାଣୀ ଭକ୍ଷ୍ୟ ଓ କେଉଁ ପ୍ରାଣୀ ଅଭକ୍ଷ୍ୟ ଜାଣି ପାରିବେ।

ପ୍ରଥମ ସନ୍ତାନର ମା ମାନଙ୍କ ପାଇଁ ବିଧି

12 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ସନ୍ତାନଗଣଙ୍କୁ କୁହ,

“ଯଦି କୌଣସି ସ୍ତ୍ରୀ ଗର୍ଭଧାରଣ କରି ପୁତ୍ର ପ୍ରସବ କରେ, ତେବେ ସେ ସ୍ତ୍ରୀ ଧର୍ମର ଅଶୌଚ ସମୟ ପରି ସାତ ଦିନଯାଏ ଅଶୁଚି ରହିବ। ଅଷ୍ଟମ ଦିନରେ ବାଳକ ନିଶ୍ଚୟ ସୁନ୍ନତ ହେବ। ପୁଣି ସେ ସ୍ତ୍ରୀ ତେତିଶ ଦିନ ପର୍ଯ୍ୟନ୍ତ ନିଜର ଶୌଚ ନିମନ୍ତେ ରକ୍ତ ସ୍ରାବ ଅବସ୍ଥାରେ ରହିବ। ଯେପର୍ଯ୍ୟନ୍ତ ଶୌଚର ଦିନ ପୂର୍ଣ୍ଣ ନ ହୁଏ, ସେପର୍ଯ୍ୟନ୍ତ ସେ କୌଣସି ପବିତ୍ର ବସ୍ତୁ ଛୁଇଁବ ନାହିଁ କିମ୍ବା କୌଣସି ପବିତ୍ର ସ୍ଥାନରେ ପ୍ରବେଶ କରିବ ନାହିଁ। ମାତ୍ର ଯେବେ ଜଣେ ସ୍ତ୍ରୀ କନ୍ୟା ପ୍ରସବ କରେ, ସେହିଭଳି ସ୍ତ୍ରୀ ଧର୍ମର ଅଶୌଚ ସମୟରେ ରହେ, ସେ ଦୁଇ ସପ୍ତାହ ପାଇଁ ଅଶୁଚି ରହିବ। ତା'ପରେ ତା'ର ଦେହର ରକ୍ତସ୍ରାବରୁ ଶୁଦ୍ଧ ହେବା ପାଇଁ ତାକୁ ଆଉ ଛଅଷଠି ଦିନ ଅପେକ୍ଷା କରିବା ଉଚିତ୍।

“ତା'ପରେ ପୁତ୍ର ବା କନ୍ୟା ପ୍ରସବର ଅଶୌଚ ଦିନ ପୂର୍ଣ୍ଣ ହେଲେ ସେ ବଳିଦାନ ନିମନ୍ତେ ଏକବର୍ଷୀୟ ଏକ ମେଷ ଶାବକ ଓ ପାପାର୍ଥକ ବଳି ନିମନ୍ତେ ଏକ କପୋତ ଛୁଆ କିମ୍ବା ପାରା ଛୁଆ ସମାଗମ-ତମ୍ବୁର ଦ୍ୱାରର ଯାଜକ ନିକଟକୁ ଆଣିବ। 7-8 ଯଦି ଜଣେ ସ୍ତ୍ରୀ ମେଷ ଶାବକ ଉତ୍ସର୍ଗ କରିବାକୁ ଅକ୍ଷମ ହୁଏ ତେବେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେଥିମଧ୍ୟରୁ ଗୋଟିଏ ପାପାର୍ଥକ ବଳି ନିମନ୍ତେ ଓ ଅନ୍ୟଟି ହୋମବଳି ନିମନ୍ତେ ଉତ୍ସର୍ଗ କରାଯିବ। ଯାଜକ ସେଗୁଡ଼ିକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍ ଏବଂ ଏହି ପ୍ରକାର ତା'ର ପ୍ରାୟଶ୍ଚିତ ହୁଏ ଏବଂ ତା'ର ଶୁଦ୍ଧି ହୁଏ। ପୁତ୍ର ବା କନ୍ୟା ପ୍ରସବକାରିଣୀ ସ୍ତ୍ରୀ ପ୍ରତି ଶୁଚି ନିମନ୍ତେ ଏହିସବୁ ବ୍ୟବସ୍ଥା ଅଟେ।”

ଚର୍ମରୋଗ ସମ୍ବନ୍ଧୀୟ ନିୟମ

13 ପୁଣି ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ଯେବେ କୌଣସି ମନୁଷ୍ୟର ଶରୀରର ଚର୍ମରେ ଫୁଲା କି ପାମା କି ଚି‌‌କ୍‌‌‌କଣ ଚିହ୍ନ ହୁଏ କିମ୍ବା ତା'ର ଶରୀରରେ ଚର୍ମ ରୋଗଜନିତ ଘା’ ହୁଏ, ତେବେ ତାକୁ ହାରୋଣ ଯାଜକ ନିକଟକୁ କିମ୍ବା ତାଙ୍କର ପୁତ୍ରଗଣଙ୍କ ମଧ୍ୟରୁ କୌଣସି ଯାଜକ ନିକଟକୁ ଅଣାଯିବା ଉଚିତ୍। ତହୁଁ ଯାଜକ ତା'ର ଶରୀରର ଚର୍ମ ଉପରିସ୍ଥ ଘା’ ଦେଖିବ, ଆଉ ଯେବେ ଘା’ର ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ, ପୁଣି ଘା’ ଯେବେ ତା’ ଶରୀରର ଚର୍ମଠାରୁ ନୀଚ୍ଚ ଦିଶେ ତେବେ ତାହା କୁଷ୍ଠରୋଗର ଘା’ ଅଟେ। ଆଉ ଯାଜକ ତାହାକୁ ଦେଖିବ ଓ ତାକୁ ଅଶୁଚି ବୋଲି ପ୍ରକାଶ କରିବ।

“ସମୟେ ସମୟେ ଜଣଙ୍କ ଶରୀରର ଚର୍ମ ଉପରେ ଧଳା ଛଉ ଦେଖାଯାଏ, ଯଦି ସେ ଚିହ୍ନ ଚର୍ମଠାରୁ ନୀଚ୍ଚ ନ ଥାଏ, ତେବେ ଯାଜକ ତାକୁ ଅନ୍ୟ ଲୋକମାନଙ୍କଠାରୁ ସାତ ଦିନ ପର୍ଯ୍ୟନ୍ତ ପୃଥକ କରି ରଖିବ। ସପ୍ତମ ଦିନରେ ଯାଜକ ସେହି ଚିହ୍ନକୁ ଦେଖିବ। ଯଦି ସେହି ଘା’ ବଦଳି ନ ଥାଏ କିମ୍ବା ଚର୍ମ ଉପରେ ଅଧିକ ବ୍ୟାପି ନ ଥାଏ, ତେବେ ଯାଜକ ତାକୁ ଆହୁରି ସାତ ଦିନ ଅନ୍ୟମାନଙ୍କଠାରୁ ପୃଥକ କରି ରଖିବ। ପୁଣି ସାତ ଦିନ ପରେ ଯାଜକ ପୁନର୍ବାର ତାହାକୁ ପରୀକ୍ଷା କରିବ। ଯଦି ଘା’ ମଳିନ ହୋଇଯାଇଥାଏ ଘା’ ଚର୍ମରେ ଆଉ ବ୍ୟାପି ନ ଥାଏ, ତେବେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବା ଉଚିତ୍। ତାହା ଗୋଟିଏ ସାଧାରଣ ବକଳା ପରି ଥିଲା। ତେଣୁ ସେ ନିଜର ବସ୍ତ୍ର ଧୋଇ ଶୁଚି ହେବା ଉଚିତ୍।

“ମାତ୍ର ସେ ଶୌଚ ନିମନ୍ତେ ନିଜକୁ ଯାଜକକୁ ଦେଖାଇଲା ପରେ ଯେବେ ତା'ର ଘା’ ଚର୍ମ ଉପରେ ବ୍ୟାପେ, ତେବେ ସେ ପୁନର୍ବାର ଯାଜକକୁ ଦେଖାଇବ। ଯାଜକ ଯଦି ଦେଖିବ ସେହି କ୍ଷତି ଚର୍ମରେ ବ୍ୟାପିଲା, ତେବେ ସେ ତାକୁ ଅଶୁଚି ବୋଲି ପ୍ରକାଶ କରିବ ଏବଂ ତାହା କୁଷ୍ଠରୋଗ।

“କୌଣସି ଲୋକଠାରେ କୁଷ୍ଠରୋଗର କ୍ଷତ ହେଲେ ତାକୁ ଯାଜକ ନିକଟକୁ ଅଣାଯିବ। 10 ତହୁଁ ଯାଜକ ତାକୁ ଦେଖିବ, ଯଦି ତାହାର ଚର୍ମରେ ଶ୍ୱେତବର୍ଣ୍ଣ ଫୁଲା ଥାଏ, ତହିଁରେ ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ ଓ ସେହି ଫୁଲାରେ କଞ୍ଚାମାଂସ ବୃଦ୍ଧି ପାଉଥାଏ। 11 ତେବେ ତାହା ଶରୀରର ଚର୍ମରେ କୁଷ୍ଠରୋଗ ଅଟେ, ପୁଣି ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ସେ ତାହାକୁ ସମାଜରୁ ପୃଥକ କରିବ ନାହିଁ, କାରଣ ସେ ଅଶୁଚି।

12 “ସମୟେ ସମୟେ କୁଷ୍ଠରୋଗ ଲୋକର ସମଗ୍ର ଶରୀରକୁ ବ୍ୟାପି ଥାଏ। ସେହି କୁଷ୍ଠରୋଗ ଆପାଦମସ୍ତକ ଶରୀରକୁ ଆଚ୍ଛନ୍ନ କରିଥାଏ। ସେତେବେଳେ ଯାଜକ ସେହି ଲୋକର ସମସ୍ତ ଶରୀର ଦେଖିବ। 13 ଯଦି ଯାଜକ ଦେଖିବ ଲୋକଟିର ସର୍ବାଙ୍ଗ କୁଷ୍ଠରୋଗରେ ଆଚ୍ଛନ୍ନ ହୋଇଛି, ତେବେ ସେ ରୋଗୀକୁ ଶୁଚି ବୋଲି ପ୍ରକାଶ କରିବ। 14 ଯଦି ତା'ର ଶରୀରରେ କଞ୍ଚାମାଂସ ପ୍ରକାଶ ପାଏ, ତେବେ ସେ ଅଶୁଚି ହେବ। 15 ଯେତେବେଳେ ଯାଜକ କଞ୍ଚାମାଂସ ଦେଖିବ, ସେ ଅଶୁଚି ବୋଲି ପ୍ରକାଶ କରିବ। କଞ୍ଚାମାଂସ ଅଶୁଚି ଓ ଏହା କୁଷ୍ଠରୋଗ।

16 “ଯଦି ସେହି କଞ୍ଚାମାଂସ ବଦଳି ଶ୍ୱେତବର୍ଣ୍ଣ ହୋଇଯାଏ, ତେବେ ସେ ଯାଜକ ନିକଟକୁ ଆସିବ। 17 ଯାଜକ ପୁନର୍ବାର ଲୋକଟିକୁ ଦେଖିବ ଓ ଯଦି ସେହି ଘା’ ଶ୍ୱେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ସେ ଶୁଚି।

18 “ଜଣେ ବ୍ୟକ୍ତିର ଶରୀରର ଚର୍ମରେ ବଥ ହୋଇ ଭଲ ହେଲା ପରେ, 19 ଯଦି ସେହି ବଥ ସ୍ଥାନରେ ଶ୍ୱେତବର୍ଣ୍ଣ ଫୁଲା କିମ୍ବା ରକ୍ତ ଶ୍ୱେତବର୍ଣ୍ଣ ଚି‌‌କ୍‌‌‌କଣ ଚିହ୍ନ ହୁଏ, ତେବେ ସେ ତାହା ଯାଜକକୁ ଦେଖାଇବ। 20 ଯାଜକ ଦେଖିବ ଯଦି ତାହାର ସେହି ଘା’ ଚର୍ମର ନୀଚ୍ଚସ୍ଥ ହୋଇଥାଏ, ତହିଁରେ ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ବଥରୁ ଉତ୍ପନ୍ନ କୁଷ୍ଠରୋଗର ଘା’। 21 ମାତ୍ର ଯଦି ଯାଜକ ଦେଖିବ, ସେଥିରେ ଶ୍ୱେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ ତେବେ ଯାଜକ ତାହାକୁ ସାତ ଦିନ ପୃଥକ କରି ରଖିବ। 22 ଆଉ ଯଦି ତାହା ଚର୍ମରେ ବ୍ୟାପେ, ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠରୋଗ ଘା’। 23 ମାତ୍ର ଯଦି ସେହି ଚି‌‌କ୍‌‌‌କଣ ଚିହ୍ନ ସ୍ୱସ୍ଥାନରେ ଥାଇ ଆଉ ନ ବଢ଼େ, ତେବେ ତାହା ବଥର ଚିହ୍ନ ଅଟେ। ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।

24-25 “ଯଦି ଚର୍ମ ଉପରେ ପୋଡ଼ାର ଗୋଟିଏ ଘା’ ଥାଏ ଓ ସେହି ଦାହର ବଢ଼ିଲା ମାଂସରେ ରକ୍ତ ଶ୍ୱେତବର୍ଣ୍ଣ କିମ୍ବା ଶ୍ୱେତବର୍ଣ୍ଣ ଚି‌‌କ୍‌‌‌କଣ ଚିହ୍ନ ହୁଏ, ତେବେ ଯାଜକ ତାହା ଦେଖିବ। ଯଦି ଉଜ୍ଜ୍ୱଳ ଚିହ୍ନରେ ଲୋମ ଶ୍ୱେତବର୍ଣ୍ଣ ହୋଇଥାଏ ଓ ଚର୍ମର ନୀଚସ୍ଥ ଦେଖାଯାଏ, ତେବେ ତାହା କୁଷ୍ଠରୋଗ, ତାହା ଅଗ୍ନି ଦାହରୁ ଉତ୍ପନ୍ନ ହୋଇଅଛି। ଆଉ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା କୁଷ୍ଠରୋଗ ଅଟେ। 26 ମାତ୍ର ଯଦି ଯାଜକ ଦେଖିବ, ସେହି ଚି‌‌କ୍‌‌‌କଣ ଚିହ୍ନରେ ଶ୍ୱେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାକୁ ସାତ ଦିନ ପୃଥକ କରି ରଖିବ। 27 ସପ୍ତମ ଦିନ ଯାଜକ ପୁନର୍ବାର ଲୋକଟିକୁ ଦେଖିବ, ଯଦି ତାହା ଚର୍ମରେ ବ୍ୟାପି ଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠରୋଗର ଘା’। 28 ଯଦି ଉଜ୍ଜ୍ୱଳ ଚିହ୍ନ ସେହି ଗୋଟିଏ ସ୍ଥାନରେ ରହି ବୃଦ୍ଧି ନ ପାଏ ଓ ମଳିନ ହୋଇଥାଏ, ତେବେ ତାହା ଦାହର ଫୁଲା, ଆଉ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ଯେହେତୁ ତାହା ଅଗ୍ନିଦାହର କ୍ଷତ ଚିହ୍ନ।

29 “ଆଉ ପୁରୁଷ ଅବା ସ୍ତ୍ରୀର ମସ୍ତକରେ ଅବା ଦାଢ଼ିରେ ଘା’ ହେଲେ ଯାଜକ ସେହି ଘା’ ଦେଖିବ। 30 ଯାଜକ ସେହି ଘା’ ଦେଖିବ, ଯଦି ତାହା ଚର୍ମର ନୀଚ୍ଚସ୍ଥ ଦେଖାଯାଏ, ତହିଁରେ ହଳଦିବର୍ଣ୍ଣ ସରୁ ଲୋମ ଥାଏ, ତେବେ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ଛଉ, ତାହା ମସ୍ତକ ଅବା ଦାଢ଼ିର କୁଷ୍ଠରୋଗ। 31 ପୁଣି ଯାଜକ ଯଦି ଦେଖିବ ସେହି ଘା’ ଚର୍ମର ନୀଚସ୍ଥ ହୋଇ ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ନ ଥାଏ, ତେବେ ଯାଜକ ସେହି ଲୋକକୁ ସାତ ଦିନ ପୃଥକ ରଖିବ। 32 ସପ୍ତମ ଦିନରେ ଯାଜକ ସେହି ଲୋକର ଘା’ ଦେଖିବ। ଯଦି ସେହି ଛଉ ବଢ଼ି ନ ଥାଏ ଓ ତହିଁରେ ହଳଦିବର୍ଣ୍ଣର ଲୋମ ହୋଇ ନ ଥାଏ, ଆଉ ତାହା ଚର୍ମର ନୀଚସ୍ଥ ଦେଖା ନ ଯାଏ, 33 ତେବେ ସେ ଲଣ୍ଡା ହେବ, ମାତ୍ର ଛଉ ସ୍ଥାନ ଲଣ୍ଡା ହେବ ନାହିଁ ଓ ଯାଜକ ସେହି ଛଉଥିବା ଲୋକକୁ ଆଉ ସାତ ଦିନ ପୃଥକ କରି ରଖିବ। 34 ପୁଣି ସପ୍ତମ ଦିନରେ ଯାଜକ ସେହି ଛଉ ଦେଖିବ। ଯଦି ସେହି ଛଉ ଚର୍ମରେ ବଢ଼ି ନ ଥାଏ ଓ ତହା ଚର୍ମର ନୀଚ୍ଚସ୍ଥ ଦେଖା ନ ଯାଏ, ତେବେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ପୁଣି ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ। 35 ମାତ୍ର ଶୁଚି ହେଲା ପରେ ଯେବେ ଚର୍ମରେ ସେହି ଛଉ ବ୍ୟାପିଯାଏ। 36 ତେବେ ଯାଜକ ସେହି ଲୋକକୁ ପୁନର୍ବାର ଦେଖିବ। ଯଦି ସେହି ଛଉ ଚର୍ମରେ ବ୍ୟାପିଥାଏ, ତେବେ ଯାଜକ ଆଉ ହଳଦିବର୍ଣ୍ଣ ଲୋମର ଅନ୍ୱେଷଣ କରିବ ନାହିଁ। ସେହି ଲୋକ ଅଶୁଚି। 37 ଯଦି ଯାଜକ ଦୃଷ୍ଟିରେ ସେହି ଛଉ ବଢ଼ି ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ଉଠିଥାଏ, ତେବେ ସେହି ଛଉ ଆରୋଗ୍ୟ ହୋଇଅଛି, ସେ ଶୁଚି ହୋଇଅଛି, ଆଉ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।

38 “ଯଦି କୌଣସି ବ୍ୟକ୍ତିର ଚର୍ମରେ ଧଳା ଛଉ ହୋଇଥାଏ। 39 ତେବେ ଯାଜକ ସେହି ଛଉ ଦେଖିବ, ଯଦି ସେମାନଙ୍କ ଶରୀରର ଚର୍ମରେ ସେହି ଚି‌‌କ୍‌‌‌କଣ ଚିହ୍ନ ଅଳ୍ପ ମଳିନ ଶ୍ୱେତବର୍ଣ୍ଣ ହୁଏ, ତେବେ ତାହା ଚର୍ମରୁ ଉତ୍ପନ୍ନ କ୍ଷତିବିହୀନ ଯାଦୁ ରୋଗ ବୋଲି ବିବେଚିତ ହେବ ଓ ସେହି ଲୋକ ଶୁଚି।

40 “ଯଦି କୌଣସି ଲୋକର ମୁଣ୍ଡରୁ ବାଳ ଉପୁଡ଼ି ଯାଏ ତେବେ ସେ ଚନ୍ଦା, ମାତ୍ର ସେ ଶୁଚି ଅଟେ। 41 ଆଉ ଯେବେ ତାହାର କେଶ ମସ୍ତକର ସମ୍ମୁଖ ଭାଗରୁ ଉପୁଡ଼ିଯାଏ, ତେବେ ସେ ଚନ୍ଦା କପାଳ, ସେ ମଧ୍ୟ ଶୁଚି। 42 ଯଦି ଚନ୍ଦା ମୁଣ୍ଡରେ କିମ୍ବା ଚନ୍ଦା କପାଳରେ ରକ୍ତ ଶ୍ୱେତବର୍ଣ୍ଣ ଘା’ ହୁଏ, ତେବେ ତାହା ଚନ୍ଦା କପାଳରେ ବା ମୁଣ୍ଡରେ ଉତ୍ପନ୍ନ ଚର୍ମ ରୋଗ। 43 ଯାଜକ ତାହା ତେଖିବ, ଯଦି ଶରୀରର ଚର୍ମସ୍ଥିତ କୁଷ୍ଠପରି ତାହା ଚନ୍ଦାମୁଣ୍ଡ କି ଚନ୍ଦା କପାଳର ରକ୍ତ ଶ୍ୱେତବର୍ଣ୍ଣ ଘା’ର ଫୁଲା ଦେଖାଯାଏ, 44 ତେବେ ସେ କୁଷ୍ଠରୋଗରେ ଆକ୍ରାନ୍ତ, ସେ ଅଶୁଚି। ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହାର ମସ୍ତକରେ ଘା’ ହୋଇଛି।

45 “ପୁଣି ଯେଉଁ ଲୋକ କୁଷ୍ଠରୋଗୀ, ତାହାର ବସ୍ତ୍ର ଚିରାଯିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ନିଜର ଉପର ଓଷ୍ଠ ବସ୍ତ୍ରରେ ଢାଙ୍କିବ। ପୁଣି “ଅଶୁଚି, ଅଶୁଚି” ବୋଲି ଚିତ୍କାର କରିବ। 46 ତାହାଠାରେ ଯେତେ ଦିନଯାଏ ଘା’ ରହିବ, ସେତେ ଦିନଯାଏ ସେ ଅଶୁଚି ରହିବ, ସେ ଅଶୁଚି ଯୋଗୁଁ ଏକାକୀ ବାସ କରିବ ଓ ଛାଉଣିର ବାହାରେ ତାହାର ବାସସ୍ଥାନ ରହିବ।

47-48 “ଆଉ ମଧ୍ୟ ଯେଉଁ ବସ୍ତ୍ରରେ କୁଷ୍ଠରୋଗର ଦାଗ ହୁଏ, ତାହା ଲୋମବସ୍ତ୍ର ହେଉ କି ମସିନା ବସ୍ତ୍ର ହେଉ, ତାହା ତନ୍ତରେ ବୁଣା ହେଉ କିମ୍ବା ହାତରେ ବୁଣା ହେଉ କିମ୍ବା ତାହା ଚର୍ମରେ କିମ୍ବା ଚର୍ମ ନିର୍ମିତ କୌଣସି ଦ୍ରବ୍ୟରେ ହେଉ। 49 ଯେବେ ସେହି ଦାଗ ବସ୍ତ୍ରରେ କି ଚର୍ମରେ ବୁଣା କିମ୍ବା ଶିଲାଇ କପାଡ଼ା କିମ୍ବା କୌଣସି ଚର୍ମ ଜିନିଷରେ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହୁଏ, ତେବେ ତାହା ଚର୍ମ ରୋଗର ଦାଗ ଓ ତାକୁ ଯାଜକକୁ ଦେଖାଇ ଦିଆଯିବ। 50 ଯାଜକ ସେହି ଦାଗ ଦେଖିବ ଓ ସେହି ଦାଗଥିବା ଦ୍ରବ୍ୟକୁ ସାତ ଦିନ ପୃଥକ ରଖିବ। 51-52 ସେ ସପ୍ତମ ଦିନରେ ସେହି ଦାଗ ପରୀକ୍ଷା କରିବ, ଯଦି ବସ୍ତ୍ରରେ କି ବୁଣା କିମ୍ବା ଉ‌‌‌ଲ୍‌‌‌ରେ ଶିଲାଇ କପଡ଼ା କିମ୍ବା ଶଣ କିମ୍ବା ଚର୍ମ କିମ୍ବା କୌଣସି ଚର୍ମ ଜିନିଷରେ ସେହି ଦାଗ ଯଦି ବଢ଼ିଥାଏ ତେବେ ତାହା କ୍ଷୟ କୁଷ୍ଠ ଓ ସେହି ବସ୍ତ୍ର ଅଶୁଚି ଅଟେ। ତେଣୁ ସେହି ଦାଗ ଥିବା ବସ୍ତ୍ର, ସୂତାର ବା ଚମଡ଼ାର ହେଉ କିମ୍ବା ଲୋମ ନିର୍ମିତ ହେଉ ତାହା ଦ‌‌‌‌ଗ୍‌‌‌‌ଧ କରାଯିବ। କାରଣ ତାହା କ୍ଷୟ କୁଷ୍ଠ, ସେହି ବସ୍ତ୍ର କିମ୍ବା ଚର୍ମ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ ହେବା ଉଚିତ୍।

53 “ଯାଜକ ଦେଖିବ ଯଦି ସେହି ଦାଗ ବଢ଼ି ନାହିଁ, ତେବେ ତାହା ସୂତାର ବସ୍ତ୍ର ହେଉ କି କୌଣସି ଚମଡ଼ାର ଜିନିଷ ହେଉ ତାହା ପାଣିରେ ଧୌତ କରାଯିବା ଉଚିତ୍। ପୁଣି ତାହା ତନ୍ତବୁଣା ହେଉ କିମ୍ବା ହାତ ବୁଣା ହେଉ ତାହା ଧୁଆଯିବା ଉଚିତ୍। 54 ଯାଜକ ସେହି ଦାଗଯୁକ୍ତ ଦ୍ରବ୍ୟକୁ ଧୋଇବାକୁ ଆଜ୍ଞା ଦେବ। ପୁଣି ସାତ ଦିନ ତାକୁ ପୃଥକ କରି ରଖିବ। 55 ଆଉ ତାହା ଧୂଆ ହେଲା ପରେ ଯାଜକ ଦେଖିବ, ଯଦି ସେହି ଦାଗର ବର୍ଣ୍ଣ ବଦଳି ନ ଥାଏ ଓ ସେହି ଦାଗ ବଢ଼ି ନ ଥାଏ, ତେବେ ତାହା ଅଶୁଚି। ତାହା ବସ୍ତ୍ର ହେଉ କିମ୍ବା ଚର୍ମ ହେଉ ତାକୁ ନିଶ୍ଚୟ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ କରିବ।

56 “ମାତ୍ର ଧୂଆ ଗଲାପରେ ଯଦି ଯାଜକ ଦେଖିବ, ସେହି ଦାଗ ମଳିନ ହୋଇଥାଏ, ତେବେ ସେ ସେହି ବସ୍ତ୍ରରୁ କି ଚର୍ମରୁ ତାହା ଚିରି ପକାଇବ। 57 ତଥାପି ଯଦି ସେହି ବସ୍ତ୍ରରେ କି ଚର୍ମରେ, ସେହି ଦାଗ ଥାଏ ଓ ତାହା ବଢ଼େ, ତାକୁ ତୁମ୍ଭେ ଅଗ୍ନିରେ ପୋଡ଼ି ପକାଇବ। 58 ଯଦି ବସ୍ତ୍ର ଓ ଚର୍ମ ନିର୍ମିତ ଦ୍ରବ୍ୟକୁ ଧୋଇଲା ପରେ ସେହି ଦାଗ ଗ୍ଭଲିଯାଏ, ତେବେ ତାହା ଦ୍ୱିତୀୟ ଥର ଧୂଆଯିବ ଓ ତହିଁରେ ତାହା ଶୁଚି ହେବ।”

59 ବସ୍ତ୍ର ହେଉ ବା ଚର୍ମ ନିର୍ମିତ ଦ୍ରବ୍ୟ ହେଉ କିମ୍ବା ଟାଣୀର ହେଉ, କୁଷ୍ଠ ଦାଗ ବିଷୟରେ ଶୁଚି ବୋଲି ପ୍ରମାଣ କରିବା ବା ଅଶୁଚି ବୋଲି ପ୍ରକାଶ କରିବାର ବ୍ୟବସ୍ଥା ଏହା ଅଟେ।

କୁଷ୍ଠରୋଗୀ ଶୁଚି ହେବାର ବିଧି

14 ସଦାପ୍ରଭୁ ମୋଶାଙ୍କୁ କହିଲେ, “କୁଷ୍ଠରୋଗୀର ଶୁଚି ହେବା ଦିନରେ ତାହାର ଏହି ବ୍ୟବସ୍ଥା,

“ସେ ଯାଜକ ନିକଟକୁ ଆସିବ ଓ ଯାଜକ ତାକୁ ଦେଖିବ। ତହୁଁ ଯାଜକ ଛାଉଣିର ବାହାରକୁ ଯିବ, ପୁଣି ଯାଜକ ଦେଖିବ ଯଦି ଘା’ ସୁସ୍ଥ ହୋଇଥାଏ। ଯଦି ଲୋକଟି ସୁସ୍ଥ ତେବେ ଯାଜକ ତାହା ପାଇଁ ଦୁଇ ଜୀଅନ୍ତା ଶୁଚି ପକ୍ଷୀ, କିଛି ଏରସ୍ କାଠ, ସିନ୍ଦୁରବର୍ଣ୍ଣ (ଲୋମ) ଓ ବନସ୍ପତିର ପତ୍ର ନେବା ପାଇଁ ଆଜ୍ଞା ଦେବ। ପୁଣି ଯାଜକ ମୃତ୍ତିକାପାତ୍ରସ୍ଥିତ ସ୍ରୋତଜଳ ଉପରେ ଏକ ପକ୍ଷୀକି ବଧ କରିବାକୁ ଆଦେଶ ଦେବ। ତା'ପରେ ସେ ସେହି ଜୀଅନ୍ତା ପକ୍ଷୀ, ଏରସ କାଠ, ସିନ୍ଦୁରବର୍ଣ୍ଣ (ଲୋମ) ଓ ବନସ୍ପତି ବୃକ୍ଷର ପତ୍ର ନେଇ ସେହି ସ୍ରୋତଜଳ ଉପରେ ବଧ କରାଯାଇଥିବା ପକ୍ଷୀର ରକ୍ତରେ ସେହିସବୁକୁ ବଡ଼ାଇବ। ପୁଣି ଯାଜକ ସେହି କୁଷ୍ଠରୋଗୀ ଉପରେ ସାତଥର ରକ୍ତ ଛିଞ୍ଚିବ ଓ ଶୁଚି ହେଲା ବୋଲି ପ୍ରକାଶ କରିବ। ଆଉ ଅନ୍ୟ ଜୀଅନ୍ତା ପକ୍ଷୀଟିକୁ ନେଇ କ୍ଷେତ୍ରଆଡ଼େ ଛାଡ଼ିଦେବ।

“ତା'ପରେ ସେ ଶୁଚି ଲୋକ ନିଜର ବସ୍ତ୍ର ଧୌତ କରି, ସମସ୍ତ କେଶ କ୍ଷୌର କରି ଜଳରେ ସ୍ନାନ କରିବ, ତଦ୍ଦ୍ୱାରା ସେ ଶୁଚି ହେବ। ତା'ପରେ ସେ ଛାଉଣି ଭିତରକୁ ଆସିବ। ମାତ୍ର ସେ ସାତ ଦିନ ନିଜର ତମ୍ବୁର ବାହାରେ ରହିବ। ସପ୍ତମ ଦିନରେ ସେ ନିଜର ସମସ୍ତ କେଶ ଅର୍ଥାତ୍ ମସ୍ତକର ଦାଢ଼ିରେ ଓ ଭ୍ରୂଲତାର ସମସ୍ତ କେଶ କ୍ଷୌର କରିବ। ପୁଣି ନିଜର ବସ୍ତ୍ର ଧୌଇ ଜଳରେ ସ୍ନାନ କରି ଶୁଚି ହେବ।

10 “ଅଷ୍ଟମ ଦିନରେ ସେ କୁଷ୍ଠରୋଗୀ ଦୁଇ ନିଖୁଣ ମେଷବତ୍ସ, ଏକବର୍ଷୀୟା ଏକ ନିଖୁଣ ମେଷବତ୍ସା, ଶସ୍ୟ ନୈବେଦ୍ୟ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଓ ଏକ ଲୋ‌‌‌‌ଗ୍‌‌‌‌ ତୈଳ ନେବ। 11 ତହୁଁ ଶୁଚିକାରୀ ଯାଜକ ସେହି ଶୋଧନୀୟ ଲୋକକୁ ଓ ସେହିସବୁ ଦ୍ରବ୍ୟ ନେଇ ସମାଗମ-ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ସ୍ଥାପନ କରିବ। 12 ଆଉ ଯାଜକ ଗୋଟିଏ ଅଣ୍ଡିରା ମେଷବତ୍ସ ଓ ସେହି ଏକ ଲୋ‌‌‌‌ଗ୍‌‌‌‌ ତୈଳ ନେଇ ଦୋଷାର୍ଥକ ବଳିରୂପେ ଉତ୍ସର୍ଗ କରିବ, ଆଉ ଦୋଳନୀୟ ନୈବେଦ୍ୟ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ସେସବୁ ଦୋଳନୀୟ କରାଯିବ। 13 ତା'ପରେ ସେ ଯାଜକ ଯେଉଁ ସ୍ଥାନରେ ପାପାର୍ଥକ ଓ ହୋମବଳି ବଧ କରାଯାଏ ସେହି ପବିତ୍ର ସ୍ଥାନରେ ସେହି ମେଷବତ୍ସ ବଧ କରିବ। ପାପାର୍ଥକ ବଳିପରି ଦୋଷାର୍ଥକ ବଳି ମଧ୍ୟ ଯାଜକର ଅଟେ। ତାହା ମହାପବିତ୍ର ଅଟେ।

14 “ତା'ପରେ ଯାଜକ ସେହି ଦୋଷାର୍ଥକ ବଳିର କିଛି ରକ୍ତ ନେବ, ପୁଣି ଯାଜକ ସେହି ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣର ପ୍ରାନ୍ତରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳିରେ ଲଗାଇବ। 15 ଆଉ ଯାଜକ ସେହି ଏକ ଲୋଗ୍ ତୈଳରୁ କିଛି ନେଇ ନିଜର ବାମ ହସ୍ତର ପାପୁଲିରେ ଢାଳିବ। 16 ତା'ପରେ ଯାଜକ ସେହି ବାମ ହସ୍ତର ପାପୁଲିସ୍ଥିତ ତୈଳରେ ଆପଣା ଦକ୍ଷିଣ ଅଙ୍ଗୁଳି ବୁଡ଼ାଇ ଅଙ୍ଗୁଳି ଦ୍ୱାରା ସେହି ତୈଳରୁ କିଛି ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ସାତଥର ଛିଞ୍ଚିବ। 17 ପୁଣି ଯାଜକ ଆପଣା ବାମ ପାପୁଲିରେ ଅବଶିଷ୍ଟ ତୈଳ ନେଇ ସେହି ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣ ପ୍ରାନ୍ତରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳିରେ ଲଗାଇବ। ଯେଉଁଠାରେ ଦୋଷାର୍ଥକ ବଳିର ରକ୍ତ ଆଗରୁ ଲଗାଇଥିଲା। 18 ଆଉ ଯାଜକ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ସେହି ଶୋଧନୀୟ ଲୋକର ମସ୍ତକରେ ଲଗାଇବ। ପୁଣି ସେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ତାହାପାଇଁ ପ୍ରାୟଶ୍ଚିତ କରିବ।

19 “ତା'ପରେ ଯାଜକ ପାପାର୍ଥକ ବଳି ଉତ୍ସର୍ଗ କରିବ ଓ ସେହି ଶୋଧନୀୟ ଲୋକର ଅଶୌଚ ହେତୁ ପ୍ରାୟଶ୍ଚିତ କରିବ। ଏହା ପରେ ସେ ହୋମବଳି ବଧ କରିବ। 20 ତତ୍ପରେ ଯାଜକ ହୋମବଳି ଓ ଶସ୍ୟ ନୈବେଦ୍ୟ ଆଣି ଯଜ୍ଞବେଦିରେ ଉତ୍ସର୍ଗ କରିବ। ଏହିପରି ଯାଜକ ତାହା ପାଇଁ ପ୍ରାୟଶ୍ଚିତ କରିବ ଓ ସେ ଶୁଚି ହେବ।

21 “ଆଉ ଯଦି ଲୋକଟି ଦରିଦ୍ର ଓ ସେ ସମସ୍ତ ଦ୍ରବ୍ୟ ଦେବାକୁ ଅକ୍ଷମ, ତେବେ ସେ ନିଜର ପ୍ରାୟଶ୍ଚିତ ପାଇଁ ଦୋଳନୀୟ ନୈବେଦ୍ୟ ରୂପେ ଦୋଷାର୍ଥକ ବଳି ପାଇଁ ଗୋଟିଏ ମେଷବତ୍ସା ଓ ଶସ୍ୟ ନୈବେଦ୍ୟରୂପେ ଏକ ଐଫାର ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍ ତୈଳ ଆଣିବ। 22 ପୁଣି ସେହି ଦରିଦ୍ର ଲୋକର ପ୍ରାପ୍ତିର ସାଧ୍ୟ ଅନୁସାରେ ଦୁଇଟି କପୋତ କିମ୍ବା ଦୁଇଟି ପାରା ଆଣିବ। ଆଉ ସେଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହୋମବଳି ହେବ।

23 “ଆଉ ଅଷ୍ଟମ ଦିନରେ ସେହି ଲୋକ ସମସ୍ତ ଦ୍ରବ୍ୟ ଆଣି ସମାଗମ-ତମ୍ବୁ ଦ୍ୱାର ନିକଟରେ ଯାଜକ ପାଖକୁ ଆଣିବ। ଯାଜକ ସେହି ସମସ୍ତ ଜିନିଷ ସଦାପ୍ରଭୁଙ୍କ ସମ୍ମୁଖରେ ତା'ର ପ୍ରାୟଶ୍ଚିତ ପାଇଁ ଉତ୍ସର୍ଗ କରିବ ଓ ସେ ଶୁଚି ହେବ। 24 ତହୁଁ ଯାଜକ ଦୋଷାର୍ଥକ ବଳିର ମେଷବତ୍ସ ଓ ସେହି ଏକ ଲୋଗ୍ ତୈଳ ନେବ। ତା'ପରେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ତାହା ଦୋଳନ କରିବ। 25 ତା'ପରେ ଯାଜକ ସେହି ଦୋଷାର୍ଥକ ବଳି ପାଇଁ ଉର୍ଦ୍ଦିଷ୍ଟ ମେଷବତ୍ସ ବଧ କରିବ। ଆଉ ସେଥିରୁ କିଛି ରକ୍ତ ନେଇ ଯାଜକ ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣପ୍ରାନ୍ତରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳିରେ ଲଗାଇବ। 26 ଆଉ ମଧ୍ୟ ଯାଜକ ସେହି ତୈଳରୁ କିଛି ନେଇ ନିଜ ବାମହସ୍ତ ପାପୁଲିରେ ଢାଳିବ। 27 ଆଉ ଯାଜକ ନିଜର ଦକ୍ଷିଣ ଅଙ୍ଗୁଳି ଦ୍ୱାରା ସେହି ବାମ ହସ୍ତସ୍ଥିତ ତୈଳରୁ କିଛି ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ସାତଥର ଛିଞ୍ଚିବ। 28 ଆଉ ମଧ୍ୟ ଯାଜକ ଆପଣା ହସ୍ତସ୍ଥିତ ତୈଳ ନେଇ ସେହି ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣପ୍ରାନ୍ତରେ, ଦକ୍ଷିଣହସ୍ତ ବୃଦ୍ଧାଙ୍ଗୁଳିରେ ଓ ଦକ୍ଷିଣ ପାଦ ବୃଦ୍ଧାଙ୍ଗୁଳିରେ ଦୋଷାର୍ଥକ ବଳିର ରକ୍ତ ଲାଗିଥିବା ସ୍ଥାନରେ ଲଗାଇବ। 29 ପୁଣି ଯାଜକ ଶୋଧନୀୟ ଲୋକ ପାଇଁ ପ୍ରାୟଶ୍ଚିତ କରିବାକୁ ନିଜ ହସ୍ତସ୍ଥିତ ଅବଶିଷ୍ଟ ତୈଳ ତାହାର ମସ୍ତକରେ ଲଗାଇବ।

30 “ପୁଣି ସେ ତା'ର ପ୍ରାପ୍ତିର ସାଧ୍ୟ ଅନୁସାରେ ସେ ଦୁଇ କପୋତ ବା ଦୁଇ ପାରା ଛୁଆ ମଧ୍ୟରୁ ଗୋଟିଏ ଉତ୍ସର୍ଗ କରିବ। 31 ତାହାର ପ୍ରାପ୍ତିର ସାଧ୍ୟ ଅନୁସାରେ ଶସ୍ୟ ନୈବେଦ୍ୟ ସହିତ ଗୋଟିଏ ପାପାର୍ଥକ ବଳିରୂପେ ଓ ଅନ୍ୟଟି ହୋମବଳି ରୂପେ ଉତ୍ସର୍ଗ କରିବ। ପୁଣି ଯାଜକ ଶୋଧନୀୟ ଲୋକ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ କରିବ। ଫଳରେ ଲୋକଟି ଶୁଚି ହେବ।”

32 ଯେଉଁ କୁଷ୍ଠରୋଗର ଘା’ଯୁକ୍ତ ଲୋକ ନିଜ ଶୌଚ ସମ୍ବନ୍ଧୀୟ ଦ୍ରବ୍ୟ ପାଇବାକୁ ଅସମର୍ଥ, ତାହା ପାଇଁ ଏହି ବ୍ୟବସ୍ଥା ଅଟେ।

ଗୃହସ୍ଥିତ କୁଷ୍ଠରୋଗର ଦାଗ ପାଇଁ ବିଧି

33 ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 34 “ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କ ଅଧିକାର ନିମନ୍ତେ ଦେବା, ସେହି କିଣାନ ଦେଶରେ, ତୁମ୍ଭେମାନେ ପ୍ରବେଶ କଲେ ଯଦି ଆମ୍ଭେ ତୁମ୍ଭମାନଙ୍କ ଅଧିକୃତ ଦେଶରେ କୌଣସି ଗୃହରେ କୁଷ୍ଠରୋଗର ଦାଗ ଉତ୍ପନ୍ନ କରୁ, 35 ତେବେ ସେହି ଗୃହମାଲିକ ଯାଜକ ନିକଟକୁ ଆସି କହିବ, ‘ମୋ’ ଗୃହରେ ଦାଗ ସୃଷ୍ଟି ହେଲାପରି ମୋତେ ଦେଖାଯାଉଛି।’

36 “ତହୁଁ ଯାଜକ ଗୃହର ସମସ୍ତ ଜିନିଷ ବାହାରକୁ ନେବାକୁ ଆଜ୍ଞା ଦେବ, ଯେପରି ସେଗୁଡ଼ିକ ଅଶୁଚି ନ ହୁଏ। ସମସ୍ତ ଜିନିଷ ବାହାରକୁ ଆସିଲା ପରେ ଯାଜକ ଦାଗ ଦେଖିବାକୁ ଗୃହରେ ପ୍ରବେଶ କରିବ। 37 ଯାଜକ ସେହି ଦାଗ ନିରୀକ୍ଷଣ ବେଳେ ଯଦି ଦେଖିବ ଦାଗ କାନ୍ଥର ଖାଲ ଭିତରେ ବସି ଯାଇଥିବ ଓ କିଞ୍ଚିତ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହୋଇଥିବ ଓ ତାହା କାନ୍ଥର ନୀଚରୁ ଦେଖାଯିବ। 38 ତେବେ ଯାଜକ ଗୃହରୁ ବାହାରି ଆସିବ ଓ ସେ ଗୃହକୁ ସାତ ଦିନ ରୁଦ୍ଧ କରି ରଖିବ।

39 “ସପ୍ତମ ଦିନରେ ଯାଜକ ପୁନର୍ବାର ଆସି ଘର ପରୀକ୍ଷା କରିବ। ଆଉ ଯଦି ଗୃହ କାନ୍ଥରେ ସେହି ଦାଗ ବଢ଼ିଥାଏ। 40 ତେବେ ଯାଜକ ସେହି ଦାଗଯୁକ୍ତ ପ୍ରସ୍ତରସବୁ ବାହାର କରି ନଗରର ବାହାରେ ଅଶୁଚି ସ୍ଥାନରେ ପକାଇ ଦେବାକୁ ଲୋକମାନଙ୍କୁ ଆଜ୍ଞା ଦେବ। 41 ପୁଣି ସେ ଗୃହର କାନ୍ଥ ଉପରେ ଥିବା ଚୂନକୁ ଚଞ୍ଛାଇବ ଓ ସେହି ଚଞ୍ଛା ଧୂଳି ନେଇ ନଗର ବାହାରେ ଅଶୁଚି ସ୍ଥାନରେ ପକାଇବ। 42 ତା'ପରେ ସେହି ବ୍ୟକ୍ତି ନୂତନ ପ୍ରସ୍ତର ନେଇ କାନ୍ଥରେ ବସାଇବ ଓ କାନ୍ଥ ଉପରେ ସବୁ ନୂତନ ଲେପ ଲଗାଇବ।

43 “ଯଦି କାନ୍ଥରେ ପ୍ରସ୍ତର ବଦଳ କଲାପରେ ଓ ଗୃହ ଗ୍ଭଞ୍ଛିଲା ପରେ ଓ ନୂତନ ଲେପନ କଲାପରେ ଯେବେ ସେହି ଦାଗ ପୁନର୍ବାର କାନ୍ଥରେ ଫୁଟି ବାହାରେ, 44 ତେବେ ଯାଜକ ଆସି ଦେଖିବ। ଆଉ ଯଦି ସେହି ଦାଗ ବୃଦ୍ଧି ପାଇଥାଏ ତେବେ ସେ ଗୃହରେ କ୍ଷୟକୁଷ୍ଠ ଅଛି ଓ ତାହା ଅଶୁଚି ଅଟେ। 45 ତାହାହେଲେ ସେ ଲୋକ ସେ ଗୃହ ଭାଙ୍ଗି ପକାଇବ। ତହିଁରେ ଥିବା ପ୍ରସ୍ତର, କାଠ ଓ ଧୂଳିସବୁ ନେଇ ନଗର ବାହାରେ ଅଶୁଚି ସ୍ଥାନରେ ପକାଇବ। 46 ସେହି ଗୃହ ରୁଦ୍ଧ ଥିଲାବେଳେ ଯଦି କେହି ସେହି ଘର ଭିତରେ ପ୍ରବେଶ କରିଥାଏ, ସେହି ଲୋକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 47 ଯଦି କେହି ସେହି ଘରେ ଭୋଜନ କରିଥିବ କିମ୍ବା ଶୟନ କରିଥିବ ତେବେ ସେ ତା'ର ବସ୍ତ୍ର ଧୋଇବ।

48 “ଗୃହ ପୁନଃନିର୍ମାଣ ଓ ପୁନଃଲେପନ ଶେଷ ହେଲା ପରେ, ଯାଜକ ସେହି ଗୃହକୁ ଆସିବ ଓ ଦେଖିବ। ଯଦି ଦାଗ ବୃଦ୍ଧି ନ ପାଇଥାଏ, ତେବେ ସେ ତାହା ଶୁଚି ବୋଲି ଘୋଷଣା କରିବ। କାରଣ ଦାଗ ଉଭେଇ ଯାଉଛି।

49 “ପୁଣି ସେହି ଗୃହକୁ ଶୁଚି କରିବାକୁ ଯାଜକ ଦୁଇଟି ପକ୍ଷୀ, ଏରସ କାଠ, ଲାଲ ବସ୍ତ୍ର ଓ ବନସ୍ପତି ନେବା ଉଚିତ୍। 50 ଜଳସ୍ରୋତ ଉପରେ ଏକ ମାଟିହାଣ୍ଡି ଉପରେ ପକ୍ଷୀଟିକୁ ରଖି ଯାଜକ ତାକୁ ବଧ କରିବା ପାଇଁ କହିବା ଉଚିତ୍। 51 ତା'ପରେ ସେ ଯାଜକ ଏରସ କାଠ, ଏସୋବ, ଲାଲ୍ ବସ୍ତ୍ର, ଜୀଅନ୍ତା ପକ୍ଷୀକୁ ନେଇ ହତ୍ୟା କରିବ ଓ ସେହି ପକ୍ଷୀର ରକ୍ତ, ସେହି ଜଳସ୍ରୋତରେ ବୁଡ଼ାଇବ ଓ ସେହି ଘରେ ସାତଥର ଛିଞ୍ଚିବ। 52 ସେହିସବୁ ଜିନିଷ ବ୍ୟବହାର କରି ସେ ଗୃହଟିକୁ ଶୁଚି କରିବ। 53 ତା'ପରେ ଯାଜକ ସେହି ଜୀଅନ୍ତା ପକ୍ଷୀକୁ ନଗର ବାହାରସ୍ଥ କ୍ଷେତ୍ର ଆଡ଼େ ଛାଡ଼ିଦେବ। ଏହିପରି ସେ ଗୃହ ପାଇଁ ପ୍ରାୟଶ୍ଚିତ କରିବ ଓ ଘରଟିକୁ ଶୁଚି କରିବ।”

54 କୁଷ୍ଠରୋଗର ଯେକୌଣସି ଘା’ ଓ ଛଉର ଏହିସବୁ ବ୍ୟବସ୍ଥା। 55 ପୁଣି ବସ୍ତ୍ରସ୍ଥିତ ଓ ଗୃହସ୍ଥିତ କୁଷ୍ଠ ପାଇଁ, 56 ଆଉ ଫୁଲା, ଦାଗ ଓ ଚି‌‌କ୍‌‌‌କଣ ଚିହ୍ନ ପାଇଁ, 57 ଏହିସବୁ ହେଉଛି ବ୍ୟବସ୍ଥା। ଆଉ ମଧ୍ୟ କେଉଁ ସମୟରେ ଶୁଚି ଓ କେଉଁ ସମୟରେ ଅଶୁଚି ଏହା ଜାଣିବା ପାଇଁ ଏସବୁ ବିଧି ଅଟେ।

ଦେହରେ ପ୍ରମେହ ରୋଗର ବିଧି

15 ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ ମଧ୍ୟ କହିଲେ, “ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଯଦି କୌଣସି ପୁରୁଷର ଲିଙ୍ଗରୁ ଧାତୁ କ୍ଷରିତ ହୁଏ, ସେ ଅଶୁଚି ଘୋଷିତ ହେବା ଉଚିତ୍। କ୍ଷରଣ ଗ୍ଭଲିଥାଉ କିମ୍ବା ବନ୍ଦ ହୋଇଥାଉ, କ୍ଷରଣ ହେଉଥିବା ଲୋକ ଅଶୁଚି ଅଟେ।

“ପ୍ରମେହ ରୋଗୀ ଯେଉଁ ଶଯ୍ୟାରେ ଶୟନ କରେ ତାହା ଅଶୁଚି ଅଟେ। ଆଉ ସେ ଯେଉଁସବୁ ପଦାର୍ଥ ଉପରେ ବସିବ ତାହା ମଧ୍ୟ ଅଶୁଚି ହେବ। ଯଦି କୌଣସି ବ୍ୟକ୍ତି ସେହି ବ୍ୟକ୍ତିର ବିଛଣାକୁ ଛୁଏଁ, ତେବେ ସେ ତା'ର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଆଉ ଯେକୌଣସି ବସ୍ତୁ ଉପରେ ସେହି କ୍ଷରଣକାରୀ ବସିଥାଏ, ଯଦି ସେହି ବସ୍ତୁ ଉପରେ ଯେକେହି ବସିବ ସେ ନିଜର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ସନ୍ଧ୍ୟା ପର୍ଯ୍ୟନ୍ତ ସେ ମଧ୍ୟ ଅଶୁଚି ରହିବ। ଆଉ ଯଦି କେହି କ୍ଷରଣକାରୀଙ୍କୁ ଛୁଇଁବ ତେବେ ସେ ତା'ର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। “କ୍ଷରଣକାରୀ ବ୍ୟକ୍ତି ଯଦି ଶୁଚି ଲୋକ ଉପରେ ଛେପ ପକାଏ ତେବେ ସେ ବ୍ୟକ୍ତି ନିଜର ବସ୍ତ୍ର ଧୋଇବ, ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। କ୍ଷରଣକାରୀ ଯେଉଁ ଘୋଡ଼ାର ସାଜ ଉପରେ ବସେ ସେ ମଧ୍ୟ ଅଶୁଚି ହେବ। 10 ଆଉ ଯଦି କେହି ତାହାର ତଳସ୍ଥ କୌଣସି ବସ୍ତୁକୁ ଛୁଏଁ, ତେବେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ପୁଣି ଯେକେହି ତାହା ବହନ କରିବ, ସେ ନିଜର ବସ୍ତ୍ର ଧୋଇବ, ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 11 “ପୁଣି କ୍ଷରଣକାରୀ ନିଜର ହାତ ଜଳରେ ନ ଧୋଇ ଯଦି ଅନ୍ୟକୁ ଛୁଏଁ, ତେବେ ସେ ଛୁଇଁଥିବା ଲୋକ ନିଜର ବସ୍ତ୍ର ଧୋଇବ, ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

12 “ଯଦି କୌଣସି କ୍ଷରଣକାରୀ ମାଟିପାତ୍ରକୁ ଛୁଏଁ ତେବେ ସେହି ପାତ୍ରକୁ ଭାଙ୍ଗି ଦିଆଯିବ। ଆଉ ଯଦି କୌଣସି କାଠପାତ୍ରକୁ ଛୁଏଁ ତେବେ ତାହା ଜଳରେ ଧୁଆଯିବା ଉଚିତ୍।

13 “କ୍ଷରଣକାରୀ ଯେତେବେଳେ ନିଜ କ୍ଷରଣ ସକାଶେ ଶୁଚି ହୁଏ, ସେତେବେଳେ ସେ ଶୌଚକ୍ରିୟା ନିମନ୍ତେ ସାତ ଦିନ ଅପେକ୍ଷା କରିବା ଉଚିତ୍। ସେ ନିଜର ବସ୍ତ୍ର ଧୋଇବ ଓ ସ୍ରୋତ ଜଳରେ ସ୍ନାନ କରିବ। ତେବେ ସେ ଶୁଚି ହେବ। 14 ଅଷ୍ଟମ ଦିନରେ ସେହି ଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେ ସମାଗମ-ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଯାଜକକୁ ଅର୍ପଣ କରିବ। 15 ପୁଣି ଯାଜକ ସେଥିରୁ ଗୋଟିକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ। ଆଉ ସେହି ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ ହେବ। କାରଣ ତାଙ୍କର କ୍ଷରଣ ପାଇଁ।

16 “ଯଦି କୌଣସି ପୁରୁଷର ବୀର୍ଯ୍ୟପାତ ହୁଏ, ତେବେ ସେ ସମସ୍ତ ଶରୀରକୁ ଜଳରେ ଧୌତ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 17 ଯଦି କୌଣସି ବସ୍ତ୍ରରେ କିମ୍ବା ଚର୍ମରେ ବୀର୍ଯ୍ୟପାତ ହୁଏ, ସେଗୁଡ଼ିକୁ ଜଳରେ ଧୌତ କରାଯିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ତାହା ଅଶୁଚି ରହିବ। 18 ଯଦି ସେ ପୁରୁଷ କୌଣସି ସ୍ତ୍ରୀ ସହିତ ଶୟନ କରେ ଓ ତା'ର କାର୍ଯ୍ୟ ସ୍ଖଳନ ଘଟେ, ତେବେ ସେ ଦୁହେଁ ଜଳରେ ସ୍ନାନ କରିବେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବେ।

19 “ଆଉ ଯଦି କୌଣସି ସ୍ତ୍ରୀର ରଜସ୍ୱଳା ହୁଏ ଓ ତା'ର ଦେହରୁ ରକ୍ତ କ୍ଷରିତ ହୁଏ, ତେବେ ସେ ସାତ ଦିନ ପର୍ଯ୍ୟନ୍ତ ଅଶୌଚ ରହିବ। ଯେକେହି ତାକୁ ସେ ସମୟରେ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 20 ଆଉ ସେହି ସ୍ତ୍ରୀ ଧର୍ମ ସମୟରେ ଯେକୌଣସି ଶଯ୍ୟାରେ ଶୟନ କରିବ, ତାହା ଅଶୁଚି ରହିବ ଓ ଯାହା ଉପରେ ସେ ବସିବ ତାହା ମଧ୍ୟ ଅଶୁଚି ହେବ। 21 ଯଦି କୌଣସି ବ୍ୟକ୍ତି ତା'ର ଶଯ୍ୟା ଛୁଇଁବ ସେ ତା'ର ବସ୍ତ୍ର ଧୋଇବ ଓ ସେ ଜଳରେ ସ୍ନାନ କରିବ। ଆଉ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 22 ପୁଣି ଯେକେହି ତା'ର ବସିବା ଆସନରେ ବସିବ, ସେ ତା'ର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ଆଉ ମଧ୍ୟ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 23 ଆଉ ତା'ର ଶଯ୍ୟା କିମ୍ବା ଆସନ ଉପରେ ଥିବା ଯେକୌଣସି ଜିନିଷ ଜଣେ ଛୁଇଁବ, ତେବେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

24 “ଯଦି ରଜସ୍ୱାଳା ସମୟରେ କୌଣସି ପୁରୁଷ ସେହି ସ୍ତ୍ରୀଲୋକ ସହିତ ଦୈହିକ ସମ୍ପର୍କ ରଖେ, ସେ ମଧ୍ୟ ସାତ ଦିନ ପର୍ଯ୍ୟନ୍ତ ଅଶୁଚି ରହିବ। ପୁଣି ସେ ଯେକୌଣସି ଶଯ୍ୟାରେ ଶୟନ କରେ ତାହା ଅଶୁଚି ହେବ।

25 “ଆଉ ସ୍ତ୍ରୀର ମାସିକ ଧର୍ମ ସମୟ ଛଡ଼ା ଯଦି କୌଣସି ସ୍ତ୍ରୀର ବହୁ ଦିନ ପର୍ଯ୍ୟନ୍ତ ରକ୍ତସ୍ରାବ ହୁଏ, କିମ୍ବା ସାତ ଦିନ ଅତିବାହିତ ହେଲା ପରେ ଯଦି ରକ୍ତସ୍ରାବ ହୁଏ, ତେବେ ରକ୍ତସ୍ରାବ ହେଉଥିବ ପର୍ଯ୍ୟନ୍ତ ସେ ସ୍ତ୍ରୀର ମାସିକ ଧର୍ମ ସମୟ ପରି ଅଶୁଚି ରହିବ। 26 ଯଦି ସେହି ରକ୍ତସ୍ରାବ ଗ୍ଭଲିଥିବା ସମୟରେ ସେ କୌଣସି ଶଯ୍ୟାରେ ଶୟନ କରେ, ତେବେ ତାହା ସ୍ତ୍ରୀ-ଧର୍ମ ସମୟ ପରି ଅଶୁଚି ରହିବ। ଆଉ ସେ ଯେଉଁ ଆସନ ଉପରେ ବସିବ ତା’ ମଧ୍ୟ ସ୍ତ୍ରୀଧର୍ମ ସମୟ ପରେ ଅଶୁଚି ରହିବ। 27 ପୁଣି ଯେକେହି ସେହିସବୁ ଜିନିଷ ଛୁଇଁବ, ସେ ଅଶୁଚି ହେବ, ସେ ନିଜର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 28 ପୁଣି ସେହି ସ୍ତ୍ରୀର ରକ୍ତସ୍ରାବ ବନ୍ଦ ହେଲେ, ସେ ଆଉ ସାତ ଦିନ ଅପେକ୍ଷା କରିବ। ତା'ପରେ ସେ ଶୁଚି ହେବ। 29 ତା'ପରେ ଅଷ୍ଟମ ଦିନରେ ସେହି ସ୍ତ୍ରୀଲୋକ ଦୁଇଟି କପୋତ କିମ୍ବା ଦୁଇଟି ପାରା ଛୁଆ ଆଣି ସମାଗମ-ତମ୍ବୁର ଦ୍ୱାର ନିକଟରେ ଯାଜକକୁ ଅର୍ପଣ କରିବ। 30 ତା'ପରେ ସେ ଯାଜକ ସେଥିମଧ୍ୟରୁ ଗୋଟିଏ ପକ୍ଷୀ ପାପାର୍ଥକ ବଳିରୂପେ ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ସେ ସ୍ତ୍ରୀଲୋକଙ୍କୁ ପ୍ରାୟଶ୍ଚିତ କରାଇବ।

31 “ଏଣୁ ତୁମ୍ଭେ ଇସ୍ରାଏଲ ସନ୍ତନଗଣଙ୍କୁ ଅଶୁଚି ବିଷୟରେ ସତର୍କ କରିଦେବ। ଯଦି ତୁମ୍ଭେ ସେମାନଙ୍କୁ ବିଧି ବିଷୟରେ ନ ଜଣାଇବ, ତେବେ ସେମାନେ ଆମ୍ଭର ପବିତ୍ର ତମ୍ବୁକୁ ଅଶୁଚି କରି ଦେବେ। ଏଥିପାଇଁ ସେମାନେ ମୃତ୍ୟୁବରଣ କରିବେ।”

32 ଧାତୁ ସ୍ରାବ ଓ ବିର୍ଯ୍ୟ କ୍ଷରଣ ହେଉଥିବା ଲୋକମାନଙ୍କ ପାଇଁ ଏହିସବୁ ବିଧି। ଏବଂ ଏହା ଦ୍ୱାରା ଅଶୁଚି ହୁଏ। 33 ପୁଣି ଏହିସବୁ ବିଧି ରଜସ୍ୱାଳା ନାରୀ, ବିର୍ଯ୍ୟ କ୍ଷରଣକାରୀ ପୁରୁଷ ଓ ସ୍ତ୍ରୀ ଏବଂ ରଜସ୍ୱଳା ନାରୀ ସହିତ ଶୟନ କରୁଥିବା ଲୋକମାନଙ୍କ ପାଇଁ ଲାଗୁ ହେବ।