Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ବଂଶାବଳୀର ପ୍ରଥମ ପୁସ୍ତକ 4-6

ଯିହୁଦାର ଅନ୍ୟାନ୍ୟ ପରିବାରବର୍ଗ

ଯିହୁଦାଙ୍କର ପୁତ୍ରଗଣଙ୍କ ତାଲିକା ଏହିପରି ଅଟେ।

ସେମାନେ ଥିଲେ ପେରସ, ହିଷ୍ରୋଣ, କର୍ମି, ହୂର ଓ ଶୋବଲ୍।

ଶୋବ‌ଲ୍‌ଙ୍କର ପୁତ୍ର ଥିଲେ ରାୟା। ରାୟା ଯହତଙ୍କର ପିତା ଥିଲେ। ଯହତ୍ ଅହୂମୟ ଓ ଲହଦଙ୍କର ପିତା ଥିଲେ। ଏମାନେ ସରିୟୀୟଙ୍କର ବଂଶଧର ଅଟନ୍ତି।

ଐଟ‌‌ମଙ୍କର ପୁତ୍ରମାନେ ଥିଲେ ଯିଷ୍ରିୟେଲ, ଯିଶ୍ମା ଓ ଯି‌ଦ୍‌ବଶ। ଆଉ ସେମାନଙ୍କର ହତସଲିଲ-ପୋନୀ ନାମ୍ନୀ ଜଣେ ଭଉଣୀ ଥିଲେ।

ପନୂୟେଲ୍ ଗାଦୋରଙ୍କ ପିତା ଥିଲେ ଏବଂ ଏସର ହୁଶରଙ୍କ ପିତା ଥିଲେ।

ଏହି ସମସ୍ତେ ହୂରଙ୍କର ପୁତ୍ରଗଣ ଥିଲେ। ହୂର ଇଫ୍ରାଥଙ୍କର ପ୍ରଥମ ପୁତ୍ର ଥିଲେ ଏବଂ ଇଫ୍ରାଥା ବୈ‌ଥ୍‌ଲେହମର ପ୍ରତିଷ୍ଠାତା ଥିଲେ।

ଅସହୂର ତକୋୟଙ୍କର ପିତା ଥିଲେ। ଅସହୂରଙ୍କର ଦୁଇ ପତ୍ନୀ ଥିଲେ। ସେମାନଙ୍କର ନାମ ଥିଲା ହିଲା ଓ ନାରା। ନାରାଙ୍କର ପୁତ୍ରମାନେ ଥିଲେ ଅହୁଷମ୍, ହେଫର, ତୈମିନିକି ଓ ଅହସ୍ତରିକି। ଅସହୂରଙ୍କଠାରୁ ନାରା ଏହି ପୁତ୍ରମାନଙ୍କୁ ଜନ୍ମ ଦେଇଥିଲେ। ହିଲାଙ୍କର ପୁତ୍ରମାନେ ଥିଲେ ସେରତ, ଯିତ୍‌ସୋହର, ଓ ଇତ୍‌ନନ୍। କୋ‌ଜ୍‌ ଆନୁବ୍, ହ‌କ୍‌କୋସଙ୍କର ଓ ଅହହେଲଙ୍କ ପିତା ଥିଲେ। ଅହହେଲ ହାରୁମଙ୍କ ପୁତ୍ର ଥିଲେ।

ଯାବେଷ୍ ତାଙ୍କର ଭ୍ରାତାମାନଙ୍କ ଅପେକ୍ଷା ଅଧିକ ସମ୍ମାନିତ ହେଲେ। ତାଙ୍କର ମାତା କହିଲେ, “ମୁଁ ତାହାର ନାମ ଯାବେଷ୍ [a] ଦେଇଅଛି, କାରଣ ତାହାକୁ ଜନ୍ମ ଦେବା ସମୟରେ ମୋତେ ଅତିଶୟ ଯନ୍ତ୍ରଣା ହୋଇଥିଲା।” 10 ଯାବେଷ୍ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ପ୍ରାର୍ଥନା କରୁଅଛି ତୁମ୍ଭେ ମୋତେ ଆଶୀର୍ବାଦ କର। ମୁଁ ଇଚ୍ଛା କରେ ଯେ, ତୁମ୍ଭେ ମୋତେ ଅଧିକ ଦେଶ ରାଜତ୍ୱ କରିବାକୁ ଦିଅ। ତୁମ୍ଭେ ମୋର ପାଶେ ପାଶେ ରୁହ ଓ ମୋତେ ଆଘାତ କରିବାକୁ କାହାକୁ ଦିଅ ନାହିଁ। ତେବେ ମୋହର କୌଣସି କଷ୍ଟ ହେବ ନାହିଁ।” ଯାବେଷ୍ ଯାହାକିଛି ମାଗିଲେ, ପରମେଶ୍ୱର ତାକୁ ସେହିସବୁ ପ୍ରଦାନ କଲେ।

11 କଲୂବ୍ ଶୁହଙ୍କ ଭ୍ରାତା ଥିଲେ। କଲୂବ୍ ମହୀରଙ୍କ ପିତା ଥିଲେ। ମହୀର ଇଷ୍ଟୋନର ପିତା ଥିଲେ। 12 ଇଷ୍ଟୋନ ବୈ‌ଥ୍‌ରାଫା, ପାସେହ ଓ ତହିନ୍ନଙ୍କର ପିତା ଥିଲେ। ତହିନ୍ନ ଈର, ନାହ‌‌ସଙ୍କର ପିତା ଥିଲେ। ଏହି ବ୍ୟକ୍ତିଗଣ ରେକା ନିବାସୀ ଥିଲେ।

13 କନସଙ୍କର ପୁତ୍ରମାନେ ଥିଲେ ଅତ୍ନୀୟେଲ ଓ ସରାୟ, ଅତ୍ନୀୟେଲଙ୍କର ପୁତ୍ରମାନେ ଥିଲେ ହଥତ୍ ଓ ମିୟୋନୋଥୟ। 14 ମିୟୋନୋଥୟ ଅଫ୍ରାଙ୍କର ପିତା ଥିଲେ।

ଏବଂ ସରାୟ ଯୋୟାବଙ୍କର ପିତା ଥିଲେ। ଯୋୟାବ କାରିଗର ଉପତ୍ୟକା ସହରର ପ୍ରତିଷ୍ଠାତା ଥିଲେ। ଏହି ସହର କାରିଗର ଉପତ୍ୟକା ନାମରେ ଡକାଯାଏ। ସେହି ସ୍ଥାନର ଅଧିବାସୀମାନେ ଏହି ନାମ ବ୍ୟବହାର କରୁଥିଲେ। କାରଣ ଏହାର ଲୋକମାନେ ଖୁବ୍ ଦକ୍ଷ କାରିଗର ଥିଲେ।

15 କାଲେବ୍ ଯିଫୁନ୍ନିଙ୍କର ପୁତ୍ର ଥିଲେ। ‌‌‌କାଲେ‌ବଙ୍କର ପୁତ୍ରମାନେ ଥିଲେ ଈରୁ, ଏଲା ଓ ନୟମ। ଏଲାଙ୍କର ପୁତ୍ର ଥିଲେ କନସ୍।

16 ଯିହଲିଲେଙ୍କର ପୁତ୍ରମାନେ ଥିଲେ ସୀଫ୍, ସୀଫା, ତୀରିୟ ଓ ଅସାରେଲ।

17-18 ଏଜ୍ରାଙ୍କର ପୁତ୍ରମାନେ ଥିଲେ ଯେଥର, ମେରଦ, ଏଫର ଓ ଯାଲୋନ୍। ମେରଦଙ୍କର ବିଥୀୟା ନାମ୍ନୀ ଜଣେ ମିଶରୀୟା ସ୍ତ୍ରୀ ଥିଲେ। ସେ ଗର୍ଭଧାରଣ କଲେ ଏବଂ ମରିୟମ, ଶମ୍ମୟ ଓ ଇଷ୍ଟିମୋୟଙ୍କର ପିତା ଯି‌ଶ୍‌ବହଙ୍କୁ ଜନ୍ମ ଦେଲେ ଏବଂ ତାଙ୍କର ଯିହୁଦୀୟ ପତ୍ନୀ ଯେରଦ୍ ହେବର ଓ ଯିକୂଥୀୟେଲଙ୍କୁ ଜନ୍ମ ଦେଲେ। ଯେରଦ୍ ଗେଦାରଙ୍କ ପିତା ଥିଲେ। ହେବର୍ ସୋଖଙ୍କର ପିତା ଥିଲେ ଏବଂ ଯିକୂଥୀୟେଲ ଯିନୋହଙ୍କର ପିତା ଥିଲେ। ଏହିସବୁ ପୁତ୍ର ବିଥୀୟାଙ୍କର ଥିଲେ। ବିଥୀୟା ଫାରୋଙ୍କର କନ୍ୟା ଥିଲେ। ସେ ମେରଦଙ୍କର ମିଶରୀୟା ପତ୍ନୀ ଥିଲେ।

19 ମେରଦଙ୍କର ସ୍ତ୍ରୀ ନହମଙ୍କର ଭଗିନୀ ଥିଲେ। ମେରଦଙ୍କ ସ୍ତ୍ରୀଙ୍କ ପୁତ୍ରମାନେ କିୟୀଲା ଓ ଇଷ୍ଟିମୋୟଙ୍କ ପିତା ଥିଲେ। କିୟୀଲା ଗର୍ମୀୟ ଲୋକମାନଙ୍କ ମଧ୍ୟରୁ ଆସିଥିଲେ ଓ ଇଷ୍ଟିମୋୟ-ମାଖାତୀୟ ଲୋକମାନଙ୍କ ମଧ୍ୟରୁ ଆସିଥିଲେ। 20 ଶିମୋନର ପୁତ୍ରମାନେ ଥିଲେ ଅମ୍ନୋନ୍, ରିଣ୍ଣ, ବି‌ନ୍‌ହାନନ ଓ ତୀଲୋନ।

ଯିଶୟିଙ୍କ ପୁତ୍ରମାନେ ଥିଲେ: ସୋହେତ୍ ଓ ବି‌ନ୍‌ସୋହେତ୍।

21 ଶେଲା ଯିହୁଦାର ପୁତ୍ର ଥିଲେ। ତାଙ୍କର ପୁତ୍ରମାନେ ଥିଲେ, ଲେକାର ପିତା ଏର ଓ ମାରେଶାଙ୍କର ପିତା ଲାଦା ଏବଂ ଏହି ପରିବାରବର୍ଗ ବେଥ-ଅସବେୟରେ ଥିବା କାର୍ପାସ କାର୍ଯ୍ୟର କର୍ତ୍ତା ଥିଲେ। 22 ଯୋକୀମ ଏବଂ କୋଷେବାର ଲୋକେ, ଯୋୟାଶ ଓ ସାରଫ ମୋୟାବିୟ [b] ସ୍ତ୍ରୀମାନଙ୍କୁ ବିବାହ କରିଥିଲେ। ଏହା ପରେ ସେମାନେ ବୈଥଲେହିମକୁ ଫେରି ଯାଇଥିଲେ। ଏହି ଲେଖାଗୁଡ଼ିକ ଅତି ପ୍ରାଚୀନ ଅଟେ। 23 ଶେଲାଙ୍କ ପୁତ୍ରମାନେ ମୃତ୍ତିକାରୁ ବିଭିନ୍ନ ବସ୍ତୁ ନିର୍ମାଣକାରୀ ମୃତ୍ତିକାର ଥିଲେ। ସେମାନେ ତନାୟିମ ଓ ଗଦେରାରେ ବାସ କରୁଥିଲେ। ସେମାନେ ସେହି ସହରଗୁଡ଼ିକରେ ରହି ରାଜାଙ୍କ ନିମନ୍ତେ କାର୍ଯ୍ୟ କରୁଥିଲେ।

ଶିମିୟୋନଙ୍କ ସନ୍ତାନଗଣ

24 ଶିମିୟୋନଙ୍କର ପୁତ୍ରମାନେ ଥିଲେ ନମୂୟେଲ, ଯାମୀନ, ଯାରୀବ, ସେରହ ଓ ଶୌଲ। 25 ଶୌଲଙ୍କର ପୁତ୍ର ଥିଲେ ଶଲ୍ଲୁମ। ଶଲ୍ଲୁମଙ୍କର ପୁତ୍ର ଥିଲେ ମି‌ବ୍‌ସମ୍। ମି‌ବ୍‌ସ‌ମଙ୍କର ପୁତ୍ର ଥିଲେ ମି‌‌ସ୍‌‌ମ।

26 ମି‌‌ସ୍‌‌ମଙ୍କର ପୁତ୍ର ଥିଲେ ହାମୁୟେଲ। ହାମୁୟେଲଙ୍କର ପୁତ୍ର ଥିଲେ ସାକ୍କୁର। ସାକ୍କୁରଙ୍କର ପୁତ୍ର ଥିଲେ ଶିମୟି। 27 ଶିମୟିଙ୍କର ଷୋହଳ ଜଣ ପୁତ୍ର ଥିଲେ ଓ ଛଅ ଜଣ କନ୍ୟା ଥିଲେ। କିନ୍ତୁ ଶିମୟିଙ୍କର ଭ୍ରାତାମାନଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ଶିମୟିଙ୍କର ଭ୍ରାତାମାନଙ୍କର କୌଣସି ବଡ଼ ପରିବାର ନ ଥିଲା। ଯିହୁଦାର ଅନ୍ୟାନ୍ୟ ପରିବାରଗୁଡ଼ିକ ପରି ସେମାନଙ୍କର ପରିବାରବର୍ଗ ବଡ଼ ନ ଥିଲା।

28 ଶିମୟିଙ୍କର ବଂଶଧରମାନେ ‌ବେ‌ର୍‌ଶେବା, ମୋଲାଦାର, ହତ୍‌ସରସୁୟାଲ, 29 ବିଲ୍ଲା, ଏତସମ, ତୋଲଦ୍, 30 ବଥୂୟେଲ, ହର୍ମା, ସିକ୍ଳଗ, 31 ବେ‌ଥ୍‌କର୍ମାବୋଦ, ହତ୍‌ସର, ସୂଷୀମ, ବୈଥବିରୀ ଓ ସାରୟିମରେ ବାସ କରୁଥିଲେ। ଦାଉଦ ରାଜା ହେବା ପର୍ଯ୍ୟନ୍ତ ସେମାନେ ସେହିସବୁ ନଗରରେ ବାସ କରୁଥିଲେ। 32 ଏହି ସହରଗୁଡ଼ିକ ନିକଟରେ ଥିବା ପାଞ୍ଚ ଗୋଟି ଗ୍ରାମର ନାମ ଥିଲା ଐଟମ, ଐନ୍, ରିମ୍ମୋନ, ତୋଖେନ୍ ଓ ଆଶନ୍। 33 ବାଲ୍ ପରି କେତୋଟି ସୁଦୂରବର୍ତ୍ତୀ ଗ୍ରାମ ମଧ୍ୟ ଥିଲା। ଏହିସବୁ ସ୍ଥାନରେ ସେମାନେ ବାସ କରୁଥିଲେ। ଆହୁରି ମଧ୍ୟ ସେମାନେ ନିଜର ପରିବାରର ଇତିହାସ ଲେଖି ରଖୁଥିଲେ।

34-38 ଏହା ହେଉଛି ସେମାନଙ୍କ ପରିବାରବର୍ଗର ନେତାମାନଙ୍କର ତାଲିକା। ସେମାନେ ଥିଲେ ମଶୋବବ୍, ଯମ୍ଲେକ୍, ଯୋଶ ଅମତ୍‌ସିୟରଙ୍କ ପୁତ୍ର ଯୋୟେଲ, ଯୋଶିବିୟଙ୍କ ପୁତ୍ର ଯେହୂ, ସରାୟଙ୍କ ପୁତ୍ର ଅଦୀୟେଲ୍, ଇଲିୟୋ-ଐନୟ, ଯାକୋବା, ଯିଶୋହାୟ, ଅସାୟ, ଅଦୀୟେଲ୍, ଯିଶୀମିୟେଲ, ବନାୟ ଓ ଶିଫୀଙ୍କ ପୁତ୍ର ସୀଷଃ। ଶିଫିୟି ଆଲ୍ଲୋନଙ୍କ ପୁତ୍ର ଓ ଆଲ୍ଲୋନ ଯିଦାୟଙ୍କ ପୁତ୍ର, ଯିଦାୟ ଶମୟିଙ୍କ ପୁତ୍ର ଓ ଶିମିୟି ଶମୟିୟଙ୍କ ପୁତ୍ର ଥିଲେ।

ଏହି ବ୍ୟକ୍ତିମାନଙ୍କର ପରିବାର ବୃଦ୍ଧିଲାଭ କରି ଅତି ବୃହତ୍ ହେଲା। 39 ସେମାନେ ଉପତ୍ୟକାର ପୂର୍ବ ପାର୍ଶ୍ୱସ୍ଥ ଗଦୋର ସହରର ବର୍ହିଦେଶରେ ଥିବା ସ୍ଥାନକୁ ଗମନ କଲେ। ସେମାନେ ନିଜର ପଶୁ ଓ ମେଷ ପଲ ନିମନ୍ତେ ଗ୍ଭରଣଭୂମି ଖୋଜିବାକୁ ସେହି ସ୍ଥାନକୁ ଗଲେ। 40 ସେମାନେ ସେଠାରେ ପ୍ରଚୁର ଘାସରେ ଭରା ଅତ୍ୟୁତ୍ତମ ଗ୍ଭରଣଭୂମି ପାଇଲେ। ସେଠାରେ ସେମାନେ ଅନେକ ଉତ୍ତମସ୍ଥାନ ମଧ୍ୟ ପାଇଲେ। ସେହି ସ୍ଥାନ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଓ ସୁଖପ୍ରଦ ଥିଲା। ଅତୀତରେ ହା‌‌ମଙ୍କ ବଂଶଧରମାନେ ସେଠାରେ ବାସ କରୁଥିଲେ। 41 ହିଜକିୟ ଯିହୁଦାର ରାଜା ଥିବା ସମୟରେ ଏହା ଘଟିଲା। ସେହି ଲୋକମାନେ ଗଦୋରକୁ ଆସିଲେ ଓ ହା‌‌ମଙ୍କ ବଂଶଧରମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ହମାତୀୟ ଲୋକମାନଙ୍କର ତମ୍ବୁସବୁ ନଷ୍ଟ କରିଦେଲେ। ସେହି ଲୋକମାନେ ସେଠାରେ ବାସ କରୁଥିବା ମିୟନୀୟ ଲୋକମାନଙ୍କ ସହିତ ମଧ୍ୟ ଯୁଦ୍ଧ କଲେ। ସେମାନେ ସମସ୍ତେ ମିୟନୀୟ ଲୋକମାନଙ୍କୁ ବିନାଶ କଲେ। ଆଜି ମଧ୍ୟ ସେଠାରେ କୌଣସି ମିୟନୀୟ ଲୋକ ନାହାନ୍ତି। ତେଣୁ ଏହି ଲୋକମାନେ ସେଠାରେ ବସବାସ କରିବାକୁ ଆରମ୍ଭ କଲେ।

42 ଶିମିୟୋନଙ୍କ ପରିବାରବର୍ଗର 500 ଲୋକ ସେୟୀରର ପାର୍ବତ୍ୟମୟ ଦେଶକୁ ଗମନ କଲେ। ଯିଶୟିଙ୍କର ପୁତ୍ରମାନେ ସେହି ଲୋକମାନଙ୍କୁ ପଥ କଢ଼ାଇ ନେଇଗଲେ। ସେହି ପୁତ୍ରମାନେ ଥିଲେ: ପ୍ଲଟିୟ, ନିୟରିୟ, ରଫାୟ ଓ ଉଷୀୟେଲ। ଶିମିୟୋନୀୟ ଲୋକମାନେ ସେହି ସ୍ଥାନରେ ବାସ କରୁଥିବା ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। 43 ସେଠାରେ କେବଳ ଅଳ୍ପମାତ୍ର ଅମାଲେକୀୟ ଲୋକ ରହିଲେ। ଆଉ ଏହି ଶିମିୟୋନୀୟ ଲୋକମାନେ ସେମାନଙ୍କୁ ବଧ କଲେ। ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଶିମିୟୋନୀୟ ଲୋକମାନେ ସେୟୀରରେ ବସବାସ କରି ଆସିଅଛନ୍ତି।

ରୁବେ‌ନଙ୍କର ବଂଶଧରଗଣ

ରୁବେନ୍ ଇସ୍ରାଏଲଙ୍କର ପ୍ରଥମଜାତ ପୁତ୍ର ଥିଲେ। ସେଥିପାଇଁ ସେ ବିଶେଷ ଆଶୀର୍ବାଦ ପାଇବାର ଉଚିତ୍ ଥିଲା, କିନ୍ତୁ ସେ ନିଜ ପିତାଙ୍କର ସ୍ତ୍ରୀଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରିଥିଲେ। ତେଣୁ ଏହି ସମସ୍ତ ଆଶୀର୍ବାଦ ଯୋଷେଫଙ୍କ ପୁତ୍ରଙ୍କୁ ଦିଆଗଲା। ପରିବାରର ଇତିହାସରେ ଜନ୍ମଗତ ଅଧିକାର ଅନୁସାରେ, ପ୍ରଥମଜାତ ପୁତ୍ର ଭାବରେ ରୁବେ‌ନଙ୍କ ନାମ ଲିଖିତ ହୋଇ ନାହିଁ। ଯଦିଓ ଯିହୁଦା ତାଙ୍କର ଭ୍ରାତାମାନଙ୍କ ମଧ୍ୟରେ ଅଧିକ ଶକ୍ତିଶାଳୀ ହେଲେ ଏବଂ ଜଣେ ଶାସକ ତାଙ୍କ ବଂଶରୁ ଆସିଲେ ଜନ୍ମଗତ ଅଧିକାର ଓ ଆଶୀର୍ବାଦ ଯୋଷେଫଙ୍କ ପରିବାର ପାଇଲା।

ରୁବେ‌ନଙ୍କ ପୁତ୍ରମାନେ ଥିଲେ: ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମୀ।

ଯୋୟେଲଙ୍କ ବଂଶଧରମାନଙ୍କର ନାମ ଏହି: ଶିମୟିୟ ଯୋୟେଲଙ୍କ ପୁତ୍ର, ଗୋଗ୍ ଶିମୟିୟଙ୍କ ପୁତ୍ର ଓ ଶିମିୟି ଗୋ‌ଗ୍‌ଙ୍କ ପୁତ୍ର ଥିଲେ। ମୀଖା ଶିମିୟିଙ୍କ ପୁତ୍ର, ରାୟା ମିଖାଙ୍କ ପୁତ୍ର। ବା‌ଲ୍‌ ରାୟାଙ୍କ ପୁତ୍ର। ବେରା ବା‌ଲ୍‌ଙ୍କ ପୁତ୍ର ଥିଲେ। ଅଶୂର ରାଜା ତିଗ୍ଲତ୍ ପି‌ଲ୍‌ନେଷର ବେରାଙ୍କୁ ତାଙ୍କର ଗୃହରୁ ନିର୍ବାସିତ କରି ନେଇ ଗଲେ। ତେଣୁ ବେରା ଅଶୂର ରାଜାଙ୍କର ବନ୍ଦୀରୂପେ ରହିଲେ। ବେରା ରୁବେ‌ନଙ୍କ ଗୋଷ୍ଠୀୟର ମୁଖ୍ୟ ଥିଲେ।

ପରିବାରର ଇତିହାସରେ ଯେଉଁପରି ଲେଖା ଯାଇଅଛି, ଠିକ୍ ସେହିପରି ଯୋୟେଲଙ୍କ ଭ୍ରାତୃଗଣ ଓ ତାହାଙ୍କ ପରିବାରବର୍ଗ ତାଲିକା କରା ଯାଇଅଛି। ଯିୟିୟେଲ ପ୍ରଥମ ପୁତ୍ର ଥିଲେ, ତା’ପରେ ଜିଖରିୟ। ବେଲା ଆସ‌‌ସ୍‌‌ରଙ୍କ ପୁତ୍ର ଥିଲେ। ଆସ‌‌ସ୍‌‌ର ଶେମାଙ୍କ ପୁତ୍ର ଥିଲେ, ଶେମା ଯୋୟେଲଙ୍କ ପୁତ୍ର ଥିଲେ। ସେମାନେ ନବୋ ଓ ବାଲମିୟୋନ ପର୍ଯ୍ୟନ୍ତ ବିସ୍ତୃତ ଅରୋୟେରରେ ବାସ କରୁଥିଲେ। ବେଲାଙ୍କ ବଂଶଧରମାନ ପୂର୍ବଦିଗରେ ମରୁଭୂମିର ସୀମାବର୍ତ୍ତୀ ଫରାତ୍ ନଦୀ ନିକଟରେ ବାସ କରୁଥିଲେ। ଗିଲିୟଦରେ ସେମାନଙ୍କର ଅନେକ ଗୋପଲ ଥିବାରୁ ସେମାନେ ସେହି ସ୍ଥାନରେ ବାସ କରୁଥିଲେ। 10 ଶାଉଲ ରାଜା ଥିବା ସମୟରେ ବେଲାଙ୍କ ବଂଶଧରମାନେ ହାଗରୀୟ ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ହାଗରୀୟ ଲୋକମାନଙ୍କୁ ପରାସ୍ତ କଲେ। ସେମାନେ ତମ୍ବୁ ଗୃହରେ ବାସ କରୁଥିଲେ ଓ ଗିଲିୟଦର ପୂର୍ବ ପାର୍ଶ୍ୱସ୍ଥ ସ୍ଥାନ ଗୁଡ଼ିକରେ ଭ୍ରମଣ କରୁଥିଲେ।

ଗା‌ଦ୍‌ର ବଂଶଧରଗଣ

11 ଗା‌ଦ୍‌ର ଗୋଷ୍ଠୀ ରୁବେନୀୟମାନଙ୍କ ନିକଟରେ ବାସ କରୁଥିଲେ। ଏହି ଗାଦୀୟ ଲୋକମାନେ ସଲଖା ସହର ପର୍ଯ୍ୟନ୍ତ ବିସ୍ତୃତ ବାଶନର ଭୂମିରେ ବାସ କରୁଥିଲେ। 12 ଯୋୟେଲ ବାଶନର ପ୍ରଥମ ନେତା ଥିଲେ। ଶାଫମ୍ ଦ୍ୱିତୀୟ ନେତା ଥିଲେ। ଏହା ପରେ ଯାନୟ ନେତା ହେଲେ। 13 ସେମାନଙ୍କ ପିତ୍ରାଳୟରେ ସାତ ଜଣ ଭ୍ରାତା ଏହିପରି ଥିଲେ ମୀଖାୟେଲ, ମଶୁଲ୍ଲମ, ଶେବା, ଯୋରୟ, ଯାକନ୍, ସୀୟ ଓ ଏବର୍। 14 ଏହି ବ୍ୟକ୍ତିମାନେ ଅବୀହେଲିୟର ବଂଶଧର ଥିଲେ। ଅବୀହେଲିୟ ହୂରିଙ୍କର ପୁତ୍ର ଥିଲେ। ହୂରି ଯାରୋହଙ୍କ ପୁତ୍ର, ଯାରୋହ ଗିଲିୟଦଙ୍କ ପୁତ୍ର। ଗିଲିୟଦ୍ ମୀଖାୟେଲଙ୍କ ପୁତ୍ର, ମୀଖାୟେଲ ଯିହିଶୟଙ୍କ ପୁତ୍ର, ଯିହିଶୟ ଯହଦୋଙ୍କ ପୁତ୍ର, ଯହଦୋ ବୂ‌ଷ୍‌ଙ୍କ ପୁତ୍ର ଥିଲେ। 15 ଅହି ଅ‌ବ୍‌ଦିୟେଲଙ୍କ ପୁତ୍ର, ଅ‌ବ୍‌ଦିୟେଲ ଗୂନିଙ୍କ ପୁତ୍ର ଥିଲେ। ଅହି ସେମାନଙ୍କ ପରିବାରର ନେତା ଥିଲେ।

16 ଗା‌ଦ୍‌ର ଗୋଷ୍ଠୀର ଲୋକମାନେ ଗିଲିୟଦ ଦେଶରେ ବାସ କରୁଥିଲେ। ସେମାନେ ବାଶନରେ, ବାଶନ୍ ଚତୁର୍ଦ୍ଦିଗସ୍ଥ ଛୋଟ ସହର ଗୁଡ଼ିକରେ ଓ ଶାରୋଣରେ ଥିବା ସବୁ ଗ୍ଭରଣଭୂମି ଓ ସୀମା ପର୍ଯ୍ୟନ୍ତ ସ୍ଥାନମାନଙ୍କରେ ବାସ କରୁଥିଲେ।

17 ଯୋଥମ୍ ଓ ଯାରବିୟାମଙ୍କ ସମୟରେ, ଗା‌ଦ୍‌ର ଗୋଷ୍ଠୀ ଇତିହାସରେ ଏହି ବ୍ୟକ୍ତିମାନଙ୍କର ନାମ ଲିଖିତ ହୋଇଥିଲା। ଯୋଥମ୍ ଯିହୁଦାର ରାଜା ଓ ଯାରବିୟାମ ଇସ୍ରାଏଲର ରାଜା ଥିଲେ।

କେତେକ ସୈନ୍ୟ ଯୁଦ୍ଧବିଦ୍ୟାରେ ପ୍ରବୀଣ ଥିଲେ।

18 ରୁବେ‌ନଙ୍କର ବଂଶଧରମଧ୍ୟରୁ, ଗା‌ଦ୍‌ର ବଂଶଧରମଧ୍ୟରୁ ଏବଂ ମନଃଶିଙ୍କର ଅର୍ଦ୍ଧେକ ପରିବାରବର୍ଗର ବଂଶଧରମଧ୍ୟରୁ 44,760 ଜଣ ସାହସୀ ସୈନ୍ୟ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସେମାନେ ଯୁଦ୍ଧବିଦ୍ୟାରେ ପ୍ରବୀଣ ଥିଲେ। ସେମାନେ ଢାଲ ଓ ‌‌ଖ‌ଡ଼୍‌ଗ ଧାରଣ କରିଥିଲେ ଏବଂ ସେମାନେ ଧନୁ ଓ ତୀର ଗ୍ଭଳନାରେ ନିପୁଣ ଥିଲେ। 19 ସେମାନେ ହାଗରୀୟ ଲୋକ ଓ ଯିଟୁର, ନାଫୀଶ୍ ଏବଂ ନୋଦବର ଲୋକମାନଙ୍କ ବିରୁଦ୍ଧରେ ଏକ ଯୁଦ୍ଧ ଆରମ୍ଭ କଲେ। 20 ମନଃଶି, ରୁବେନ୍ ଓ ଗାଦ୍ ଗୋଷ୍ଠୀୟର ଏହି ଲୋକମାନେ ଯୁଦ୍ଧ କ୍ଷେତ୍ରରେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ୱର ସେମାନଙ୍କୁ ଯେପରି ସାହାଯ୍ୟ କରନ୍ତି, ଏଥିନିମନ୍ତେ ସେମାନେ ତାଙ୍କ ନିକଟରେ ବିନତି କଲେ। କାରଣ ସେମାନେ ତାଙ୍କଠାରେ ବିଶ୍ୱାସ କରୁଥିଲେ। ତେଣୁ ପରମେଶ୍ୱର ସେମାନଙ୍କୁ ସାହାଯ୍ୟ କଲେ। ହାଗରୀୟ ଲୋକମାନଙ୍କୁ ପରାସ୍ତ କରିବାକୁ ପରମେଶ୍ୱର ସେମାନଙ୍କୁ ଅନୁମତି ଦେଲେ। ଆହୁରି ମଧ୍ୟ ସେମାନେ ହାଗରୀୟ ଲୋକମାନଙ୍କ ସହିତରେ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ପରାସ୍ତ କଲେ। 21 ସେମାନେ ହାଗରୀୟ ଲୋକମାନଙ୍କର ପଶୁଗଣକୁ ନେଇଗଲେ। ସେମାନେ 50,000 ଓଟ, 250,000 ମେଷ, 2000 ଗଧ ଓ 100,000 ଲୋକଙ୍କୁ ନେଇଗଲେ। 22 ପରମେଶ୍ୱର ସେମାନଙ୍କୁ ଯୁଦ୍ଧରେ ବିଜୟ ଲାଭ କରିବାକୁ ସାହାଯ୍ୟ କରିବାରୁ ଅନେକ ହାଗରୀୟ ଲୋକ ନିହତ ହେଲେ। ଏହା ପରେ ମନଃଶି, ରୁବେନ୍ ଓ ଗାଦ୍ ବଂଶଧରଗଣ ହାଗରୀୟ ଲୋକମାନଙ୍କର ଦେଶରେ ସେଠାରୁ ବାବିଲକୁ ନିର୍ବାସିତ ହେଲା ପର୍ଯ୍ୟନ୍ତ ବାସ କଲେ।

23 ବାଲ୍-ହର୍ମୋଣ, ସନୀର ଓ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ବିସ୍ତୃତ ମନଃଶି ଗୋଷ୍ଠୀର ଅର୍ଦ୍ଧେକ ଲୋକ ବାସ କଲେ। ସେମାନେ ଏକ ବିଶାଳ ଗୋଷ୍ଠୀରେ ପରିଣତ ହେଲେ।

24 ସେମାନଙ୍କ ପରିବାରର ନେତାଗଣ ଥିଲେ: ଏଫର, ଯୀଶି, ଇଲୀୟେଲ, ଅସ୍ରୀୟେଲ, ଯିରିମିୟ, ହୋଦବିୟ ଓ ଯହଦୀୟେଲ, ସେହି ଲୋକମାନେ ଅତ୍ୟନ୍ତ ବଳିଷ୍ଠ ସାହସୀ ଏବଂ ବିଖ୍ୟାତ ବ୍ୟକ୍ତିଗଣ ଥିଲେ। ସେମାନେ ସେମାନଙ୍କର ପରିବାରବର୍ଗର ମୁଖ୍ୟ ଥିଲେ। 25 କିନ୍ତୁ ଏହି ନେତାମାନେ ସେମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲେ। ସେମାନେ ସେହି ଲୋକମାନଙ୍କର ମିଥ୍ୟା ଦେବତାଗଣର ଉପାସନା କରିବାକୁ ଆରମ୍ଭ କଲେ, ଯେଉଁମାନଙ୍କୁ ପରମେଶ୍ୱର ସେମାନଙ୍କ ସମ୍ମୁଖରେ ନଷ୍ଟ କରିଥିଲେ।

26 ତେଣୁ ଇସ୍ରାଏଲର ପରମେଶ୍ୱର ଅଶୂର ରାଜା ପୂ‌ଲ୍‌ର ମନରେ ଯୁଦ୍ଧ ନିମନ୍ତେ ଯିବା ପାଇଁ ଉତ୍ତେଜନା ସୃଷ୍ଟି କଲେ। ପୂଲ୍ ଅଶୂର ରାଜା ଥିଲେ। ତେଣୁ ତାଙ୍କୁ ତିଗ୍ଲତ-ପି‌ଲ୍‌ନେଷର ମଧ୍ୟ କୁହାଯାଏ। ସେ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧେକ ଗୋଷ୍ଠୀ ସହିତ ଯୁଦ୍ଧ କଲେ। ସେ ବଳପୂର୍ବକ ସେମାନଙ୍କୁ ଗୃହରୁ ବିତାଡ଼ିତ କଲେ ଓ ବନ୍ଦୀ କରି ନେଇଗଲେ। ପୂ‌ଲ୍‌ ସେମାନଙ୍କୁ ହଲହ, ହାବୋର, ହାରା ଓ ଗୋଶନ୍ ନଦୀ ନିକଟକୁ ଆଣିଲେ। ସେହି ଦିନଠାରୁ ସେମାନେ ସେହି ସ୍ଥାନରେ ବାସ କରୁଛନ୍ତି।

ଲେବୀଙ୍କ ବଂଶଧରଗଣ

ଲେବୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।

କହାତଙ୍କର ପୁତ୍ରମାନେ ଥିଲେ ଅମ୍ରାମ୍, ଯିଷହାର, ହିବ୍ରୋଣ ଓ ଉଷିୟେଲ।

ଅମ୍ରାମ୍ର ସନ୍ତାନମାନେ ଥିଲେ ହାରୋଣ, ମୋଶା ଓ ମରିୟମ୍।

ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୁ, ଇଲିୟାସର ଓ ଈଥାମର। ଇଲିୟାସର ପୀ‌ନ୍‌ହସଙ୍କ ପିତା ଥିଲେ। ପୀ‌ନ୍‌ହସ୍ ଅବିଶୂୟଙ୍କ ପିତା ଥିଲେ। ଅବିଶୂୟ ବୁ‌କ୍‌କିଙ୍କ ପିତା ଥିଲେ। ବୁ‌କ୍‌କି ଉଷିଙ୍କ ପିତା ଥିଲେ। ଉଷି ସରହିୟଙ୍କ ପିତା ଥିଲେ। ସରହିୟ ମରାୟୋତଙ୍କ ପିତା ଥିଲେ। ମରାୟୋତ ଅମରିୟଙ୍କ ପିତା ଥିଲେ। ଅମରିୟ ଅହୀଟୂ‌ବ୍‌ଙ୍କ ପିତା ଥିଲେ। ଅହୀଟୂବ୍ ସାଦୋକଙ୍କ ପିତା ଥିଲେ। ସାଦୋକ୍ ଅହୀମାସଙ୍କ ପିତା ଥିଲେ। ଅହୀମାସ ଅସରିୟଙ୍କ ପିତା ଥିଲେ। ଅସରିୟ ଯୋହାନ‌ନଙ୍କ ପିତା ଥିଲେ। 10 ଯୋହାନନ୍ ଅସରିୟଙ୍କ ପିତା ଥିଲେ (ଶଲୋମନ୍ ଯିରୁଶାଲମରେ ଯେଉଁ ମନ୍ଦିର ନିର୍ମାଣ କରିଥିଲେ ସେଠାରେ ଏହି ଅସରିୟ ଯାଜକ ଭାବେ କାର୍ଯ୍ୟ କରୁଥିଲେ)। 11 ଅସରିୟ ଅମରିୟଙ୍କ ପିତା ଥିଲେ। ଅମରିୟ ଅହୀଟୂ‌ବ୍‌ଙ୍କ ପିତା ଥିଲେ। 12 ଅହୀଟୂବ୍ ସାଦୋକଙ୍କ ପିତା ଥିଲେ। ସାଦୋକ ଶଲ୍ଲୁ‌ମ୍‌ଙ୍କ ପିତା ଥିଲେ। 13 ଶଲ୍ଲୁମ୍ ହି‌ଲ୍‌‌‌କିୟଙ୍କ ପିତା ଥିଲେ। ହି‌ଲ୍‌‌‌କିୟ ଅସରିୟଙ୍କ ପିତା ଥିଲେ। 14 ଅସରିୟ ସରାୟଙ୍କ ପିତା ଥିଲେ। ସରାୟ ଯିହୋସାଦକଙ୍କ ପିତା ଥିଲେ।

15 ସଦାପ୍ରଭୁ ଯେତେବେଳେ ଯିହୁଦା ଓ ଯିରୁଶାଲମକୁ ନିର୍ବାସିତ କଲେ, ଯିହୋସାଦକ ଲୋକମାନଙ୍କ ସହିତ ବନ୍ଦୀରୂପେ ନିଆଗଲେ। ସଦାପ୍ରଭୁ ନବୂଖ‌ଦ୍‌ନିତ୍ସରଙ୍କ ଦ୍ୱାରା ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ନିର୍ବାସନରେ ପଠାଇଲେ।

ଲେବୀଙ୍କର ଅନ୍ୟାନ୍ୟ ବଂଶଧରଗଣ

16 ଲେବୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।

17 ଗେର୍ଶୋନଙ୍କ ପୁତ୍ରମାନେ ଥିଲେ ଲି‌ବ୍‌ନି ଓ ଶିମିୟି।

18 କହାତଙ୍କ ପୁତ୍ରମାନେ ଥିଲେ ଅମ୍ରାମ୍, ଯି‌ଷ୍‌ହର, ହିବ୍ରୋଣ ଓ ଉଷୀୟେଲ।

19 ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି।

ଲେବୀଙ୍କ ଗୋଷ୍ଠୀଗୁଡ଼ିକର ଏହା ହିଁ ଏକ ତାଲିକା ଅଟେ। ସେମାନଙ୍କ ପିତାଗଣଙ୍କର ନାମାନୁସାରେ ହିଁ ସେମାନଙ୍କର ନାମ ତାଲିକାଭୁକ୍ତ ହୋଇଅଛି।

20 ଏହିମାନେ ଗେର୍ଶୋନଙ୍କ ବଂଶଧର ଥିଲେ: ଲି‌ବ୍‌ନି ଗେର୍ଶୋନଙ୍କ ପୁତ୍ର ଥିଲେ। ଯହତ୍, ଲି‌ବ୍‌ନିଙ୍କ ପୁତ୍ର ଥିଲେ। ସିମ୍ମ ଯହତଙ୍କ ପୁତ୍ର ଥିଲେ। 21 ଯୋୟାହ ସିମ୍ମଙ୍କ ପୁତ୍ର ଥିଲେ। ଇଦ୍ଦୋ ଯୋୟାହଙ୍କ ପୁତ୍ର ଥିଲେ। ସେରହ ଇଦ୍ଦୋଙ୍କ ପୁତ୍ର ଥିଲେ। ଯିୟତ୍ରୟ ସେରହଙ୍କର ପୁତ୍ର ଥିଲେ।

22 ଏହିମାନେ କହାତଙ୍କ ବଂଶଧର ଥିଲେ। ଅମ୍ମୀନାଦବ୍ କହାତଙ୍କ ପୁତ୍ର ଥିଲେ। କୋରହ ଅମ୍ମୀନାଦବଙ୍କ ପୁତ୍ର ଥିଲେ। ଅସୀର କୋରହଙ୍କ ପୁତ୍ର ଥିଲେ। 23 ଇ‌ଲ୍‌କାନା ଅସୀରଙ୍କ ପୁତ୍ର ଥିଲେ, ଅବୀୟାସଫ୍ ଇ‌ଲ୍‌କାନାଙ୍କ ପୁତ୍ର ଥିଲେ। ଅସୀର ଅବୀୟାସ‌ଫ୍‌ଙ୍କ ପୁତ୍ର ଥିଲେ। 24 ତହତ୍ ଅସୀରଙ୍କ ପୁତ୍ର ଥିଲେ। ଊରିୟେଲ ତହତ୍‌ଙ୍କ ପୁତ୍ର ଥିଲେ। ଊଷିୟ ଉରିୟେଲଙ୍କ ପୁତ୍ର ଥିଲେ। ଶୌଲ୍ ଉଷିୟଙ୍କ ପୁତ୍ର ଥିଲେ।

25 ଇ‌ଲ୍‌କାନାଙ୍କ ପୁତ୍ରମାନେ ଥିଲେ ଅମାସୟ ଓ ଅହୀମୋତ୍। 26 ସୋଫୀୟ ଇ‌ଲ୍‌କାନାଙ୍କ ପୁତ୍ର ଥିଲେ। ନହାତ୍ ସୋଫୀଙ୍କ ପୁତ୍ର ଥିଲେ। 27 ଇଲୀୟାବ୍ ନହାତଙ୍କ ପୁତ୍ର ଥିଲେ। ଯିରୋହମ୍ ଇଲିୟା‌ବ୍‌ଙ୍କ ପୁତ୍ର ଥିଲେ। ଇ‌ଲ୍‌କାନା ଯିରୋହ‌ମ୍‌ଙ୍କ ପୁତ୍ର ଥିଲେ। ଶାମୁୟେଲ ଇ‌ଲ୍‌କାନାଙ୍କ ପୁତ୍ର ଥିଲେ। 28 ଶାମୁୟେଲଙ୍କ ପୁତ୍ରମାନେ ଥିଲେ: ଯୋୟେଲ ଜ୍ୟେଷ୍ଠ ପୁତ୍ର ଓ ଅବୀୟ କନିଷ୍ଠ ପୁତ୍ର।

29 ଏହିମାନେ ମରାରିଙ୍କ ପୁତ୍ର ଥିଲେ: ମହଲି ମରାରିଙ୍କ ପୁତ୍ର ଥିଲେ। ଲି‌ବ୍‌ନି ମହଲିଙ୍କ ପୁତ୍ର ଥିଲେ। 30 ଶିମିୟ ଲି‌ବ୍‌ନିଙ୍କ ପୁତ୍ର ଥିଲେ। ଉଷଃ ଶିମିୟିଙ୍କ ପୁତ୍ର ଥିଲେ। ଶିମିୟି ଉଷଃଙ୍କ ପୁତ୍ର ଥିଲେ। ହଗିୟ ଶିମିୟିଙ୍କ ପୁତ୍ର ଥିଲେ। ଅସାୟ ହଗିୟଙ୍କ ପୁତ୍ର ଥିଲେ।

ମନ୍ଦିରର ବାଦ୍ୟକାରୀଗଣ

31 ନିୟମ-ସିନ୍ଦୁକ ସଦାପ୍ରଭୁଙ୍କ ଗୃହର ତମ୍ବୁ ମଧ୍ୟରେ ରଖାଯିବା ପରେ ଦାଉଦ ଏହି ବ୍ୟକ୍ତିମାନଙ୍କୁ ବାଦ୍ୟକାରୀ ରୂପେ ମନୋନୀତ କଲେ। 32 ଏହି ବ୍ୟକ୍ତିମାନେ ପବିତ୍ର ତମ୍ବୁ ମଧ୍ୟରେ ସଙ୍ଗୀତ ଗାନ କରି ସେବାକାର୍ଯ୍ୟ କଲେ। ଏହି ପବିତ୍ର ତମ୍ବୁକୁ ସମାଗମ-ତମ୍ବୁ ବୋଲି ମଧ୍ୟ କୁହା ଯାଉଥିଲା। ଶଲୋମନ ଯିରୁଶାଲମରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ପର୍ଯ୍ୟନ୍ତ ଏହି ବ୍ୟକ୍ତିମାନେ ସେବାକାର୍ଯ୍ୟ କଲେ। ସେମାନଙ୍କ କାର୍ଯ୍ୟ ନିମନ୍ତେ ସେମାନଙ୍କୁ ଦିଆଯାଇଥିବା ନିୟମାବଳୀକୁ ସୂଗ୍ଭରୁରୂପେ ପାଳନ କରି ସେମାନେ ସେବାକାର୍ଯ୍ୟ କଲେ।

33 ସଙ୍ଗୀତ ଦ୍ୱାରା ସେବାକାର୍ଯ୍ୟ କରୁଥିବା ବ୍ୟକ୍ତିଗଣ ଓ ସେମାନଙ୍କର ପୁତ୍ରଗଣ କହାତଙ୍କର ବଂଶଧର ଥିଲେ,

ଗାୟକ ହେମନ୍। ହେମନ୍ ଯୋୟେଲଙ୍କ ପୁତ୍ର ଥିଲେ। ଯୋୟେଲ ଶାମୁୟେଲଙ୍କ ପୁତ୍ର ଥିଲେ। 34 ଶାମୁୟେଲ ଇ‌ଲ୍‌କାନାଙ୍କ ପୁତ୍ର ଥିଲେ। ଇ‌ଲ୍‌କାନା ଯିରୋହ‌ମ୍‌ଙ୍କ ପୁତ୍ର ଥିଲେ। ଯିରୋହମ୍ ଇଲୀୟେ‌ଲ୍‌ଙ୍କ ପୁତ୍ର ଥିଲେ। ଇଲୀୟେଲ୍ ତୋହଙ୍କ ପୁତ୍ର ଥିଲେ। 35 ତୋହ ସୂ‌ଫ୍‌ଙ୍କ ପୁତ୍ର ଥିଲେ। ସୂ‌ଫ୍‌ ଇ‌ଲ୍‌କାନାଙ୍କ ପୁତ୍ର ଥିଲେ। ଇ‌ଲ୍‌କାନା ମାହତ୍‌ଙ୍କ ପୁତ୍ର ଥିଲେ। ମାହତ୍ ଅମାସୟଙ୍କ ପୁତ୍ର ଥିଲେ। 36 ଅମାସୟ ଇ‌ଲ୍‌କାନାଙ୍କ ପୁତ୍ର ଥିଲେ। ଇ‌ଲ୍‌କାନା ଯୋୟେଲଙ୍କ ପୁତ୍ର ଥିଲେ। ଯୋୟେଲ ଅସରିୟଙ୍କ ପୁତ୍ର ଥିଲେ। ଅସରିୟ ସିଫନିୟର ପୁତ୍ର ଥିଲେ। 37 ସିଫନିୟର ତହତ୍‌ଙ୍କ ପୁତ୍ର ଥିଲେ। ଅବୀୟାସଫ୍ କୋରହଙ୍କ ପୁତ୍ର ଥିଲେ। 38 କୋରହ ଯି‌ଷ୍‌ହରଙ୍କ ପୁତ୍ର ଥିଲେ। ଯି‌ଷ୍‌ହର କହାତଙ୍କ ପୁତ୍ର ଥିଲେ। କହାତ୍ ଲେବୀଙ୍କ ପୁତ୍ର ଥିଲେ। ଲେବୀ ଇସ୍ରାଏଲଙ୍କ ପୁତ୍ର ଥିଲେ।

39 ହେମ‌ନଙ୍କ ଆତ୍ମୀୟ ଥିଲେ ଆସଫ୍। ଆସଫ୍ ହେମ‌ନଙ୍କ ଦକ୍ଷିଣ ପାର୍ଶ୍ୱରେ ରହି ସେବାକାର୍ଯ୍ୟ କରୁଥିଲେ। ଆସଫ ବେରିଖିୟଙ୍କ ପୁତ୍ର ଥିଲେ। ବେରିଖିୟ ଶିମିୟଙ୍କ ପୁତ୍ର ଥିଲେ। 40 ଶିମିୟ ମୀଖାୟେଲଙ୍କ ପୁତ୍ର ଥିଲେ। ମୀଖାୟେଲ ବାସେୟଙ୍କ ପୁତ୍ର ଥିଲେ। ବାସେୟ ମ‌ଲ୍‌କିୟରଙ୍କ ପୁତ୍ର ଥିଲେ। 41 ମ‌ଲ୍‌କିୟର ଇତ୍‌ନିଙ୍କ ପୁତ୍ର ଥିଲେ। ଇତ୍‌ନି ସେରହଙ୍କ ପୁତ୍ର ଥିଲେ। ସେରହ ଅଦାୟାଙ୍କ ପୁତ୍ର ଥିଲେ। 42 ଅଦାୟା ଏଥ‌ନଙ୍କ ପୁତ୍ର ଥିଲେ। ଏଥନ୍ ସିମ୍ମଙ୍କ ପୁତ୍ର ଥିଲେ। ସିମ୍ମ ଶିମିୟଙ୍କ ପୁତ୍ର ଥିଲେ। 43 ଶିମିୟ ଯହତଙ୍କ ପୁତ୍ର ଥିଲେ। ଯହତ୍ ଗେର୍ଶୋନଙ୍କ ପୁତ୍ର ଥିଲେ। ଗେର୍ଶୋନ ଲେବୀଙ୍କ ପୁତ୍ର ଥିଲେ।

44 ମରାରିଙ୍କ ବଂଶଧରମାନେ ହେମନ୍ ଓ ଆସ‌ଫ୍‌ଙ୍କ ଆତ୍ମୀୟ ଥିଲେ। ସେମାନେ ହେମ‌ନଙ୍କ ବାମ ପାର୍ଶ୍ୱସ୍ଥ ସଙ୍ଗୀତ ଦଳ ଥିଲେ। ଏଥନ କୀଶିଙ୍କ ପୁତ୍ର ଥିଲେ। କୀଶି ଅବଦିଙ୍କ ପୁତ୍ର ଥିଲେ। ଅବଦି ମାଲ୍ଲୁକଙ୍କ ପୁତ୍ର ଥିଲେ। 45 ମାଲ୍ଲୁକ ହଶବିୟଙ୍କ ପୁତ୍ର ଥିଲେ। ହଶବିୟ ଅମତ୍‌ସିୟଙ୍କ ପୁତ୍ର ଥିଲେ। ଅମତ୍‌ସିୟ ହି‌ଲ୍‌‌‌କିୟଙ୍କ ପୁତ୍ର ଥିଲେ। 46 ହି‌ଲ୍‌‌‌କିୟ ଅ‌ମ୍‌ସିଙ୍କ ପୁତ୍ର ଥିଲେ। ଅ‌ମ୍‌ସି ବାନିଙ୍କ ପୁତ୍ର ଥିଲେ। ବାନି ଶେମରଙ୍କ ପୁତ୍ର ଥିଲେ। 47 ଶେମର ମହଲିଙ୍କ ପୁତ୍ର ଥିଲେ। ମହଲି ମୂଶିଙ୍କ ପୁତ୍ର ଥିଲେ। ମୂଶି ମରାରିଙ୍କ ପୁତ୍ର ଥିଲେ। ମରାରି ଲେବୀଙ୍କ ପୁତ୍ର ଥିଲେ।

48 ହେମନ୍ ଓ ଆସ‌ଫ୍‌ଙ୍କ ଭ୍ରାତାମାନେ ଲେବୀଙ୍କ ଗୋଷ୍ଠୀର ଥିଲେ। ଲେବୀଙ୍କ ଗୋଷ୍ଠୀମାନଙ୍କୁ ଲେବୀୟ ମଧ୍ୟ କୁହାଯାଉଥିଲା। ପବିତ୍ର ତମ୍ବୁରେ ସେବାକାର୍ଯ୍ୟ କରିବା ନିମନ୍ତେ ଏହି ଲେବୀୟମାନେ ମନୋନୀତ ହୋଇଥିଲେ। ପରମେଶ୍ୱରଙ୍କ ଗୃହରେ ପବିତ୍ର ତମ୍ବୁ ରହିଥିଲା, 49 କିନ୍ତୁ କେବଳ ହାରୋଣ ଏବଂ ତାଙ୍କର ବଂଶଧରମାନଙ୍କୁ ହୋମବଳି, ଯଜ୍ଞବେଦି ସୁଗନ୍ଧିବେଦି ଉପରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ଅନୁମତି ଦିଆଯାଇ ଥିଲା। ପରମେଶ୍ୱରଙ୍କ ଗୃହର ମହାପବିତ୍ରତମ ସ୍ଥାନର ସମସ୍ତ କାର୍ଯ୍ୟ ଏବଂ ଇସ୍ରାଏଲ ପାଇଁ ମଧ୍ୟ ପ୍ରାୟଶ୍ଚିତ କରନ୍ତି। ମୋଶା ପରମେଶ୍ୱରଙ୍କ ସେବକ, ଯେଉଁ ସମସ୍ତ ନୀତି ଓ ଆଇନ ଦେଇଥିଲେ ସେହିସବୁ ସେମାନେ ପାଳନ କଲେ।

ହାରୋଣଙ୍କ ବଂଶଧରଗଣ

50 ଏହିମାନେ ହାରୋଣଙ୍କ ପୁତ୍ରଗଣ ଥିଲେ: ଇଲିୟାସର ହାରୋଣଙ୍କ ପୁତ୍ର ଥିଲେ। ପୀ‌ନ୍‌ହସ୍ ଇଲିୟାସରଙ୍କ ପୁତ୍ର ଥିଲେ। ଅବୀଶୂୟ ପୀ‌ନ୍‌ହ‌‌ସ୍‌‌ଙ୍କ ପୁତ୍ର ଥିଲେ। 51 ବୁ‌କ୍‌କି ଅବୀଶୂୟଙ୍କ ପୁତ୍ର ଥିଲେ। ଉଷି ବୁ‌କ୍‌କିଙ୍କ ପୁତ୍ର ଥିଲେ। ସରହିୟ ଉଷିଙ୍କ ପୁତ୍ର ଥିଲେ। 52 ମରାୟୋତ୍ ସରହିୟଙ୍କ ପୁତ୍ର ଥିଲେ। ଅମରିୟ ମରାୟୋତ୍‌ଙ୍କ ପୁତ୍ର ଥିଲେ। 53 ସାଦୋକ ଅହୀଟୂ‌ବ୍‌ଙ୍କ ପୁତ୍ର ଥିଲେ। ଅହୀମାସ୍ ସାଦୋକଙ୍କ ପୁତ୍ର ଥିଲେ।

ଲେବୀୟ ଗୋଷ୍ଠୀ ନିମନ୍ତେ ବାସସ୍ଥାନ

54 ଏହି ସମସ୍ତ ସ୍ଥାନରେ ହାରୋଣଙ୍କ ବଂଶଧରମାନେ ବାସ କଲେ। ସେମାନଙ୍କୁ ଦତ୍ତ ହୋଇଥିବା ଦେଶରେ ସେମାନେ ଛାଉଣି ମଧ୍ୟରେ ବାସ କଲେ। ଲେବୀୟ ଲୋକମାନଙ୍କୁ ଦିଆଯାଇଥିବା ଦେଶରେ କହାତୀୟମାନେ ପ୍ରଥମ ଅଂଶ ପାଇଲେ। 55 ସେମାନଙ୍କୁ ହିବ୍ରୋଣ ଓ ତାହାର ଚତୁର୍ଦ୍ଦିଗରେ ଥିବା କ୍ଷେତ୍ରମାନ ଦତ୍ତ ହେଲା। 56 କିନ୍ତୁ ସେମାନେ ସହରଠାରୁ ଦୂରରେ ଥିବା କ୍ଷେତ୍ର ଓ ଗ୍ରାମସବୁ ଯିଫୁନ୍ନିର ପୁତ୍ର ‌‌‌କାଲେ‌ବଙ୍କୁ ଦେଲେ। 57 ହାରୋଣର ବଂଶଧରମାନଙ୍କୁ ଦିଆଯାଇଥିବା ଆଶ୍ରୟ ନଗର [c] ସବୁ ହିବ୍ରୋଣ, ଲି‌ବ୍‌ନା, ଯତ୍ତୀର, ଇଷ୍ଟିମୋୟ, 58 ହିଲେନ୍, ଦବୀର ଏବଂ ସେମାନଙ୍କର କ୍ଷେତ। 59 ଆଶନ୍, ବୈଥ୍-ଶେମଶ ଏବଂ ସେମାନଙ୍କର କ୍ଷେତ। 60 ବିନ୍ୟାମୀନ ଗୋଷ୍ଠୀଠାରୁ ସେମାନେ ଗିବିୟୋନ, ଗେବା, ଆଲେମତ୍ ଓ ଅନାଥୋତ୍ ଏବଂ ସେମାନଙ୍କ ଚତୁର୍ପାର୍ଶ୍ୱର କ୍ଷେତ ସହର ସହିତ ପ୍ରାପ୍ତ ହେଲା।

କହାତୀୟମାନଙ୍କୁ ତେରଟି ନଗର ଦିଆଗଲା।

61 କହାତୀୟମାନଙ୍କୁ ମନଃଶିଙ୍କ ଅର୍ଦ୍ଧେକ ଗୋଷ୍ଠୀଠାରୁ ଯର୍ଦ୍ଦନ ନଦୀର ପୂର୍ବରେ ଥିବା ଦଶଗୋଟି ସହର ଦିଆଯାଇଥିଲା।

62 ଗେର୍ଶୋନଙ୍କ ଗୋଷ୍ଠୀ ତେର ଗୋଟି ନଗର ପ୍ରାପ୍ତ ହେଲା। ସେମାନେ ଇଷାଖର, ଆଶେର, ନପ୍ତାଲି ଓ ବାଶନ ଅଞ୍ଚଳରେ ବାସ କରୁଥିବା ମନଃଶିର ଅବଶିଷ୍ଟ ବଂଶଠାରୁ ସେହି ନଗରଗୁଡ଼ିକ ପ୍ରାପ୍ତ ହେଲେ।

63 ମରାରି ବଂଶର ପରିବାରବର୍ଗକୁ ବାର ଗୋଟି ନଗର ପ୍ରାପ୍ତ ହେଲା। ସେମାନେ ରୁବେନ୍, ଗାଦ୍, ସବୁଲୂନର ଗୋଷ୍ଠୀଠାରୁ ସେହି ସମସ୍ତ ନଗର ପ୍ରାପ୍ତ ହେଲେ। ସେମାନେ ଗୁଲିବାଣ୍ଟଦ୍ୱାରା ସେହି ନଗରସବୁ ପ୍ରାପ୍ତ କଲେ।

64 ତେଣୁ ଇସ୍ରାଏଲୀୟ ଲୋକମାନେ ସେହିସବୁ ସହର ଓ କ୍ଷେତ୍ରଗୁଡ଼ିକୁ ଲେବୀୟମାନଙ୍କୁ ଦେଇ ଦେଲେ। 65 ସେହି ସମସ୍ତ ନଗରୀ ସେମାନେ ଯିହୁଦା, ଶିମିୟୋନ୍, ଓ ବିନ୍ୟାମୀନର ଗୋଷ୍ଠୀଙ୍କଠାରୁ ପ୍ରାପ୍ତ ହୋଇଥିଲେ। ଯେଉଁଗୁଡ଼ିକର ନାମ ଗୁଲିବାଣ୍ଟରେ ଉଲ୍ଲେଖ କରାଯାଇଛି।

66 ଇଫ୍ରୟିମ୍ ଗୋଷ୍ଠୀ କହାତ୍‌ର କେତେକ ପରିବାର କିଛି ନଗରୀଗୁଡ଼ିକ ଦେଲେ। 67 ଇଫ୍ରୟିମର ପାର୍ବତ୍ୟମୟ ଦେଶରେ, ସେମାନଙ୍କୁ ସୁରକ୍ଷାର ନଗରୀ ଶିଖିମ ଏବଂ ଗେଷର୍ ଓ ସେମାନଙ୍କର କ୍ଷେତ୍ରଗୁଡ଼ିକ ଦିଆଗଲା। 68 ଯକମିୟାମ୍, ବୈ‌ଥ୍‌ହୋରଣ ସେମାନଙ୍କର କ୍ଷେତସବୁ। 69 ଅୟାଲୋନ୍ ଓ ଗାଥ୍-ରିମ୍ମୋନ୍ ମଧ୍ୟ ସେମାନଙ୍କୁ ଦିଆଯାଇଥିଲା। ସେମାନେ ସେହି ନଗରୀଗୁଡ଼ିକ ସହିତ କ୍ଷେତ୍ରଗୁଡ଼ିକ ମଧ୍ୟ ପାଇଲେ। 70 ଇସ୍ରାଏଲର ମନଃଶିର ଗୋଷ୍ଠୀର ଅଧା ଲୋକ ଆନେର ଓ ବିଲିୟମ ସହରଗୁଡ଼ିକ କହାତ୍ ଗୋଷ୍ଠୀଗୁଡ଼ିକୁ ଦେଲେ। ସେହି କହାତ୍ ଗୋଷ୍ଠୀ ସହରଗୁଡ଼ିକ ସହିତ କ୍ଷେତ୍ରଗୁଡ଼ିକ ମଧ୍ୟ ପାଇଲେ।

ଅନ୍ୟ ଲେବୀୟ ଗୋଷ୍ଠୀଗୁଡ଼ିକ ବାସସ୍ଥାନ ପାଇଲେ

71 ଗେର୍ଶୋନଙ୍କ ଗୋଷ୍ଠୀ ମନଃଶିଙ୍କ ଅର୍ଦ୍ଧେକ ଗୋଷ୍ଠୀଠାରୁ ଭୂମି ପାଇଲେ, ସେମାନେ ଗୋଲନର ନଗରସବୁ ବାଶନର ଓ ଅଷ୍ଟାରୋତ ନଗରସବୁ ଗ୍ଭରଣଭୂମି ସହ ପାଇଲେ।

72-73 ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ୟ ଇଷାଖରର ଗୋଷ୍ଠୀଠାରୁ କାଦେଶ, ଦାବରତ, ରାମୋତ୍ ଓ ଆନେମ୍ ସହରଗୁଡ଼ିକ ପାଇଲେ। ଏହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ର ସବୁ ମଧ୍ୟ ସେମାନେ ଲାଭ କଲେ।

74-75 ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ୟ ଆଶେରର ପରିବାରବର୍ଗଠାରୁ ମଶାଲ୍, ଅ‌ବ୍‌ଦୋନ, ହୁ‌‌କ୍‌‌କୋକ୍ ଓ ରହୋବ ସହରଗୁଡ଼ିକ ପ୍ରାପ୍ତ ହେଲେ। ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ସେମାନେ ଲାଭ କଲେ।

76 ଗେର୍ଶୋନଙ୍କ ପରିବାର ଆହୁରି ମଧ୍ୟ ନପ୍ତାଲି ଗୋଷ୍ଠୀଙ୍କଠାରୁ ଗାଲିଲୀର କେଦଶ, ହମ୍ମୋନ୍ ଓ କିରିୟାଥୟିମ୍ ସହର ମଧ୍ୟ ପ୍ରାପ୍ତ ହେଲେ। ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ସେମାନେ ଲାଭ କଲେ।

77 ଲେବୀୟ ଲୋକମାନଙ୍କ ମଧ୍ୟରେ ଆଉ କେବଳ ମରାରି ପରିବାରଗୁଡ଼ିକ ଅବଶିଷ୍ଟ ରହିଲେ। ସେମାନେ ସବୂଲୂନ୍ ଗୋଷ୍ଠୀଠାରୁ ରିମ୍ମୋନ ଓ ତାବୋର୍ ସହରଗୁଡ଼ିକ ଗ୍ଭରଣଭୂମି ସହିତ ପ୍ରାପ୍ତ ହେଲେ।

78-79 ମରାରି ବଂଶ ଆହୁରି ମଧ୍ୟ ରୁବେନ୍ ଗୋଷ୍ଠୀଠାରୁ ମରୁଭୂମିସ୍ଥ ବେ‌ତ୍‌ସର୍ ସହର, ଯହସ, କଦେମୋତ୍ ଓ ମେଫାତ୍ ସହରଗୁଡ଼ିକ ପ୍ରାପ୍ତ ହେଲେ। ରୁବେନ୍ ଗୋଷ୍ଠୀ ଯିରୀହୋ ନଗରର ପୂର୍ବ ପାର୍ଶ୍ୱ ଓ ଯର୍ଦ୍ଦନ ନଦୀର ପୂର୍ବ ପାର୍ଶ୍ୱରେ ବାସ କରୁଥିଲେ। ମରାରିର ଏହି ପରିବାରଗୁଡ଼ିକ ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ଲାଭ କଲେ।

80-81 ମରାରି ପରିବାରବର୍ଗ ଗାଦ୍ ଗୋଷ୍ଠୀଠାରୁ ଗିଲିୟଦସ୍ଥ ରାମୋତ୍, ହି‌ଷ୍‌ବୋନ୍ ଓ ଯାସେର୍ ସହରଗୁଡ଼ିକ ପ୍ରାପ୍ତ ହେଲେ। ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ସେମାନେ ଲାଭ କଲେ।

ଯୋହନ ଲିଖିତ ସୁସମାଗ୍ଭର 6:1-21

ଯୀଶୁ 5000ରୁ ଅଧିକ ଲୋକଙ୍କୁ ଖୁଆଇଲେ(A)

ଏହା ପରେ ଯୀଶୁ ଗାଲିଲୀ ହ୍ରଦ (ଅର୍ଥାତ୍ ତିବିରିଆ ହ୍ରଦ) ପାର ହୋଇ ଆରପାରିକି ଗଲେ। ତାହାଙ୍କ ପଛେ ପଛେ ବହୁତ ଲୋକ ଗଲେ। ସେମାନେ ତାହାଙ୍କୁ ଅନୁସରଣ କଲେ, କାରଣ ଯୀଶୁ କି ପ୍ରକାରେ ରୋଗୀମାନଙ୍କୁ ସୁସ୍ଥ କରି ଆପଣା ଶକ୍ତି ପ୍ରକାଶ କଲେ ତାହା ସେମାନେ ଦେଖିଥିଲେ। ଯୀଶୁ ପାହାଡ଼ ଉପରକୁ ଚଢ଼ିଗଲେ। ସେଠାରେ ତାହାଙ୍କର ଶିଷ୍ୟମାନଙ୍କ ଗହଣରେ ବସିଲେ। ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହୋଇଯାଇଥିଲା।

ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ୟାରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲି‌ପ୍‌ପଙ୍କୁ କହିଲେ, “ଫିଲି‌ପ୍‌ପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ଯଥେଷ୍ଟ ଖାଦ୍ୟ କିଣି ପାରିବା?” ସେ ଏ କଥା ଫିଲି‌ପ୍‌ପଙ୍କୁ ପରୀକ୍ଷା କରିବା ପାଇଁ ପଗ୍ଭରିଲେ, କାରଣ ସେ ତାହାଙ୍କ ନିଜ ଯୋଜନା ବିଷୟରେ ଜାଣିଥିଲେ।

ଫିଲି‌ପ୍‌ପ ଉତ୍ତର ଦେଲେ, “ଏଠାରେ ଥିବା ପ୍ରତ୍ୟେକଙ୍କୁ ଖଣ୍ଡେ ଖଣ୍ଡେ ରୋଟୀ କିଣି ଦେବା ପାଇଁ ଆମ୍ଭ ସମସ୍ତଙ୍କୁ ମାସେ ପର୍ଯ୍ୟନ୍ତ କାମ କରି ଉପାର୍ଜନ କରିବାକୁ ପଡ଼ିବ।”

ସେଠାରେ ଆଉଜଣେ ଶିଷ୍ୟ, ଆନ୍ଦ୍ରିୟ ଉପସ୍ଥିତ ଥିଲେ, ସେ ଶିମୋନ ପିତରଙ୍କର ଭାଇ। ଆନ୍ଦ୍ରିୟ କହିଲେ, “ଏଠାରେ ଜଣେ ବାଳକ ଅଛି। ତା’ପାଖରେ ପାଞ୍ଚୋଟି ରୋଟୀ ଓ ଦୁଇଟି ଛୋଟ ମାଛ ଅଛି। କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ଯଥେଷ୍ଟ ହେବ ନାହିଁ।”

10 ଯୀଶୁ କହିଲେ, “ସମସ୍ତଙ୍କୁ ବସିବାକୁ କୁହ।” ସେଠାରେ ପ୍ରଚୁର ଘାସ ଥିଲା। ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଥିଲେ। 11 ଯୀଶୁ ରୋଟୀ ନେଇ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଲେ। ସେ ମାଛକୁ ମଧ୍ୟ ସେହିପରି ବାଣ୍ଟିଲେ। ସେ ଲୋକମାନଙ୍କୁ ମନଇଚ୍ଛା ଖାଇବାକୁ ଦେଲେ।

12 ସବୁ ଲୋକମାନେ ଯଥେଷ୍ଟ ପରିମାଣରେ ଖାଇଲେ। ସେମାନେ ଖାଇ ସାରିବା ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ବଳକା ମାଛ ଓ ରୋଟୀ ଏକାଠି କର, କିଛି ନଷ୍ଟ କର ନାହିଁ।” 13 ତେଣୁ ଶିଷ୍ୟମାନେ ବଳକା ଥିବା ଖାଦ୍ୟ ଏକାଠି କଲେ। ଲୋକମାନେ କେବଳ ମାତ୍ର ପାଞ୍ଚୋଟି ରୋଟୀରୁ ଖାଇବା ଆରମ୍ଭ କରିଥିଲେ କିନ୍ତୁ ଏବେ ଶିଷ୍ୟମାନେ ବଳକା ଖାଦ୍ୟକୁ ବାରଟି ଟୋକାଇରେ ଭର୍ତ୍ତି କଲେ।

14 ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖି କହିଲେ, “ସେ ନିଶ୍ଚୟ ଜଣେ ଭବିଷ୍ୟ‌‌‌ଦ୍‌‌‌ବକ୍ତା, ଯିଏ କି ଏହି ଜଗତକୁ ଆସିଛନ୍ତି।”

15 ଯୀଶୁ ଜାଣିଥିଲେ ଯେ ଲୋକମାନେ ତାହାଙ୍କୁ ରାଜା କରିବା ପାଇଁ ଗ୍ଭହୁଁଥିଲେ। ଯେତେବେଳେ ତାହାଙ୍କୁ ଧରି ନେଇ ରାଜା କରିବାର ଯୋଜନା ଲୋକେ କଲେ, ସେତେବେଳେ ସେ ସେହି ସ୍ଥାନ ଛାଡ଼ି ଏକୁଟିଆ ପାହାଡ଼ ଉପରକୁ ଗ୍ଭଲିଗଲେ।

ଯୀଶୁ ପାଣିରେ ଗ୍ଭଲିଲେ(B)

16 ତାହାଙ୍କ ଶିଷ୍ୟମାନେ ସେହି ସନ୍ଧ୍ୟାରେ ଗାଲିଲୀ ହ୍ରଦକୁ ଗଲେ। 17 ଅନ୍ଧାର ହୋଇଯାଇଥିଲା, ତଥାପି ଯୀଶୁ ସେମାନଙ୍କ ପାଖକୁ ଫେରିଲେ ନାହିଁ। ତେଣୁ ସେମାନେ ଡଙ୍ଗାରେ ବସି ହ୍ରଦର ଆରପାରିରେ ଥିବା କଫର୍ନାହୂମ ଆଡ଼େ ଗଲେ। 18 ଖୁ‌ବ୍‌ ଜୋ‌ର୍‌ରେ ପବନ ବହୁଥିଲା। ହ୍ରଦରେ ବଡ଼ ବଡ଼ ଢେଉ ଉଠିଲା। 19 ସେମାନେ ଆହୁଲା ମାରି ପ୍ରାୟ ପାଞ୍ଚ କି ଛଅ କିଲୋମିଟର ପର୍ଯ୍ୟନ୍ତ ଗଲେ। ତା’ପରେ ସେମାନେ ଯୀଶୁଙ୍କୁ ଦେଖିଲେ। ସେ ପାଣି ଉପରେ ଗ୍ଭଲୁଥିଲେ। ସେ ଡଙ୍ଗା ଆଡ଼କୁ ଆସୁଥିଲେ। ଶିଷ୍ୟମାନେ ଡରିଗଲେ। 20 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ। ଏହିତ ମୁଁ ନିଜେ।” 21 ଯୀଶୁ ଏ କଥା କହିବା ପରେ ଶିଷ୍ୟମାନେ ତାହାଙ୍କୁ ଡଙ୍ଗା ଭିତରକୁ ଆଣି ଖୁସୀ ହେଲେ। ତା’ପରେ ଡଙ୍ଗାଟି ଲକ୍ଷ୍ୟସ୍ଥଳରେ ଆସି ପହଞ୍ଚିଲା।

Oriya Bible: Easy-to-Read Version (ERV-OR)

2010 by World Bible Translation Center