New Testament in a Year
ପିତର ଖ୍ରୀଷ୍ଟଙ୍କୁ ସ୍ୱୀକାର କଲେ(A)
18 ଥରେ ଯୀଶୁ ଏକୁଟିଆ ପ୍ରାର୍ଥନା କରୁଥିଲେ। ତାହାଙ୍କ ଶିଷ୍ୟମାନେ ଏକାଠି ମିଳି ସେହିସ୍ଥାନକୁ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ଲୋକେ କ’ଣ ସବୁ କହୁଛନ୍ତି?”
19 ସେମାନେ ଉତ୍ତର ଦେଲେ, “କେତେକ କହୁଛନ୍ତି ଯେ ଆପଣ ବାପ୍ତିଜକ ଯୋହନ। କେତେକ କହୁଛନ୍ତି ଯେ ଆପଣ ଏଲିୟ। ଏବଂ ଅନ୍ୟ କେତେକ କହୁଛନ୍ତି ଯେ ଆପଣ କାଳ ପୂର୍ବେ ଥିବା ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରୁ ପୁନର୍ବାର ବଞ୍ଚି ଉଠିଥିବା କୌଣସି ଏକ ଭବିଷ୍ୟଦ୍ବକ୍ତା।”
20 ଯୀଶୁ ସେମାନଙ୍କୁ କହିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କ’ଣ କହୁଛ?”
ପିତର ଉତ୍ତର ଦେଲେ, “ଆପଣ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ।”
21 କିନ୍ତୁ ଯୀଶୁ ଏ ବିଷୟରେ କାହାକୁ ନ କହିବା ପାଇଁ ଚେତାବନୀ ଦେଇ ସେମାନଙ୍କୁ କହିଲେ,
ଯୀଶୁ କହିଲେ ଯେ, ସେ ନିଶ୍ଚୟ ମୃତ୍ୟୁବରଣ କରିବେ(B)
22 “ଏ କଥା ସତ୍ୟ ଯେ ମନୁଷ୍ୟପୁତ୍ର ଅନେକ ଯାତନା ନିଶ୍ଚୟ ଭୋଗ କରିବେ। ପ୍ରାଚୀନ ଯିହୂଦୀ ନେତା, ପ୍ରଧାନଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କୁ ଅସ୍ୱୀକାର କରିବେ। ମନୁଷ୍ୟପୁତ୍ରଙ୍କୁ ମାରିଦେବେ। କିନ୍ତୁ ତିନି ଦିନ ପରେ ସେ ପୁଣି ମୃତ୍ୟୁରୁ ପୁନରୁତ୍ଥିତ ହେବେ।”
23 ଯୀଶୁ ପୁଣି ସେମାନଙ୍କୁ କହିବାକୁ ଲାଗିଲେ, “ଯଦି କେହି ମୋର ଅନୁସରଣ କରିବାକୁ ଗ୍ଭହୁଁଥାଏ, ତେବେ ତାହାକୁ ନିଜର ସମସ୍ତ କାମନା ତ୍ୟାଗ କରିବାକୁ ପଡ଼ିବ। ପ୍ରତିଦିନ ତାହାକୁ ଦିଆଯାଇଥିବା କ୍ରୁଶକୁ ଗ୍ରହଣ କରିବାକୁ ହେବ, ଏବଂ ସେ ମୋର ଅନୁସରଣ କରିବ। 24 ଯେଉଁ ଲୋକ ନିଜ ଜୀବନ ରକ୍ଷା କରିବାକୁ ଗ୍ଭହିଁବ, ସେ ତାହା ହରାଇ ବସିବ। ଏବଂ ଯେଉଁ ଲୋକ ମୋ’ ପାଇଁ ତାହାର ଜୀବନ ଦେବ, ସେ ତାହାକୁ ରକ୍ଷା କରିବ। 25 ଯଦି ଜଣେ ସାରା ସଂସାର ପାଇ ଶେଷରେ ମରିଯାଏ ବା ହଜିଯାଏ, ତାହାହେଲେ ଲାଭ କ’ଣ? 26 ଯଦି କୌଣସି ଲୋକ ମୋ’ ପାଇଁ ବା ମୋ’ ଉପଦେଶ ପାଇଁ ଲଜ୍ଜିତ ହୋଇଥାଏ, ତେବେ ମୁଁ ମଧ୍ୟ ତା’ ପାଇଁ ଲଜ୍ଜିତ ହେବି। ଯେତେବେଳେ ମନୁଷ୍ୟପୁତ୍ର ନିଜ ମହିମା, ପରମପିତାଙ୍କ ମହିମା ଓ ପବିତ୍ର ସ୍ୱର୍ଗଦୂତଙ୍କ ମହିମା ସହିତ ଆଗମନ କରିବେ, ସେତେବେଳେ ସେ ତା’ ପାଇଁ ଲଜ୍ଜିତ ହେବେ। 27 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ ତୁମ୍ଭମାନଙ୍କ ଭିତରୁ ଏଠାରେ ଠିଆ ହୋଇଥିବା କେତେକ ଲୋକ ମୃତ୍ୟୁ ପୂର୍ବରୁ ପରମେଶ୍ୱରଙ୍କ ରାଜ୍ୟ ଦେଖିବେ।”
ମୋଶା ଓ ଏଲିୟଙ୍କ ସହିତ ଯୀଶୁ(C)
28 ଏ କଥା କହିବାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗରେ ନେଇ ପ୍ରାର୍ଥନା କରିବାକୁ ଗୋଟିଏ ପର୍ବତ ଉପରକୁ ଗଲେ। 29 ଯୀଶୁ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁହଁର ଚେହେରା ବଦଳିଗଲା। ତାହାଙ୍କ ପିନ୍ଧାଲୁଗା ଚକ୍ଚକ୍ ଧଳା ହୋଇଗଲା। 30 ତା’ପରେ ସେଠାରେ ଦୁଇଜଣ ପୁରୁଷ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ। ସେମାନେ ମୋଶା ଓ ଏଲିୟ ଥିଲେ। 31 ସେମାନଙ୍କ ଚେହେରା ମଧ୍ୟ ଝଲକୁ ଥିଲା। ସେମାନେ ଯୀଶୁଙ୍କ ସହିତ ଯିରୁଶାଲମରେ ଘଟିବାକୁ ଥିବା ତାହାଙ୍କ ମୃତ୍ୟୁ ବିଷୟରେ କଥାବାର୍ତ୍ତା ହେଉଥିଲେ। 32 ସେତେବେଳେ ପିତର ଓ ଅନ୍ୟମାନେ ଶୋଇ ପଡ଼ିଥିଲେ। କିନ୍ତୁ ସେମାନେ ଉଠି ପଡ଼ିଲେ ଓ ଯୀଶୁଙ୍କ ମହିମା ଦେଖିଲେ। ଯୀଶୁଙ୍କ ସହିତ ଠିଆ ହୋଇଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ୟ ସେମାନେ ଦେଖିଲେ: 33 ମୋଶା ଓ ଏଲିୟ ଯିବାକୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିଲେ, “ଗୁରୁ, ଭଲ ହେଲା ଯେ ଆମ୍ଭେମାନେ ଏଠାରେ ଅଛୁ। ଆମ୍ଭେମାନେ ଏଠାରେ ତିନୋଟି ତମ୍ବୁ ଟାଣି ଦେବୁ। ଗୋଟିଏ ତୁମ୍ଭ ପାଇଁ ଆଉ ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।” ପିତର ଜାଣି ପାରୁ ନ ଥିଲେ ଯେ, ସେ କ’ଣ କହୁଛନ୍ତି।
34 ପିତର ଏହିସବୁ କଥା କହିବା ସମୟରେ ଖଣ୍ଡେ ମେଘ ଉଠି ଆସିଲା ସମସ୍ତଙ୍କୁ ଘୋଡ଼ାଇ ପକେଇଲା। ମେଘ ସେମାନଙ୍କୁ ଘୋଡ଼ାଇ ପକାଇବାରୁ ପିତର, ଯାକୁବ ଓ ଯୋହନ ଡରିଗଲେ। 35 ସେତେବେଳେ ମେଘ ଭିତରୁ ଆକାଶବାଣୀ ହେଲା, “ଏ ମୋର ପୁତ୍ର। ଏହାଙ୍କୁ ମୁଁ ବାଛିଅଛି। ତାହାଙ୍କ କଥାର ବାଧ୍ୟ ହୁଅ।”
36 ଆକାଶବାଣୀ ହୋଇ ସାରିବା ପରେ ସେଠାରେ କେବଳ ଯୀଶୁ ଥିଲେ। ପିତର, ଯାକୁବ ଓ ଯୋହନ ଏ ବିଷୟରେ ନୀରବ ରହିଲେ। ସେମାନେ ଯାହାକିଛି ଦେଖିଥିଲେ, ସେ ବିଷୟରେ ସେ ସମୟରେ କାହାରିକୁ କିଛି କହିଲେ ନାହିଁ।
2010 by World Bible Translation Center