New Testament in a Year
ଯିହୂଦୀ ନେତାମାନେ ଯୀଶୁଙ୍କୁ ମାରିଦେବାକୁ ଗ୍ଭହିଁଲେ(A)
22 ଖମୀରଶୂନ୍ୟ ରୋଟୀ ପର୍ବ, ଯାହାକୁ ନିସ୍ତାରପର୍ବ ମଧ୍ୟ କୁହାଯାଏ, ତାହାର ସମୟ ନିକଟ ହୋଇ ଆସୁଥିଲା। 2 ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ଜୀବନରେ ମାରିଦେବା ପାଇଁ ଉପାୟ ଖୋଜୁଥିଲେ। କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।
ଯୀଶୁଙ୍କ ବିରୁଦ୍ଧରେ ଯିହୂଦାଙ୍କ ଯୋଜନା
3 ଯୀଶୁଙ୍କର ବାରଜଣ ପ୍ରେରିତଙ୍କ ମଧ୍ୟରେ ଜଣକର ନାମ ଥିଲା ଇଷ୍କାରିୟୋତ ଯିହୂଦା। ଶୟତାନ ଯିହୂଦାଙ୍କ ଶରୀର ମଧ୍ୟରେ ପ୍ରବେଶ କରି ତାହାଙ୍କୁ ଗୋଟିଏ ଖରାପ କାମ କରିବା ପାଇଁ ପ୍ରବର୍ତ୍ତାଇଲା। 4 ଯିହୂଦା ଯାଇ ପ୍ରଧାନଯାଜକ ଓ ମନ୍ଦିରର ସେନାପତିମାନଙ୍କ ସହିତ କଥାବାର୍ତ୍ତା କଲା। ଯୀଶୁଙ୍କୁ ସେମାନଙ୍କ ହାତରେ ସମର୍ପଣ କରିବା ପାଇଁ ଯିହୂଦା ସେମାନଙ୍କ ସହିତ ଏକ ମନ୍ତ୍ରଣା କଲା। 5 ଏଥିରେ ଯାଜକମାନେ ଖୁସୀ ହୋଇଗଲେ। ଯୀଶୁଙ୍କୁ ସେମାନଙ୍କ ହାତରେ ଦେଇଦେଲେ ସେମାନେ ଯିହୂଦାକୁ ଅର୍ଥ ଦେବା ପାଇଁ ପ୍ରତିଶ୍ରୁତି ଦେଲେ। 6 ଯିହୂଦା ରାଜି ହେଲା। ସେ ଯୀଶୁଙ୍କୁ ଯାଜକମାନଙ୍କ ହାତରେ ଧରେଇ ଦେବା ପାଇଁ ଗୋଟିଏ ସୁଯୋଗର ଅପେକ୍ଷାରେ ରହିଲା। ଯିହୂଦା ଗ୍ଭହୁଁଥିଲା ଯେ, ଯେତେବେଳେ କୌଣସି ଲୋକ ଉପସ୍ଥିତ ନ ଥିବେ, ସେ ସେତିକିବେଳେ ଏ କାମ କରିବ।
ନିସ୍ତାରପର୍ବର ଖାଦ୍ୟ ତିଆରି(B)
7 ଖମୀରହୀନ ରୋଟୀ ପର୍ବର [a] ଦିନଟି ଆସିଗଲା। ଏହି ଦିନ ଯିହୂଦୀମାନେ ନିସ୍ତାରପର୍ବର ମେଷଶାବକମାନଙ୍କୁ ବଳି ଦିଅନ୍ତି। 8 ଯୀଶୁ ପିତର ଓ ଯୋହନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଆମ୍ଭମାନଙ୍କର ଖାଇବା ପାଇଁ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତି କର।”
9 ପିତର ଓ ଯୋହନ ଯୀଶୁଙ୍କୁ ପଗ୍ଭରିଲେ, “ଏ ଖାଦ୍ୟ କେଉଁ ସ୍ଥାନରେ ଆମ୍ଭେ ପ୍ରସ୍ତୁତି କରିବୁ ବୋଲି ଆପଣ ଗ୍ଭହୁଁଛନ୍ତି?”
ଯୀଶୁ ସେମାନଙ୍କୁ କହିଲେ, 10 “ଶୁଣ! ତୁମ୍ଭେମାନେ ନଗର ଭିତରକୁ ଯିବା ପରେ ଜଣେ ଲୋକକୁ ପାଣି ମାଠିଆଟିଏ ନେଇ ଯାଉଥିବାର ଦେଖିବ। ତୁମ୍ଭେମାନେ ତା’ ପଛେ ପଛେ ଯିବ। ସେ ଗୋଟିଏ ଘର ଭିତରକୁ ଯିବ। ତୁମ୍ଭେମାନେ ତା’ ସହିତ ଯିବ। 11 ତୁମ୍ଭେମାନେ ଘରମାଲିକଙ୍କୁ ପଗ୍ଭରିବ, ‘ଗୁରୁ ପଗ୍ଭରୁଛନ୍ତି ଯେ ସେ ଓ ତାହାଙ୍କର ଶିଷ୍ୟମାନେ ନିସ୍ତାରପର୍ବର [b] ଖାଦ୍ୟ ଯେଉଁଠାରେ ଖାଇବେ, ତୁମ୍ଭେ ତାହା ଆମ୍ଭକୁ ଦେଖାଇ ଦିଅ।’ 12 ତା’ପରେ ଘରମାଲିକ ତୁମ୍ଭମାନଙ୍କୁ ଉପର ମହଲାର ଗୋଟିଏ ବଡ଼ ବଖରା ଦେଖାଇ ଦେବେ। ଏ ବଖରାଟିରେ ତୁମ୍ଭେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କରିବ।”
13 ପିତର ଓ ଯୋହନ ବାହାରି ଗଲେ। ଯୀଶୁ ଯେଭଳି କହିଥିଲେ, ସବୁ ଘଟଣା ସେହିଭଳି ଘଟିଲା। ସେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ।
ଯୀଶୁଙ୍କ ରାତ୍ର ଭୋଜନ(C)
14 ସେମାନେ ନିସ୍ତାରପର୍ବର ଖାଦ୍ୟ ଖାଇବାର ସମୟ ହେଲା। ଯୀଶୁ ଓ ପ୍ରେରିତମାନେ ଖାଇ ବସିଲେ। 15 ଯୀଶୁ ସେମାନଙ୍କୁ କହିଲେ, “ମୁଁ ମୋ’ ମୃତ୍ୟୁ ପୂର୍ବରୁ ତୁମ୍ଭମାନଙ୍କ ସହିତ ଏକାଠି ଏହି ନିସ୍ତାରପର୍ବର ଖାଦ୍ୟ ଖାଇବା ପାଇଁ ଏକାନ୍ତ ଇଚ୍ଛା କରିଥିଲିା 16 ମୁଁ ତୁମ୍ଭମାନଙ୍କୁ କହୁଛି, ପରମେଶ୍ୱରଙ୍କ ରାଜ୍ୟରେ ଏହାର ବାସ୍ତବ ଅର୍ଥ ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ମୁଁ କେବେ ହେଲେ ନିସ୍ତାରପର୍ବର ଖାଦ୍ୟ ଆଉ ଖାଇବି ନାହିଁ।”
17 ତା’ପରେ ଯୀଶୁ ଗୋଟିଏ ପାତ୍ରରେ ଅଙ୍ଗୁରରସ ନେଲେ। ଏଥିପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ କହିଲେ “ଏହି ପାତ୍ର ନିଅ, ଏଥିରେ ଥିବା ଅଙ୍ଗୁରରସ ସମସ୍ତଙ୍କୁ ଦିଅ।” 18 ମୁଁ ତୁମ୍ଭମାନଙ୍କୁ କହୁଛି ପରମେଶ୍ୱରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ପୁନର୍ବାର ଦ୍ରାକ୍ଷାରସ ପାନ କରିବି ନାହିଁ।”
19 ତା’ପରେ ଯୀଶୁ କିଛି ରୋଟୀ ନେଲେ। ରୋଟୀ ପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ ରୋଟୀକୁ ଖଣ୍ଡ ଖଣ୍ଡ କରି ତାହା ପ୍ରେରିତମାନଙ୍କୁ ଦେଲେ। ତା’ପରେ ଯୀଶୁ କହିଲେ, “ଏହି ରୋଟୀ ମୋର ଶରୀର। ଏହା ମୁଁ ତୁମ୍ଭମାନଙ୍କ ପାଇଁ ଦେଉଛି। ମୋତେ ମନେ ରଖିବା ପାଇଁ ଏହା କର।” 20 ସେହିଭଳି ରାତ୍ର ଭୋଜନ ପରେ ଯୀଶୁ ଦ୍ରାକ୍ଷାରସର ପାତ୍ରଟି ଧରି କହିଲେ। “ଏହି ଦ୍ରାକ୍ଷାରସ ଦର୍ଶାଏ ଯେ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ ଗୋଟିଏ ନୂଆ ଚୁକ୍ତି କରି ଅଛନ୍ତି। ମୁଁ ତୁମ୍ଭମାନଙ୍କୁ ଦେଉଥିବା ମୋର ରକ୍ତରେ ଏହି ଚୁକ୍ତି ଆରମ୍ଭ ହୁଏ।” [c]
କିଏ ଯୀଶୁଙ୍କ ବିରୁଦ୍ଧରେ ଉଠିବ?
21 ଯୀଶୁ କହିଲେ, “ତୁମ୍ଭମାନଙ୍କ ଭିତରୁ ଜଣେ ଶୀଘ୍ର ମୋ’ ପ୍ରତି ବିଶ୍ୱାସଘାତକତା କରିବ। ତା’ର ହାତ ମୋ’ ହାତ ପାଖରେ ଏହି ଟେବୁଲ ଉପରେ ଅଛି। 22 ପରମେଶ୍ୱର ଯେପରି ନିରୂପଣ କରିଛନ୍ତି, ମନୁଷ୍ୟପୁତ୍ର ସେହି ଅନୁସାରେ ମୃତ୍ୟୁ ଭୋଗ କରିବେ। କିନ୍ତୁ ମନୁଷ୍ୟପୁତ୍ରଙ୍କୁ ଯେଉଁ ଲୋକ ହତ ହେବା ପାଇଁ ଶତ୍ରୁ ହାତରେ ଦେଇଦେବ, ତା’ ପକ୍ଷରେ ଏହା ବହୁତ ଖରାପ ହେବ।”
23 ତା’ପରେ ପ୍ରେରିତମାନେ ପରସ୍ପର ପଚରା ଉଚରା ହେଲେ, “ଆମ୍ଭ ଭିତରୁ କିଏ ଯୀଶୁଙ୍କ ପ୍ରତି ଏପରି ଆଚରଣ କରିବ?”
ଜଣେ ସେବକ ଭଳି ହୁଅ
24 ସେମାନଙ୍କ ମଧ୍ୟରେ ସବୁଠାରୁ କିଏ ଶ୍ରେଷ୍ଠ ପ୍ରେରିତମାନେ ସେହି ବିଷୟରେ ପରସ୍ପର ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ। 25 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଏହି ସଂସାରର ଦେଶଗୁଡ଼ିକର ରାଜାମାନେ ସେମାନଙ୍କ ଲୋକଙ୍କ ଉପରେ ଶାସନ କରନ୍ତି। ଯେଉଁ ଲୋକମାନଙ୍କର ଅନ୍ୟ ଲୋକଙ୍କ ଉପରେ ଶାସନ କ୍ଷମତା ଥାଏ, ସେମାନେ ଅନ୍ୟ ଲୋକଙ୍କ ପାଇଁ ଉପକାରୀ ବୋଲି ଖ୍ୟାତ ହୁଅନ୍ତି। 26 କିନ୍ତୁ ତୁମ୍ଭେମାନେ ସେମାନଙ୍କ ପରି ନୁହଁ, ବରଂ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ସବୁଠାରୁ ବଡ଼, ସେ ସବୁଠାରୁ ଛୋଟ ହେବା ଉଚିତ୍। ନେତା ସେବକ ଭଳି ହେବା ଉଚିତ୍। 27 ସବୁଠାରୁ ଶ୍ରେଷ୍ଠ ଲୋକ କିଏ? ଟେବୁଲ ପାଖରେ ଖାଇବାକୁ ବସିଥିବା ଲୋକ ନା ତାହାଙ୍କୁ ପରଶୁଥିବା ଲୋକ? ତୁମ୍ଭେମାନେ ଭାବିବ ଯେ ଖାଇବାକୁ ବସିଥିବା ଲୋକଟି ଅଧିକ ମହତ। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ମୁଁ ଜଣେ ସେବକ ଭଳି ରହିଛି।
28 “ଅନେକ ବାଧାବିଘ୍ନ ଭିତର ଦେଇ ତୁମ୍ଭେମାନେ ମୋ’ ସହିତ ରହିଛ। 29 ମୋର ପରମପିତା ମୋତେ ଗୋଟିଏ ରାଜ୍ୟ ଦେଇଛନ୍ତି। ମୋ’ ସହିତ ତୁମ୍ଭେମାନେ ମଧ୍ୟ ତାହା ଉପରେ ଶାସନ କରିବାକୁ ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଉଛି। 30 ମୋ’ ରାଜ୍ୟରେ ମୋ’ ସହିତ ଟେବୁଲ ଉପରେ ତୁମ୍ଭେମାନେ ଖିଆପିଆ କରିବ। ତୁମ୍ଭେମାନେ ସିଂହାସନଗୁଡ଼ିକ ଉପରେ ବସି ଇସ୍ରାଏଲର [d] ବାରଟି ଯାକ ଗୋଷ୍ଠୀର ବିଗ୍ଭର କରିବ।
2010 by World Bible Translation Center