Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଲେବୀୟ ପୁସ୍ତକ 26-27

ପରମେଶ୍ୱରଙ୍କୁ ମାନି ଚଳିବାର ପୁରସ୍କାର

26 “ତୁମ୍ଭେମାନେ ନିଜ ପାଇଁ ଦେବମୂର୍ତ୍ତି ନିର୍ମାଣ କରିବ ନାହିଁ। କିମ୍ବା ନିଜ ପାଇଁ ଖୋଦିତ ପ୍ରତିମା କି ସ୍ତମ୍ଭ ସ୍ଥାପନ କରିବ ନାହିଁ, ଆଉ ତାହା ନିକଟରେ ଦଣ୍ତ ପ୍ରଣାମ କରିବା ନିମନ୍ତେ ତୁମ୍ଭମାନଙ୍କ ଦେଶର କୌଣସି ଖୋଦିତ ପ୍ରସ୍ତର ରଖିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

“ତୁମ୍ଭେମାନେ ଆମ୍ଭର ସ୍ୱତନ୍ତ୍ର ବିଶ୍ରାମ ଦିବସ ପାଳନ କରିବ ଓ ଆମ୍ଭର ପବିତ୍ର ସ୍ଥାନକୁ ସମ୍ମାନ କରିବ, ଆମ୍ଭେ ସଦାପ୍ରଭୁ ଅଟୁ।

“ତୁମ୍ଭେ ଯଦି ତାହା କର, ତେବେ ଆମ୍ଭର କରୁଣା ଦୃଷ୍ଟି ପାଇବ। ଦରକାର ଅନୁସାରେ ତୁମ୍ଭେ ବୃଷ୍ଟି ପାଇବ। ଆମ୍ଭର ସମସ୍ତ ବ୍ୟବସ୍ଥା ଓ ଆଜ୍ଞା ପାଳନ କର ଓ ମାନି ଚଳ। ଯଦି ତୁମ୍ଭେ ତାହା କର, ଆମ୍ଭେ ଠିକ୍ ଋତୁରେ ବର୍ଷା କରିବା, ଆଉ ତୁମ୍ଭେମାନେ ସର୍ବଦା ଆମ୍ଭର କରୁଣା ପାଇବ ଏବଂ ତୁମ୍ଭମାନଙ୍କର ଦରକାର ଅନୁସାରେ ତୁମ୍ଭେମାନେ ବୃଷ୍ଟି ପାଇ ପାରିବ। ଭୂମି ଯଥେଷ୍ଟ ଶସ୍ୟ ଉତ୍ପନ୍ନ କରିବ ଓ ବୃକ୍ଷଗୁଡ଼ିକ ପ୍ରଚୁର ଫଳଧାରଣ କରିବେ। ଆଉ ତୁମ୍ଭମାନଙ୍କର ଶସ୍ୟମର୍ଦ୍ଦନ କାଳ ଦ୍ରାକ୍ଷା ସଂଗ୍ରହ କାଳ ପର୍ଯ୍ୟନ୍ତ ଗ୍ଭଲିବ ଓ ଦ୍ରାକ୍ଷା ସଂଗ୍ରହ କାଳ ବୀଜବପନ କାଳ ପର୍ଯ୍ୟନ୍ତ ଲାଗିବ, ପୁଣି ତୁମ୍ଭେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ଅନ୍ନ ଭୋଜନ କରିବ ଓ ନିରାପଦରେ ଆପଣା ଦେଶରେ ବାସ କରିବ। ଆମ୍ଭେ ଦେଶର ଶାନ୍ତି ସ୍ଥାପନ କରିବା, ତୁମ୍ଭେମାନେ ଶୟନ କଲାବେଳେ କେହି ତୁମ୍ଭମାନଙ୍କୁ ଭୟ ଦେଖାଇବେ ନାହିଁ। ପୁଣି ଆମ୍ଭେ ହିଂସ୍ରଜନ୍ତୁମାନଙ୍କୁ ଦେଶରୁ ଦୂରେଇ ଦେବା ଏବଂ ତୁମ୍ଭ ଦେଶରେ ଶତ୍ରୁ ପ୍ରବେଶ କରି ପାରିବ ନାହିଁ।

“ତୁମ୍ଭେମାନେ ତୁମ୍ଭମାନଙ୍କ ଶତ୍ରୁକୁ ଘଉଡ଼ାଇ ଦେବ। ସେମାନେ ତୁମ୍ଭମାନଙ୍କର ‌‌ଖ‌ଡ଼୍‌ଗରେ ଧରାଶାୟୀ ହେବେ। ତୁମ୍ଭମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଶତ୍ରୁ ପକ୍ଷରୁ ଶହେ ଲୋକଙ୍କୁ ଘଉଡ଼ାଇ ଦେବେ ଓ ଶହେ ଜଣ ଦଶସହସ୍ର ଜଣଙ୍କୁ ଘଉଡ଼ାଇ ଦେବେ ତୁମ୍ଭମାନଙ୍କ ‌‌ଖ‌ଡ଼୍‌ଗରେ ତୁମ୍ଭମାନଙ୍କର ଶତ୍ରୁର ବିନାଶ ଘଟିବ।

“ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ପ୍ରସନ୍ନ ହେବା, ତୁମ୍ଭମାନଙ୍କୁ ପ୍ରଜାବନ୍ତ ଓ ବହୁବଂଶ କରିବା, ଆଉ ତୁମ୍ଭମାନଙ୍କ ସହିତ ଆପଣା ନିୟମ ସ୍ଥିର କରିବା। 10 ତୁମ୍ଭେମାନେ ବହୁକାଳ ପର୍ଯ୍ୟନ୍ତ ପୁରାତନ ଶସ୍ୟକୁ ଭୋଜନ କରିବ। ପୁଣି ନୂତନ ଶସ୍ୟଅମଳ ବେଳକୁ ରଖିବା ପାଇଁ ପୁରାତନ ଶସ୍ୟକୁ ବାହାର କରିବ। 11 ଆମ୍ଭେ ଆମ୍ଭର ପବିତ୍ର ତମ୍ବୁ ତୁମ୍ଭମାନଙ୍କ ମଧ୍ୟରେ ସ୍ଥାପନ କରିବା। ଆମ୍ଭେ ତୁମ୍ଭମାନଙ୍କୁ ଘୃଣା କରିବା ନାହିଁ। 12 ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଗମନା ଗମନ କରିବା ଓ ତୁମ୍ଭମାନଙ୍କର ପରମେଶ୍ୱର ହେବା। ଆଉ ତୁମ୍ଭେମାନେ ଆମ୍ଭର ଲୋକ ହେବ। 13 ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଟୁ। ଆମ୍ଭେ ତୁମ୍ଭମାନଙ୍କୁ ଦାସ ହେବାରୁ ରକ୍ଷା କଲୁ। ଆମ୍ଭେ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲୁ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ଆମ୍ଭେ ତୁମ୍ଭମାନଙ୍କର ଯୁଆଳିର ଯୋତ ଭାଙ୍ଗି ଅଛୁ ଓ ତୁମ୍ଭେମାନେ ମୁଣ୍ତ ଉପରକୁ ଉଠାଇ ସିଧା ଗ୍ଭଲିବ।

ପରମେଶ୍ୱରଙ୍କ ଅବଜ୍ଞାପାଇଁ ଦଣ୍ତ

14 “ତୁମ୍ଭେମାନେ ଯଦି ଆମ୍ଭର ବାକ୍ୟରେ ମନୋଯୋଗ ନ କରିବ ଓ ଆମ୍ଭର ସକଳ ଆଜ୍ଞା ପାଳନ ନ କରିବ ତେବେ ଏହିସବୁ ଅଘଟଣମାନ ଘଟିବ। 15 ତୁମ୍ଭେମାନେ ଯଦି ଆମ୍ଭର ବ୍ୟବସ୍ଥା ଅବଜ୍ଞା କର ଓ ଆମ୍ଭର ଆଜ୍ଞାକୁ ଘୃଣା କର ଓ ଆମ୍ଭର ଆଜ୍ଞାକୁ ଅନୁସରଣ ନ କର, ତେବେ ତୁମ୍ଭେମାନେ ଆମ୍ଭର ଚୁକ୍ତି ଲଙ୍ଘନ କରିବ। 16 ଯଦି ତୁମ୍ଭେମାନେ ତାହା କର, ତେବେ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଭୟଙ୍କର ଅଘଟଣ ଘଟାଇବା। ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଯକ୍ଷ୍ମା ଓ ଜ୍ୱର ନିରୂପଣ କରିବା, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ, ପ୍ରାଣ କ୍ଷୟ କରିବ। ଆଉ ତୁମ୍ଭେମାନେ ବୃଥାରେ ବୀଜ ବୁଣିବ, କାରଣ ଶତ୍ରୁମାନେ ତାକୁ ଖାଇଯିବେ। 17 ଆମ୍ଭେ ତୁମ୍ଭ ବିରୁଦ୍ଧରେ ଯିବା, ତୁମ୍ଭେମାନେ ତୁମ୍ଭମାନଙ୍କର ଶତ୍ରୁମାନଙ୍କ ଦ୍ୱାରା ପରାଜିତ ହେବ, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ସେମାନେ ତୁମ୍ଭମାନଙ୍କ ଉପରେ ଶାସନ କରିବେ ଓ କେହି ତୁମ୍ଭମାନଙ୍କ ପଛରେ ନ ଗୋଡ଼ାଇଲେ ହେଁ ତୁମ୍ଭେମାନେ ଦୌଡ଼ି ପଳାଇଯିବ।

18 “ଏସବୁ ହେଲା ପରେ ଯେବେ ତୁମ୍ଭେ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ ତେବେ ଆମ୍ଭେ ତୁମ୍ଭମାନଙ୍କର ପାପ ଯୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଅଧିକ ଦଣ୍ତ ଦେବା। 19 ପୁଣି ଆମ୍ଭେ ତୁମ୍ଭର ବଳର ଗର୍ବକୁ ଖର୍ବ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ଆକାଶକୁ ଲୌହତୁଲ୍ୟ ଓ ଭୂମିକୁ ପିତ୍ତଳତୁଲ୍ୟ କରିବା। 20 ତୁମ୍ଭେମାନେ ବୃଥା ପରିଶ୍ରମ କରିବ, କାରଣ ତୁମ୍ଭମାନଙ୍କ ଭୂମି ଶସ୍ୟ ଉତ୍ପନ୍ନ କରିବ ନାହିଁ ଓ କ୍ଷେତ୍ରର ବୃକ୍ଷ ସକଳ ଫଳ ଉତ୍ପନ୍ନ କରିବ ନାହିଁ।

21 “ଆଉ ଯଦି ତୁମ୍ଭେମାନେ ପୁନର୍ବାର ଆମ୍ଭର ପ୍ରତିକୂଳାଚରଣ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କୁ ସାତଗୁଣ କ୍ଳେଶ ଦେବା। ତୁମ୍ଭେମାନେ ଯେତେ ଅଧିକ ପାପ କରିବ ସେତେ ଅଧିକ ଦଣ୍ତ ପାଇବ। 22 ତୁମ୍ଭମାନଙ୍କ ପ୍ରତିକୂଳରେ ଆମ୍ଭେ ବନ୍ୟପଶୁମାନଙ୍କୁ ପଠାଇବା, ତହିଁରେ ସେମାନେ ତୁମ୍ଭମାନଙ୍କୁ ସନ୍ତାନ ବିହୀନ କରିବେ ଓ ତୁମ୍ଭମାନଙ୍କର ଗୃହପାଳିତ ପଶୁମାନଙ୍କୁ ବଧ କରିବେ, ସେମାନେ ତୁମ୍ଭମାନଙ୍କୁ ଅଳ୍ପ ସଂଖ୍ୟକ କରିବେ, ଆଉ ତୁମ୍ଭମାନଙ୍କ ରାଜପଥ ସକଳ ଶୂନ୍ୟ ହେବ।

23 “ଏହାସବୁ ହେଲା ପରେ ଯଦି ତୁମ୍ଭେମାନେ ଆମ୍ଭ ପ୍ରତି ପରିବର୍ତ୍ତନ ହେବ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ, 24 ଆମ୍ଭେ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କ ପାପ ସକାଶେ ଆମ୍ଭେ ତୁମ୍ଭମାନଙ୍କୁ ସାତଗୁଣ ଦଣ୍ତିତ କରିବା। 25 ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରକୁ ‌‌ଖ‌ଡ଼୍‌ଗ ଆଣିବା, ତାହା ନିୟମ ଲଙ୍ଘନର ପ୍ରତିଫଳ ହେବ। ତୁମ୍ଭେମାନେ ନଗର ମଧ୍ୟରେ ଏକତ୍ର ହେଲେ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ମହାମାରୀ ପଠାଇବା, ତହିଁରେ ତୁମ୍ଭେମାନେ ଶତ୍ରୁ ହସ୍ତରେ ସମର୍ପିତ ହେବ। 26 ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କର ରୋଟୀ ପଠାଇବା ବନ୍ଦ କରିବା, ଦଶ ଜଣ ସ୍ତ୍ରୀ ଗୋଟିଏ ଚୁଲ୍ଲୀରେ ତୁମ୍ଭମାନଙ୍କର ରୋଟୀ ପାକ କରିବେ ଓ ପୁନର୍ବାର ତୌଲି ତୁମ୍ଭମାନଙ୍କୁ ରୋଟୀ ଦେବେ, ଆଉ ତୁମ୍ଭେମାନେ ତାହା ଭୋଜନ କରିବ, ମାତ୍ର ତୃପ୍ତ ହେବ ନାହିଁ।

27 “ଏହା ହେଲା ପରେ ଯଦି ତୁମ୍ଭେମାନେ ଆମ୍ଭ କଥା ଶୁଣିବ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ। 28 ତେବେ ଆମ୍ଭେ କ୍ରୋଧରେ ତୁମ୍ଭମାନଙ୍କର ପ୍ରତିକୂଳାଚରଣ କରିବା ଓ ତୁମ୍ଭମାନଙ୍କ ପାପ ଯୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଶାସ୍ତି ଦେବା। 29 ତୁମ୍ଭେମାନେ ଏତେ କ୍ଷୁଧିତ ହେବ ଯେ ଆପଣା ପୁତ୍ର ଓ କନ୍ୟାମାନଙ୍କର ମାଂସ ଭୋଜନ କରିବ। 30 ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚସ୍ଥଳ ସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ଯ୍ୟ ପ୍ରତିମା ସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣର ଦେହ ଉପରେ ତୁମ୍ଭମାନଙ୍କ ମୃତଦେହ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ। 31 ଆମ୍ଭେ ତୁମ୍ଭର ନଗର ସକଳ ମରୁଭୂମି କରିବା ଓ ତୁମ୍ଭମାନଙ୍କ ପବିତ୍ର ସ୍ଥାନ ସକଳ ଶୂନ୍ୟ କରିବା। ଆଉ ଆମ୍ଭେ ତୁମ୍ଭମାନଙ୍କର ଦତ୍ତ ତୁଷ୍ଟିଜନକ ସୁଗନ୍ଧି ଆଘ୍ରାଣ କରିବା ନାହିଁ। 32 ପୁଣି ଆମ୍ଭେ ଦେଶକୁ ଶୂନ୍ୟସ୍ଥାନ କରିବା ଓ ତନ୍ନିବାସୀ ତୁମ୍ଭମାନଙ୍କର ଶତ୍ରୁଗଣ ତହିଁରେ ଆଶ୍ଚର୍ଯ୍ୟଜ୍ଞାନ କରିବେ। 33 ଆଉ ଆମ୍ଭେ ନାନାଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଉତ୍ତୋଳନ କରିବା। ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ୟସ୍ଥାନ ହେବ ଓ ତୁମ୍ଭମାନଙ୍କ ନଗର ସକଳ ମରୁଭୂମି ହେବ।

34 “ତା’ପରେ ଦେଶ ଶୂନ୍ୟ ହୋଇଯିବ ଓ ତୁମ୍ଭେମାନେ ଆପଣା ଶତ୍ରୁଗଣ ଦେଶରେ ରହିବ, ତା’ପରେ ଭୂମି ଆପଣା ବିଶ୍ରାମ ଗ୍ରହଣ କରିବ, ଅର୍ଥାତ୍ ଭୂମି ଆପଣା ବିଶ୍ରାମ ଉପଭୋଗ କରିବ। 35 ବ୍ୟବସ୍ଥା ଅନୁସାରେ ଭୂମି ପ୍ରତି ସାତ ବର୍ଷରେ ଆପଣା ବିଶ୍ରାମ ଏକ ବର୍ଷ ନେବ। ତୁମ୍ଭେ ବାସ କରୁଥିଲାବେଳେ ଯେଉଁ ବିଶ୍ରାମ ପାଇ ନ ଥିଲ। ସ୍ଥାନ ଶୂନ୍ୟ ଥିଲାବେଳେ ସେ ବିଶ୍ରାମ ଗ୍ରହଣ କରିବ। 36 ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ରହିବେ ସେମାନେ ଶତ୍ରୁମାନଙ୍କ ଦେଶରେ ସାହସିକତା ହରାଇବେ। ସେମାନେ ପତ୍ରଝଡ଼ାର ଶବ୍ଦ ଶୁଣିଲେ ମଧ୍ୟ ଦୌଡ଼ି ପଳାଇବେ। ପୁଣି ‌‌ଖ‌ଡ଼୍‌ଗଧାରରୁ ପଲାଇଲା ଲୋକପରି ସେମାନେ ଦୌଡ଼ିବେ ଓ କେହି ସେମାନଙ୍କୁ ନ ଗୋଡ଼ାଇଲେ ହେଁ ସେମାନେ ପତିତ ହେବେ। 37 ପୁଣି କେହି ନ ଗୋଡ଼ାଇଲେ ହେଁ ‌‌ଖ‌ଡ଼୍‌ଗ ସମ୍ମୁଖରେ, ସେପରି ଏକ ଅନ୍ୟ ଉପରେ ଝୁଣ୍ଟି ପଡ଼ିବେ।

“ଆଉ ଶତ୍ରୁଗଣର ସମ୍ମୁଖରେ ଛିଡ଼ା ହେବାକୁ ତୁମ୍ଭମାନଙ୍କର ବଳ ପାଇବ ନହିଁ।

38 ତୁମ୍ଭେ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ବିନଷ୍ଟ ହେବ ଓ ତୁମ୍ଭମାନଙ୍କର ଶତ୍ରୁଗଣର ଦେଶ ତୁମ୍ଭମାନଙ୍କୁ ଗ୍ରାସ କରିବ। 39 ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ରହିବେ, ସେମାନେ ଦୁଃଖ ଭୋଗିବେ ଏବଂ ଶତ୍ରୁର ଦେଶରୁ ଉଚ୍ଛେଦ ହେବେ ନିଜ ଅପରାଧ ଯୋଗୁଁ ଓ ଆପଣା ପୂର୍ବପୁରୁଷମାନଙ୍କର ଅପରାଧ ହେତୁ ସେମାନେ କଷ୍ଟ ଭୋଗ କରିବେ ନାହିଁ।

ଚିରକାଳ ଆଶା

40 “ମାତ୍ର ଲୋକମାନେ ସେମାନଙ୍କର ପାପ ସ୍ୱୀକାର କରି ପାରନ୍ତି ଓ ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କର ଅପରାଧ ସ୍ୱୀକାର କରି ପାରନ୍ତି ଓ ସେମାନେ ଆମ୍ଭ ବିରୁଦ୍ଧରେ ପାପ କରିଛନ୍ତି ବୋଲି ସ୍ୱୀକାର କରି ପାରନ୍ତି। 41 ଆଉ ମଧ୍ୟ ସେମାନେ ଆମ୍ଭର ପ୍ରତିକୂଳାଚରଣ କରିବା ହେତୁ ଆମ୍ଭେ ମଧ୍ୟ ସେମାନଙ୍କର ପ୍ରତିକୂଳାଚରଣ କଲୁ। ସେମାନଙ୍କୁ ସେମାନଙ୍କ ଶତ୍ରୁଗଣର ଦେଶରୁ ଆଣିଲୁ, ଏହା ସେମାନେ ସ୍ୱୀକାର କରିବେ। ତହିଁରେ ଯେବେ ସେମାନଙ୍କ ହୃଦୟ ନମ୍ର ହେବ ଓ ସେମାନେ ନିଜ ନିଜ ଅପରାଧର ଦଣ୍ତ ଗ୍ରହଣ କରିବେ। 42 ତେବେ ଆମ୍ଭେ ଯାକୁବ ସହିତ, ଇ‌‌‌ସ୍‌‌‌ହାକ୍ ସହିତ, ଅବ୍ରହାମଙ୍କ ସହିତ ଆପଣା ନିୟମ ସ୍ମରଣ କରିବା ଓ ଆମ୍ଭେ ଦେଶକୁ ମଧ୍ୟ ସ୍ମରଣ କରିବା।

43 “ଦେଶ ମଧ୍ୟ ସେମାନଙ୍କ ଦ୍ୱାରା ତ୍ୟକ୍ତ ହୋଇ ରହିବ ଓ ସେମାନଙ୍କ ଅବର୍ତ୍ତମାନର ଶୂନ୍ୟସ୍ଥାନ ହୋଇ ପଡ଼ିଥିବା ସମୟରେ ଆପଣା ବିଶ୍ରାମ ଗ୍ରହଣ କରିବ, ପୁଣି ସେମାନେ ନିଜ ନିଜ ଅପରାଧର ଦଣ୍ତ ଗ୍ରହଣ କରିବେ; ଏଥିର କାରଣ ଏହି ଯେ, ସେମାନେ ଆମ୍ଭର ବିଧି ଅଗ୍ରାହ୍ୟ କଲେ ଓ ସେମାନଙ୍କ ପ୍ରାଣ ଆମ୍ଭ ବ୍ୟବସ୍ଥା ଘୃଣା କଲା। 44 ସେମାନେ ପ୍ରକୃତରେ ପାପୀ, ମାତ୍ର ଯଦି ସେମାନେ ସାହାଯ୍ୟ ନିମନ୍ତେ ଆମ୍ଭ ନିକଟକୁ ଆସନ୍ତି, ଆମ୍ଭେ ସେମାନଙ୍କ ପ୍ରତି ବିମୁଖ ହେବା ନାହିଁ, ସେମାନେ ଶତ୍ରୁଗଣଙ୍କ ଦେଶରେ ଥିଲେ ମଧ୍ୟ ଆମ୍ଭେ ସେମାନଙ୍କ କଥା ଶୁଣିବା, ଆମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ବିନାଶ କରିବା ନାହିଁ କି ସେମାନଙ୍କ ସହିତ ଆପଣା ନିୟମ ଭଙ୍ଗ ନିମନ୍ତେ ସେମାନଙ୍କୁ ଅଗ୍ରାହ୍ୟ କରିବା ନାହିଁ। କିମ୍ବା ସେମାନଙ୍କୁ ଘୃଣା କରିବା ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟୁ। 45 ମାତ୍ର ଆମ୍ଭେ ସେମାନଙ୍କ ଲାଗି ସେମାନଙ୍କ ପୂର୍ବପୁରୁଷଙ୍କ ସହିତ କରିଥିବା ନିୟମ ସ୍ମରଣ କରିବା, ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ନିମନ୍ତେ ଅନ୍ୟ ଦେଶୀୟ ଲୋକମାନଙ୍କ ସାକ୍ଷାତରେ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛୁ। ଆମ୍ଭେ ସଦାପ୍ରଭୁ ଅଟୁ।”

46 ଏହିସବୁ ବ୍ୟବସ୍ଥା, ବିଧି ଓ ଶିକ୍ଷାମାନ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଦେଲେ। ଏହିସବୁ ବିଧି ଇସ୍ରାଏଲ ସନ୍ତାନଗଣ ଓ ସଦାପ୍ରଭୁଙ୍କ ମଧ୍ୟରେ ସ୍ଥାପିତ ହୋଇଥିଲା। ଆଉ ସଦାପ୍ରଭୁ ଏହି ସମସ୍ତ ବିଧି ମୋଶାଙ୍କୁ ସୀନୟ ପର୍ବତରେ ଦେଇଥିଲେ ଓ ମୋଶା ଇସ୍ରାଏଲର ଲୋକମାନଙ୍କୁ ତାହା ଦେଲେ।

ଶପଥମାନ ଗୁରୁତ୍ୱପୂର୍ଣ୍ଣ ଅଟେ

27 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ଲୋକମାନଙ୍କୁ କୁହ, ଯଦି କୌଣସି ବ୍ୟକ୍ତି ଉତ୍ସର୍ଗୀତ ଲୋକକୁ ସଦାପ୍ରଭୁଙ୍କୁ ଗୋଟିଏ ମହାନ୍ ଉଦ୍ଦେଶ୍ୟରେ ମାନସିକ କରେ, ତେବେ ତା’ର ମୂଲ୍ୟ ଯାଜକ ଦ୍ୱାରା ନିରୂପିତ ହେବ ଓ ସେ ଲୋକଟି ଚିରଦିନ ପାଇଁ ପରମେଶ୍ୱରଙ୍କର ହେବ। ଯଦି ଲୋକମାନେ ସେହି ମାନତ ଲୋକକୁ ଫୋରାଇ ଆଣିବାକୁ ଗ୍ଭହାନ୍ତି ତେବେ ସେମାନେ ନିରୂପିତ ମୂଲ୍ୟ ଦେଇ ଫେରାଇ ଆଣିବେ। କୋଡ଼ିଏ ବର୍ଷଠାରୁ ଷାଠିଏ ବର୍ଷ ପର୍ଯ୍ୟନ୍ତ ପୁରୁଷ ହେଲେ ତୁମ୍ଭର ନିରୂପିତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ପଗ୍ଭଶ୍ ଶେକଲ ରୂପା ହେବ। ଆଉ କୋଡ଼ିଏରୁ ଷାଠିଏ ବର୍ଷ ପର୍ଯ୍ୟନ୍ତ ସ୍ତ୍ରୀଲୋକର ନିରୂପିତ ମୂଲ୍ୟ ତିରିଶ୍ ଶେକଲ ରୂପା ହେବ। ଆଉ ପଞ୍ଚମ ବର୍ଷରୁ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ହେଲେ ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ପାଇଁ କୋଡ଼ିଏ ଶେକଲ ରୂପା ଓ ସ୍ତ୍ରୀ ପାଇଁ ଦଶ ଶେକଲ ରୂପା ହେବ। ପୁଣି ଏକ ମାସଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁ ହେଲେ ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ ପାଞ୍ଚ ଶେକଲ ରୂପା ଓ ସ୍ତ୍ରୀ ନିମନ୍ତେ ତିନି ଶେକଲ ରୂପା ହେବ। ପୁଣି ଷାଠିଏ ବର୍ଷରୁ ଅଧିକ ହେଲେ ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ପାଇଁ ପନ୍ଦର ଶେକଲ ରୂପା ଓ ସ୍ତ୍ରୀ ନିମନ୍ତେ ଦଶ ଶେକଲ ରୂପା ହେବ।

“ଯଦି ଲୋକଟି ଅତି ଦରିଦ୍ର ଓ ନିରୂପିତ ମୂଲ୍ୟ ଦେଇ ପାରିବ ନାହିଁ, ତେବେ ତାକୁ ଯାଜକ ନିକଟକୁ ଅଣାଯିବ, ଯାଜକ ତାହାର ମୂଲ୍ୟ ନିରୂପିଣ କରିବ। ମାନତକାରୀର ଶକ୍ତି ଅନୁସାରେ ଯାଜକ ତାହାର ମୂଲ୍ୟ ନିରୂପଣ କରିବ।

ସଦାପ୍ରଭୁଙ୍କ ପ୍ରତି ଉପହାର

“କେତେକ ପ୍ରକାର ପଶୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରାଯାଇ ପାରିବ, ସେହି ପଶୁଗୁଡ଼ିକ ମଧ୍ୟରୁ ଯଦି କେହି ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବାକୁ ଶପଥ କରେ, ସେହି ପଶୁ ସଦାପ୍ରଭୁଙ୍କ ପାଇଁ ପବିତ୍ର ହୋଇଥିବ। 10 କାରଣ ସେହି ପଶୁଟି ସଦାପ୍ରଭୁଙ୍କ ପାଇଁ ଉପହାର। ସେ ଅନ୍ୟ ଗୋଟିଏ ବଦଳରେ ତାକୁ ବଦଳ କରିବା ଉଚିତ୍ ନୁହେଁ। ଯଦି ଜଣେ ବ୍ୟକ୍ତି ଗୋଟିଏ ପଶୁକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରତିଜ୍ଞାରୂପେ ବଳିଦାନ କରେ, ତେବେ ସେ ତା’ ବଦଳରେ ଅନ୍ୟ ପଶୁ ବଦଳାଇ ପାରିବ ନାହିଁ। ସେ ଭଲ ପଶୁ ବଦଳରେ ମନ୍ଦ ପଶୁ କି ମନ୍ଦ ବଦଳରେ ଭଲ ପଶୁ ବଦଳାଇବା ଉଚିତ୍ ନୁହେଁ। ଯଦି ସେ ବଦଳାଇବାକୁ ଚେଷ୍ଟା କରେ, ତେବେ ଦୁଇଟି ପଶୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର ହେବେ।

11 “କେତେକ ପ୍ରାଣୀ ଅଛନ୍ତି ଯାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରାଯାଇ ପାରିବ ନାହିଁ। ସେପରି ଅଶୁଚି ପଶୁ ହୋଇଥିଲେ ଯାଜକ ସମ୍ମୁଖକୁ ଅଣାଯିବ। 12 ପୁଣି ସେହି ପଶୁ ଭଲ ହେଉ କି ମନ୍ଦ ହେଉ ଯାଜକ ତହିଁର ମୂଲ୍ୟ ନିରୂପଣ କରିବ। ଯାଜକର ନିରୂପିତ ମୂଲ୍ୟ ଅନୁସାରେ ତାହାର ମୂଲ୍ୟ ହେବ। 13 ଯଦି ସେ ଲୋକ କୌଣସି ମତେ ତାକୁ ଫେରାଇ ନେବାକୁ ଇଚ୍ଛା କରେ, ତେବେ ସେ ନିରୂପିତ ମୂଲ୍ୟର ପଞ୍ଚମାଂଶ ଅଧିକ ହେବ।

ଏକ ଗୃହର ମୂଲ୍ୟ ନିରୂପଣ

14 “ଯଦି କୌଣସି ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବା ପାଇଁ ନିଜର ଗୃହକୁ ଉତ୍ସର୍ଗ କରେ। ତେବେ ଗୃହଟି ତାହା ଭଲ ହେଉ କି ମନ୍ଦ ହେଉ, ଯାଜକ ତହିଁର ମୂଲ୍ୟ ନିରୂପଣ କରିବ। ଯାଜକ ନିରୂପିତ ମୂଲ୍ୟ ଅନୁସାରେ ତାହାର ମୂଲ୍ୟ ସ୍ଥିର ହେବ। 15 ଆଉ ଯଦି ଗୃହ ଉତ୍ସର୍ଗକାରୀ ନିଜ ଗୃହ ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ନିରୂପିତ ମୂଲ୍ୟର ଅଧିକ ଦେବ, ତା’ପରେ ସେ ଗୃହ ତା’ର ହେବ।

ଭୂସମ୍ପତ୍ତିର ମୂଲ୍ୟ ନିରୂପଣ

16 “ଆଉ ଯଦି କୌଣସି ମନୁଷ୍ୟ ଆପଣା ଅଧିକୃତ କ୍ଷେତ୍ରର କିଛି ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରେ, ତେବେ ତାହାର ମୂଲ୍ୟ ନିରୂପଣ ତାହାର ବପନୀୟ ବିହନ ଅନୁସାରେ ହେବ; ଏକ ହୋମର-ପରିମିତ ଯବ-ବିହନର ମୂଲ୍ୟ ପଗ୍ଭଶ୍ ଶେକଲ ରୂପା ହେବ। 17 ଯଦି ଜଣେ ମନୁଷ୍ୟ ମହୋଲ୍ଲାସ-ଉତ୍ସବ ବର୍ଷରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତେବେ ଯାଜକର ନିରୂପିତ ମୂଲ୍ୟ ଅନୁସାରେ ତାହାର ମୂଲ୍ୟ ସ୍ଥିର ହେବ। 18 ମାତ୍ର ଯଦି ସେ ମହୋଲ୍ଲାସ-ଉତ୍ସବ ପରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତେବେ ଯାଜକ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ଅବଶିଷ୍ଟ ବର୍ଷର ସଂଖ୍ୟା ଅନୁସାରେ ତା’ ସହିତ ମୂଲ୍ୟର ଗଣନା କରିବ। ପୁଣି ତଦନୁସାରେ ତା’ର ନିରୂପିତ ମୂଲ୍ୟରୁ ଊଣା କରାଯିବ। 19 ଯଦି ସେହି ବ୍ୟକ୍ତି ତା’ର କ୍ଷେତ୍ର ମୁକ୍ତ କରିବାକୁ ଇଚ୍ଛା କରିବ, ତେବେ ସେ କ୍ଷେତ୍ରମୂଲ୍ୟ ସହିତ ଆଉ ପଞ୍ଚମାଂଶ ଅଧିକ ମୂଲ୍ୟ ଯୋଗ କରିବ। ତହିଁରେ ସେ କ୍ଷେତ୍ର ତାହାର ହେବ। 20 ସେ ଯଦି କ୍ଷେତ୍ରକୁ ମୁକ୍ତ କରି ନ ପାରିଲେ ସେହି କ୍ଷେତ୍ରଟି ଯାଜକମାନଙ୍କର ହେବ। ଯଦି ସେହି କ୍ଷେତ୍ର ଅନ୍ୟକୁ ବିକ୍ରୟ କରାଯାଇଛି, ତେବେ ତାହା ଆଉ କେବେ ମୁକ୍ତ ହେବ ନାହିଁ। 21 ମାତ୍ର ସେହି କ୍ଷେତ୍ର ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହେଲେ ତାହା ବିଶେଷ ଉପହାର ତୁଲ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ ଓ ତହିଁରେ ଯାଜକର ଅଧିକାର ହେବ।

22 “ଯଦି କେହି ଆପଣା ସମ୍ପତ୍ତି ନୁହେଁ, ମାତ୍ର ତାକୁ କିଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରେ, 23 ତେବେ ଯାଜକ ତା’ର ନିରୂପିତ ମୂଲ୍ୟ ଅନୁସାରେ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ ତାହା ପାଇଁ ଗଣନା କରିବ, ପୁଣି ସେ ସେହି ଦିନ ତା’ର ନିରୂପିତ ମୂଲ୍ୟ ଦେବ। ସେହି କ୍ଷେତ୍ର ସଦାପ୍ରଭୁଙ୍କ ପବିତ୍ର ବସ୍ତୁତୁଲ୍ୟ ହେବ। 24 ମହୋଲ୍ଲାସ-ଉତ୍ସବ ବର୍ଷରେ ସେହି କ୍ଷେତ୍ର ପ୍ରକୃତ ଜମି ମାଲିକ ନିକଟକୁ ଫେରିଯିବ।

25 “ପୁଣି ତୁମ୍ଭର ନିରୂପିତ ସମସ୍ତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ହେବ, କୋଡ଼ିଏ ଗେରାରେ ଏକ ଶେକଲ ହୁଏ।

ପ୍ରାଣୀମାନଙ୍କର ମୂଲ୍ୟ ନିରୂପଣ

26 “ପଶୁମାନଙ୍କ ମଧ୍ୟରୁ ଗୋରୁ ହେଉ କି ମେଷ ହେଉ ପ୍ରଥମଜାତ ସର୍ବଦା ସଦାପ୍ରଭୁଙ୍କର। ତାକୁ କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ପାରିବେ ନାହିଁ। କାରଣ ତାହା ଆଗରୁ ସଦାପ୍ରଭୁଙ୍କର ଅଟେ। 27 ମାତ୍ର ପ୍ରଥମଜାତ ପଶୁ ଯଦି ଅଶୁଚି ହୁଏ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟ ଅନୁସାରେ ତାହା ମୁକ୍ତ କରିବ ଓ ସେହି ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ। ସେ ଯଦି ମୁକ୍ତ କରି ନ ପାରେ ତେବେ ଯାଜକ ତାହା ନିରୂପିତ ମୂଲ୍ୟରେ ବିକ୍ରୀ କରିବ।

ସ୍ୱତନ୍ତ୍ର ଉପହାର

28 “ଯଦି କୌଣସି ବ୍ୟକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶେଷ ଉପହାର ଉତ୍ସର୍ଗ କରେ, ଏହା ବ୍ୟକ୍ତି, ପଶୁ କିମ୍ବା ଖଣ୍ଡେ ଜାଗା ହୋଇପାରେ। ତାହା ସଦାପ୍ରଭୁଙ୍କର ଅଧିକୃତ ବସ୍ତୁ ତାହା ବିକ୍ରୀ ବା ମୁକ୍ତ ହେବ ନାହିଁ। ପ୍ରତ୍ୟେକ ଜିନିଷ ଗୋଟିଏ ମହାନ୍ ଉପହାର ସଦାପ୍ରଭୁଙ୍କ ପାଇଁ ଅତି ପବିତ୍ର ଅଟେ। 29 “ମନୁଷ୍ୟ ମଧ୍ୟରେ ଯେ ବର୍ଜିତ ହେବ, ସେ କେବେ ମୁକ୍ତ ହୋଇ ପାରିବ ନାହିଁ, ସେ ନିଶ୍ଚିନ୍ତ ହତ ହେବ।

30 “ଭୂମିର ଶସ୍ୟ ହେଉ କି ବୃକ୍ଷର ଫଳ ହେଉ, ଉତ୍ପନ୍ନ ଦ୍ରବ୍ୟର ଦଶମାଂଶ ସଦାପ୍ରଭୁଙ୍କର ହେବ। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। 31 ଯଦି କେହି ସେ ଦଶମାଂଶରୁ କିଛି ମୁକ୍ତ କରିବାକୁ ଇଚ୍ଛା କରେ ତେବେ ସେ ତହିଁର ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ।

32 “ପୁଣି ଗୋମେଷାଦି ପଲରୁ ଦଶମାଂଶ ଯାଜକ ନେବ। ପ୍ରତି ଦଶ ଗୋଟିରେ ଗୋଟିଏ ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। 33 ତାହା ଭଲ କି ମନ୍ଦ ପଶୁ ମାଲିକ ଅନୁସନ୍ଧାନ କରିବ ନାହିଁ। ଆଉ ମଧ୍ୟ ତାହା ବଦଳ କରିବ ନାହିଁ। ଯଦି ବଦଳ କରେ ତେବେ ଉଭୟ ପଶୁ ପବିତ୍ର ହେବେ ଓ ତାହା ମୁକ୍ତ କରାଯିବ ନାହିଁ।”

34 ଏ ସମସ୍ତ ଆଜ୍ଞା ଯାହାକୁ ସଦାପ୍ରଭୁ ସୀନୟ ପର୍ବତରେ ଇସ୍ରାଏଲ ସନ୍ତାନଗଣଙ୍କ ଉଦ୍ଦେଶ୍ୟରେ ମୋଶାଙ୍କୁ ପ୍ରଦାନ କରିଥିଲେ।

ମାର୍କ ଲିଖିତ ସୁସମାଗ୍ଭର 2

ପକ୍ଷାଘାତ ରୋଗୀକୁ ଯୀଶୁ ସୁସ୍ଥ କଲେ(A)

କିଛି ଦିନ ପରେ, ଯୀଶୁ କଫର୍ନାହୂମକୁ ଫେରି ଆସିଲେ। ଯୀଶୁ ଘରକୁ ଫେରି ଆସିଛନ୍ତି ବୋଲି ଖବର ବ୍ୟାପିଗଲା। ଅନେକ ଲୋକ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଜମା ହୋଇଗଲେ। ଘରଟି ପୁରିଗଲା। ଘରେ କି ବାହାରେ କେଉଁଠି ହେଲେ ଠିଆ ହେବାକୁ ଜାଗା ନ ଥିଲା। ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ସେହି ସମୟରେ କେତେକ ଲୋକ ତାହାଙ୍କ ପାଖକୁ ଗୋଟିଏ ପକ୍ଷାଘାତ ରୋଗଗ୍ରସ୍ତ ଲୋକକୁ ଆଣିଲେ। ରୋଗୀକୁ ଗ୍ଭରି ଜଣ ଲୋକ ବୋହି କରି ଆଣିଥିଲେ। ଲୋକ ଭିଡ଼ ହୋଇ ଯାଇଥିବାରୁ ସେମାନେ ରୋଗୀଟିକୁ ଯୀଶୁଙ୍କ ପାଖକୁ ଆଣି ପାରିଲେ ନାହିଁ। ତେଣୁ ସେମାନେ ଯୀଶୁ ଥିବା ଘରର ଛାତ କଣା କଲେ ଓ ବିଛଣାରେ ପଡ଼ିଥିବା ପକ୍ଷାଘାତ ରୋଗୀଟିକୁ ସେହି କଣା ବାଟରେ ଯୀଶୁ ଥିବା ସ୍ଥାନ ପର୍ଯ୍ୟନ୍ତ, ତଳକୁ ଝୁଲାଇ ଦେଲେ। ଯୀଶୁ ଦେଖିଲେ ଯେ, ସେହି ଲୋକମାନଙ୍କର ଗଭୀର ବିଶ୍ୱାସ ଅଛି। ତେଣୁ ଯୀଶୁ ପକ୍ଷାଘାତ ଲୋକଟିକୁ କହିଲେ, “ହେ ଯୁବକ, ତୁମ୍ଭ ପାପଗୁଡ଼ିକୁ କ୍ଷମା କରାଗଲା।”

କେତେଜଣ ଧର୍ମଶାସ୍ତ୍ରୀ ସେଠାରେ ବସିଥିଲେ। ଯୀଶୁଙ୍କ କାମ ସେମାନେ ଦେଖିଲେ। ସେମାନେ ନିଜ ଭିତରେ କୁହାକୁହି ହେଲେ, “ଏ’ ଲୋକଟି ଏଭଳି କଥାବାର୍ତ୍ତା କାହିଁକି କରୁଛି? ସେ ପରମେଶ୍ୱରଙ୍କ ବିରୁଦ୍ଧରେ ନିନ୍ଦା କରୁଅଛି। ପରମେଶ୍ୱରଙ୍କ ବ୍ୟତୀତ ପାପ ଗୁଡ଼ିକୁ ଅନ୍ୟ କିଏ କ୍ଷମା କରି ପାରିବ?”

ଧର୍ମଶାସ୍ତ୍ରୀମାନେ ତାହାଙ୍କ ବିଷୟରେ ସେସବୁ ଭାବୁଛନ୍ତି ବୋଲି ଯୀଶୁ ସଙ୍ଗେ ସଙ୍ଗେ ଜାଣି ପାରିଲେ। ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମନରେ ଏସବୁ କଥା କାହିଁକି ଭାବୁଛ? ଏହି ପକ୍ଷାଘାତ ଲୋକଙ୍କୁ କେଉଁ କଥାଟି କହିବା ସରଳ? ‘ତୁମ୍ଭ ପାପ ଗୁଡ଼ିକୁ କ୍ଷମା କରି ଦିଆଗଲା।’ ନା’ ତାକୁ କହିବା: ‘ଠିଆ ହୁଅ ଓ ତୁମ୍ଭର ବିଛଣା ଧରି ଗ୍ଭଲ?’ 10 କିନ୍ତୁ, ମୁଁ ତୁମ୍ଭ ଆଗରେ ପ୍ରମାଣିତ କରିଦେବି ଯେ, ଏହି ପୃଥିବୀରେ ମନୁଷ୍ୟପୁତ୍ରଙ୍କର ପାପଗୁଡ଼ିକୁ କ୍ଷମା କରିବା ଶକ୍ତି ଅଛି।” ତା’ପରେ ଯୀଶୁ ପକ୍ଷାଘାତ ଲୋକଟିକୁ କହିଲେ, 11 “ମୁଁ ତୁମ୍ଭକୁ କହୁଛି, ଠିଆ ହୁଅ, ବିଛଣା ଧର ଓ ଘରକୁ ଯାଅ।”

12 ପକ୍ଷାଘାତ ଲୋକଟି ଠିଆ ହେଲା। ବିଛଣା ଧରିଲା ଏବଂ ଘର ଭିତରୁ ବାହାରକୁ ବାହାରିଗଲା। ସବୁ ଲୋକେ ତାକୁ ଦେଖି ପାରିଲେ। ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ପରମେଶ୍ୱରଙ୍କ ମହିମା ଗାନ କଲେ। ସେମାନେ କହିଲେ, “ଆମ୍ଭେମାନେ ଏଭଳି ଆଶ୍ଚର୍ଯ୍ୟ ଘଟଣା କେବେ ହେଲେ ଦେଖି ନ ଥିଲୁ।”

ମାଥିଉ ଯୀଶୁଙ୍କୁ ଅନୁସରଣ କଲେ(B)

13 ପୁଣି ଥରେ ଯୀଶୁ ହ୍ରଦ ପାଖଦେଇ ଗଲେ। ଅନେକ ଲୋକ ତା’ଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ ଶିକ୍ଷା ଦେଲେ। 14 ଯୀଶୁ ଯାଉଥିବା ସମୟରେ କରଆଦାୟ ସ୍ଥାନରେ ବସି ଥିବା ଆଲଫିଙ୍କ ପୁଅ ଲେବିଙ୍କୁ ଦେଖି ସେ କହିଲେ, “ମୋତେ ଅନୁସରଣ କର।” ତା’ପରେ ଲେବି ଠିଆ ହେଲେ ଓ ଯୀଶୁଙ୍କୁ ଅନୁସରଣ କଲେ।

15 ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲେବିଙ୍କ ଘରେ ଖାଉଥିବା ସମୟରେ, ସେମାନଙ୍କ ସହିତ ଅନେକ କରଆଦାୟକାରୀ ଓ ଅନ୍ୟ ଦୁଷ୍ଟ ଲୋକମାନେ ମଧ୍ୟ ଖାଉ ଥିଲେ। ଯୀଶୁଙ୍କୁ ଅନୁସରଣ କରୁଥିବା ଅନେକ ଲୋକ ମଧ୍ୟ ସେଠାରେ ଥିଲେ। 16 ଯୀଶୁଙ୍କୁ କରଆଦାୟକାରୀ ଓ ଅନ୍ୟ ଦୁଷ୍ଟ ଲୋକଙ୍କ ସହିତ ବସି ଖାଉଥିବାର ଦେଖି, ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ, ଯୀଶୁଙ୍କ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ଯୀଶୁ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?”

17 ଯୀଶୁ ଏହା ଶୁଣି ସେମାନଙ୍କୁ କହିଲେ, “ସୁସ୍ଥ ଲୋକର ଡାକ୍ତର ଦରକାର ନାହିଁ, କେବଳ ରୋଗୀ ଲୋକଙ୍କର ଡାକ୍ତର ଦରକାର। ମୁଁ ଧାର୍ମିକମାନଙ୍କୁ ନିମନ୍ତ୍ରଣ ଦେବା ପାଇଁ ଆସି ନାହିଁ। ମୁଁ କେବଳ ପାପୀମାନଙ୍କୁ ନିମନ୍ତ୍ରଣ ଦେବା ପାଇଁ ଆସିଛି।”

ଯୀଶୁ ଅନ୍ୟ ଧର୍ମ ଗୁରୁମାନଙ୍କଠାରୁ ଭିନ୍ନ(C)

18 ଯୋହନଙ୍କ ଶିଷ୍ୟ ଓ ଫାରୂଶୀମାନେ ଉପବାସ କରୁଥିଲେ। କେତେକ ଲୋକ ଯୀଶୁଙ୍କ ପାଖକୁ ଆସି କହିଲେ, “ଯୋହନଙ୍କ ଶିଷ୍ୟମାନେ ଉପବାସ କରୁଛନ୍ତି, କିନ୍ତୁ ତୁମ୍ଭର ଶିଷ୍ୟମାନେ କାହିଁକି ଉପବାସ କରୁ ନାହାନ୍ତି?”

19 ଯୀଶୁ କହିଲେ, “ବିବାହ ଉତ୍ସବ ସମୟରେ ବର ଯାତ୍ରୀମାନେ ଦୁଃଖିତ ହୁଅନ୍ତି ନାହିଁ, କାରଣ ବର ସେମାନଙ୍କ ସାଙ୍ଗରେ ଥା’ନ୍ତି। ତେଣୁ ବର ସେଠାରେ ଥିବା ପର୍ଯ୍ୟନ୍ତ ସେମାନେ ଉପବାସ କରି ନ ପାରନ୍ତି। 20 କିନ୍ତୁ ସମୟ ଆସିବ, ବରଙ୍କୁ ସେମାନଙ୍କଠାରୁ ଦୂରେଇ ନିଆଯିବ। ସେତେବେଳେ ସେମାନେ (ବର ଯାତ୍ରୀମାନେ) ଉପବାସ କରିବେ।

21 “କେହି କେବେ ହେଲେ ପୁରୁଣା ଲୁଗାରେ ନୂଆ କନାର ତାଳି ପକାଏ ନାହିଁ। ଯଦି ସେ ତାହା କରେ, ତେବେ ନୂଆ କନାର ତାଳି ଜାକି ହୋଇ ଯିବ ଓ ତଦ୍ଦ୍ୱାରା ଟାଣି ହୋଇ ଯାଇ ପୁରୁଣା କନାର କଣା ବଡ଼ ହୋଇଯିବ। 22 ସେହିଭଳି କେହି କେବେ ହେଲେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ପାତ୍ରରେ ରଖେ ନାହିଁ। ଯଦି ତାହା କରେ ତେବେ ନୂଆ ଦ୍ରାକ୍ଷାରସ ପୁରୁଣା ଚମଡ଼ା ପାତ୍ରକୁ ଫଟାଇ ଦେବ ଓ ଚମଡ଼ା ପାତ୍ର ସହିତ ଦ୍ରାକ୍ଷାରସ ମଧ୍ୟ ନଷ୍ଟ ହୋଇଯିବ। ସେଥିପାଇଁ ନୂଆ ଦ୍ରାକ୍ଷାରସ ନୂଆ ଚମଡ଼ା ପାତ୍ରରେ ହିଁ ରଖାଯାଇଥାଏ।”

କେତେକ ଯିହୂଦୀ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କୁ ସମାଲୋଚନା କଲେ(D)

23 ବିଶ୍ରାମ ଦିବସରେ ଯୀଶୁ ଶସ୍ୟ-କ୍ଷେତ୍ର ଦେଇ ଯାଉଥିଲେ। ତାହାଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ଯାଉଥିଲେ। ଯାଉ ଯାଉ ତାହାଙ୍କ ଶିଷ୍ୟମାନେ ଖାଇବା ପାଇଁ ଶସ୍ୟକ୍ଷେତ୍ରରୁ ଶସ୍ୟ-କେଣ୍ଡା ଛିଣ୍ତେଇଲେ। 24 ଫାରୂଶୀମାନେ ତାହା ଦେଖି ଯୀଶୁଙ୍କୁ କହିଲେ, “ତୁମ୍ଭ ଶିଷ୍ୟମାନେ ଏଭଳି କାହିଁକି କରୁଛନ୍ତି? ବିଶ୍ରାମ ଦିବସରେ ଏଭଳି କାମ ଯିହୂଦୀ ନିୟମର ବିରୁଦ୍ଧାଚରଣ ଅଟେ।”

25 ଯୀଶୁ କହିଲେ, “ତୁମ୍ଭେମାନେ ଦାଉଦଙ୍କ ବିଷୟରେ ପଢ଼ିଛ ଯେ, ସେ ଓ ତାହାଙ୍କ ସହିତ ଥିବା ଲୋକେ ଭୋକରେ ଥିଲାବେଳେ ଓ ଆହାରର ଆବଶ୍ୟକ ଥିଲାବେଳେ କ’ଣ କରିଥିଲେ? 26 ତୁମ୍ଭେମାନେ କ’ଣ ପଢ଼ି ନାହଁ ଯେ, ଅବିୟାଥର ମହାଯାଜକ ଥିବା ସମୟରେ ଦାଉଦ ପରମେଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ପରମେଶ୍ୱରଙ୍କୁ ଅର୍ପଣ କରାଯାଇଥିବା ଖାଦ୍ୟ ଖାଇଥିଲେ? ମୋଶାଙ୍କ ନିୟମ ଅନୁସାରେ ଯାଜକମାନେ କେବଳ ସେହି ଖାଦ୍ୟ ଖାଇ ପାରିବେ। ତାହାଙ୍କ ବ୍ୟତୀତ ଆଉ କାହାରିକୁ ସେହି ଖାଦ୍ୟ ଖାଇବାର ଅଧିକାର ନାହିଁ। କିନ୍ତୁ ଦାଉଦ ସେ ଖାଦ୍ୟରୁ କିଛି ମଧ୍ୟ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଖାଇବାକୁ ଦେଇଥିଲେ।”

27 ତା’ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, “ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଶ୍ରାମ ଦିବସ ସୃଷ୍ଟି ହୋଇଛି। ବିଶ୍ରାମ ଦିବସ ଦ୍ୱାରା ପରିଗ୍ଭଳିତ ହେବା ପାଇଁ ମନୁଷ୍ୟ ସୃଷ୍ଟି ହୋଇ ନାହିଁ। 28 ଏଣୁ ମନୁଷ୍ୟପୁତ୍ର ପ୍ରତ୍ୟେକ ଦିନର ମାଲିକ, ଏପରିକି ବିଶ୍ରାମ ଦିନର ମଧ୍ୟ।”

Oriya Bible: Easy-to-Read Version (ERV-OR)

2010 by World Bible Translation Center