New Testament in a Year
କେତେକ ସାଦ୍ଦୂକୀ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ(A)
27 କେତେକ ସାଦ୍ଦୂକୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି ଯେ ଲୋକେ ମୃତ୍ୟୁରୁ ପୁଣି ବଞ୍ଚି ଉଠି ପାରିବେ ନାହିଁ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, 28 “ଗୁରୁ! ମୋଶା ଆମ୍ଭ ପାଇଁ ଲେଖିଥିଲେ ଯେ ଯଦି ଜଣେ ବିବାହିତ ପୁରୁଷ କୌଣସି ସନ୍ତାନସନ୍ତତି ନ ଥାଇ ମରିଯାଏ, ତେବେ ତା’ର ଭାଇ ନିଶ୍ଚୟ ସେହି ମୃତ ଭାଇର ପତ୍ନୀକୁ ବିବାହ କରିବ। ତାହାହେଲେ ସେ ତା’ ମୃତ ଭାଇ ପାଇଁ ସେହି ସ୍ତ୍ରୀଠାରୁ ସନ୍ତାନସନ୍ତତି ଉତ୍ପନ୍ନ କରି ପାରିବ। 29 ଥରେ ସାତ ଜଣ ଭାଇ ଥିଲେ। ବଡ଼ ଭାଇଟି ବିବାହ କରିଥିଲା। କୌଣସି ସନ୍ତାନ ନ ଥାଇ ସେ ଭାଇଟି ମରିଗଲେ। 30 ତା’ପରେ ସେହି ସ୍ତ୍ରୀ ଲୋକଟିକୁ ଦ୍ୱିତୀୟ ଭାଇ ବିବାହ କଲା। କିନ୍ତୁ ସେ ମଧ୍ୟ ମରିଗଲା। 31 ତା’ପରେ ତୃତୀୟ ଭାଇଟି ସେହି ସ୍ତ୍ରୀକୁ ବିବାହ କଲା ଓ ମରିଗଲା। ଅନ୍ୟ ଭାଇମାନଙ୍କ ପ୍ରତି ମଧ୍ୟ ସେହି ଏକା କଥା ଘଟିଲା। ସେମାନେ ସମସ୍ତେ ମରିଗଲେ ଓ କାହାରି ହେଲେ ସନ୍ତାନସନ୍ତିତି ଜନ୍ମ ହୋଇ ନ ଥିଲେ। 32 ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା। 33 ସାତ ଭାଇଯାକ ତାକୁ ବିବାହ କରିଥିଲେ। ତେବେ ଯେତେବେଳେ ଲୋକେ ମୃତ୍ୟୁରୁ ପୁଣି ଜୀବନ ନ ପାଇ ଉଠିବେ, ସେତେବେଳେ ଏହି ସ୍ତ୍ରୀଟି କାହାର ପତ୍ନୀ ହେବ?”
34 ଯୀଶୁ ସାଦ୍ଦୂକୀମାନଙ୍କୁ କହିଲେ, “ସଂସାରରେ ଲୋକମାନେ ପରସ୍ପର ମଧ୍ୟରେ ବିବାହ କରିଥା’ନ୍ତି। 35 କିନ୍ତୁ କେତେକ ଲୋକ ମୃତ୍ୟୁରୁ ପୁଣି ବଞ୍ଚି ଉଠିବାକୁ ଯୋଗ୍ୟ ହେବେ ଓ ସେମାନେ ଏହି ଜୀବନ ପରେ ମଧ୍ୟ ପୁଣି ଜୀବିତ ରହିବେ। ସେହି ଜୀବନରେ ସେମାନେ ବିବାହ କରିବେ ନାହିଁ। 36 ସେହି ଜୀବନରେ ଲୋକମାନେ ସ୍ୱର୍ଗଦୂତଙ୍କ ପରି ହୋଇଥା’ନ୍ତି ଓ ସେମାନେ କେବେ ହେଲେ ମରନ୍ତି ନାହିଁ। ସେମାନେ ପରମେଶ୍ୱରଙ୍କ ସନ୍ତାନ କାରଣ ମୃତ୍ୟୁରୁ ପୁଣି ବଞ୍ଚି ଉଠିଥା’ନ୍ତି। 37 ମୋଶା ସ୍ପଷ୍ଟ ଭାବରେ ଦେଖେଇ ଦେଇଛନ୍ତି ଯେ ଲୋକେ ମୃତ୍ୟୁରୁ ପୁଣି ବଞ୍ଚି ଉଠନ୍ତି। ମୋଶା ଯେତେବେଳେ ‘ଜ୍ୱଳନ୍ତବୁଦା’ [a] ବିଷୟରେ ଲେଖିଲେ, ସେ କହିଥିଲେ ଯେ, ‘ପ୍ରଭୁ (ପରମେଶ୍ୱର) ହେଉଛନ୍ତି ଅବ୍ରହାମଙ୍କ ପରମେଶ୍ୱର, ଇସ୍ହାକଙ୍କ ପରମେଶ୍ୱର, ଓ ଯାକୁବଙ୍କ ପରମେଶ୍ୱର’ [b] 38 ଯଦି ପରମେଶ୍ୱର କହିଛନ୍ତି ଯେ, ସେ ସେମାନଙ୍କର ପରମେଶ୍ୱର, ତେବେ ଏ ଲୋକମାନେ ପ୍ରକୃତରେ ମୃତ ନୁହନ୍ତି। ସେ କେବଳ ଜୀବିତ ଲୋକମାନଙ୍କ ପରମେଶ୍ୱର। ଯେଉଁମାନେ ପରମେଶ୍ୱରଙ୍କ ଲୋକ, ସେମାନେ ସମସ୍ତେ ଜୀବିତ ଅଟନ୍ତି।
39 ଧର୍ମଶାସ୍ତ୍ରୀମାନେ କହିଲେ, “ଗୁରୁ, ଆପଣଙ୍କ ଉତ୍ତର ବହୁତ ଭଲ ଥିଲା।” 40 ଯୀଶୁଙ୍କୁ ଆଉ ଅଧିକ ପ୍ରଶ୍ନ ପଗ୍ଭରିବାକୁ କେହି ସାହସ କଲେ ନାହିଁ।
ଖ୍ରୀଷ୍ଟ କ’ଣ ଦାଉଦଙ୍କ ପୁତ୍ର(B)
41 ତା’ପରେ ଯୀଶୁ କହିଲେ, “ଲୋକେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର? 42 ଗୀତସଂହିତାରେ ଦାଉଦ ନିଜେ କହିଛନ୍ତି:
‘ପ୍ରଭୁ ପରମେଶ୍ୱର ମୋର ପ୍ରଭୁ ଖ୍ରୀଷ୍ଟଙ୍କୁ କହିଲେ,
ମୋର ଡାହାଣ ପଟେ ମୋ’ ପାଖରେ ବସ।
43 ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ଶକ୍ତି ଅଧୀନରେ ରଖିବି।’ (C)
44 ଦାଉଦ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ କହିଛନ୍ତି। କିନ୍ତୁ ଖ୍ରୀଷ୍ଟ ମଧ୍ୟ ଦାଉଦଙ୍କ ପୁତ୍ର। ଏ ଉଭୟ କଥା କିପରି ସତ୍ୟ ହୋଇ ପାରିବ?”
ଧର୍ମଶାସ୍ତ୍ରୀମାନଙ୍କ ବିରୁଦ୍ଧରେ ଚେତାବନୀ(D)
45 ସବୁଲୋକେ ଯୀଶୁଙ୍କ ଉପଦେଶ ଶୁଣୁଥିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, 46 “ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ମାନ୍ୟଗନ୍ୟ ବ୍ୟକ୍ତିଙ୍କ ପରି ପୋଷାକପତ୍ର ପିନ୍ଧି ବୁଲାବୁଲି କରିବାକୁ ସେମାନେ ଗ୍ଭହାନ୍ତି। ହାଟବଜାରରେ ଲୋକେ ତାହାଙ୍କୁ ସମ୍ମାନ ଦେଖାନ୍ତୁ ବୋଲି ସେମାନେ ଭଲ ପାଆନ୍ତି। ଯିହୂଦୀ ସମାଜଗୃହମାନଙ୍କରେ ସବୁଠାରୁ ଶ୍ରେଷ୍ଠ ଆସନଗୁଡ଼ିକ ପାଇବାକୁ ସେମାନେ ଭଲ ପାଆନ୍ତି। ଭୋଜିମାନଙ୍କରେ ସବୁଠାରୁ ପ୍ରଧାନ ଆସନରେ ବସିବାକୁ ସେମାନେ ଭଲ ପାଆନ୍ତି। 47 କିନ୍ତୁ ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ୍ଚ ମନୋଭାବ ଦେଖାନ୍ତି। ସେମାନେ ବିଧବାମାନଙ୍କର ଘରଦ୍ୱାର ଠକି କରି ନେଇ ଥା’ନ୍ତି। ସେମାନେ ଲମ୍ବାଲମ୍ବା ପ୍ରାର୍ଥନା କରି ନିଜକୁ ଭଲ ବୋଲି ଦେଖେଇ ହେବାକୁ ଚେଷ୍ଟା କରନ୍ତି। ପରମେଶ୍ୱର ଏହି ଲୋକମାନଙ୍କୁ କଠିନ ଦଣ୍ଡ ଦେବେ।”
2010 by World Bible Translation Center