Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ବିଗ୍ଭରକର୍ତ୍ତାମାନଙ୍କ ବିବରଣ 11-12

11 ଯିପ୍ତହ ନାମକ ଜଣେ ଲୋକ ଗିଲିୟଦର ପରିବାରବର୍ଗର ଜଣେ ସାହସୀ ଯୋଦ୍ଧା ଥିଲେ। କିନ୍ତୁ ସେ ଜଣେ ବେଶ୍ୟାର ପୁତ୍ର ଥିଲେ। ଗିଲିୟଦ ତାଙ୍କର ପିତା ଥିଲେ। ଗିଲିୟଦର ସ୍ତ୍ରୀ ତାହାର କେତେକ ପୁତ୍ର ଜନ୍ମ କଲା ଏବଂ ଯେତେବେଳେ ପୁତ୍ରମାନେ ବଡ଼ ହେଲେ ସେମାନେ ଯିପ୍ତହକୁ ଏହା କହି ତଡ଼ି ଦେଲେ, “ଆମ୍ଭର ପିତୃ ସମ୍ପତ୍ତିରେ ତୁମ୍ଭର କୌଣସି ଅଧିକାର ନାହିଁ, କାରଣ ତୁମ୍ଭେ ଅନ୍ୟ ସ୍ତ୍ରୀର ପୁତ୍ର।” ସେଥିରେ ଯିପ୍ତହ ନିଜର ଭାଇମାନଙ୍କ ସମ୍ମୁଖରୁ ପଳାଇ ଟୋବ୍ ଦେଶରେ ବାସ କଲା। ସେଥିରେ କେତେ ଗୁଡ଼ିଏ ଅଗାଡ଼ି ଲୋକ ଯିପ୍ତହ ସଙ୍ଗେ ମିଳି ତାହାଙ୍କ ସହଚର ହେଲେ।

କିଛି ଦିନପରେ ଅମ୍ମୋନ ସନ୍ତାନଗଣ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଲାଗିଲେ। ଯେତେବେଳେ ଅମ୍ମୋନୀୟମାନେ ଇସ୍ରାଏଲ ସହିତ ଯୁଦ୍ଧ କଲେ, ଗିଲିୟଦର ନେତୃବର୍ଗ ପ୍ରାଚୀନବର୍ଗ ଯିପ୍ତହଙ୍କୁ ପାଇବାକୁ ଟୋବ୍ ଦେଶକୁ ଗଲେ।

ସେମାନେ ଯିପ୍ତହଙ୍କୁ କହିଲେ, “ଆମ୍ଭେମାନେ ଅମ୍ମୋନ ସନ୍ତାନଗଣ ସହିତ ଯେମନ୍ତ ଯୁଦ୍ଧ କରିବାକୁ ଗ୍ଭହୁଁଛୁ, ଏଥିପାଇଁ ତୁମ୍ଭେ ଆସି ଆମ୍ଭମାନଙ୍କର ଶାସନକର୍ତ୍ତା ହୁଅ।”

ଯିପ୍ତହ ଗିଲିୟଦର ପ୍ରାଚୀନ ନେତୃବର୍ଗମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ ବଳପୂର୍ବକ ମୋର ପିତୃଗୃହରୁ ତଡ଼ି ଦେଇଥିଲ। ତୁମେ ମୋତେ ଘୃଣା କର। ଯେତେବେଳେ ତୁମ୍ଭର ଅସୁବିଧା ହୁଏ, ତେବେ କାହିଁକି ତୁମ୍ଭେ ଏବେ ମୋ’ ପାଖକୁ ଆସିଛ?”

ଗିଲିୟଦର ପ୍ରାଚୀନ ନେତୃବର୍ଗ ଯିପ୍ତହକୁ କହିଲେ, “ଏଇଥିପାଇଁ ଆମ୍ଭେ ତୁମ୍ଭ ପାଖକୁ ଆସିଅଛୁ ବର୍ତ୍ତମାନ ଦୟାକରି ଆମ୍ଭ ସହିତ ଆସ ଓ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କର ଏବଂ ଗିଲିୟଦରେ ନେତା ହୁଅ।”

ଏହା ପରେ ଯିପ୍ତହ ଗିଲିୟଦର ପ୍ରାଚୀନ ନେତୃବର୍ଗମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ମୋତେ ଫେରାଇ ନେଉଛ, ଯଦି ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରିବାକୁ ମୋତେ ସହାୟ ହୁଅନ୍ତି ତେବେ ମୁଁ ତୁମ୍ଭମାନଙ୍କର ନେତା ହେବି।”

10 ଗିଲିୟଦର ପ୍ରାଚୀନ ନେତୃବର୍ଗ ଯିପ୍ତହକୁ କହିଲେ, “ଆମ୍ଭେ କହିଥିବା ସମସ୍ତ କଥା ସଦାପ୍ରଭୁ ଶୁଣିଛନ୍ତି। ଆମ୍ଭେମାନେ ଆପଣଙ୍କୁ କଥା ଦେଉଛୁ ଯେ, ତୁମ୍ଭେ ଯାହାସବୁ କହିବ, ଆମ୍ଭେମାନେ କରିବୁ।”

11 ତେଣୁ ଗିଲିୟଦର ପ୍ରାଚୀନ ନେତୃବର୍ଗମାନଙ୍କ ସହିତ ଯିପ୍ତହ ଗଲେ। ଲୋକମାନେ ତାଙ୍କୁ ସେମାନଙ୍କର ମୁଖ୍ୟ ରୂପେ ଓ ଶାସକ ରୂପେ ଗ୍ରହଣ କଲେ। ମି‌ସ୍‌ପୀରେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣାର ସମସ୍ତ କଥା ପୁନରାବୃତ୍ତି କଲେ।

ଯିପ୍ତହଙ୍କର ଅମ୍ମୋନ ରାଜାଙ୍କୁ ବାର୍ତ୍ତା

12 ଯିପ୍ତହ ଅମ୍ମୋନୀୟର ରାଜାଙ୍କ ନିକଟକୁ ଦୂତ ପଠାଇ କହିଲେ, “ଅମ୍ମୋନୀୟ ଓ ଇସ୍ରାଏଲୀୟ ମଧ୍ୟରେ ସମସ୍ୟା କ’ଣ? କାହିଁକି ତୁମ୍ଭେମାନେ ଆମ୍ଭ ସହିତ ଯୁଦ୍ଧ କରିବାକୁ ଆସିଅଛ?”

13 ଅମ୍ମୋନୀୟର ରାଜା ଯିପ୍ତହଙ୍କର ଦୂତକୁ କହିଲେ, “ଆମ୍ଭେମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରୁଛୁ କାରଣ ଇସ୍ରାଏଲ ଲୋକମାନେ ଅମ୍ମୋନୀୟଙ୍କର ଭୂମିକୁ ବଳପୂର୍ବକ ଅଧିକାର କରି ନେଇଛନ୍ତି। ଯେତେବେଳେ ସେମାନେ ମିଶରରୁ ଆସିଲେ। ସେମାନେ ଅର୍ଣ୍ଣୋନଠାରୁ ଯବ୍ବୋକ୍ ଓ ଯର୍ଦ୍ଦନ ପର୍ଯ୍ୟନ୍ତ ସମସ୍ତ ବଳପୂର୍ବକ ଅଧିକାର କଲେ ଓ ନିଜର କରି ନେଲେ। ବର୍ତ୍ତମାନ ସେହି ଭୂମିକୁ ନିର୍ବିଘ୍ନରେ ଆମ୍ଭମାନଙ୍କୁ ଫେରାଇ ଦିଅ।”

14 ତେଣୁ ଦୂତଗଣ ଏହି ଖବର ଆଣି ଯିପ୍ତହକୁ ଦେଲେ। ଏହା ପରେ ଯିପ୍ତହ ପୁନର୍ବାର ଅମ୍ମୋନର ରାଜା ନିକଟକୁ ଦୂତ ପଠାଇଲେ। 15 ସେମାନେ ଏହି ବାର୍ତ୍ତା ନେଇ ଗଲେ।

“ସେଥିପାଇଁ ଯିପ୍ତହ କହନ୍ତି, ମୋୟାବର ଭୂମି କିମ୍ବା ଅମ୍ମୋନର ଭୂମି ଇସ୍ରାଏଲ ଦ୍ୱାରା ବଳପୂର୍ବକ ଅଧିକୃତ ହୋଇ ନାହିଁ। 16 ଯେତେବେଳେ ଇସ୍ରାଏଲର ଲୋକମାନେ ମିଶର ପରିତ୍ୟାଗ କଲେ, ସେମାନେ ମରୁଭୂମିକୁ ଗଲେ। ଇସ୍ରାଏଲୀୟମାନେ ସୂଫସାଗରକୁ ଗଲେ ଓ ତା’ପରେ କାଦେଶକୁ ଗଲେ। 17 ଇସ୍ରାଏଲ ଇଦୋମର ରାଜାଙ୍କ ନିକଟକୁ ଏହା କହି ଦୂତମାନଙ୍କୁ ପଠାଇଲେ, ‘ବିନୟ କରୁଅଛୁ, ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ।’ ମାତ୍ର ଇଦୋ‌ମ୍‌ର ରାଜା ଏ କଥା ଶୁଣିଲେ ନାହିଁ। ପୁଣି ସେହି ପ୍ରକାର ଇସ୍ରାଏଲ ମୋୟାବର ରାଜା ନିକଟକୁ ଦୂତମାନଙ୍କୁ ପଠାଇଲେ। ସେ ମଧ୍ୟ ମନା କଲା। ତେଣୁ ଇସ୍ରାଏଲ କାଦେଶରେ ରହିଲେ।

18 “ଏହା ପରେ ଇସ୍ରାଏଲ ଲୋକମାନେ ଇଦୋମ ଓ ମୋୟାବ ଦେଶର ମରୁଭୂମି ଦେଇ ଗଲେ। ସେମାନେ ମୋୟାବ ଦେଶର ପୂର୍ବକୁ ଯାତ୍ରା କଲେ। ସେମାନେ ଅର୍ଣ୍ଣୋନର ସେପାରିରେ ସେମାନଙ୍କର ଛାଉଣି ସ୍ଥାପନ କଲେ। ସେମାନେ ମୋୟାବ ସୀମା ଭିତରେ ପ୍ରବେଶ କଲେ ନାହିଁ କାରଣ ଅର୍ଣ୍ଣୋନ୍ ନଦୀ ମୋୟାବର ସୀମା ଥିଲା।

19 “ଏହା ପରେ ଇସ୍ରାଏଲ ହି‌ଷ୍‌ବୋନର ଇମୋରୀୟ ରାଜା ସୀହୋନ୍ ନିକଟକୁ ଦୂତ ପଠାଇଲେ, ‘ଆମ୍ଭକୁ ତୁମ୍ଭର ଦେଶ ମଧ୍ୟଦେଇ ଆମ୍ଭ ଦେଶକୁ ଯିବାକୁ ଅନୁମତି ଦିଅ।’ 20 କିନ୍ତୁ ସୀହୋନ ନିଜର ସୀମାଦେଇ ଇସ୍ରାଏଲକୁ ଯିବାକୁ ଦେଲା ନାହିଁ। ସୀହୋନ୍ ନିଜର ସମସ୍ତ ଲୋକଙ୍କୁ ଏକତ୍ର କରି ଯହସରେ ଛାଉଣି ସ୍ଥାପନ କଲେ। ତା’ପରେ ସେମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ। 21 କିନ୍ତୁ ସଦାପ୍ରଭୁ ସୀହୋନର ସମସ୍ତ ଲୋକମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ଇସ୍ରାଏଲ ସେମାନଙ୍କୁ ପରାସ୍ତ କଲେ। ଏହିପରି ଭାବରେ ଇସ୍ରାଏଲ ଇମୋରୀୟମାନଙ୍କ ସମସ୍ତ ଦେଶକୁ ବଳପୂର୍ବକ ଅଧିକାର କଲେ। 22 ତେଣୁ ଇସ୍ରାଏଲ ଅର୍ଣ୍ଣୋନ ନଦୀଠାରୁ ଯବ୍ବୋକ୍ ନଦୀ ପର୍ଯ୍ୟନ୍ତ ଓ ମରୁଭୂମିଠାରୁ ଯର୍ଦ୍ଦନ ପର୍ଯ୍ୟନ୍ତ ଇମୋରୀୟମାନଙ୍କ ସମସ୍ତ ଭୂମି ବଳପୂର୍ବକ ଅଧିକାର କଲେ।

23 “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇମୋରୀୟମାନଙ୍କୁ ସେମାନଙ୍କର ଦେଶଠାରୁ ଜୋର ଜବରଦସ୍ତ ତଡ଼ିଲେ ଓ ତାଙ୍କର ଲୋକମାନଙ୍କୁ ସେହି ଭୂମି ଦେଲେ। ତୁମ୍ଭେ କ’ଣ ଭାବୁଛ ଯେ ବର୍ତ୍ତମାନ ଇସ୍ରାଏଲୀୟମାନଙ୍କୁ ଏଠାରୁ ତଡ଼ି ଦେଇ ପାରିବ? 24 ତୁମ୍ଭମାନଙ୍କର ଦେବତା ସେହି କମୋଶ ତୁମ୍ଭମାନଙ୍କୁ ଯେଉଁ ଦେଶ ଦିଅନ୍ତି, ସେହି ଦେଶ ତୁମ୍ଭେମାନେ ଅଧିକାର କରି ପାରିବ। ସେହିପରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଅମ୍ମୋନୀୟମାନଙ୍କର ଯେଉଁ ଦେଶ ଦିଅନ୍ତି, ତାହା ଆମ୍ଭେମାନେ ଅଧିକାର କରିବୁ। 25 ମୋତେ କୁହ, ତୁମ୍ଭେ କ’ଣ ମୋୟାବ ରାଜା ସି‌ପ୍‌ପୋରର ପୁତ୍ର ବାଲାକଠାରୁ କିଛି କ’ଣ ଅଧିକ? ସେ କ’ଣ କେବେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିଥିଲେ? ସେ କ’ଣ କେବେ ଇ‌ଶ୍‌ମାୟେଲ ସହିତ ଯୁଦ୍ଧ କରିଥିଲେ? 26 ଇସ୍ରାଏଲ 300 ବର୍ଷ ହେଲା ହି‌ଷ୍‌ବୋନ୍ ତା’ର ଉପନଗରରେ, ପୁଣି ଆରୋୟର ଓ ତହିଁର ଉପନଗରରେ, ଆଉ ଅର୍ଣ୍ଣୋନ ତୀରସ୍ଥିତ ସମସ୍ତ ନଗରରେ ବାସ କରୁ ଅଛନ୍ତି। ଏଥି ମଧ୍ୟରେ ତୁମ୍ଭେମାନେ କାହିଁକି ସେସବୁ ଫେରାଇ ନ ଦେଲ? 27 ଆମ୍ଭେ ଇସ୍ରାଏଲର ଲୋକ ତୁମ୍ଭ ବିରୁଦ୍ଧରେ କୌଣସି ପାପ କରି ନାହୁଁ। ମାତ୍ର ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରି ଭୁଲ୍ କରିଅଛ। ସଦାପ୍ରଭୁ ସମସ୍ତଙ୍କ ବିଗ୍ଭରକର୍ତ୍ତା ସେ ଆଜି ଇସ୍ରାଏଲ ଲୋକମାନଙ୍କ ଓ ଅମ୍ମୋନର ଲୋକମାନଙ୍କ ମଧ୍ୟରେ ବିଗ୍ଭରକର୍ତ୍ତା ହୁଅନ୍ତୁ।”

28 ତଥାପି ଅମ୍ମୋନର ରାଜା ଯିପ୍ତହଙ୍କ ବାର୍ତ୍ତା ଶୁଣିଲେ ନାହିଁ।

ଯିପ୍ତହର ପ୍ରତିଜ୍ଞା

29 ଏହା ପରେ ସଦାପ୍ରଭୁଙ୍କ ଆତ୍ମା ଯିପ୍ତହ ଉପରେ ଅଧିଷ୍ଠାନ କଲା। ସେ ଗିଲିୟଦ ଓ ମନଃଶି ଦେଇ ଗଲେ। ସେ ଗିଲିୟଦ ଦେଇ ମି‌ସ୍‌ପୀକୁ ଗଲେ ଏବଂ ଅମ୍ମୋନୀୟଙ୍କ ଦେଇ ଅତିକ୍ରମ କଲେ।

30 ସେହି ସମୟରେ ଯିପ୍ତହ ସଦାପ୍ରଭୁଙ୍କ ନିକଟରେ ଏକ ପ୍ରତିଜ୍ଞା କଲେ, “ଯଦି ତୁମ୍ଭେ ଅମ୍ମୋନ ଲୋକମାନଙ୍କୁ ମୋ’ ହସ୍ତରେ ସମର୍ପଣ କର, 31 ତେବେ ମୁଁ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧରୁ ନିରାପଦରେ ଫେରି ଆସିବି। ସେହି ସମୟରେ ମୋ’ ଘର ଭିତରୁ ପ୍ରଥମେ ଯିଏ ମୋତେ ଅଭ୍ୟର୍ଥନା କରିବା ପାଇଁ ବାହାରି ଆସିବ ସେ ତୁମ୍ଭର ହେବ। ମୁଁ ତାହାଙ୍କୁ ହୋମବଳି ରୂପେ ଉତ୍ସର୍ଗ କରିବି।”

32 ଏହା ପରେ ଯିପ୍ତହ ଅମ୍ମୋନ ସନ୍ତାନଗଣ ଦେଶକୁ ଗଲେ। ଯିପ୍ତହ ସେମାନଙ୍କ ସହିତ ଯୁଦ୍ଧ କଲେ। ସଦାପ୍ରଭୁ ଯିପ୍ତହର ସହାୟ ହେଲେ ସେମାନଙ୍କୁ ପରାସ୍ତ କରିବା ପାଇଁ। 33 ଯିପ୍ତହ ଆରୋୟରଠାରୁ ଆରମ୍ଭ କରି ମିନ୍ନୀତ ଅବେଲ-କରାମୀମ୍ ପର୍ଯ୍ୟନ୍ତ କୋଡ଼ିଏଟି ନଗରକୁ ପରାସ୍ତ କଲେ ଏବଂ ସେମାନଙ୍କର ସମସ୍ତ ବାସିନ୍ଦାମାନଙ୍କୁ ହତ୍ୟା କଲେ। ଏହିପରି ଭାବରେ ଅମ୍ମୋନୀମାନେ ଇସ୍ରାଏଲୀୟମାନଙ୍କ ଦ୍ୱାରା ପରାସ୍ତ ହେଲେ।

34 ଯିପ୍ତହ ମି‌ସ୍‌ପୀକୁ ଗଲେ, ସେ ତାଙ୍କ ଘରେ ପହଞ୍ଚିବା ମାତ୍ରେ ତାଙ୍କର ଝିଅ ତାଙ୍କୁ ଦେଖିବାକୁ ପ୍ରଥମେ ବାହାରି ଆସିଲା। ତାଙ୍କର ଝିଅ ଦାରା ନେଇ ନାଚି ନାଚି କରି ଆସିଥିଲା। ସେ ଥିଲା ଯିପ୍ତହଙ୍କର ଏକମାତ୍ର ଅଲିଅଳି କନ୍ୟା। ଯାହାଙ୍କୁ ସେ ଅତ୍ୟନ୍ତ ଭଲ ପାଉଥିଲେ। ଯିପ୍ତହଙ୍କର ଏହି ଝିଅ ବ୍ୟତୀତ ଆଉ କୌଣସି ପୁଅଝିଅ ନ ଥିଲେ। 35 ଯେତେବେଳେ ଯିପ୍ତହ ଦେଖିଲେ ତାଙ୍କର କନ୍ୟା ଯେ କି ପ୍ରଥମେ ଗୃହରୁ ବାହାର ହୋଇ ତାଙ୍କୁ ଦେଖା ଦେଲେ। ସେ ତାଙ୍କ ନିଜର ପିନ୍ଧାବସ୍ତ୍ର ଚିରି ଦେଲେ ଓ କହିଲେ, “ହେ ମୋର କନ୍ୟା! ତୁମ୍ଭେ ମୋତେ ଧ୍ୱଂସ କରିଦେଲ। ତୁମ୍ଭେ ମୋର ଦୁଃଖର କାରଣ ହେଲ, କାରଣ ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖରେ ପ୍ରତିଜ୍ଞା କରିଛି ଏବଂ ମୁଁ ପ୍ରତିଜ୍ଞା ଫେରାଇ ନେଇପାରିବି ନାହିଁ।”

36 ଯିପ୍ତହର କନ୍ୟା କହିଲା, “ହେ ମୋର ପିତା, ତୁମ୍ଭେ ସଦାପ୍ରଭୁଙ୍କ ନିକଟରେ କିଛି ପ୍ରତିଜ୍ଞା କଲ। ବର୍ତ୍ତମାନ ମୋ’ ପ୍ରତି ସେହି ଅନୁସାରେ କର। ଯେହେତୁ, ସଦାପ୍ରଭୁ ତୁମ୍ଭର ଶତ୍ରୁ ଅମ୍ମୋନୀୟମାନଙ୍କୁ ପରାସ୍ତ କରିବାରେ ତୁମ୍ଭଙ୍କୁ ସାହାଯ୍ୟ କଲେ।”

37 ସେ ଆହୁରି ତାଙ୍କ ପିତାଙ୍କୁ କହିଲା, “କିନ୍ତୁ ପ୍ରଥମେ ମୋ’ ପାଇଁ ଏହିପରି କର। ମୋତେ ପ୍ରଥମେ ଦୁଇମାସ ଏକୁଟିଆ ରହିବାକୁ ଦିଅ। ତହିଁରେ ମୁଁ ମୋର ସାଙ୍ଗମାନଙ୍କ ସଙ୍ଗରେ ପର୍ବତମୟ ସ୍ଥାନକୁ ଯାଇ ନିଜର କୁମାରିତ୍ୱ ବିଷୟରେ ବିଳାପ କରିବି।”

38 ଯିପ୍ତହ କହିଲେ, “ଯାଅ” ଏବଂ ସେହିପରି କର। ମୋତେ ଦୁଇମାସ ପାଇଁ ରହିବାକୁ ଦିଅ। ତହିଁରେ ସେ ଓ ତାହାର ସଖୀମାନେ ପର୍ବତମୟ ସ୍ଥାନକୁ ଯାଇ ତା’ର କୁମାରିତ୍ୱ ବିଷୟରେ ବିଳାପ କଲେ।

39 ଦୁଇମାସ ଶେଷରେ ଯିପ୍ତହର କନ୍ୟା ତାଙ୍କର ପିତାଙ୍କ ନିକଟକୁ ଫେରି ଆସିଲେ। ଯିପ୍ତହ ଏହିପରି କଲେ ସେ ଯେପରି ଭାବରେ ସଦାପ୍ରଭୁଙ୍କଠାରେ ଶପଥ କରିଥିଲେ। ଯିପ୍ତହଙ୍କର କନ୍ୟା କାହାରି ସହିତ ଯୌନ ସମ୍ପର୍କ ରଖିଲେ ନାହିଁ। ତେଣୁ ଏହା ଇସ୍ରାଏଲର ଏକ ପ୍ରଥା ରୂପେ ରହିଗଲା। 40 ପ୍ରତି ବର୍ଷ ଇସ୍ରାଏଲୀୟ କନ୍ୟାମାନେ ଗିଲିୟଦୀୟ ଯିପ୍ତହ କନ୍ୟାର ଦୁଃଖର ସ୍ମରଣାତ୍ସବକୁ ବର୍ଷକେ ଗ୍ଭରି ଦିନ ପାଇଁ ପାଳନ କଲେ। ଏହା ସେଠାରେ ଏକ ପରମ୍ପରା ହେଲା।

ଯିପ୍ତହ ଏବଂ ଇଫ୍ରୟିମ

12 ଇଫ୍ରୟିମ ପରିବାରବର୍ଗ ସେମାନଙ୍କର ସୈନ୍ୟମାନଙ୍କୁ ଡାକି ଏକତ୍ରିତ କଲେ। ଏହା ପରେ ସେମାନେ ସିଫନ୍ ସହରକୁ ନଦୀ ପାରହୋଇ ଗଲେ। ସେମାନେ ଯିପ୍ତହକୁ କହିଲେ, “ଅମ୍ମୋନ ସନ୍ତାନଗଣଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ, ତୁମ୍ଭେ ଆମ୍ଭକୁ କାହିଁକି ଡାକିଲ ନାହିଁ? ଆମ୍ଭେ ତୁମ୍ଭ ସହିତ ତୁମ୍ଭ ଘରକୁ ପୋଡ଼ିଦେବୁ।”

ଯିପ୍ତହ ସେମାନଙ୍କୁ ଉତ୍ତର ଦେଲେ, “ଅମ୍ମୋନୀୟମାନଙ୍କ ସହିତ ମୋର ଓ ମୋର ଲୋକମାନଙ୍କର ବଡ଼ ବିବାଦ ଥିଲା। ତେଣୁ ମୁଁ ମୋର ଲୋକମାନଙ୍କ ସହିତ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲି। ମୁଁ ତୁମ୍ଭକୁ ଡାକିଥିଲି କିନ୍ତୁ ତୁମ୍ଭେମାନେ ଆସିଲ ନାହିଁ। ତୁମ୍ଭେମାନେ ମୋତେ ସାହାଯ୍ୟ କଲ ନାହିଁ। ଏଥିଯୋଗୁଁ ମୁଁ ମୋର ଜୀବନକୁ ବାଜି ଲଗାଇଲି। ମୁଁ ନଦୀ ପାର ହୋଇ ଅମ୍ମୋନୀୟମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଗଲି। ସଦାପ୍ରଭୁ ତାଙ୍କୁ ପରାସ୍ତ କରିବା ପାଇଁ ମୋତେ ସହାୟ ହେଲେ। ବର୍ତ୍ତମାନ ତୁମ୍ଭେମାନେ ଆଜି କାହିଁକି ମୋ’ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲ?”

ଏହା ପରେ ଯିପ୍ତହ ଗିଲିୟଦର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରାଇଲେ। ଏବଂ ଇଫ୍ରୟିମ ପରିବାରବର୍ଗ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, କାରଣ ସେମାନେ ଗିଲିୟଦର ଲୋକମାନଙ୍କୁ ଅପମାନିତ କରିଥିଲେ। ସେମାନେ କହିଲେ, “ହେ ଗିଲିୟଦର ଲୋକମାନେ, ତୁମ୍ଭେମାନେ ଇଫ୍ରୟିମ ଓ ମନଃଶିର ମଧ୍ୟରେ ବାସ କରୁଥିବା ଇଫ୍ରୟିମର ଶରଣାସ୍ଥି।” ଗିଲିୟଦର ଲୋକମାନେ ଇଫ୍ରୟିମର ଲୋକମାନଙ୍କୁ ପରାସ୍ତ କଲେ।

ଗିଲିୟଦର ଲୋକମାନେ ଯର୍ଦ୍ଦନ ନଦୀ ନିକଟସ୍ଥ ସ୍ଥାନକୁ ନିଜ କବଳକୁ ନେଇଗଲେ, ଯେଉଁଠାରେ ଲୋକମାନେ ଯର୍ଦ୍ଦନ ପାର ହୁଅନ୍ତି। ଇଫ୍ରୟିମର କୌଣସି ପଳାତକ ଲୋକ ନଦୀ ପାର ହୋଇଯିବାକୁ କହିଲେ, “ମୋତେ ନଦୀ ପାର ହେବାକୁ ଦିଅ।” ଗିଲିୟଦର ଲୋକମାନେ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଇଫ୍ରୟିମ ଲୋକ?” ଯଦି ସେ କହେ “ନାଁ,” ସେମାନେ ତାଙ୍କୁ “‘ଶିବ୍ବୋଲେତ୍’ ଶବ୍ଦ ଉଚ୍ଚାରଣ କରିବା ପାଇଁ କହନ୍ତି।” ଇଫ୍ରୟିମର ଲୋକମାନେ ସେହି ଶବ୍ଦକୁ ଠିକ୍ ଭାବେ ଉଚ୍ଚାରଣ କରି ପାରନ୍ତି ନାହିଁ। ସେମାନେ ଏହାର ଭୁଲ୍ ଉଚ୍ଚାରଣ କଲେ, “ଶିବ୍ବୋଲେତ୍”, କାରଣ ସେ ଶବ୍ଦଟିକୁ ଠିକ୍ ଭାବରେ ଉଚ୍ଚାରଣ କରି ପାରିଲା ନାହିଁ। ସେମାନେ ଏହିପରି ତାଙ୍କୁ କରାୟତ୍ତ କଲେ ଓ ଯର୍ଦ୍ଦନ ନଦୀ କୂଳରେ ତାକୁ ହତ୍ୟା କଲେ। ଏହିପରି ଭାବରେ ସେମାନେ ମୋଟ 42,000 ଇଫ୍ରୟିମର ଲୋକଙ୍କୁ ହତ୍ୟା କରିଥିଲେ।

ଯିପ୍ତହ ଇସ୍ରାଏଲରେ ଛଅ ବର୍ଷଧରି ବିଗ୍ଭରକ ରହିଲେ। ଏହା ପରେ ଗିଲିୟଦଠାରେ ଯିପ୍ତହ ମୃତ୍ୟୁବରଣ କରିବାରୁ ତାଙ୍କୁ ଗିଲିୟଦରେ କବର ଦିଆଗଲା।

ବିଗ୍ଭରକ ଇ‌ବ୍‌ସନ୍

ଯିପ୍ତହଙ୍କ ପରେ ଇସ୍ରାଏଲରେ ଅନ୍ୟ ଜଣେ ଲୋକ ବିଗ୍ଭରକ ହେଲେ ତାଙ୍କ ନାମ ଇ‌ବ୍‌ସନ୍। ସେ ଥିଲେ ବୈ‌ଥ୍‌ଲେହମ ସହରର ଲୋକ। ଇ‌ବ୍‌ସ‌ନଙ୍କର ତିରି‌ଶ୍‌ଟି ପୁତ୍ର ଓ ତିରି‌ଶ୍‌ଟି କନ୍ୟା ଥିଲେ। ସେ ତାଙ୍କର ତିରିଶ୍ କନ୍ୟାକୁ ସେହି ଲୋକମାନଙ୍କ ସହିତ ବିବାହ ଦେଲେ, ଯେଉଁମାନେ ତାଙ୍କର ସମ୍ପର୍କୀୟ ନ ଥିଲେ। ସେ ତିରି‌ଶ୍‌ଟି କନ୍ୟାକୁ ମନୋନୀତ କଲେ, ତାଙ୍କର ପୁତ୍ରମାନଙ୍କ ସହିତ ବିବାହ କରିବା ପାଇଁ, ଯେଉଁମାନେ ତାଙ୍କର ସମ୍ପର୍କୀୟ ନ ଥିଲେ। ଇ‌ବ୍‌ସନ୍ ସାତ ବର୍ଷ ଧରି ଇସ୍ରାଏଲର ବିଗ୍ଭରକ ହୋଇ ରହିଲେ, 10 ଯେତେବେଳେ ଇ‌ବ୍‌ସନ୍ ମୃତ୍ୟୁବରଣ କଲେ, ସେ ବୈଥଲେହ‌ମ୍‌ରେ କବର ନେଲେ।

ବିଗ୍ଭରକ ଏଲୋନ୍

11 ଇ‌ବ୍‌ସ‌ନଙ୍କ ପରେ ଏଲୋନ୍ ନାମକ ଜଣେ ଲୋକ ବିଗ୍ଭରକ ହେଲେ। ସେ ଥିଲେ ସବୂଲୂନ୍ ପରିବାରବର୍ଗର ଲୋକ। ସେ ଇସ୍ରାଏଲ ଉପରେ ଦଶ ବର୍ଷ ବିଗ୍ଭରକ ରହିଲେ। 12 ଏହା ପରେ ଏଲୋନ୍ ମୃତ୍ୟୁବରଣ କରିବାରୁ ତାଙ୍କୁ ସବୂଲୁନ୍ ପରିବାରବର୍ଗର ଅୟାଲୋନରେ କବର ଦିଆଗଲା।

ବିଗ୍ଭରକ ଅ‌ବ୍‌ଦୋ‌ନ୍‌

13 ଏଲୋନଙ୍କର ମୃତ୍ୟୁପରେ ହିଲ୍ଲେଲର ପୁତ୍ର ଅ‌ବ୍‌ଦୋ‌ନ୍‌ ଇସ୍ରାଏଲର ବିଗ୍ଭରକ ହେଲେ। ସେ ଫେରିୟାଥୋନ ସହରର ଥିଲେ। 14 ଅ‌ବ୍‌ଦୋ‌ନଙ୍କର ଗ୍ଭଳି‌ଶ୍‌ଟି ପୁତ୍ର ଓ ତିରି‌ଶ୍‌ଟି ନାତି ଥିଲେ। ସେମାନେ ସତୁରିଟି ଗଧ ଉପରେ ସବାର ହେଉଥିଲେ। ସେ ଆଠ ବର୍ଷଧରି ଇସ୍ରାଏଲ ଉପରେ ରାଜତ୍ୱ କଲେ। 15 ଏହା ପରେ ସେ ମୃତ୍ୟୁବରଣ କରିବାରୁ ତାଙ୍କୁ ଅମାଲେକୀୟ ପର୍ବତମୟ ଦେଶ ଅନ୍ତର୍ଗତ ଇଫ୍ରୟିମ ଦେଶସ୍ଥ ଫେରିୟାଥୋନରେ କବର ଦିଆଗଲା।

ଲୂକ ଲିଖିତ ସୁସମାଗ୍ଭର 6:1-26

ଯୀଶୁ ବିଶ୍ରାମବାରର ପ୍ରଭୁ(A)

ଥରେ ବିଶ୍ରାମବାରରେ ଯୀଶୁ ଶସ୍ୟ କ୍ଷେତ୍ର ଦେଇ ଯାଉଥିଲେ। ତାହାଙ୍କର ଶିଷ୍ୟମାନେ କେତେକ ଶସ୍ୟ ଛିଣ୍ତେଇଲେ ଓ ତାହାକୁ ଦୁଇ ହାତରେ ଦଳିଲେ ଏବଂ ଖାଇଲେ। କେତେକ ଫାରୂଶୀ କହିଲେ, “ବିଶ୍ରାମବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, ତୁମ୍ଭେମାନେ ତାହା କାହିଁକି କରୁଛ?”

ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଦାଉଦ ଓ ତାହାଙ୍କ ସାଥୀମାନେ ଭୋକିଲା ଥିବା ବେଳେ ଦାଉଦ କ’ଣ କରିଥିଲେ, ତାହା କ’ଣ ତୁମ୍ଭେମାନେ ପଢ଼ି ନାହଁ? ଦାଉଦ ପରମେଶ୍ୱରଙ୍କ ଘର ଭିତରକୁ ପଶିଲେ। ପରମେଶ୍ୱରଙ୍କୁ ଅର୍ପିତ ହୋଇଥିବା ରୋଟୀ ଉଠେଇ ଆଣି ନିଜେ ଖାଇଥିଲେ ତଥା ସାଥୀମାନଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ। ଏହା ମୋଶାଙ୍କ ଆଦେଶର ବିରୁଦ୍ଧାଚରଣ ଥିଲା। ମୋଶାଙ୍କ ଆଦେଶ ଅନୁସାରେ ଏହି ରୋଟୀ କେବଳ ଯାଜକମାନଙ୍କ ବ୍ୟତୀତ ଅନ୍ୟ କାହାରି ଖାଇବା ଉଚିତ୍ ନୁହେଁ। ତା’ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, “ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ମାଲିକ।”

ଯୀଶୁ ବିଶ୍ରାମବାରରେ ଜଣେ ରୋଗୀକୁ ସୁସ୍ଥ କଲେ(B)

ଆଉ ଗୋଟିଏ ବିଶ୍ରାମବାରରେ ଯୀଶୁ ଯିହୂଦୀ ସମାଜଗୃହକୁ ଗଲେ। ସେଠାରେ ସେ ଲୋକମାନଙ୍କୁ ଉପଦେଶ ଦେଲେ। ସେଠାରେ ଗୋଟିଏ ଲୋକ ଥିଲା, ଯାହାର ଡାହାଣ ହାତଟି ପଙ୍ଗୁ ହୋଇ ଯାଇଥିଲା। ବିଶ୍ରାମବାରରେ ଯୀଶୁ କାହାରିକୁ ସୁସ୍ଥ କରି ଦେଉଛନ୍ତି କି ନାହିଁ ତାହା ଦେଖିବା ପାଇଁ ସେଠାରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଅପେକ୍ଷା କରି ରହିଥିଲେ। ସେମାନେ ଦେଖିବାକୁ ଗ୍ଭହୁଁଥିଲେ ଯେ, ଯୀଶୁ କିଛି ଭୁଲ୍ କାମ କଲେ ସେମାନେ ତାହାଙ୍କୁ ଦୋଷୀ ସାବ୍ୟସ୍ତ କରି ପାରିବେ। କିନ୍ତୁ ସେମାନେ କ’ଣ ଭାବୁଛନ୍ତି, ତାହା ଯୀଶୁ ଜାଣି ପାରିଲେ। ତେଣୁ ଯେଉଁ ଲୋକଟିର ହାତ ପଙ୍ଗୁ ହୋଇ ଯାଇଥିଲା, ଯୀଶୁ ତାହାକୁ କହିଲେ, “ଉଠ ଓ ସମସ୍ତଙ୍କ ଆଗରେ ଠିଆ ହୋଇ ଯାଅ।” ସେ ଉଠିପଡ଼ି ସମସ୍ତଙ୍କ ଆଗରେ ଠିଆ ହୋଇଗଲା। ତା’ପରେ ଯୀଶୁ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ପଗ୍ଭରୁଛି ବିଶ୍ରାମବାରରେ କାହାରି ମଙ୍ଗଳ କରିବା ନା କାହାରି କ୍ଷତି କରିବା ଉଚିତ୍? କାହାରି ଜୀବନ ରକ୍ଷା କରିବା ଉଚିତ୍ ନା କାହାରି ଜୀବନ ନଷ୍ଟ କରିବା।”

10 ଯୀଶୁ ଗ୍ଭରିଆଡ଼କୁ ସମସ୍ତଙ୍କ ଉପରେ ଦୃଷ୍ଟି ପକେଇଲେ ଓ ପୁଣି ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ବଢ଼ାଅ।” ସେ ସେହିଭଳି କଲା ଓ ତା’ ହାତ ପୁଣି ସୁସ୍ଥ ହୋଇଗଲା। 11 ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଖୁବ୍ ରାଗିଗଲେ। ସେମାନେ ନିଜ ନିଜ ଭିତରେ କଥାବାର୍ତ୍ତା କଲେ, “ଯୀଶୁଙ୍କ ପାଇଁ କ’ଣ କରାଯିବ?”

ଯୀଶୁ ତାହାଙ୍କ ବାରଜଣ ପ୍ରେରିତଙ୍କୁ ବାଛିଲେ(C)

12 ସେହି ସମୟରେ ଯୀଶୁ ପ୍ରାର୍ଥନା କରିବା ପାଇଁ ଗୋଟିଏ ପର୍ବତ ଉପରକୁ ଗଲେ। ସେ ସେଠାରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବାରେ ସାରା ରାତିଟି ବିତେଇଲେ। 13 ତା’ ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଡାକିଲେ। ସେ ସେମାନଙ୍କ ମଧ୍ୟରୁ ବାରଜଣଙ୍କୁ ବାଛିଲେ। ସେ ଏହି ଶିଷ୍ୟମାନଙ୍କୁ ‘ପ୍ରେରିତ’ ନାମ ଦେଲେ।

14 ସେମାନେ ହେଲେ: ଶିମୋନ ଯାହାଙ୍କୁ ସେ ପିତର ବୋଲି ମଧ୍ୟ ନାମ ଦେଲେ।

ଶିମୋନଙ୍କ ଭାଇ ଆନ୍ଦ୍ରିୟ,

ଯାକୁବ ଓ

ଯୋହନ,

ଫିଲି‌ପ୍‌ପ ଓ

ବାର୍ଥଲମି,

15 ମାଥିଉ,

ଥୋମା,

ଆଲଫିଙ୍କ ପୁତ୍ର ଯାକୁବ,

ଶିମୋନ ଯାହାଙ୍କୁ ଉ‌ଦ୍‌ଯୋଗୀ ବୋଲି କୁହନ୍ତି।

16 ଯାକୁବଙ୍କ ପୁତ୍ର ଯିହୂଦା ଓ ଇଷ୍କାରିୟୋତ ଯିହୂଦା ପରେ ଏହି ଯିହୂଦା ବିଶ୍ୱାସ ଘାତକତା କରି ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା।

ଯୀଶୁ ଲୋକଙ୍କୁ ଉପଦେଶ ଦେଲେ ଓ ରୋଗ ମୁକ୍ତକଲେ(D)

17 ତା’ପରେ ଯୀଶୁ ସେମାନଙ୍କ ସହିତ ତଳକୁ ଆସି ଗୋଟିଏ ସମତଳ ଭୂମି ଉପରେ ଠିଆ ହେଲେ। ସେଠାରେ ବହୁତ ସଂଖ୍ୟାରେ ତାହାଙ୍କ ଶିଷ୍ୟମାନେ ଉପସ୍ଥିତ ଥିଲେ। ତା ଛଡ଼ା ସମଗ୍ର ଯିହୂଦା, ଯିରୁଶାଲମ, ସମୁଦ୍ର ଉପକୂଳବର୍ତ୍ତୀ ସହର ସୋର ଓ ସୀଦୋନରୁ ଆସି ବହୁ ସଂଖ୍ୟାରେ ଲୋକ ସେଠାରେ ଜମା ହୋଇଥିଲେ। 18 ସେମାନେ ଯୀଶୁଙ୍କ ଉପଦେଶ ଶୁଣିବାକୁ ଓ ସୁସ୍ଥ ହେବାକୁ ସେଠାକୁ ଆସିଥିଲେ। ଯେଉଁମାନେ ଦୁଷ୍ଟାତ୍ମା ଯୋଗୁଁ କଷ୍ଟ ପାଉଥିଲେ, ସେମାନେ ସେଠାକୁ ଆସି ସୁସ୍ଥ ହୋଇଗଲେ। 19 ସମସ୍ତ ଲୋକେ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ। କାରଣ ତାହାଙ୍କ ଦେହରୁ ଶକ୍ତି ବାହାରୁ ଥିଲା। ସେ ସେହି ଲୋକମାନଙ୍କୁ ସୁସ୍ଥ କରିଦେଲେ।

20 ଶିଷ୍ୟମାନଙ୍କ ଆଡ଼କୁ ଗ୍ଭହିଁ ଯୀଶୁ କହିଲେ,

“ହେ ଦୀନହୀନ ଲୋକମାନେ! ତୁମ୍ଭେମାନେ ଧନ୍ୟ
    କାରଣ ତୁମ୍ଭେମାନେ ସ୍ୱର୍ଗରାଜ୍ୟର ଅଧିକାରୀ।
21 ତୁମ୍ଭେମାନେ, ଯେଉଁମାନେ ଏବେ ଭୋକିଲା, ଧନ୍ୟ,
    କାରଣ ତୁମ୍ଭେମାନେ ପରିତୃପ୍ତ ହେବ।
ରୋଦନ କରୁଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଏବେ ଧନ୍ୟ,
    କାରଣ ତୁମ୍ଭେମାନେ ଆନନ୍ଦରେ ଜୀବନଯାପନ କରିବ।

22 “ମନୁଷ୍ୟପୁତ୍ରଙ୍କ ଯୋଗୁଁ ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ସେମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କ ବିଷୟରେ ମନ୍ଦ କଥା କହି ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରିଦେବେ, ଯେତେବେଳେ ଏହା ଘଟିବ, ତୁମ୍ଭେ ଧନ୍ୟ ହେବ। 23 ସେତେବେଳେ ଆନନ୍ଦରେ ନାଚି ଉଠିବ। କାରଣ ତୁମ୍ଭମାନଙ୍କ ପାଇଁ ସ୍ୱର୍ଗରେ ମହା ପୁରସ୍କାର ରହିଛି। ସେମାନଙ୍କର ପୂର୍ବପୁରୁଷମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ଠିକ୍ ସେହିଭଳି ବ୍ୟବହାର ଦେଖାଇ ଥିଲେ ଯେଉଁଭଳି ଏବେ ସେମାନେ ତୁମ୍ଭକୁ ବ୍ୟବହାର ଦେଖାଉଛନ୍ତି।

24 “କିନ୍ତୁ ହେ ଧନୀ ଲୋକମାନେ! ତୁମ୍ଭକୁ ଧିକ୍
    କାରଣ ତୁମ୍ଭେମାନେ ଆରାମଦାୟକ ଜୀବନ କଟାଇ ଆସିଛ।
25 ଧିକ୍ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ପରିତୃପ୍ତ ଅଛ।
    କାରଣ ତୁମ୍ଭେମାନେ ଭୋକିଲା ହେବ।
ଧିକ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ହସୁଛ,
    କାରଣ ତୁମ୍ଭେମାନେ ଦୁଃଖିତ ହେବ ଓ କାନ୍ଦିବ।

26 “ଧିକ୍ ତୁମ୍ଭମାନଙ୍କୁ ଯେଉଁମାନଙ୍କୁ ବର୍ତ୍ତମାନେ ଲୋକେ ‘ଭଲ’ ବୋଲି କହୁଛନ୍ତି। କାରଣ ସେମାନଙ୍କର ପୂର୍ବପୁରୁଷମାନେ ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମଧ୍ୟ ଭଲ ବୋଲି କହୁଥିଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center