Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଲେବୀୟ ପୁସ୍ତକ 19-20

ଇସ୍ରାଏଲ ପରମେଶ୍ୱରଙ୍କ ଅଧିକାରରେ

19 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲର ସମସ୍ତ ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ପବିତ୍ର ହେବ। କାରଣ ଆମ୍ଭେ ସଦାପ୍ରଭୁ କୁମ୍ଭମାନଙ୍କର ପରମେଶ୍ୱର ପବିତ୍ର ଅଟୁ।

“ତୁମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପିତାମାତାଙ୍କୁ ଭୟ ଓ ସମ୍ମାନ କରିବ। ଏବଂ ମୋର ବିଶ୍ରାମ ଦିନ ପାଳନ କରିବ, କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।

“ଆଉ ତୁମ୍ଭେମାନେ ପ୍ରତିମାଗଣକୁ ଉପାସନା କରିବା ଉଚିତ୍ ନୁହେଁ। କୌଣସି ଦେବତା ନିର୍ମାଣ କର ନାହିଁ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।

“ତୁମ୍ଭେମାନେ ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ କର, ତେବେ ତାହା ଗୃହୀତ ହେବା ପାଇଁ ବିଧି ଅନୁସାରେ ଉତ୍ସର୍ଗ କରିବ। ବଳିଦାନ ଦିନ କିମ୍ବା ତା’ର ପରଦିନ ତାହା ଭୋଜନ କରାଯିବ। ଯଦି ତୃତୀୟ ଦିନକୁ ଅବଶିଷ୍ଟ ବଞ୍ଚିବ ତେବେ ତାକୁ ଦ‌‌‌‌ଗ୍‌‌‌‌ଧ କରିବ। ଯେବେ ତୃତୀୟ ଦିନ ତହିଁରୁ କିଛି ଭୋଜନ କରାଯିବ। ତେବେ ତାହା ଘୃଣ୍ୟଯୋଗ୍ୟ ଓ ଅଗ୍ରାହ୍ୟ ହେବ। ଆଉ ତହିଁର ଭୋକ୍ତା ନିଜ ଅପରାଧ ବହନ କରିବ। କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କଲା। ତେଣୁ ନିଜ ଲୋକମାନଙ୍କଠାରୁ ପୃଥକ ରହିବ।

“ତୁମ୍ଭେମାନେ ଅମଳ ସମୟରେ ଯେବେ ଶସ୍ୟ କାଟୁଛ ତେବେ କ୍ଷେତ୍ରକୁ ନିଃଶେଷ କରି ଶସ୍ୟ କାଟିବ ନାହିଁ। କିମ୍ବା ନିଜ ଶସ୍ୟକ୍ଷେତ୍ରରୁ ତ୍ୟକ୍ତ ଶସ୍ୟ ସାଉଣ୍ଟିବ ନାହିଁ। 10 ପୁଣି ତୁମ୍ଭର ଦ୍ରାକ୍ଷାକ୍ଷେତ୍ରରୁ ସମ୍ପୂର୍ଣ୍ଣ ଦ୍ରାକ୍ଷା ଖୁଣ୍ଟି ତୋଳିବ ନାହିଁ କିମ୍ବା କ୍ଷେତ୍ରରେ ପଡ଼ିଥିବା ଫଳ ସାଉଣ୍ଟିବ ନାହିଁ। ସେଗୁଡ଼ିକୁ ଦରିଦ୍ର ଓ ବିଦେଶୀମାନଙ୍କ ପାଇଁ ଛାଡ଼ିଦେବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

11 “ତୁମ୍ଭେମାନେ ଗ୍ଭେରି କରିବ ନାହିଁ, ଅନ୍ୟମାନଙ୍କୁ ପ୍ରତାରଣା କରିବ ନାହିଁ କିମ୍ବା ପରସ୍ପର ମିଥ୍ୟା କହିବ ନାହିଁ। 12 ଆଉ ତୁମ୍ଭେମାନେ ଆମ୍ଭ ନାମ ନେଇ ମିଥ୍ୟା ରାଣ କରିବ ନାହିଁ। ତାହାହେଲେ ତୁମ୍ଭେମାନେ ଆପଣା ପରମେଶ୍ୱରଙ୍କ ନାମ ଅପବିତ୍ର କରିବ, ଆମ୍ଭେ ସଦାପ୍ରଭୁ।

13 “ତୁମ୍ଭେମାନେ ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରିବ ନାହିଁ ଓ ତାଙ୍କଠାରୁ ଗ୍ଭେରି କରିବ ନାହିଁ। ପୁଣି ବେତନଜୀବିର ବେତନ ରାତ୍ରିଠାରୁ ସକାଳ ଯାଏ ତୁମ୍ଭ ପାଖରେ ରହିବ ନାହିଁ।

14 “ତୁମ୍ଭେ ବଧିରକୁ ଅଭିଶାପ ଦେବ ନାହିଁ ଓ ଅନ୍ଧ ଆଗରେ ଝୁଣ୍ଟିବାର ବସ୍ତୁ ରଖିବ ନାହିଁ। ମାତ୍ର ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଭୟ କରିବ, ଆମ୍ଭେ ସଦାପ୍ରଭୁ ଅଟୁ।

15 “ତୁମ୍ଭେମାନେ ବିଗ୍ଭରରେ ପକ୍ଷପାତ କରିବ ନାହିଁ, ତୁମ୍ଭେମାନେ ଦରିଦ୍ର ପ୍ରତି ସ୍ୱତନ୍ତ୍ର ସୁବିଧା ଦେବ ନାହିଁ କିମ୍ବା ବିଗ୍ଭରରେ ଧନୀ ପ୍ରତି ଅଧିକ ଗୁରୁତ୍ୱ ଦେବ ନାହିଁ। ତୁମ୍ଭର ପଡ଼ୋଶୀମାନଙ୍କ ପ୍ରତି ନ୍ୟାୟ ବିଗ୍ଭର କରିବ। 16 ତୁମ୍ଭେ ଖଳ କହି ଆପଣା ଲୋକମାନଙ୍କ ମଧ୍ୟରେ ଏଣେ ତେଣେ ବୁଲିବ ନାହିଁ କିମ୍ବା ପ୍ରତିବାସୀର ଜୀବନ ପ୍ରତି ବିପଦ ଆସିଲା ଭଳି କୌଣସି କାର୍ଯ୍ୟ କରିବ ନାହିଁ। ଆମ୍ଭେ ସଦାପ୍ରଭୁ।

17 “ତୁମ୍ଭେ ହୃଦୟରେ ଆପଣା ଭାଇ ପ୍ରତି ଘୃଣାଭାବ ରଖିବ ନାହିଁ। ଯଦି ତୁମ୍ଭର ପଡ଼ୋଶୀ ତୁମ୍ଭ ପ୍ରତି କିଛି ଅନ୍ୟାୟ କରେ ତେବେ ତାକୁ ଅନୁଯୋଗ କରିବ, ମାତ୍ର ତାକୁ କ୍ଷମା ଦେବ। ତା’ହେଲେ ତୁମ୍ଭେ ପାପର ଭାଗି ହେବ ନାହିଁ। 18 ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣଙ୍କୁ ପ୍ରତିହିଂସା କି ଦ୍ୱେଷ କରିବ ନାହିଁ। ବରଂ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବ, ଆମ୍ଭେ ସଦାପ୍ରଭୁ।

19 “ତୁମ୍ଭେମାନେ ଆମ୍ଭର ବିଧିସକଳ ପାଳନ କରିବ। ତୁମ୍ଭେ ଭିନ୍ନଜାତୀୟ ପଶୁ ସହିତ ଆପଣା ପଶୁମାନଙ୍କୁ ସଙ୍ଗମ କରିବାକୁ ଦେବ ନାହିଁ। ପୁଣି ନିଜ କ୍ଷେତରେ ମିଶ୍ରିତ ବୀଜ ବୁଣିବ ନାହିଁ କିମ୍ବା ଦୁଇ ପ୍ରକାର ସୂତା ମିଶ୍ରିତ ବସ୍ତ୍ର ବିନ୍ଧିବ ନାହିଁ।

20 “ଅନ୍ୟ ଲୋକର କ୍ରୀତଦାସୀ ସହିତ ଜଣେ ଯଦି ଯୌନ ସମ୍ପର୍କ ରଖେ ତେବେ ସେ ଦଣ୍ଡନୀୟ ହେବ। ଅବଶ୍ୟ ତା’ର ପ୍ରାଣଦଣ୍ଡ ହେବ ନାହିଁ, କାରଣ ସେ ସ୍ତ୍ରୀଲୋକ ମୁକ୍ତ ନୁହେଁ। 21 ପୁଣି ସେ ପୁରୁଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଆପଣାର ଦୋଷାର୍ଥକ ବଳି ଅର୍ଥାତ୍ ଦୋଷାର୍ଥକ ମେଷ ଆଣିବ। 22 ଆଉ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଦୋଷାର୍ଥକ ମେଷ ଦ୍ୱାରା ସେ ଯେଉଁ ପାପଗୁଡ଼ିକ କରିଅଛି, ସେହି ପାପଗୁଡ଼ିକ ସକାଶେ ସେ ପ୍ରାୟଶ୍ଚିତ କରିବ ଓ ସେହି ପାପଗୁଡ଼ିକ କ୍ଷମା ହେବ।

23 “ଭବିଷ୍ୟତରେ ତୁମ୍ଭେମାନେ ତୁମ୍ଭମାନଙ୍କର ଦେଶରେ ପ୍ରବେଶ କରିବ। ତୁମ୍ଭେମାନେ ଭୋଜନାର୍ଥେ ସେତେବେଳେ ବହୁପ୍ରକାର ଫଳବୃକ୍ଷ ରୋପଣ କରିବ। ମାତ୍ର ବୃକ୍ଷ ରୋପଣ ପରେ ତୁମ୍ଭେମାନେ ତିନି ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବ। ସେଥିରୁ କୌଣସି ଫଳ ବ୍ୟବହାର କରିବ ନାହିଁ। କାରଣ ତାହା ଅଶୁଚି। 24 ଚତୁର୍ଥ ବର୍ଷରେ ତହିଁର ସମସ୍ତ ଫଳ ସଦାପ୍ରଭୁଙ୍କ ପ୍ରଶଂସାର୍ଥକ ଉପହାରରୂପେ ପବିତ୍ର ହେବ। 25 ତା’ପରେ ପଞ୍ଚମ ବର୍ଷରେ ତୁମ୍ଭେମାନେ ସେ ବୃକ୍ଷରୁ ଫଳ ଖାଇ ପାରିବ। ତହିଁରେ ତୁମ୍ଭମାନଙ୍କ ପାଇଁ ପ୍ରଚୁର ଫଳ ଫଳିବ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

26 “ତୁମ୍ଭେମାନେ ରକ୍ତ ସହିତ କୌଣସି ଦ୍ରବ୍ୟ ଭୋଜନ କରିବ ନାହିଁ।

“ଆଉ ତୁମ୍ଭେମାନେ ଗଣକତା ବା ଶୁଭାଶୁଭ କହିବାର ବିଦ୍ୟା ବ୍ୟବହାର କରିବ ନାହିଁ।

27 “ତୁମ୍ଭେମାନେ ନିଜ ନିଜ ମସ୍ତକର କୋଣସବୁ ଗୋଲାକାର କରିବ ନାହିଁ କିମ୍ବା ନିଜ ନିଜ ଦାଢ଼ିର କୋଣ ମୁଣ୍ଡନ କରିବ ନାହିଁ। 28 ପୁଣି ତୁମ୍ଭେମାନେ ମୃତ ଲୋକ ପାଇଁ ନିଜ ନିଜ ଶରୀରରେ ଅସ୍ତ୍ରାଘାତ କରିବ ନାହିଁ କିମ୍ବା ଦେହରେ ଚିତା କୁଟାଇବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।

29 “ତୁମ୍ଭେ ନିଜର କନ୍ୟାକୁ ବେଶ୍ୟା କରି ଅପବିତ୍ର କରିବ ନାହିଁ। ତାହାହେଲେ ଦେଶ ବେଶ୍ୟାବୃତ୍ତିରେ ପତିତ ହେବ ଓ ଦେଶ ପାପରେ ପରିପୂର୍ଣ୍ଣ ହେବ।

30 “ତୁମ୍ଭେମାନେ ଆମ୍ଭ ବିଶ୍ରାମ ଦିନ ପାଳନ କରିବ ଓ ଆମ୍ଭର ପବିତ୍ର ସ୍ଥାନକୁ ସମାଦର କରିବ। ଆମ୍ଭେ ସଦାପ୍ରଭୁ ଅଟୁ।

31 “ତୁମ୍ଭେମାନେ ଭୂତୁଡ଼ିଆ କି ଗୁଣିଆମାନଙ୍କର ଅନୁସରଣ କର ନାହିଁ। ସେମାନଙ୍କ ନିକଟକୁ ଗଲେ, ସେମାନଙ୍କର ଦ୍ୱାରା ଅପବିତ୍ର ହେବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

32 “ବୃଦ୍ଧ ଲୋକଙ୍କୁ ସମ୍ମାନ ଦିଅ। ସେମାନେ ତୁମ୍ଭ ପାଖକୁ ଆସିଲେ ଛିଡ଼ା ହୋଇଯାଅ, ଛିଡ଼ା ହୋଇ ଥିଲେ ତାଙ୍କୁ ସମାଦର କରିବ। ତୁମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍। ମୁଁ ନିତ୍ୟ ସଦାପ୍ରଭୁ ଅଟେ।

33 “ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନଙ୍କ ପ୍ରତି ମନ୍ଦ ଆଚରଣ କରିବ ନାହିଁ। 34 ତୁମ୍ଭେମାନେ ସ୍ୱଦେଶୀମାନଙ୍କ ପ୍ରତି ଯେପରି ଆଚରଣ କରିବ, ତୁମ୍ଭ ସହବାସୀ ବିଦେଶୀମାନଙ୍କ ପ୍ରତି ମଧ୍ୟ ସେହିପରି ଆଚରଣ କରିବ। ତୁମ୍ଭେ ସେମାନଙ୍କୁ ଆତ୍ମତୁଲ୍ୟ ପ୍ରେମ କରିବ। କାରଣ ମିଶର ଦେଶରେ ତୁମ୍ଭେମାନେ ବିଦେଶୀ ଥିଲ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

35 “ତୁମ୍ଭେମାନେ ବିଗ୍ଭର କଲାବେଳେ କିମ୍ବା ମାପ କି ତୌଲ କଲାବେଳେ ଅଧର୍ମ କରିବ ନାହିଁ। 36 ଯଥାର୍ଥ ଦଣ୍ଡି, ଯଥାର୍ଥ ବଟଖରା, ଯଥାର୍ଥ ଐଫ ଓ ଯଥାର୍ଥ ପଳା ତୁମ୍ଭମାନଙ୍କର ହେବ। ଯେ ମିଶର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।

37 “ଏଣୁ ତୁମ୍ଭେମାନେ ମୋର ସମସ୍ତ ବ୍ୟବସ୍ଥା ଓ ସମସ୍ତ ବିଧି ମାନ୍ୟକରି ପାଳନ କରିବ। ଚିରଦିନ ମୁଁ ସଦାପ୍ରଭୁ ଅଟେ।”

ପ୍ରତିମାପୂଜା ବିରୁଦ୍ଧରେ ସତର୍କବାଣୀ

20 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆଉ ମଧ୍ୟ ତୁମ୍ଭ ଇସ୍ରାଏଲ ସନ୍ତାନଗଣଙ୍କୁ କହିବ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ କେହି ହେଉ କିମ୍ବା ସେମାନଙ୍କ ସହିତ ସହବାସୀ ପ୍ରବାସୀ ବିଦେଶୀମାନଙ୍କ ମଧ୍ୟରୁ କେହି ଲୋକ ଯଦି ଆପଣା ବଂଶର କାହାକୁ ମୋଲକ୍ ଦେବତା ଉଦ୍ଦେଶ୍ୟରେ ପ୍ରଦାନ କରେ, ତେବେ ତାହାର ନିଶ୍ଚୟ ପ୍ରାଣଦଣ୍ଡ ହେବ ଓ ଦେଶୀୟ ଲୋକମାନେ ତାକୁ ପଥର ମାରି ହତ୍ୟା କରିବେ। ମୁଁ ମଧ୍ୟ ତା’ ବିରୁଦ୍ଧରେ ଛିଡ଼ା ହେବି। ତା’ର ଦେଶର ଲୋକମାନଙ୍କଠାରୁ ପୃଥକ ରଖିବି। କାରଣ ସେ ମୋର ପବିତ୍ର ସ୍ଥାନକୁ ଅପବିତ୍ର କରିଛି ଓ ମୋର ପବିତ୍ର ନାମକୁ ଅପବିତ୍ର କରିବାକୁ ମୋଲକ୍ ଦେବତା ଉଦ୍ଦେଶ୍ୟରେ ନିଜର ସନ୍ତାନମାନଙ୍କୁ ଦେଇଅଛି। ଯେଉଁ ଲୋକ ନିଜର ସନ୍ତାନମାନଙ୍କୁ ମୋଲକ୍ ଦେବତା ଉଦ୍ଦେଶ୍ୟରେ ଉତ୍ସର୍ଗ କରେ, ସଙ୍ଗେ ସଙ୍ଗେ ବଧ କରାଯିବା ଉଚିତ୍। ଦେଶର ଲୋକମାନେ ଯଦି ତାହା ପ୍ରତି ଚକ୍ଷୁ ମୁଦ୍ରିତ କରନ୍ତି ଓ ତାହାକୁ ବଧ ନ କରନ୍ତି, ତେବେ ମୁଁ ସେହି ଲୋକ ବିରୁଦ୍ଧରେ ଓ ତା’ର ବଂଶ ବିରୁଦ୍ଧରେ ଯିବି, ସେମାନଙ୍କର ମୋଲକ୍ ଦେବତା ସହିତ ଜଡ଼ିତ ହେବା କାରଣରୁ, ତା’ର ଦେଶବାସୀଠାରୁ ତାକୁ ଓ ତା’ର ଅନୁସରଣକାରୀମାନଙ୍କୁ ଦୂରେଇ ରଖିବି।

“ଯେଉଁ ଲୋକ ଭୂତୁଡ଼ିଆ ଓ ଗୁଣିଆମାନଙ୍କୁ ବ୍ୟଭିଗ୍ଭର କରିବାକୁ ଅନୁସରଣ କରେ, ସେହି ପ୍ରାଣୀ ବିରୁଦ୍ଧରେ ଆମ୍ଭେ ଯିବା। ଯେହେତୁ ସେ ଆମ୍ଭ ପ୍ରତି ଅବିଶ୍ୱସ୍ତ, ଆମ୍ଭେ ତାକୁ ତାହାର ଲୋକମାନଙ୍କ ମଧ୍ୟରୁ ପୃଥକ ରଖିବା।

“ଏଣୁ ତୁମ୍ଭେମାନେ ନିଜକୁ ପବିତ୍ର କର ଓ ପବିତ୍ର ହୁଅ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ମନେରଖ, ତୁମ୍ଭେମାନେ ମୋର ବ୍ୟବସ୍ଥା ପାଳନ କରିବା ଉଚିତ୍। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କୁ ପବିତ୍ର କଲି।

“ଯେ ନିଜର ପିତାମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚିତ ହତ ହେବ। ଯେହେତୁ ସେ ପିତାମାତାଙ୍କୁ ଅଭିଶାପ ଦେଇଥିଲା, ସେଥିପାଇଁ ମୃତ୍ୟୁଦଣ୍ଡରେ ଅପରାଧୀ।

ଯୌନ ସମ୍ପର୍କୀୟ ପାପଗୁଡ଼ିକ ପାଇଁ ଦଣ୍ଡ

10 “ଯଦି କୌଣସି ପୁରୁଷ ତା’ର ପ୍ରତିବାସୀର ଭାର୍ଯ୍ୟା ସହିତ ଯୌନ ସମ୍ପର୍କ ରଖେ, ତେବେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ବ୍ୟଭିଗ୍ଭର ପାଇଁ ଅପରାଧୀ ଓ ଉଭୟେ ମୃତ୍ୟୁବରଣ କରିବା ଉଚିତ୍। 11 ଯଦି କୌଣସି ବ୍ୟକ୍ତି ତା’ର ପିତୃ ଭାର୍ଯ୍ୟା ସହିତ ଦୈହୀକ ସମ୍ପର୍କ ରଖେ, ସେ ତାଙ୍କର ପିତାକୁ ଅସମ୍ମାନ କରିଥାଏ। ତେବେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ମୃତ୍ୟୁଦଣ୍ଡ ପାଇବେ। ସେମାନେ ନିଜର ଅପରାଧ ପାଇଁ ଦାୟୀ ରହିବେ। ସେହି ସ୍ତ୍ରୀ ତା’ର ପିତାର ଅଟେ।

12 “ଯଦି କୌଣସି ଲୋକ ତା’ର ପୁତ୍ରବଧୂ ସହିତ ଯୌନ ସମ୍ପର୍କ ରଖେ, ତେବେ ସେ ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ହତ୍ୟା କରାଯିବା ଉଚିତ୍। ସେମାନେ ଅତି ଜଘନ୍ୟ ଅପରାଧ କରିଛନ୍ତି ଓ ସେମାନେ ମୃତ୍ୟୁଦଣ୍ଡ ପାଇବେ।

13 “ଯଦି କୌଣସି ପୁରୁଷ ଅନ୍ୟ ଏକ ପୁରୁଷ ସହିତ ସ୍ତ୍ରୀଲୋକ ପରି ଯୌନ ସମ୍ପର୍କ ରଖେ, ତେବେ ସେମାନେ ଉଭୟେ ଅତି ଭୟଙ୍କର ପାପ କରିଛନ୍ତି। ସେମାନେ ମୃତ୍ୟୁଦଣ୍ଡ ପାଇବା ଉଚିତ୍। ସେମାନେ ସେମାନଙ୍କର ଅପରାଧ ବହନ କରିବେ।

14 “ଯଦି କେହି କୌଣସି ସ୍ତ୍ରୀ ସହିତ ଓ ତା’ର ମାତା ସହିତ ଯୌନକ୍ରିୟା କରେ, ତେବେ ସେ ପୁରୁଷ ସହିତ ସେ ଦୁଇ ସ୍ତ୍ରୀଙ୍କୁ ଅଗ୍ନିରେ ଦ‌‌‌‌ଗ୍‌‌‌‌ଧ କରାଯିବ। ଏପରି ଜଘନ୍ୟ ପାପ ଯେପରି ଆଉ ତୁମ୍ଭମାନଙ୍କ ମଧ୍ୟରେ ନ ହୁଏ।

15 “ଯଦି କେହି କୌଣସି ପଶୁକୁ ସଙ୍ଗମ କରେ, ତେବେ ସେ ନିଶ୍ଚୟ ହତ ହେବ ଓ ତୁମ୍ଭେମାନେ ମଧ୍ୟ ସେହି ପଶୁକୁ ବଧ କରିବ। 16 ଯେବେ କୌଣସି ସ୍ତ୍ରୀ କୌଣସି ପଶୁ ସହିତ ସଙ୍ଗମ କରେ, ତେବେ ସେହି ସ୍ତ୍ରୀ ଓ ସେହି ପଶୁ ଉଭୟଙ୍କୁ ବଧ କରାଯିବ। ସେମାନେ ନିଶ୍ଚିତ ହତ ହେବେ। ସେମାନଙ୍କର ମୃତ୍ୟୁଜନିତ ଅପରାଧ ପାଇଁ ସେମାନେ ଦାୟୀ ହେବେ।

17 “ଯଦି କେହି ନିଜର ଭଗିନୀକି ଅର୍ଥାତ୍ ପିତୃକନ୍ୟା କି ମାତୃକନ୍ୟାକୁ ବିବାହ କରେ ଓ ଉଭୟଙ୍କ ମଧ୍ୟରେ ଯୌନ ସମ୍ପର୍କ ହୁଏ, ତେବେ ତାହା ଲଜ୍ଜାଜନକ। ସେମାନେ ସର୍ବସାଧାରଣରେ ଦଣ୍ଡିତ ହେବା ଉଚିତ୍ ଓ ନିଜ ଲୋକମାନଙ୍କଠାରୁ ପୃଥକ ରହିବେ। ଯେଉଁ ଲୋକ ତା’ର ନିଜର ଭଉଣୀ ସହିତ ଶାରୀରିକ ସମ୍ପର୍କ ଥିଲା ଏବଂ ସେ ନିଜେ ତା’ର ପରିଣାମ ଭୋଗ କରିବ।

18 “ଯଦି କେହି ରଜସ୍ୱଳା ନାରୀ ସହିତ ଯୌନ ସମ୍ପର୍କ ରଖେ, ତେବେ ଉଭୟେ ପୁରୁଷ ଓ ସ୍ତ୍ରୀ ନିଜ ଲୋକମାନଙ୍କଠାରୁ ପୃଥକ ରହିବା ଉଚିତ୍। ସେମାନେ ଅପରାଧୀ କାରଣ ସେମାନେ ତା’ର ମାସିକ କ୍ଷରଣ ଅନାବୃତ କରିଛନ୍ତି।

19 “ତୁମ୍ଭେ ତୁମ୍ଭର ମାଉସୀ କିମ୍ବା ପିଉସୀ ସହିତ ଯୌନ ସମ୍ପର୍କ ରଖିବ ନାହିଁ। ତାହା ନିଜର ନିକଟବର୍ତ୍ତୀ ସମ୍ପର୍କୀୟ ସହିତ ଅପରାଧ ହେବ ଓ ସେଥିପାଇଁ ସେମାନେ ନିଜ ନିଜ ଅପରାଧ ବହନ କରିବେ।

20 “ଜଣେ ବ୍ୟକ୍ତି ନିଜ କକାର ସ୍ତ୍ରୀ ସହିତ ଯୌନ ସମ୍ପର୍କ ରଖିବ, ଏହା କରିବା ଦ୍ୱାରା ସେ ତାଙ୍କର କକାକୁ ଅସମ୍ମାନ ଦେଖାଇବ। ସେହି ସ୍ତ୍ରୀର ଶାରୀରିକ ସମ୍ପର୍କ, ସେ ଲୋକର କକା ପାଇଁ ଆରକ୍ଷିତା। ଉଭୟେ ପୁତୁରା ଓ ଖୁଢ଼ୀ ଅପରାଧ ପାଇଁ ଦଣ୍ଡିତ ହେବେ ଓ ସେମାନେ ନିଃସନ୍ତାନ ହୋଇ ମରିବେ।

21 “ଯଦି କେହି ଭାତୃବଧୂକୁ ବିବାହ କରେ, ଏହା ଗୋଟିଏ ଅଶୁଦ୍ଧ କାର୍ଯ୍ୟ ଅଟେ, ସେ ତାଙ୍କର ଭାଇଙ୍କୁ ଅସମ୍ମାନ କରିଥାଏ। ସେହି ସ୍ତ୍ରୀ ତା’ର ଭାଇର ଅଟେ। ସେମାନଙ୍କର ସନ୍ତାନ ଜନ୍ମ ହେବ ନାହିଁ।

22 “ଏଣୁ ତୁମ୍ଭେମାନେ ଆମ୍ଭର ସମସ୍ତ ବ୍ୟବସ୍ଥା ଓ ବିଧି ମାନ୍ୟ କରି ପାଳନ କରିବ। ଆମ୍ଭେ ଯେଉଁ ଦେଶରେ ବାସ କରିବାକୁ ତୁମ୍ଭମାନଙ୍କୁ ନେଇ ଯାଉଅଛୁ, ସେହି ଦେଶ ତୁମ୍ଭମାନଙ୍କୁ ଉ‌ଦ୍‌ଗାର କରିବ ନାହିଁ। 23 ପୁଣି ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରୁ ଯେଉଁ ଦେଶୀୟମାନଙ୍କୁ ତଡ଼ି ଦେଉଛୁ, ସେମାନଙ୍କ ଆଚରଣ ତୁମ୍ଭେମାନେ କରିବ ନାହିଁ। କାରଣ ସେମାନେ ସେହିସବୁ ଦୁଷ୍କର୍ମ କରିବାରୁ ଆମ୍ଭେ ସେମାନଙ୍କୁ ଘୃଣା କଲୁ। 24 ମୁଁ ତୁମ୍ଭଙ୍କୁ କହିଲି, ସେମାନଙ୍କର ଭୂମି ତୁମ୍ଭେ ଅକ୍ତିଆର କରିବ, ମୁଁ କହିବି ଏହା ତୁମ୍ଭେ ଅକ୍ତିଆର କର। ଏହା ଗୋଟିଏ ଭୂମି ଯେଉଁଠାରେ ଦୁଧ ଓ ମଧୁ ବହି ଯାଉଥାଏ।

“ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ। ଏବଂ ମୁଁ ଅନ୍ୟ ଦେଶଗୁଡ଼ିକଠାରୁ ତୁମ୍ଭମାନଙ୍କୁ ପୃଥକ କଲି। 25 ତେଣୁ ତୁମ୍ଭେମାନେ ଶୁଚି-ଅଶୁଚି ପଶୁ ଓ ଶୁଚି-ଅଶୁଚି ପକ୍ଷୀ ମଧ୍ୟରେ ପ୍ରଭେଦ ଜାଣିବ। କୌଣସି ଅଶୁଚି ପଶୁ କିମ୍ବା ପକ୍ଷୀ ଭୋଜନ କରିବ ନାହିଁ ଓ ଉରୋଗାମୀ ପ୍ରାଣୀ ମଧ୍ୟ ଖାଇବ ନାହିଁ। ଆମ୍ଭେ ସେଗୁଡ଼ିକୁ ଘୃଣାଯୋଗ୍ୟ କରିଅଛୁ। 26 ପୁଣି ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ହେବ। କାରଣ ଆମ୍ଭେ ସଦାପ୍ରଭୁ ପବିତ୍ର ଅଟୁ। ତେଣୁ ତୁମ୍ଭେମାନେ ଯେପରି ଆମ୍ଭର ହେବ ଏଥିପାଇଁ ଆମ୍ଭେ ଅନ୍ୟ ଲୋକଙ୍କଠାରୁ ତୁମ୍ଭଙ୍କୁ ପୃଥକ କରିଅଛୁ।

27 “ଯେଉଁ ପୁରୁଷ ବା ସ୍ତ୍ରୀ ଭୂତୁଡ଼ିଆ ବା ଗୁଣିଆ ହେବ ସେମାନେ ନିଶ୍ଚୟ ହତ ହେବେ। ଲୋକମାନେ ସେମାନଙ୍କୁ ପଥର ଫିଙ୍ଗି ବଧ କରିବେ। ସେମାନେ ନିଶ୍ଚିତ ନିହତ ହେବେ।”

ମାଥିଉ ଲିଖିତ ସୁସମାଗ୍ଭର 27:51-66

51 ତା’ପରେ ମନ୍ଦିରର ପରଦା ଉପରୁ ତଳ ପର୍ଯ୍ୟନ୍ତ ଚିରିଯାଇ ଦୁଇଖଣ୍ଡ ହୋଇଗଲା। ଭୂମିକମ୍ପ ହେଲା, ଓ ପଥର ମାନ ଫାଟିଗଲା, 52 କବରଗୁଡ଼ିକ ଖୋଲିଗଲା, ଆଗରୁ ମରିଯାଇଥିବା ପରମେଶ୍ୱରଙ୍କର ଅନେକଗୁଡ଼ିଏ ଲୋକ ମୃତ୍ୟୁରୁ ପୁଣି ଉ‌‌‌ତ୍‌‌ଥାନ ହେଲେ। ସେମାନେ କବର ଭିତରୁ ବାହାରି ଆସିଲେ। 53 ଯୀଶୁଙ୍କ ମୃତ୍ୟୁରୁ ବଞ୍ଚି ଉଠିବା ପରେ ସେମାନେ ପବିତ୍ରନଗରକୁ ଯାଇ ଅନେକ ଲୋକଙ୍କୁ ଦେଖା ଦେଲେ।

54 ରୋମୀୟ ସେନାଧ୍ୟକ୍ଷ ଓ ଯୀଶୁଙ୍କୁ ଜଗି ରହିଥିବା ସୈନ୍ୟମାନେ ଭୂମିକମ୍ପ ଓ ଅନ୍ୟସବୁ ଘଟଣାମାନ ଘଟୁଥିବା ଦେଖିଲେ, ସେମାନେ ବହୁତ ଭୟ କଲେ ଓ ସେମାନେ କହିଲେ, “ସେ ପ୍ରକୃତରେ ପରମେଶ୍ୱରଙ୍କ ପୁତ୍ର ଥିଲେ।”

55 କିଛି ଦୂରରେ ଅନେକ ସ୍ତ୍ରୀଲୋକ ଏସବୁ ଦେଖୁଥିଲେ। ଏହି ସ୍ତ୍ରୀଲୋକମାନେ ଯୀଶୁଙ୍କ ଯତ୍ନ ନେବା ପାଇଁ ଗାଲିଲୀରୁ ତାହାଙ୍କ ସହିତ ଆସିଥିଲେ। 56 ସେମାନଙ୍କ ମଧ୍ୟରେ ମ‌ଗ୍‌‌ଦଲିନୀ ମରିୟମ, ଯାକୁବ ଓ ଯୋଷେଫଙ୍କ ମା ମରିୟମ ଓ ଜେବଦୀଙ୍କ ପୁତ୍ରମାନ(ଯାକୁବ ଓ ଯୋହନ)ଙ୍କ ମା ଥିଲେ।

ଯୀଶୁଙ୍କୁ କବର ଦିଆଗଲା(A)

57 ସନ୍ଧ୍ୟା ହେବା ବେଳକୁ ଯୋଷେଫ ନାମକ ହାରାମଥିୟାର ଜଣେ ଧନୀ ଲୋକ ଯିରୁଶାଲମରେ ଆସି ପହଞ୍ଚିଲେ। ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ। 58 ସେ ପୀଲାତଙ୍କ ପାଖକୁ ଗଲେ ଓ ଯୀଶୁଙ୍କ ଶରୀର ପାଇଁ ଅନୁରୋଧ କଲେ। ପୀଲାତ ସୈନ୍ୟମାନଙ୍କୁ ଆଜ୍ଞା ଦେଇ କହିଲେ ଶରୀରକୁ ତାହାଙ୍କୁ ଦେଇଦିଅ। 59 ଯୋଷେଫ ଶରୀରକୁ ନେଲେ ଓ ତାହାଙ୍କୁ ନୂଆ ରେଶମ ବସ୍ତ୍ର ଦ୍ୱାରା ଘୋଡ଼େଇ ଦେଲେ। 60 ଯୋଷେଫ ଯୀଶୁଙ୍କ ଶରୀରକୁ ତାହାଙ୍କ ନୂଆ କବର ମଧ୍ୟରେ ରଖିଲେ। ସେହି କବରକୁ ଯୋଷେଫ ପଥରର କାନ୍ଥ କାଟି ତିଆରି କରିଥିଲେ। ତା’ପରେ ସେ ଗୋଟିଏ ବହୁତ ବଡ଼ ପଥର ଗଡ଼େଇ ଆଣି ପ୍ରବେଶଦ୍ୱାରକୁ ବନ୍ଦ କରିଦେଲେ। ଏସବୁ କଲାପରେ ଯୋଷେଫ ଗ୍ଭଲିଗଲେ। 61 ମ‌ଗ୍‌‌ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ ସେଠାରେ କବର ଆଗରେ ବସି ରହିଥିଲେ।

ଯୀଶୁଙ୍କ କବର ପାଖରେ ପହରା

62 ସେହି ଦିନଟି ପ୍ରସ୍ତୁତି ଦିବସ ଥିଲା, ସେହି ଶୁକ୍ରବାରର ପରଦିନ ପ୍ରମୁଖ ଯାଜକ ଓ ଫାରୂଶୀମାନେ ପୀଲାତଙ୍କୁ ଭେଟିଲେ। 63 ସେମାନେ କହିଲେ, “ମହାଶୟ, ଆମ୍ଭର ମନେ ଅଛି ଯେ ସେହି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, ‘ତୃତୀୟ ଦିନ ପରେ ମୁଁ ମୃତ୍ୟୁରୁ ପୁଣି ପୁନ‌ରୁ‌‌ତ୍‌‌ଥିତ ହେବି।’ 64 ତେଣୁ ତୃତୀୟ ଦିନ ପର୍ଯ୍ୟନ୍ତ କବରକୁ ପହରା ଦେବା ପାଇଁ ଆପଣ ଆଦେଶ ଦିଅନ୍ତୁ। ତାହାଙ୍କର ଶିଷ୍ୟମାନେ ସେଠାକୁ ଆସି ତାହାଙ୍କ ମୃତଦେହକୁ ଗ୍ଭେରି କରି ନେବା ପାଇଁ ଚେଷ୍ଟା କରିବେ। ତା’ପରେ ସେମାନେ ଲୋକମାନଙ୍କୁ କହିବେ ଯେ ସେ ମୃତ୍ୟୁରୁ ଉଠିଛନ୍ତି। ତାହାହେଲେ ଏହି ଶେଷ ପ୍ରତାରଣା ଆଗ ପ୍ରତାରଣା ଅପେକ୍ଷା ଅଧିକ ଖରାପ ହେବ।”

65 ପୀଲାତ ସେମାନଙ୍କୁ କହିଲେ, “ତୁମ୍ଭେ ପହରା ପାଇଁ ସୈନ୍ୟ ନେଇ ଯାଇପାର। ତୁମ୍ଭେ ଯେଭଳି ଭଲ ଭାବୁଛ, ଯାଅ ଓ ସେହିପରି କବରସ୍ଥାନକୁ ପହରା ଦେଇ ନିରାପଦରେ ରଖ।” 66 ତା’ପରେ ସେମାନେ କବର ପାଖକୁ ଗଲେ ଓ ପ୍ରବେଶଦ୍ୱାରରେ ମୋହର ଲଗେଇଲେ। ସେଠାରେ ସୈନ୍ୟମାନଙ୍କୁ ପହରା ଦେବା ପାଇଁ ଆଦେଶ ଦେଇ ଗ୍ଭେରମାନଙ୍କ କବଳରୁ କବରକୁ ନିରାପଦ ରଖିବାର ବ୍ୟବସ୍ଥା କଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center