New Testament in a Year
ରାଜ୍ୟପାଳ ପୀଲାତଙ୍କ ଆଗରେ ଯୀଶୁଙ୍କୁ ହାଜର କରାଗଲା(A)
27 ତା’ ପରଦିନ ଅତି ସକାଳୁ ସମସ୍ତ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ଏକାଠି ହେଲେ, ଓ ଯୀଶୁଙ୍କୁ ବଧ କରିବା ପାଇଁ ଯୋଜନା କଲେ। 2 ସେମାନେ ଯୀଶୁଙ୍କୁ ବାନ୍ଧି ପକାଇଲେ। ତା’ପରେ ତାହାଙ୍କୁ ରାଜ୍ୟପାଳ ପୀଲାତଙ୍କ ପାଖକୁ ନେଇଗଲେ, ଓ ତାହାଙ୍କ ହାତରେ ଯୀଶୁଙ୍କୁ ଦେଇଦେଲେ।
ଯିହୂଦାଙ୍କ ଆତ୍ମହତ୍ୟା(B)
3 ଯିହୂଦା ଦେଖିଲା ଯେ, ସେମାନେ ଯୀଶୁଙ୍କୁ ବଧ କରିବା ପାଇଁ ସ୍ଥିର କରିଛନ୍ତି। ଯିହୂଦାହିଁ ଯୀଶୁଙ୍କୁ ତାହାଙ୍କର ଶତ୍ରୁମାନଙ୍କ ହାତରେ ଦେଇ ଦେଇଥିଲା। ତେଣୁ ସେ ଏସବୁ ଘଟଣା ଦେଖି ନିଜର କର୍ମ ପାଇଁ ବହୁତ ଦୁଃଖ କଲା। ସେ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନଙ୍କୁ ସେହି ତିରିଶ୍ଟି ରୌପ୍ୟମୁଦ୍ରା ଫେରାଇଦେଲୋ। 4 ସେ କହିଲା, “ମୁଁ ପାପ କରିଛି। ମୁଁ ଜଣେ ନିରପରାଧ ଲୋକକୁ ମାରି ଦେବା ପାଇଁ ତୁମ୍ଭ ହାତରେ ଧରେଇ ଦେଇଛି।”
ଯିହୂଦୀ ନେତାମାନେ କହିଲେ, “ଏଥିରେ ଆମ୍ଭର କିଛି ଯାଏ ଆସେ ନାହିଁ। ତୁମ୍ଭ କଥା ତୁମ୍ଭେ ବୁଝ।”
5 “ଯିହୂଦା ମନ୍ଦିର ଭିତରେ ସେହି ରୂପାଟଙ୍କାତକ ଫିଙ୍ଗିଦେଲା। ତା’ପରେ ସେହି ଜାଗା ଛାଡ଼ି ଯିହୂଦା ଗ୍ଭଲିଗଲା ଓ ନିଜକୁ ଫାଶି ଦେଲା।
6 ପ୍ରଧାନଯାଜକମାନେ ମନ୍ଦିର ଭିତରେ ସେହି ରୂପାଟଙ୍କାତକ ଗୋଟାଇ ନେଲେ। ସେମାନେ କହିଲେ, “ମନ୍ଦିର ଟଙ୍କା ସହିତ ଏ ଟଙ୍କାତକ ରଖିବା ନିୟମ ବିରୁଦ୍ଧ ହେବ। କାରଣ ଏ ଟଙ୍କା ଜଣକର ମୃତ୍ୟୁ ପାଇଁ ଦିଆଯାଇଛି।” 7 ବାହାରୁ ଯିରୁଶାଲମକୁ ଭ୍ରମଣରେ ଆସୁଥିବା ଲୋକମାନଙ୍କ ମୃତ୍ୟୁ ହେଲେ ସେମାନଙ୍କୁ ସମାଧି ଦେବା ନିମନ୍ତେ ସେମାନେ ଏ ଟଙ୍କାରେ ‘କୁମ୍ଭାର ଜମି’ ନାମରେ ନାମିତ ଜମି ଖଣ୍ଡିଏ କିଣିବାକୁ ସ୍ଥିର କଲେ। 8 ତେଣୁ ଏବେ ସୁଦ୍ଧା ଏହି ଜମିଟିକୁ ରକ୍ତକ୍ଷେତ୍ର ବୋଲି କୁହାଯାଉଛି। 9 ଏଭଳି ଭାବରେ ଭବିଷ୍ୟଦ୍ବକ୍ତା ଯିରିମିୟଙ୍କ ମାଧ୍ୟମରେ କୁହାଯାଇଥିବା ବାଣୀ ସଫଳ ହେଲା। ଯିରିମିୟ କହିଥିଲେ,
“ସେମାନେ ତିରିଶ୍ଟି ରୂପାଟଙ୍କା ନେଲେ। ସେତିକି ଟଙ୍କା ଇସ୍ରାଏଲର ଲୋକେ ତାହାଙ୍କର ଜୀବନର ମୂଲ୍ୟସ୍ୱରୂପ ଦେବାକୁ ସ୍ଥିର କରିଥିଲେ। 10 ପ୍ରଭୁ ମୋତେ ଦେଇଥିବା ଆଦେଶ ଅନୁସାରେ ସେମାନେ ସେହି ଟଙ୍କାରେ କୁମ୍ଭାର ଜମି ଖଣ୍ଡିକ କିଣିଲେ।” [a]
ଯୀଶୁଙ୍କୁ ପୀଲାତଙ୍କର ପ୍ରଶ୍ନ(C)
11 ଏହି ସମୟରେ ଯୀଶୁ ରାଜ୍ୟପାଳ ପୀଲାତ ଆଗରେ ଠିଆ ହେଲେ। ରାଜ୍ୟପାଳ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?”
ଯୀଶୁ ଉତ୍ତର ଦେଲେ, “ହଁ।”
12 କିନ୍ତୁ ଯେତେବେଳେ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ତାହାଙ୍କୁ ଅଭିଯୁକ୍ତ କଲେ ସେ କିଛି ଉତ୍ତର ଦେଲେ ନାହିଁ।
13 ତେଣୁ ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ସେମାନେ ତୁମ୍ଭ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ କରୁଛନ୍ତି ତାହା ତୁମ୍ଭେ ଶୁଣିଛ। କାହିଁକି ଉତ୍ତର ଦେଉ ନାହଁ?”
14 କିନ୍ତୁ ଯୀଶୁ ଗୋଟିଏ ହେଲେ ଉତ୍ତର ତାହାଙ୍କୁ ଦେବାକୁ ମନାକଲେ। ଏଥିରେ ପୀଲାତ ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ।
ପୀଲାତ ଚେଷ୍ଟା କରିବା ସତ୍ତ୍ୱେ ଯୀଶୁଙ୍କୁ ମୁକ୍ତ କରିବାରେ ଅସଫଳ ହେଲେ(D)
15 ପ୍ରତ୍ୟେକ ବର୍ଷ ନିସ୍ତାରପର୍ବ ଅବସରରେ ରାଜ୍ୟପାଳ କାରାଗାରରୁ ଜଣେ ବନ୍ଦୀକୁ ମୁକ୍ତ କରିବାର ରୀତି ଥିଲା। ଲୋକମାନେ ଯେଉଁ ଲୋକକୁ ମୁକ୍ତ କରିବାକୁ ଗ୍ଭହୁଁଥିଲେ, କେବଳ ସେହି ଲୋକକୁ ମୁକ୍ତ କରାଯାଉଥିଲା। 16 ସେହି ସମୟରେ ବାରବ୍ବା [b] ନାମରେ ଜଣେ କୁଖ୍ୟାତ ବନ୍ଦୀ ଥିଲା।
17 ତେଣୁ ଯେତେବେଳେ ସବୁଲୋକେ ଏକାଠି ଜମା ହେଲେ, ସେତେବେଳେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ ଜଣେ ଲୋକକୁ ମୁକ୍ତ କରିବି। ବାରବ୍ବା ଓ ଯୀଶୁଙ୍କ ମଧ୍ୟରୁ କାହାକୁ ମୁକ୍ତ କରିବାକୁ ଗ୍ଭହୁଁଛ?” 18 ପୀଲାତ ଜାଣିଥିଲେ ଯେ ଲୋକମାନେ ଯୀଶୁଙ୍କ ପ୍ରତି ଈର୍ଷାପରାୟଣ ଥିଲେ। ସେଥିପାଇଁ ତାହାଙ୍କ ହାତରେ ଯୀଶୁଙ୍କୁ ସମର୍ପି ଦେଇଛନ୍ତି।
19 ପୀଲାତ ବିଗ୍ଭରମଞ୍ଚରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ ଗୋଟିଏ ଖବର ପଠାଇଲେ। ଖବରଟି ଥିଲା: “ଏହି ଧାର୍ମିକ ଲୋକଟିର କିଛି ହେଲେ କ୍ଷତି କର ନାହିଁ। ମୁଁ ତାହାଙ୍କ ବିଷୟରେ କାଲି ରାତିରେ ଗୋଟିଏ ସ୍ୱପ୍ନ ଦେଖିଛି, ସେଥି ଯୋଗୁଁ ମୁଁ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଛି।”
20 କିନ୍ତୁ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସେମାନେ ବାରବ୍ବାଙ୍କୁ ମୁକ୍ତ କରିବା ପାଇଁ ଓ ଯୀଶୁଙ୍କୁ ମାରିଦେବା ପାଇଁ ଅନୁରୋଧ କରନ୍ତୁ।
21 ରାଜ୍ୟପାଳ ପୀଲାତ ପଗ୍ଭରିଲେ, “ବାରବ୍ବା ଓ ଯୀଶୁ ଏହି ଦୁଇଜଣ ବନ୍ଦୀଙ୍କ ମଧ୍ୟରୁ ତୁମ୍ଭମାନଙ୍କ ପାଇଁ କାହାକୁ ମୁକ୍ତ କରିଦେବା ତୁମ୍ଭେମାନେ ଗ୍ଭହୁଁଛ?”
ସେମାନେ କହିଲେ, “ବାରବ୍ବା।”
22 ତା’ପରେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ତେବେ ଯେଉଁ ଯୀଶୁଙ୍କୁ ଖ୍ରୀଷ୍ଟ କୁହାଯାଏ ତାହାଙ୍କ ପ୍ରତି ମୁଁ କ’ଣ କରିବି?”
ସମସ୍ତେ କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଇ ଦିଆଯାଉ।”
23 ପୀଲାତ ପଗ୍ଭରିଲେ, “କାହିଁକି? ସେ କ’ଣ ଅପରାଧ କରିଛନ୍ତି?”
କିନ୍ତୁ ସମସ୍ତେ ଚିତ୍କାର କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଇ ଦିଆଯାଉ।”
24 ପୀଲାତ ଦେଖିଲେ ଯେ, ସେ ଲୋକମାନଙ୍କ ମତ ବଦଳେଇବାକୁ କିଛି କରି ପାରିବେ ନାହିଁ ବରଂ ଲୋକେ ବେଳକୁ ବେଳ ଉତ୍ତେଜିତ ହୋଇ ଉଠୁଛନ୍ତି। ପୀଲାତ କିଛି ପାଣି ନେଲେ ଓ ସମସ୍ତେ ଦେଖି ପାରିବା ଭଳି ତାହାଙ୍କର ଦୁଇହାତ ଧୋଇଲେ। ସେ କହିଲେ, “ଏ ଲୋକର ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। ତୁମ୍ଭେମାନେ କେବଳ ଏସବୁ କରୁଛ।”
25 ସବୁ ଲୋକ ଉତ୍ତର ଦେଲେ, “ଆମ୍ଭେ ତାହାଙ୍କ ମୃତ୍ୟୁ ପାଇଁ ଦାୟୀ ରହିବୁ। ତାହାଙ୍କ ମୃତ୍ୟୁ ପାଇଁ ଯେକୌଣସି ଦଣ୍ଡ ପାଇବାକୁ ଯୋଗ୍ୟ, ଆମ୍ଭ ନିଜ ପାଇଁ ଓ ଆମ୍ଭ ପିଲାମାନଙ୍କ ପାଇଁ ସେଥିରେ ରାଜି ଅଛୁ।”
26 ପୀଲାତ ବାରବ୍ବାଙ୍କୁ ମୁକ୍ତ କରିଦେଲେ ଓ ଯୀଶୁଙ୍କୁ ବେତରେ ମାରିବା ପାଇଁ ଆଦେଶ ଦେଲେ। ତା’ପରେ ସେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇବା ପାଇଁ ସୈନ୍ୟମାନଙ୍କ ହାତରେ ଅର୍ପଣ କଲେ।
2010 by World Bible Translation Center