ମାଥିଉ ଲିଖିତ ସୁସମାଗ୍ଭର 22:23-33
Odia Holy Bible: Easy-to-Read Version
କେତେକ ସାଦ୍ଦୂକୀ ଯୀଶୁଙ୍କୁ ଫାନ୍ଦରେ ପକେଇବା ପାଇଁ ଚେଷ୍ଟା
(ମାର୍କ 12:18-27; ଲୂକ 20:27-40)
23 ସେହି ଦିନ କେତେକ ସାଦ୍ଦୂକୀ[a] ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି, ଯେ ଲୋକେ ମୃତ୍ୟୁରୁ ପୁନର୍ଜୀବିତ ହୁଅନ୍ତି ନାହିଁ। ସାଦ୍ଦୂକୀମାନେ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ। 24 ସେମାନେ କହିଲେ, “ହେ ଗୁରୁ, ମୋଶା ଆମ୍ଭକୁ କହିଛନ୍ତି ଯଦି କୌଣସି ଲୋକ ସନ୍ତାନ ନ ଥାଇ ମରିଯାଏ, ତେବେ ତା'ର ଭାଇ ତା'ର ସ୍ତ୍ରୀକୁ ନିଶ୍ଚୟ ବିବାହ କରିବ, ଅତଏବ ନିଜ ମୃତ ଭାଇ ପାଇଁ ସେମାନେ ସନ୍ତାନ ଜନ୍ମ କରିବେ। 25 ଆମ୍ଭ ଭିତରେ ସାତ ଭାଇ ଥିଲେ। ପ୍ରଥମ ଜଣକ ବିବାହ କରିଥିଲା। କିନ୍ତୁ ପରେ ମରିଗଲା। ତା'ର କୌଣସି ସନ୍ତାନ ନ ଥିଲେ। ତେଣୁ ତା'ର ଭାଇ ସେହି ସ୍ତ୍ରୀଲୋକଟିକୁ ବିବାହ କଲା। 26 ଦ୍ୱିତୀୟ ଭାଇଟି ମଧ୍ୟ ମରିଗଲା। ଏହା ପରେ ତୃତୀୟ ଭାଇ ଓ ଅନ୍ୟ ସବୁ ଭାଇଙ୍କର ସେହି ଅବସ୍ଥା ହେଲା। 27 ଶେଷରେ ସେ ସ୍ତ୍ରୀଲୋକଟି ମଧ୍ୟ ମରିଗଲା। 28 କିନ୍ତୁ ସମସ୍ତ ସାତ ଭାଇ ତାହାକୁ ବିବାହ କରିଥିଲେ। ତେବେ କୁହନ୍ତୁ, ପୁନରୁତ୍ଥାନ ପରେ ସେ କାହାର ସ୍ତ୍ରୀ ହେବ?”
29 ଯୀଶୁ କହିଲେ, “ଏ କଥା ତୁମ୍ଭେ ବୁଝିପାରୁନ। କାରଣ ଶାସ୍ତ୍ର କ’ଣ କୁହେ ଜାଣ ନାହିଁ। ଏବଂ ପରମେଶ୍ୱରଙ୍କ ଶକ୍ତି ବିଷୟରେ ତୁମ୍ଭେମାନେ କିଛି ଜାଣି ନାହଁ। 30 ତୁମ୍ଭର ବୁଝି ରଖିବା ଉଚିତ୍ ଯେ, ଯେତେବେଳେ ଲୋକମାନେ ମୃତ୍ୟୁରୁ ବଞ୍ଚି ଉଠିବେ, ସେତେବେଳେ କୌଣସି ବିବାହ ହେବ ନାହିଁ। ପୁନର୍ଜୀବନ ଲାଭ କରିବା ପରେ ଲୋକମାନେ କେହି କାହାକୁ ବାହା ହେବେନି। ସେମାନେ ସ୍ୱର୍ଗରେ ସମସ୍ତେ ସ୍ୱର୍ଗଦୂତମାନଙ୍କ ଭଳି ହେବେ। 31 ମୃତର ପୁନରୁତ୍ଥାନ ବିଷୟରେ ପରମେଶ୍ୱର ତୁମ୍ଭକୁ କ’ଣ କହିଛନ୍ତି, ତାହା କ’ଣ ତୁମ୍ଭେ ପଢ଼ି ନାହଁ? 32 ପରମେଶ୍ୱର କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇସ୍ହାକଙ୍କ ପରମେଶ୍ୱର ଓ ଯାକୁବଙ୍କ[b] ପରମେଶ୍ୱର ଅଟେ।’(A) ଯଦି ନିଜେ ପରମେଶ୍ୱର କହିଛନ୍ତି ଯେ ସେ ସେମାନଙ୍କର ପରମେଶ୍ୱର, ତେବେ ସେମାନେ ବାସ୍ତବରେ ମୃତ ନୁହନ୍ତି। କାରଣ ପରମେଶ୍ୱର ମୃତ ଲୋକମାନଙ୍କର ପରମେଶ୍ୱର ନୁହନ୍ତି, କିନ୍ତୁ ଜୀବିତ ମାନଙ୍କର ଅଟନ୍ତି।”
33 ଲୋକମାନେ ଯୀଶୁଙ୍କ ଉପଦେଶ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ।
Read full chapterFootnotes
- ମାଥିଉ ଲିଖିତ ସୁସମାଗ୍ଭର 22:23 ସାଦ୍ଦୂକୀ ଗୋଟିଏ ପ୍ରମୁଖ ଯିହୂଦୀୟ ଧାର୍ମିକ ଗୋଷ୍ଠୀ। ସେମାନେ ପୁରାତନ ନିୟମର କେବଳ ପ୍ରଥମ ପାଞ୍ଚୋଟି ପୁସ୍ତକ ଗ୍ରହଣ କରନ୍ତି।
- ମାଥିଉ ଲିଖିତ ସୁସମାଗ୍ଭର 22:32 ଅବ୍ରହାମ, ଇସ୍ହାକ ଓ ଯାକୁବ ପୁରାତନ ନିୟମ’ର ତିନି ଜଣ ଯିହୂଦୀୟ ପ୍ରମୁଖ ନେତା।
2010 by Bible League International