New Testament in a Year
ଯୀଶୁ ଗୋଟିଏ ଗ୍ଭକରକୁ ସୁସ୍ଥ କଲେ(A)
7 ଯୀଶୁ ଲୋକମାନଙ୍କୁ ଯାହାସବୁ ଶୁଣେଇବାକୁ ଗ୍ଭହୁଁଥିଲେ, ସେ ସମସ୍ତ କହି ସାରିବା ପରେ ସେ କଫର୍ନାହୂମ ଗ୍ଭଲିଗଲେ। 2 ସେ ସମୟରେ କଫର୍ନାହୂମରେ ଜଣେ ଶତସେନାପତି ଥିଲେ। ତାହାଙ୍କର ଗୋଟିଏ ଗ୍ଭକର ଏତେ ବେମାର ଥିଲା ଯେ ସେ ପ୍ରାୟ ମରିଯିବା ଅବସ୍ଥାରେ ଥିଲା। ଶତସେନାପତି ଗ୍ଭକରଟିକୁ ଖୁବ୍ ଭଲ ପାଉଥିଲେ। 3 ଶତସେନାପତି ଜଣକ ଯୀଶୁଙ୍କ ବିଷୟରେ ଶୁଣି ତାହାଙ୍କ ପାଖକୁ କେତେକ ପ୍ରାଚୀନ ଯିହୂଦୀନେତାଙ୍କୁ ପଠାଇଲେ। ସେ ଗ୍ଭହୁଁଥିଲେ ଯେ ଲୋକେ ଯାଇ ଯୀଶୁଙ୍କୁ ଆସିବାକୁ ଅନୁରୋଧ କରନ୍ତୁ ଓ ଯୀଶୁ ଆସି ଗ୍ଭକରଟିର ଜୀବନ ରକ୍ଷା କରିଦିଅନ୍ତୁ। 4 ସେହି ପ୍ରାଚୀନ ନେତାମାନେ ଯୀଶୁଙ୍କ ପାଖକୁ ଗଲେ। ସେମାନେ ଯୀଶୁଙ୍କୁ ଅନୁନୟ ପୂର୍ବକ ଅନୁରୋଧ କରି କହିଲେ, “ଶତସେନାପତି ଜଣକ ଆପଣଙ୍କ ସାହାଯ୍ୟ ପାଇବାକୁ ଯୋଗ୍ୟ। 5 ସେ ଆମ୍ଭ ଲୋକଙ୍କୁ ଭଲ ପାଆନ୍ତି ଏବଂ ଆମ୍ଭ ପାଇଁ ସମାଜଗୃହ ତିଆରି କରିଛନ୍ତି।”
6 ତେଣୁ ଯୀଶୁ ସେମାନଙ୍କ ସହିତ ଯିବା ପାଇଁ ବାହାରି ପଡ଼ିଲେ। ଯୀଶୁ ଶତସେନାପତି ଘର ପାଖାପାଖି ଆସି ପହଞ୍ଚି ଯାଇଥିବା ସମୟରେ ଶତସେନାପତି ଜଣକ ନିଜ ବନ୍ଧୁମାନଙ୍କୁ ଯୀଶୁଙ୍କ ପାଖକୁ ଏହି କଥା କହିବା ପାଇଁ ପଠାଇଲେ, “ପ୍ରଭୁ, ନିଜକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। କାରଣ ମୁଁ ଏତେ ଭଲ ନୁହେଁ ଯେ ଆପଣ ମୋ’ ଘରକୁ ଆସିବେ। 7 କେବଳ ସେଇଥିପାଇଁ ମୁଁ ନିଜେ ଆପଣଙ୍କ ପାଖକୁ ଯିବାକୁ ନିଜକୁ ଯୋଗ୍ୟ ମନେ କରି ନ ଥିଲି। ଆପଣ କେବଳ ଆଦେଶ ଦିଅନ୍ତୁ ଓ ମୋର ଗ୍ଭକରଟି ଭଲ ହୋଇଯିବ। 8 ମୁଁ ଆପଣଙ୍କର ଅଧିକାର ବିଷୟରେ ବୁଝି ପାରୁଛି। ମୁଁ ନିଜେ ଜଣେ ଅଧିକାରୀଙ୍କ ଅଧୀନରେ କାମ କରୁଛି ଏବଂ ମୋ’ ଅଧୀନରେ ମଧ୍ୟ କେତେକ ସୈନ୍ୟ ରହିଛନ୍ତି। ମୁଁ ଯଦି ଜଣେ ସୈନ୍ୟକୁ କହେ, ‘ଯାଅ’ ତେବେ ସେ ଗ୍ଭଲିଯାଏ। ମୁଁ ଯଦି ଆଉ ଜଣକୁ କହେ ଆସ ତେବେ ସେ ଗ୍ଭଲିଆସେ। ମୁଁ ଯଦି ମୋ’ ଗ୍ଭକରକୁ କୁହେ, ‘ଏହା କର’, ତେବେ ସେ ତାହା କରେ।”
9 ଯୀଶୁ ଏହା ଶୁଣିସାରି ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକମାନଙ୍କ ଆଡ଼କୁ ବୁଲି ପଡ଼ି କହିଲେ”ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ ଏଭଳି ବିଶ୍ୱାସ ମୋତେ ଇସ୍ରାଏଲରେ ମଧ୍ୟ ମିଳି ନାହିଁ।”
10 ଯୀଶୁଙ୍କ ପାଖକୁ ଯେଉଁ ଲୋକମାନଙ୍କୁ ପଠାଯାଇଥିଲା, ସେମାନେ ଘରକୁ ଫେରିଯିବା ପରେ ଦେଖିଲେ ଯେ ଗ୍ଭକରଟି ସୁସ୍ଥ ହୋଇ ଯାଇଛି।
ଯୀଶୁ ମୃତ ଲୋକକୁ ଜୀବନ ଦାନ କଲେ
11 ତା’ ପରଦିନ ଯୀଶୁ ନାଇନ ନଗରକୁ ଗଲେ। ତାହାଙ୍କୁ ସହିତ ତାଙ୍କ ଶିଷ୍ୟମାନେ ଓ ବହୁ ସଂଖ୍ୟାରେ ଅନ୍ୟ ଲୋକମାନେ ଯାଉଥିଲେ। 12 ଯୀଶୁ ଯେତେବେଳେ ନଗରଦ୍ୱାର ନିକଟରେ ପହଞ୍ଚିଲେ ସେତେବେଳେ ଗୋଟିଏ ଶବ ନିଆ ଯାଉଥିବାର ସେ ଦେଖିଲେ। ସେ ତା’ ବିଧବା ମାର ଏକମାତ୍ର ସନ୍ତାନ ଥିଲା। ପୁଅକୁ ନିଆ ଯାଉଥିବା ସମୟରେ ସେଠାରେ ତା’ ମା ସହିତ ମଧ୍ୟ ନଗରର ବହୁ ସଂଖ୍ୟକ ଲୋକ ଥିଲେ। 13 ସେହି ବିଧବାକୁ ଦେଖି ଯୀଶୁଙ୍କ ମନରେ କରୁଣା ଜାତ ହେଲା। ସେ ତାକୁ କହିଲେ, “କାନ୍ଦ ନାହିଁ।” 14 ଯୀଶୁ କୋକେଇ ପାଖକୁ ଯାଇ ତାହା ଛୁଇଁଲେ। କୋକେଇ କାନ୍ଧେଇ ନେଉଥିବା ଲୋକେ ଅଟକିଗଲେ। ଯୀଶୁ ମୃତ ପୁତ୍ରକୁ କହିଲେ, “ଯୁବକ, ମୁଁ ତୁମ୍ଭକୁ କହୁଛି ଠିଆ ହୁଅ।” 15 ମୃତ ପୁତ୍ର ଉଠି ବସିଲା। ସେ କଥା କହିବାକୁ ଲାଗିଲା। ଯୀଶୁ ତାକୁ ତା’ ମା ହାତରେ ଦେଇଦେଲେ।
16 ସବୁଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରମେଶ୍ୱରଙ୍କ ମହିମା ଗାନ କଲେ। ସେମାନେ କହିଲେ, “ଜଣେ ମହାନ୍ ଭବିଷ୍ୟଦ୍ବକ୍ତା ଆମ୍ଭମାନଙ୍କ ପାଖକୁ ଆସିଛନ୍ତିା” ଆହୁରି ମଧ୍ୟ ସେମାନେ କହିଲେ, “ପରମେଶ୍ୱର ନିଜ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆସି ଯାଇଛନ୍ତି।”
17 ଯୀଶୁଙ୍କ ବିଷୟରେ ଏହି ଖବର ଯିହୂଦା ଓ ଆଖପାଖ ସମସ୍ତ ଅଞ୍ଚଳରେ ପ୍ରଗ୍ଭରିତ ହୋଇଗଲା।
ଯୋହନ ଗୋଟିଏ ପ୍ରଶ୍ନ ପଗ୍ଭରିଲେ(B)
18 ଯୋହନଙ୍କ ଶିଷ୍ୟମାନେ ଯୋହନଙ୍କୁ ଏ ସମସ୍ତ ଖବର ଜଣାଇଲେ। ଯୋହନ ତାହାଙ୍କର ଦୁଇଜଣ ଶିଷ୍ୟଙ୍କୁ ଡକାଇଲେ। 19 ଯୋହନ ସେମାନଙ୍କୁ ପ୍ରଭୁ ଯୀଶୁଙ୍କ ପାଖକୁ ଏହି କଥା ପଗ୍ଭରି ପଠାଇଲେ: “ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି ଲୋକ ନା ଆମ୍ଭେ ଆଉ କାହାରି ଅପେକ୍ଷାରେ ରହିବୁ?”
20 ସେ ଲୋକମାନେ ଯୀଶୁଙ୍କ ପାଖରେ ପହଞ୍ଚିଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ବାପ୍ତିଜକ ଯୋହନ ଆମ୍ଭକୁ ତୁମ୍ଭ ପାଖକୁ ଏହି ପ୍ରଶ୍ନ ପଗ୍ଭରିବାକୁ ପଠାଇଲେ: ‘ଯାହାଙ୍କର ଆସିବାର ଥିଲା, ଆପଣ କ’ଣ ସେହି ଲୋକ ନା ଆମ୍ଭେ ଆଉ ଅନ୍ୟ କାହାରି ଅପେକ୍ଷାରେ ରହିବୁ?’”
21 ସେହି ସମୟରେ ଯୀଶୁ ଅନେକ ଲୋକଙ୍କୁ ସେମାନଙ୍କ ରୋଗରୁ ସୁସ୍ଥ, ବେଦନା ଦୂର ଓ ଦୁଷ୍ଟାତ୍ମା କବଳରୁ ମୁକ୍ତ କରି ଦେଉଥିଲେ। ସେ ଅନେକ ଅନ୍ଧକୁ ଦୃଷ୍ଟିଶକ୍ତି ଦେଉଥିଲେ। 22 ତା’ପରେ ଯୀଶୁ ଯୋହନଙ୍କ ସେହି ଶିଷ୍ୟମାନଙ୍କୁ କହିଲେ, “ଯାଅ ଓ ଏଠାରେ ତୁମ୍ଭେ ଯାହାସବୁ ଦେଖିଲ ଓ ଶୁଣିଲ, ତାହା ଯୋହନଙ୍କୁ ଯାଇ ଜଣାଅ। ଅନ୍ଧମାନେ ଦେଖି ପାରୁଛନ୍ତି, ଛୋଟାମାନେ ଗ୍ଭଲି ପାରୁଛନ୍ତି, କୁଷ୍ଠରୋଗୀ ସୁସ୍ଥ ହୋଇ ଯାଉଛନ୍ତି, ବଧିରଲୋକ ଶୁଣିପାରୁଛନ୍ତି, ମରିଯାଉଥିବା ଲୋକକୁ ପୁଣି ଜୀବନ ଦିଆଯାଉଛି ଏବଂ ଗରିବ ଲୋକମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ଶୁଣେଇ ଦିଆଯାଉଛି। 23 ଯେଉଁ ଲୋକ ମୋତେ ଗ୍ରହଣ କରିବ, ସେ ଧନ୍ୟ।”
24 ଯୋହନଙ୍କ ଶିଷ୍ୟମାନେ ଗ୍ଭଲିଯିବା ପରେ ଯୀଶୁ ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିବାକୁ ଆରମ୍ଭ କଲେ: “ତୁମ୍ଭେମାନେ ମରୁଭୂମିରେ କ’ଣ ଦେଖିବାକୁ ଯାଇଥିଲ? କ’ଣ ପବନରେ ଦୋହଲୁଥିବା ନଳଗଛ? 25 ତା’ନ ହେଲେ, ତୁମ୍ଭେ କ’ଣ ଦେଖିବାକୁ ସେଠାକୁ ଯାଇଥିଲ? କ’ଣ ଉତ୍ତମ ବସ୍ତ୍ର ପିନ୍ଧିଥିବା ଜଣେ ଲୋକକୁ? ନା, ଯେଉଁମାନେ ଉତ୍ତମ ବସ୍ତ୍ର ପିନ୍ଧନ୍ତି ଏବଂ ଆମୋଦ ପ୍ରମୋଦରେ ଜୀବନ କଟାନ୍ତି, ସେମାନେ ତ ରାଜାଙ୍କ ପ୍ରାସାଦ ମାନଙ୍କରେ ଥା’ନ୍ତି। 26 ତେବେ ତୁମ୍ଭେମାନେ କ’ଣ ଦେଖିବା ପାଇଁ ବାହାରି ଯାଇଥିଲ? କ’ଣ ଜଣେ ଭବିଷ୍ୟଦ୍ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି। ଯୋହନ ଜଣେ ଭବିଷ୍ୟଦ୍ବକ୍ତାଙ୍କଠାରୁ ମଧ୍ୟ ମହାନ୍ ଅଟନ୍ତି। 27 ଯୋହନଙ୍କ ବିଷୟରେ ଏହା ଲେଖାଅଛି:
‘ଦେଖ, ମୁଁ ତୁମ୍ଭ ଆଗରୁ ମୋର ଦୁତଙ୍କୁ ପଠାଉଛି।
ସେ ତୁମ୍ଭ ପାଇଁ ପୂର୍ବରୁ ରାସ୍ତା ତିଆରି କରିଦେବେ।’(C)
28 ମୁଁ ତୁମ୍ଭକୁ କହୁଛି, ନାରୀ ଗର୍ଭ ମଧ୍ୟରୁ ଜାତ ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ଅଧିକ ମହାନ୍ କେହି ନାହିଁ। ତଥାପି ପରମେଶ୍ୱରଙ୍କ ରାଜ୍ୟର ଯେଉଁ ଲୋକ ସବୁଠାରୁ ଛୋଟ, ସେ ମଧ୍ୟ ଯୋହନଙ୍କଠାରୁ ମହାନ୍।”
29 ଯୀଶୁଙ୍କ ଉପଦେଶ ଶୁଣୁଥିବା ସବୁଲୋକ ସ୍ୱୀକାର କଲେ ଯେ, ପରମେଶ୍ୱରଙ୍କ ଉପଦେଶ ସବୁଠାରୁ ଉତ୍ତମ। ଏପରିକି କରଆଦାୟକାରୀମାନେ ମଧ୍ୟ ଏଥିରେ ଏକମତ ହୋଇଗଲେ। ସେମାନେ ସମସ୍ତେ ପୂର୍ବରୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହୋଇଥିଲେ, 30 କିନ୍ତୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ସେମାନଙ୍କ ପାଇଁ ପରମେଶ୍ୱରଙ୍କ ଦତ୍ତ ଯୋଜନାକୁ ଅସ୍ୱୀକାର କଲେ ଓ ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ଗ୍ରହଣ କଲେ ନାହିଁ।
2010 by World Bible Translation Center