Old/New Testament
15 ଅନନ୍ତର ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ଯଦିଓ ମୋଶା ଓ ଶାମୁୟେଲ ଆମ୍ଭ ସମ୍ମୁଖରେ ଠିଆ ହୋଇ ଯିହୁଦାର ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତି, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପାଇଁ ଅନୁକୂଳ ନୁହେଁ। ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର। ସେମାନଙ୍କୁ ବାହାରି ଯିବାକୁ କୁହ। 2 ପୁଣି ଯେବେ ସେମାନେ ତୁମ୍ଭକୁ ପଗ୍ଭରନ୍ତି, ‘ଆମ୍ଭେମାନେ କେଉଁଠାକୁ ଯିବା?’ ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ସଦାପ୍ରଭୁ ଏହି କଥା କହିଲେ:
“‘ମୃତ ଲୋକମାନେ
କବରକୁ ଯିବେ।
ଯେଉଁ ଲୋକମାନେ ଖଣ୍ଡା ଦ୍ୱାରା ହତ ହେବାକୁ ଥିବେ,
ସେମାନଙ୍କୁ ଖଣ୍ଡାରେ ହତ୍ୟା କରାଯିବ।
ଯେଉଁ ଲୋକମାନଙ୍କ ଭାଗ୍ୟରେ ଦୁର୍ଭିକ୍ଷରେ ପୀଡ଼ିତ ହେବାର ଥିବ,
ସେମାନେ ମରୁଡ଼ିରେ ପୀଡ଼ିତ ହେବେ
ଏବଂ ଯେଉଁ ଲୋକମାନଙ୍କ ଭାଗ୍ୟରେ ବନ୍ଦୀ ହେବାର ଥିବ
ସେମାନେ ବନ୍ଦୀଗୃହକୁ ଯିବେ।’
3 ସଦାପ୍ରଭୁ କହନ୍ତି,
‘ଆମ୍ଭେ ଗ୍ଭରି ପ୍ରକାରରେ ତୁମ୍ଭମାନଙ୍କୁ ଦଣ୍ଡିତ କରିବା।
ଆମ୍ଭେ ବଧ କରିବା ନିମନ୍ତେ ଯୋଦ୍ଧା,
ବିଦୀର୍ଣ୍ଣ କରିବା ନିମନ୍ତେ କୁକୁରଗଣ,
ପୁଣି ଗ୍ରାସ ଓ ବିନାଶ କରିବା ନିମନ୍ତେ ଖେଚର ପକ୍ଷୀଗଣ
ଓ ଭୂତର ପଶୁଗଣ ତୁମ୍ଭମାନଙ୍କ ଉପରେ ନିଯୁକ୍ତ କରିବା।
4 କାରଣ ଯିହୁଦାର ରାଜା
ହିଜକିୟଙ୍କର ପୁତ୍ର ମନଃଶି ଯିରୁଶାଲମରେ ଦୁଷ୍କର୍ମ କଲା,
ଆମ୍ଭେ ସେମାନଙ୍କୁ ଯାହା କରିବା
ସମଗ୍ର ପୃଥିବୀର ଲୋକେ ଭୟଭୀତ ହୋଇଯିବେ।’
5 “କାରଣ ହେ ଯିରୁଶାଲମ, କିଏ ତୁମ୍ଭକୁ ଦୟା କରିବ?
କିଏ ତୁମଲାଗି କାନ୍ଦିବ?
ତୁମ୍ଭର କୁଶଳତା ବିଷୟ ପଗ୍ଭରିବା ପାଇଁ କିଏ ତୁମ୍ଭ ପାଖକୁ ଆସିବ?”
6 ସଦାପ୍ରଭୁ କହନ୍ତି, “ହେ ଯିରୁଶାଲମ, ତୁମ୍ଭେ ଆମ୍ଭକୁ ଅଗ୍ରାହ୍ୟ କରିଅଛ,
ତୁମ୍ଭେ ପଛକୁ ହଟି ଯାଇଅଛ।
ଏ ନିମନ୍ତେ ଆମ୍ଭେ ତୁମ୍ଭ ବିରୁଦ୍ଧରେ
ଆପଣା ହସ୍ତ ବିସ୍ତାର କରି ତୁମ୍ଭକୁ ନଷ୍ଟ କରିଅଛୁ।
ଆମ୍ଭେ କ୍ଷମା କରି କ୍ଳାନ୍ତ ହୋଇଅଛୁ।
7 ଆମ୍ଭେ ସେମାନଙ୍କୁ ଦେଶର ପୁରଦ୍ୱାର ସମୂହରେ
କୁଲାରେ ପାଛୁଡ଼ି ଅଛୁ।
ଆମ୍ଭେ ସେମାନଙ୍କୁ ସନ୍ତାନସନ୍ତତି ବିହୀନ କରିଅଛୁ।
ଆମ୍ଭେ ସେମାନଙ୍କୁ ବିନାଶ କରିଅଛୁ।
ସେମାନେ ଆପଣା ଆପଣା ପଥରୁ ଫେରି ନାହାନ୍ତି।
8 ମୋ’ ଉପସ୍ଥିତିରେ ସେମାନଙ୍କର ବିଧବାମାନେ
ସମୁଦ୍ରର ବାଲି ପରି ବହୁସଂଖ୍ୟକ ହେବେ।
ମୁଁ ଯୁବକମାନଙ୍କର ମାତାମାନଙ୍କ ନିକଟକୁ
ମଧ୍ୟାହ୍ନରେ ଏକ ବିନାଶକ ଆଣିବି,
ସେମାନେ ହଠାତ୍ ଭୟ
ଓ ଆତଙ୍କିତ ହେବେ।
9 ସେମାନେ ଖଡ଼୍ଗରେ ଲୋକମାନଙ୍କୁ ବିନାଶ କରିବେ।
ଅବଶିଷ୍ଟ ଲୋକମାନଙ୍କୁ ଆମ୍ଭେ ଶତ୍ରୁଗଣଙ୍କ ଖଡ଼୍ଗରେ ସମର୍ପଣ କରିବା”
ଏହା ସଦାପ୍ରଭୁ କହନ୍ତି।
“ସାତ ସନ୍ତାନ ବିଶିଷ୍ଟ ରମଣୀର ସମସ୍ତେ ପ୍ରାଣତ୍ୟାଗ କରିବେ।
ସେ ସ୍ତ୍ରୀ କାନ୍ଦି କାନ୍ଦି କ୍ଷୀଣା ହୋଇଯିବ।
ଦିନ ଥାଉ ଥାଉ ତାହାର ସୂର୍ଯ୍ୟ ଅସ୍ତ ହୋଇଯିବ।
ସେ ଲଜ୍ଜିତା ଓ ଆଶାଶୂନ୍ୟ ହେବ।”
ଯିରିମିୟଙ୍କ ପୁନର୍ବାର ପରମେଶ୍ୱରଙ୍କ ନିକଟରେ ଅଭିଯୋଗ
10 ହେ ମାତା, ତୁମ୍ଭକୁ ଧିକ୍ ଯେ,
ତୁମ୍ଭେ ମୋ’ ପରି ଏକ ଯୁଦ୍ଧ
ଓ ବିବାଦର ମଣିଷକୁ ଜନ୍ମ ଦେଇଛ।
ମୁଁ କାହାରିକୁ ଧାର ଦେଇ ନାହିଁ
ଏବଂ କାହାଠାରୁ ଧାର କରି ନାହିଁ।
କିନ୍ତୁ ତଥାପି ପ୍ରତ୍ୟେକ ମୋତେ ଅଭିଶାପ ଦିଅନ୍ତି।
11 ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ମଙ୍ଗଳ ନିମନ୍ତେ ତୁମ୍ଭର ଜୀବନ ଧାରଣରେ ଆମ୍ଭେ ତୁମ୍ଭକୁ ସବଳ କରିବା।
ଆମ୍ଭେ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ
ତୁମ୍ଭ ନିକଟରେ ଅବନତ କରାଇବା ପାଇଁ ଆଣିଲୁ।
ଯିରିମିୟକୁ ପରମେଶ୍ୱରଙ୍କ ଉତ୍ତର
12 “ହେ ଯିରିମିୟ, ତୁମ୍ଭେ ଜାଣ ଯେ,
ଲୁହା ଭାଙ୍ଗିବା ଅସମ୍ଭବ।
ନିର୍ଦ୍ଦିଷ୍ଟ ଭାବରେ
ଉତ୍ତର ଦେଶୀୟ ଲୌହ ଓ ପିତ୍ତଳକୁ।
13 ଯିହୁଦାର ଲୋକମାନଙ୍କର ବହୁ ଧନଭଣ୍ଡାର ଅଛି।
ଆମ୍ଭେ ସେମାନଙ୍କର ଧନ ସମ୍ପତ୍ତି
ଓ ଭଣ୍ଡାରଗୁଡ଼ିକୁ ବିନା ମୂଲ୍ୟରେ ଲୁଣ୍ଠିତ ହେବାକୁ ଦେବା।
କାରଣ ସେମାନେ ସେମାନଙ୍କର ପାପ ସମୂହର ଫଳ ଭୋଗ କରିବେ।
14 ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭ ଶତ୍ରୁଗଣର ଅଜ୍ଞାତ
ଏକ ଦେଶକୁ କ୍ରୀତଦାସ କରି ନେଇଯିବା।
କାରଣ କ୍ରୋଧାଗ୍ନି ପ୍ରଜ୍ୱଳିତ ହୋଇଅଛି।
ତାହା ତୁମ୍ଭମାନଙ୍କୁ ଦଗ୍ଧ କରିବ।”
15 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଜାଣୁଛ;
ମୋତେ ସ୍ମରଣ କର ଓ ମୋର ତତ୍ତ୍ୱ ନିଅ।
ଆଉ ମୋର ତାଡ଼ନାକାରୀଙ୍କୁ ଦଣ୍ଡ ଦିଅ।
ତୁମ୍ଭେ ଅତ୍ୟନ୍ତ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ।
ତେଣୁ ମୋତେ ସଂହାର କର ନାହିଁ।
ମୁଁ ତୁମ୍ଭ ପାଇଁ କଷ୍ଟ ପାଇଛି, ଏହା ତୁମ୍ଭେ ଜ୍ଞାତ ହୁଅ।
16 ତୁମ୍ଭର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ମୁଁ ତାହା ଗ୍ରହଣ କଲି।
ଆଉ ତୁମ୍ଭର ବାକ୍ୟ ଦ୍ୱାରା ମୋର ପ୍ରାଣ ଉଲ୍ଲସିତ ହେଲା।
କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର,
ମୁଁ ତୁମ୍ଭ ନାମରେ ଖ୍ୟାତ ଅଟେ।
17 ମୁଁ ଆମୋଦପ୍ରମୋଦକାରୀମାନଙ୍କ ସଭାରେ ବସିଲି ନାହିଁ
କିଅବା ଆନନ୍ଦ କଲି ନାହିଁ।
ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି,
କାରଣ ତୁମ୍ଭେ ମୋତେ ମୋର ଚତୁର୍ପାର୍ଶ୍ୱସ୍ଥ ମନ୍ଦ ଯୋଗୁଁ କ୍ରୋଧରେ ପୂର୍ଣ୍ଣ କରିଅଛ।
18 ମୋର ବେଦନା ଚିରନ୍ତନ,
ମୋର କ୍ଷତ ଦୁରାରୋଗ୍ୟ।
ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି ଅତ୍ୟନ୍ତ ପ୍ରବଞ୍ଚନା କରିଅଛ।
ତେଣୁ ତୁମ୍ଭେ ଶୁଷ୍କ ଅସ୍ଥାୟୀ ନଦୀ ତୁଲ୍ୟ ହୋଇଅଛ।
19 ଏହା ପରେ ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ଯଦି ଫେରିବ
ଓ ଆମ୍ଭର ସେବା କରିବ,
ତେବେ ଆମ୍ଭେ ତୁମ୍ଭକୁ ପୁନର୍ବାର ଫେରାଇ ଆଣିବା।
ପୁଣି ତୁମ୍ଭେ ଯଦି ମୂଲ୍ୟହୀନ କଥା ନ କହି
ମୂଲ୍ୟବାନ୍ କଥା କହିବ,
ତେବେ ତୁମ୍ଭେ ଆମ୍ଭର ମୁଖ ସ୍ୱରୂପ ହେବ।
ସେମାନେ ତୁମ୍ଭ ପାଖକୁ ଫେରି ଆସିବେ।
ମାତ୍ର ତୁମ୍ଭେ ସେମାନଙ୍କ ପାଖକୁ ଫେରିଯିବ ନାହିଁ।
20 ପୁଣି ଆମ୍ଭେ ଏହି ଲୋକମାନଙ୍କ ନିକଟରେ
ତୁମ୍ଭକୁ ପିତ୍ତଳର ଦୃଢ଼ ପ୍ରାଚୀର ସ୍ୱରୂପ କରିବା।
ସେମାନେ ତୁମ୍ଭ ସହ ଯୁଦ୍ଧ କରିବେ,
ମାତ୍ର ତୁମ୍ଭକୁ ପରାଜୟ କରି ପାରିବେ ନାହିଁ।”
କାରଣ ସଦାପ୍ରଭୁ କହନ୍ତି,
“ତୁମ୍ଭକୁ ସାହାଯ୍ୟ କରିବାକୁ ଓ ତୁମ୍ଭକୁ ଉଦ୍ଧାର କରିବାକୁ
ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।
21 ପୁଣି ଆମ୍ଭେ ତୁମ୍ଭକୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରିବା
ଓ ଆମ୍ଭେ ତୁମ୍ଭକୁ ଭୟଙ୍କର ଲୋକମାନଙ୍କ ହସ୍ତରୁ ମୁକ୍ତ କରିବା।”
ବିନାଶର ଦିନ
16 ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା, 2 “ହେ ଯିରିମିୟ, ତୁମ୍ଭର ଏହି ସ୍ଥାନରେ ବିବାହ କରିବା ଉଚିତ୍ ନୁହଁ, କିଅବା ପୁତ୍ରକନ୍ୟା ଜନ୍ମ କରିବା ଉଚିତ୍ ନୁହଁ।”
3 କାରଣ ଏହି ସ୍ଥାନରେ ଜନ୍ମ ନେଇଥିବା ପୁତ୍ର-କନ୍ୟାମାନଙ୍କ ସମ୍ବନ୍ଧରେ, ସେମାନଙ୍କର ପ୍ରସବକାରିଣୀ ମାତାମାନଙ୍କ ବିଷୟରେ ଓ ସେମାନଙ୍କ ଜନ୍ମଦାତା ପିତୃଗଣଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି। 4 “ସେମାନେ ଅତି ଯନ୍ତ୍ରଣାଦାୟକ ମୃତ୍ୟୁବରଣ କରିବେ। କେହି ସେମାନଙ୍କ ପାଇଁ ବିଳାପ କରିବେ ନାହିଁ। ସେମାନଙ୍କୁ କେହି କବର ଦେବେ ନାହିଁ। ସେମାନଙ୍କର ଶବ ଭୂମିରେ ଖତ ହେବ। ସେମାନେ ଖଡ଼୍ଗ ଓ ଦୁର୍ଭିକ୍ଷରେ ସଂହାରିତ ହେବେ। ସେମାନଙ୍କର ଶବ ଆକାଶ ପକ୍ଷୀଗଣଙ୍କ ଓ ଭୂଚର ପଶୁଗଣଙ୍କର ଖାଦ୍ୟ ହେବ।”
5 ତେଣୁ ସଦାପ୍ରଭୁ ଏହି କଥା କହନ୍ତି, “ହେ ଯିରିମିୟ, ତୁମ୍ଭେ ମୃତ୍ୟୁ ଶୋକ ପାଳିତ ହେଉଥିବା ଗୃହକୁ ଯାଅ ନାହିଁ। ତୁମ୍ଭେ ସେମାନଙ୍କୁ ବିଳାପ ଓ ଦୁଃଖ ଜଣାଇବାକୁ ଯାଅ ନାହିଁ।” କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭର ଆଶୀର୍ବାଦ, ଆମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ଦୟା କାଢ଼ି ନେଇଅଛୁ।”
6 “ଏହି ଦେଶରେ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ମରିବେ। ସେମାନଙ୍କୁ କେହି କବର ଦେବେ ନାହିଁ କିଅବା ସେମାନଙ୍କ ପାଇଁ କେହି ବିଳାପ କରିବେ ନାହିଁ। ସେମାନଙ୍କ ପାଇଁ କେହି ଦୁଃଖରେ ଆପଣା ଶରୀରରେ ଅସ୍ତ୍ରାଘାତ ଓ ମସ୍ତକ ମୁଣ୍ଡନ କରିବେ ନାହିଁ। 7 ମୃତ ବ୍ୟକ୍ତିଙ୍କ ଦୁଃଖରେ ଶୋକ କରୁଥିବା ଲୋକମାନଙ୍କୁ ସାନ୍ତ୍ୱନା ଦେବାକୁ କେହି ଖାଦ୍ୟ ଆଣିବେ ନାହିଁ। ପିତାମାତାଙ୍କ ମୃତ୍ୟୁରେ ବିଳାପ କରୁଥିବା ପୁତ୍ରମାନଙ୍କୁ ପାନ କରିବା ନିମନ୍ତେ ସାନ୍ତ୍ୱନା ସୂଚକ ପାତ୍ର କେହି ଦେବେ ନାହିଁ।
8 “ପୁଣି ତୁମ୍ଭର ନିଶ୍ଚୟ ଭୋଜି ହେଉଥିବା ଗୃହକୁ ପାନ କିଅବା ଭୋଜନ ନିମନ୍ତେ ଯିବା ଉଚିତ୍ ନୁହେଁ। 9 କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭମାନଙ୍କ ଜୀବନକାଳ ମଧ୍ୟରେ ଓ ତୁମ୍ଭମାନଙ୍କ ସମ୍ମୁଖରେ ଏହି ସ୍ଥାନରୁ ଆମୋଦପ୍ରମୋଦର ଧ୍ୱନି, ଆନନ୍ଦ ରବ ଓ ବରକନ୍ୟାଙ୍କର ଆନନ୍ଦ କୋଳାହଳ ନିବୃତ୍ତ କରାଇବା।’
10 “ହେ ଯିରିମିୟ, ତୁମ୍ଭେ ଯେତେବେଳେ ଯିହୁଦାବାସୀଙ୍କୁ ଏସବୁ କଥା ଜଣାଇବ, ସେମାନେ ସେତେବେଳେ ତୁମ୍ଭକୁ ପଗ୍ଭରିବେ, ‘ସଦାପ୍ରଭୁ କାହିଁକି ଆମ୍ଭ ବିରୁଦ୍ଧରେ ଏହି ମହା ଅମଙ୍ଗଳ କଥା କହିଅଛନ୍ତି? ଆମ୍ଭେମାନେ କି ଅପରାଧ କରିଅଛୁ? ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ କି ପାପ କରିଅଛୁ?’ 11 ତୁମ୍ଭେ ସେମାନଙ୍କୁ ଉତ୍ତରରେ କହିବ, ସଦାପ୍ରଭୁ କହନ୍ତି, ‘ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି।’ ପୁଣି ‘ଅନ୍ୟ ଦେବତାମାନଙ୍କର ପଶ୍ଚାଦ୍ଗମନ କରି ସେମାନଙ୍କର ସେବା କରିଅଛନ୍ତି ଓ ସେମାନଙ୍କର ପୂଜା କରିଅଛନ୍ତି। ଆଉ ଆମ୍ଭକୁ ପରିତ୍ୟାଗ କରି ଆମ୍ଭର ବ୍ୟବସ୍ଥା ପାଳନ କରି ନାହାନ୍ତି। 12 କିନ୍ତୁ ତୁମ୍ଭେ ତୁମ୍ଭ ପୂର୍ବପୁରୁଷଗଣଙ୍କ ଅପେକ୍ଷା ଅଧିକ ପାପ କରିଅଛ। ତୁମ୍ଭେମାନେ ନିଜ ନିଜ ଦୁଷ୍ଟାନ୍ତଃକରଣରେ ଅବାଧ୍ୟ ହୋଇ ମନ୍ଦ ଆଚରଣ କରୁଅଛ ଓ ମୋ’ ଆଜ୍ଞା ପାଳନ କରୁ ନାହଁ। 13 ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶରୁ ବିତାଡ଼ିତ କରିବା ଓ ତୁମ୍ଭ ପୂର୍ବପୁରୁଷମାନଙ୍କ ଅଜ୍ଞାତ ଏକ ବିଦେଶରେ ନିକ୍ଷେପ କରିବା। ଆଉ ସେଠାରେ ତୁମ୍ଭେମାନେ ଦିବାରାତ୍ରି ଅନ୍ୟ ଦେବଗଣର ସେବା କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କୁ କୌଣସି ସାହାଯ୍ୟ ବା ଅନୁଗ୍ରହ କରିବା ନାହିଁ।’
14 “ଏଣୁ ସଦାପ୍ରଭୁ କହନ୍ତି, ‘ଦେଖ, ଇସ୍ରାଏଲ ସନ୍ତାନଗଣକୁ ଯେ ମିଶର ଦେଶରୁ ବାହାର କରି ଆଣିଲେ,’ ସେହି ସମୟ ଆସୁଛି।” ସେହି ଜୀବିତ ସଦାପ୍ରଭୁଙ୍କ ବିଷୟରେ, “ଲୋକମାନେ ଏହି କଥା କହିବେ ନାହିଁ। 15 କିନ୍ତୁ ସମୟ ଆସୁଛି, ଯେତେବେଳେ ସେମାନେ କହିବେ, ‘ନିଶ୍ଚିତ ଭାବରେ ସଦାପ୍ରଭୁ ଅଛନ୍ତି, ଯିଏ କି ଇସ୍ରାଏଲୀୟମାନଙ୍କୁ ଉତ୍ତରରୁ ଓ ଯେଉଁଠାରେ ସେମାନେ ଥିଲେ ସେଠାରୁ ଫେରାଇ ଆଣିଥିଲେ।’ ସେତେବେଳେ ମୁଁ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଥିଲି, ସେହି ଦେଶକୁ ସେମାନଙ୍କୁ ପୁନର୍ବାର ଫେରାଇ ଦେବି।
16 ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଅନେକ କେଉଁଟା ଅଣାଇବା,” “ସେମାନେ ମତ୍ସ୍ୟପରି ସେମାନଙ୍କୁ ଧରିବେ। ତା’ପରେ ଆମ୍ଭେ ଅନେକ ବ୍ୟାଧ ଅଣାଇବା। ସେମାନେ ପ୍ରତ୍ୟେକ ପର୍ବତରୁ, ପ୍ରତ୍ୟେକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସେମାନଙ୍କୁ ଶିକାର କରି ଆଣିବେ। 17 କାରଣ ସେମାନଙ୍କର ସମସ୍ତ କାର୍ଯ୍ୟରେ ଆମ୍ଭର ଦୃଷ୍ଟି ଅଛି। ସେମାନଙ୍କର କୌଣସି ଜିନିଷ ଆମ୍ଭ ସାକ୍ଷାତରୁ ଗୁପ୍ତ ରହି ନାହିଁ। କିଅବା ସେମାନଙ୍କର କୌଣସି ଅଧର୍ମ ଆମ୍ଭର ଅଗୋଚର ନୁହେଁ। 18 ଆମ୍ଭେ ସେମାନଙ୍କର ପାପ ଓ ଅଧର୍ମର ଦୁଇଗୁଣ ପ୍ରତିଫଳ ଦେବା। କାରଣ ସେମାନେ ନିଜ ନିଜର ଘୃଣ୍ୟବସ୍ତୁ ସ୍ୱରୂପ ଶବରେ ଆମ୍ଭର ଦେଶକୁ ‘ଅପବିତ୍ର’ କରିଅଛନ୍ତି। ସେମାନେ ଆମ୍ଭ ଦେଶକୁ ‘ଅଶୁଚି’ କରିଅଛନ୍ତି ଓ ନିଜର ଘୃଣ୍ୟକର୍ମରେ ଆମ୍ଭର ଦେଶକୁ ପରିପୂର୍ଣ୍ଣ କରିଅଛନ୍ତି।”
19 ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତି, ଦୃଢ଼ ଦୁର୍ଗ
ଓ ବିପଦରେ ମୋର ଆଶ୍ରୟ ସ୍ୱରୂପ।
ପୃଥିବୀର ସମସ୍ତ ପ୍ରାନ୍ତରରୁ ନାନା ଦେଶୀୟମାନେ
ତୁମ୍ଭ ନିକଟକୁ ଆସି କହିବେ,
“ଆମ୍ଭମାନଙ୍କର ପୂର୍ବପୁରୁଷମାନେ କେବଳ ମିଥ୍ୟା
ଅର୍ଥାତ୍ ଅସାର ଓ ନିଷ୍ଫଳ ବସ୍ତୁ ଅଧିକାର କରିଅଛନ୍ତି।
20 ମନୁଷ୍ୟ କ’ଣ ଆପଣା ନିମନ୍ତେ ପରମେଶ୍ୱର ନିର୍ମାଣ କରି ପାରିବ?
ନା, ସେ ପ୍ରତିମା ନିର୍ମାଣ କରିବ, ମାତ୍ର ଏହା ପ୍ରକୃତ ପରମେଶ୍ୱର ନୁହନ୍ତି।”
21 ସଦାପ୍ରଭୁ କହନ୍ତି, “ତେଣୁ ଆମ୍ଭେ ସେମାନଙ୍କୁ ଜଣାଇବା।
ବର୍ତ୍ତମାନରୁ ସେମାନଙ୍କୁ ଆମ୍ଭର ହସ୍ତ ଓ ପରାକ୍ରମ ଜ୍ଞାତ କରାଇବା।
ତାହାହେଲେ ଆମ୍ଭର ନାମ ଯେ ସଦାପ୍ରଭୁ
ଏହା ସେମାନେ ଜାଣିବେ।
ପାପ ହୃଦୟରେ ଲିଖିତ
17 “ଯିହୁଦାର ପାପ ଏପରି ଏକ ସ୍ଥାନରେ ଲିଖିତ ହୋଇଅଛି, ଯାହାକୁ ସେମାନେ ଲିଭାଇ ପାରିବେ ନାହିଁ।
ସେମାନଙ୍କର ପାପ ଲୌହ ଲେଖନୀ ଓ ହୀରକର କଣ୍ଟକ ଦ୍ୱାରା ପଥର ଫଳକରେ ଲିଖିତ ହୋଇଅଛି।
ଯେଉଁଟା କି ସେମାନଙ୍କର ହୃଦୟ।
ଆଉ ସେମାନଙ୍କର ଯଜ୍ଞବେଦିର ଶିଙ୍ଗରେ ତାହା ଖୋଦିତ ହୋଇଅଛି।
2 ଯେତେବେଳେ ସେମାନଙ୍କର ସନ୍ତାନଗଣ ସେମାନଙ୍କୁ ମନେ ପକାନ୍ତି
ସେତେବେଳେ ସେମାନେ ଉଚ୍ଚ ପର୍ବତର
ସବୁଜ ବୃକ୍ଷ ପାଖରେ ଥିବା ବଳିଦାନ
ଯଜ୍ଞବେଦି ଓ ପବିତ୍ର କାଠଖମ୍ବ ଦେଖନ୍ତି।
3 ହେ ଆମ୍ଭର କ୍ଷେତ୍ରସ୍ଥ ପର୍ବତ ସକଳ,
ତୁମ୍ଭର ସମୁଦାୟ ଅଞ୍ଚଳରେ କୃତ ପାପ ସକାଶେ
ଆମ୍ଭେ ତୁମ୍ଭର ସମସ୍ତ ସମ୍ପତ୍ତି ଓ ସବୁ ଧନଭଣ୍ଡାର
ଓ ଉଚ୍ଚସ୍ଥଳୀ ସକଳ ଲୁଣ୍ଠିତ ହେବା ପାଇଁ ଦେବା।
4 ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଅଧିକାର ଦେଇଥିଲୁ ତୁମ୍ଭେ ସେଥିରୁ ଆପେ କ୍ଷାନ୍ତ ହେବ। ଆଉ ତୁମ୍ଭକୁ ଏକ ଅଜ୍ଞାତ ଦେଶରେ ତୁମ୍ଭ ଶତ୍ରୁଗଣର ସେବା କରାଇବା।
କାରଣ ତୁମ୍ଭେ ଆମ୍ଭର କ୍ରୋଧରୂପକ ଅଗ୍ନି ପ୍ରଜ୍ୱଳିତ କରିଅଛ।
ଆଉ ସେହି ଅଗ୍ନିରେ ତୁମ୍ଭେ ସଦାକାଳ ଭସ୍ମୀଭୂତ ହେବ।
ସେହି ଲୋକମାନଙ୍କ ଉପରେ ଏପରି ଘଟିବ ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରି ନାହାନ୍ତି।”
ଲୋକମାନଙ୍କ ଉପରେ ବିଶ୍ୱାସ ଓ ପରମେଶ୍ୱରଙ୍କ ଉପରେ ବିଶ୍ୱାସ
5 ସଦାପ୍ରଭୁ କହନ୍ତି,
“ଯେଉଁ ମନୁଷ୍ୟ ଲୋକମାନଙ୍କ ଉପରେ ଭରସା ରଖେ,
ମାଂସକୁ ଆପଣାର ବାହୁ କରେ
ଓ ଯାହାର ହୃଦୟ ସଦାପ୍ରଭୁଙ୍କଠାରୁ ଦୂରେଇ ଯାଏ ସେ ଶାପଗ୍ରସ୍ତ।
6 ସେହି ମନ୍ଦ ବ୍ୟକ୍ତି ମରୁଭୂମିସ୍ଥିତ ଝାଉଁବୃକ୍ଷ ତୁଲ୍ୟ ହେବ।
ସେ ମଙ୍ଗଳ ଉପସ୍ଥିତ ହେବା ଦେଖିବ ନାହିଁ।
ମାତ୍ର ପ୍ରାନ୍ତରର ଶୁଷ୍କ ସ୍ଥାନରେ,
ନିବାସୀବିହୀନ ଲବଣ ଭୂମିରେ ବାସ କରିବେ।
7 “ଯେଉଁ ଲୋକ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖେ
ଓ ସଦାପ୍ରଭୁ ଯାହାର ବିଶ୍ୱାସଭୂମି, ସେ ଧନ୍ୟ।
8 କାରଣ ସେ ଜଳ ନିକଟସ୍ଥ ରୋପିତ ବୃକ୍ଷତୁଲ୍ୟ ହେବ।
ତା’ର ମୂଳ ବିସ୍ତୃତ ହୋଇ ଜଳ ପାଇବ।
ଗ୍ରୀଷ୍ମକାଳରେ ସେ ଭୟଭୀତ ହେବ ନାହିଁ।
ମାତ୍ର ତା’ର ପତ୍ର ସଦାକାଳ ସବୁଜ ରହିବ।
ଅନାବୃଷ୍ଟି ସମୟରେ ସେ ଚିନ୍ତିତ ହେବ ନାହିଁ
କିଅବା ସେ ଫଳ ଧାରଣରୁ ନିବୃତ୍ତ ହେବ ନାହିଁ।
9 “ଯାହାର ଅନ୍ତଃକରଣ ସବୁଠାରୁ କପଟମୟ
ଓ ଯାହାର ଅନ୍ତଃକରଣ ପୀଡ଼ିତ,
ତାହା କେହି ଜାଣି ପାରିବେ ନାହିଁ।
10 ମାତ୍ର ଆମ୍ଭେ ସଦାପ୍ରଭୁ,
ପ୍ରତ୍ୟେକ ମନୁଷ୍ୟକୁ ତା’ର କର୍ମ ଅନୁସାରେ ଫଳ ଦେଉ।
ଆମ୍ଭେ ତାହାର ଅନ୍ତଃକରଣ ଅନୁସନ୍ଧାନ କରୁ
ଓ ତାହାର ମର୍ମ ପରୀକ୍ଷା କରୁ।
11 ଏକା ତିତ୍ତିରି ପକ୍ଷୀ ଯିଏ ଅଣ୍ଡା ଉଷୁମାଏ କିନ୍ତୁ ଅଣ୍ଡାରୁ ଛୁଆ ଫୁଟାଏ ନାହିଁ।
ଜଣେ ବ୍ୟକ୍ତି ଯିଏ ଅନ୍ୟାୟରେ ଧନ ସଂଗ୍ରହ କରେ ତାହାରି ତୁଲ୍ୟ ହେବ।
ସେ ନିଜ ଜୀବନ କାଳ ଅଧାରେ ଏହିସବୁ ହରାଇବ
ଓ ଆପଣା ଅନ୍ତିମ ଜୀବନ କାଳରେ ସେ ନିର୍ବୋଧ ହେବ ।”
12 ଆଦିକାଳରୁ ଊର୍ଦ୍ଧ୍ୱରେ ସ୍ଥାପିତ ଗୌରବମୟ ସିଂହାସନ
ଆମ୍ଭମାନଙ୍କର ଧର୍ମଧାମ ଅଟେ।
13 ହେ ଇସ୍ରାଏଲର ଆଶା ଭରସା ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ପରିତ୍ୟାଗ କରନ୍ତି,
ସେ ସମସ୍ତେ ଲଜ୍ଜିତ ହେବେ।
ଯେଉଁମାନେ ମୋ’ ନିକଟରୁ ପ୍ରସ୍ଥାନ କରନ୍ତି, ସେମାନଙ୍କର ନାମ ଧୂଳିରେ ଲିଖିତ ହେବ,
କାରଣ ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛନ୍ତି।
ଯିରିମିୟଙ୍କ ତୃତୀୟ ଅଭିଯୋଗ
14 ହେ ସଦାପ୍ରଭୁ, ତୁମ୍ଭେ ମୋତେ ସୁସ୍ଥ କଲେ ମୁଁ ପ୍ରକୃତରେ ସୁସ୍ଥ ହେବି।
ତୁମ୍ଭେ ଯଦି ମୋତେ ପରିତ୍ରାଣ କର, ତେବେ ମୁଁ ପରିତ୍ରାଣ ପାଇବି।
କାରଣ ତୁମ୍ଭେ ମୋର ପ୍ରଶଂସାର ଭୂମି।
15 ସେମାନେ ମୋତେ କୁହନ୍ତି,
“ହେ ଯିରିମିୟ, ସଦାପ୍ରଭୁଙ୍କର ବାକ୍ୟ କାହିଁ?
ତାହା ଏବେ ଉପସ୍ଥିତ ହେଉ।”
16 ମୋ’ ନିମନ୍ତେ ତୁମ୍ଭ ପରେ ଅନିଷ୍ଟ ଦେଖିବା ପାଇଁ
ବେଗଗାମୀ ନ ଥିଲି
କିଅବା ମୁଁ ସେହି ବିଭୀଷିକାମୟ ଦିନ
ଆସୁ ବୋଲି ଗ୍ଭହୁଁ ନାହିଁ।
ମୋ’ ଓଷ୍ଠକୁ ଯାହା ନିର୍ଗତ ହେଲା,
ତାହା ତୁମ୍ଭ ସମ୍ମୁଖରେ ଥିଲା।
17 ହେ ସଦାପ୍ରଭୁ, ମୋତେ ବିନାଶ କର ନାହିଁ,
ବିପଦ ଦିନରେ ତୁମ୍ଭେ ମୋର ଆଶ୍ରୟ ଅଟ।
18 ଯେଉଁମାନେ ମୋତେ ଆଘାତ କରନ୍ତି,
ସେମାନେ ଲଜ୍ଜିତ ହୁଅନ୍ତୁ।
ମାତ୍ର ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ।
ସେମାନେ ନିରାଶ ହୁଅନ୍ତୁ, ମାତ୍ର ମୋତେ ନିରାଶ ହେବାକୁ ଦିଅ ନାହିଁ।
ସେମାନଙ୍କ ଉପରେ ଅମଙ୍ଗଳର ଦିନ ଆଣ
ଓ ଦ୍ୱିଗୁଣ ବିନାଶରେ ସେମାନଙ୍କୁ ବିନାଶ କର।
ବିଶ୍ରାମ ଦିନକୁ ପବିତ୍ର ରଖିବା
19 ସଦାପ୍ରଭୁ ମୋତେ ଏହା କହିଲେ, “ହେ ଯିରିମିୟ, ଲୋକମାନଙ୍କର ଫାଟକରେ ଛିଡ଼ା ହୁଅ, ଯେଉଁଠାରେ ଯିହୁଦାର ରାଜାଗଣ ଯାତାୟାତ କରନ୍ତି, ସେହି ଫାଟକରେ, ଯେଉଁ ଫାଟକରେ ଲୋକମାନଙ୍କର ପୁତ୍ରଗଣ ଯାତାୟାତ କରନ୍ତି ଓ ଯିରୁଶାଲମର ସକଳ ଫାଟକରେ ଯାଇ ଠିଆ ହୁଅ ଓ ମୋର ବାର୍ତ୍ତା ପ୍ରଗ୍ଭର କର।”
20 ସେମାନଙ୍କୁ କୁହ, “ହେ ଯିହୁଦାର ରାଜଗଣ, ହେ ସମୁଦାୟ ଯିହୁଦା ଓ ସମସ୍ତ ଇସ୍ରାଏଲର ନିବାସୀ ଓ ତୁମ୍ଭେମାନେ ଯେଉଁମାନେ ଏହି ଫାଟକ ଦେଇ ପ୍ରବେଶ କରୁଅଛ, ସଦାପ୍ରଭୁଙ୍କର ବାକ୍ୟ ଶୁଣ। 21 ସଦାପ୍ରଭୁ ଏହା କହନ୍ତି, ‘ତୁମ୍ଭେମାନେ ନିଜ ଜିନିଷ ବିଷୟରେ ସାବଧାନ ହୁଅ ଓ ବିଶ୍ରାମ ଦିନରେ କୌଣସି ଭାର ବହନ କର ନାହିଁ ଏବଂ ଯିରୁଶାଲମର ଫାଟକ ଦେଇ ତାହା ଭିତରକୁ ଆଣ ନାହିଁ। 22 ଆଉ ବିଶ୍ରାମ ଦିନରେ ଆପଣା ଆପଣା ଗୃହରୁ କୌଣସି ବୋଝ ବାହାର କରି ନିଅ ନାହିଁ। କିଅବା ତୁମ୍ଭେମାନେ କୌଣସି କାର୍ଯ୍ୟ କର ନାହିଁ। ମାତ୍ର ବିଶ୍ରାମ ଦିନକୁ ପବିତ୍ରରୂପେ ପାଳନ କର। ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କୁ ଏହିରୂପେ ଆଜ୍ଞା କରିଥିଲୁ। 23 ମାତ୍ର ତୁମ୍ଭ ପୂର୍ବପୁରୁଷଗଣ ଆମ୍ଭ କଥାପ୍ରତି ଅବଧାନ କଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ। ସେମାନେ ଅତି ଅବାଧ୍ୟ। ତେଣୁ ସେମାନେ ଦଣ୍ଡିତ ହେଲେ। ସେମାନଙ୍କର କିଛି ମଙ୍ଗଳ ହେଲା ନାହିଁ।’” 24 ମାତ୍ର ସଦାପ୍ରଭୁ କହନ୍ତି, “‘ଯଦି ତୁମ୍ଭେମାନେ ଯତ୍ନ ସହକାରେ ମୋ’ କଥାକୁ ଧ୍ୟାନ ଦିଅ, ଯଦି ତୁମ୍ଭେମାନେ ବିଶ୍ରାମ ଦିନରେ ଯିରୁଶାଲମର ଫାଟକ ଦେଇ କୌଣସି ବୋଝ ନ ଆଣ ଏବଂ ଯଦି ତୁମ୍ଭେମାନେ ସେଇ ଦିନରେ କୌଣସି କାମ ନ କର। ମାତ୍ର ତାକୁ ପବିତ୍ର ମାର୍ଗରେ ପାଳନ କର।
25 “‘ତେବେ ଦାଉଦଙ୍କ ସିଂହାସନାରୂଢ଼ ଅଧିପତିଗଣ ଓ ରାଜଗଣ, ରଥରେ ଓ ଅଶ୍ୱରେ ଚଢ଼ି ସେମାନେ ଓ ସେମାନଙ୍କର ଅଧିପତିମାନେ, ଯିହୁଦାର ଲୋକମାନେ ଓ ଯିରୁଶାଲମ ନିବାସୀମାନେ ଏହି ନଗରଦ୍ୱାର ମଧ୍ୟରେ ପ୍ରବେଶ କରିବେ ଓ ଏହି ନଗର ସଦାକାଳ ରହିବ। 26 ପୁଣି ଲୋକମାନେ ଯିହୁଦାର ନଗର ସମୂହରୁ, ଯିରୁଶାଲମର ଚତୁର୍ଦ୍ଦିଗସ୍ଥିତ ଅଞ୍ଚଳରୁ, ବିନ୍ୟାମିନ ଦେଶରୁ ନିମ୍ନ ଭୂମିରୁ, ପାର୍ବତ୍ୟ ଦେଶରୁ ଓ ଦକ୍ଷିଣ ଦେଶରୁ ହୋମବଳି, ନୈବେଦ୍ୟ ଓ ସୁଗନ୍ଧି ଧୂପ ଆଉ ଧନ୍ୟବାଦାର୍ଥକ ବଳି ଘେନି ସଦାପ୍ରଭୁଙ୍କ ଗୃହକୁ ଆସିବେ।
27 “‘ମାତ୍ର ତୁମ୍ଭେମାନେ ଯେବେ ଆମ୍ଭର ବାକ୍ୟରେ ଅବଧାନ ନ କର। ବିଶ୍ରାମ ଦିନକୁ ପବିତ୍ରରୂପେ ପାଳନ ନ କର ଓ ବିଶ୍ରାମ ଦିନରେ ବୋଝ ବହନ କରି ଯିରୁଶାଲମର ଦ୍ୱାରରେ ପ୍ରବେଶ କର, ତେବେ ଆମ୍ଭେ ସେହି ଦ୍ୱାର ସମୂହରେ ଅଗ୍ନି ଜଳାଇବା। ଏହା ଯିରୁଶାଲମର ଅଟ୍ଟାଳିକା ସବୁ ଗ୍ରାସ କରିବା ପର୍ଯ୍ୟନ୍ତ ଜଳି ରହିବ।’”
ଯୀଶୁ ଖ୍ରୀଷ୍ଟଙ୍କର ଏକ ବିଶ୍ୱସ୍ତ ସୈନିକ
2 ତୀମଥି, ତୁମ୍ଭେ ମୋର ଜଣେ ପୁତ୍ର ଭଳି। ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭକୁ ମିଳିଥିବା ଅନୁଗ୍ରହରେ ଶକ୍ତିଶାଳୀ ହୁଅ। 2 ମୁଁ ଶିକ୍ଷା ଦେଇଥିବା କଥାସବୁ ତୁମ୍ଭେ ଶୁଣିଛ। ଅନେକ ଅନ୍ୟ ଲୋକ ମଧ୍ୟ ସେହି କଥା ଶୁଣିଛନ୍ତି। ତୁମ୍ଭେ ସେହି ବିଷୟ ଗୁଡ଼ିକ ଶିକ୍ଷାଦେବା ଉଚିତ୍। ଯେଉଁ କେତେକଙ୍କୁ ତୁମ୍ଭେ ବିଶ୍ୱାସ କରି ପାରିବ, ସେମାନଙ୍କୁ ସେହି ଉପଦେଶଗୁଡ଼ିକ ଦିଅ। ତା’ହେଲେ ସେମାନେ ଅନ୍ୟଲୋକମାନଙ୍କୁ ସେହି ଉପଦେଶଗୁଡ଼ିକ ଦେଇ ପାରିବେ। 3 ଆମ୍ଭ ସମସ୍ତଙ୍କ କଷ୍ଟରେ ଭାଗୀ ହୁଅ। ଖ୍ରୀଷ୍ଟ ଯୀଶୁଙ୍କ ଜଣେ ଅନୁଗତ ଓ ପ୍ରକୃତ ସୈନିକ ଭାବରେ ସେହି କଷ୍ଟଗୁଡ଼ିକ ସହିଯାଅ। 4 ଜଣେ ସୈନିକ ତା’ର ନାୟକକୁ ଖୁସୀ କରିବାକୁ ଚେଷ୍ଟା କରେ। ଅତଏବ ଦୈନିକ ଜୀବନର ଘଟଣାରେ ସେ ନିଜର ସମୟ ଅତିବାହିତ କରେ ନାହିଁ। 5 ଜଣେ ଖେଳାଳୀ ପୁରସ୍କାର ଜିଣିବା ପାଇଁ ଦୌଡ଼ର ସମସ୍ତ ନିୟମ ପାଳନ କରିବା ଦରକାର। 6 ଜଣେ ଗ୍ଭଷୀ ନିଜର କଠିନ ପରିଶ୍ରମ କରି ଯେଉଁ ଶସ୍ୟ ଉତ୍ପାଦନ କରିଛି, ସେ ପ୍ରଥମରେ ସେହି ଉତ୍ପାଦନରୁ ଖାଦ୍ୟ ପାଇବା ଉଚିତ୍। 7 ମୁଁ ଯେଉଁ କଥା କହୁଛି, ତାହା ବିଷୟରେ ଚିନ୍ତା କର। ପ୍ରଭୁ ତୁମ୍ଭକୁ ଏହି ସମସ୍ତ କଥାଗୁଡ଼ିକ ବୁଝିବା ପାଇଁ ଶକ୍ତି ଦେବେ।
8 ଯୀଶୁ ଖ୍ରୀଷ୍ଟଙ୍କୁ ମନେ ପକାଅ। ସେ ଦାଉଦ [a]ଙ୍କ ପରିବାରର ଅଟନ୍ତି। ଯୀଶୁ ମୃତ୍ୟୁପରେ ପୁନଃ ଜୀବିତ ହୋଇଉଠିଲେ। 9 ଏହି ସୁସମାଗ୍ଭର ମୁଁ ଲୋକଙ୍କୁ ଶୁଣାଏ। ସେହି ସୁସମାଗ୍ଭର କହିଥିବାରୁ ମୁଁ ଯାତନା ଭୋଗ କରୁଛି। ଏପରିକି ଜଣେ ଅପରାଧୀ ଭଳି ମୁଁ ଶିକୁଳିରେ ବନ୍ଧା ମଧ୍ୟ ହୋଇଛି। 10 ଅତଏବ ମୁଁ ଧୈର୍ଯ୍ୟପୂର୍ବକ ଉକ୍ତ କଷ୍ଟଗୁଡ଼ିକୁ ସହି ନେଉଛି। ପରମେଶ୍ୱର ଯେତେ ଲୋକଙ୍କୁ ବାଛିଛନ୍ତି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଏପରି କରୁଛି। ମୁଁ ଏଗୁଡ଼ିକ ସହି ନେବାର କାରଣ ଯେ, ସେହି ଲୋକମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ପରିତ୍ରାଣ ପାଇ ପାରିବେ। ସେହି ପରିତ୍ରାଣ ଗୋଟିଏ ଅସୀମ ମହିମା ସହିତ ଆସେ।
11 ଏହି ଶିକ୍ଷା ସତ୍ୟ ଅଟେ:
ଯଦି ଆମ୍ଭେ ତାହାଙ୍କ ସହିତ ମରୁ,
ତା’ହେଲେ ଆମ୍ଭେ ତାହାଙ୍କ ସହିତ ବଞ୍ଚିବା।
12 ଯଦି ଆମ୍ଭେ ଯାତନା ସହିବା,
ତା’ହେଲେ ଆମ୍ଭେ ତାଙ୍କ ସହିତ ଶାସନ କରିବା।
ଯଦି ଆମ୍ଭେ ତାଙ୍କୁ ଗ୍ରହଣ କରିବା ପାଇଁ ମନା କରିବା,
ତା’ହେଲେ ସେ ଆମ୍ଭକୁ ଗ୍ରହଣ କରିବା ପାଇଁ ମନା କରିବେ।
13 ଯଦି ଆମ୍ଭେ ବିଶ୍ୱସ୍ତ ନ ହେଉ,
ତଥାପି ସେ ବିଶ୍ୱସ୍ତ ହୋଇ ରହିବେ।
କାରଣ ସେ ନିଜ ପାଇଁ ଅସତ୍ ହୋଇପାରିବେ ନାହିଁ।
ଜଣେ ଅନୁମୋଦିତ କାର୍ଯ୍ୟକାରୀ
14 ଉକ୍ତ କଥାଗୁଡ଼ିକୁ ଲୋକମାନଙ୍କୁ ସର୍ବଦା କୁହ। ପରମେଶ୍ୱରଙ୍କ ଆଗରେ ସତର୍କ କରିଦିଅ ଯେ, ସେମାନେ ଅଯଥା ବାଦାନୁବାଦ କରନ୍ତୁ ନାହିଁ। ଯୁକ୍ତିତର୍କ କରିବା ଦ୍ୱାରା କାହାରିକୁ ଲାଭ ହୁଏ ନାହିଁ। ଯେଉଁମାନେ ଏହା ଶୁଣନ୍ତି, ସେମାନଙ୍କୁ ତାହା ନଷ୍ଟ କରିଦିଏ। 15 ପରମେଶ୍ୱରଙ୍କ ସୁଗ୍ରାହ୍ୟ ବ୍ୟକ୍ତି ହେବା ଲାଗି ଯଥାସାଧ୍ୟ ଚେଷ୍ଟା କର। ନିଜକୁ ତାହାଙ୍କଠାରେ ସମର୍ପଣ କର। ତାହାଙ୍କ କାମ ପାଇଁ କୌଣସି ପ୍ରକାର ଲଜ୍ଜାବୋଧ ନ କରି ଏପରି ସେବକ ହୁଅ ଯିଏ ସତ୍ଶିକ୍ଷା ଠିକ୍ ଭାବରେ କାମରେ ଲଗାଉଛି।
16 ପରମେଶ୍ୱରଙ୍କଠାରୁ ଆସି ନ ଥିବା ନିରର୍ଥକ କଥାଗୁଡ଼ିକ କହୁଥିବା ଲୋକଙ୍କଠାରୁ ଦୂରରେ ରୁହ। ସେଭଳି କଥା ପରମେଶ୍ୱରଙ୍କଠାରୁ ଅଧିକରୁ ଅଧିକ ଦୂରେଇ ନେବ। 17 ଶରୀର ଭିତରେ ରୋଗ ବ୍ୟାପିଲା ଭଳି ସେମାନଙ୍କର ମନ୍ଦ ଶିକ୍ଷା ବ୍ୟାପି ଯିବ। ହୁମନାୟ ଓ ଫିଲୀତ ହେଉଛନ୍ତି ସେହିଭଳି ଲୋକ। 18 ସେମାନେ ସତ୍ଶିକ୍ଷା ତ୍ୟାଗ କରିଛନ୍ତି। ସେମାନେ କୁହନ୍ତି ଯେ ମୃତ୍ୟୁରୁ ସମସ୍ତଙ୍କ ଉଠି ଆସିବା ଘଟଣା ଘଟିସାରିଛି। ସେହି ଦୁଇଜଣ ଲୋକ କିଛି ଲୋକଙ୍କର ବିଶ୍ୱାସ ନଷ୍ଟ କରୁଛନ୍ତି। କିନ୍ତୁ ପରମେଶ୍ୱରଙ୍କ ଦୃଢ଼ ମୂଳଦୁଆ ସେହିଭଳି ରହିଛି।
19 ସେହି ବାକ୍ୟଗୁଡ଼ିକ ସେହି ମୂଳଦୁଆ ଉପରେ ଲେଖା ହୋଇଛି: “ଯେଉଁମାନେ ପ୍ରଭୁଙ୍କର ଲୋକ, ସେମାନଙ୍କୁ ପ୍ରଭୁ ଜାଣନ୍ତି।” ନିୟମ ଲିଖିତ ଶବ୍ଦଗୁଡ଼ିକ ମଧ୍ୟ ମୂଳଦୁଆ ଉପରେ ଲେଖାଯାଇଛି: “ଯେଉଁ ଲୋକ ଦାବୀ କରେ ଯେ ସେ ପ୍ରଭୁଙ୍କୁ ବିଶ୍ୱାସ କରେ, ସେ ମନ୍ଦ କାମ ନ କରୁ।”
20 ଗୋଟିଏ ବଡ଼ ଘରେ ସୁନା ଓ ରୂପାର ଜିନିଷ ସହିତ ମାଟି ଓ କାଠର ଜିନିଷ ମଧ୍ୟ ଥାଏ। କେତେକ ଜିନିଷ ବିଶେଷ ଉଦ୍ଦେଶ୍ୟ ପାଇଁ ବ୍ୟବହାର ହୁଏ। କେତେକ ଜିନିଷ ନୀଚ କାର୍ଯ୍ୟ ପାଇଁ ବ୍ୟବହାର ହୁଏ। 21 ଯଦି ଜଣେ ନିଜକୁ ସମସ୍ତ ମନ୍ଦ ଜିନିଷରୁ ଅଲଗା କରି ପରିଷ୍କାର ହୁଏ, ତା’ହେଲେ ସେ ମୂଲ୍ୟବାନ କାମ ପାଇଁ ବିଶେଷ ଉପଯୋଗୀ ହେବ। ସେ ଲୋକ ପବିତ୍ର ହେବ। ମୁନିବ ତାହାକୁ ବ୍ୟବହାର କରି ପାରିବେ। ସେ ଯେକୌଣସି ଭଲ କାମ ପାଇଁ ପ୍ରସ୍ତୁତ ରହିବ।
22 ଯୁବକମାନେ ଯେଉଁସବୁ ମନ୍ଦ କାମ କରିବାକୁ ଇଚ୍ଛା କରନ୍ତି, ସେଗୁଡ଼ିକରୁ ଦୂରରେ ରୁହ। ଧାର୍ମିକ ଭାବରେ ବଞ୍ଚିବା ପାଇଁ କଠିନ ପରିଶ୍ରମ କର। ବିଶ୍ୱାସ, ପ୍ରେମ ଓ ଶାନ୍ତି ପାଇବା ପାଇଁ ଚେଷ୍ଟା କର। ଯେଉଁ ଲୋକମାନେ ପ୍ରଭୁଙ୍କୁ ବିଶ୍ୱାସ କରନ୍ତି ଓ ଯେଉଁମାନଙ୍କର ଶୁଦ୍ଧ ହୃଦୟ, ସେମାନଙ୍କ ସହିତ ମିଶି ଉକ୍ତ ଆଚରଣ କର। 23 ମୂର୍ଖ ଓ ଅର୍ଥହୀନ ତର୍କବିତର୍କରୁ ଦୂରରେ ରୁହ। ତୁମ୍ଭେ ଜାଣ ଯେ ସେହି ଯୁକ୍ତିତର୍କଗୁଡ଼ିକ ବଢ଼ିଯାଇ ବଡ଼ ବିବାଦ ସୃଷ୍ଟି କରେ। 24 ପ୍ରଭୁଙ୍କର ସେବକ ଯୁକ୍ତି କରିବା ଉଚିତ୍ ନୁହେଁ। ସେ ସବୁ ଲୋକଙ୍କ ପ୍ରତି ଦୟାଳୁ ହେବା ଉଚିତ୍। ସେ ଜଣେ ଭଲ ଶିକ୍ଷକ ହେବା ଉଚିତ୍। ସେ ସହନଶୀଳ ହେଉ। 25 ଯେଉଁମାନେ ତାଙ୍କୁ ବିରୋଧ କରନ୍ତି, ସେମାନଙ୍କୁ ଭଦ୍ର ଭାବରେ ଶିଖାଇବା ଉଚିତ୍। ହୁଏତ ପରମେଶ୍ୱର ସେମାନଙ୍କ ହୃଦୟରେ ଗୋଟିଏ ପରିବର୍ତ୍ତନ ପ୍ରଦାନ କରିବେ, ଯାହାଦ୍ୱାରା ସେମାନେ ସତ୍ୟକୁ ଗ୍ରହଣ କରିବେ। 26 ଶୟତାନ ସେମାନଙ୍କୁ ଫାନ୍ଦରେ ପକାଇଛି ଓ ତା ଇଚ୍ଛା ଅନୁସାରେ କାମ କରାଉଛି। ହୋଇପାରେ ଯେ ସେମାନେ ସଜାଗ ହେବେ ଓ ଶୟତାନର ସେହି କାର୍ଯ୍ୟ ଦେଖିବେ। ତା’ପରେ ସେମାନେ ଶୟତାନର ଫାନ୍ଦରୁ ମୁକ୍ତ ହେବେ।
2010 by World Bible Translation Center