Old/New Testament
ନୂତନ ପ୍ରସ୍ତର ପଟା
10 “ସେହି ସମୟରେ, ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭେ ପ୍ରଥମଟି ପରି ଆଉ ଦୁଇଟି ପ୍ରସ୍ତର ଫଳକ ପ୍ରସ୍ତୁତ କରିବା ଉଚିତ୍। ଏହା ପରେ ତୁମ୍ଭେ ଏହି ପର୍ବତ ଉପରେ ମୋ’ ପାଖକୁ ଆସ ଏବଂ ଆପଣା ପାଇଁ ଏକ କାଠ ସିନ୍ଦୁକ ନିର୍ମାଣ କର। 2 ଆମ୍ଭେ ଏହି ପ୍ରସ୍ତର ଫଳକରେ ପୂର୍ବପରି ଲେଖିବା, ଏହା ପରେ ଏହି ନୂଆ ପ୍ରସ୍ତରଫଳକ ଦ୍ୱୟକୁ ଏକ ସିନ୍ଦୁକରେ ରଖିବ।’
3 “ତେଣୁ ମୁଁ ଏକ ସିନ୍ଦୁକଟିକୁ ଶିଟୀମ୍ କାଠରେ ପ୍ରସ୍ତୁତ କଲି ଏବଂ ପୂର୍ବପରି ଦୁଇଟି ପ୍ରସ୍ତର ଫଳକ ତିଆରି କରି ପର୍ବତ ଉପରକୁ ଗଲି। 4 ସଦାପ୍ରଭୁ ଏହି ପ୍ରସ୍ତର ଫଳକ ଉପରେ ସ୍ୱହସ୍ତରେ ପୂର୍ବପରି ଲେଖି ଦେଲେ। ସେ ତୁମ୍ଭମାନଙ୍କୁ ଅଗ୍ନି ମଧ୍ୟରୁ ଯେଉଁ ଦଶ ଆଜ୍ଞା କହିଥିଲେ। ତାହା ସେ ଲେଖି ଦେଲେ। ଏହା ପରେ ସଦାପ୍ରଭୁ ସେହି ପ୍ରସ୍ତର ଫଳକଦ୍ୱୟ ମୋତେ ଦେଲେ। 5 ମୁଁ ବୁଲି ପଡ଼ିଲି ଓ ସେମାନଙ୍କୁ ପର୍ବତ ତଳକୁ ଆଣିଲି। ମୁଁ କରିଥିବା ଶିଟୀମକାଠର ସିନ୍ଦୁକରେ ସେମାନଙ୍କୁ ରଖିଲି। ସଦାପ୍ରଭୁ ମୋତେ ନିର୍ଦ୍ଦେଶ ଦେଇଥିଲେ ସେଗୁଡ଼ିକ ତାହା ମଧ୍ୟରେ ରଖିବାକୁ। ଏପରିକି ଆଜି ପର୍ଯ୍ୟନ୍ତ ସେହି ପ୍ରସ୍ତର ଫଳକଦ୍ୱୟ ସେହି ସିନ୍ଦୁକ ମଧ୍ୟରେ ସେହି ସ୍ଥାନରେ ରହିଅଛି।”
6 ଏହା ପରେ ଇସ୍ରାଏଲ ସନ୍ତାନଗଣ ବେରୋତ୍-ବନେୟାକନଠାରୁ ମୋଷେରତକୁ ଯାତ୍ରା କଲେ, ସେ ସ୍ଥାନରେ ହାରୋଣ ମଲେ ଓ ସେହି ସ୍ଥାନରେ ସେ କବର ପାଇଲେ। ପୁଣି ତାଙ୍କର ପୁତ୍ର ଇଲିୟାସର ତାଙ୍କ ପଦରେ ଯାଜକ କର୍ମ କଲା। 7 ଏହା ପରେ ସେଠାରୁ ସେମାନେ ଗୁଦ୍ଗୋଦାକୁ ଯାତ୍ରା କଲେ ଓ ଗୁଦ୍ଗୋଦାରୁ ଜଳସ୍ରୋତମୟ ଦେଶ ଯଟବାଥାକୁ ଯାତ୍ରା କଲେ। 8 ସେ ସମୟରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିବା ପାଇଁ ଓ ସଦାପ୍ରଭୁଙ୍କ ସେବାକର୍ମ ପାଇଁ ତାହାଙ୍କ ଛାମୁରେ ଠିଆ ହେବାକୁ ଓ ତାହାଙ୍କ ନାମରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ଲେବୀ ପରିବାରବର୍ଗଙ୍କୁ ପୃଥକ କରିଛନ୍ତି। 9 ଏଥିପାଇଁ ଲେବୀର ଆପଣା ପରିବାରବର୍ଗ ମଧ୍ୟରେ କୌଣସି ଅଂଶ କି ଅଧିକାର ନାହିଁ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତାହାକୁ ଯାହା କହିଅଛନ୍ତି, ତଦନୁସାରେ ସଦାପ୍ରଭୁ ହିଁ ତାହାର ଅଧିକାର।
10 “ପ୍ରଥମଥର ପରି ମୁଁ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ପର୍ବତରେ ରହିଲି। ଏହିଥର ମଧ୍ୟ ପରମେଶ୍ୱର ମୋ’ କଥା ଶୁଣିଲେ, କାରଣ ସେ ତୁମ୍ଭକୁ ବିନାଶ କରିବା ପାଇଁ ଗ୍ଭହିଁଲେ ନାହିଁ। 11 ଏହା ପରେ ସଦାପ୍ରଭୁ ମୋତେ କହିଲେ, ‘ଉଠ, ଯାତ୍ରା ନିମନ୍ତେ ଲୋକମାନଙ୍କୁ ଆଗେଇ ନିଅ। ପୁଣି ମୁଁ ଯେଉଁ ଦେଶ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଦେବା ନିମନ୍ତେ ପ୍ରତିଜ୍ଞା କରିଅଛି, ସେମାନେ ସେହି ଦେଶରେ ପ୍ରବେଶ କରିବେ ଓ ତାହା ଅଧିକାର କରିବେ।’
ସଦାପ୍ରଭୁ ବାସ୍ତବରେ କ’ଣ ଗ୍ଭହାନ୍ତି
12 “ଏବେ ହେ ଇସ୍ରାଏଲ, ଶୁଣ! ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବାସ୍ତବରେ ତୁମ୍ଭଠାରୁ କ’ଣ ଗ୍ଭହାନ୍ତି ଜାଣ? ସେ ଗ୍ଭହାନ୍ତି ତାଙ୍କର ବାକ୍ୟ ଅନୁସାରେ କର୍ମମାନ କର। ବିଧି ନିୟମ ପାଳନ କର। ପରମେଶ୍ୱର ଗ୍ଭହାନ୍ତି ତୁମ୍ଭେମାନେ ଅନ୍ତକରଣ ସହକାରେ ସଦାପ୍ରଭୁଙ୍କୁ ପ୍ରେମ କର ଓ ତାଙ୍କର ସେବା କର। ତାଙ୍କର ବ୍ୟବସ୍ଥା ଓ ଆଦେଶ ମାନି ଚଳ। 13 ତେଣୁ ତୁମ୍ଭେମାନେ ତାଙ୍କର ବ୍ୟବସ୍ଥା ଓ ଆଦେଶ ମାନି ଚଳ, ଯାହା ମୁଁ ଆଜି ତୁମ୍ଭକୁ କହୁଅଛି। ଏହା ତୁମ୍ଭର ମଙ୍ଗଳାର୍ଥ, ତାହା ତୁମ୍ଭେମାନେ ପାଳନ କର।
14 “ଆକାଶମଣ୍ତଳ ଓ ତହିଁ ଉପରିସ୍ଥ ସ୍ୱର୍ଗ, ପୁଣି ପୃଥିବୀ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର। 15 କେବଳ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପ୍ରତି ସ୍ନେହ କରିବାକୁ ଏବଂ ସେମାନଙ୍କ ପରେ ସେମାନଙ୍କର ବଂଶଧରମାନଙ୍କୁ ବାଛିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥିଲେ। ସେମାନଙ୍କ ପରେ ଆଜି ପର୍ଯ୍ୟନ୍ତ ସମସ୍ତ ଜାତି ମଧ୍ୟରୁ ତୁମ୍ଭ ଜାତିଗଣଙ୍କୁ ମନୋନୀତ କରିଛନ୍ତି।
16 “ଏଥିପାଇଁ ତୁମ୍ଭେମାନେ ହୃଦୟର ସୁନ୍ନତ ହେବା [a] ଉଚିତ୍ ଏବଂ ଆଉ ଅଧିକ ଜିଦ୍ଖୋର ହେବା ଉଚିତ୍ ନୁହଁ। 17 କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ ଓ ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର, ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ। 18 ସେ ପିତୃହୀନ ଓ ବିଧବାର ବିଗ୍ଭର ନିଷ୍ପତ୍ତି କରନ୍ତି ଓ ବିଦେଶୀକି ଅନ୍ନବସ୍ତ୍ର ଦେଇ ପ୍ରେମ କରନ୍ତି। 19 ଏଥିପାଇଁ ତୁମ୍ଭେମାନେ ବିଦେଶୀକୁ ପ୍ରେମ କର, କାରଣ ତୁମ୍ଭେମାନେ ମିଶର ଦେଶରେ ବିଦେଶୀ ଥିଲ।
20 “ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ। ତାଙ୍କର ଉପାସନା କରିବ। ତାହାଙ୍କଠାରେ ତୁମ୍ଭେ ଆସକ୍ତ ହେବ। ତାହାଙ୍କ ନାମରେ ତୁମ୍ଭେ ଶପଥ କରିବ। 21 ତୁମ୍ଭର ପ୍ରଶଂସା ସଦାପ୍ରଭୁ ଅଟନ୍ତି, ସେ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭେ ଯାହା ଯାହା ଦେଖୁଛ ସେହିସବୁ ମହତ୍ ଓ ଭୟଙ୍କର କର୍ମ ସେ ତୁମ୍ଭ ପାଇଁ କରିଛନ୍ତି। 22 ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସତୁରି ପ୍ରାଣୀ ସହିତ ମିଶରକୁ ଯାଇଥିଲେ। ମାତ୍ର ଏବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆକାଶ ମଣ୍ତଳର ତାରାଗଣ ପରି ତୁମ୍ଭମାନଙ୍କୁ ବହୁସଂଖ୍ୟକ କରିଛନ୍ତି।
ସଦାପ୍ରଭୁଙ୍କୁ ସ୍ମରଣ କର
11 “ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବା ଉଚିତ୍। ତୁମ୍ଭେମାନେ ତାଙ୍କର ବ୍ୟବସ୍ଥା, ବିଧି ଓ ଆଦେଶ ସବୁ ସର୍ବଦା ପାଳନ କରିବା ଉଚିତ୍। 2 ଆଜି ମନେରଖ ତୁମ୍ଭଙ୍କୁ ଶିକ୍ଷା ଦେବା ପାଇଁ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ଯେଉଁସବୁ ଆଶ୍ଚର୍ଯ୍ୟଜନକ କର୍ମ କରିଛନ୍ତି। ସେ ହେଉଛି ତୁମ୍ଭେ ଏବଂ ତୁମ୍ଭର ପିଲାମାନେ ନୁହନ୍ତି ସେହି ସମସ୍ତ ବିଷୟ ଘଟିବାର ଦେଖିଲ ଏବଂ ତା’ ମାଧ୍ୟମରେ ବଞ୍ଚିଲ। ତୁମ୍ଭେ ଦେଖିଛ ସେ କେତେ ଶକ୍ତିଶାଳୀ ଏବଂ ଆଶ୍ଚର୍ଯ୍ୟ କର୍ମ ସେ କରନ୍ତି। 3 ତୁମ୍ଭେମାନେ ତାଙ୍କର ସମସ୍ତ ଚିହ୍ନ ଓ ଆଶ୍ଚର୍ଯ୍ୟ କାର୍ଯ୍ୟସବୁ ଦେଖିଛ, ସେ ମିଶରର ରାଜା ଫାରୋଙ୍କୁ ଏବଂ ସମଗ୍ର ମିଶରକୁ କ’ଣ କଲେ, ତୁମ୍ଭେମାନେ ଦେଖିଛ। 4 ତୁମ୍ଭର ପିଲାମାନେ ଜାଣି ନାହାନ୍ତି କିନ୍ତୁ ତୁମ୍ଭେମାନେ ଜାଣିଛ ଓ ଦେଖିଛ ଯେ, ପରମେଶ୍ୱର ମିଶରର ସୈନ୍ୟ, ତାଙ୍କର ଅଶ୍ୱାରୋହୀ ଓ ରଥାରୋହୀମାନଙ୍କୁ କିପରି ଭାବେ ସୂଫସାଗରରେ ନିକ୍ଷେପ କରିଛନ୍ତି। ତୁମ୍ଭେମାନେ ଦେଖିଛ ଯେ ସଦାପ୍ରଭୁ ସେମାନଙ୍କୁ କିଭଳି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଛନ୍ତି। 5 ଏହି ସ୍ଥାନରେ ନ ପହଞ୍ଚିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପାଇଁ ସେ ମରୁଭୂମିରେ ଯାହା କଲେ ତୁମ୍ଭେମାନେ ସବୁକିଛି ଦେଖିଲ। 6 ତୁମ୍ଭେମାନେ ଦେଖିଛ ରୁବେନ୍ର ପୁତ୍ର ଇଲୀୟାବର ସନ୍ତାନ ଦାଥନୁ ଓ ଅବୀରାମ ପ୍ରତି ଯାହା ଯାହାସବୁ ସେ କରିଛନ୍ତି, ପୃଥିବୀ ଯେପରି ଆପଣା ମୁଖ ବିସ୍ତାର କରି ସମସ୍ତ ଇସ୍ରାଏଲ ମଧ୍ୟବର୍ତ୍ତୀ ସେମାନଙ୍କୁ ଓ ସେମାନଙ୍କ ପରିଜନବର୍ଗଙ୍କୁ ଓ ସେମାନଙ୍କ ତମ୍ବୁ ଓ ସେମାନଙ୍କ ପଶ୍ଚାତ୍ବର୍ତ୍ତୀ ସମସ୍ତ ପ୍ରାଣୀକୁ ଗ୍ରାସ କଲା, ଏ ସମସ୍ତ ତୁମ୍ଭର ପିଲାମାନେ ଦେଖି ନାହାନ୍ତି। 7 ତୁମ୍ଭେମାନେ ସଦାପ୍ରଭୁଙ୍କର ସମସ୍ତ ମହାନ କର୍ମ ଦେଖିଅଛ।
8 “ତେଣୁ ତୁମ୍ଭେମାନେ ତାଙ୍କର ସମସ୍ତ ନିର୍ଦ୍ଦେଶ ମାନିବ, ମୁଁ ଯାହାସବୁ ତୁମ୍ଭମାନଙ୍କୁ କହିବି। ତେବେ ତୁମ୍ଭେମାନେ ଶକ୍ତିଶାଳୀ ହେବ ଏବଂ ଯେଉଁ ଦେଶ ଅଧିକାର କରିବାକୁ ଯର୍ଦ୍ଦନ ପାର ହୋଇ ଯାଉଅଛ ତହିଁରେ ପ୍ରବେଶ କରି ଅଧିକାର କରିବ। 9 ସେଥିପାଇଁ ତୁମ୍ଭେମାନେ ସେହି ଦୁଗ୍ଧମଧୁପ୍ରବାହୀତ ଦେଶରେ ଦୀର୍ଘ ଦିନ ବାସ କରିବ। ଏହି ଦେଶ ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଓ ସେମାନଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। 10 ପନିପରିବା ବଗିଗ୍ଭରେ ଯେପରି ବୀଜ ବପନ କର, ସେହିପରି ମିଶର ଦେଶର ଗ୍ଭରାଗଛରେ ତୁମ୍ଭେମାନେ ପାଣି ଦେଉଥିଲ, ଯେଉଁଠାରୁ ତୁମ୍ଭେମାନେ ବାହାରି ଆସିଛ। ମାତ୍ର ଯେଉଁ ଦେଶ ଅଧିକାର କରିବାକୁ ଯାଉଛ ତାହା ସେପରି ନୁହେଁ। 11 ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ପର୍ବତ ଓ ସମସ୍ଥଳୀମୟ ଦେଶ ପୁଣି ତାହା ଆକାଶରୁ ବୃଷ୍ଟିଜଳ ପାନ କରେ। 12 ସେହି ଦେଶ ବିଷୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମନୋଯୋଗ କରନ୍ତି। ବର୍ଷର ଆରମ୍ଭରୁ ବର୍ଷର ଶେଷ ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ।
13 “ସଦାପ୍ରଭୁ କହିଲେ, ‘ତୁମ୍ଭେମାନେ ଯତ୍ନ ସହକାରେ ଆଜି ମୁଁ ତୁମ୍ଭମାନଙ୍କୁ ଯାହା କହୁଅଛି ଶୁଣ। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କର। ତୁମ୍ଭେମାନେ ଅନ୍ତଃକରଣ ଓ ପ୍ରାଣ ସହିତ ସେବା କର। ଯଦି ତୁମ୍ଭେ ଏପରି କର ତେବେ, 14 ଆମ୍ଭେ ଉପଯୁକ୍ତ ସମୟରେ ତୁମ୍ଭ ଦେଶରେ ବୃଷ୍ଟି କରାଇବ। ଅର୍ଥାତ୍ ଆଦ୍ୟବୃଷ୍ଟି ଓ ଶେଷବୃଷ୍ଟି କରିବା। ତହିଁରେ ତୁମ୍ଭେ ଆପଣା ଶସ୍ୟ ଓ ଆପଣା ଦ୍ରାକ୍ଷାରସ ଓ ଆପଣାର ତୈଳ ସଂଗ୍ରହ କରି ପାରିବ। 15 ମୁଁ ତୁମ୍ଭ ପଶୁଗଣ ନିମନ୍ତେ ତୁମ୍ଭମାନଙ୍କ କ୍ଷେତ୍ରରେ ତୃଣ ଦେବି। ତୁମ୍ଭମାନଙ୍କର ଭୋଜନ କରିବାକୁ ଯଥେଷ୍ଟ ହେବ ଏବଂ ତୃପ୍ତ ହେବ।’
16 “ନିଜ ନିଜ ବିଷୟରେ ସାବଧାନ ହୁଅ। ତୁମ୍ଭମାନଙ୍କର ହୃଦୟକୁ ପ୍ରଲୋଭିତ କର ନାହିଁ ଏବଂ ବିପଥରେ ଯିବାକୁ ଏବଂ ଅନ୍ୟ ଦେବତାଗଣର ସେବା କରିବାକୁ ଓ ଉପାସନା କରିବାକୁ ଦିଅ ନାହିଁ। 17 ଯଦି ତୁମ୍ଭେମାନେ ଏପରି କର, ତେବେ ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭମାନଙ୍କ ପ୍ରତି ପ୍ରଜ୍ୱଳିତ ହେବ। ଏବଂ ସେ ଆକାଶ ରୁଦ୍ଧ କଲେ ବର୍ଷା ହେବ ନାହିଁ ଓ ଭୂମି ନିଜ ଫଳ ପ୍ରଦାନ କରିବ ନାହିଁ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଉଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ଉଚ୍ଛିନ୍ନ ହେବ।
18 “ଏଣୁ ତୁମ୍ଭେମାନେ ମୋହର ସେହି ସକଳ ବାକ୍ୟ ନିଜ ନିଜ ହୃଦୟରେ ଧାରଣ କର (ହୃଦୟରେ ଲିପିବଦ୍ଧ କର)। ନିଜ ନିଜ ହସ୍ତରେ ବାନ୍ଧି ରଖ ଓ ତାହା ତୁମ୍ଭମାନଙ୍କର ଚକ୍ଷୁ ଦ୍ୱୟରେ ଭୂଷଣ ସ୍ୱରୂପ ହେଉ। 19 ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଏବଂ ବାଟରେ ଗ୍ଭଲିବା ବେଳେ ଶୋଇବା ବେଳେ ଓ ଉଠିବା ବେଳେ ଏହି ସମସ୍ତ ବିଷୟରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନମାନଙ୍କୁ ଶିକ୍ଷା ଦେବ। 20 ତୁମ୍ଭେ ଆପଣା ଗୃହଦ୍ୱାରରେ ଥିବା ଚଉକାଠରେ ଓ ବାହାର ଦ୍ୱାରରେ ତାହା ଲେଖିବ। 21 ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଯେଉଁ ଦେଶ ଦେବାକୁ ଶପଥ କରିଅଛନ୍ତି, ତହିଁରେ ତୁମ୍ଭମାନଙ୍କ ଅବସ୍ଥିତି କାଳ ଓ ତୁମ୍ଭମାନଙ୍କ ସନ୍ତାନଗଣର ଅବସ୍ଥିତିକାଳ ଭୂମଣ୍ତଳ ଉପରେ ଆକାଶ ମଣ୍ତଳର ଅବସ୍ଥିତିକାଳ ତୁଲ୍ୟ ହେବ।
22 “କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ତାହାଙ୍କ ସମସ୍ତ ପଥରେ ଗ୍ଭଲିବାକୁ ଓ ତାହାଙ୍କଠାରେ ଦୃଢ଼ରୂପେ ଆସକ୍ତ ହେବାକୁ ଏହି ଯେଉଁ ସମସ୍ତ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ପାଳନ କରିବାକୁ ଦେଉଅଛି, ତାହା ଯଦି ତୁମ୍ଭେମାନେ ଯତ୍ନପୂର୍ବକ ପାଳନ କରିବ, 23 ତେବେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ଏହିସବୁ ଗୋଷ୍ଠୀୟ ଲୋକମାନଙ୍କୁ ତଡ଼ି ଦେବେ, ଏବଂ ତୁମ୍ଭେମାନେ, ତୁମ୍ଭମାନଙ୍କଠାରୁ ଅଧିକ ବଳବାନ ଲୋକମାନଙ୍କୁ ପରାସ୍ତ କରିବ ଏବଂ ତାଙ୍କର ଦେଶକୁ ଅଧିକାର କରିବ। 24 ଯେଉଁଠାରେ ତୁମ୍ଭର ପାଦ ପଡ଼ିବ, ସେ ସ୍ଥାନ ତୁମ୍ଭମାନଙ୍କର ହେବ। ପ୍ରାନ୍ତରରୁ ଲିବାନୋନ ପର୍ଯ୍ୟନ୍ତ ଏବଂ ଫରାତ୍ ନଦୀଠାରୁ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କର ସୀମା ହେବ। 25 ତୁମ୍ଭମାନଙ୍କ ବିପକ୍ଷରେ କୌଣସି ମନୁଷ୍ୟ ଛିଡ଼ା ହେବାକୁ ସକ୍ଷମ ହେବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାଙ୍କର ପ୍ରତିଜ୍ଞାନୁସାରେ ସମଗ୍ର ଦେଶରେ ତୁମ୍ଭେ ଯେଉଁଠିକୁ ଯାଅ, ତୁମ୍ଭ ପ୍ରତି ସମସ୍ତଙ୍କର ଭୟ ଓ ଆଶାଙ୍କିତ ସୃଷ୍ଟି କରିବେ।
ଇସ୍ରାଏଲଙ୍କର ପସନ୍ଦ: ଆଶୀର୍ବାଦ ବା ଅଭିଶାପ
26 “ଆଜି ତୁମ୍ଭମାନଙ୍କ ସମ୍ମୁଖରେ ଆଶୀର୍ବାଦ ଓ ଅଭିଶାପ ରଖୁଛି ତୁମ୍ଭେମାନେ ସେଥିରୁ ଗୋଟିଏକୁ ବାଛ। 27 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞାମାନ ଯଦି ମାନ, ଯାହା ମୁଁ ତୁମ୍ଭମାନଙ୍କୁ ଆଜି କହିବି, ତେବେ ତୁମ୍ଭେମାନେ ଆଶୀର୍ବୀଦ ପାଇବ। 28 ଯଦି ତୁମ୍ଭେମାନେ ତାହା ସବୁ ପାଳନ ନ କର ତେବେ ତୁମ୍ଭେମାନେ ଅଭିଶାପ ପାଇବ। ଯଦି ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଆଜ୍ଞା ପାଳନ ନ କର ଓ ଅନ୍ୟ ଦେଶୀୟ ଦେବଗଣଙ୍କର ପଶ୍ଚାତ୍ଗମନ କର, ତେବେ ଅଭିଶାପ ପାଇବ।
29 “ଆଉ ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଛ, ସେହି ଦେଶରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ସମୟରେ ତୁମ୍ଭମାନଙ୍କୁ ପ୍ରବେଶ କରାଇବେ, ସେ ସମୟରେ ତୁମ୍ଭେ ଗରିଷୀମ ପର୍ବତରେ ସେହି ଆଶୀର୍ବାଦ ଓ ଏବଲ୍ ପର୍ବତରେ ସେହି ଅଭିଶାପ ରଖିବ। 30 ସେହି ଦୁଇ ପର୍ବତ କି ଯର୍ଦ୍ଦନର ସେପାରି ସୂର୍ଯ୍ୟାସ୍ତ ପଥ ପ୍ରାନ୍ତରେ ଗିଲ୍ଗଲ୍ ସମ୍ମୁଖସ୍ଥ ପଦାନିବାସୀ କିଣାନୀୟମାନଙ୍କ ଦେଶରେ ମୋରିର ଅଲୋନ୍ତୋଟା ନିକଟରେ ନାହିଁ। 31 କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଉ ଅଛନ୍ତି, ତହିଁରେ ପ୍ରବେଶ କରି ତାହା ଅଧିକାର କରିବା ନିମନ୍ତେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇଯିବ। ପୁଣି ତୁମ୍ଭେମାନେ ତାହା ଅଧିକାର କରିବ ଓ ତହିଁରେ ବାସ କରିବ। 32 ଏଥିପାଇଁ ତୁମ୍ଭେମାନେ ସମସ୍ତ ବ୍ୟବସ୍ଥା ଓ ବିଧି ପାଳନ କରିବ, ଯାହା ମୁଁ ତୁମ୍ଭମାନଙ୍କୁ ଆଜି କହିବି।
ସଦାପ୍ରଭୁଙ୍କର ଉପାସନାସ୍ଥଳ
12 “ଏହି ନିୟମ ବିଧିସବୁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ଏହି ନୂତନ ଦେଶରେ ମାନିବାକୁ ହେବ। ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ଅଧିକାର ନିମନ୍ତେ ଯେଉଁ ଦେଶ ଦେଇଛନ୍ତି, ସେହି ଦେଶରେ ଜୀବିତ ଥିବା ପର୍ଯ୍ୟନ୍ତ ତାଙ୍କର ଏହି ବିଧିସକଳ ମାନିବ। 2 ତୁମ୍ଭେମାନେ ଯେଉଁ ଗୋଷ୍ଠୀୟମାନଙ୍କୁ ଅଧିକାର କରିବ, ସେମାନଙ୍କର ଉଚ୍ଚ ପର୍ବତଗଣ ଉପରେ ଓ ଉପପର୍ବତ ସମୂହ ଉପରେ ଓ ପ୍ରତ୍ୟେକ ସତେଜ ବୃକ୍ଷ ତଳେ, ଯେଉଁସବୁ ସ୍ଥାନରେ ନିଜ ନିଜ ଦେବତାମାନଙ୍କୁ ପୂଜା କଲେ, ସେହି ସକଳ ସ୍ଥାନ ନିଶ୍ଚୟ ବିନଷ୍ଟ କରିବ। 3 ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭଗ୍ନ କରିବ ଓ ସେମାନଙ୍କର ସ୍ମରଣାର୍ଥକ ପ୍ରସ୍ଥର ସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତି ସବୁକୁ ଅଗ୍ନିରେ ଦଗ୍ଧ କରିବ। ସେମାନଙ୍କର ଖୋଦିତ ଦେବ ପ୍ରତିମାଗଣକୁ ହାଣି ପକାଇବ। ସେ ସ୍ଥାନରୁ ସେମାନଙ୍କ ନାମ ଲୋପ କରିବ।
4 “ସେହି ଲୋକମାନେ ସେମାନଙ୍କର ଦେବଗଣଙ୍କୁ ସେମାନେ ପୂଜା କଲାପରି ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ସେହି ଉପାସନା କର ନାହିଁ। 5 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସମସ୍ତ ଗୋଷ୍ଠୀ ମଧ୍ୟରୁ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠାରେ ତାଙ୍କର ନାମ ଉପାସନା ହେବା ଉଚିତ୍। ତୁମ୍ଭର ସେଠାକୁ ଯିବା ଉଚିତ୍ ଏବଂ ତାଙ୍କୁ ଖୋଜିବା ଉଚିତ୍। 6 ତୁମ୍ଭେମାନେ ସେହି ସ୍ଥାନକୁ ନିଜ ନିଜ ହୋମବଳି ଓ ନିଜ ନିଜ ବଳିଦାନ ଓ ନିଜ ନିଜ ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତୋଳନୀୟ ଉପହାର ନିଜ ନିଜ ମାନତ ଦ୍ରବ୍ୟ, ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଓ ନିଜ ନିଜ ପଶୁପଲର ପ୍ରଥମଜାତ ସମସ୍ତଙ୍କୁ ଆଣିବ। 7 ସେହି ସ୍ଥାନରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପରିବାର ସଦସ୍ୟଗଣ ସଦାପ୍ରଭୁଙ୍କ ଉପସ୍ଥିତିରେ ଭୋଜନ କରିବ। ତୁମ୍ଭକୁ ଯାହା ପ୍ରାପ୍ତି ହୋଇଛି ସେଥିରେ ଆନନ୍ଦିତ ହୁଅ, ଯେହେତୁ ସଦାପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରିଛନ୍ତି।
8 “ଏପରି ତୁମ୍ଭେମାନେ କର ନାହିଁ, ଯାହାର ଦୃଷ୍ଟିରେ ଯାହା ଭଲ, ସେହିପରି ଉପାସନା କର ନାହିଁ, ଯାହା ଆମ୍ଭେ ଏହି ସ୍ଥାନରେ କରୁଅଛୁ। 9 କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ଯେଉଁ ବିଶ୍ରାମ ଓ ଅଧିକାର ଦେବେ, ତହିଁରେ ତୁମ୍ଭେମାନେ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହଁ। 10 କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ଦେଶ ତୁମ୍ଭମାନଙ୍କୁ ଅଧିକାର କରାଇବେ, ସେଠାକୁ ତୁମ୍ଭେମାନେ ଯେତେବେଳେ ଯର୍ଦ୍ଦନ ପାର ହୋଇଯିବ ଓ ସେଠାରେ ପହଞ୍ଚିବ। ସେ ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତ ଶତ୍ରୁଗଣଠାରୁ ତୁମ୍ଭମାନଙ୍କୁ ବିଶ୍ରାମ ଦେବେ, ଏବଂ ତୁମ୍ଭେମାନେ ନିର୍ଭୟରେ ବାସ କରିବ। 11 ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ନିରୂପିତ କରିବେ ସେହି ସ୍ଥାନକୁ ତୁମ୍ଭେମାନେ ମୋର ଆଜ୍ଞା ଅନୁସାରେ ନିଜ ନିଜ ହୋମ ନୈବେଦ୍ୟ ଓ ନିଜ ନିଜ ବଳିଦାନ, ନିଜ ଆୟର ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତଳନୀୟ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନାସିଲାର ତୁମ୍ଭମାନଙ୍କର ସକଳ ମନୋନୀତ ମାନତ ଆଣିବ। 12 ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସନ୍ତାନ ସନ୍ତତିଗଣ ତୁମ୍ଭମାନଙ୍କର ଦାସଗଣ, ତୁମ୍ଭମାନଙ୍କର ଦାସୀଗଣ ତୁମ୍ଭମାନଙ୍କର ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକର କୌଣସି ଅଂଶ କି ଅଧିକାର ତୁମ୍ଭମାନଙ୍କ ମଧ୍ୟରେ ନ ଥିବା ହେତୁ ସେ ଏପରି ତୁମ୍ଭେ ସମସ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ। 13 ସାବଧାନ ହେବ, ଯେଉଁ ସ୍ଥାନସବୁ ଦେଖିବ ପ୍ରତ୍ୟେକ ସ୍ଥାନରେ ହୋମବଳି ଉତ୍ସର୍ଗ କରିବ ନାହିଁ। 14 ତୁମ୍ଭମାନଙ୍କର ଗୋଟିଏ ପରିବାର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ଯେଉଁସ୍ଥାନ ମନୋନୀତ କରିଛନ୍ତି, କେବଳ ସେହି ସ୍ଥାନରେ ତୁମ୍ଭେମାନେ ତୁମ୍ଭମାନଙ୍କର ହୋମବଳି ଓ ସେ ତୁମ୍ଭକୁ ଯେଉଁସବୁ ଆଜ୍ଞା ଦେଇଛନ୍ତି, ତାହା ସବୁ ସେହିଠାରେ ଉତ୍ସର୍ଗ କରିବା ଉଚିତ୍।
15 “ତୁମ୍ଭେମାନେ ଯେଉଁଠାରେ ବାସ କରିବ, ସେଠାରେ ତୁମ୍ଭେମାନେ କୃଷ୍ଣସାର ଓ ମୃଗ ଜାତୀୟ ସୁସ୍ଥ ପ୍ରାଣୀ ବଧ କରି ଆପଣା ଇଚ୍ଛାମତେ ଖାଇ ପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଆଶୀର୍ବାଦ ଅନୁସାରେ ଶୁଚି ଓ ଅଶୁଚି ଲୋକମାନେ ମଧ୍ୟ ଏହି ମାଂସ ଭକ୍ଷ୍ୟଣ କରି ପାରିବେ। 16 ତୁମ୍ଭେମାନେ ରକ୍ତ ଭୋଜନ କରିବ ନାହିଁ। ଜଳତୁଲ୍ୟ ତାହା ଭୂମିରେ ଢାଳି ଦେବ।
17 “କେତେକ ଦ୍ରବ୍ୟ ତୁମ୍ଭେମାନେ ଭକ୍ଷ୍ୟଣ କରିବ ନାହିଁ ଯେଉଁଠାରେ ତୁମ୍ଭେମାନେ ବାସ କରିବ, ସେଗୁଡ଼ିକ ହେଲା, ଯଥା: ଆପଣା ଶସ୍ୟର କି ଦ୍ରାକ୍ଷାରସର କି ତୈଳର ଦଶମାଂଶ କି ଗୋମେଷାଦିର ପ୍ରଥମଜାତ କିମ୍ବା ତୁମ୍ଭ ମନାସିଲାର ପ୍ରତିଜ୍ଞା ଦ୍ରବ୍ୟ କିଅବା ତୁମ୍ଭ ସ୍ୱେଚ୍ଛାଦତ୍ତ ନୈବେଦ୍ୟ, କି ତୁମ୍ଭ ହସ୍ତର ଉତ୍ତୋଳନୀୟ ଉପହାର। 18 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେମାନେ ତାହା ଭୋଜନ କରିବ। ତୁମ୍ଭେ ଓ ତୁମ୍ଭର ପୁତ୍ର ତୁମ୍ଭର କନ୍ୟା ତୁମ୍ଭ ଦାସ ଓ ଦାସୀଗଣ ଏବଂ ନଗରଦ୍ୱାର ମଧ୍ୟବର୍ତ୍ତୀ ଲେବୀୟ ଲୋକ ସେହି ନୈବେଦ୍ୟ ଭୋଜନ କରିବ। ଯେଉଁଗୁଡ଼ିକ ତୁମ୍ଭମାନଙ୍କର କଠିନ ପରିଶ୍ରମର ଫଳ, ତହିଁରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ ଆନନ୍ଦ କରିବ। 19 ସାବଧାନ ହେବ, ତୁମ୍ଭେମାନେ ଆପଣା ଭୂମିରେ ବାସ କରିବା ଯାଏ ଓ ବଞ୍ଚି ରହିଥିବା ଯାଏ ଲେବୀୟମାନଙ୍କୁ ତ୍ୟାଗ କରିବ ନାହିଁ।
20-21 “ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ, ସେ ତୁମ୍ଭମାନଙ୍କର ଦେଶକୁ ବଢ଼ାଇବେ। ଯେତେବେଳେ ସଦାପ୍ରଭୁ ଏପରି କରିବେ, ତୁମ୍ଭେମାନେ ହୁଏତ ତାଙ୍କର ମନୋନୀତ ସ୍ଥାନର ବହୁ ଦୂରରେ ବାସ କରୁଥିବ। ଏହା ଯଦି ଅଧିକ ଦୂର ହୁଏ, ଏବଂ ତୁମ୍ଭେ ଯଦି ମାଂସ ପାଇଁ ଭୋକିଲା ହୁଅ, ତେବେ ତୁମ୍ଭେମାନେ ସଦାପ୍ରଭୁଙ୍କର ଦତ୍ତ ଯେକୌଣସି ପଶୁର ମାଂସ ଖାଇ ପାରିବ। ତୁମ୍ଭେମାନେ ସେହି ପଶୁକୁ ନିଅ, ତାକୁ ବଧକର ଓ ନିଜ ଫାଟକ ଭିତରେ ଭୋଜନ କର। ମୁଁ ଯେପରି ଆଜ୍ଞା କଲି, ତୁମ୍ଭେମାନେ ଏପରି କରିବା ଉଚିତ୍। ତୁମ୍ଭେମାନେ ଏହି ମାଂସ ଯେଉଁଠାରେ ବାସ କଲେ ମଧ୍ୟ ସେହିଠାରେ ଖାଇ ପାରିବ। 22 ତୁମ୍ଭେମାନେ କୃଷ୍ଣସାର ଓ ହରିଣ ଭୋଜନ କରିବାପରି ଏହି ମାଂସ ଭୋଜନ କରି ପାରିବ। ଶୁଚି ଓ ଅଶୁଚି ଲୋକ ସମସ୍ତେ ଏହା ଭୋଜନ କରି ପାରିବେ। କୃଷ୍ଣସାର ଓ ମୃଗ ମାଂସ ଭୋଜନ ପରି ଶୁଚି ଲୋକ ଓ ଅଶୁଚି ଲୋକେ ସମସ୍ତେ ଏହାକୁ ଭୋଜନ କରି ପାରିବେ। 23 କିନ୍ତୁ ସାବଧାନ, ସେମାନଙ୍କର ରକ୍ତ ଖାଇବ ନାହିଁ। କାରଣ ରକ୍ତହିଁ ପ୍ରାଣ। ଆଉ ମାଂସ ସହିତ ପ୍ରାଣ ଭୋଜନ କରିବ ନାହିଁ। 24 ଜଳ ଢାଳିବା ପରି ରକ୍ତକୁ ଭୂମିରେ ଢାଳି ଦେବ। ତାହାକୁ ଖାଇବ ନାହିଁ। 25 ତୁମ୍ଭେମାନେ ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ କର୍ମ କଲେ ତୁମ୍ଭମାନଙ୍କର ଓ ଆପଣା ବଂଶଧରମାନଙ୍କର ମଙ୍ଗଳ ହେବ।
26 “ଯଦି ତୁମ୍ଭେ ସଦାପ୍ରଭୁଙ୍କୁ କିଛି ଦେବାକୁ ଗ୍ଭହୁଁଛ, ତେବେ ତୁମ୍ଭେମାନେ ତାହା ସଦାପ୍ରଭୁଙ୍କର ମନୋନୀତ ସ୍ଥାନକୁ ନେଇଯିବ। 27 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ମାଂସ ଓ ରକ୍ତ ସମେତ ନିଜ ନିଜର ହୋମବଳି ଉତ୍ସର୍ଗ କରିବ। ତୁମ୍ଭମାନଙ୍କର ବଳିଦାନାଦିର ରକ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ଢଳାଯିବ। ତେବେ ତୁମ୍ଭେମାନେ ସେହି ମାଂସ ଭୋଜନ କରିବ। 28 ସାବଧାନତା ସହକାରେ ମୁଁ ଯେଉଁ ଆଜ୍ଞାମାନ ଦେଲି ତାହା ତୁମ୍ଭେମାନେ ପାଳନ କରିବ। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଉତ୍ତମ ଓ ଯଥାର୍ଥ ତାହା କଲେ ତୁମ୍ଭର ଓ ତୁମ୍ଭମାନଙ୍କ ପରେ ତୁମ୍ଭ ବଂଶଧରଗଣର ଯୁଗାନୁସାରେ ମଙ୍ଗଳ ହେବ।
29 “ସଦାପ୍ରଭୁ ତୁମ୍ଭର ପରମେଶ୍ୱର ସେହି ଦେଶସବୁକୁ ଉଚ୍ଛିନ୍ନ କରିବାକୁ ଯାଉଛନ୍ତି, ଯେଉଁମାନଙ୍କର ଭୂମି ତୁମ୍ଭେ ଅଧିକାର କରିବା ପାଇଁ ଯାଉଛ। ତା’ପରେ ତୁମ୍ଭେ ସେମାନଙ୍କୁ ଅଧିକାର କରି ସେମାନଙ୍କ ଦେଶରେ ବାସ କରିବ। 30 ସେମାନଙ୍କୁ ବିନାଶ କଲାପରେ, ତୁମ୍ଭେମାନେ ବହୁତ ସାବଧାନ ହେବା ଉଚିତ୍। ଯେପରି ସେମାନଙ୍କର ଫାନ୍ଦରେ ପଡ଼ି ସେମାନଙ୍କ ଦେବଗଣଙ୍କର ପୂଜା ନ କର। ସାବଧାନ ହୁଅ ଯେ, ତୁମ୍ଭେ ସେମାନଙ୍କର ଦେବତାମାନଙ୍କୁ ଅନୁସନ୍ଧାନ କର ନାହିଁ, ପଗ୍ଭର ନାହିଁ ଯେ, ‘ସେହି ଗୋଷ୍ଠୀମାନେ କିପରି ସେମାନଙ୍କର ଦେବତାମାନଙ୍କୁ ପୂଜା କରୁଥିଲେ, ଆମ୍ଭେମାନେ ମଧ୍ୟ ସେପରି କରିବୁ?, 31 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ପାଇଁ ଏପରି କର ନାହିଁ। ତୁମ୍ଭମାନଙ୍କ ସଦାପ୍ରଭୁଙ୍କର ଉପାସନା ସେପରି କର ନାହିଁ। କାରଣ ସେ ଲୋକମାନେ ଏପରି କର୍ମମାନ କରୁଥିଲେ ଯାହାକୁ ସଦାପ୍ରଭୁ ଘୃଣା କରନ୍ତି। ସେମାନେ ଆପଣା ଦେବତାଗଣଙ୍କ ଉଦ୍ଦେଶ୍ୟରେ ଆପଣାର ସନ୍ତାନମାନଙ୍କୁ ଅଗ୍ନିରେ ଦଗ୍ଧ କରନ୍ତି।
32 “ମୁଁ ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହା ସବୁ ତୁମ୍ଭେମାନେ ପାଳନ କରିବାକୁ ମନୋଯୋଗ କରିବ। ତୁମ୍ଭେମାନେ ତାହାଠାରୁ କିଛି ଊଣା କରିବ ନାହିଁ କି ତହିଁରେ କିଛି ଅଧିକ ଯୋଗ କରିବ ନାହିଁ।
ପରମେଶ୍ୱର ନିଜ ପୁତ୍ରଙ୍କୁ ପଠାଇଲେ(A)
12 ଯୀଶୁ ଦୃଷ୍ଟାନ୍ତ ମାଧ୍ୟମରେ ଲୋକମାନଙ୍କୁ ଶିକ୍ଷା ଦେଲେ; ସେ କହିଲେ, “ଜଣେ ଲୋକ ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଲଗାଇଲା। ତାହାର ଗ୍ଭରିପଟେ ପାଚେରୀ କରିଦେଲା। ଦ୍ରାକ୍ଷାରସ ସଂଗ୍ରହ [a] କରିବା ପାଇଁ ଗୋଟିଏ କୁଣ୍ଡ ତିଆରି କଲା। ସେ ପ୍ରହରୀ ଗୃହଟି ମଧ୍ୟ ତିଆରି କଲା। ସେ କେତେକ କୃଷକଙ୍କୁ ସେହି ବଗିଗ୍ଭକୁ ଭାଗରେ ଦେଲା, ତା’ପରେ ସେ ପରିଭ୍ରମଣ ଉଦ୍ଦେଶ୍ୟରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲା।
2 “ପରେ ଯେତେବେଳେ ଦ୍ରାକ୍ଷା ତୋଳିବା ବେଳ ଆସିଲା, ସେତେବେଳେ ସେ ତାହାଙ୍କର ଜଣେ ଗ୍ଭକରକୁ ଦ୍ରାକ୍ଷାରୁ ତାହାଙ୍କର ନିଜ ଭାଗ ଆଣିବା ପାଇଁ କୃଷକମାନଙ୍କ ପାଖକୁ ପଠାଇଲା। 3 କିନ୍ତୁ କୃଷକମାନେ ଗ୍ଭକରଟିକୁ ଧରି ପ୍ରହାର କଲେ ଓ ତାକୁ କିଛି ନ ଦେଇ ଘୋଉଡ଼େଇ ଦେଲେ। 4 ତା’ପରେ ସେହି ଲୋକଟି ଆଉ ଜଣେ ଗ୍ଭକରକୁ ସେମାନଙ୍କ ପାଖକୁ ପଠାଇଲା। ସେମାନେ ଏହି ଗ୍ଭକରର ମୁଣ୍ଡକୁ ପିଟିଲେ ଓ ତାକୁ ଅପମାନ ଦେଲେ। 5 ତା’ପରେ ସେ ଆଉ ଜଣେ ଗ୍ଭକରକୁ ପଠାଇଲା। କୃଷକମାନେ ଏହି ଗ୍ଭକରଟିକୁ ଜୀବନରେ ମାରିଦେଲେ। ସେ ଲୋକଟି ଆଉ ଅଧିକ ଗ୍ଭକରଙ୍କୁ ପଠାଇଲା, କିନ୍ତୁ କୃଷକମାନେ କେତେକଙ୍କୁ ପିଟିଲେ ଓ ଅନ୍ୟ କେତେଙ୍କୁ ଜୀବନରେ ମାରିଦେଲେ।
6 “ଲୋକଟି ପାଖରେ କୃଷକମାନଙ୍କ ପାଖକୁ ପାଠାଇବା ପାଇଁ ଆଉ ଜଣେ ମାତ୍ର ବାକି ଥିଲା। ସେ ଜଣକ ତାହାର ପୁଅ। ସେହି ଲୋକଟି ପୁଅକୁ ଖୁବ୍ ଭଲ ପାଉଥିଲା। କିନ୍ତୁ ସେ କୃଷକମାନଙ୍କ ପାଖକୁ ପୁଅକୁ ପଠାଇବାକୁ ସ୍ଥିର କଲା। କାରଣ କୃଷକମାନଙ୍କ ପାଖକୁ ପଠାଇବା ପାଇଁ ପୁଅ ହିଁ ଶେଷ ବ୍ୟକ୍ତି ଥିଲା। ସେ କହିଲା, ‘କୃଷକମାନେ ମୋର ପୁଅକୁ ନିଶ୍ଚୟ ସମ୍ମାନ ଦେବେ।’
7 “କିନ୍ତୁ କୃଷକମାନେ କୁହାକୁହି ହେଲେ, ‘ଏହି ଲୋକଟି ବଗିଗ୍ଭ ମାଲିକର ପୁଅ। ବଗିଗ୍ଭର ସେ ଉତ୍ତରାଧିକାରୀ। ଆମ୍ଭେମାନେ ତାକୁ ମାରିଦେଲେ ବଗିଗ୍ଭଟି ଆମ୍ଭର ହୋଇଯିବ’। 8 ତେଣୁ କୃଷକମାନେ ମାଲିକର ପୁଅକୁ ଧରି ନେଇ ଜୀବନରେ ମାରିଦେଲେ ଓ ଦ୍ରାକ୍ଷାକ୍ଷେତ୍ର ବାହାରକୁ ଫିଙ୍ଗିଦେଲେ।
9 “ଏବେ ଦ୍ରାକ୍ଷାକ୍ଷେତ୍ରର ମାଲିକ କ’ଣ କରିବ? ସେ ଆସି ସେହି କୃଷକମାନଙ୍କୁ ମାରି ପକାଇବ ଓ ଦ୍ରାକ୍ଷାକ୍ଷେତ୍ରକୁ ଅନ୍ୟ କୃଷକମାନଙ୍କୁ ଦେଇଦେବ। 10 ତୁମ୍ଭେମାନେ କ’ଣ ଏହି ଶାସ୍ତ୍ର ପଢ଼ି ନାହଁ?
“ଯେଉଁ ପଥରକୁ କାରିଗରମାନେ ଅଦରକାରୀ ମନେ କଲେ, ସେହି ପଥର
‘କିନ୍ତୁ କୋଣର ପ୍ରଧାନ ମୂଳଦୁଆ ପଥର [b] ହୋଇଗଲା।
11 ପ୍ରଭୁ ତାହା କଲେ,
ଏବଂ ଏହା ଆମ୍ଭ ପାଇଁ ଆଶ୍ଚର୍ଯ୍ୟଜନକ।’”(B)
12 ଏହି ଯିହୂଦୀନେତାମାନେ ଯୀଶୁଙ୍କ ଦୃଷ୍ଟାନ୍ତ ଶୁଣିଲେ। ଏହା ସେମାନଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ସେମାନେ ଜାଣି ପାରିଲେ। ତେଣୁ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ସେମାନେ ଉପାୟ ଖୋଜି ବସିଲେ। କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲେ।
ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଯିହୂଦୀ ନେତାମାନଙ୍କ ଚକ୍ରାନ୍ତ(C)
13 ପରେ ଯିହୂଦୀ ନେତାମାନେ କେତେକ ଫାରୂଶୀ ଓ ହେରୋଦୀୟମାନଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସେମାନେ ଯୀଶୁଙ୍କ ଭୁଲ୍ ଧରି ଫାନ୍ଦରେ ପକାଇବାକୁ ଗ୍ଭହୁଁଥିଲେ। 14 ଫାରୂଶୀ ଓ ହେରୋଦୀୟମାନେ ଯୀଶୁଙ୍କ ପାଖକୁ ଯାଇ କହିଲେ, “ଗୁରୁ, ଆମ୍ଭେମାନେ ଜାଣିଛୁ ଯେ, ତୁମ୍ଭେ ବହୁତ ଭଲ ଲୋକ। ଅନ୍ୟମାନେ ତୁମ୍ଭ ବିଷୟରେ କ’ଣ ଭାବୁଛନ୍ତି, ସେଥିପାଇଁ ତୁମ୍ଭେ କେବେ ଚିନ୍ତା କର ନାହିଁ। ସବୁ ଲୋକ ତୁମ୍ଭ ପାଇଁ ସମାନ। ତୁମ୍ଭେ ପରମେଶ୍ୱର ଗ୍ଭହୁଁଥିବା ଜୀବନର ମାର୍ଗ ବିଷୟରେ ଠିକ୍ ଉପଦେଶ ଦେଉଛ। ଆମ୍ଭମାନଙ୍କୁ କୁହ, କାଇସରଙ୍କୁ କର ଦେବା ଉଚିତ୍ କି ନୁହେଁ?”
15 ଯୀଶୁ ସେମାନଙ୍କ ଗ୍ଭଲ୍ବାଜି ବୁଝିଗଲେ। ସେ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ମୋତେ ଭଲ କଥା କହି କାହିଁକି ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛ? ମୋ’ ପାଖକୁ ରୂପାଟଙ୍କାଟିଏ ଆଣ, ମୁଁ ତାକୁ ଦେଖେ।” 16 ସେମାନେ ରୂପାଟଙ୍କାଟିଏ ନେଇ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଦ୍ରାଟି ଉପରେ କାହାର ଛବି ଅଙ୍କିତ ହୋଇଛି? ତା’ ଉପରେ କାହାର ନାମ ଲେଖା ଯାଇଛି?” ସେମାନେ କହିଲେ, “ଏହା କାଇସରଙ୍କ ଛବି ଓ କାଇସରଙ୍କ ନାମ।”
17 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ ଓ ଯାହା ପରମେଶ୍ୱରଙ୍କର, ତାହା ପରମେଶ୍ୱରଙ୍କୁ ଦିଅ।” ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।
ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ କେତେକ ସାଦ୍ଦୂକୀଙ୍କର ଚକ୍ରାନ୍ତ(D)
18 ତା’ପରେ କେତେକ ସାଦ୍ଦୂକୀ ତାହାଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ଦାବୀ କରନ୍ତି ଯେ, ମଣିଷ ମୃତ୍ୟୁପରେ ପୁନରୁତ୍ଥାନ ହେବ ନାହିଁ। 19 ସେମାନେ କହିଲେ, “ଗୁରୁ, ମୋଶା ଆମ୍ଭମାନଙ୍କ ପାଇଁ ଲେଖିଛନ୍ତି ଯେ, ଯଦି କୌଣସି ବିବାହିତ ଲୋକ ପିଲାପିଲି ନ ଥାଇ ମରି ଯାଏ, ତେବେ ତା’ର ଭାଇ ସେହି ସ୍ତ୍ରୀଟିକୁ ବିବାହ କରିବା ଉଚିତ୍। ତା’ହେଲେ ସେହି ମୃତ ଭାଇଟି ପାଇଁ ବଂଶ ବୃଦ୍ଧି କରି ପାରିବ। 20 ଥରେ ସାତ ଭାଇ ଥିଲେ। ସବୁଠାରୁ ବଡ଼ ଭାଇ ବିବାହ କଲା। କିନ୍ତୁ କୌଣସି ପିଲାପିଲି ନ ଥାଇ ସେ ମରିଗଲା। 21 ତେଣୁ ଦ୍ୱିତୀୟ ଭାଇ ସେ ସ୍ତ୍ରୀଟିକୁ ବିବାହ କଲା। ସେ ମଧ୍ୟ କୌଣସି ପିଲାପିଲି ନ ଥାଇ ମରିଗଲା। ତୃତୀୟ ଭାଇ ପ୍ରତି ମଧ୍ୟ ତାହା ଘଟିଲା। 22 ସାତ ଜଣ ଭାଇ ସେହି ସ୍ତ୍ରୀ ଲୋକକୁ ଜଣକ ପରେ ଜଣେ ବିବାହ କଲେ ଓ ଶେଷରେ ମରିଗଲେ। ସେମାନଙ୍କ ମଧ୍ୟରୁ କାହାରି ହେଲେ କୌଣସି ପିଲାପିଲି ନ ଥିଲେ। ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା। 23 କିନ୍ତୁ ସାତ ଭାଇଯାକ ତାକୁ ବିବାହ କରିଥିଲେ। ତେବେ ପୁନରୁତ୍ଥାନ ସମୟରେ, ସେହି ସ୍ତ୍ରୀଟି କାହାର ପତ୍ନୀ ହେବ?”
24 ଯୀଶୁ କହିଲେ, “ସବୁ ଶାସ୍ତ୍ର କ’ଣ କହେ, ପରମେଶ୍ୱରଙ୍କ ଶକ୍ତି ବିଷୟରେ ତାହା ତୁମ୍ଭେମାନେ ଜାଣି ନାହଁ କି? ତେଣୁ ତୁମ୍ଭେମାନେ ଭ୍ରମରେ ପଡ଼ିଥାଅ। 25 ଲୋକମାନେ ଯେତେବେଳେ ମୃତ୍ୟୁରୁ ପୁନରୁତ୍ଥାନ ହେବେ ସେତେବେଳେ କୌଣସି ବିବାହ ହେବ ନାହିଁ ସେମାନେ କେହି କାହାରିକୁ ବିବାହ କରିବେ ନାହିଁ, ବରଂ ପ୍ରତ୍ୟେକ ସ୍ୱର୍ଗଦୂତଙ୍କ ଭଳି ହୋଇଯିବେ। 26 ପୁନରୁତ୍ଥିତ ଲୋକଙ୍କ ବିଷୟରେ ତୁମ୍ଭେମାନେ କ’ଣ ମୋଶାଙ୍କ ପୁସ୍ତକରେ ଲିଖିତ ବୁଦାବୃତ୍ତାନ୍ତଟି ପଢ଼ି ନାହଁ? ସେଥିରେ ପରମେଶ୍ୱର ମୋଶାଙ୍କୁ କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇସ୍ହାକର ପରମେଶ୍ୱର, ଯାକୁବର ପରମେଶ୍ୱର’। [c] 27 ଯଦି ପରମେଶ୍ୱର କହିଛନ୍ତି ଯେ, ସେ ସେମାନଙ୍କର ପରମେଶ୍ୱର, ତେବେ ପ୍ରକୃତରେ ଏ ଲୋକମାନେ ମୃତ ନୁହନ୍ତି। କାରଣ ସେ ମୃତମାନଙ୍କର ପରମେଶ୍ୱର ନୁହନ୍ତି ବରଂ ସେ ଜୀବିତମାନଙ୍କର ପରମେଶ୍ୱର। ହେ ସାଦ୍ଦୂକୀମାନେ, ତୁମ୍ଭେମାନେ ବଡ଼ ଭ୍ରମରେ ପଡ଼ିଛ।”
2010 by World Bible Translation Center