Old/New Testament
ଯିହୁଦାରେ ଦୁର୍ଭିକ୍ଷ
1 ସେହି ସମୟରେ ଯେତେବେଳେ ବିଗ୍ଭରକଗଣ ଶାସନ କରୁଥିଲେ, ସେହି ଦେଶରେ ଦୁର୍ଭିକ୍ଷ ପଡ଼ିଥିଲା। ତେଣୁ ଏଲିମେଲକ ନାମକ ଜଣେ ଲୋକ ଯିହୁଦାସ୍ଥିତ ନିଜର ଗୃହ ବୈଥ୍ଲେହେମକୁ ପରିତ୍ୟାଗ କଲା ଏବଂ ସେ ତା’ର ସ୍ତ୍ରୀ ଓ ଦୁଇ ପୁତ୍ର ସହିତ ମୋୟାବ ଦେଶରେ ବାସ କରିବାକୁ ଗଲା। 2 ସେହି ଲୋକର ସ୍ତ୍ରୀର ନାମ ଥିଲା ନୟମୀ ଓ ଦୁଇ ପୁତ୍ରଙ୍କ ନାମ ଥିଲା, ମହଲୋନ୍ ଓ କିଲିୟୋନ। ସେମାନେ ଥିଲେ, ଯିହୁଦାର ବୈଥ୍ଲେହମରୁ ଏଫ୍ରାଥିୟ ଲୋକ। ସେମାନେ ମୋୟାବର ପର୍ବତମୟ ଦେଶକୁ ଗଲେ ଓ ସେଠାରେ ବସବାସ କଲେ।
3 ଏହା ପରେ ନୟମୀର ସ୍ୱାମୀ ଏଲିମେଲକ ମରିଗଲା। କେବଳ ନୟମୀ ଓ ତା’ର ଦୁଇ ପୁତ୍ର ବଞ୍ଚି ରହିଲେ। 4 ତା’ର ପୁତ୍ରମାନେ ମୋୟାବର ଯୁବତୀଙ୍କୁ ବିବାହ କଲେ। ଜଣେ ସ୍ତ୍ରୀଙ୍କର ନାମଥିଲା ଅର୍ପା, ଅନ୍ୟ ଜଣକର ନାମ ଥିଲା ଋତ। ସେମାନେ ମୋୟାବରେ ଦଶ ବର୍ଷ ବାସ କଲେ। 5 ମହଲୋନ ଏବଂ କିଲିୟୋନ ମଧ୍ୟ ମୃତ୍ୟୁବରଣ କଲେ। ତେଣୁ ନୟମୀ ସ୍ୱାମୀହୀନ ଓ ପୁତ୍ରହୀନ ହୋଇ ରହିଲା।
ନୟମୀ ତା’ର ଗୃହକୁ ଫେରି ଗଲା
6 ଯେତେବେଳେ ନୟମୀ ମୋୟାବର ପର୍ବତମୟ ଦେଶରେ ବାସ କରୁଥିଲା, ସେ ଜାଣିବାକୁ ପାଇଲା ଯେ, ପରମେଶ୍ୱର ତାଙ୍କର ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। ସେ ଯିହୁଦାର ଲୋକମାନଙ୍କୁ ଖାଦ୍ୟ ଦେଉଛନ୍ତି। ତେଣୁ ସେ ମୋୟାବ ଦେଶ ଛାଡ଼ି ନିଜ ଦେଶକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଲା। ତା’ର ପୁତ୍ରବଧୂମାନେ ମଧ୍ୟ ତା’ ସହିତ ଯିବା ପାଇଁ ନିଷ୍ପତ୍ତି ନେଲେ। 7 ତେଣୁ ସେ ତା’ର ପୁତ୍ର ବଧୂମାନଙ୍କୁ ଧରି ତା’ର ବାସସ୍ଥାନ ଛାଡ଼ି ଯିହୁଦାକୁ ଗ୍ଭଲି ଆସିଲା।
8 ଏହା ପରେ ନୟମୀ ତା’ର ପୁତ୍ରବଧୂମାନଙ୍କୁ କହିଲା, “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ତୁମ୍ଭମାନଙ୍କର ମା’ ପାଖକୁ ଫେରିଯାଅ। ତୁମ୍ଭେମାନେ ତୁମ୍ଭମାନଙ୍କର ସ୍ୱାମୀମାନଙ୍କ ପ୍ରତି, ଯେଉଁମାନେ କି ବର୍ତ୍ତମାନ ମୃତ ଓ ମୋ’ ପ୍ରତି ଦୟା ଦେଖାଇଛ। ତେଣୁ ମୁଁ ପ୍ରାର୍ଥନା କରେ ଯେ, ସଦାପ୍ରଭୁ ତୁମ୍ଭଙ୍କୁ ଉତ୍ତମତା ଓ ଦୟା ଦେଖାଇବେ। 9 ମୁଁ ପ୍ରାର୍ଥନା କରୁଛି ଯେ, ସଦାପ୍ରଭୁ ତୁମ୍ଭ ପ୍ରତ୍ୟେକଙ୍କୁ ନୂତନ ସ୍ୱାମୀ ଏବଂ ସୁରକ୍ଷିତ ଘର ଦିଅନ୍ତୁ।” ନୟମୀ ତା’ର ପୁତ୍ରବଧୂମାନଙ୍କୁ ଚୁମ୍ବନ ଦେଲା ଓ ସେମାନେ ସମସ୍ତେ କ୍ରନ୍ଦନ କଲେ।
10 କିନ୍ତୁ ପୁତ୍ରବଧୂମାନେ କହିଲେ, “ଆମ୍ଭେମାନେ ତୁମ୍ଭ ସହିତ ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କ ନିକଟକୁ ଯିବାକୁ ଗ୍ଭହୁଁ।”
11 କିନ୍ତୁ ନୟମୀ କହିଲେ, “ନା, ମୋର କନ୍ୟାଗଣ, ତୁମ୍ଭେ ତୁମ୍ଭର ସ୍ୱଗୃହକୁ ଫେରିଯାଅ। ତୁମ୍ଭେମାନେ ଆଉ କାହିଁକି ମୋ’ ସହିତ ଯିବ? ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରି ପାରିବି ନାହିଁ। ମୋର ତ ଗର୍ଭରେ ଆଉ ସନ୍ତାନ ନାହାନ୍ତି, ଯେଉଁମାନେ କି ତୁମ୍ଭର ସ୍ୱାମୀ ହୋଇ ଥା’ନ୍ତେ। 12 ତୁମ୍ଭେ କ’ଣ ସ୍ୱସ୍ଥାନକୁ ଯିବ ନାହିଁ? ମୁଁ ଅତ୍ୟଧିକ ବୟସ୍କା ବିବାହ କରିବା ପାଇଁ ଏବଂ ଏକ ନୂଆ ସ୍ୱାମୀ ପାଇବାକୁ। ତଥାପି ଯଦି ପୁନର୍ବାର ବିବାହ କରିବା ପାଇଁ ଯଦି ଆଶା କରେ, ତଥାପି ଯଦି ମୋର ଗୋଟିଏ ସ୍ୱାମୀ ଆଜି ରାତ୍ରିରେ ଥିଲା, ଏବଂ ମୁଁ ଗର୍ଭବତୀ ହୁଏଁ ଏବଂ ଦୁଇଟି ସନ୍ତାନ ଜନ୍ମ ଦିଏ, ଏହାବି ତୁମ୍ଭ ପାଇଁ କୌଣସି ସାହାଯ୍ୟ ହେବ କି? 13 ସେମାନେ ବଡ଼ ହେବା ପର୍ଯ୍ୟନ୍ତ ତୁମ୍ଭେ କ’ଣ ଅପେକ୍ଷା କରିବ ଏବଂ ଯଥେଷ୍ଟ ବୟଷ୍କ ବିବାହ କରିବା ନିମନ୍ତେ? ତୁମ୍ଭେ ଯେତେବେଳେ ସେମାନଙ୍କୁ ଅପେକ୍ଷା କରିବ। ତୁମ୍ଭେ ନିଜକୁ ଅନ୍ୟ ସ୍ୱାମୀମାନଙ୍କଠାରୁ ବିବାହ କରିବାଠାରୁ ଦୂରେଇ ରଖି ପାରିବ କି? ନା, ମୋର କନ୍ୟାଗଣ, ମୁଁ ତୁମ୍ଭମାନଙ୍କ ପାଇଁ ଖରାପ ଅନୁଭବ କରୁଛି, କାରଣ ଏହା ଜଣାଯାଏ ଯେ, ସଦାପ୍ରଭୁ ମୋ’ ବିରୁଦ୍ଧରେ ଅଛନ୍ତି।”
14 ଏଣୁ ସେହି ସ୍ତ୍ରୀଲୋକମାନେ ପୁଣି ରୋଦନ କଲେ। ଏହା ପରେ ଅର୍ପା ତା’ର ଶାଶୁକୁ ଚୁମ୍ବନ ଦେଲା ଓ ଗ୍ଭଲିଗଲା। କିନ୍ତୁ ଋତ ତାଙ୍କୁ ଧରି ରହିଲା।
15 ନୟମୀ କହିଲା, “ଦେଖ, ତୁମ୍ଭର ଯାଆ ତା’ର ନିଜର ଲୋକମାନଙ୍କ ନିକଟକୁ ପୁଣି ଆପଣା ଦେବତାମାନଙ୍କ ନିକଟକୁ ଫେରିଗଲେ। ତୁମ୍ଭେ ମଧ୍ୟ ସେହିପରି କରିବା ଉଚିତ୍।”
16 କିନ୍ତୁ ଋତ କହିଲେ, “ଦୟାକରି ତୁମ୍ଭକୁ ଛାଡ଼ି ଯିବା ପାଇଁ ମୋତେ ବାଧ୍ୟ କର ନାହିଁ। ମୋର ସ୍ୱଗୃହକୁ ଫେରିଯିବା ପାଇଁ ମୋତେ କୁହ ନାହିଁ। ମୋତେ ତୁମ୍ଭ ସହିତ ଯିବାକୁ ଦିଅ। ତୁମ୍ଭେ ଯୁଆଡ଼େ ଯିବ, ମୁଁ ସେହିଆଡ଼େ ଯିବି। ତୁମ୍ଭେ ଯେଉଁଠାରେ ରହିବ ମୁଁ ସେହିଠାରେ ରହିବି। ତୁମ୍ଭର ଲୋକ ହିଁ ମୋର ଲୋକ, ତୁମ୍ଭର ସଦାପ୍ରଭୁ ହିଁ ମୋର ସଦାପ୍ରଭୁ ହେବେ। 17 ତୁମ୍ଭେ ଯେଉଁଠାରେ ମରିବ ଓ କବର ନେବ ମୁଁ ସେହିଠାରେ ମରିବି ଓ କବର ନେବି। କେବଳ ମୃତ୍ୟୁଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ଡରୁ ମଧ୍ୟ ତହିଁରୁ ଅଧିକ ମୋତେ ଦିଅନ୍ତୁ।”
ଗୃହକୁ ଆସିଲେ
18 ନୟମୀ ଦେଖିଲେ ଯେ ଋତ ତାଙ୍କ ସହିତ ଯିବା ପାଇଁ ସଂକଳ୍ପବଦ୍ଧ ଥିଲେ। ତେଣୁ ନୟମୀ ତାଙ୍କ ସହିତ ଯୁକ୍ତି ବନ୍ଦ କଲେ। 19 ନୟମୀ ଏବଂ ଋତ ବୈଥ୍ଲେହମକୁ ଗଲେ। ସେମାନେ ଯେତେବେଳେ ବୈଥ୍ଲେହମରେ ପ୍ରବେଶ କଲେ, ଲୋକମାନେ ଉତ୍ସୁକ ହେଲେ ଓ କହିଲେ, “ଏ କ’ଣ ପ୍ରକୃତରେ ନୟମୀ?”
20 କିନ୍ତୁ ନୟମୀ ସେହି ଲୋକମାନଙ୍କୁ କହିଲେ, “ମୋତେ ନୟମୀ ବୋଲି ଡାକ ନାହିଁ, ମୋତେ ମାରା ବୋଲି ଡାକ। ଯେହେତୁ ସର୍ବଶକ୍ତିମାନ ପରମେଶ୍ୱର ମୋର ଜୀବନକୁ ଦୁଃଖପୂର୍ଣ୍ଣ କରିଅଛନ୍ତି। 21 ଯେତେବେଳେ ମୁଁ ଏହି ସ୍ଥାନ ଛାଡ଼ିଲି, ମୋର ସବୁକିଛି ଥିଲା, କିନ୍ତୁ ସଦାପ୍ରଭୁ ମୋତେ ଖାଲି ହାତରେ ଘରକୁ ଫେରାଇ ଆଣିଲେ। ସଦାପ୍ରଭୁ ମୋତେ ଦୁଃଖ ଦେଇଅଛନ୍ତି, ତେଣୁ ତୁମ୍ଭେମାନେ ମୋତେ ‘ନୟମୀ’ ବୋଲି କାହିଁକି ଡାକୁଅଛୁ? ସର୍ବଶକ୍ତିମାନ ପରମେଶ୍ୱର ମୋତେ ଅନେକ ଦୁଃଖ ଦେଇଛନ୍ତି ଏବଂ ମୋ’ ଉପରକୁ ବହୁତ ଅସୁବିଧା ଆଣିଛନ୍ତି।”
22 ଏହିପରି ଭାବରେ ବାର୍ଲି ଅମଳ ଆରମ୍ଭ ହେବା ସମୟରେ ନୟମୀ ଏବଂ ତା’ର ପୁତ୍ରବଧୂ ଋତ ମୋୟାବର ପାର୍ବତ୍ୟ ଦେଶରୁ ବୈଥ୍ଲେହମକୁ ଫେରି ଆସିଲେ।
ଋତ ବୋୟାଜଙ୍କୁ ସାକ୍ଷାତ କଲେ
2 ବୈଥିଲେହମରେ ଜଣେ ଧନୀ ବ୍ୟକ୍ତି ବାସ କରୁଥିଲେ। ଯାହାଙ୍କର ନାମଥିଲା ବୋୟାଜ। ବୋୟାଜ ଥିଲେ ଏଲିମେଲକର ପରିବାରରୁ ନୟମୀର ଜଣେ ଅନ୍ତରଙ୍ଗ ବନ୍ଧୁ।
2 ଦିନେ ଋତ (ମୋୟାବ ଦେଶୀୟ) ନୟମୀକୁ କହିଲେ, “ମୁଁ କ୍ଷେତକୁ ଯିବା ପାଇଁ ଗ୍ଭହେଁ। କେହି ମୋତେ ଅନୁଗ୍ରହ ଦେଖାଇ ପାରନ୍ତି। ଯଦି ଯେକେହି ତା’ ପଛରେ କିଛି ଶସ୍ୟ ଛାଡ଼ି ଯାଏ ମୁଁ ତାକୁ ସାଉଁଟି ଆଣିବି।”
ନୟମୀ କହିଲେ, “ଯାଅ ମୋର କନ୍ୟା।”
3 ତେଣୁ ଋତ କ୍ଷେତକୁ ଗଲା। ସେ ଶ୍ରମିକମାନଙ୍କୁ ଅନୁସରଣ କରି ସମସ୍ତ ଶସ୍ୟ ସାଉଁଟିବାକୁ ଲାଗିଲା। ଯେଉଁସବୁକୁ ଶ୍ରମିକମାନେ ଛାଡ଼ି ଯାଇଥିଲେ, ସେହି ଶସ୍ୟଗୁଡ଼ିକ ସେ ସଂଗ୍ରହ କରୁଥିଲେ। ଏହି ଘଟଣା ବୋୟାଜର କ୍ଷେତରେ ଘଟିଥିଲା ଯିଏ କି ଏଲିମେଲକର ପରିବାରର ଥିଲା।
4 ଏହା ପରେ ବୋୟାଜ ବୈଥ୍ଲେହମରୁ ନିଜର କ୍ଷେତକୁ ଆସିଲା। ଏବଂ ଶ୍ରମିକମାନଙ୍କୁ ଅଭ୍ୟର୍ଥନା କଲା, “ସଦାପ୍ରଭୁ ତୁମ୍ଭମାନଙ୍କର ସହିତ ଥାଆନ୍ତୁ।”
ସେମାନେ ଉତ୍ତର ଦେଲେ, “ସଦାପ୍ରଭୁ ଆପଣଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ।”
5 ଏହା ପରେ ବୋୟାଜ ତା’ର ଦାସକୁ ପଗ୍ଭରିଲା, ଯିଏ କି ଶ୍ରମିକମାନଙ୍କର ଖବର ବୁଝୁଥିଲା, “ସେ କାହାର ଝିଅ?”
6 ତାଙ୍କର ଦାସ ଉତ୍ତର ଦେଲା, “ସେ ହେଉଛନ୍ତି ମୋୟାବ ଦେଶୀୟା ଯୁବତୀ ଯିଏ କି ନୟମୀ ସାଙ୍ଗରେ ଆସିଅଛି, ସେହି ପାର୍ବତ୍ୟମୟ ଦେଶ ମୋୟାବରୁ। 7 ସେ ପ୍ରତ୍ୟୁଷ୍ୟରେ ଆସି ଶ୍ରମିକମାନେ ପଛରେ ଛାଡ଼ି ଯାଉଥିବା ଶସ୍ୟଗୁଡ଼ିକ ସାଉଁଟିବା ପାଇଁ ଅନୁମତି ନେଲା। ଏ ପର୍ଯ୍ୟନ୍ତ ସେ ଲଗାତର ଭାବରେ କାର୍ଯ୍ୟ କରୁଅଛି, କେବଳ ଅଳ୍ପ ସମୟ ସେ ଗୃହରେ ବିଶ୍ରାମ ନେଉଥିଲା।” [a]
8 ଏହା ପରେ ବୋୟାଜ ଋତକୁ କହିଲେ, “ଆଗୋ ମୋର କନ୍ୟା, ମୋର କଥା ଶୁଣ। ମୋ’ କ୍ଷେତରୁ ତୁମ୍ଭେ ନିଜ ପାଇଁ ଶସ୍ୟ ସଂଗ୍ରହ କର। ତୁମ୍ଭର ଅନ୍ୟ କାହାର କ୍ଷେତକୁ ଯିବା ଦରକାର ନାହିଁ। ମାତ୍ର ମୋର ଦାସୀଗଣଙ୍କ ପଛରେ ଯାଅ। 9 ଦେଖ ସେମାନେ କେଉଁ କ୍ଷେତକୁ ଯାଉଛନ୍ତି, ସେମାନଙ୍କୁ ଅନୁସରଣ କର। ମୁଁ ସେ ଯୁବକମାନଙ୍କୁ ସତର୍କ କରାଇ ଦେଉଛି ସେମାନେ ତୁମ୍ଭକୁ ହଇରାଣ କରିବେ ନାହିଁ। ତୁମ୍ଭେ ଯେବେ ତୃଷାର୍ତ୍ତ ଅନୁଭବ କରିବ, ତେବେ ତୁମ୍ଭେ ଯାଇ ମୋର ଲୋକମାନେ ପିଉଥିବା ପାଣିପାତ୍ରରୁ ପାଣି ପିଇପାରିବ।”
10 ଏହା ପରେ ଋତ ତାଙ୍କୁ ପ୍ରଣାମ କଲା। ସେ ବୋୟାଜଙ୍କୁ ପଗ୍ଭରିଲା, “ମୁଁ ଆଶ୍ଚର୍ଯ୍ୟ ହେଉଛି, ତୁମ୍ଭେ ତ ମୋତେ ଆଗରୁ କେବେବି ଦେଖି ନାହଁ। ମୁଁ ବିଦେଶୀନୀ ହେଲେବି ତୁମ୍ଭେ ମୋ’ ପ୍ରତି ଦୟା ଦେଖାଇ ଅଛ।”
11 ବୋୟାଜ ତାଙ୍କୁ କହିଲେ, “ତୁମ୍ଭେ କିପରି ତୁମ୍ଭ ଶାଶୁ ନୟମୀକୁ ସାହାଯ୍ୟ କଲ, ମୋତେ ସେ ବିଷୟରେ କୁହାଗଲା। ମୁଁ ଜାଣେ ତୁମ୍ଭର ସ୍ୱାମୀର ମୃତ୍ୟୁ ପରେ ତୁମ୍ଭେ କିପରି ତାକୁ ସାହାଯ୍ୟ କଲ। ଏବଂ ମୁଁ ଏହା ମଧ୍ୟ ଜାଣେ ଯେ ତୁମ୍ଭେ ତୁମ୍ଭର ନିଜର ଦେଶ, ପିତାମାତାଙ୍କୁ ଛାଡ଼ି ପୁଣି ଯେଉଁମାନଙ୍କୁ ତୁମ୍ଭେ ପୂର୍ବରୁ ଜାଣି ନ ଥିଲ, ସେହିମାନଙ୍କ ସହିତ ରହିବା ପାଇଁ ଆସିଅଛ। 12 ସଦାପ୍ରଭୁ ତୁମ୍ଭକୁ ତୁମ୍ଭର ଏହି ଭଲକାମ ପାଇଁ ପୁରସ୍କାର ଦେବେ। ତୁମ୍ଭକୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ପୂର୍ଣ୍ଣ ମାତ୍ରାରେ ପୁରସ୍କୃତ କରନ୍ତୁ। ତୁମ୍ଭେ ନିରାପତ୍ତା ପାଇଁ ସଦାପ୍ରଭୁଙ୍କ ପାଖକୁ ଫେରି ଆସିଲ ଏବଂ ସେ ତୁମ୍ଭଙ୍କୁ ରକ୍ଷା କରିବେ।”
13 ଏହା ପରେ ଋତ ତାଙ୍କୁ କହିଲେ, “ତୁମ୍ଭେ ମୋ’ ଉପରେ ବହୁତ ଦୟା ଦେଖାଇ ଅଛ। ମହାଶୟ, ମୁଁ ଆପଣଙ୍କର ଦାସୀ। ଏପରିକି ମୁଁ ଆପଣଙ୍କର ଏକ ଦାସୀ ସହିତ ସମାନ ନୁହେଁ, ତଥାପି ଆପଣ ମୋ’ ପ୍ରତି ବହୁତ ଦୟା ଓ କରୁଣା ଦେଖାଇଛନ୍ତି ଏବଂ ଆପଣ ଦୟାର କଥା ମୋତେ କହିଛନ୍ତି।”
14 ମଧ୍ୟାହ୍ନ ଭୋଜନ ସମୟରେ, ବୋୟାଜ ଋତଙ୍କୁ କହିଲେ, “ଏଠାକୁ ଆସ! ଆମ୍ଭର ରୋଟୀରୁ କିଛି ଖାଅ। ଆଉ ତୁମ୍ଭେ ରୋଟୀରୁ କିଛି ଖଣ୍ତ ନେଇ ତାହାକୁ ଅମ୍ଳରସରେ ବୁଡ଼ାଅ।”
ତେଣୁ ଋତ ବୋୟାଜଙ୍କର ଶ୍ରମିକମାନଙ୍କ ସହିତ ବସିଲେ। ବୋୟାଜ ତାଙ୍କୁ କିଛି ଭଜା ଶସ୍ୟ ଆଣି ଖାଇବାକୁ ଦେଲେ। ତହିଁରେ ସେ ତୃପ୍ତ ହେବା ପର୍ଯ୍ୟନ୍ତ ଭୋଜନ କଲା ଓ କିଛି ବଳକା ରଖିଲା। 15 ଏହା ପରେ ଋତ ଉଠି କାର୍ଯ୍ୟକୁ ଗଲା।
ଏହା ପରେ ବୋୟାଜ ତାଙ୍କର ଦାସମାନଙ୍କୁ କହିଲେ, “ବିଡ଼ା ମଧ୍ୟରୁ ମଧ୍ୟ ତାକୁ ଶସ୍ୟ ସାଉଁଟିବାକୁ ଦିଅ। ତାକୁ କେବେ ଲଜ୍ଜା ଦିଅ ନାହିଁ। 16 ତା’ର କାମକୁ ସରଳ କରିବା ପାଇଁ କିଛି ଶସ୍ୟ ପକାଇ ଯାଅ ଏବଂ ତାକୁ ଗୋଟାଇବାକୁ ଦିଅ। ତାଙ୍କୁ ବାରଣ କର ନାହିଁ।”
ନୟମୀ ବୋୟାଜଙ୍କ ବିଷୟରେ ଶୁଣିଲେ
17 ଋତ ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷେତରେ କାର୍ଯ୍ୟ କଲା। ସେ ଶସ୍ୟ ସଂଗ୍ରହ କଲା ପରେ, ସେ ଏଗୁଡ଼ିକୁ ତୁଷରୁ ଅଲଗା କଲା। ଏହା ଓଜନ କଲାରୁ ଅର୍ଦ୍ଧ ବୁଶେଲ ବାର୍ଲି ହେଲା। 18 ଋତକୁ ଏହା ପରେ ଶସ୍ୟଗୁଡ଼ିକ ନେଇ ନଗରକୁ ଯାଇ ତା’ର ଶାଶୁକୁ ଦେଲା ଏବଂ ସାଙ୍ଗରେ ଆଣିଥିବା ଅବଶିଷ୍ଟ ଖାଦ୍ୟ ତାଙ୍କୁ ଦେଲା।
19 ତା’ର ଶାଶୁ ତାକୁ ପଗ୍ଭରିଲେ, “ଆଜି ତୁମ୍ଭେ କେଉଁଠାରୁ ଏହି ଶସ୍ୟ ସଂଗ୍ରହ କଲ? କେଉଁଠାକୁ ତୁମ୍ଭେ ଗଲ ଓ କାମ କଲ? ଯିଏ ତୁମ୍ଭକୁ ଶସ୍ୟ ଦେଲା, ସେ ଧନ୍ୟ ହେଉ।”
ଏହା ପରେ ଋତ ଯାହାଙ୍କ ସହିତ କାର୍ଯ୍ୟ କରିଥିଲା ତା’ ବିଷୟରେ ତାକୁ କହିଲେ। “ମୁଁ ଆଜି ଯେଉଁ ଲୋକର କାର୍ଯ୍ୟ କରୁଥିଲି, ତାଙ୍କର ନାମ ଥିଲା ବୋୟାଜ।”
20 ତେଣୁ ନୟମୀ ତାଙ୍କର ପୁତ୍ରବଧୂକୁ କହିଲା, “ସେ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ, ଯିଏ କି ମୃତ ଓ ଜୀବିତ ଓ ମୃତମାନଙ୍କଠାରୁ ତାଙ୍କର କରୁଣା ଦୂରେଇ ନାହାନ୍ତି।” ଏହା ପରେ ନୟମୀ ତାକୁ କହିଲା, “ସେ ହେଉଛନ୍ତି ଆମ୍ଭର ନିକଟ ସମ୍ପର୍କୀୟ ଏବଂ ଆମ୍ଭମାନଙ୍କର ରକ୍ଷାକର୍ତ୍ତା [b] ମଧ୍ୟରୁ ଜଣେ ଅଟନ୍ତି।”
21 ଏହା ପରେ ମୋୟାବ ଦେଶୀୟ ଋତ କହିଲା, “ବୋୟାଜ ଫେରି ଆସିବାକୁ ଏବଂ ତାଙ୍କର ଶ୍ରମିକମାନଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପଗ୍ଭରିଲେ, ଯେପର୍ଯ୍ୟନ୍ତ ଅମଳ ଶେଷ ହୋଇ ନାହିଁ।”
22 ଏହା ପରେ ନୟମୀ ତା’ର ପୁତ୍ରବଧୂ ଋତକୁ କହିଲେ, “ଏହା ତୁମ୍ଭ ପାଇଁ ଅତି ଉତ୍ତମ ଯେ ତୁମ୍ଭେ ସେହି ସ୍ତ୍ରୀଲୋକମାନଙ୍କ ସଙ୍ଗେ କାର୍ଯ୍ୟ କରିବ। ଯଦି ତୁମ୍ଭେ ଅନ୍ୟର କ୍ଷେତରେ କାର୍ଯ୍ୟ କର ତେବେ କେତେକ ଲୋକ ତୁମ୍ଭର ଅସୁବିଧା କରି ପାରନ୍ତି।” 23 ତେଣୁ ଋତ ବୋୟାଜଙ୍କର ସେହି ମହିଳା ଶ୍ରମିକମାନଙ୍କ ସହିତ ଘନିଷ୍ଟ ଭାବରେ କାର୍ଯ୍ୟ କରିବାକୁ ଲାଗିଲେ। ବାର୍ଲି ଅମଳ ସରିବା ପର୍ଯ୍ୟନ୍ତ ସଂଗ୍ରହ କରି ଗ୍ଭଲିଲେ। ତା’ପରେ ସେ ଗହମ ଅମଳ ଶେଷ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କଲେ, ଏବଂ ତାଙ୍କର ଶାଶୁଙ୍କ ସହିତ ରହିବାକୁ ଲାଗିଲା।
ଶସ୍ୟଅମଳ ଖଳା
3 ଏହା ପରେ ନୟମୀ ଋତର ଶାଶୁ ତାଙ୍କୁ କହିଲେ, “ହେ ମୋର କନ୍ୟା, ମୁଁ ତୁମ୍ଭ ପାଇଁ ଏକ ନିରାପଦ ଗୃହ ପାଇବା ପାଇଁ ଚେଷ୍ଟା କରିବି। ଏହା ତୁମ୍ଭର ମଙ୍ଗଳ ହେବ। 2 ହୋଇପାରେ ବୋୟାଜ ହେଉଛନ୍ତି ଉପଯୁକ୍ତ ପ୍ରସ୍ତାବ। ବୋୟାଜ ହେଉଛି ଆମ୍ଭର ନିକଟ ସମ୍ପର୍କୀୟ। ତୁମ୍ଭେ ତାଙ୍କ ଦାସୀମାନଙ୍କ ସହିତ କାମ କରିଛ। ସେ ଆଜି ଆପଣା ଖଳାରେ ରାତ୍ରି ସମୟରେ ଜବ ଝାଡ଼ୁଅଛି। 3 ତୁମ୍ଭେ ସ୍ନାନ କରି ସୁନ୍ଦର ପୋଷାକ ପିନ୍ଧି ସେହି ଖଳାକୁ ଯାଅ। ମାତ୍ର ସେହି ମନୁଷ୍ୟ ଭୋଜନ ପାନ ନସାରିବା ପର୍ଯ୍ୟନ୍ତ ତାକୁ ଆପଣାର ପରିଚୟ ଦିଅ ନାହିଁ। 4 ଖାଇ ସାରିବା ପରେ ସେ ଯେତେବେଳେ ଶୟନ କରିବାକୁ ଯିବେ, ସେହି ସ୍ଥାନକୁ ଆଗେଇ ଯାଅ, ତାଙ୍କର ପାଦରୁ ଆବରଣ କାଢ଼ି ସେଠାରେ ପଡ଼ିରୁହ। ତହିଁରେ ତୁମ୍ଭକୁ କ’ଣ କରିବାକୁ ହେବ ତାହା ସେ ଜଣାଇବେ।”
5 ଏହା ପରେ ଋତ ଉତ୍ତର ଦେଲା, “ତୁମ୍ଭେ ଯାହା କହିଲ, ମୁଁ ତାହା ନିଶ୍ଚିତ କରିବି।”
6 ଏଣୁ ଋତ ସେହି ଖଳାକୁ ଯାଇ ନିଜର ଶାଶୁର କଥା ଅନୁସାରେ କାର୍ଯ୍ୟମାନ କଲା। 7 ପୁଣି ଖାଇପିଇ ସାରି ବୋୟାଜର ଅନ୍ତଃକରଣ ହୃଷ୍ଟ ହୁଅନ୍ତେ ସେ ଅମାର ପାଖରେ ଶୟନ କରିବାକୁ ଗଲେ। ତହିଁରେ ଋତ ଧୀରେ ଧୀରେ ଯାଇ ବୋୟାଜର ପାଦ ପାଖ ସ୍ଥାନ ଅନାବୃତ୍ତ କରି ପଡ଼ି ରହିଲା।
8 ମଧ୍ୟରାତ୍ର ସମୟରେ ସେହି ଲୋକ ଉଠିପଡ଼ି ଆଶ୍ଚର୍ଯ୍ୟ ହୋଇ ଅନାଇ ଦେଖିଲା ତା’ର ପାଦ ନିକଟରେ ଏକ ସ୍ତ୍ରୀ ଶୟନ କରିଛି। 9 ବୋୟାଜ ପଗ୍ଭରିଲା, “ତୁମ୍ଭେ କିଏ?”
ସେ କହିଲା, “ମୁଁ ହେଉଛି ଋତ, ତୁମ୍ଭର ଦାସୀ। ଏଣୁ ଆପଣାପକ୍ଷ ଆପଣଙ୍କ ଦାସୀ ଉପରେ ବିସ୍ତାର କରନ୍ତୁ। କାରଣ ଆପଣ ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି।
10 ଏହା ପରେ ବୋୟାଜ କହିଲା, ହେ ଯୁବତୀ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ତୁମ୍ଭେ ମୋ’ ପ୍ରତି ଅନେକ ଦୟା ଦେଖାଇଛ। ତୁମ୍ଭର ମୋ’ ପ୍ରତି ଦୟା ପୂର୍ବରୁ ନୟମୀକୁ ଦେଖାଇଥିବା ଦୟାଠାରୁ ଆହୁରି ଅଧିକ। ତୁମ୍ଭେ ଜଣେ ଗରିବ ବା ଧନୀ ଯୁବକକୁ ଠିକ୍ କରି ବିବାହ କରିପାରିଥା’ନ୍ତ। କିନ୍ତୁ ତୁମ୍ଭେ ଏପରି କଲ ନାହିଁ। 11 ହେ ଯୁବତୀ, ଭୟ କର ନାହିଁ। ତୁମ୍ଭେ ଯାହା ଇଚ୍ଛା କରିବ, ମୁଁ ତାହା ନିଶ୍ଚିତ କରିବି। ସହରର ସମସ୍ତ ଲୋକ ଜାଣନ୍ତି ଯେ ତୁମ୍ଭେ ବହୁତ ଭଲ। 12 ଏହା ସତ୍ୟ ଯେ, ମୁଁ ତୁମ୍ଭର ନିକଟ ସମ୍ପର୍କୀୟ। କିନ୍ତୁ ଏହିପରି ଆଉ ଜଣେ ଲୋକ ଅଛନ୍ତି ଯିଏ କି ମୋ’ଠାରୁ ତୁମ୍ଭର ଆହୁରି ନିକଟତମ ସମ୍ପର୍କୀୟ। 13 ଆଜି ରାତି ଏହିଠାରେ ରୁହ। ଆସନ୍ତା କାଲି ସକାଳେ ମୁଁ ଦେଖିବି ଯେ, ସେ ତୁମ୍ଭକୁ ବିବାହ କରିବାକୁ ଇଚ୍ଛା କରୁଛି କି ନା, ଯଦି ସେ ରାଜି ହୁଅନ୍ତି ତେବେ ଉତ୍ତମ କଥା। ଯେବେ ସେ ବିବାହ କରିବାକୁ ମନା କରନ୍ତି, ସଦାପ୍ରଭୁଙ୍କର ନାମରେ ପ୍ରତିଜ୍ଞା କରୁଅଛି, ମୁଁ ତୁମ୍ଭକୁ ବିବାହ କରିବି ଏବଂ ଏଲିମେଲକର ଭୂମି ଫେରାଇ ଆଣିବି। ତେଣୁ ସକାଳ ପର୍ଯ୍ୟନ୍ତ ଏହିଠାରେ ଶୟନ କର।”
14 ତେଣୁ ଋତ ସକାଳ ପର୍ଯ୍ୟନ୍ତ ବୋୟାଜର ପାଦତଳେ ଶୟନ କଲା। ଅନ୍ଧାର ଥାଉ ଥାଉ ଲୋକମାନେ ଚିହ୍ନିବା ପୂର୍ବରୁ ଋତ ଉଠି ପଡ଼ିଲେ।
ବୋୟାଜ ତାଙ୍କୁ କହିଲେ, “ଏ କଥା ଯେପରି କେହି ନ ଜାଣନ୍ତି ଯେ, ଜଣେ ସ୍ତ୍ରୀଲୋକ ଏଠାରେ ଏହି ଖଳାରେ ଥିଲା।” 15 ଏହା ପରେ ବୋୟାଜ ଋତଙ୍କୁ କହିଲେ, “ତୁମ୍ଭର ଗ୍ଭଦର ମେଲାଇ ଧର।”
ତହିଁରେ ଋତ ମେଲାଇ ଧରିଲା ଓ ବୋୟାଜ ଏକ ବୁଶେଲ ବାର୍ଲି ତହିଁରେ ଢାଳି ଦେଲେ। ତା’ପରେ ସେ ତାକୁ ପିଠିରେ ପକାଇ ଦେଲେ ସେ (ସ୍ତ୍ରୀ) ସହରକୁ ଫେରିଗଲା।
16 ଯେତେବେଳେ ଋତ ଘରକୁ ଆସିଲା, ତା’ର ଶାଶୁ ତାକୁ ପଗ୍ଭରିଲେ, “ହେ ମୋର କନ୍ୟା ସବୁକିଛି କେମିତି ହେଲା?”
ତା’ପରେ ଋତ ଲୋକଟି କରିଥିବା ସବୁକିଛି ବର୍ଣ୍ଣନା କଲା। 17 ତା’ପରେ ସେ (ସ୍ତ୍ରୀ) କହିଲା, “ବୋୟାଜ ଏହି ଯବ ଉପହାର ଦେଇଛନ୍ତି। ବୋୟାଜ କହିଲେ, ବିନା ଉପହାରରେ ତୁମ୍ଭେ ତୁମ୍ଭ ଶାଶୁଙ୍କ ନିକଟକୁ ଯିବା ଉଚିତ୍ ନୁହେଁ।”
18 ନୟମୀ କହିଲା, “ହେ କନ୍ୟା, ଏହି ବିଷୟ କ’ଣ ହେବ, ଏହା ତୁମ୍ଭେ ଜାଣିବା ପର୍ଯ୍ୟନ୍ତ, ଧୈର୍ଯ୍ୟ ଧର, କାରଣ ସେହି ମନୁଷ୍ୟ କାର୍ଯ୍ୟ ଶେଷ ନକଲା ପର୍ଯ୍ୟନ୍ତ ବସିପାରିବ ନାହିଁ। ଆମ୍ଭେମାନେ ଜାଣୁ ଯେ ଦିନ ସରିବା ପୂର୍ବରୁ କ’ଣ ହେବ।”
ବୋୟାଜ ଏବଂ ତାଙ୍କର ସମ୍ପର୍କୀୟ
4 ବୋୟାଜ ନଗର ଦ୍ୱାରକୁ ଗଲା ଏବଂ ସେଠାରେ ବସିଲା, ସେ କହିଥିବା ନିକଟ ସମ୍ପର୍କୀୟକୁ ଯାଉଥିବାର ଦେଖିଲା। ତେଣୁ ସେ ତାହାକୁ ଡାକି କହିଲେ, “ଆସ ଏବଂ ଏହିଠାରେ ବସ!” ତେଣୁ ସେ ଲୋକଟି ଆସିଲା ଓ ସେହିଠାରେ ବସିଲା।
2 ଏହା ପରେ ବୋୟାଜ କେତେକ ସାକ୍ଷୀ ଠୂଳ କଲେ। ସେମାନେ ନଗରର ଦଶ ଜଣ ବୟୋଜ୍ୟେଷ୍ଠ ଥିଲେ। ସେ ସେମାନଙ୍କୁ କହିଲେ, “ଏହିଠାରେ ବସ, ତେଣୁ ସେମାନେ ସେଠାରେ ବସିଲେ।”
3 ବୋୟାଜ ସେମାନଙ୍କର ରକ୍ଷାକର୍ତ୍ତାକୁ କହିଲା, “ନୟମୀ ପର୍ବତମୟ ଦେଶ ମୋୟାବରୁ ଫେରିଅଛି। ଏବଂ ସେ ତା’ର ଭୂମିକୁ ବିକ୍ରି କରିବାର ଥିଲା, ଯାହାକି ଏଲିମେଲକର ଥିଲା। [c] 4 ଏଠାରେ ଥିବା ଲୋକମାନଙ୍କ ସମ୍ମୁଖରେ ଓ ମୋର ଲୋକମାନଙ୍କର ପ୍ରାଚୀନମାନଙ୍କ ସମ୍ମୁଖରେ ମୁଁ ତୁମ୍ଭକୁ କହିବା ପାଇଁ ନିଷ୍ପତ୍ତି କରିଛି। ଯଦି ତୁମ୍ଭେ ଏହାକୁ କିଣିବାକୁ ଗ୍ଭହଁ, ତେବେ ଏହାକୁ କିଣ! ଯଦି ଏହା ତୁମ୍ଭେ କିଣିବାକୁ ନ ଗ୍ଭହଁ, ତେବେ ମୋତେ କୁହ ଓ ମୁଁ ଏହାକୁ କିଣିବି ଯେହେତୁ ତୁମ୍ଭେ ଜାଣ, ତୁମ୍ଭ ପରେ ମୁଁ ଯଥାର୍ଥ ଲୋକ ଯାହାର ଏହି ଜାଗାକୁ କିଣିବା ପାଇଁ ଅଧିକାର ଅଛି।
ଯଦି ତୁମ୍ଭେ କିଣିବାକୁ ଗ୍ଭହଁ ନାହିଁ, ତେବେ ମୁଁ ଏହାକୁ କିଣିବି।”
5 ଏହା ପରେ ବୋୟାଜ କହିଲା, “ଯେବେ ତୁମ୍ଭେ ନୟମୀଠାରୁ ଏହି ଜମି କିଣିଛ, ତେବେ ତୁମ୍ଭେ ମୃତ ଲୋକର ସ୍ତ୍ରୀ ମୋୟାବୀୟ ଋତକୁ ହିଁ ପାଇବ। ମୃତ ଲୋକର ଭୂମିର ବଂଶଧର ପାଇବା ପାଇଁ ତୁମ୍ଭେ ତାକୁ ବିବାହ କରିବା ଉଚିତ୍। ଏହିପରି ଭାବରେ ସେହି ଜମି ମୃତ ଲୋକର ନାମରେ ରହିଯିବ।”
6 ରକ୍ଷାକର୍ତ୍ତା କହିଲା, “ମୁଁ ଏହାକୁ କ୍ରୟ କରି ପାରିବି ନାହିଁ। ଯଦିଓ ଏହା ମୋର ଅଧିକାର ଅଟେ, ମୁଁ ଏହାକୁ ପାରିବି ନାହିଁ। ଯଦି ମୁଁ ଏହା କରେ, ମୁଁ ମୋର ଜମି ହୁଏତ ହରାଇପାରେ। ସେଥିପାଇଁ ତୁମ୍ଭେ ତାହା କିଣିପାର।” 7 ବହୁ ଦିନ ପୂର୍ବରୁ ଯେତେବେଳେ ଲୋକମାନେ ସେମାନଙ୍କର କଠଉ ଅନ୍ୟକୁ ଦିଅନ୍ତି, ଏହା ଇସ୍ରାଏଲରେ ବନ୍ଧକ ସମ୍ପତ୍ତି ମୁକୁଳାଇବାର ସାକ୍ଷୀ ଅଟେ। 8 ମୁକ୍ତିକର୍ତ୍ତା ଜ୍ଞାତି ଯେତେବେଳେ ବୋୟାଜକୁ “ସେହି ଭୂମି କିଣିବାକୁ” କହିଲା। ସେ ତା’ର ପାଦୁକା କାଢ଼ି ତାଙ୍କୁ ଦେଲା।
9 ଏହା ପରେ ବୋୟାଜ, ପ୍ରାଚୀନବର୍ଗ ଓ ସେଠାରେ ଥିବା ସମସ୍ତ ଲୋକଙ୍କୁ କହିଲା, “ଆଜି ଆପଣମାନେ ସମସ୍ତେ ସାକ୍ଷୀ। ମୁଁ ଆଜି ନୟମୀଠାରୁ ସମସ୍ତ କିଣୁଅଛି। ଯାହାକି ସବୁ ଏଲିମେଲକ, କିଲିୟୋନ ଏବଂ ମହଲୋନର ଥିଲା। 10 ମୁଁ ମଧ୍ୟ ମୋୟାବ ଦେଶୀୟ ମୃତ ମହଲୋନର ବିଧବା ସ୍ତ୍ରୀ ଋତକୁ ମୋର ସ୍ତ୍ରୀ ରୂପେ ଗ୍ରହଣ କଲି। ଯାହାଫଳରେ ମୃତ ବ୍ୟକ୍ତିର ଜମିଜମା ସବୁ ତା’ର ପରିବାରରେ ରହିବ। ଏହି ପ୍ରକାରରେ ମୃତ ଲୋକର ନାମ ପୁରାପୁରି ଭୂଲି ହେବ ନାହିଁ। ଆପଣମାନେ ସମସ୍ତେ ଆଜି ଏହାର ସାକ୍ଷୀ।”
11 ତେଣୁ ପ୍ରାଚୀନବର୍ଗ ଏବଂ ଫାଟକ ନିକଟରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଏହାର ସାକ୍ଷୀ ରହିଲେ। ସେମାନେ କହିଲେ,
“ରାହେଲ ଓ ଲେୟାପରି ଯିଏ କି
ଇସ୍ରାଏଲର ଗୃହ ନିର୍ମାଣ କଲେ,
ସେହିପରି ସଦାପ୍ରଭୁ ଏହି ସ୍ତ୍ରୀଲୋକଟିକୁ
ତୁମ୍ଭର ଗୃହକୁ ଆଣନ୍ତୁ।
ତୁମ୍ଭେ ଏଫ୍ରାଥାରେ ଶକ୍ତିଶାଳୀ
ଓ ବୈଥ୍ଲେହମରେ ପ୍ରସିଦ୍ଧ ହୁଅ।
12 ସଦାପ୍ରଭୁ ଏହି ଯୁବତୀ ଦ୍ୱାରା
ତୁମ୍ଭକୁ ଯେଉଁ ସନ୍ତାନ ଦେବେ,
ତାହା ଦ୍ୱାରା ତୁମ୍ଭର ବଂଶ ତାମର ଗର୍ଭରେ
ଯିହୁଦାରେ ଜନ୍ମିତ ପେରସର ବଂଶ ତୁଲ୍ୟ ହେଉ।”
13 ଏହିପରି ଭାବରେ ବୋୟାଜ ଋତକୁ ବିବାହ କଲେ। ସଦାପ୍ରଭୁ ଋତକୁ ଆଶୀର୍ବାଦ କରନ୍ତେ ସେ ଗର୍ଭବତୀ ହେଲା, ଏବଂ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। 14 ସହରର ସ୍ତ୍ରୀଲୋକମାନେ ନୟମୀକୁ କହିଲେ,
“ଧନ୍ୟ ସେହି ସଦାପ୍ରଭୁ, ଯିଏ ତୁମ୍ଭକୁ ଏହି ସନ୍ତାନ ଦେଇଛନ୍ତି।
ସେ ଇସ୍ରାଏଲ ଦେଶରେ ବିଖ୍ୟାତ ହେବ।
15 ବୃଦ୍ଧାବସ୍ଥାରେ ସେ ତୁମ୍ଭକୁ ସାନ୍ତ୍ୱନା ଦେବ
ଓ ତୁମ୍ଭକୁ ପ୍ରତିପାଳନ କରିବ।
ତୁମ୍ଭର ବୋହୂ ସାତୋଟି ପୁତ୍ର ଅପେକ୍ଷା
ତୁମ୍ଭକୁ ଅଧିକ ପ୍ରେମ କରିବ।”
16 ନୟମୀ ସେହି ବାଳକକୁ କୋଳାଇ ନେଲା ଏବଂ ତା’ର ପ୍ରତିପାଳନ କଲା। 17 ସେହି ସ୍ତ୍ରୀଲୋକମାନେ କହିଲେ, “ବର୍ତ୍ତମାନ ନୟମୀର ଏକ ପୁତ୍ର ଅଛି।” ତେଣୁ ସେମାନେ ତା’ର ନାମ ଦେଲେ, ଓବେଦ୍। ସେ ଥିଲା ଯିଶୟର ପିତା ଏବଂ ଯିଶୟ ଥିଲା ରାଜା ଦାଉଦଙ୍କର ପିତା।
ଋତ ଏବଂ ବୋୟାଜର ପରିବାର
18 ପେରସର ବଂଶାବଳୀ ଏହି ପ୍ରକାର,
ପେରସର ପୁତ୍ର ହିଷ୍ରୋଣ,
19 ହିଷ୍ରୋଣର ପୁତ୍ର ଅରାମ
ଓ ଅରାମର ପୁତ୍ର ଅମ୍ମୀନାଦବ,
20 ଅମ୍ମୀନାଦବର ପୁତ୍ର ନହଶୋନ୍
ଓ ନହଶୋନର ପୁତ୍ର ସଲ୍ମୋନ,
21 ସଲ୍ମୋନର ପୁତ୍ର ବୋୟାଜ
ଓ ବୋୟାଜର ପୁତ୍ର ଓବେଦ,
22 ଓବେଦର ପୁତ୍ର ଯିଶୟ
ଓ ଯିଶୟର ପୁତ୍ର ଦାଉଦ।
ଶିଷ୍ୟମାନଙ୍କ ସହିତ ଯୀଶୁ
8 ଏହା ପରେ ଯୀଶୁ ନଗର ନଗର, ଗାଁ ଗାଁ ବୁଲି ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ଲୋକମାନଙ୍କୁ ଶୁଣାଇଲେ। ତାହାଙ୍କ ସହିତ ବାରଜଣ ପ୍ରେରିତ ମଧ୍ୟ ରହିଥିଲେ। 2 କେତେକ ସ୍ତ୍ରୀଲୋକ ମଧ୍ୟ ତାହାଙ୍କ ସାଙ୍ଗରେ ଥିଲେ। ସେମାନଙ୍କୁ ଯୀଶୁ ଦୁଷ୍ଟାତ୍ମା କବଳରୁ ତଥା ରୋଗରୁ ମୁକ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣକର ନାଁ ଥିଲା ମରିୟମ। ସେ ମଗ୍ଦଲା ସହରର ବାସିନ୍ଦା ଥିଲେ। ତା’ଠାରୁ ସାତୋଟି ଭୂତ ବାହାର କରା ଯାଇଥିଲା। 3 ହେରୋଦଙ୍କ ଗୁମାସ୍ତା ଖୂଜାଙ୍କ ସ୍ତ୍ରୀ ଯୋହାନା, ଶୋଶାନ୍ନା, ପୁଣି ଏହିଭଳି ଆହୁରି ଅନେକ ସ୍ତ୍ରୀ ଲୋକ ମଧ୍ୟ ଯାଉଥିଲେ। ସେହି ସ୍ତ୍ରୀ ଲୋକମାନେ ଯୀଶୁ ଓ ତାହାଙ୍କ ପ୍ରେରିତମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କ ନିଜ ଟଙ୍କା ଖର୍ଚ୍ଚ କରୁଥିଲେ।
ବିହନ ବୁଣା ଦୃଷ୍ଟାନ୍ତ(A)
4 ବହୁ ଲୋକ ଆସି ଜମା ହୋଇଗଲେ। ପ୍ରତ୍ୟେକ ନଗରରୁ ଲୋକେ ଯୀଶୁଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ:
5 “ଜଣେ କୃଷକ ବୀଜ ବୁଣିବାକୁ ବାହାରିଲା। ସେ ବୀଜ ବୁଣିଲା ବେଳେ କିଛି ବୀଜ ରାସ୍ତା କଡ଼ରେ ଯାଇ ପଡ଼ିଲା। ଏହି ବୀଜଗୁଡ଼ିକ ଲୋକଙ୍କ ପାଦରେ ଚକଟି ହୋଇଗଲା ଓ ଚଢ଼େଇମାନେ ସେଗୁଡ଼ିକୁ ଖାଇଗଲେ। 6 କିଛି ବୀଜ ପଥର ଉପରେ ପଡ଼ିଲା ସେଥିରୁ ଗଜା ବାହାରିଲା କିନ୍ତୁ ଜଳ ଅଭାବରୁ ମରିଗଲା। 7 କିଛି ବୀଜ କଣ୍ଟା ବୁଦାରେ ପଡ଼ିଲା। ବୀଜ ଗଜାହୋଇ ଗଛ ବଢ଼ିଲା। କିନ୍ତୁ କଣ୍ଟା ବୁଦା ମଧ୍ୟ ତା’ ସହିତ ବଢ଼ିଲା ଓ ଶେଷରେ ତାକୁ ଗ୍ଭପି ପକାଇଲା। 8 ଅନ୍ୟ ବୀଜତକ ଭଲ ମାଟିରେ ପଡ଼ିଲା। ତାହା ଗଛ ହୋଇ ବଢ଼ିଲା। ଏଥିରୁ ଶହେ ଗୁଣ ଅଧିକ ଶସ୍ୟ ମିଳିଲା।”
ଏହି ଦୃଷ୍ଟାନ୍ତ କରିସାରି ଯୀଶୁ ବଡ଼ ପାଟିରେ କହିଲେ, “ତୁମ୍ଭମାନଙ୍କର ଯଦି କାନ ଅଛି, ତେବେ ଶୁଣ।”
9 ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଏହି ଦୃଷ୍ଟାନ୍ତର ଅର୍ଥ କ’ଣ?”
10 ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟର ନିଗୁଢ଼ ବିଷୟ ଜାଣିବା ପାଇଁ ତୁମ୍ଭେ ବଛା ହୋଇଛ। କିନ୍ତୁ ଅନ୍ୟମାନଙ୍କୁ ଏହି ରହସ୍ୟ ବିଷୟରେ କହିବାକୁ ମୁଁ ଦୃଷ୍ଟାନ୍ତ ବ୍ୟବହାର କରୁଛି। ମୁଁ ଏହା କରୁଛି
‘ଯେପରି କି ସେମାନେ ଗ୍ଭହୁଁଥିଲେ ମଧ୍ୟ
ଦେଖି ପାରିବେନି,
ଏବଂ ଶୁଣୁଥିଲେ ମଧ୍ୟ
ବୁଝି ପାରିବେ ନାହିଁ।’(B)
ବିହନବୁଣା ଦୃଷ୍ଟାନ୍ତର ଅର୍ଥ(C)
11 “ଦୃଷ୍ଟାନ୍ତର ଏହା ହିଁ ଅର୍ଥ: “ବୀଜ ହେଉଛି ପରମେଶ୍ୱରଙ୍କ ଉପଦେଶ। 12 ଯେଉଁ ବୀଜ ରାସ୍ତା କଡ଼ରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି, କିନ୍ତୁ ତା’ପରେ ଶୟତାନ ଆସେ ତାହାଙ୍କ ହୃଦୟରୁ ଉପଦେଶ ବାହାର କରି ନେଇଯାଏ। ତେଣୁ ସେହି ଲୋକମାନେ ବିଶ୍ୱାସ କରି ନ ପାରି ଉଦ୍ଧାର ପାଆନ୍ତି ନାହିଁ। 13 ଯେଉଁ ବୀଜ ପଥର ଉପରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ଶୁଣନ୍ତି ଓ ଆନନ୍ଦରେ ତାହା ଗ୍ରହଣ କରନ୍ତି। କିନ୍ତୁ ତା’ର ଚେର ସେହି ଲୋକମାନଙ୍କ ହୃଦୟ ମଧ୍ୟରେ ଗଭୀରକୁ ପ୍ରବେଶ କରିପାରେ ନାହିଁ। ସେମାନେ କିଛି ସମୟ ପର୍ଯ୍ୟନ୍ତ ବିଶ୍ୱାସ କରନ୍ତି, କିନ୍ତୁ ପରୀକ୍ଷାର ସମୟ ଆସିଲେ ସେମାନେ ବିଶ୍ୱାସ କରିବା ବନ୍ଦ କରନ୍ତି। ସେମାନେ ବିଶ୍ୱାସ ହରେଇ ବସନ୍ତି ଓ ପରମେଶ୍ୱରଙ୍କଠାରୁ ଦୂରେଇ ଯାଆନ୍ତି।
14 “ଯେଉଁ ବୀଜ କଣ୍ଟା ବୁଦାରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି କିନ୍ତୁ ଚିନ୍ତା, ଧନ, ସମ୍ପତ୍ତି, ଜୀବନର ଭୋଗ ବିଳାସ ଆଦି ସେମାନଙ୍କୁ ବଢ଼ିବାରୁ ବାଧାଦିଏ। ତା’ ଫଳରେ ସେଥିରୁ ଭଲ ଫଳ ମିଳି ପାରେ ନାହିଁ। 15 ଏବଂ ଯେଉଁ ବୀଜ ଭଲ ମାଟିରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ସ୍ୱଚ୍ଛ ଓ ପବିତ୍ର ହୃଦୟରେ ଶୁଣନ୍ତି, ତାହା ହୃଦୟରେ ଗ୍ରହଣ କରନ୍ତି, କାର୍ଯ୍ୟରେ ପାଳନ କରନ୍ତି ଓ ଧୈର୍ଯ୍ୟ ପୂର୍ବକ ଉତ୍ତମ ଫଳ ଫଳନ୍ତି।
ନିଜର ବୁଝାମଣା ଶକ୍ତି ପ୍ରୟୋଗ କର(D)
16 “କେହି କେବେ ଦୀପଟିଏ ହାଣ୍ଡିତଳେ ଘୋଡ଼େଇ ରଖିବା ପାଇଁ ବା ଖଟ ତଳେ ଲୁଚେଇ ରଖିବା ପାଇଁ ଜଳେଇ ନ ଥାଏ। ବରଂ ସେ ଦୀପଟି ଗୋଟିଏ ଦୀପରୂଖା ଉପରେ ରଖେ। ତାହାହେଲେ ଯେଉଁମାନେ ଘର ଭିତରକୁ ଆସିବେ, ସେମାନେ ଦେଖି ପାରିବା ପାଇଁ ଯଥେଷ୍ଟ ଆଲୁଅ ପାଇବେ। 17 ପ୍ରତ୍ୟେକ ଗୁପ୍ତ ରହିଥିବା ବିଷୟ ଜ୍ଞାତ ହେବ ଓ ପ୍ରକାଶ୍ୟକୁ ଅଣାଯିବ। ଏପରି କୌଣସି ଗୁପ୍ତ ଜିନିଷ ନାହିଁ, ଯାହା ସ୍ପଷ୍ଟ କରାଯିବ ନାହିଁ, ଜ୍ଞାତ ହେବ ନାହିଁ ଓ ପ୍ରକାଶ୍ୟକୁ ଅଣା ଯିବ ନାହିଁ। 18 ତୁମ୍ଭେମାନେ କିପରି ଶୁଣୁଛ, ସେଥିପାଇଁ ସାବଧାନ ରୁହ। ଯାହାର କିଛି ବୁଝିବା ଶକ୍ତି ଥିବ, ସେ ଅଧିକ ଗ୍ରହଣ କରିବ ଏବଂ ଯାହାର ବୁଝିବା ଶକ୍ତି ନ ଥିବ, ତାହାର ଯେତିକି ବା ବୁଝିବା ଶକ୍ତି ଅଛି ବୋଲି ସେ ଭାବୁଥିବ, ସେତକ ମଧ୍ୟ ତା’ଠାରୁ ଛଡ଼ାଇ ନିଆଯିବ।”
ଯୀଶୁଙ୍କ ମା ଓ ଭାଇମାନେ(E)
19 ଯୀଶୁଙ୍କ ମା ଓ ଭାଇମାନେ ତାହାଙ୍କୁ ଦେଖିବାକୁ ଆସିଲେ। କିନ୍ତୁ ବହୁତ ଲୋକ ଗହଳି ହୋଇଥିବା ହେତୁ ସେମାନେ ତାହାଙ୍କ ପାଖକୁ ଯାଇ ପାରୁ ନ ଥିଲେ। 20 କେହି ଜଣେ ଯୀଶୁଙ୍କୁ କହିଲା, “ତୁମ୍ଭର ମା ଓ ଭାଇମାନେ ବାହାରେ ଠିଆ ହୋଇଛନ୍ତି। ସେମାନେ ତୁମ୍ଭକୁ ଦେଖିବାକୁ ଗ୍ଭହୁଁଛନ୍ତି।”
21 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋର ମା ଓ ଭାଇମାନେ ହେଉଛନ୍ତି ସେହିମାନେ, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ଶୁଣନ୍ତି ଓ ତାହା ପାଳନ କରନ୍ତି।”
ଶିଷ୍ୟମାନେ ଯୀଶୁଙ୍କ ଶକ୍ତି ଦେଖିଲେ(F)
22 ଦିନେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ଡଙ୍ଗାରେ ଚଢ଼ିଲେ। ଯୀଶୁ ସେମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ହ୍ରଦ ଆରପାରିକି ଯିବା।” ଶିଷ୍ୟମାନେ ଡଙ୍ଗା ଖୋଲିଦେଲେ। 23 ସେମାନେ ଡଙ୍ଗା ବାହି ନେଉଥିବା ସମୟରେ ଯୀଶୁ ଶୋଇ ପଡ଼ିଲେ। ହ୍ରଦରେ ଝଡ଼ତୋଫାନ ମାଡ଼ି ଆସିଲା। ଡଙ୍ଗାରେ ପାଣି ପଶିବାକୁ ଲାଗିଲା। ସେମାନେ ବିପଦରେ ପଡ଼ିଗଲେ। 24 ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଉଠେଇ କହିବାକୁ ଲାଗିଲେ, “ଗୁରୁ, ହେ ଗୁରୁ, ଆମ୍ଭେ ବୁଡ଼ିଯିବା।”
ଯୀଶୁ ଠିଆ ହେଲେ। ସେ ତୋଫାନ ଓ ଢେଉକୁ ଆଜ୍ଞା ଦେଲେ। ପବନ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା। 25 ଯୀଶୁ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭମାନଙ୍କର ବିଶ୍ୱାସ କେଉଁଆଡ଼େ ଗଲା?”
କିନ୍ତୁ ସେମାନେ ଡରିଯାଇଥିଲେ ଓ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ କଥାବାର୍ତ୍ତା ହେଲେ, “ଏ ତେବେ କିଏ? ସେ ପବନ ଓ ପାଣିକୁ ମଧ୍ୟ ଆଜ୍ଞା ଦେଉଛନ୍ତି ଓ ସେମାନେ ତାହାଙ୍କ କଥା ମାନୁଛନ୍ତି!”
2010 by World Bible Translation Center