Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ମାଥିଉ ଲିଖିତ ସୁସମାଗ୍ଭର 27:51-66

51 ତା’ପରେ ମନ୍ଦିରର ପରଦା ଉପରୁ ତଳ ପର୍ଯ୍ୟନ୍ତ ଚିରିଯାଇ ଦୁଇଖଣ୍ଡ ହୋଇଗଲା। ଭୂମିକମ୍ପ ହେଲା, ଓ ପଥର ମାନ ଫାଟିଗଲା, 52 କବରଗୁଡ଼ିକ ଖୋଲିଗଲା, ଆଗରୁ ମରିଯାଇଥିବା ପରମେଶ୍ୱରଙ୍କର ଅନେକଗୁଡ଼ିଏ ଲୋକ ମୃତ୍ୟୁରୁ ପୁଣି ଉ‌‌‌ତ୍‌‌ଥାନ ହେଲେ। ସେମାନେ କବର ଭିତରୁ ବାହାରି ଆସିଲେ। 53 ଯୀଶୁଙ୍କ ମୃତ୍ୟୁରୁ ବଞ୍ଚି ଉଠିବା ପରେ ସେମାନେ ପବିତ୍ରନଗରକୁ ଯାଇ ଅନେକ ଲୋକଙ୍କୁ ଦେଖା ଦେଲେ।

54 ରୋମୀୟ ସେନାଧ୍ୟକ୍ଷ ଓ ଯୀଶୁଙ୍କୁ ଜଗି ରହିଥିବା ସୈନ୍ୟମାନେ ଭୂମିକମ୍ପ ଓ ଅନ୍ୟସବୁ ଘଟଣାମାନ ଘଟୁଥିବା ଦେଖିଲେ, ସେମାନେ ବହୁତ ଭୟ କଲେ ଓ ସେମାନେ କହିଲେ, “ସେ ପ୍ରକୃତରେ ପରମେଶ୍ୱରଙ୍କ ପୁତ୍ର ଥିଲେ।”

55 କିଛି ଦୂରରେ ଅନେକ ସ୍ତ୍ରୀଲୋକ ଏସବୁ ଦେଖୁଥିଲେ। ଏହି ସ୍ତ୍ରୀଲୋକମାନେ ଯୀଶୁଙ୍କ ଯତ୍ନ ନେବା ପାଇଁ ଗାଲିଲୀରୁ ତାହାଙ୍କ ସହିତ ଆସିଥିଲେ। 56 ସେମାନଙ୍କ ମଧ୍ୟରେ ମ‌ଗ୍‌‌ଦଲିନୀ ମରିୟମ, ଯାକୁବ ଓ ଯୋଷେଫଙ୍କ ମା ମରିୟମ ଓ ଜେବଦୀଙ୍କ ପୁତ୍ରମାନ(ଯାକୁବ ଓ ଯୋହନ)ଙ୍କ ମା ଥିଲେ।

ଯୀଶୁଙ୍କୁ କବର ଦିଆଗଲା(A)

57 ସନ୍ଧ୍ୟା ହେବା ବେଳକୁ ଯୋଷେଫ ନାମକ ହାରାମଥିୟାର ଜଣେ ଧନୀ ଲୋକ ଯିରୁଶାଲମରେ ଆସି ପହଞ୍ଚିଲେ। ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ। 58 ସେ ପୀଲାତଙ୍କ ପାଖକୁ ଗଲେ ଓ ଯୀଶୁଙ୍କ ଶରୀର ପାଇଁ ଅନୁରୋଧ କଲେ। ପୀଲାତ ସୈନ୍ୟମାନଙ୍କୁ ଆଜ୍ଞା ଦେଇ କହିଲେ ଶରୀରକୁ ତାହାଙ୍କୁ ଦେଇଦିଅ। 59 ଯୋଷେଫ ଶରୀରକୁ ନେଲେ ଓ ତାହାଙ୍କୁ ନୂଆ ରେଶମ ବସ୍ତ୍ର ଦ୍ୱାରା ଘୋଡ଼େଇ ଦେଲେ। 60 ଯୋଷେଫ ଯୀଶୁଙ୍କ ଶରୀରକୁ ତାହାଙ୍କ ନୂଆ କବର ମଧ୍ୟରେ ରଖିଲେ। ସେହି କବରକୁ ଯୋଷେଫ ପଥରର କାନ୍ଥ କାଟି ତିଆରି କରିଥିଲେ। ତା’ପରେ ସେ ଗୋଟିଏ ବହୁତ ବଡ଼ ପଥର ଗଡ଼େଇ ଆଣି ପ୍ରବେଶଦ୍ୱାରକୁ ବନ୍ଦ କରିଦେଲେ। ଏସବୁ କଲାପରେ ଯୋଷେଫ ଗ୍ଭଲିଗଲେ। 61 ମ‌ଗ୍‌‌ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ ସେଠାରେ କବର ଆଗରେ ବସି ରହିଥିଲେ।

ଯୀଶୁଙ୍କ କବର ପାଖରେ ପହରା

62 ସେହି ଦିନଟି ପ୍ରସ୍ତୁତି ଦିବସ ଥିଲା, ସେହି ଶୁକ୍ରବାରର ପରଦିନ ପ୍ରମୁଖ ଯାଜକ ଓ ଫାରୂଶୀମାନେ ପୀଲାତଙ୍କୁ ଭେଟିଲେ। 63 ସେମାନେ କହିଲେ, “ମହାଶୟ, ଆମ୍ଭର ମନେ ଅଛି ଯେ ସେହି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, ‘ତୃତୀୟ ଦିନ ପରେ ମୁଁ ମୃତ୍ୟୁରୁ ପୁଣି ପୁନ‌ରୁ‌‌ତ୍‌‌ଥିତ ହେବି।’ 64 ତେଣୁ ତୃତୀୟ ଦିନ ପର୍ଯ୍ୟନ୍ତ କବରକୁ ପହରା ଦେବା ପାଇଁ ଆପଣ ଆଦେଶ ଦିଅନ୍ତୁ। ତାହାଙ୍କର ଶିଷ୍ୟମାନେ ସେଠାକୁ ଆସି ତାହାଙ୍କ ମୃତଦେହକୁ ଗ୍ଭେରି କରି ନେବା ପାଇଁ ଚେଷ୍ଟା କରିବେ। ତା’ପରେ ସେମାନେ ଲୋକମାନଙ୍କୁ କହିବେ ଯେ ସେ ମୃତ୍ୟୁରୁ ଉଠିଛନ୍ତି। ତାହାହେଲେ ଏହି ଶେଷ ପ୍ରତାରଣା ଆଗ ପ୍ରତାରଣା ଅପେକ୍ଷା ଅଧିକ ଖରାପ ହେବ।”

65 ପୀଲାତ ସେମାନଙ୍କୁ କହିଲେ, “ତୁମ୍ଭେ ପହରା ପାଇଁ ସୈନ୍ୟ ନେଇ ଯାଇପାର। ତୁମ୍ଭେ ଯେଭଳି ଭଲ ଭାବୁଛ, ଯାଅ ଓ ସେହିପରି କବରସ୍ଥାନକୁ ପହରା ଦେଇ ନିରାପଦରେ ରଖ।” 66 ତା’ପରେ ସେମାନେ କବର ପାଖକୁ ଗଲେ ଓ ପ୍ରବେଶଦ୍ୱାରରେ ମୋହର ଲଗେଇଲେ। ସେଠାରେ ସୈନ୍ୟମାନଙ୍କୁ ପହରା ଦେବା ପାଇଁ ଆଦେଶ ଦେଇ ଗ୍ଭେରମାନଙ୍କ କବଳରୁ କବରକୁ ନିରାପଦ ରଖିବାର ବ୍ୟବସ୍ଥା କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center