Old/New Testament
ଅଜ୍ଞାତ ପାପ ପାଇଁ ନୈବେଦ୍ୟ
4 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଇସ୍ରାଏଲ ଲୋକମାନଙ୍କୁ କୁହ, ଯଦି କେହି ଅଜଣାତରେ ଗୋଟିଏ ପାପ କରେ ଏବଂ ତାହା କରେ, ଯାହା ସଦାପ୍ରଭୁଙ୍କ ଆଜ୍ଞାରେ ମନା କରାଯାଇଅଛି।
3 “ଯଦି ଅଭିଷିକ୍ତ ଯାଜକ ପାପ କରେ ଏବଂ ଦେଶ ପାଇଁ ଦୋଷ ଆଣେ, ତେବେ ସେ ଗୋଟିଏ ନିଖୁଣ ବାଛୁରି ବଳିଦାନ କରିବ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍। 4 ପୁଣି ସେ ଅଭିଷିକ୍ତ ଯାଜକ ଆପଣା ବଳିକୁ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ତା’ର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ବଧ କରିବ। 5 ଆଉ ସେହି ଅଭିଷିକ୍ତ ଯାଜକ ସେହି ବଳିର ରକ୍ତରୁ କିଛି ସମାଗମ-ତମ୍ବୁ ମଧ୍ୟକୁ ଆଣିବ। 6 ତା’ପରେ ସେ ଯାଜକ ସେହି ରକ୍ତରେ ନିଜର ଆଙ୍ଗୁଠି ବୁଡ଼ାଇ ସଦାପ୍ରଭୁଙ୍କ ଛାମୁରେ ମହାପବିତ୍ର ସ୍ଥାନର ବିଚ୍ଛେଦ ବସ୍ତ୍ର ଆଗରେ ସାତଥର ଛିଞ୍ଚିବ। 7 ଯାଜକ ସଦାପ୍ରଭୁଙ୍କ ଆଗରେ କିଛି ରକ୍ତ ନେଇ ସମାଗମ-ତମ୍ବୁର ସୁଗନ୍ଧି ଧୂପବେଦିର ପାର୍ଶ୍ୱରେ ରଖିବା ଉଚିତ୍ ହେବ। ତା’ପରେ ସେ ଉତ୍ସର୍ଗୀକୃତ ଗୋବତ୍ସର ସମସ୍ତ ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାରସ୍ଥିତ ଯଜ୍ଞବେଦି ମୂଳରେ ଢାଳିବ। 8 ସେ ପାପ ପାଇଁ ଉତ୍ସର୍ଗୀକୃତ ଷଣ୍ଢର ସମସ୍ତ ମେଦ, ଯାହାକି ଅନ୍ତ ବୁଜୁଳାର ଉପରିସ୍ଥ ଏବଂ ପାର୍ଶ୍ୱବର୍ତ୍ତୀ ମେଦ ହେବା ଉଚିତ୍। 9 ସେ ଦୁଇଟି ଗୁରୁଦା, ମେଦର ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ଗୁରୁଦାର ଏବଂ ଯକୃତର ମେଦ ଏବଂ ନିମ୍ନଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରିନେବା ଉଚିତ୍। 10 ସମାଗମ ନୈବେଦ୍ୟର ଗୋରୁ ହୋଇଥିଲେ ଯେପରି ଉତ୍ସର୍ଗ କରାଯାଏ ସେ ସେହିପରି କରିବ। ପୁଣି ଯାଜକ ହୋମବଳିର ବେଦି ଉପରେ ତାହା ଦଗ୍ଧ କରିବ। 11-12 ସେହି ଚର୍ମ, ମେଦ, ମସ୍ତକ, ପଦ, ଅନ୍ତ, ଗୋବର ଓ ଷଣ୍ଢର ସମସ୍ତ ଅଂଶ ଛାଉଣି ବାହାରକୁ ନିଆଯିବା ଉଚିତ୍ ଓ ଧର୍ମକାର୍ଯ୍ୟର ପଦ୍ଧତି ପାଇଁ ଏ ସ୍ଥାନକୁ କାଠ ରଖି ଅଗ୍ନି ଦ୍ୱାରା ଦଗ୍ଧ କରିବ।
13 “ପୁଣି ଇସ୍ରାଏଲର ସମସ୍ତ ଜାତି ଯଦି ଅଗୋଚରରେ ପାପ କରନ୍ତି ଓ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦେଇଛନ୍ତି, ତାହା ଯେବେ ସେମାନେ କରନ୍ତି ତେବେ ସେମାନେ ଦୋଷୀ ହେବେ। 14 ଯଦି ସେମାନେ ସେମାନଙ୍କ କୃତ ପାପ ଜାଣିବେ, ତେବେ ସେମାନେ ପାପାର୍ଥକ ବଳିରୂପେ ଏକ ଗୋବତ୍ସ ଉତ୍ସର୍ଗ କରିବେ ଓ ସମାଗମ-ତମ୍ବୁ ନିକଟକୁ ତାକୁ ଆଣିବେ। 15 ତା’ପରେ ମଣ୍ଡଳୀର ପ୍ରାଚୀନବର୍ଗ ସେହି ଗୋବତ୍ସର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବେ। 16 ତତ୍ପରେ ଅଭିଷିକ୍ତ ଯାଜକ ସେହି ଗୋବତ୍ସର କିଛି ରକ୍ତ ଧରି ସମାଗମ-ତମ୍ବୁ ମଧ୍ୟକୁ ଆଣିବ। 17 ପୁଣି ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ବୁଡ଼ାଇ ସଦାପ୍ରଭୁଙ୍କ ସମ୍ମୁଖରେ ବିଚ୍ଛେଦ ବସ୍ତ୍ର ଆଗରେ ସାତଥର ଛିଞ୍ଚିବ। 18 ଆଉ ଯାଜକ ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ଯଜ୍ଞବେଦି ଶୃଙ୍ଗ ଉପରେ ଦେବ। ଅବଶିଷ୍ଟ ସମସ୍ତ ରକ୍ତ ସମାଗମ-ତମ୍ବୁର ଦ୍ୱାର ସମୀପକୁ ହୋମବେଦି ମୂଳରେ ଢାଳିବ। 19 ତା’ପରେ ଯାଜକ ବଳିର ସମସ୍ତ ମେଦ ନେଇ ଯଜ୍ଞବେଦି ଉପରେ ଦଗ୍ଧ କରିବା ଉଚିତ୍। 20 ପୁଣି ସେହି ପାପାର୍ଥକ ନୈବେଦ୍ୟର ଗୋବତ୍ସକୁ ଯେପରି କଲ, ଏହାକୁ ସେହିପରି କରିବ। ଏହିପରି ଯାଜକ ସେମାନଙ୍କ ପାଇଁ ପ୍ରାୟଶ୍ଚିତ କରିବ। ତା’ହେଲେ ଇସ୍ରାଏଲ ଲୋକ କ୍ଷମାପ୍ରାପ୍ତ ହେବେ। 21 ତା’ପରେ ସେ ଗୋବତ୍ସକୁ ଛାଉଣି ବାହାରକୁ ନେଇ ପୂର୍ବ ଗୋବତ୍ସ ପରି ତାକୁ ଦଗ୍ଧ କରିବା ଉଚିତ୍। ଏହା ସମଗ୍ର ଇସ୍ରାଏଲର ଲୋକମାନଙ୍କ ପାଇଁ ପାପାର୍ଥକ ନୈବେଦ୍ୟ।
22 “ଯଦି ଜଣେ ଶାସକ ଭୁଲ୍ ବଶତ ପାପ କରେ ଓ ସଦାପ୍ରଭୁଙ୍କର ଆଜ୍ଞାକୁ ବିରୁଦ୍ଧ କଲାପରି କୌଣସି କାର୍ଯ୍ୟ କରେ, ତେବେ ସେ ମଧ୍ୟ ଦୋଷୀ ବୋଲି ବିବେଚିତ ହେବ। 23 ଯଦି ସେ ଶାସକ ଆପଣା କୃତ ପାପ ଜ୍ଞାତ ହୁଏ ତେବେ ସେ ଏକ ନିଖୁଣ ପୁଂ ଛାଗ ଉତ୍ସର୍ଗ କରିବ। 24 ସେହି ଶାସକ ଛାଗ ମସ୍ତକରେ ହାତ ରଖି ହୋମବଳି ବଧ କରିବା ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ, ତାହା ହେବ ପାପାର୍ଥକ ନୈବେଦ୍ୟ। 25 ତା’ପରେ ଯାଜକ ଆପଣା ଅଙ୍ଗୁଳିରେ ସେହି ପାପାର୍ଥକ ନୈବେଦ୍ୟର ରକ୍ତରୁ କିଛି ନେଇ ହୋମବେଦିର ଶିଙ୍ଗ ଉପରେ ଦେବ ଓ ତାହାର ଅବଶିଷ୍ଟ ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ। 26 ତା’ପରେ ସେହି ଯାଜକ ଉତ୍ସର୍ଗୀକୃତ ପଶୁର ସମସ୍ତ ମେଦ ନେବ ଏବଂ ଯଜ୍ଞବେଦି ଉପରେ ଦଗ୍ଧ କରିବ, ଯେଉଁ ଉପାୟରେ ସେ ମଙ୍ଗଳାର୍ଥକ ନୈବେଦ୍ୟରୁ ମେଦ ସହିତ କରିଥିଲା। ଏହି ପ୍ରକାରେ ଯାଜକ ସେ ଶାସକର ପାପ ପାଇଁ ପ୍ରାୟଶ୍ଚିତ କରିବ ଓ ତା’ଦ୍ୱାରା ସେ ଶାସକ ପ୍ରଭୁଙ୍କ ଦ୍ୱାରା କ୍ଷମା ପ୍ରାପ୍ତ ହେବ।
27 “ଆଉ ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା ଦେଇଛନ୍ତି, ଯଦି ସାଧାରଣ ଲୋକଙ୍କ ମଧ୍ୟରୁ କେହି ଜଣେ ତାହା କରେ ଓ ଭ୍ରାନ୍ତିରେ ପାପ କରେ ତେବେ ସେ ଦୋଷୀ ହୁଏ। 28 ଯଦି ସେହି ଲୋକ ତା’ର ପାପ ବିଷୟରେ ଜ୍ଞାତ ହୁଏ, ତେବେ ସେ ତା’ର କୃତ ପାପ ନିମନ୍ତେ ଏକ ନିଖୁଣ ଛାଗୀ ଉତ୍ସର୍ଗ କରିବ। 29 ପୁଣି ସେ ସେହି ପାପାର୍ଥକ ନୈବେଦ୍ୟର ମସ୍ତକରେ ହସ୍ତ ରଖି ହୋମବଳି ବଧ କରିବା ସ୍ଥାନରେ ତାକୁ ବଧ କରିବ। 30 ତା’ପରେ ସେ ଯାଜକ ଅଙ୍ଗୁଳିରେ ତା’ର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ, ଆଉ ତା’ର ସମସ୍ତ ରକ୍ତ ଯଜ୍ଞବେଦି ମୂଳରେ ଢାଳିବ। 31 ପୁଣି ସହଭାଗିତାର ନୈବେଦ୍ୟରୁ ନେଇଥିବା ମେଦତୁଲ୍ୟ ତାହାର ସମସ୍ତ ମେଦ ନେବ, ଆଉ ସେହି ଯାଜକ ସୁବାସିତ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ଉପରେ ତାକୁ ଦଗ୍ଧ କରିବ। ଏହିରୂପେ ଯାଜକ ପାପୀମାନଙ୍କୁ ପ୍ରାୟଶ୍ଚିତ କରାଇବ ଓ ସେଥିରେ ସେ ପରମେଶ୍ୱରଙ୍କ ଦ୍ୱାରା କ୍ଷମା ପ୍ରାପ୍ତ ହେବ।
32 “ଯଦି ସେ ପାପାର୍ଥକ ନୈବେଦ୍ୟ ନିମନ୍ତେ ମେଷଶାବକ ଆଣେ ତେବେ ନିଶ୍ଚିତ ଏକ ନିଖୁଣ ମେଷଶାବକ ଆଣିବ। 33 ପୁଣି ସେହି ପାପାର୍ଥକ ନୈବେଦ୍ୟର ମସ୍ତକରେ ହସ୍ତରଖି ହୋମବଳି ବଧ କରିବା ସ୍ଥାନରେ ତାକୁ ବଧ କରିବ। 34 ତା’ପରେ ସେ ଯାଜକ ସେହି ପାପାର୍ଥକ ନୈବେଦ୍ୟର ରକ୍ତରୁ କିଛି ଅଙ୍ଗୁଳିରେ ନେଇ ହୋମବେଦିର ଶିଙ୍ଗ ଉପରେ ଦେବ ଓ ସମସ୍ତ ରକ୍ତ ଯଜ୍ଞବେଦି ମୂଳରେ ଢାଳିବ। 35 ସେ ଉତ୍ସର୍ଗ କରାଯାଇଥିବା ପଶୁଠାରୁ ସମସ୍ତ ମେଦ କାଢ଼ି ନେବ। ଯେପରି ସେ ସହଭାଗିତାର ନୈବେଦ୍ୟକୁ କରିଥିଲା ଏବଂ ସଦାପ୍ରଭୁଙ୍କୁ ଉପହାର ଦେବାକୁ ଯାଜକ ଏହାକୁ ଯଜ୍ଞବେଦିରେ ଦଗ୍ଧ କରିବ। ଏହି ପ୍ରକାରେ ଯାଜକ ନିଜ ପାପ ପାଇଁ ତା’ର ତରଫରୁ ପ୍ରାୟଶ୍ଚିତ କରିବ ଏବଂ ତାକୁ କ୍ଷମା ଦିଆଯିବ।
ଭିନ୍ନ ଭିନ୍ନ ଅଜାଣତ ପାପ
5 “ଯଦି କୌଣସି ବ୍ୟକ୍ତି ଯାହା ଦେଖିଅଛି, ଶୁଣିଅଛି ବା ଜାଣିଅଛି ସାକ୍ଷୀରୂପେ ତାହା ପ୍ରକାଶ କରିବା କଥା, ମାତ୍ର ତାହା ଯଦି ସେ ପ୍ରକାଶ ନ କରେ ତେବେ ସେ ପାପ କରେ ଓ ଅପରାଧୀ ହୁଏ।
2 “କିମ୍ବା ଯଦି କୌଣସି ବ୍ୟକ୍ତି କିଛି ଅଶୁଚି ଦ୍ରବ୍ୟ ସ୍ପର୍ଶ କରେ ଅର୍ଥାତ୍ ଅଶୁଚି ପଶୁର ଶବ, କି ଅଶୁଚି ଗୋମେଷାଦି ଶବ କି ଅଶୁଚି ଉରୋଗାମୀ ପ୍ରାଣୀର ଶବ ସ୍ପର୍ଶ କରେ ଓ ଯଦି ସେ ଏହା ଅଜାଣତରେ କରିଥାଏ ତଥାପି ସେ ଅପରାଧୀ ହେବ।
3 “ଆହୁରି ଅନେକ ଜିନିଷ ଅଛି ଯାହାକି ମନୁଷ୍ୟକୁ ଅଶୁଚି କରେ। ଯଦି କେହି ଜାଣିଥାଏ ଯାହାକୁ ସ୍ପର୍ଶ କଲେ ଅଶୁଚି ହୁଏ ଏବଂ ସେ ତାହା ଅଜ୍ଞାତରେ କରିଥାଏ, ତେବେ ସେ ଯେତେବେଳେ ଜାଣେ ସେ ଦୋଷୀ ହେବ।
4 “କିମ୍ବା କେହି ଯଦି ମନ୍ଦ କରିବାକୁ କି ଭଲ କରିବାକୁ ବାଗ୍ଭଳତା ପୂର୍ବକ ଶପଥ କରେ ଏବଂ ସେ ଶପଥ ବିଷୟରେ ଭୂଲିଯାଏ, ସେ ଦୋଷୀ ବୋଲି ବିବେଚିତ ହେବ, ଯେତେବେଳେ ସେ ମନେ ପକାଇବ କାରଣ ସେ ତା’ର ଶପଥ ରକ୍ଷା କରି ପାରିଲା ନାହିଁ। 5 ତେଣୁ ଯଦି କେହି ଏହି ବିଷୟଗୁଡ଼ିକ ମଧ୍ୟରୁ କୌଣସି ଗୋଟିକରେ ଦୋଷୀ ହୁଏ, ତେବେ ସେ ନିଜର ସେ ପାପକର୍ମ ସ୍ୱୀକାର କରିବ। 6 ତହୁଁ ସେ ତା’ର କୃତ ପାପର ପ୍ରାୟଶ୍ଚିତ ପାଇଁ ପାପାର୍ଥକ ବଳିଦାନ ରୂପେ ପଲରୁ ଗୋଟିଏ ମାଈ ମେଣ୍ଢାଛୁଆ କିମ୍ବା ମାଈ ଛେଳିଛୁଆ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ତା’ପରେ ଯାଜକ ତା’ର କୃତ ପାପର ପ୍ରାୟଶ୍ଚିତ କରାଇବ।
7 “ଯଦି ସେ ମେଷ ଶାବକ ଦେବାକୁ ଅକ୍ଷମ ତେବେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆପଣା କୃତ ଦୋଷାର୍ଥକ ବଳିଦାନ ରୂପେ ଆଣିବ। ତହିଁରୁ ଗୋଟିଏ ପାପ ନିମନ୍ତେ ଓ ଅନ୍ୟଟି ହୋମବଳି ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। 8 ପୁଣି ସେ ସେଗୁଡ଼ିକୁ ଯାଜକ ନିକଟକୁ ଆଣିବ। ଯାଜକ ପ୍ରଥମେ ପାପାର୍ଥକ ନୈବେଦ୍ୟ ଉତ୍ସର୍ଗ କରି, ତା’ର ବେକରୁ ମୁଣ୍ଡ ମୋଡ଼ିବ ମାତ୍ର ତାକୁ ଦୁଇଭାଗ କରିବ ନାହିଁ। 9 ତା’ପରେ ସେ ଏହି ରକ୍ତରୁ କିଛି ନେଇ ଯଜ୍ଞବେଦି ପାଖରେ ଛିଞ୍ଚିବ, ପୁଣି ଅବଶିଷ୍ଟ ରକ୍ତ ସବୁ ନେଇ ଯଜ୍ଞବେଦି ମୂଳରେ ଢାଳିବ। ଏହା ପାପରୁ ମୁକ୍ତ ହେବା ପାଇଁ ଏକ ନୈବେଦ୍ୟ ବୋଲି ବିବେଚନା କରାଯିବ। 10 ତା’ପରେ ଯାଜକ ବିଧି ଅନୁସାରେ ଦ୍ୱିତୀୟ ପକ୍ଷୀକୁ ହୋମବଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ତା’ର କୃତ ପାପ ନିମନ୍ତେ ଯାଜକ ଦ୍ୱାରା ପ୍ରାୟଶ୍ଚିତ ପ୍ରାପ୍ତ ହେବ ଏବଂ ପରମେଶ୍ୱର ତାକୁ କ୍ଷମା କରିବେ।
11 “ଯଦି ସେ ଦୁଇଟି କପୋତ ଛୁଆ କିମ୍ବା ଦୁଇଟି ପାରା ଛୁଆ ଆଣିବାକୁ ଅସମର୍ଥ ହୁଏ ତେବେ ସେ ପାପାର୍ଥକ ନୈବେଦ୍ୟ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବା ଉଚିତ୍, ସେଥିରେ ତୈଳ ଦେବା ଉଚିତ୍ ନୁହେଁ କି ସୁଗନ୍ଧି ଦେବା ଉଚିତ୍ ନୁହଁ କାରଣ ତାହା ପାପାର୍ଥକ ନୈବେଦ୍ୟ । 12 ସେ ଯାଜକ ନିକଟକୁ ତାହା ଆଣିବ ଓ ଯାଜକ ସେଥିରୁ ସ୍ମରଣାର୍ଥକ ନୈବେଦ୍ୟ ରୂପେ ମୁଠାଏ ନେଇ ଯଜ୍ଞବେଦିରେ ସଦାପ୍ରଭୁଙ୍କ ଅଗ୍ନିକୃତ ନୈବେଦ୍ୟ ଉପରେ ଦଗ୍ଧ କରିବ। ପାପରୁ ମୁକ୍ତ ହେବା ପାଇଁ ଏହା ପାପାର୍ଥକ ବଳି। 13 ଏହିରୂପେ ଯାଜକ ନିଜକୁ ପ୍ରାୟଶ୍ଚିତ କରିବ, ଏହି ପାପଗୁଡ଼ିକର କୌଣସି ବିଷୟ ପାଇଁ ସେ କରିଛି ଏବଂ ସଦାପ୍ରଭୁ ତାଙ୍କୁ କ୍ଷମା ଦେବେ। ଅବଶିଷ୍ଟ ନୈବେଦ୍ୟ ଶସ୍ୟ ନୈବେଦ୍ୟ ପରି ଯାଜକର ହେବ।”
14 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 15 “କେହି ଯଦି ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ବିଷୟରେ ଅଜାଣତରେ ପାପ କରେ, ସେ ତା’ର ପଲରୁ ଦୋଷାର୍ଥକ ବଳିରୂପେ କୌଣସି କ୍ଷତ ନ ଥିବା ଏକ ମେଷଛୁଆ ଆଣି ସଦାପ୍ରଭୁଙ୍କୁ ତା’ର ପାଇଁ କ୍ଷତି ପୂରଣ ଦେବା ଉଚିତ୍। ସେହି ମେଷ ଛୂଆର ମୂଲ୍ୟ କାର୍ଯ୍ୟାଳୟ ମାପ ଅନୁଯାୟୀ ନିରୂପିତ ହେବା ଉଚିତ୍। 16 ପୁଣି ପବିତ୍ର ବସ୍ତୁ ବିଷୟରେ ସେ ଯେଉଁ ପାପ କରିଅଛି ତାହା ପରିଶୋଧ କରିବ। ଏହା ବ୍ୟତୀତ ଏକ ପଞ୍ଚମାଂଶ ଯାଜକକୁ ଦେବ, ତହୁଁ ଯାଜକ ଦୋଷାର୍ଥକ ନୈବେଦ୍ୟ ଦ୍ୱାରା ତା’ ପାଇଁ ପ୍ରାୟଶ୍ଚିତ କରିବ, ତହିଁରେ ସେ କ୍ଷମା ପ୍ରାପ୍ତ ହେବ।
17 “ଯଦି ସଦାପ୍ରଭୁ ଯାହା ନ କରିବାକୁ କହିଥା’ନ୍ତି ଓ କୌଣସି ପ୍ରାଣୀ ସେଥିମଧ୍ୟରୁ କୌଣସି କର୍ମ କରି ପାପ କରେ। ଯଦ୍ୟପି ସେ ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ। ପୁଣି ସେ ତା’ର ଅପରାଧ ବହନ କରିବ। 18 ସେହି ବ୍ୟକ୍ତି ଅପରାଧର ମାତ୍ରା ଅନୁସାରେ ଏକ ନିଖୁଣ ମେଷ ଦୋଷାର୍ଥକ ନୈବେଦ୍ୟ ରୂପେ ଯାଜକ ନିକଟକୁ ଆଣିବ। ପୁଣି ଯେଉଁ ପାପ ସେ ଅଜ୍ଞାତରେ କରିଛି ସେଥିପାଇଁ ଯାଜକ ପ୍ରାୟଶ୍ଚିତ କରିବ। ତହିଁରେ ସେ କ୍ଷମାପ୍ରାପ୍ତ ହେବ। 19 ଏପରିକି ଯେଉଁ ପ୍ରାଣୀ ପାପ କରିଛି ଓ ସେ ଜାଣି ନାହିଁ ତଥାପି ସେ ଦୋଷୀ, ତେଣୁ ସେ ସଦାପ୍ରଭୁଙ୍କ ଛାମୁରେ ଦୋଷାର୍ଥକ ନୈବେଦ୍ୟ ଉତ୍ସର୍ଗ କରିବ।”
29 “ସେହି ଦିନଗୁଡ଼ିକର ବିପଦ ପଡ଼ିବା ପରେ ପରେ ଏହି ଘଟଣାମାନ ଘଟିବ:
‘ସୂର୍ଯ୍ୟ ଅନ୍ଧକାରମୟ ହେବ,
ଚନ୍ଦ୍ର ଆଲୋକ ଦେବ ନାହିଁ।
ତାରାମାନେ ଆକାଶରୁ ଖସି ପଡ଼ିବେ,
ଆକାଶର ସମସ୍ତ ଶକ୍ତିଗୁଡ଼ିକ ପରିବର୍ତ୍ତିତ ହୋଇଯିବେ।’ (A)
30 “ସେତିକିବେଳେ ମନୁଷ୍ୟପୁତ୍ରଙ୍କ ଆସିବା ସଙ୍କେତ ଆକାଶରେ ଦେଖାଦେବ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକାଶରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ୟପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ। 31 ନିଜର ସ୍ୱର୍ଗଦୂତମାନଙ୍କୁ ପୃଥିବୀରେ ସର୍ବତ୍ର ପଠାଇବା ପାଇଁ ମନୁଷ୍ୟପୁତ୍ର ମହା ତୂରୀ ଧ୍ୱନି ସହିତ ଆସିବେ। ସେହି ସ୍ୱର୍ଗଦୂତମାନେ ମର୍ତ୍ତ୍ୟର ଗୋଟିଏ ଭାଗରୁ ଆଉ ଗୋଟିଏ ଭାଗ ପର୍ଯ୍ୟନ୍ତ ବୁଲି, ଗ୍ଭରିଆଡ଼ୁ ତାହାଙ୍କର ମନୋନୀତ ଲୋକଙ୍କୁ ଏକାଠି କରିବେ।
32 “ଡିମିରିଗଛରୁ ଗୋଟିଏ ଶିକ୍ଷା ଲାଭ କର। ଯେତେବେଳେ ଡିମିରିଗଛର ଡାଳଗୁଡ଼ିକ ଶାଗୁଆ ଓ ନରମ ହୁଏ, ସେତେବେଳେ ତୁମ୍ଭେ ଜାଣ ଯେ, ଖରାଦିନ ଶୀଘ୍ର ଆସିଯିବ। 33 ଠିକ୍ ସେହିଭଳି ମୁଁ କହିଥିବା କଥାଗୁଡ଼ିକ ଯେତେବେଳେ ଘଟିବାର ତୁମ୍ଭେ ଦେଖିବ, ତୁମ୍ଭେ ଜାଣିବ ଯେ ଖ୍ରୀଷ୍ଟଙ୍କ ଆସିବା ସମୟ ନିକଟ ହେଲାଣି। 34 ମୁଁ ତୁମ୍ଭକୁ ସତ୍ୟ କହୁଛି। ବର୍ତ୍ତମାନର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ। 35 ପୃଥିବୀ ଓ ଆକାଶ ନଷ୍ଟ ହୋଇଯିବ, କିନ୍ତୁ ମୋର ବାକ୍ୟ କେବେ ଅନ୍ୟଥା ହେବ ନାହିଁ।
କେବଳ ପରମେଶ୍ୱର ଉଚିତ୍ ସମୟ ଜାଣନ୍ତି(B)
36 “ସେହି ଦିନ ବା ସେହି ସମୟ କେବେ ଆସିବ, କେହି ଜାଣନ୍ତି ନାହିଁ। ଏପରିକି ସ୍ୱର୍ଗର ଦୂତମାନେ ଜାଣନ୍ତି ନାହିଁ। ଏପରିକି ପୁତ୍ର ଜାଣନ୍ତି ନାହିଁ, କେବଳ ପରମପିତା ଏହା ଜାଣନ୍ତି।
37 “ନୋହଙ୍କ ସମୟରେ ଯେଭଳି ଘଟିଥିଲା, ମନୁଷ୍ୟପୁତ୍ରଙ୍କ ଆସିବା ସମୟରେ ସେହିପରି ଘଟିବ। 38 ସେତେବେଳେ ବନ୍ୟା ଆସିବା ପୂର୍ବରୁ ଲୋକମାନେ ଭୋଜନପାନ କରୁଥିଲେ, ଲୋକେ ବିବାହ କରୁଥିଲେ ଏବଂ ପିଲାମାନଙ୍କୁ ବିବାହ ଦେଉଥିଲେ। ନୋହଙ୍କର ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଏସବୁ କରୁଥିଲେ। 39 ଯାହାସବୁ ସେତେବେଳେ ଘଟି ଯାଉଥିଲା, ଲୋକେ ତାହା ଜାଣିପାରୁ ନ ଥିଲେ। ସେତିକିବେଳେ ବନ୍ୟା ମାଡ଼ିଆସିଲା। ସବୁ ଲୋକ ନଷ୍ଟ ହୋଇଗଲେ।
“ମନୁଷ୍ୟପୁତ୍ର ଆସିବା ସମୟରେ ଠିକ୍ ସେହିପରି ହେବ। 40 ଦୁଇଜଣ ଲୋକ ଏକାଠି କାମ କରୁଥିବେ, ସେମାନଙ୍କ ମଧ୍ୟରୁ ଜଣକୁ ସେଠାରେ ଛାଡ଼ି ଆର ଜଣକୁ ନିଆଯିବ। 41 ଦୁଇଜଣ ସ୍ତ୍ରୀଲୋକ ମିଶି ଚକିରେ ଶସ୍ୟ ପେଷୁଥିବେ, ସେମାନଙ୍କ ମଧ୍ୟରୁ ଜଣକୁ ସେଠାରେ ପରିତ୍ୟାଗ କରି ଆରଜଣକୁ ନିଆଯିବ।
42 “ତେଣୁ ସଦାବେଳେ ପ୍ରସ୍ତୁତ ରୁହ। ତୁମ୍ଭର ପ୍ରଭୁ କେଉଁଦିନ ଆସିବେ ତାହା ତୁମ୍ଭେ ଜାଣ ନାହିଁ। 43 ମନେରଖ, ଯଦି ଘରମାଲିକ ଜାଣିଥା’ନ୍ତା ଯେ ଗ୍ଭେର କେତେବେଳେ ଆସିବ, ତେବେ ସେ ସତର୍କ ରହନ୍ତେ ଓ ଗ୍ଭେରକୁ ଘରେ ପଶିବାକୁ ଦିଅନ୍ତେ ନାହିଁ। 44 ଠିକ୍ ସେହିଭଳି ତୁମ୍ଭେ ଜାଗ୍ରତ ରୁହ। କାରଣ ତୁମ୍ଭେ ଯେତେବେଳେ ଆଶା କରୁ ନ ଥିବ, ଠିକ୍ ସେତେକି ବେଳେ ମନୁଷ୍ୟପୁତ୍ର ଆସିଯିବେ।
ଉତ୍ତମ ଓ ମନ୍ଦ ସେବକ(C)
45 “କିଏ ବିଶ୍ୱାସ ଯୋଗ୍ୟ ଓ ବିଜ୍ଞ ଗ୍ଭକର? ଯିଏ ଅନ୍ୟ ଗ୍ଭକରମାନଙ୍କୁ ଠିକ୍ ସମୟରେ ସେମାନଙ୍କର ଖାଦ୍ୟ ଦେବ, ମାଲିକ ସେହିଭଳି ଗ୍ଭକରକୁ ବିଶ୍ୱାସ କରିଥା’ନ୍ତି। କିଏ ସେ ଗ୍ଭକର, ସେହି କାମ କରିବା ପାଇଁ, ସେ କେଉଁ ଗ୍ଭକରକୁ ବିଶ୍ୱାସ କରିବେ? 46 ଯେତେବେଳେ ମାଲିକ ଫେରି ଆସି ଦେଖିବେ ଯେ ସେ ଗ୍ଭକରଟିକୁ ଯେଉଁ କାମ ଦେଇଥିଲେ, ସେ ସେହି କାମ ଠିକ୍ ଭାବରେ କରୁଛି, ସେତେବେଳେ ସେ ଗ୍ଭକରଟି ଉପରେ ବହୁତ ଖୁସୀ ହେବ। 47 ମୁଁ ତୁମ୍ଭକୁ ସତ୍ୟ କହୁଛି, ମାଲିକ ତାହାଙ୍କ ନିଜର ସମସ୍ତ ସମ୍ପତ୍ତିର ଦାୟିତ୍ୱ ଦେବା ପାଇଁ ସେହି ଗ୍ଭକରଟିକୁ ବାଛିବେ।
48 “ଅନ୍ୟ ପକ୍ଷରେ ଗ୍ଭକରଟି ଯଦି ମନ୍ଦ ଲୋକ ହୋଇଥିବ, ଏବଂ ସେ ମନେ ମନେ ଭାବିବ ଯେ ମାଲିକ ଏତେ ଶୀଘ୍ର ଆସିବେ ନାହିଁ। 49 ତେବେ ସେ ଅନ୍ୟ ଗ୍ଭକରମାନଙ୍କୁ ପିଟିବା ଆରମ୍ଭ କରିଦେବ। ସେ ଖାଇ ଓ ଅନ୍ୟ ଲୋକମାନଙ୍କ ସହିତ ମଦ୍ୟପାନ କରି ରହିବ। 50 ଗ୍ଭକରଟି ଆଶା କରି ନ ଥିବା ଦିନ ଓ ତାକୁ ଜଣା ନ ଥିବା ସମୟରେ ସେ ମାଲିକ ଆସି ପହଞ୍ଚିବେ। 51 ମାଲିକ ତାକୁ କଠିନ ଶାସ୍ତି ଦେବେ। ସେ ତାକୁ କପଟୀଲୋକଙ୍କ ସହିତ ଯେଉଁଠାରେ ଲୋକମାନେ କାନ୍ଦନ୍ତି ଓ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରନ୍ତି ସେହି ସ୍ଥାନକୁ ପଠାଇଦେବେ।
2010 by World Bible Translation Center