New Testament in a Year
ଯୀଶୁଙ୍କ ଆଗମନର ପ୍ରସ୍ତୁତି(A)
1 ଏହା ପରମେଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଗ୍ଭରର ଆରମ୍ଭ। 2 ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ପୁସ୍ତକରେ ଲେଖାଅଛି:
“ଶୁଣ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ପୂର୍ବରୁ ପଠାଉଛୁ
ସେ ତୁମ୍ଭ ପାଇଁ ପଥ ପ୍ରସ୍ତୁତ କରିବ।”(B)
3 “ମରୁଭୂମିରେ ଜଣେ ପାଟିକରି କହୁଛି;
‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର,
ତାହାଙ୍କ ପାଇଁ ରାସ୍ତା ସମତଳ କର।’”(C)
4 ତେଣୁ ବାପ୍ତିଜକ ଯୋହନ ମରୁଭୂମି ଅଞ୍ଚଳକୁ ଆସି ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ। ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ନିଜର ହୃଦୟ ପରିବର୍ତ୍ତନ କରିବାକୁ ଗ୍ଭହୁଁ ଥିବାରୁ ବାପ୍ତିସ୍ମ ଗ୍ରହଣ କର। ତା’ପରେ ତୁମ୍ଭମାନଙ୍କର ପାପଗୁଡ଼ିକୁ କ୍ଷମା କରାଯିବ। 5 ଯିହୂଦା ଓ ଯିରୁଶାଲମର ସବୁଲୋକ ଯୋହନଙ୍କ ପାଖକୁ ଆସିଲେ। ନିଜ ନିଜ ପାପ ସ୍ୱୀକାର କରି ଯର୍ଦ୍ଦନ ନଦୀରେ ସେମାନେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ।
6 ଯୋହନ ଓଟ ଲୋମରେ ତିଆରି ପୋଷାକ ପିନ୍ଧୁଥିଲେ ଓ ଅଣ୍ଟା ଗ୍ଭରିପଟେ ଗୋଟିଏ ଚମଡ଼ାର ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନ-ମଧୁ ତାହାଙ୍କର ଖାଦ୍ୟ ଥିଲା।
7 ଯୋହନ ଲୋକମାନଙ୍କ ଆଗରେ ଘୋଷଣା କରୁଥିଲେ: “ମୋ’ ପରେ ଜଣେ ଶକ୍ତିଶାଳୀ ଲୋକ ଆସୁଛନ୍ତି; ମୁଁ ଆଣ୍ଠୁମାଡ଼ି ବସି ତାହାଙ୍କର ଜୋତା ଖୋଲିବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ। 8 ମୁଁ ତୁମ୍ଭମାନଙ୍କୁ ଜଳ ଦ୍ୱାରା ବାପ୍ତିସ୍ମ ଦେଉଛି, କିନ୍ତୁ ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିସ୍ମ ଦେବେ।”
ଯୀଶୁଙ୍କ ବାପ୍ତିସ୍ମ ଗ୍ରହଣ(D)
9 ସେହି ସମୟରେ ଯୀଶୁ ଗାଲିଲୀର ନାଜରିତ ସହରରୁ ଯୋହନଙ୍କ ପାଖକୁ ଆସିଲେ। ଯୋହନ ଯୀଶୁଙ୍କୁ ଯର୍ଦ୍ଦନ ନଦୀରେ ବାପ୍ତିସ୍ମ ଦେଲେ। 10 ଯୀଶୁ ଜଳରୁ ବାହାରି ଆସୁଥିବା ସମୟରେ ସ୍ୱର୍ଗ ଖୋଲା ଥିବାର ଦେଖିଲେ। ସେ ଦେଖିଲେ ଯେ, ପବିତ୍ରଆତ୍ମା ତାହାଙ୍କ ଉପରକୁ କପୋତ ଭଳି ଓହ୍ଲାଇ ଆସୁଛନ୍ତି। 11 ଆକାଶରୁ ବାଣୀ ହେଲା: “ହେ ମୋହର ପୁତ୍ର, ମୁଁ ତୁମ୍ଭକୁ ପ୍ରେମ କରେ, ମୁଁ ତୁମ୍ଭ ଉପରେ ବହୁତ ଖୁସୀ।”
ଯୀଶୁଙ୍କୁ ଶୟତାନର ପରୀକ୍ଷା(E)
12 ତା’ପରେ, ସଙ୍ଗେ ସଙ୍ଗେ ଆତ୍ମା ଯୀଶୁଙ୍କୁ ମରୁଭୂମିକୁ ଏକୁଟିଆ ପଠାଇଦେଲେ। 13 ଯୀଶୁ ସେଠାରେ ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ଉପବାସ ପ୍ରାର୍ଥନା ସହିତ ରହିଲେ। ସେଠାରେ ସେ ଶୟତାନ ଦ୍ୱାରା ପରୀକ୍ଷିତ ହେଲେ। ତା’ପରେ ସ୍ୱର୍ଗଦୂତମାନେ ଆସି ଯୀଶୁଙ୍କର ସେବା କଲେ।
ଯୀଶୁ ଗାଲିଲୀରେ ତାଙ୍କର କାର୍ଯ୍ୟ ଆରମ୍ଭ କଲେ(F)
14 ଏହା ପରେ ଯୋହନଙ୍କୁ କାରାଗାରରେ ବନ୍ଦୀ କରି ରଖାଗଲା। ଯୀଶୁ ଗାଲିଲୀକୁ ଆସିଲେ ଓ ସେ ପରମେଶ୍ୱରଙ୍କ ସୁସମାଗ୍ଭର ପ୍ରଗ୍ଭର କରିବାକୁ ଲାଗିଲେ। 15 ଯୀଶୁ କହିଲେ, “ବର୍ତ୍ତମାନ ଉପଯୁକ୍ତ ସମୟ ଆସିଯାଇଛି। ପରମେଶ୍ୱରଙ୍କ ରାଜ୍ୟ ପାଖ ହୋଇ ଗଲାଣି। ତୁମ୍ଭମାନଙ୍କର ହୃଦୟ ପରିବର୍ତ୍ତନ କର। ସୁସମାଗ୍ଭରରେ ବିଶ୍ୱାସ କର।”
ଯୀଶୁ କେତେକ ଶିଷ୍ୟଙ୍କୁ ବାଛିଲେ(G)
16 ଯୀଶୁ ଗାଲିଲୀ ହ୍ରଦ ଦେଇ ଯିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟକୁ ଦେଖିଲେ। ଶିମୋନ, ପିତରଙ୍କର ଏହା ଅନ୍ୟ ଏକ ନାମ। ସେହି ଦୁଇଜଣ କେଉଟ ଥିଲେ। ମାଛ ଧରିବା ପାଇଁ ସେମାନେ ହ୍ରଦ ଭିତରକୁ ଜାଲ ଫିଙ୍ଗୁଥିଲେ। 17 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆସ ଓ ମୋତେ ଅନୁସରଣ କର। ମୁଁ ତୁମ୍ଭମାନଙ୍କୁ ଏକ ଭିନ୍ନ ପ୍ରକାରର ମାଛ ଧରିବା ଶିଖାଇବି। ତୁମ୍ଭେମାନେ ମାଛ ବଦଳରେ ମନୁଷ୍ୟଙ୍କୁ ଏକାଠି କରିବ।” 18 ତେଣୁ ଶିମୋନ ଓ ଆନ୍ଦ୍ରିୟ ସେମାନଙ୍କର ଜାଲ ଛାଡ଼ି, ଯୀଶୁଙ୍କୁ ଅନୁସରଣ କଲେ।
19 ଯୀଶୁ ଗାଲିଲୀ ହ୍ରଦ କୂଳରେ ଗ୍ଭଲିବାକୁ ଲାଗିଲେ। କିଛି ବାଟ ଗଲା ପରେ, ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ଦେଖିଲେ। ସେ ଦୁଇ ଭାଇ ନୌକାରେ ବସି ମାଛ ଧରିବା ପାଇଁ ଜାଲ ସଜାଡ଼ୁଥିଲେ। 20 ସେହି ଦୁଇ ଭାଇଙ୍କ ସହ, ଡଙ୍ଗାରେ ସେମାନଙ୍କ ବାପା ଜେବଦୀ ଓ ଅନ୍ୟ ସାହାଯ୍ୟକାରୀ ଶ୍ରମିକମାନେ ଥିଲେ। ସେହି ଦୁଇ ଭାଇଙ୍କୁ ଦେଖିବା ମାତ୍ରେ ଯୀଶୁ ସେମାନଙ୍କୁ ଆସିବାକୁ ଅନୁରୋଧ କଲେ। ସେମାନେ ସେମାନଙ୍କର ବାପା ଓ ଶ୍ରମିକମାନଙ୍କୁ ଛାଡ଼ି, ଯୀଶୁଙ୍କୁ ଅନୁସରଣ କଲେ।
ଯୀଶୁ ଦୁଷ୍ଟାତ୍ମାକୁ ସୁସ୍ଥ କଲେ(H)
21 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୂମକୁ ଗଲେ। ବିଶ୍ରାମ ଦିବସ [a]ରେ ଯୀଶୁ ସମାଜଗୃହକୁ ଯାଇ ସେଠାରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ। 22 ଯୀଶୁଙ୍କ ଶିକ୍ଷା ଶୁଣି ସେଠାକାର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ଯୀଶୁ ସେମାନଙ୍କୁ ଧର୍ମଶାସ୍ତ୍ରୀଙ୍କ ପରି ଶିକ୍ଷା ନ ଦେଇ ଜଣେ ଅଧିକାର ପାଇଥିବା ବ୍ୟକ୍ତିଙ୍କ ଭଳି ଶିକ୍ଷା ଦେଲେ।
2010 by World Bible Translation Center