Add parallel Print Page Options

32 “ସେହି ଦିନ ବା ସେହି ସମୟ ବିଷୟରେ କାହାରିକୁ କିଛି ଜଣା ନାହିଁ। ସ୍ୱର୍ଗଦୂତ ବା ମନୁଷ୍ୟପୁତ୍ର କେହି କିଛି ଜାଣନ୍ତି ନାହିଁ। କେବଳ ଏ କଥା ପରମପିତା ପରମେଶ୍ୱର ଜାଣନ୍ତି। 33 ସାବଧାନ, ସଦାବେଳେ ପ୍ରସ୍ତୁତ ରୁହ। କାରଣ ସେ ସମୟ କେତେବେଳେ ପହଞ୍ଚିବ, ତାହା ତୁମ୍ଭେମାନେ ଜାଣି ନାହଁ।

34 “ଏହା ଏହିଭଳି ଘଟଣା, ଯେପରି ଜଣେ ବ୍ୟକ୍ତି କୌଣସି ସ୍ଥାନକୁ ଯାତ୍ରା କଲାବେଳେ ଗ୍ଭକରମାନଙ୍କ ଉପରେ ନିଜ ଘରର ଦାୟିତ୍ୱ ଛାଡ଼ି ଦେଇଯାଏ ଓ ପ୍ରତ୍ୟେକ ଗ୍ଭକରକୁ ତା'ର ନିର୍ଦ୍ଦିଷ୍ଟ କାମ ଦେଇଥାଏ ଏବଂ ଦ୍ୱାରପାଳକକୁ ସଦାବେଳେ ପ୍ରସ୍ତୁତ ହୋଇ ରହିବାକୁ ଆଦେଶ ଦେଇଥାଏ। 35 ଏଣୁ ତୁମ୍ଭେମାନେ ମଧ୍ୟ ସର୍ବଦା ପ୍ରସ୍ତୁତ ହୋଇ ରୁହ। କାରଣ ତୁମ୍ଭେ ଜାଣ ନାହିଁ, ଘରର ମାଲିକ କେତେବେଳେ ଆସି ପହଞ୍ଚି ଯିବେ। ସନ୍ଧ୍ୟାବେଳେ, ଅଧରାତିରେ, ପାହାନ୍ତିଆରେ ବା ସକାଳେ, କୌଣସି ସମୟରେ ସେ ଆସି ଯାଇ ପାରନ୍ତି। 36 ସେ ଖୁବ୍ ଶୀଘ୍ର ମଧ୍ୟ ଆସି ଯାଇ ପାରନ୍ତି। ତୁମ୍ଭେ ଯଦି ସର୍ବଦା ପ୍ରସ୍ତୁତ ଥିବ, ତେବେ ସେ ତୁମ୍ଭକୁ କଦାପି ଶୋଇଥିବା ଅବସ୍ଥାରେ ଦେଖି ପାରିବେ ନାହିଁ। 37 ମୁଁ ତୁମ୍ଭକୁ ଯାହା କହୁଛି, ସମସ୍ତଙ୍କୁ ସେହି ଏକା କଥା କହୁଛି ଯେ, ସର୍ବଦା ପ୍ରସ୍ତୁତ ରୁହ।”

Read full chapter