New Testament in a Year
29 “ସେହି ଦିନଗୁଡ଼ିକର ବିପଦ ପଡ଼ିବା ପରେ ପରେ ଏହି ଘଟଣାମାନ ଘଟିବ:
‘ସୂର୍ଯ୍ୟ ଅନ୍ଧକାରମୟ ହେବ,
ଚନ୍ଦ୍ର ଆଲୋକ ଦେବ ନାହିଁ।
ତାରାମାନେ ଆକାଶରୁ ଖସି ପଡ଼ିବେ,
ଆକାଶର ସମସ୍ତ ଶକ୍ତିଗୁଡ଼ିକ ପରିବର୍ତ୍ତିତ ହୋଇଯିବେ।’ (A)
30 “ସେତିକିବେଳେ ମନୁଷ୍ୟପୁତ୍ରଙ୍କ ଆସିବା ସଙ୍କେତ ଆକାଶରେ ଦେଖାଦେବ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକାଶରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ୟପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ। 31 ନିଜର ସ୍ୱର୍ଗଦୂତମାନଙ୍କୁ ପୃଥିବୀରେ ସର୍ବତ୍ର ପଠାଇବା ପାଇଁ ମନୁଷ୍ୟପୁତ୍ର ମହା ତୂରୀ ଧ୍ୱନି ସହିତ ଆସିବେ। ସେହି ସ୍ୱର୍ଗଦୂତମାନେ ମର୍ତ୍ତ୍ୟର ଗୋଟିଏ ଭାଗରୁ ଆଉ ଗୋଟିଏ ଭାଗ ପର୍ଯ୍ୟନ୍ତ ବୁଲି, ଗ୍ଭରିଆଡ଼ୁ ତାହାଙ୍କର ମନୋନୀତ ଲୋକଙ୍କୁ ଏକାଠି କରିବେ।
32 “ଡିମିରିଗଛରୁ ଗୋଟିଏ ଶିକ୍ଷା ଲାଭ କର। ଯେତେବେଳେ ଡିମିରିଗଛର ଡାଳଗୁଡ଼ିକ ଶାଗୁଆ ଓ ନରମ ହୁଏ, ସେତେବେଳେ ତୁମ୍ଭେ ଜାଣ ଯେ, ଖରାଦିନ ଶୀଘ୍ର ଆସିଯିବ। 33 ଠିକ୍ ସେହିଭଳି ମୁଁ କହିଥିବା କଥାଗୁଡ଼ିକ ଯେତେବେଳେ ଘଟିବାର ତୁମ୍ଭେ ଦେଖିବ, ତୁମ୍ଭେ ଜାଣିବ ଯେ ଖ୍ରୀଷ୍ଟଙ୍କ ଆସିବା ସମୟ ନିକଟ ହେଲାଣି। 34 ମୁଁ ତୁମ୍ଭକୁ ସତ୍ୟ କହୁଛି। ବର୍ତ୍ତମାନର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ। 35 ପୃଥିବୀ ଓ ଆକାଶ ନଷ୍ଟ ହୋଇଯିବ, କିନ୍ତୁ ମୋର ବାକ୍ୟ କେବେ ଅନ୍ୟଥା ହେବ ନାହିଁ।
କେବଳ ପରମେଶ୍ୱର ଉଚିତ୍ ସମୟ ଜାଣନ୍ତି(B)
36 “ସେହି ଦିନ ବା ସେହି ସମୟ କେବେ ଆସିବ, କେହି ଜାଣନ୍ତି ନାହିଁ। ଏପରିକି ସ୍ୱର୍ଗର ଦୂତମାନେ ଜାଣନ୍ତି ନାହିଁ। ଏପରିକି ପୁତ୍ର ଜାଣନ୍ତି ନାହିଁ, କେବଳ ପରମପିତା ଏହା ଜାଣନ୍ତି।
37 “ନୋହଙ୍କ ସମୟରେ ଯେଭଳି ଘଟିଥିଲା, ମନୁଷ୍ୟପୁତ୍ରଙ୍କ ଆସିବା ସମୟରେ ସେହିପରି ଘଟିବ। 38 ସେତେବେଳେ ବନ୍ୟା ଆସିବା ପୂର୍ବରୁ ଲୋକମାନେ ଭୋଜନପାନ କରୁଥିଲେ, ଲୋକେ ବିବାହ କରୁଥିଲେ ଏବଂ ପିଲାମାନଙ୍କୁ ବିବାହ ଦେଉଥିଲେ। ନୋହଙ୍କର ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଏସବୁ କରୁଥିଲେ। 39 ଯାହାସବୁ ସେତେବେଳେ ଘଟି ଯାଉଥିଲା, ଲୋକେ ତାହା ଜାଣିପାରୁ ନ ଥିଲେ। ସେତିକିବେଳେ ବନ୍ୟା ମାଡ଼ିଆସିଲା। ସବୁ ଲୋକ ନଷ୍ଟ ହୋଇଗଲେ।
“ମନୁଷ୍ୟପୁତ୍ର ଆସିବା ସମୟରେ ଠିକ୍ ସେହିପରି ହେବ। 40 ଦୁଇଜଣ ଲୋକ ଏକାଠି କାମ କରୁଥିବେ, ସେମାନଙ୍କ ମଧ୍ୟରୁ ଜଣକୁ ସେଠାରେ ଛାଡ଼ି ଆର ଜଣକୁ ନିଆଯିବ। 41 ଦୁଇଜଣ ସ୍ତ୍ରୀଲୋକ ମିଶି ଚକିରେ ଶସ୍ୟ ପେଷୁଥିବେ, ସେମାନଙ୍କ ମଧ୍ୟରୁ ଜଣକୁ ସେଠାରେ ପରିତ୍ୟାଗ କରି ଆରଜଣକୁ ନିଆଯିବ।
42 “ତେଣୁ ସଦାବେଳେ ପ୍ରସ୍ତୁତ ରୁହ। ତୁମ୍ଭର ପ୍ରଭୁ କେଉଁଦିନ ଆସିବେ ତାହା ତୁମ୍ଭେ ଜାଣ ନାହିଁ। 43 ମନେରଖ, ଯଦି ଘରମାଲିକ ଜାଣିଥା’ନ୍ତା ଯେ ଗ୍ଭେର କେତେବେଳେ ଆସିବ, ତେବେ ସେ ସତର୍କ ରହନ୍ତେ ଓ ଗ୍ଭେରକୁ ଘରେ ପଶିବାକୁ ଦିଅନ୍ତେ ନାହିଁ। 44 ଠିକ୍ ସେହିଭଳି ତୁମ୍ଭେ ଜାଗ୍ରତ ରୁହ। କାରଣ ତୁମ୍ଭେ ଯେତେବେଳେ ଆଶା କରୁ ନ ଥିବ, ଠିକ୍ ସେତେକି ବେଳେ ମନୁଷ୍ୟପୁତ୍ର ଆସିଯିବେ।
ଉତ୍ତମ ଓ ମନ୍ଦ ସେବକ(C)
45 “କିଏ ବିଶ୍ୱାସ ଯୋଗ୍ୟ ଓ ବିଜ୍ଞ ଗ୍ଭକର? ଯିଏ ଅନ୍ୟ ଗ୍ଭକରମାନଙ୍କୁ ଠିକ୍ ସମୟରେ ସେମାନଙ୍କର ଖାଦ୍ୟ ଦେବ, ମାଲିକ ସେହିଭଳି ଗ୍ଭକରକୁ ବିଶ୍ୱାସ କରିଥା’ନ୍ତି। କିଏ ସେ ଗ୍ଭକର, ସେହି କାମ କରିବା ପାଇଁ, ସେ କେଉଁ ଗ୍ଭକରକୁ ବିଶ୍ୱାସ କରିବେ? 46 ଯେତେବେଳେ ମାଲିକ ଫେରି ଆସି ଦେଖିବେ ଯେ ସେ ଗ୍ଭକରଟିକୁ ଯେଉଁ କାମ ଦେଇଥିଲେ, ସେ ସେହି କାମ ଠିକ୍ ଭାବରେ କରୁଛି, ସେତେବେଳେ ସେ ଗ୍ଭକରଟି ଉପରେ ବହୁତ ଖୁସୀ ହେବ। 47 ମୁଁ ତୁମ୍ଭକୁ ସତ୍ୟ କହୁଛି, ମାଲିକ ତାହାଙ୍କ ନିଜର ସମସ୍ତ ସମ୍ପତ୍ତିର ଦାୟିତ୍ୱ ଦେବା ପାଇଁ ସେହି ଗ୍ଭକରଟିକୁ ବାଛିବେ।
48 “ଅନ୍ୟ ପକ୍ଷରେ ଗ୍ଭକରଟି ଯଦି ମନ୍ଦ ଲୋକ ହୋଇଥିବ, ଏବଂ ସେ ମନେ ମନେ ଭାବିବ ଯେ ମାଲିକ ଏତେ ଶୀଘ୍ର ଆସିବେ ନାହିଁ। 49 ତେବେ ସେ ଅନ୍ୟ ଗ୍ଭକରମାନଙ୍କୁ ପିଟିବା ଆରମ୍ଭ କରିଦେବ। ସେ ଖାଇ ଓ ଅନ୍ୟ ଲୋକମାନଙ୍କ ସହିତ ମଦ୍ୟପାନ କରି ରହିବ। 50 ଗ୍ଭକରଟି ଆଶା କରି ନ ଥିବା ଦିନ ଓ ତାକୁ ଜଣା ନ ଥିବା ସମୟରେ ସେ ମାଲିକ ଆସି ପହଞ୍ଚିବେ। 51 ମାଲିକ ତାକୁ କଠିନ ଶାସ୍ତି ଦେବେ। ସେ ତାକୁ କପଟୀଲୋକଙ୍କ ସହିତ ଯେଉଁଠାରେ ଲୋକମାନେ କାନ୍ଦନ୍ତି ଓ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରନ୍ତି ସେହି ସ୍ଥାନକୁ ପଠାଇଦେବେ।
2010 by World Bible Translation Center