ଲୂକ ଲିଖିତ ସୁସମାଗ୍ଭର 12:41-48
Odia Holy Bible: Easy-to-Read Version
ବିଶ୍ୱସ୍ତ ସେବକ କିଏ
(ମାଥିଉ 24:45-51)
41 ପିତର ପଗ୍ଭରିଲେ, “ପ୍ରଭୁ! ଏହି ଦୃଷ୍ଟାନ୍ତ ଆପଣ ଆମ୍ଭ ପାଇଁ କହୁଛନ୍ତି ନା ସମସ୍ତଙ୍କ ପାଇଁ?”
42 ଏହା ଶୁଣି ଯୀଶୁ କହିଲେ, “ବିଶ୍ୱାସୀ ଓ ବୁଦ୍ଧିମାନ ସେବକ କିଏ? ମାଲିକ ଅନ୍ୟ ସେବକମାନଙ୍କୁ ସେମାନଙ୍କର ଖାଦ୍ୟ ଠିକ୍ ସମୟରେ ଦେବା ପାଇଁ ଜଣେ ଗ୍ଭକରକୁ ଦାୟିତ୍ୱ ଦେଇଥା’ନ୍ତି, ଯାହାକୁ ଏ କାମ କରିବା ପାଇଁ ମାଲିକ ବିଶ୍ୱାସ କରିବେ ସେ ସେବକ କିଏ? 43 ମାଲିକ ଯେବେ ଆସିଲେ ମଧ୍ୟ ଯେଉଁ ସେବକକୁ ସବୁବେଳେ କାମ ତୁଲାଉଥିବାର ଦେଖିବେ, ସେହି ସେବକ ବହୁତ ଖୁସୀ ହେବ। 44 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ମାଲିକ ତାକୁ ତାହାଙ୍କ ସମସ୍ତ ସମ୍ପତ୍ତିର ଦାୟିତ୍ୱରେ ରହିବା ପାଇଁ ବାଛିବେ।
45 “କିନ୍ତୁ ଯଦି ସେବକଟି ଦୁଷ୍ଟ ହୋଇଥିବ ଓ ମନେ ମନେ କହିବ, ମୋ’ ମାଲିକ ତୁରନ୍ତ ଆସିବେ ନାହିଁ, ତେବେ କ’ଣ ଘଟିବ? ସେ ଅନ୍ୟ ପୁରୁଷ ଓ ମହିଳା ସେବକମାନଙ୍କୁ ମାରପିଟ୍ କରିବା ଆରମ୍ଭ କରିଦେବ ଓ ନିଜେ ଖିଆପିଆରେ ବୁଡ଼ି ରହିବ ଓ ମଦ ପିଇ ମାତାଲ ହେବ। 46 ତା'ପରେ ସେହି ସେବକଟିର ମାଲିକ କୌଣସି ଦିନ ଆସି ପହଞ୍ଚି ଯିବେ। ସେତେବେଳେ ସେବକଟି ପ୍ରସ୍ତୁତ ନ ଥିବ। ମାଲିକ ଆସି ଏପରି ହଠାତ୍ ପହଞ୍ଚି ଯିବେ ବୋଲି ସେବକଟି ଭାବି ମଧ୍ୟ ପାରି ନ ଥିବ। ତା'ପରେ ମାଲିକ ସେବକଟିକୁ କଠିନ ଦଣ୍ଡ ଦେବେ ଓ ଅନ୍ୟ ଅବାଧ୍ୟ ଲୋକଙ୍କ ପାଖକୁ ତଡ଼ି ଦେବେ।
47 “ଯେଉଁ ସେବକ ଆଗରୁ ଜାଣିଥାଏ ଯେ, ମାଲିକଙ୍କ ଇଚ୍ଛା କ’ଣ କିନ୍ତୁ ସେଥିପାଇଁ ଆଦୌ ତତ୍ପର ହୁଏ ନାହିଁ, କିମ୍ବା ମାଲିକଙ୍କ ଇଚ୍ଛା ଅନୁସାରେ କାମ କରେନି, ସେହିଭଳି ସେବକକୁ ଭୀଷଣ ଦଣ୍ଡ ଦିଆଯିବ। 48 କିନ୍ତୁ ଯେଉଁ ସେବକ ନିଜ ମାଲିକଙ୍କ ଇଚ୍ଛା ବିଷୟରେ କିଛି ଜାଣି ନ ଥାଏ, ସେ ଦଣ୍ଡନୀୟ କାମ କରିବ ସେ। ତେବେ ତାକୁ ସେଥିପାଇଁ ନିଜ କର୍ତ୍ତବ୍ୟ ବିଷୟରେ ଜାଣିଥିବା ଗ୍ଭକର ଅପେକ୍ଷା କମ୍ ଦଣ୍ଡ ଦିଆଯିବ। କାରଣ ଯେଉଁ ଲୋକକୁ ଅଧିକ ଦିଆଯାଇଛି, ସେ ବିଷୟ ପାଇଁ ଦାୟୀ ହେବ। ଯେଉଁ ଲୋକକୁ ଅଧିକ ଦିଆଯାଇଛି ତା'ଠାରୁ ବହୁତ ଅଧିକ ଆଶା କରାଯିବ।”
Read full chapter2010 by Bible League International