Add parallel Print Page Options

କେତେକ ଯିହୂଦୀ ନେତା ଯୀଶୁଙ୍କୁ ଫାନ୍ଦରେ ପକେଇବା ପାଇଁ ଚେଷ୍ଟା

(ମାର୍କ 12:13-17; ଲୂକ 20:20-26)

15 ଯୀଶୁ ଯେଉଁ ସ୍ଥାନରେ ଉପଦେଶ ଦେଉଥିଲେ, ଫାରୂଶୀମାନେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେମାନେ ଯୀଶୁଙ୍କ କଥା ଦ୍ୱାରା ତାହାଙ୍କୁ କିପରି ଫାନ୍ଦରେ ପକାଇବେ, ସେ ବିଷୟରେ ଯୋଜନା କଲେ। 16 ସେମାନେ କେତେକ ହେରୋଦୀୟ[a]ମାନଙ୍କ ସହିତ ନିଜର କେତେକ ଶିଷ୍ୟଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସେମାନେ ଯାଇ କହିଲେ, “ହେ ଗୁରୁ, ଆମ୍ଭେ ଜାଣୁ ଯେ ତୁମ୍ଭେ ଜଣେ ନିଷ୍ଠାବାନ ଲୋକ। ପରମେଶ୍ୱରଙ୍କ ମାର୍ଗ ବିଷୟରେ ଅନ୍ୟମାନେ କ’ଣ ଭାବୁଛନ୍ତି, ସେ ବିଷୟରେ ତୁମ୍ଭେ ଆଦୌ ଭୟ କର ନାହିଁ। ତୁମ୍ଭ ପାଇଁ ସମସ୍ତେ ସମାନ। 17 ଏ ବିଷୟରେ ତୁମ୍ଭ ମତାମତ କ’ଣ ଆମ୍ଭକୁ କୁହ। କାଇସରଙ୍କୁ କର ଦେବା ଉଚିତ୍ ହେବ, ନା ନାହିଁ?”

18 କିନ୍ତୁ ଯୀଶୁ ସେମାନଙ୍କ ଦୁଷ୍ଟତା ବୁଝି ପାରିଲେ। ସେ କହିଲେ, “ହେ କପଟୀଗଣ! ମୋତେ ଫାନ୍ଦରେ ପକାଇବାକୁ କାହିଁକି ଚେଷ୍ଟା କରୁଛ? 19 କର ଦେବା ପାଇଁ ବ୍ୟବହୃତ ହେଉଥିବା ଗୋଟେ ମୁଦ୍ରା ମୋତେ ଦେଖାଅ।” ସେମାନେ ଯୀଶୁଙ୍କୁ ଗୋଟିଏ ରୌପ୍ୟମୁଦ୍ରା[b] ଦେଖାଇଲେ। 20 ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ଏ ମୁଦ୍ରାର ଉପରେ କାହାର ଛବି ଓ ନାମ ଖୋଦିତ ହୋଇଛି?”

21 ଲୋକମାନେ କହିଲେ, “କାଇସରଙ୍କର।”

ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ଯାହା କାଇସରଙ୍କର ତାହା କାଇସରଙ୍କୁ ଦିଅ ଓ ଯାହା ପରମେଶ୍ୱରଙ୍କର, ତାହା ପରମେଶ୍ୱରଙ୍କୁ ଦିଅ।”

22 ଏ କଥା ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ତାହାଙ୍କୁ ଛାଡ଼ି ସେଠାରୁ ଗ୍ଭଲିଗଲେ।

Read full chapter

Footnotes

  1. ମାଥିଉ ଲିଖିତ ସୁସମାଗ୍ଭର 22:16 ହେରୋଦୀୟ ଗୋଟିଏ ଯିହୂଦୀୟ ରାଜନୈତିକ ଦଳ
  2. ମାଥିଉ ଲିଖିତ ସୁସମାଗ୍ଭର 22:19 ରୌପ୍ୟମୁଦ୍ରା ରୋମୀୟ ଦିନାରି। ଏହି ମୁଦ୍ରାର ମୂଲ୍ୟ ଦିନକର ମଜୁରୀ ସଙ୍ଗେ ସମାନ।