Old/New Testament
ଶଲୋମନ ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କଲେ
6 ଇସ୍ରାଏଲୀୟମାନେ ମିଶର ପରିତ୍ୟାଗ କରିବା ପରେ ଶଲୋମନଙ୍କର ଇସ୍ରାଏଲ ଉପରେ ରାଜତ୍ୱର ଚତୁର୍ଥ ବର୍ଷରେ ଓ ସିବ୍ ନାମକ ବର୍ଷର ଦ୍ୱିତୀୟ ମାସରେ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ 480 ବର୍ଷ ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ କାର୍ଯ୍ୟ ଲାଗିଲା। 2 ଶଲୋମନ ସଦାପ୍ରଭୁଙ୍କ ସମ୍ମାନାର୍ଥେ ଯେଉଁ ମନ୍ଦିର ନିର୍ମାଣ କଲେ ତାହାର ଲମ୍ବ ଷାଠିଏ ହାତ, ପ୍ରସ୍ଥ କୋଡ଼ିଏ ହାତ ଓ ଉଚ୍ଚତା ତିରିଶ୍ ହାତ ଥିଲା। 3 ଆଉ ମନ୍ଦିରର ପବିତ୍ର ସ୍ଥାନ ସମ୍ମୁଖସ୍ଥ ବାରଣ୍ତା, କୋଡ଼ିଏ ହାତ ଦୀର୍ଘ ଓ ପ୍ରସ୍ଥ ଦଶ ହାତ ଥିଲା। 4 ମନ୍ଦିରର ଝରକାଗୁଡ଼ିକ ସଂକୀର୍ଣ୍ଣ ଥିଲା। ଏ ଗୁଡ଼ିକ ବାହାରକୁ ସଂକୀର୍ଣ୍ଣ ଓ ଭିତରକୁ ପ୍ରଶସ୍ତ ଥିଲା ଓ ଏଥିରେ ଜାଲିକାମ ହୋଇଥିଲା। 5 ଶଲୋମନ ମନ୍ଦିରର ମୂଖ୍ୟ ପାର୍ଶ୍ୱରେ ଏକ ଧାଡ଼ିରେ କୋଠରୀ ନିର୍ମାଣ କଲେ। ଏହି କୋଠରୀଗୁଡ଼ିକ ଗୋଟିଏ ଉପରେ ଆଉ ଗୋଟିଏ ରହିଲା। ସେହି ଧାଡ଼ିର କୋଠରୀଗୁଡ଼ିକ ତିନି ମହଲା ଉଚ୍ଚ ଥିଲା। 6 କୋଠରୀଗୁଡ଼ିକ ମନ୍ଦିରର କାନ୍ଥକୁ ଲାଗିଥିଲା। କିନ୍ତୁ ସେଗୁଡ଼ିକର କଢ଼ିକାଠଗୁଡ଼ିକ କାନ୍ଥ ଭିତରକୁ ଲାଗି ନ ଥିଲା। ସେହି ମନ୍ଦିରର କାନ୍ଥଟି ଉପରକୁ ସରୁ ହୋଇ ଯାଇଥିଲା। କୋଠରୀକୁ ଲାଗିଥିବା କାନ୍ଥଗୁଡ଼ିକ ଏହାର ମୂଳ କାନ୍ଥରୁ ସରୁ ଥିଲା। ତଳ ମହଲାର କୋଠରୀଗୁଡ଼ିକ ପାଞ୍ଚ ହାତ ଓସାର, ପ୍ରଥମ ମହଲାର କୋଠରୀଗୁଡ଼ିକ ଛଅ ହାତ ଓସାର ବିଶିଷ୍ଟ ଓ ଦ୍ୱିତୀୟ ମହଲାର କୋଠରୀଗୁଡ଼ିକ ସାତ ହାତ ବିଶିଷ୍ଟ ଥିଲା। 7 ସେହି ଗୃହର କାନ୍ଥ ନିର୍ମାଣରେ ବୃହତ୍ ପ୍ରସ୍ତରମାନ ବ୍ୟବହୃତ ହୋଇଥିଲା। ବ୍ୟବହୃତ ପ୍ରସ୍ତରଗୁଡ଼ିକ ଖଣିରେ କଟାଯାଇ ଥିବାରୁ ମନ୍ଦିର ନିର୍ମାଣ ସମୟରେ ହାତୁଡ଼ି କିମ୍ବା କଟାଳୀ ଆଦି ଶବ୍ଦ ଶୁଣା ଯାଉ ନ ଥିଲା।
8 ତଳ କୋଠରୀଗୁଡ଼ିକର ପ୍ରବେଶ ପଥ ଦକ୍ଷିଣ ଦିଗରେ ଥିଲା। ପୁଣି ଲୋକମାନେ ଘୂର୍ଣିତ ସୋପାନ ଦେଇ ମଧ୍ୟମ ଚଟାଣର କୋଠରୀଗୁଡ଼ିକୁ ଓ ତୃତୀୟ ଚଟାଣର କୋଠରୀଗୁଡ଼ିକୁ ଯାଉଥିଲେ।
9 ଏହିପରି ସେ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପନ କଲେ ଓ ଏରସ କାଠର କଡ଼ି ଓ ପଟାଦ୍ୱାରା ମନ୍ଦିରକୁ ଆଚ୍ଛାଦନ କଲେ। 10 ସେ ମଧ୍ୟ ମନ୍ଦିର ଗ୍ଭରିପଟେ କୋଠରୀ ନିର୍ମାଣର କାର୍ଯ୍ୟ ଶେଷ କଲେ। ପ୍ରତ୍ୟେକ ମହଲାର ଉଚ୍ଚତା ପାଞ୍ଚ ହାତ ଥିଲା। ଏରସ କାଠର କଡ଼ିକାଠଗୁଡ଼ିକ ମନ୍ଦିରର କାନ୍ଥକୁ ସ୍ପର୍ଶ କରୁଥିଲା।
11 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ଶଲୋମନଙ୍କ ନିକଟରେ ଉପସ୍ଥିତ ହେଲା। 12 “ତୁମ୍ଭେ ତ ଆମ୍ଭ ପାଇଁ ଗୃହ ନିର୍ମାଣ କଲ। ଯଦି ତୁମ୍ଭେ ଆମ୍ଭର ସମସ୍ତ ବିଧି ଅନୁସାରେ ପରିଗ୍ଭଳିତ ହେବ, ଆମ୍ଭର ସମସ୍ତ ବ୍ୟବସ୍ଥା ରକ୍ଷା କରିବ ଓ ଆମ୍ଭର ଆଜ୍ଞାସବୁ ପାଳନ କରି ତଦନୁସାରେ ଗ୍ଭଲିବ ତେବେ ତୁମ୍ଭ ପିତା ଦାଉଦଙ୍କୁ ଯାହା କହିଅଛୁ, ସେହି ବାକ୍ୟ ଆମ୍ଭେ ତୁମ୍ଭ ପ୍ରତି ସଫଳ କରିବୁ। 13 ଇସ୍ରାଏଲର ସନ୍ତାନଗଣ ମଧ୍ୟରେ ଆମ୍ଭେ ମନ୍ଦିରରେ ବାସ କରିବା, ଯେଉଁଟାକି ତୁମ୍ଭେ ଆମ୍ଭ ପାଇଁ ନିର୍ମାଣ କରିଛ ଏବଂ ଆମ୍ଭେ ଆପଣା ଇସ୍ରାଏଲର ଲୋକମାନଙ୍କୁ ପରିତ୍ୟାଗ କରିବା ନାହିାଁ”
14 ଏହିରୂପେ ଶଲୋମନ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପନ କଲେ। 15 ମନ୍ଦିରର ଭିତର ପାଖ ପଥର କାନ୍ଥଗୁଡ଼ିକ ଏରସ କାଠର ପଟାରେ ଆଚ୍ଛାଦିତ ହୋଇଥିଲା। ଗୋଟିଏ ବି ପଥର ଦେଖାଗଲା ନାହିଁ। କାନ୍ଥକୁ ଆଚ୍ଛାଦନ କରିଥିବା ଏରସ କାଠ ପଟାଗୁଡ଼ିକରେ ଫୁଲ ଓ ଲତାର ଛବି ଖୋଦନ କରାଗଲା। 16 ସେହି ମନ୍ଦିରର ପଶ୍ଚାତ୍ଭାଗରେ ଭିତରକୁ କୋଡ଼ିଏ ହାତ ଦୈର୍ଘ୍ୟର ଏକ କୋଠରୀ ନିର୍ମିତ ହେଲା ଓ ତା’ର ଚଟାଣରୁ କାନ୍ଥର ଛାତ ପର୍ଯ୍ୟନ୍ତ ଏରସ କାଠର ପଟାରେ ଆଚ୍ଛାଦିତ ହେଲା। ଏହି କୋଠରୀଟି ମହାପବିତ୍ର ସ୍ଥାନ ନାମରେ କଥିତ ହେଲା। 17 ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ କୋଠରୀ ମନ୍ଦିରର ମୁଖ୍ୟ ଅଂଶ ଥିଲା ଓ ଏହା ଗ୍ଭଳିଶ୍ ହାତ ଲମ୍ବ ଥିଲା। 18 ସେହି ଗୃହର କାନ୍ଥଗୁଡ଼ିକ ଏରସ କାଠର କଳିକାରେ ଆଚ୍ଛାଦିତ ହେଲା ଓ ପଥର ଦେଖାଗଲା ନାହିଁ। ସେହି କାନ୍ଥଗୁଡ଼ିକୁ ଆଚ୍ଛାଦନ କରିଥିବା ପଟାଗୁଡ଼ିକରେ ଫୁଲ ଓ ଲତାର ଛବି ଖୋଦିତ କରାଗଲା।
19 ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସ୍ଥାପାନାର୍ଥେ ମନ୍ଦିରର ଭିତର ଭାଗରେ ଏକ କୋଠରୀ ପ୍ରସ୍ତୁତ କଲେ। 20 ଏହି ଗର୍ଭାଗାରଟି କୋଡ଼ିଏ ହାତ ଦୀର୍ଘ, କୋଡ଼ିଏ ହାତ ଚଉଡ଼ା ଓ କୋଡ଼ିଏ ହାତ ଉଚ୍ଚ ଥିଲା। 21 ଶଲୋମନ ଶୁଦ୍ଧ ସୁବର୍ଣ୍ଣରେ ଏହି କୋଠରୀକୁ ଆଚ୍ଛାଦନ କଲେ। ସେ ସମ୍ମୁଖରେ ଏକ ଧୂପବେଦି ନିର୍ମାଣ କଲେ। ଏହି ବେଦିଟି ଏହି କୋଠରୀ ସମ୍ମୁଖରେ ନିର୍ମିତ ହେଲା। ଏହାକୁ ସୁବର୍ଣ୍ଣରେ ଆବୃତ କରାଗଲା ଓ ଏହାର ଗ୍ଭରିପଟେ ସୁବର୍ଣ୍ଣ ଜଞ୍ଜିରମାନ ଗୁଡ଼ାଇଲେ। କିରୁବଦୂତମାନଙ୍କର ଦୁଇଟି ପ୍ରତିମୂର୍ତ୍ତି ସେହି ଗର୍ଭାଗାରରେ ରହିଲା ଓ ସେଗୁଡ଼ିକ ମଧ୍ୟ ସୁବର୍ଣ୍ଣ ମଣ୍ତିତ ହେଲା। 22 ସମଗ୍ର ମନ୍ଦିରଟି ସୁବର୍ଣ୍ଣ ମଣ୍ତିତ ହେଲା ଓ ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ ଧୂପବେଦି ମଧ୍ୟ ସୁବର୍ଣ୍ଣରେ ଆଚ୍ଛାଦିତ ହେଲା।
23 ବଢ଼େଇମାନେ ଜୀତ କାଠରେ ଦଶ ହାତ ଉଚ୍ଚତା ବିଶିଷ୍ଟ ଦୁଇଟି କିରୁବଦୂତଗଣ ନିର୍ମାଣ କଲେ ଓ ସେହି ପକ୍ଷବିଶିଷ୍ଟ କିରୁବଦୂତ ଦୁଇଟିକୁ ସେହି ମହାପବିତ୍ର ସ୍ଥାନରେ ସ୍ଥାପନ କଲେ। 24-26 ଉଭୟ କିରୁବଦୂତ ଏକା ପରି ଥିଲେ। ପ୍ରତ୍ୟେକ କିରୁବଦୂତଙ୍କର ଦୁଇଟି ଲେଖାଏଁ ପକ୍ଷ ଥିଲା। ପ୍ରତ୍ୟେକ ପକ୍ଷ ପାଞ୍ଚ ହାତ ଲମ୍ବ ଥିଲା ଓ ଏକ ପକ୍ଷର ଅଗ୍ରଭାଗରୁ ଅନ୍ୟ ପକ୍ଷର ଅଗ୍ରଭାଗ ପର୍ଯ୍ୟନ୍ତ ଦଶ ହାତ ଦୂରତା ଥିଲା। 27 ସେହି କିରୁବଦ୍ୱୟ ଗର୍ଭାଗାର ମଧ୍ୟରେ ରଖାଯାଇଥିଲା। ସେହି କିରୁବଦ୍ୱୟର ପକ୍ଷ ଏପରି ବିସ୍ତୀର୍ଣ୍ଣ ହୋଇଥିଲା ଯେ ଗୋଟିଏର ପକ୍ଷ ଏକ କାନ୍ଥକୁ ଓ ଅନ୍ୟଟିର ପକ୍ଷ ଅନ୍ୟ କାନ୍ଥକୁ ସ୍ପର୍ଶ କରୁଥିଲା। ପୁଣି ଗୃହ ମଧ୍ୟରେ ସେମାନଙ୍କର ପକ୍ଷ ପରସ୍ପରକୁ ସ୍ପର୍ଶ କରୁଥିଲା। 28 ସେହି କିରୁବ ଦୁଇଟି ମଧ୍ୟ ସୁବର୍ଣ୍ଣରେ ଆଚ୍ଛାଦିତ ହୋଇଥିଲେ।
29 ମୂଖ୍ୟ କୋଠରୀର ଓ ଭିତର କୋଠରୀର କାନ୍ଥଗୁଡ଼ିକ ଗ୍ଭରିପାଖରେ କିରୁବଦୂତଗଣ, ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଛବି ଖୋଦିତ ହୋଇଥିଲା। 30 ଉଭୟ କୋଠରୀର ଚଟାଣ ମଧ୍ୟ ସୁବର୍ଣ୍ଣରେ ଆବୃତ ହୋଇଥିଲା।
31 ମହାପବିତ୍ର ସ୍ଥାନର କବାଟ ଜୀତ କାଠରେ ନିର୍ମିତ ହୋଇଥିଲା, ଦୁଆରବନ୍ଧଟିର ପାଞ୍ଚୋଟି ପାଖ [a] ଥିଲା। 32 ଏହିରୂପେ ସେ ଜୀତ କାଠରେ ଦୁଇଟି କବାଟ କଲେ, ତହିଁ ଉପରେ କିରୁବଦୂତଗଣ, ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଦନ କଲେ ଓ ତାକୁ ସୁବର୍ଣ୍ଣରେ ମଣ୍ତନ କଲେ।
33 ମୁଖ୍ୟ କୋଠରୀର ପ୍ରବେଶ ଦ୍ୱାରରେ ଜୀତ କାଠର କବାଟ ନିର୍ମାଣ କଲେ। ଦୁଆରବନ୍ଧଟି ବର୍ଗାକାର ଥିଲା। 34 ତତ୍ପରେ ସେ ଦେବଦାରୁ କାଠରେ ଦୁଇଟି କବାଟ କଲେ। 35 ପ୍ରତ୍ୟେକ କବାଟର ଦୋହରା ଥିଲା ଓ ପ୍ରତି କବାଟରେ କିରୁବଦୂତଗଣ, ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଦିତ ହୋଇଥିଲା ଓ ସେହି ଖୋଦିତ ଆକୃତିଗୁଡ଼ିକୁ ସୁବର୍ଣ୍ଣରେ ମଣ୍ତନ କରାଗଲା।
36 ତା’ପରେ ସେ ଭିତର ଅଗଣା ଗ୍ଭରିପଟେ କାନ୍ଥ ଦେଲେ। ପ୍ରତ୍ୟେକ କାନ୍ଥ ତିନି ଧାଡ଼ି କଟା ପଥରରେ ଓ ଏକଧାଡ଼ି ଏରସ କାଠର କଡ଼ିରେ କରାଗଲା।
37 ଶଲୋମନଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ଓ ବର୍ଷର ଦ୍ୱିତୀୟ ମାସ ସିବ୍ ମାସରେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପିତ ହେଲା। 38 ପୁଣି ତାଙ୍କ ରାଜତ୍ୱର ଏକାଦଶ ବର୍ଷରେ, ବୂଲ ନାମକ ବର୍ଷର ଅଷ୍ଟମ ମାସରେ ନିରୂପିତ ଆକୃତି ଅନୁସାରେ ସମୁଦାୟ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଏହିରୂପେ ମନ୍ଦିର ନିର୍ମାଣ କରିବାରେ ତାଙ୍କୁ ସାତ ବର୍ଷ ଲାଗିଲା।
ଶଲୋମନଙ୍କର ପ୍ରାସାଦ
7 ଅନନ୍ତର ରାଜା ଶଲୋମନ ତାଙ୍କ ନିଜ ପାଇଁ ଏକ ପ୍ରାସାଦ ନିର୍ମାଣ କଲେ ଯାହାକି ସମାପ୍ତ କରିବାକୁ ତାଙ୍କୁ ତେର ବର୍ଷ ଲାଗିଥିଲା। 2 ସେ ମଧ୍ୟ ଏକ ଗୃହ ନିର୍ମାଣ କଲେ ତାହା “ଲିବାନୋନ୍ର ଅରଣ୍ୟ-ଗୃହ” ନାମରେ ନାମିତ ହେଲା। ଏହାର ଦୈର୍ଘ୍ୟ ଶହେ ହାତ, ପ୍ରସ୍ଥ ପଗ୍ଭଶ୍ ହାତ ଓ ଉଚ୍ଚତା ତିରିଶ୍ ହାତ ଥିଲା। ଏହାର ଗ୍ଭରିଧାଡ଼ି ଏରସ କାଠର ସ୍ତମ୍ଭ ଉପରେ ଏରସ କାଠର କଡ଼ି ଦେଇ ତାହା ନିର୍ମାଣ କଲେ। 3 ଏହି ସ୍ତମ୍ଭମାନଙ୍କର ଉପରିସ୍ଥ ପଞ୍ଚଗ୍ଭଳିଶ କଡ଼ି ଉପରେ ଏରସ କାଠର ଛାତ କଲେ, ପ୍ରତି ଧାଡ଼ିରେ ପନ୍ଦରଟି ଲେଖାଏଁ କଡ଼ି ଥିଲା। 4 ପ୍ରତ୍ୟେକ ପାର୍ଶ୍ୱ କାନ୍ଥରେ ତିନି ଧାଡ଼ି ଝରକା ଥିଲା ଓ ପରସ୍ପର ସେଗୁଡ଼ିକ ସମ୍ମୁଖାସମ୍ମୁଖୀ ଥିଲେ। 5 ପ୍ରତ୍ୟେକର ଶେଷରେ ତିନୋଟି କବାଟ ଥିଲା। ସବୁ କବାଟ ଖୋଲା ଥିଲା ଓ ତା’ର ଦ୍ୱାରବନ୍ଧ ବର୍ଗାକାର ଥିଲା।
6 ଆହୁରି ମଧ୍ୟ ସେ “ସ୍ତମ୍ଭ ସଦୃଶ ବାରଣ୍ତା” କଲେ। ଏହା ପଗ୍ଭଶ୍ ହାତ ଦୀର୍ଘ, ତିରିଶ୍ ହାତ ଚଉଡ଼ା ଥିଲା ଓ ବାରଣ୍ତାର ସମ୍ମୁଖରେ ଏକ ସ୍ତମ୍ଭରେ ଭରାଦିଆ ଯାଇଥିବା ପରଦା ଥିଲା।
7 ସେ ମଧ୍ୟ ବିଗ୍ଭର ପାଇଁ ଏକ ସିଂହାସନ ନିର୍ମାଣ କଲେ ଓ ଏହାକୁ “ନିୟମର ପ୍ରଶସ୍ତ ଗୃହ” କହିଲେ। ସେହି କୋଠରୀ ଚଟାଣଠାରୁ ଛାତ ପର୍ଯ୍ୟନ୍ତ ଏରସ କାଠର ପଟାରେ ଆଚ୍ଛାଦିତ ଥିଲା।
8 ରାଜା ଶଲୋମନଙ୍କର ବିଗ୍ଭର ଗୃହର ଅଗଣା ଉପରେ ଅବସ୍ଥିତ ଥିଲା। ଏହା ନିୟମ ପ୍ରଶସ୍ତଗୃହ ସଦୃଶ ନିର୍ମିତ ହେଲା। ସେ ମଧ୍ୟ ନିଜର ଭାର୍ଯ୍ୟା, ଫାରୋର କନ୍ୟା ନିମନ୍ତେ ସେହି ନିୟମ ପ୍ରଶସ୍ତଗୃହ ପରି ଏକ ଗୃହ ନିର୍ମାଣ କଲେ।
9 ଏହିସବୁ ଅଟାଳିକାଗୁଡ଼ିକ ମୂଲ୍ୟବାନ୍ ପଥରରେ ନିର୍ମିତ ହେଲା। ଏହିସବୁ ପଥରଗୁଡ଼ିକ ନିର୍ଦ୍ଧିଷ୍ଟ ଆକାର ଅନୁସାରେ କରତରେ କଟାଗଲା। ସେଗୁଡ଼ିକର ଆଗପଛ କଟାଗଲା। ଏହି ପଥରଗୁଡ଼ିକ ମୂଳଦୁଆରୁ କାନ୍ଥର ଶୀର୍ଷାଂଶ ପର୍ଯ୍ୟନ୍ତ ବ୍ୟବହାର ହେଲା। ପ୍ରାଙ୍ଗଣ ମଧ୍ୟ ବହୁମୂଲ୍ୟ ପ୍ରସ୍ତରରେ ତିଆରି ହେଲା। 10 ପ୍ରଣି ଭିତ୍ତିମୂଳ ବୃହତ୍ ଓ ମୂଲ୍ୟବାନ୍ ପଥରରେ ନିର୍ମିତ ହେଲା। କେତେକ ପ୍ରସ୍ତର ଦଶ ହାତ ଓ କେତେକ ଆଠ ହାତ ଦୈର୍ଘ୍ୟ ବିଶିଷ୍ଟ ଥିଲା। 11 ସେହି ପ୍ରସ୍ତରର ଅଗ୍ରଭାଗରେ ବହୁମୂଲ୍ୟ ଖୋଦିତ ପ୍ରସ୍ତର ଓ ଏରସ କାଠର କଡ଼ି ଥିଲା। 12 ପ୍ରାସାଦ ଅଗଣାର, ମନ୍ଦିର ଅଗଣାର ଓ ନାଟ ମନ୍ଦିର ଚତୁର୍ପାର୍ଶ୍ୱରେ କାନ୍ଥ ଥିଲା। ସେହି କାନ୍ଥଗୁଡ଼ିକ ତିନିଧାଡ଼ି ପ୍ରସ୍ତର ଓ ଏକଧାଡ଼ି ଏରସ କଡ଼ି କାଠରେ ନିର୍ମିତ ହୋଇଥିଲା।
13 ଅନନ୍ତର ରାଜା ଶଲୋମନ ଲୋକ ପଠାଇ ସୋରରୁ ହୀରମ୍ ନାମକ ଏକ ଲୋକକୁ ଅଣାଇଲେ। 14 ହୀରମ୍ ଇସ୍ରାଏଲର ନପ୍ତାଲି ବଂଶୀୟ ଏକ ବିଧବା ସ୍ତ୍ରୀର ପୁତ୍ର, ତା’ର ପିତା ସୋର ନଗରର ଏକ କଂସାରି ଥିଲା। ହୀରମ୍ ଜଣେ ନିପୁଣ ପିତ୍ତଳ କାରୀଗର ଥିଲା। ରାଜା ଶଲୋମନ ସେହି ଅଭିଜ୍ଞ କାରୀଗରକୁ ପିତ୍ତଳ ତିଆରି କାର୍ଯ୍ୟରେ ନିଯୁକ୍ତ କଲେ।
15 ହୀରମ୍ ଦୁଇଟି ପିତ୍ତଳ ସ୍ତମ୍ଭ ନିର୍ମାଣ କଲା ଯାହାର ଉଚ୍ଚତା ଅଠର ହାତ ଓ ଗୋଲେଇ ବାର ହାତ ଥିଲା। ସ୍ତମ୍ଭର ଭିତର ଫମ୍ଫା ଥିଲା ଓ ପିତ୍ତଳ ତିନି ଇଞ୍ଚି ବହଳର ଥିଲା। 16 ପୁଣି ସେ ଦୁଇ ସ୍ତମ୍ଭର ମଥାନରେ ଦେବା ପାଇଁ ଢଳା ପିତ୍ତଳର ଦୁଇ ମୁଣ୍ତାଳି କଲା ଓ ପ୍ରତ୍ୟେକ ମୁଣ୍ତାଳିର ଉଚ୍ଚତା ପାଞ୍ଚ ହାତ ଥିଲା। 17 ସେ ମୁଣ୍ତିକୁ ଆଚ୍ଛାଦନ କରିବା ପାଇଁ ଦୁଇଟି ଲୁହାଜାଲି ନିର୍ମାଣ କଲା। 18 ସେ ପ୍ରତ୍ୟେକ ଜାଲିର ସ୍ତମ୍ଭର ଅଗ୍ରଭାଗକୁ ଆଚ୍ଛାଦନ କରିବା ପାଇଁ ଦୁଇଧାଡ଼ି ଡାଳିମ୍ବାକୃତି ନିର୍ମାଣ କଲା। ମୁଣ୍ତାଳିରେ ମଧ୍ୟ ତଦ୍ରୂପ କଲା। 19 ବାରଣ୍ତାର ଗ୍ଭରି ହାତ ବଶିଷ୍ଟ ସ୍ତମ୍ଭ ମଥାନରେ ମୁଣ୍ତାଳି ପୁଷ୍ପ କର୍ମ ବିଶିଷ୍ଟ ଥିଲା। 20 ଆଉ ଦୁଇ ସ୍ତମ୍ଭର ଉପରି ଭାଗରେ ମଧ୍ୟ ମୁଣ୍ତାଳି ଥିଲା ଓ ସେଗୁଡ଼ିକ ପାତ୍ର ଆକୃତି ଜାଲିର ଉପରକୁ ଥିଲା। ଅନ୍ୟ ମୁଣ୍ତାଳିରେ ଚତୁର୍ଦ୍ଦିଗରେ ଧାଡ଼ି ଧାଡ଼ି ହୋଇ 200ଟି ଡାଳିମ୍ବାକୃତି ଥିଲା। 21 ହୀରମ୍ ସେହି ସ୍ତମ୍ଭ ଦୁଇଟିକୁ ମନ୍ଦିରର ବାରଣ୍ତାରେ ସ୍ଥାପନ କଲା। ଗୋଟିଏ ସ୍ତମ୍ଭ ଦକ୍ଷିଣ ପାର୍ଶ୍ୱର ପ୍ରବେଶ ଦ୍ୱାରରେ ଓ ଅନ୍ୟ ସ୍ତମ୍ଭଟି ବାମ ପାର୍ଶ୍ୱରେ ରହିଲା। ଦକ୍ଷିଣ ସ୍ତମ୍ଭର ନାମ ଯାଖୀନ୍ ଓ ବାମ ସ୍ତମ୍ଭର ନାମ ବୋୟସ୍ ଦେଲା। 22 ପୁଣି ସେ ପୁଷ୍ପାକୃତି ମୁଣ୍ତାଳିକୁ ସ୍ତମ୍ଭର ମଥାନ ଉପରେ ରଖିଲା। ଏହିରୂପେ ସ୍ତମ୍ଭ କାର୍ଯ୍ୟ ସମାପ୍ତ ହେଲା।
23 ତା’ପରେ ସେ ଏକ କଂସାର ଗୋଲାକାର କୁଣ୍ତ ତିଆରି କରି ତା’ର ନାମ ଦେଲା “ସମୁଦ୍ର”। ସେହି କୁଣ୍ତର ପରିଧି ତିରିଶ୍ ହାତ, ବ୍ୟାସ ଦଶ ହାତ, ଗଭୀରତା ପାଞ୍ଚ ହାତ ଥିଲା। 24 ଚୌବାଗ୍ଭର ବାହାର କାନ୍ଥ ଗ୍ଭରିପାଖରେ ଏକ ଫନ୍ଦ ଥିଲା। ଫନ୍ଦ ତଳେ ଦୁଇଧାଡ଼ି ପିତ୍ତଳର ଲାଭା ଥିଲା। ସେହି ଲାଭାଗୁଡ଼ିକ ଚୌବାଗ୍ଭ ସହିତ ଏକ ଖଣ୍ତ କରି ନିର୍ମାଣ କରାଯାଇ ଥିଲା। 25 ଏହି କୁଣ୍ତ ବାର ଗୋଟି ଷଣ୍ଢ ଉପରେ ସ୍ଥାପିତ ହୋଇଥିଲା। ସେହି ଷଣ୍ଢଗୁଡ଼ିକ ତିନି ଦଳରେ ସଜା ହୋଇଥିଲେ ଏବଂ ମୁହଁ ଗ୍ଭରିଦିଗ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ କରିଥିଲା। ଷଣ୍ଢମାନଙ୍କର ପଶ୍ଚାତ୍ଭାଗ କୁଣ୍ତ ମଝି ଆଡ଼କୁ ଥିଲା। କୁଣ୍ତ ସେମାନଙ୍କ ଉପରେ ରଖାଯାଇଥିଲା। 26 ସେହି ପାତ୍ରର ମୋଟେଇ ଗ୍ଭରି ଅଙ୍ଗୁଳି ଥିଲା। ତା’ର ଫନ୍ଦ କପର ଫନ୍ଦ ପରି କିଅବା ପୁଷ୍ପର ପାଖୁଡ଼ା ସଦୃଶ ଥିଲା। ସେହି ଚୌବାଗ୍ଭ 2000 ମହଣ ଧାରଣ କରୁଥିଲା।
27 ତା’ପରେ ହୀରମ୍ ଦଶ ଗୋଟି କଂସା ଶଗଡ଼ ନିର୍ମାଣ କଲା। ପ୍ରତ୍ୟେକ ଶଗଡ଼ର ଦୈର୍ଘ୍ୟ ଗ୍ଭରି ହାତ, ପ୍ରସ୍ଥ ଗ୍ଭରି ହାତ ଓ ଉଚ୍ଚତା ତିନି ହାତ ଥିଲା। 28 ସେହି ଶଗଡ଼ଗୁଡ଼ିକର ଗଠନ ଚତୁର୍ଭୁଜାକାର ଓ ଫ୍ରେମ୍ ମଝିରେ ବିଟ ଥିଲା। ଯଥା: ସେ ସବୁର ମଧ୍ୟଦେଶ ଥିଲା ଓ ସେହିସବୁ ମଧ୍ୟଦେଶ ବିଟମାନଙ୍କ ମଧ୍ୟରେ ଥିଲା। 29 ପୁଣି ବିଟର ମଧ୍ୟବର୍ତ୍ତି ସେହିସବୁ ମଧ୍ୟଦେଶରେ ସିଂହ, ଗୋରୁ ଓ କିରୁବଦୂତମାନେ ଥିଲେ। ବିଟ ଉପରେ ଏକ ବଇଠି ଥିଲା। ପୁଣି ସିଂହ ଓ ଗୋରୁମାନଙ୍କ ତଳେ ସୂକ୍ଷ୍ମ କାର୍ଯ୍ୟର ମାଳା ଥିଲା। 30 ପ୍ରତ୍ୟେକ ବୈଠିକିର ଗ୍ଭରୋଟି ପିତ୍ତଳମୟ ଚକ ଓ ପିତ୍ତଳର ଅଖ ଗ୍ଭରିକୋଣରେ ସ୍ଥାପିତ ଅବଲମ୍ବନ ଥିଲା। ସେହିସବୁ ଢଳାକର୍ମର ଅବଲମ୍ବନ ପ୍ରକ୍ଷାଳନ ପାତ୍ର ତଳେ ଥିଲା ଓ ପ୍ରତ୍ୟେକର ପାର୍ଶ୍ୱରେ ମାଳା ଥିଲା। 31 ଉପରେ ମାଠିଆ ପାଇଁ ଏକ ଥାକ ଥିଲା। ଏହାର ଲମ୍ବ ଏକ ହାତ ଥିଲା। ମାଠିଆର ମୁହଁ ଗୋଲାକାର ଚତୁଃଷ୍କୋଣ ଥିଲା। ଏହାର ବ୍ୟାସ ଦେଢ଼ ହାତ ଥିଲା। ସେହି ଥାକରେ କଂସାରେ ବହୁତ ନକ୍ସା ଅଙ୍କା ଯାଇଥିଲା। 32 ଫ୍ରେମ୍ ତଳେ ଗ୍ଭରୋଟି ଚକ ଥିଲା ଓ ଚକଗୁଡ଼ିକର ବ୍ୟାସ ଦେଢ଼ ହାତ ଥିଲା। ଚକଗୁଡ଼ିକର କାଠ ଗୋଟିଏ ଖଣ୍ତ ଥିଲା। 33 ଆଉ ସେହି ଚକଗୁଡ଼ିକ ରଥର ଚକ ସଦୃଶ ଥିଲା। ତାହାର ଅଖ, ନେମି, ନାଭି ଓ ଅର ସବୁ ଢଳା ପିତ୍ତଳରେ ନିର୍ମିତ ହୋଇଥିଲା।
34 ପ୍ରତ୍ୟେକ ଖଟୁଲିର ଗ୍ଭରି କୋଣରେ ଗ୍ଭରୋଟି ଠେସା ଥିଲା ଓ ସେହି ଠେସାଗୁଡ଼ିକ ଖଟୁଲି ସହିତ ଏକ ଖଣ୍ତ ହୋଇ ରହିଲା। 35 ଆଉ ପ୍ରତି ଖଟୁଲି ମୁଣ୍ତରେ ଅର୍ଦ୍ଧହସ୍ତ ଉଚ୍ଚ ପିତ୍ତଲର ଗୋଲାକାର ବେଢ଼ା ଥିଲା। ଖଟୁଲି ଉପରିସ୍ଥ ଅବଲମ୍ବନ ଓ ମଧ୍ୟ ଦେଶ ତାହା ସହିତ ନିର୍ମିତ ହୋଇଥିଲା। 36 ସେଇ ଖଟୁଲିର ଓ ଫ୍ରେମ୍ର ପାର୍ଶ୍ୱରେ କିରୁବଦୂତଗଣଙ୍କର, ସିଂହମାନଙ୍କର ଓ ଖଜୁରୀ ଗଛର ଛବି ଖୋଦିତ ହୋଇଥିଲା। ଏହିସବୁ ଛବିଗୁଡ଼ିକ ଖଟୁଲିର ସବୁଆଡ଼େ ଖୋଦିତ କରାଯାଇ ଥିଲା ଓ ଖଟୁଲିର ଚତୁର୍ପାର୍ଶ୍ୱରେ ଥିବା ଫ୍ରେମ୍ରେ ଫୁଲସବୁ ଖୋଦିତ ହୋଇଥିଲା। 37 ହୀରମ୍ ଦଶ ଗୋଟି ଖଟୁଲି ନିର୍ମାଣ କଲା। ପ୍ରତ୍ୟେକ ଖଟୁଲିର ଆକୃତି ଓ ଆକାର ସମାନ ଥିଲା। କାରଣ ପିତ୍ତଳକୁ ତରଳାଇ ଗୋଟିଏ ଛାଞ୍ଚରେ ଢାଳି ସେ ସେଗୁଡ଼ିକୁ ନିର୍ମାଣ କରିଥିଲା।
38 ସେ ଦଶ ଗୋଟି ଖଟୁଲି ଉପରେ ରହିବା ପାଇଁ ଦଶ ଗୋଟି ମାଠିଆ ନିର୍ମାଣ କଲା। ପ୍ରତ୍ୟେକ ମାଠିଆର ବ୍ୟାସ ଗ୍ଭରି ହାତ ଥିଲା ଓ ପ୍ରତ୍ୟେକ ମାଠିଆ ଗ୍ଭଳିଶ୍ ମହଣ ଧାରଣ କରୁଥିଲା। 39 ପୁଣି ସେ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ପାଞ୍ଚ ଓ ବାମ ପାର୍ଶ୍ୱରେ ପାଞ୍ଚ ଖଟୁଲି ରଖିଲା। ଆଉ ଗୃହ ଦକ୍ଷିଣପୂର୍ବ କୋଣରେ ସମୁଦ୍ର ରୂପକ ପାତ୍ର ସ୍ଥାପନ କଲା। 40-45 ହୀରମ୍ ଏହିସବୁ ପ୍ରକ୍ଷାଳନ ପାତ୍ର, ଛୋଟ କରଚୁଲ୍ଲୀ ଏବଂ ଛୋଟ ତାଟିଆଗୁଡ଼ିକ ନିର୍ମାଣ କଲା। ସେ ଶଲୋମନଙ୍କ ଇଚ୍ଛାନୁସାରେ ସମସ୍ତ ଜିନିଷ ତିଆରି ସମାପ୍ତ କଲା। ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ନିମ୍ନ ତାଲିକା ମୁତାବକ ଜିନିଷ ନିର୍ମିତ ହେଲା। ଯଥା:
2 ଗୋଟି ସ୍ତମ୍ଭ;
2 ଗୋଟି ଗୋଲାକାର ମଣ୍ତଳୀ, ସେହି ସ୍ତମ୍ଭ ଉପରିସ୍ଥ ଆବୃତ କରିବା ପାଇଁ;
2 ଗୋଟି ଜାଲି;
400 ଗୋଟି ଡାଳିମ୍ବ ଉଭୟ ଜାଲି ନିମନ୍ତେ, ପ୍ରତ୍ୟେକ ଜାଲିରେ ଦୁଇଧାଡ଼ି ଡାଳିମ୍ବ ରହିବ;
10 ଗୋଟି ଶଗଡ଼ରୁ ପ୍ରତ୍ୟେକ ଶଗଡ଼ରେ ଗୋଟିଏ ପକ୍ଷାଳନ ପାତ୍ର ରହିବ;
ସମୁଦ୍ର ପରି ଏକ ବଡ଼ କୁଣ୍ତ, ସମୁଦ୍ର ଆକୃତି କୁଣ୍ତ ତଳେ ବାରଟି ଷଣ୍ଢର ଛବି;
ପାତ୍ରଗୁଡ଼ିକ, କରଚୁଲ୍ଲୀଗୁଡ଼ିକ ଏବଂ ତାଟିଆଗୁଡ଼ିକ ହୀରମ୍ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିର ପାଇଁ ତିଆରି ହୋଇଥିଲା।
Huram made everything King Solomon wanted. ସେଗୁଡ଼ିକ ସୁନ୍ଦର ପିତ୍ତଳରେ ନିର୍ମିତ ହୋଇଥିଲା। 46-47 ଶଲୋମନ ସମସ୍ତ ଜିନିଷ ନିର୍ମାଣରେ ବ୍ୟବହୃତ ପିତ୍ତଳକୁ ଓଜନ କଲେ ନାହିଁ। କାରଣ ତା’ର ପରିମାଣ ଏତେ ଅଧିକ ଥିଲା ଯେ ତାହା ଓଜନ କରିବା ସମ୍ଭବ ନ ଥିଲା। ରାଜା ଯର୍ଦ୍ଦନ ପଦାରେ ସୁକ୍କୋତ ଓ ସର୍ତ୍ତନ ମଧ୍ୟସ୍ଥିତ ଚିକ୍କଣ ଭୂମିରେ ତାହା ନିର୍ମାଣ କରିବାକୁ ଆଦେଶ ଦେଲେ। ସେଗୁଡ଼ିକୁ ପିତ୍ତଳ ତରଳାଇ ଓ ଛାଞ୍ଚରେ ଢାଳି ତିଆରି କରାଗଲା।
48-50 ଶଲୋମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ବହୁତ ସାମଗ୍ରୀ ସୁବର୍ଣ୍ଣର ପାଇଲେ। ଏଗୁଡ଼ିକ ସଦାପ୍ରଭୁଙ୍କ ମନ୍ଦିର ନିମିତ୍ତ ତିଆରି ହେଲା। ସେଗୁଡ଼ିକ ଯଥା:
ସ୍ୱର୍ଣ୍ଣବେଦି,
ବିଶେଷ ରୋଟି ରଖିବା ପାଇଁ ସ୍ୱର୍ଣ୍ଣମୟ ମେଜ,
ଦକ୍ଷିଣ ପାର୍ଶ୍ୱରେ ପାଞ୍ଚୋଟି ସୁବର୍ଣ୍ଣର ଦ୍ୱୀପରୁଖା ଓ ମହାପବିତ୍ର ସ୍ଥାନର ଉତ୍ତର ପାର୍ଶ୍ୱରେ ପାଞ୍ଚୋଟି ଦ୍ୱୀପରୁଖା ସୁବର୍ଣ୍ଣର ଦ୍ୱୀପ,
ସୁବର୍ଣ୍ଣର ଫୁଲସବୁ, ଖାଣ୍ଟି ସୁନାର ଗ୍ଭମଚ ଓ ପାତ୍ରସବୁ ଯଥା, କଇଁଚି, କୁଣ୍ତସବୁ, ଅଙ୍ଗାରଧାନୀ ଏବଂ ଭିତର ପାଖର କବାଟ ପାଇଁ ଅର୍ଥାତ୍
ମହାପବିତ୍ର ସ୍ଥାନର ଓ ମନ୍ଦିରର ମୂଖ୍ୟ କୋଠରୀର କବାଟ ପାଇଁ ସୁବର୍ଣ୍ଣର କବ୍ଜା ନିର୍ମାଣ କଲେ।
51 ଏହିରୂପେ ସଦାପ୍ରଭୁଙ୍କ ମନ୍ଦିରର ସମସ୍ତ କାର୍ଯ୍ୟ ରାଜା ଶଲୋମନ ସମ୍ପୂର୍ଣ୍ଣ କଲେ। ସେ ମନ୍ଦିର ନିମନ୍ତେ ଉତ୍ସର୍ଗିତ କରିଥିବା ସମସ୍ତ ସାମଗ୍ରୀ, ଯଥା: ରୂପା, ସୁନା ଓ ପାତ୍ରଗୁଡ଼ିକ ତାଙ୍କ ପ୍ରତି ଦାଉଦଙ୍କ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିରର କୋଷାଗାରରେ ରଖିଲେ।
କେତେକ ସାଦ୍ଦୂକୀ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ(A)
27 କେତେକ ସାଦ୍ଦୂକୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି ଯେ ଲୋକେ ମୃତ୍ୟୁରୁ ପୁଣି ବଞ୍ଚି ଉଠି ପାରିବେ ନାହିଁ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, 28 “ଗୁରୁ! ମୋଶା ଆମ୍ଭ ପାଇଁ ଲେଖିଥିଲେ ଯେ ଯଦି ଜଣେ ବିବାହିତ ପୁରୁଷ କୌଣସି ସନ୍ତାନସନ୍ତତି ନ ଥାଇ ମରିଯାଏ, ତେବେ ତା’ର ଭାଇ ନିଶ୍ଚୟ ସେହି ମୃତ ଭାଇର ପତ୍ନୀକୁ ବିବାହ କରିବ। ତାହାହେଲେ ସେ ତା’ ମୃତ ଭାଇ ପାଇଁ ସେହି ସ୍ତ୍ରୀଠାରୁ ସନ୍ତାନସନ୍ତତି ଉତ୍ପନ୍ନ କରି ପାରିବ। 29 ଥରେ ସାତ ଜଣ ଭାଇ ଥିଲେ। ବଡ଼ ଭାଇଟି ବିବାହ କରିଥିଲା। କୌଣସି ସନ୍ତାନ ନ ଥାଇ ସେ ଭାଇଟି ମରିଗଲେ। 30 ତା’ପରେ ସେହି ସ୍ତ୍ରୀ ଲୋକଟିକୁ ଦ୍ୱିତୀୟ ଭାଇ ବିବାହ କଲା। କିନ୍ତୁ ସେ ମଧ୍ୟ ମରିଗଲା। 31 ତା’ପରେ ତୃତୀୟ ଭାଇଟି ସେହି ସ୍ତ୍ରୀକୁ ବିବାହ କଲା ଓ ମରିଗଲା। ଅନ୍ୟ ଭାଇମାନଙ୍କ ପ୍ରତି ମଧ୍ୟ ସେହି ଏକା କଥା ଘଟିଲା। ସେମାନେ ସମସ୍ତେ ମରିଗଲେ ଓ କାହାରି ହେଲେ ସନ୍ତାନସନ୍ତିତି ଜନ୍ମ ହୋଇ ନ ଥିଲେ। 32 ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା। 33 ସାତ ଭାଇଯାକ ତାକୁ ବିବାହ କରିଥିଲେ। ତେବେ ଯେତେବେଳେ ଲୋକେ ମୃତ୍ୟୁରୁ ପୁଣି ଜୀବନ ନ ପାଇ ଉଠିବେ, ସେତେବେଳେ ଏହି ସ୍ତ୍ରୀଟି କାହାର ପତ୍ନୀ ହେବ?”
34 ଯୀଶୁ ସାଦ୍ଦୂକୀମାନଙ୍କୁ କହିଲେ, “ସଂସାରରେ ଲୋକମାନେ ପରସ୍ପର ମଧ୍ୟରେ ବିବାହ କରିଥା’ନ୍ତି। 35 କିନ୍ତୁ କେତେକ ଲୋକ ମୃତ୍ୟୁରୁ ପୁଣି ବଞ୍ଚି ଉଠିବାକୁ ଯୋଗ୍ୟ ହେବେ ଓ ସେମାନେ ଏହି ଜୀବନ ପରେ ମଧ୍ୟ ପୁଣି ଜୀବିତ ରହିବେ। ସେହି ଜୀବନରେ ସେମାନେ ବିବାହ କରିବେ ନାହିଁ। 36 ସେହି ଜୀବନରେ ଲୋକମାନେ ସ୍ୱର୍ଗଦୂତଙ୍କ ପରି ହୋଇଥା’ନ୍ତି ଓ ସେମାନେ କେବେ ହେଲେ ମରନ୍ତି ନାହିଁ। ସେମାନେ ପରମେଶ୍ୱରଙ୍କ ସନ୍ତାନ କାରଣ ମୃତ୍ୟୁରୁ ପୁଣି ବଞ୍ଚି ଉଠିଥା’ନ୍ତି। 37 ମୋଶା ସ୍ପଷ୍ଟ ଭାବରେ ଦେଖେଇ ଦେଇଛନ୍ତି ଯେ ଲୋକେ ମୃତ୍ୟୁରୁ ପୁଣି ବଞ୍ଚି ଉଠନ୍ତି। ମୋଶା ଯେତେବେଳେ ‘ଜ୍ୱଳନ୍ତବୁଦା’ [a] ବିଷୟରେ ଲେଖିଲେ, ସେ କହିଥିଲେ ଯେ, ‘ପ୍ରଭୁ (ପରମେଶ୍ୱର) ହେଉଛନ୍ତି ଅବ୍ରହାମଙ୍କ ପରମେଶ୍ୱର, ଇସ୍ହାକଙ୍କ ପରମେଶ୍ୱର, ଓ ଯାକୁବଙ୍କ ପରମେଶ୍ୱର’ [b] 38 ଯଦି ପରମେଶ୍ୱର କହିଛନ୍ତି ଯେ, ସେ ସେମାନଙ୍କର ପରମେଶ୍ୱର, ତେବେ ଏ ଲୋକମାନେ ପ୍ରକୃତରେ ମୃତ ନୁହନ୍ତି। ସେ କେବଳ ଜୀବିତ ଲୋକମାନଙ୍କ ପରମେଶ୍ୱର। ଯେଉଁମାନେ ପରମେଶ୍ୱରଙ୍କ ଲୋକ, ସେମାନେ ସମସ୍ତେ ଜୀବିତ ଅଟନ୍ତି।
39 ଧର୍ମଶାସ୍ତ୍ରୀମାନେ କହିଲେ, “ଗୁରୁ, ଆପଣଙ୍କ ଉତ୍ତର ବହୁତ ଭଲ ଥିଲା।” 40 ଯୀଶୁଙ୍କୁ ଆଉ ଅଧିକ ପ୍ରଶ୍ନ ପଗ୍ଭରିବାକୁ କେହି ସାହସ କଲେ ନାହିଁ।
ଖ୍ରୀଷ୍ଟ କ’ଣ ଦାଉଦଙ୍କ ପୁତ୍ର(B)
41 ତା’ପରେ ଯୀଶୁ କହିଲେ, “ଲୋକେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର? 42 ଗୀତସଂହିତାରେ ଦାଉଦ ନିଜେ କହିଛନ୍ତି:
‘ପ୍ରଭୁ ପରମେଶ୍ୱର ମୋର ପ୍ରଭୁ ଖ୍ରୀଷ୍ଟଙ୍କୁ କହିଲେ,
ମୋର ଡାହାଣ ପଟେ ମୋ’ ପାଖରେ ବସ।
43 ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ଶକ୍ତି ଅଧୀନରେ ରଖିବି।’ (C)
44 ଦାଉଦ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ କହିଛନ୍ତି। କିନ୍ତୁ ଖ୍ରୀଷ୍ଟ ମଧ୍ୟ ଦାଉଦଙ୍କ ପୁତ୍ର। ଏ ଉଭୟ କଥା କିପରି ସତ୍ୟ ହୋଇ ପାରିବ?”
ଧର୍ମଶାସ୍ତ୍ରୀମାନଙ୍କ ବିରୁଦ୍ଧରେ ଚେତାବନୀ(D)
45 ସବୁଲୋକେ ଯୀଶୁଙ୍କ ଉପଦେଶ ଶୁଣୁଥିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, 46 “ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ମାନ୍ୟଗନ୍ୟ ବ୍ୟକ୍ତିଙ୍କ ପରି ପୋଷାକପତ୍ର ପିନ୍ଧି ବୁଲାବୁଲି କରିବାକୁ ସେମାନେ ଗ୍ଭହାନ୍ତି। ହାଟବଜାରରେ ଲୋକେ ତାହାଙ୍କୁ ସମ୍ମାନ ଦେଖାନ୍ତୁ ବୋଲି ସେମାନେ ଭଲ ପାଆନ୍ତି। ଯିହୂଦୀ ସମାଜଗୃହମାନଙ୍କରେ ସବୁଠାରୁ ଶ୍ରେଷ୍ଠ ଆସନଗୁଡ଼ିକ ପାଇବାକୁ ସେମାନେ ଭଲ ପାଆନ୍ତି। ଭୋଜିମାନଙ୍କରେ ସବୁଠାରୁ ପ୍ରଧାନ ଆସନରେ ବସିବାକୁ ସେମାନେ ଭଲ ପାଆନ୍ତି। 47 କିନ୍ତୁ ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ୍ଚ ମନୋଭାବ ଦେଖାନ୍ତି। ସେମାନେ ବିଧବାମାନଙ୍କର ଘରଦ୍ୱାର ଠକି କରି ନେଇ ଥା’ନ୍ତି। ସେମାନେ ଲମ୍ବାଲମ୍ବା ପ୍ରାର୍ଥନା କରି ନିଜକୁ ଭଲ ବୋଲି ଦେଖେଇ ହେବାକୁ ଚେଷ୍ଟା କରନ୍ତି। ପରମେଶ୍ୱର ଏହି ଲୋକମାନଙ୍କୁ କଠିନ ଦଣ୍ଡ ଦେବେ।”
2010 by World Bible Translation Center